spot_img
Home Blog Page 6039

Market Live: ବଜେଟକୁ ବଜାରର ସ୍ୱାଗତ, ସେନସେକ୍ସରେ ୧୮୦୦ ପଏଣ୍ଟ୍ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ଉପସ୍ଥାପନ କାଳରେ ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ସେନସେକ୍ସ ଓ ନିଫ୍ଟି ଉଭୟରେ ଭଲ ସେୟାର ବିକ୍ରୀ ହୋଇଛି । ସେନସେକ୍ସ ୧୮୩୮.୬୧ ପଏଣ୍ଟ୍ ବୃଦ୍ଧି ସହିତ ୪୮ ହଜାର ୧୨୪.୩୮ ପଏଣ୍ଟରେ କାରବାର କରୁଛି । ଏହାସହ ନିଫ୍ଟିରେ ୧୪୦୦ ଅଙ୍କ ବୃଦ୍ଧି ଘଟିଛି । କରୋନା ମହାମାରୀ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ପୁନଃ ଟ୍ରାକକୁ ଆଣିବା ପାଇଁ ଏହି ବଜେଟରେ ଯେଉଁ ବ୍ୟବସ୍ଥା ରହିଛି ତାକୁ ବଜାର ସ୍ୱାଗତ କରୁଥିବା ଲାଗୁଛି ।

ଅର୍ଥ ମନ୍ତ୍ରୀଙ୍କ ଦ୍ୱାର ବଜେଟ ଉପସ୍ଥାପିତ ହେବା ପରେ ନିବେଶକାରୀ ଜୋରଦାର ଢଙ୍ଗରେ କାରବାର କରିଥିଲେ । ବିଏସଇ ଲିଷ୍ଟେଡ୍ କମ୍ପାନୀର ମାର୍କେଟ୍ କ୍ୟାପ୍ ବଢିକରି ୧,୯୦,୩୫.୩୩୫.୮୯ କୋଟିରେ ପହଞ୍ଚିଛି । ଯେତେବେଳେକି ଶୁକ୍ରବାର ଦିନ ଏହା ୧,୮୬,୧୨,୬୪୪.୦୩ କୋଟି ଟଙ୍କା ଥିଲା । ଅର୍ଥାତ ନିବେଶକଙ୍କ ଟଙ୍କା ମାତ୍ର କେଇ ଗଣ୍ଟା ମଧ୍ୟରେ ୪ ଲକ୍ଷ କୋଟିରୁ ଅଧିକ ହୋଇଥିଲା ।

୧.୩୦ ବଜେଟ୍ ଭାଷଣ ପରେ ଉଡିଲା ବଜାର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ପରେ ବଜାର ଜୋରଦାର ଢଙ୍ଗରେ ଉପରକୁ ଉଠିଥିଲା । ସେନସେକ୍ସରେ ୧୮୩୮.୬୧ ଅଙ୍କର ବୃଦ୍ଧି ସହିତ ଏହା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୪୮ ହଜାର ୧୨୪ ସ୍ତରରେ କାରବାର କରୁଥିଲା । ଏହା ସହିତ ନିଫ୍ଟି ଇଣ୍ଡେକ୍ସରେ ୯ ଏପ୍ରିଲ ୨୦୨୦ ପରେ ଦ୍ରୁତ ଗତି ଦେଖିବାକୁ ମିଳିଥିଲା । ନିଫ୍ଟି ଇଣ୍ଡେକ୍ସ ୪୦୩ ଅଙ୍କ ବଢିକରି ୧୪ ହଜରା ପଏଣ୍ଟ୍ ପାର କରିଥିଲା । ରିପୋର୍ଟ ଲେଖାଯିବା ବେଳକୁ ନିଫ୍ଟି ୧୪ ହଜାର ୩୮ରେ କାରବାର କରୁଥିଲା ।

BUDGET 2021: ଏଣିକି ବୀମା କ୍ଷେତ୍ରରେ ୭୪ ପ୍ରତିଶତ ଏଫ୍‌ଡିଆଇ ବିନିଯୋଗ

0

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ବଜେଟ୍‌ ୨୦୨୧ । କରୋନା ମହାମାରୀ ସମୟରେ ଅତ୍ୟନ୍ତ କଠିନ ପରିସ୍ଥିତି ମଧ୍ୟରେ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ଏଥର ବଜେଟରେ ଏକ ଗରୁତ୍ୱପୂର୍ଣ୍ଣ ନିଷ୍ପତି ହେଉଛି, ଏଣିକି ବୀମା କ୍ଷେତ୍ରରେ ୭୪ ପ୍ରତିଶତ ଏଫ୍‌ଡିଆଇ ବିନିଯୋଗ ହୋଇପାରିବ । ପୂର୍ବରୁ ଏହି କ୍ଷେତ୍ରରେ ୪୯ ପ୍ରତିଶତ ଏଫ୍‌ଡିଆଇ ବିନିଯୋଗର ଅନୁମତି ଥିଲା । ଏହା ବ୍ୟତୀତ ନିବେଶକଙ୍କ ପାଇଁ ଏକ ଖସଡ଼ା ପ୍ରସ୍ତୁତ ପାଇଁ ଘୋଷଣା କରାଯାଇଛି । ଷ୍ଟାର୍ଟ ଅପ୍ କମ୍ପାନୀକୁ ସବୁ ପ୍ରକାର ସହଯୋଗ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହା ଦ୍ୱାରା ପ୍ରାୟ ଏକ ପ୍ରତିଶତ କମ୍ପାନୀକୁ ବିନା କୌଣସି ରୋକ୍‌-ଟୋକ୍‌ରେ ବ୍ୟବସାୟ କରିବାକୁ ଆରମ୍ଭରୁ ଅନୁମତି ଦିଆଯିବ ବୋଲି କହିଛନ୍ତି ସୀତାରମଣ ।

ସେ ଆହୁରି କହିଛନ୍ତି ଯେ, ଅର୍ଥ ବିନିଯୋଗ ପାଇଁ ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଅନେକ କମ୍ପାନୀର ପ୍ରକ୍ରିୟା ଚଳିତ ବର୍ଷ ଶେଷ ହେବ । ଚଳିତ ବର୍ଷ LIC ର IPO ବଜାରକୁ ଅଣାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ।

ଅନ୍ୟପଟେ ଏଥର ବଜେଟ୍‌ରେ ସୁସ୍ଥ ଭାରତ ଉପରେ ଗୁରୁତ୍ୱ ଦିଆଯାଇଛି । ସୀତାରମଣ କହିଛନ୍ତି ସୁସ୍ଥ ଭାରତ ଆମର ମନ୍ତ୍ର । ଏଥିପାଇଁ ମିଶନ ପୋଷଣ ୨.୦ର ଶୁଭାରମ୍ଭ କରାଯାଇଛି । ପିଏମ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନାର ମଧ୍ୟ ଆରମ୍ଭ କରାଯାଇଛି । ଏହା ସହ ଖୁବ୍‌ଶୀଘ୍ର ୧୧୨ ଜିଲ୍ଲାରେ ଖୋଲିବ ୧୭ ନୂଆ ଏମର୍ଜେନ୍ସି ସେଣ୍ଟର । କୋଭିଡ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା ଅନୁମୋଦନ ମଧ୍ୟ କରାଯାଇଛି ।

ସେହିଭଳି ଡାଲିଜାତୀୟ ଶସ୍ୟ ଚାଷ କ୍ଷେତ୍ରରେ ସରକାରଙ୍କ ସହାୟତା ୪୦ ଗୁଣା ବଢ଼ିଛି । ୨୦୧୩-୧୪ ଆର୍ଥିକ ବର୍ଷରେ ୨୩୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୨୦-୨୧ରେ ୧୦ ହଜାର ୫୩୦ କୋଟି ଟଙ୍କା ହୋଇଛି । ଏହିବର୍ଷ ଗହମ ଚାଷୀଙ୍କୁ ୭୫ହଜାର ୬୦ କୋଟି ଟଙ୍କା ଏବଂ ଧାନ ଚାଷୀଙ୍କୁ ୧ଲକ୍ଷ ୭୨ ହଜାର୭୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି । ଯୁବବର୍ଗଙ୍କୁ କିଭଳି ରୋଜଗାରର ସୁଯୋଗ ମିଳିବ ସେନେଇ ପଦକ୍ଷେପ ନିଆଯାଉଛି ।

ଆତ୍ମନିର୍ଭର ପ୍ୟାକେଜ PMGKY ୨.୭୬ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ । ତେବେ ଚଳିତ ଥର ଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ପୂର୍ବରୁ କରାଯାଇନଥିଲା । ଏହି କରୋନା ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯାଇଛି ।

ପେଟ୍ରୋଲ ଉପରେ ଲିଟର ପ୍ରତି ୨.୫୦ ଟଙ୍କା କୃଷି ସେସ୍ ,ଡିଜେଲରେ ୪ ଟଙ୍କା

0

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଦିନକୁ ଦିନ ଆକାଶଛୁଆଁ ହେବାକୁ ଲାଗିଛି । ନିକଟରେ ପେଟ୍ରୋଲ ଦର ୮୬ ଟଙ୍କା ଅତିକ୍ରମ କରିଥିବାରୁ ଏହା ଅନେକଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇଯାଇଛି । ଏଭଳି ସ୍ଥିତିରେ ସରକାର କେଉଁ ବଜେଟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସକୁ ଲାଗୁ କରିଛନ୍ତି ।

ପେଟ୍ରୋଲ ଲିଟର ପ୍ରତି କୃଷି ସେସ୍ ୨ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପ୍ରତି ୪ ଟଙ୍କା ସେସ୍ ଲାଗୁ ହେବ । ତେବେ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା କମ ରହିଛି । ସରକାର କରୋନା କାଳରେ ପେଟ୍ରୋଲ କମ୍ପାନୀ କରିଥିବା ଲାଭରୁ ଏହି ସେସ୍ ନେଇ ପାରନ୍ତି ।

ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲାଗୁ ହେବା ସହିତ ମୌଳିକ ଉତ୍ପାଦ ଶୁଳ୍କ (ବିଇଡି) ଓ ବିଶେଷ ଉତ୍ପାଦ ଶୁଳକ(ଏସଇଡି)କୁ ବଜେଟରେ ସରକାର କମ କରିଛନ୍ତି । ଏହି କାରଣରୁ କୃଷି ସେସର ଭାର ଗ୍ରାହକଙ୍କ ଉପରେ ପଡିବ ନାହିଁ । ଏବେ ଅନବ୍ରାଣ୍ଡେଡ୍ ପେଟ୍ରୋଲ ଡିଜେଲ ଉପରେ କ୍ରମଶଃ ୧.୪ ପ୍ରତିଶତ ଓ ୧.୮ ପ୍ରତିଶତ ବିଇଡି ଲାଗୁ ହେବ । ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ବିଶେଷ ଉତ୍ପାଦ ଶୁଳ୍କ (ଏସଇଡି) ଯଥାକ୍ରମ୧୧ ଟଙ୍କା ଓ ୮ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି ।

 

ପୁରୁଣା ବାହାନ ପାଇଁ ସ୍କ୍ରାପ ପଲିସି, ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା ଖର୍ଚ୍ଚ ହେବ

ନୂଆଦିଲ୍ଲୀ: ନୂଆ ବଜେଟ୍‌ରେ ପୁରୁଣା ଗାଡ଼ିକୁ ଗୁରୁତ୍ୱ । ପୁରୁଣା ଯାନ ବାହାନ ପାଇଁ ସ୍କ୍ରାପ ପଲିସି ଆଣିବେ କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି । ସେ ଆହୁରି କହିଛନ୍ତି, ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ୨ ଲକ୍ଷ ୩୮ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କରୋନା ମହାମାରୀ ଦେଇ ଗତି କରୁଛି ସାରା ବିଶ୍ୱ । ଏଭଳି ସ୍ଥିତରେ ଦେଶର ବଜେଟ୍‌ ଅତ୍ୟନ୍ତ କଠିନ ପରିସ୍ଥିତି ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏଥର ବଜେଟ୍‌ରେ ସୁସ୍ଥ ଭାରତ ଉପରେ ଗୁରୁତ୍ୱ ଦିଆଯାଇଛି । ସୀତାରମଣ କହିଛନ୍ତି ସୁସ୍ଥ ଭାରତ ଆମର ମନ୍ତ୍ର । ଏଥିପାଇଁ ମିଶନ ପୋଷଣ ୨.୦ର ଶୁଭାରମ୍ଭ କରାଯାଇଛି । ପିଏମ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନାର ମଧ୍ୟ ଆରମ୍ଭ କରାଯାଇଛି । ଏହା ସହ ଖୁବ୍‌ଶୀଘ୍ର ୧୧୨ ଜିଲ୍ଲାରେ ଖୋଲିବ ୧୭ ନୂଆ ଏମର୍ଜେନ୍ସି ସେଣ୍ଟର । କୋଭିଡ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା ଅନୁମୋଦନ ମଧ୍ୟ କରାଯାଇଛି । ପୂର୍ବ ବଜେଟରୁ ୧୩୭ ପ୍ରତିଶତ ବଢ଼ିଛି ସ୍ୱାସ୍ଥ୍ୟ ବଜେଟ ।

ସେହିଭଳି ଡାଲିଜାତୀୟ ଶସ୍ୟ ଚାଷ କ୍ଷେତ୍ରରେ ସରକାରଙ୍କ ସହାୟତା ୪୦ ଗୁଣା ବଢ଼ିଛି । ୨୦୧୩-୧୪ ଆର୍ଥିକ ବର୍ଷରେ ୨୩୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୨୦-୨୧ରେ ୧୦ ହଜାର ୫୩୦ କୋଟି ଟଙ୍କା ହୋଇଛି । ଏହିବର୍ଷ ଗହମ ଚାଷୀଙ୍କୁ ୭୫ହଜାର ୬୦ କୋଟି ଟଙ୍କା ଏବଂ ଧାନ ଚାଷୀଙ୍କୁ ୧ଲକ୍ଷ ୭୨ ହଜାର୭୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି । ଯୁବବର୍ଗଙ୍କୁ କିଭଳି ରୋଜଗାରର ସୁଯୋଗ ମିଳିବ ସେନେଇ ପଦକ୍ଷେପ ନିଆଯାଉଛି ।

ଆତ୍ମନିର୍ଭର ପ୍ୟାକେଜ PMGKY ୨.୭୬ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ । ତେବେ ଚଳିତ ଥର ଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ପୂର୍ବରୁ କରାଯାଇନଥିଲା । ଏହି କରୋନା ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯାଇଛି ।

୭୫ ବର୍ଷରୁ ଅଧିକ ବ୍ୟୟସର ବ୍ୟକ୍ତି ଦେବେ ନାହିଁ ଟ୍ୟାକ୍ସ

ନୂଆଦିଲ୍ଲୀ: ବଜେଟରେ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ । ବାର୍ଷିକ ବଜେଟ ଉପସ୍ଥପାନା କରୁଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ୭୫ ବର୍ଷରୁ ଅଧିକ ବ୍ୟୟସର ବ୍ୟକ୍ତିଙ୍କୁ ଟ୍ୟାକ୍ସରୁ ମୁକ୍ତ କରିଥିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯେଉଁଥିରେ ୭୫ କିମ୍ବା ଏହାଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ଆଇଟିଆର ଭରିବାକୁ ପଡିବ ନାହିଁ । ଫଳରେ ଫେନସନ ପାଉଥିବା ସମସ୍ତ ବରିଷ୍ଠ ନାଗରିକ ଏହାଦ୍ବାରା ଲାଭାନ୍ବିତ ହେବେ ।

ଲୋକସଭାରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା ଜାରି ରଖିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ବଜେଟରେ ଘୋଷଣା କରିଛନ୍ତି । ଯେଉଁଥିରେ ଅର୍ଥମନ୍ତ୍ରୀ କହିଛନ୍ତି, ଏନଆରଆଇ ଲୋକଙ୍କୁ ଟ୍ୟାକ୍ସ ଭରିବାରେ ଅସୁବିଧା ହେଉଥିଲା । କିନ୍ତୁ ବର୍ତ୍ତମାନ ଡବଲ ଟିକସ ସିଷ୍ଟମରେ ସାମନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

କୋଭିଡ କାଳରେ ଆଗତ ହେବାକୁ ଯାଉଛି ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ବର୍ଷ ୨୦୨୦ରେ ଅର୍ଥନାତିକୁ ଧ୍ୱଂସ୍ତ କରିଦେଇଥିବା କୋଭିଡ ପରେ ଆସିଛି ପ୍ରଥମ ବଜେଟ । ଆର୍ଥିକବର୍ଷ ୨୦୨୧-୨୨ ପାଇଁ ଖୋଲୁଛି ଅର୍ଥମନ୍ତ୍ରୀଙ୍କ ଅର୍ଥପେଡି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଜାରି ରଖିଛନ୍ତି ବଜେଟ ଅଭିଭାଷଣ । ଯେଉଁଥିରେ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ ଦିଆଯାଇଥିବା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ  ।

ଆୟକର ସ୍ଲାବ୍ ବଦଳିଲାନି, ଚାକିରିଆ ନିରାଶ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଆଜି ୨୦୨୧-୨୨ ପାଇଁ ବଜେଟ୍ ଲୋକସଭାରେ ଉପସ୍ଥାପିତ କରିଛନ୍ତି । କରୋନା ମାଡରେ ବେହାଲ ହୋଇଥିବା ମଧ୍ୟବିତ୍ତ ଶ୍ରେଣୀ ବିଶେଷକରି ଚାକିରିଆ ଆଶା କରିଥିଲେ ଯେ, ବଜେଟରେ ଅର୍ଥମନ୍ତ୍ରୀ ସେମାନଙ୍କୁ କିଛି ରିହାତି ଦେବେ । ଅତିକମରେ ଆୟକର ସ୍ଲାବରେ ପରିବର୍ତ୍ତନ ସେମାନଙ୍କ ଆଶା ଥିଲା । କିନ୍ତୁ ସୀତାରମଣଙ୍କ ବଜେଟ ଚାକିରିଆଙ୍କ ସବୁ ଆଶାରେ ପାଣି ଢାଳି ଦେଇଛି ।


ଏହି ବଜେଟରେ କୌଣସି ଅତିରିକ୍ତ କର ରିହାତି ଘୋଷଣା ହୋଇନାହିଁ କି ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପକ୍ଷରେ ଏହି ବଜେଟରେ ୭୫ ବର୍ଷ ବୟସ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଉଛେଦ ହୋଇଛି । ୭୫ ବର୍ଷରୁ ଅଧିକ ନାଗରିକଙ୍କୁ ଆଉ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । ତେବେ ଏଥିପାଇଁ ସର୍ତ୍ତ ହେଉଛି ତାଙ୍କ ଆୟ କେବଳ ପେନସନରୁ ଆସୁଥିବ ।

ତେବେ ଆର୍ଥିକ ବିଶେଷଜ୍ଞ ଏହି ରିହାତିକୁ ବେଶି ଗୁରୁତ୍ୱ ଦେଉ ନାହାନ୍ତି । ସେମାନଙ୍କ ଅନୁସାରେ ଏମିତି ଅନେକ ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନ ଏବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି । ମ୍ୟୁଚୁଆଲ ଫଣ୍ଡରୁ ହେଉଥିବା ଆୟ ଉପରେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ।

କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ଡାକ୍ତଖାନାର ଉପର ମହଲାରେ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଅଗ୍ନିଶମ ବିଭାଗର ଅଧିକାରୀମାନେ ଡାକ୍ତରଖାନା ବିଲଡିଂ ଉପକୁ ଚଢ଼ି ନିଆ ଲାଗିଥିବା ସ୍ଥାନରେ ପାଣି ପକାଉଛନ୍ତି । କୌଣସି ଜୀବନ ନଷ୍ଟ ହୋଇନଥିବା ସୂଚନା । କଟକ ଡିସିପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଯେପରି କୌଣସି ବ୍ୟକ୍ତିଙ୍କ ଜୀବନ ନଷ୍ଟ ନହୁଏ ତାକୁ ଗୁରୁତ୍ୱ ଦିଆଯାଉଛି ।

ହସ୍ପିଟାଲ ଭିତରେ ଥିବା ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ତୃତୀୟ ଓ ଚତୁର୍ଥ ମହଲାରେ ଆଇସିୟୁ ୱାର୍ଡ ଥିବାରୁ ସେଠାକୁ ନିଆଁ ଯେପରି ବ୍ୟାପିନଯାଉ ସେପ୍ରତି ଧ୍ୟାନ ଦିଆଯାଉଛି ।

 

ବଜେଟ୍‌ ୨୦୨୧: ଅର୍ଥମନ୍ତ୍ରୀଙ୍କ ଘୋଷଣା, ୩ ବର୍ଷରେ ନିର୍ମାଣ ହେବ ୭ଟି ଟେକ୍ସଟାଇଲ ପାର୍କ

0

ନୂଆଦିଲ୍ଲୀ: ଦେଶରେ ବୟନଶିଳ୍ପ ସ୍ଥାପନ ଏବଂ ଉନ୍ନତି ପାଇଁ ନିର୍ମାଣ ହେବ ୭ଟି ମେଗା ଟେକ୍ସଟାଇଲ ପାର୍କ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ କହିଛନ୍ତିଯେ, ଦେଶରେ ଏହି ମେଗା ଟେକ୍ସଟାଇଲ ପାର୍କର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଯାହାଦ୍ୱାରା ବୟନଶିଳ୍ପ କ୍ଷେତ୍ରରେ ଭାରତ ରପ୍ତାନି କରିବାରେ ଏକ ଅଗ୍ରଣୀ ଦେଶ ହୋଇପାରିବ । ଏହି ଟେକ୍ସଟାଇଲ ପାର୍କ ତିନି ବର୍ଷ ମଧ୍ୟରେ ନିର୍ମାଣ କରାଯିବ ।

ପୂର୍ବରୁ ବୟନ ମନ୍ତ୍ରଣାଳୟ ୭ଟି ମେଗା ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ରିଜନ ଏବଂ ଆପାରେଲ ଉକ୍ତ ପାର୍କର ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ । ଏହାଦ୍ୱାରା ବୟନଶିଳ୍ପରେ କାରବାର ବଢି ୨୨ କୋଟି ପର୍ଯ୍ୟନ୍ତ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଧୁନିକ ସୁବିଧା:

ସରକାର ୨୦୦୫ରେ ଇଣ୍ଟିଗ୍ରେଟେଡ୍‌ଟେକ୍ସଟାଇଲ ପାର୍କର ଆରମ୍ଭ କରିଥିଲେ । ଏଥିରେ ଅନ୍ତଃରାଷ୍ଟ୍ରୀୟ ମାନକକୁ ଆଧାର ଗୋଟିଏ ସ୍ଥାନରେ ଥିବା ଏକାଧିକ କାରଖାନାରେ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରାଯାଏ । ତେବେ ମେଗା ଟେକ୍ସଟାଇଲ ପାର୍କ ତିଆରି କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶରେ ଇଣ୍ଟିଗ୍ରେଟେଡ୍‌ଗ୍ଲୋବାଲ ପ୍ରତିଯୋଗୀତା କରିବାକୁ ଥିବା ଉତ୍ପାଦନ ଏବଂ ଏକ୍ସପର୍ଟ ହବ୍‌ଗଠନ କରାଯିବ । ଏହା ବ୍ୟତୀତ ଅର୍ଥମନ୍ତ୍ରୀ ଡେଭଲପମେଣ୍ଟ ଫାଇନାନଶିୟଲ ଇଂଷ୍ଟିଚ୍ୟୁଟ୍‌ବା DFI ତିଆରି ପାଇଁ ଘୋଷଣା କରିଛନ୍ତି । ଏଥିରେ ତିନି ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ମେଗା ପ୍ରକଳ୍ପ ସାମିଲ ରହିଛି ।

ବଜେଟରେ ଏହା ମଧ୍ୟ ଘୋଷଣା କରାଯାଇଛିଯେ, ରେଲଓ୍ୱେ,NHAI ଏବଂ ଏୟାରପୋର୍ଟ ଅଥୋରିଟି ଏବେ କେତେକ ପ୍ରକଳ୍ପକୁ ପାସ୍‌କରିପାରିବେ । ତେବେ ପୂର୍ବ ବଜେଟ୍‌ଅପେକ୍ଷା ଏହି ଘୋଷଣା ୩୦ ପ୍ରତିଶତ ଅଧିକ ରହିଛି ।

ବଜେଟରେ ମିଶନ ୨.୦, ଅର୍ଥମନ୍ତ୍ରୀଙ୍କ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା

ନୂଆଦିଲ୍ଲୀ: କୋଭିଡ କାଳରେ ଆଗତ ହେଉଛି ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ବର୍ଷ ୨୦୨୦ରେ ଅର୍ଥନାତିକୁ ଧ୍ୱଂସ୍ତ କରିଦେଇଥିବା କୋଭିଡ ପରେ ଆସିଛି ପ୍ରଥମ ବଜେଟ । ଆର୍ଥିକବର୍ଷ ୨୦୨୧-୨୨ ପାଇଁ ଖୋଲୁଛି ଅର୍ଥମନ୍ତ୍ରୀଙ୍କ ଅର୍ଥପେଡି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଜାରି ରଖିଛନ୍ତି ବଜେଟ ଅଭିଭାଷଣ । ବଜେଟ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି ।

ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଜରିଆରେ ୬୪୧୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବଜେଟରେ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାକୁ ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ବଢାଇ ଦିଆଯାଇଛି । ସେହିପରି କେନ୍ଦ୍ର ସରକାର ବିଶ୍ୱ ସ୍ବାସ୍ୱ ସଂଗଠନର ଅନେକ ମିଶନକୁ ଭାରତରେ ସ୍ଥାପିତ କରିବାକୁ ଯାଉଛନ୍ତି ।

ସେହିପରି ସ୍ୱଚ୍ଛ ଭାରତ ଯୋଜନାକୁ ଆଗେଇ ନେବା ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଯେଉଁଥିପାଇଁ ଅନେକ ସହରରେ ଅମୃତ ଯୋଜନା କାର୍ଯ୍ୟକ୍ଷମ କରାଇବା ସହ ଏହି ଯୋଜନାକୁ ବଢାଇ ଦିଆଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଦେଶକୁ ସ୍ୱଚ୍ଛ ରଖିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଇନ୍ନତି ଆଣିବା ପାଇଁ ସରକାର ବଜେଟରେ ୨,୮୭ ହଜାର କୋଟି ଅର୍ଥରାଶି ଘୋଷଣା କରିଛନ୍ତି ।

କୋଭିଡକୁ ପ୍ରତିହତ କରିବା ସହ ଭ୍ୟାକ୍ସିନ ବିତରଣକୁ ବଢାଇବା ପାଇଁ ସରକାର ପ୍ରତିବଦ୍ଧ । ଯେଉଁଥିପାଇଁ ବଜେଟରେ ଏଥିପାଇଁ ୩୫ ହଜାର କୋଟି ଘୋଷଣା କରାଯାଇଛି । ଚଳିତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ସହ ବଜେଟ ଅର୍ଥ ୧୩୭ ପ୍ରତିଶତକୁ ବଢାଇଦିଆଯାଇଛି । ସେହିପରି ବଜେଟ ଉପସ୍ଥାପନାରେ ମିଶନ ୨.୦ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନୂଆ ବଜେଟ୍‌ରେ ସୀତାରମଣ କହିଲେ ସୁସ୍ଥ ଭାରତ ଆମର ମନ୍ତ୍ର, ପୋଷଣ ୨.୦ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଇ ଗତି କରୁଛି ସାରା ବିଶ୍ୱ । ଏଭଳି ସ୍ଥିତରେ ଦେଶର ବଜେଟ୍‌ ଅତ୍ୟନ୍ତ କଠିନ ପରିସ୍ଥିତି ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏଥର ବଜେଟ୍‌ରେ ସୁସ୍ଥ ଭାରତ ଉପରେ ଗୁରୁତ୍ୱ ଦିଆଯାଇଛି । ସୀତାରମଣ କହିଛନ୍ତି ସୁସ୍ଥ ଭାରତ ଆମର ମନ୍ତ୍ର । ଏଥିପାଇଁ ମିଶନ ପୋଷଣ ୨.୦ର ଶୁଭାରମ୍ଭ କରାଯାଇଛି । ପିଏମ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନାର ମଧ୍ୟ ଆରମ୍ଭ କରାଯାଇଛି । ଏହା ସହ ଖୁବ୍‌ଶୀଘ୍ର ୧୧୨ ଜିଲ୍ଲାରେ ଖୋଲିବ ୧୭ ନୂଆ ଏମର୍ଜେନ୍ସି ସେଣ୍ଟର । କୋଭିଡ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା ଅନୁମୋଦନ ମଧ୍ୟ କରାଯାଇଛି ।

ସେହିଭଳି ଡାଲିଜାତୀୟ ଶସ୍ୟ ଚାଷ କ୍ଷେତ୍ରରେ ସରକାରଙ୍କ ସହାୟତା ୪୦ ଗୁଣା ବଢ଼ିଛି । ୨୦୧୩-୧୪ ଆର୍ଥିକ ବର୍ଷରେ ୨୩୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୨୦-୨୧ରେ ୧୦ ହଜାର ୫୩୦ କୋଟି ଟଙ୍କା ହୋଇଛି । ଏହିବର୍ଷ ଗହମ ଚାଷୀଙ୍କୁ ୭୫ହଜାର ୬୦ କୋଟି ଟଙ୍କା ଏବଂ ଧାନ ଚାଷୀଙ୍କୁ ୧ଲକ୍ଷ ୭୨ ହଜାର୭୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି । ଯୁବବର୍ଗଙ୍କୁ କିଭଳି ରୋଜଗାରର ସୁଯୋଗ ମିଳିବ ସେନେଇ ପଦକ୍ଷେପ ନିଆଯାଉଛି ।

ଆତ୍ମନିର୍ଭର ପ୍ୟାକେଜ PMGKY ୨.୭୬ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ । ତେବେ ଚଳିତ ଥର ଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ପୂର୍ବରୁ କରାଯାଇନଥିଲା । ଏହି କରୋନା ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯାଇଛି ।