ସମ୍ବଲପୁର: ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ । ଗେଟ ଖୋଲିବା ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ ସୁଶିଲ ବେହେରା । ସକାଳ ୧୦ ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବ । ହୀରାକୁଦ ତଳ ମୁଣ୍ଡର ଜଣ ସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କଲେ କତୃପକ୍ଷ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଲା ଜାତୀୟ ମାନ୍ୟତା
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର । ଯାହାର ଫଳସ୍ବରୁପ କେନ୍ଦ୍ର ସରକାରଙ୍କ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶା ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଛି । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି । ୨୦୧୯ରେ ଓଡିଶା ୧୪ ନମ୍ବର ସ୍ଥାନରେ ଥିଲା । ପ୍ରଦର୍ଶନ ଏବଂ ପ୍ରଶାସନ ଓ ପରିଚାଳନା କ୍ଷେତ୍ରରେ ୭୩ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାର ପରଫର୍ମାନ୍ସ ଗ୍ରେଡେସନ କରିଥାନ୍ତି ।
ନବୀନ ପଟ୍ଟନାୟକ ସ୍କୁଲ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଜରିଆରେ ହିଁ ସଶକ୍ତ ଓଡିଶା ଗଠନ କରାଯାଇପାରିବ ବୋଲି ନବୀନ ସବୁବେଳେ କହିଆସୁଥିଲେ । ସେଥିପାଇଁ ସେ ସ୍କୁଲ ଭିତ୍ତିଭୂମୀକୁ ସୁଦୃଢ କରିଥିଲେ । ସ୍କୁଲ ଶିକ୍ଷାରେ ଓଡିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ଏହି ସଫଳତାକୁ ନବୀନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
କିଏ ଏହି ସୋହମ, ଯିଏ ୫ କମ୍ପାନୀରେ କାମ କରି ଦିନକୁ ରୋଜଗାର କରନ୍ତି ୨.୫ ଲକ୍ଷ ଟଙ୍କା?
ନନ୍ଦିଘୋଷ ବ୍ୟୁରୋ: ଜଣେ ଭାରତୀୟ ଟେକ୍ ବିଶେଷଜ୍ଞଙ୍କ ଉପରେ ଏକକାଳୀନ ଅନେକ ଷ୍ଟାର୍ଟଅପରେ କାମ କରିବାର ଅଭିଯୋଗ ଆସିଛି । ଜଣେ ଆମେରିକୀୟ ଏହି ବିଶେଷଜ୍ଓଙ୍କ ଉପରେ ଅନେକ କମ୍ପାନୀକୁ ଠକିଥିବାର ଅଭିଯୋଗ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାଁ ହେଉଛି ସୋହମ ପାରେଖ । ଜଣେ ରେଡିଟ ବ୍ୟବହାରକାରୀ କହିଛନ୍ତି ସେ ଏକାଥର ୫ଟି କାମ କରି ପ୍ରତିବର୍ଷ ୬.୮୫ ଟଙ୍କା ରୋଜଗାର କରନ୍ତି । ହେଲେ ସୋହମ କାମ କିପରି କରନ୍ତି ? କେମିତି ଏତେଟଙ୍କା ରୋଜଗାର କରନ୍ତି ?
ସୋହମ ପାରେଖ ଜଣେ ଭାରତୀୟ ଟେକନିସିଆନ୍ । ସେ ଏକାଥରେ ଅନେକ ଷ୍ଟାର୍ଟଅପରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଜଣେ ଆମେରିକୀୟ ଉଦ୍ୟୋଗୀ ଦାବି କରିଛନ୍ତି ଯେ, ସେ ମୁନଲାଇଟିଂ କରନ୍ତି । ସେ ମାଉସ ଜଗଲର ବ୍ୟବହାର କରନ୍ତି । ମାଉସ ଜଗଲର ହେଉଛି ଏକ ଛୋଟ ଡିଭାଇସ ଯାହା କମ୍ପ୍ୟୁଟରର କର୍ସରକୁ ସାମାନ୍ୟ ଘୁଞ୍ଚାଇ ରଖେ । ଏହି ଡିଭାଇସ ଲଗାଇଲେ କର୍ସର ଘୁଞ୍ଚୁଥାଏ । ଏମିତି ଲାଗିଥାଏ ଯେପରି କେହି କମ୍ପ୍ୟୁଟରରେ ବସି କାମ କରୁଛି ।
AI ଉପକରଣ ବ୍ୟବହାର କରି ଏପରି କରାଯାଇପାରେ । ଯିଏ ଏକାଥର ୫ଟି କମ୍ପାନୀରେ କାମ କରନ୍ତି ସେ ସିସିଟିଭି କ୍ୟାମେରା ବନ୍ଦ ରଖନ୍ତି ଏବଂ ଛୁଟି ନିଅନ୍ତି । ଏହିପରି କରି ସୋହମ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏପରି କରି ସଫଳତା ପାଇବା ପଛରେ ମିଛ ଏବଂ ଠକିବା ହେଉଛି ମୂଳମନ୍ତ୍ର ।
ସୋହମ ଘରେ ରହି କାମ କରନ୍ତି ଏବଂ ବୈଠକକୁ ଯାଆନ୍ତିନାହିଁ । ନିଜକୁ ପରାମର୍ଶଦାତା ବୋଲି କହି କେବଳ ଅଫିସର ମୁଖ୍ୟ କାମ କରନ୍ତି ଏବଂ ଫୋନ କଲରୁ ଦୂରେଇ ରୁହନ୍ତି । ତେବେ ସେ ମୁନଲାଇଟିଂ କରୁଥିବା ଅଭିଯୋଗ ହୋଇଛି । ଏହାର ଅର୍ଥ ଆପଣ ଆପଣଙ୍କ ମୁଖ୍ୟ କାମ ବ୍ୟତିତ ଗୁପ୍ତ ଭାବେ ଅନ୍ୟ କାମ କରିବା ।
କୋଭିଡ ଟିକା ନିରାପଦ, କ୍ଷତିକାରକ ନୁହେଁ : ଡାକ୍ତର ମୋହିତ ଗୁପ୍ତା
ନନ୍ଦିଘୋଷ ବ୍ୟୁରୋ: କୋଭିଡ ଟିକା ନିରାପଦ । କ୍ଷତିକାରକ ନୁହେଁ । ଏହା ସୁରକ୍ଷା କବଚ ସଦୃଶ । ଏପରି ଆଶ୍ବସ୍ତିକର ମତାମତ ରଖିଛନ୍ତି ଦିଲ୍ଲୀର ଜି ବି ପନ୍ତ ହସପିଟାଲର ହୃଦବିଶେଷଜ୍ଞ ତଥା ପ୍ରଫେସର ଡାକ୍ତର ମୋହିତ ଗୁପ୍ତା । ସେ କହିଛନ୍ତି, ତାଙ୍କ ଡାକ୍ତରଖାନା ପାଖାପାଖି ୧୬ଶହ ହୃଦରୋଗୀଙ୍କ କେସ ଅନୁଧ୍ୟାନ କରି ଏହି ନିଷ୍କର୍ସରେ ପହଞ୍ଚିଛି । ଡାକ୍ତରଖାନାକୁ ଆସିଥିବା ହୃଦରୋଗୀଙ୍କୁ ଦୁଇ ଭାଗ କରାଯାଇଥିଲା । ଯେଉଁମାନେ କୋଭିଡ ଟିକା ନେଇଥିଲେ ସେମାନଙ୍କୁ ହାର୍ଟ ଆଟାକ ହେବା କ୍ଷୀଣ । ଏପରିକି ସେମାନଙ୍କ ଅନ୍ଯ ରୋଗ ସମ୍ବନ୍ଧୀୟ ମୃତ୍ଯୁ କିମ୍ବା ହଠାତ ମୃତ୍ଯୁକୁ ମଧ୍ୟ ଏଡାଇ ଦିଆଯାଇପାରୁଛି । ରୋଗୀଙ୍କୁ ୩୦ ଦିନରୁ ୬ ମାସ ଯାଏଁ ନିରୀକ୍ଷଣ କଲାପରେ ଡାକ୍ତରଖାନା ଏପରି ସିଦ୍ଧାନ୍ତରେ ଉପନୀତ ବୋଲି କହିଛନ୍ତି ଡାକ୍ତର ଗୁପ୍ତା । ତେଣୁ ଷ୍ଟଡିରୁ ଜଣାପଡିଛି ଯେ, କୋଭିଡ ଟିକା କ୍ଷତିକାରକ ନୁହେଁ । ଏହା କେବଳ ଜିବି ପନ୍ତ ଡାକ୍ତରଖାନାର ସିଦ୍ଧାନ୍ତ ନୁହେଁ, ଆଇସିଏମଆର ମଧ୍ଯ ଏହାକୁ ମାନିଛି । ଏହି ଷ୍ଟଡିରେ କୋଭାକ୍ସିନ ଓ କୋଭିସିଲଡ ଉଭୟ ଟିକା ନେଇଥିବା ରୋଗୀଙ୍କୁ ସାମିଲ କରାଯାଇଥିଲା ।
ଭାବପୂର୍ଣ୍ଣ ପରିବେଶରେ ଚାଲିଛି ଅମରନାଥ ଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ହର ହର ମହାଦେବ ଧ୍ବନିରେ କମ୍ପୁଛି ପରିବେଶ। ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ଚାଲିଛି ଅମରନାଥ ଯାତ୍ରା। କେଉଁଠି ଭଜନ କୀର୍ତ୍ତନ ତ କେଉଁଠି ଭକ୍ତଙ୍କ ପ୍ରାର୍ଥନା। ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅମରନାଥ ଯାତ୍ରା ଲାଗି ପୋଲିସ ଓ ପ୍ରଶାସନର ବି ବ୍ୟାପକ ପ୍ରସ୍ତୁତି। ଗତକାଲି ସେମାନ କାଶ୍ମୀରର କାଜିଗନ୍ଦ-ବନିହାଲ ଟନେଲ ଅତିକ୍ରମ କରିବା ପରେ ଆଜି ସେମାନେ ଆଗକୁ ଯାତ୍ରା କରିଛନ୍ତି। ସମସ୍ତ ଶ୍ରଦ୍ଧାଳୁଙ୍କୁ କାଶ୍ମୀରୀ ପରମ୍ପରାରେ ସ୍ବାଗତ କରାଯାଇଛି। ପ୍ରଥମ ପର୍ଯ୍ଯାୟରେ ୫ ହଜାର ୮୯୨ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିଛନ୍ତି। ଜାମୁର ଭଗବତୀ ନଗରରୁ ସେମାନେ ବାହାରିଥିଲେ। ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଲାଗି ୩୧୦ରୁ ଅଧିକ ସରକାରୀ ଯାନର ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଏହି ଯାତ୍ରା ହେଉଥିବାରୁ ଯାତ୍ରୀଙ୍କ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାରେ ଅତ୍ୟାଧୁନିକ ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି। ପହଲଗାଓଁ ଦେଇ ଅମରନାଥ ଯିବାକୁ ହେଲେ ପଡିବ ୩୬ରୁ ୪୮ କିଲୋମିଟର। ବାଲଟାଲ ଦେଇ ଯିବାକୁ ହେଲେ ପଡ଼ିବ ୧୪ କିଲୋମିଟର। ୩ ହଜାର ୮୮୮ ମିଟର ଉଚ୍ଚରେ ଥିବା ଅମରନାଥକୁ ଯିବା ଲାଗି କଷ୍ଟସାଧ୍ୟ ରୁଟ ରହିଛି।
ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା
ନନ୍ଦିଘୋଷ ବ୍ୟୁରୋ: ଜଳସଂପଦ ପ୍ରୋକ୍ୟୁରମେଣ୍ଟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି କହିଛନ୍ତି, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ବିପଦ ସଂକେତ ତଳେ ଅଛନ୍ତି। ଝାଡ଼ଖଣ୍ଡରେ ଯେଉଁ ଘୁର୍ଣ୍ଣିବଳୟ ହୋଇଛି, ତାହା ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ବର୍ଷା କରାଯିବ। ହୀରାକୁଦ ପାଇଁ ବିପଦ ନାହିଁ। ବ୍ରାହ୍ମଣୀ ପାଇଁ ଵି ରେଙ୍ଗାଳି ଓ ହୀରାକୁଦ ଜଳ ଧାରଣ ପାଇଁ ପ୍ରସ୍ତୁତ ଅଛି। ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ। ତେବେ ଗାଁ ଭିତରୁ ପାଣି ଛାଡ଼ୁନି। ଅସମୟରେ ପାଣି ଆସିଲା। ତେବେ ଖୁବ ଶୀଘ୍ର ଏହା ସମୁଦ୍ରକୁ ଯିବାର ଆଶା ଅଛି।
ଝାଡ଼ଖଣ୍ଡର ଚାନ୍ଦିଲିର ୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ଷା ବଢ଼ୁଛି। କେଉଁ ମାସ କେତେ ବର୍ଷା ଆକଳନ କରି ହେଉନି। ଗତ ମାସ ମୟୂରଭଞ୍ଜରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଘାଇ କେଉଁଠି ଵି ହୋଇନି। ବର୍ଷା ସବୁଠି ଅଧିକ ହେଉନି। ମହାନଦୀ ଅବବାହିକାରେ ୬୦ ମିଲିମିଟର ଓ ବ୍ରାହ୍ମଣୀରେ ୩୦ ମିଲିମିଟର ବର୍ଷା ହୋଇଛି। ଏକକାଳୀନ ଉପର ଓ ତଳ ମୁଣ୍ଡରେ ବର୍ଷା ସହିତ ବାଦଲ ଫାଟିଲେ ବନ୍ୟା ହେବ। ତେବେ ଵାଦଲ ଫଟା ବର୍ଷାର ସମ୍ଭାବନା ନାହିଁ। ଡ୍ୟାମର ଅବବାହିକାରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାରେ ସ୍ଥିତି।
ଦିଲ୍ଲୀରେ ଡବଲ ମର୍ଡର, ମାଆ-ପୁଅଙ୍କୁ ମାରିଦେଲେ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଡବଲ ମର୍ଡର। ଦକ୍ଷିଣ ଦିଲ୍ଲୀର ଲାଜପତ ନଗରରେ ଘଟିଛି ଲୋମହର୍ଷକ ହତ୍ଯାକାଣ୍ଡ। ମା ଓ ତାଙ୍କ ସନ୍ତାନଙ୍କୁ କରାଯାଇଛି ହତ୍ୟା। ମୃତକ ହେଲେ ୪୨ ବର୍ଷ ବୟସ୍କା ରୁଚିକା ସେବାନୀ ଓ ୧୪ ବର୍ଷୀୟ ସନ୍ତାନ କ୍ରିସ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ପରିବାର ସଦସ୍ୟ ପୋଲିସକୁ ଖବର ଦେବା ପରେ ଏକ ବନ୍ଦ ଘରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଥରୁମରେ ପୁଅର ମୃତଦେହ ପଡ଼ିଥିବାବେଳେ ବେଡରୁମରେ ପଡଥିଲା ମାଆର ମୃତଦେହ।
ବାରମ୍ବାର ଫୋନ କରିବା ସତ୍ତ୍ବେ ଉତ୍ତର ନମିଳିବା ଯୋଗୁ ମୃତ ମହିଳାଙ୍କ ସ୍ବାମୀ କୁଳଦୀପ ପୋଲିସକୁ ଖବର ଦେଇଥିଲେ। ପୋଲିସ ସିସିଟିଭି ଓ ପାରିପାର୍ଶିକ ପ୍ରମାଣ ଯୋଗାଡ଼ କରି ତଦନ୍ତ ଜାରି ରଖିଛି। ସେପଟେ ଏହି ହତ୍ୟାକାଣ୍ଡ ପଛରେ ଘରେ କାମ କରୁଥିବା ଜଣେ ସହାୟକ ମୁକେଶକୁ ଧରିଛି ପୋଲିସ। ରୁଚିକା ଦୁର୍ବ୍ୟବହାର କରିଥିବାରୁ ସେ ରୁଚିକା ଓ ତାଙ୍କ ପୁଅକୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ସ୍ବୀକାର କରିଥିବା ସୂଚନା ମିଳିଛି। ତାକୁ ଦୀନ ଦୟାଲ ଉପାଧ୍ଯାୟ ଜଙ୍କସନରୁ ପୋଲିସ ଧରିଥିଲା। ଦିଲ୍ଲୀ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି। ଲାଜପତ ନଗର ମାର୍କେଟରେ ରୁଚିକା ଏକ ଗାର୍ମେଣ୍ଟ ଦୋକାନ ଚଳାଉଥିଲେ।…
ଶରଧାବାଲିରେ ଲାଗିଲା ତିନି ରଥ
ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁଙ୍କ ବାହୁଡ଼ା ପ୍ରସ୍ତୁତି। ଶରଧାବାଲିରେ ଲାଗିଲା ତିନି ରଥ। ଗତକାଲି ଦର୍ପଦଳନ ଓ ତାଳଧ୍ଵଜର ଦକ୍ଷିଣ ମୋଡ଼ କରାଯାଇ ନାକଚଣାରେ ଲାଗିଥିଲା। କିନ୍ତୁ ବର୍ଷା ଓ ରାତି ହେବାରୁ ନନ୍ଦିଘୋଷର ଦକ୍ଷିଣ ମୋଡ଼ କରାଯାଇପାରିନଥିଲା। ଆଜି ସକାଳେ ଏହାର ଦକ୍ଷିଣ ମୋଡ଼ କରାଯାଇଛି। ଅର୍ଥାତ ଏବେ ତିନିଟି ଯାକ ରଥ ଶରଧାବାଲିଲେ ଲାଗିଛନ୍ତି। ବାହୁଡ଼ିବାକୁ ପ୍ରସ୍ତୁତ। ଆସନ୍ତାକାଲି ହେବ ସାଂଧ୍ୟ ଦର୍ଶନ। ବାହୁଡା଼ ନୀତି ଶୃଙ୍ଖଳିତ କରିବାପାଇଁ ସନ୍ଧ୍ୟା ଦର୍ଶନ ସମୟ ସଂକୁଚିତ କରାଯାଇଛି। ସେହି ଦିନ ସନ୍ଧ୍ୟା ୭ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶନିବାର ଦିନ ହେବ ବାହୁଡ଼ା ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ମହପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଶନିବାର ହେବ ବାହୁଡ଼ା।
ମାଲିର ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ
ନନ୍ଦିଘୋଷ ବ୍ୟୁରୋ: ଆଫ୍ରିକୀୟ ରାଷ୍ଟ୍ର ମାଲିର ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ । ନିଷିଦ୍ଧ ଘୋଷିତ ଆତଙ୍କୀ ସଂଗଠନ ଅଲ କାଏଦାର ଏକ ସହଯୋଗୀ ସଂଗଠନ ସେମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ପଶ୍ଚିମାଞ୍ଚଳ ମାଲି ଅନ୍ତର୍ଗତ କାୟେସସ୍ଥିତ ଡାଏମଣ୍ଡ ସିମେଣ୍ଟ କାରଖାନାରୁ ସେମାନଙ୍କୁ ଅପହରଣ କରାଯାଇଛି । ଏହା ସହ ଚୀନର ଜଣେ ନାଗରିକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି କାରଖାନା ଉପରେ ସଶସ୍ତ୍ର ଆତଙ୍କୀମାନେ ସମ୍ମିଳିତ ହମଲା କରିବା ପରେ ସେମାନଙ୍କୁ ଅପହରଣ କରାଯାଇଛି । ଆକ୍ରମଣ କରିବା ସହ କିଛି କର୍ମଚାରୀଙ୍କୁ ପଣବନ୍ଦୀ କରିଥିଲେ । ପରେ ସେମାନଙ୍କୁ ଅପହରଣ କରିଥିଲେ । ଅଲ କାଏଦା ସହ ଜଡ଼ିତ ଜମାତ ନୁସରତ ଅଲ-ଇସଲାମ ଓ୍ବାଲ ମୁସଲିମିନ ପକ୍ଷରୁ ଏହି ଅପରହରଣ କରାଯାଇଥିବା କୁହାଯାଇଛି ।
ଏହା ସହ କାଏସ, ନିଓନୋ, ମୋଲୋଦ ଓ ଅନ୍ୟାନ୍ଯ ସ୍ଥାନରେ ଥିବା ସାମରିକ ସ୍ଥଳୀ ଉପରେ ଜେଏନଆଇଏମ ପକ୍ଷରୁ ୭ରୁ ଅଧିକ ହମଲା ହୋଇଛି। ଏହି ଅପହରଣ ଘଟଣାକୁ ତୀବ୍ର ନିନ୍ଦା କରିଛି ଭାରତୀୟ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ । ଅପହୃତ ଭାରତୀୟଙ୍କୁ ନିରାପଦରେ ଉଦ୍ଧାର ଲାଗି ମାଲି ସରକାରଙ୍କ ନିକଟରେ ଅନୁରୋଧ କରିଛି ମନ୍ତ୍ରାଳୟ । ଗତ ଜୁଲାଇ ୧ରେ ଏହି ଅପହରଣ ଘଟିଥିଲା । ସଶସ୍ତ୍ର ଆତଙ୍କୀ ପ୍ରଥମେ କାରଖାନାରେ ପ୍ରବେଶ କରିବା ପରେ ଭାରତୀୟଙ୍କୁ ଅପହରଣ କରିଥିଲେ । ବାମାକୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ଭାରତୀୟଙ୍କ ଉଦ୍ଧାର ଲାଗି ପଦକ୍ଷେପ ନିଆଯାଇଛି । ସେପଟେ ମାଲିରେ ବସବାସ କରୁଥିବା ଭାରତୀୟମାନେ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ମନ୍ତ୍ରାଳୟ ।
କ’ଣ ପାଇଁ ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟକୁ ପୁଣି ବ୍ୟାନ୍ କଲା ଭାରତ?
ନନ୍ଦିଘୋଷ ବ୍ୟୁରୋ: ଭାରତରେ ପୁଣି ବବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ । ଖୋଲିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ବହୁ ନାମୀ ଦାମୀ କଳାକାର, କ୍ରିକେଟର ଏବଂ ୟୁଟ୍ୟୁବରଙ୍କ ଆକାଉଣ୍ଟ ଆଉ ଏବେ ଆସୁନାହିଁ । ତେବେ କାହିଁକି ପୁଣିଥରେ ଏଭଳି ନିଷ୍ପତ୍ତି ନିଆଗଲା । ଏହା ପଛରେ କଣ ରହିଛି କାରଣ । ଏହାକୁ କାହିଁକି ବ୍ୟାନ କରାଯିବାକୁ ନିଆଗଲା ନିଷ୍ପତ୍ତି । ତେବେ ପାକିସ୍ତାନର ପ୍ରତିଷ୍ଠିତ ସେଲିବ୍ରିଟି ହାନିଆ ଆମୀର, ସାହିଦ ଆଫ୍ରିଦ, ଫଓ୍ବାଦ ଖାନଙ୍କ ଭଳି ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟ ଏବେ ଭାରତର ୟ୍ୟୁଜର୍ସମାନେ ଦେଖିବାକୁ ପାଉନାହାନ୍ତି । ତେବେ ଏଯାବତ ଏନେଇ କୌଣସି ସରକାରୀ ତଥ୍ୟ ପ୍ରଦାନ କରାଯାଇନାହିଁ । ମାତ୍ର ଏହିସବୁ ଆକାଉଣ୍ଟକୁ ସର୍ଚ୍ଚ କଲେ ନଟ୍ ଆଭେଲେବଲ ଦେଖାଉଛି ।
କହି ରଖୁଛୁ କି, ଗତକାଲି ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଥିଲା ପ୍ରତିବନ୍ଧକ । ପାକିସ୍ତାନର ବଡ ବଡ ସେଲିବ୍ରିଟି ଏବଂ ଖେଳାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟିଥିଲା । ଏହାପରେ ପାକିସ୍ତାନୀ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଭାରତରେ ଦେଖିବାକୁ ମିଳୁଛି । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ସମୟରେ ଏହି ପ୍ରତିବନ୍ଧକ ଲଗାଇଥିଲା ଭାରତ । ଅପରେସନ ସିନ୍ଦୂର ବେଳେ ଅପପ୍ରଚାର ଏବଂ ଦଙ୍ଗା ସୃଷ୍ଟିକାରୀ କଣ୍ଟେଣ୍ଟ ପକାଉଥିବାରୁ ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ସହ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା ।
ମାତ୍ର କାଲି ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହୋଇଥିଲେ ବି ଆଜି ଏହା ଆଉ ଦେଖିବାକୁ ମିଳୁନି ।
ସେପଟେ ବୁଧବାର ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ପରେ ଏହାକୁ ନେଇ ଅଭିଯୋଗ ଆଣିଥିଲା AIWCA । ଅଲ ଇଣ୍ଡିଆ ସିନେ ଓ୍ବାକର୍ସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ନିବେଦନ କରାଯାଇଥିଲା । ଯେଉଁଥିରେ ସେମାନେ ଦାବି କରିଥିଲେ କି, ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଉ । ବାରମ୍ବାର ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି । ୨୨/୧୧, ଉରୀ, ପୁଲଓ୍ବାମା ଏବଂ ପହଲଗାମ ଭଳି ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ରହିଥିବାବେଳେ ସେମାନଙ୍କ ସେଲିବ୍ରିଟିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।

