spot_img
Home Blog Page 6043

ଗଞ୍ଜାମ ବୁଗୁଡ଼ାରେ ବାଘ ମୃତ୍ୟୁ ଘଟଣାରେ ୭ ଶିକାରୀ ଗିରଫ

ଗଞ୍ଜାମ ବୁଗୁଡ଼ାରେ ବାଘ ମୃତ୍ୟୁ ଘଟଣାରେ ୭ ଶିକାରୀ ଗିରଫ

ମନ୍‌ କି ବାତ୍‌ରେ ରାଉରକେଲାର ଓଡ଼ିଆ ଛାତ୍ରୀଙ୍କୁ ମୋଦିଙ୍କ ପ୍ରଶଂସା

ମନ୍‌ କି ବାତ୍‌ରେ ରାଉରକେଲାର ଓଡ଼ିଆ ଛାତ୍ରୀଙ୍କୁ ମୋଦିଙ୍କ ପ୍ରଶଂସା

ଆସନ୍ତାକାଲିଠୁ ଦେଶରେ ପୂରାଦମରେ ଖୋଲିବ ସିନେମା ହଲ୍

ଆସନ୍ତାକାଲିଠୁ ଦେଶରେ ପୂରାଦମରେ ଖୋଲିବ ସିନେମା ହଲ୍

ଶକ୍ତି ହରାଉଛି ଟିଏମ୍‌ସି: ନିର୍ବାଚନ ପୂର୍ବରୁ ମମତାଙ୍କ ହାତ ଛାଡ଼ିଲେ ଆଉ ୫ ନେତା

ଶକ୍ତି ହରାଉଛି ଟିଏମ୍‌ସି, ନିର୍ବାଚନ ପୂର୍ବରୁ ମମତାଙ୍କ ହାତ ଛାଡ଼ିଲେ ଆଉ ୫ ନେତା

ବଢୁଛି ଚାଷୀଙ୍କ ବଳ, ଆନ୍ଦୋଳନରେ ସାମିଲ ହେଉଛନ୍ତି ହଜାର ହଜାର ଅନ୍ନଦାତା

ବଢୁଛି ଚାଷୀଙ୍କ ବଳ, ଆନ୍ଦୋଳନରେ ସାମିଲ ହେଉଛନ୍ତି ହଜାର ହଜାର ଅନ୍ନଦାତା

ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସାମାବେଶ। ଘରେ ଘରେ ସରକାରଙ୍କ ବିକାଶମୂଳକ ଯୋଜନା ପହଞ୍ଚାବାକୁ ପ୍ରସ୍ତୁତ ହେଲା ରୋଡ୍‌ମ୍ୟାପ୍

ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସାମାବେଶ।  ଘରେ ଘରେ ସରକାରଙ୍କ ବିକାଶମୂଳକ ଯୋଜନା ପହଞ୍ଚାବାକୁ ପ୍ରସ୍ତୁତ ହେଲା ରୋଡ୍‌ମ୍ୟାପ୍

ମୋଦିଙ୍କୁ ଟିକୈତଙ୍କ ପାଲଟା ପ୍ରଶ୍ନ, ତ୍ରିରଙ୍ଗା କ’ଣ କେବଳ ମୋଦିଙ୍କର?

0

ନୂଆଦିଲ୍ଲୀ: ୨୦୨୧ ବର୍ଷର ପ୍ରଥମ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି ପରୋକ୍ଷରେ ଚାଷୀଙ୍କୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ୨୬ ଜାନୁଆରୀରେ ଦିଲ୍ଲୀରେ ତ୍ରିରଙ୍ଗାର ଅପମାନ ଦେଖି ଦେଶ ଅତ୍ୟନ୍ତ ଦୁଃଖିତ ହୋଇଛି। ତେବେ ମୋଦିଙ୍କ ଏହି ଟିପଣୀ ପରେ ଚାଷୀନେତା ରାକେଶ ଟିକୈତ୍ ପ୍ରତିକ୍ରିୟା ରଖିଛନ୍ତି।

ତିକୈତ୍ କହିଛନ୍ତି, ତ୍ରିରଙ୍ଗା ଏକା ପ୍ରଧାନମନ୍ତ୍ରୀଙ୍କର ନୁହେଁ। ଜାତୀୟ ପତାକାକୁ ସାରାଦେଶ ସମ୍ମାନ କରେ। ଯିଏ ତ୍ରିରଙ୍ଗାର ଅପମାନ କରିଛନ୍ତି, ସେମାନଙ୍କୁ ଧରାଯାଉ ବୋଲି ତିକୈତ୍ କହିଛନ୍ତି। ଏହାସହ ବନ୍ଧୁକ ମୂନରେ ଚାଷୀ-ସରକାର ଆଲୋଚନା ସମ୍ଭବ ନୁହେଁ ବୋଲି ମଧ୍ୟ ବୟାନ ଦେଇଛନ୍ତି ରାକେଶ।

ସୂଚନା ଯୋଗ୍ୟ, ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକଟ୍ର ରାଲି ସମୟରେ ହିଂସା କାଣ୍ଡ ଦେଖିବାକ ମିଳିଥିଲା । ଏପରିକି ହଜାର ହଜାର ଚାଷୀ ଲାଲ୍‌ କିଲ୍ଲାରେ ପଶିଯାଇଥିଲେ। ଏବଂ ସେଠାରେ ସେମାନେ ତ୍ରୀରଙ୍ଗାର ପତାକାକୁ ଅସମ୍ମାନ କରିଥିଲେ। ତେବେ ଏ ନେଇ ଆଜି ମୋଦି ‘ମନ୍ କି ବାତ୍‌’ରେ କହିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଚାଷୀ ନେତା ରାକେଶ ତିକୈତ।

ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ

ଭଦ୍ରକ: ଭଦ୍ରକରେ ବିଶାଳ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭଦ୍ରକ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଯୁବ ଓ ଛାତ୍ର ନେତାଙ୍କୁ ଗୁରମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ଯୋଗଦେଇ ଛାତ୍ରନେତାଙ୍କୁ ଉତ୍ସାହିତ କଲେ ନବୀନ ।

ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ତୃଣମୂଳସ୍ତରରେ ଯୁବ ଓ ଛାତ୍ର ନେତା ଓ କର୍ମୀମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟ କିପରି କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଯୁବ ଓ ଛାତ୍ର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଫେବ୍ରୁଆରୀ ଆରମ୍ଭରୁ ଏହି ୬ ପରିବର୍ତ୍ତନ ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ

ନୂଆଦିଲ୍ଲୀ: ଏକ ଫେବ୍ରୁଆରୀ ଅର୍ଥାତ୍ ଆସନ୍ତା କାଲିଠାରୁ ଭାରତରେ ୬ ବଡ ଧରଣର ପରିବର୍ତ୍ତନ ଆସୁଛି । ଏହି ପରିବର୍ତ୍ତନ ଆପଣଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ । ନୂଆ ଆରମ୍ଭ ଆପଣଙ୍କ ପାଇ ଆଣିବ କିଛି ଆଶ୍ୱସ୍ତି । ଅନ୍ୟପକ୍ଷରେ କିଛି କଥାକୁ ଧ୍ୟାନରେ ନରଖିଲେ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିବ । ଏହାମଧ୍ୟରୁ କିଛି ଏଭଳି ପରିବର୍ତ୍ତନ ରହିଛି ଯାହା ଆପଣଙ୍କ ପର୍ସ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏକ ଫେବ୍ରୁଆରୀରୁ କ’ଣ ସବୁ ବଦଳିବାକୁ ଯାଉଛି ।

କାଲି ଆସିବ ବଜେଟ


୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ବଜେଟ ଉପସ୍ଥାପନା କରିବେ । ପ୍ରଥମ ଥର ପାଇଁ ଏଥରକ ବଜେଟ୍ ପେପରଲେସ୍ ହେବ । କରୋନା ଓ ଲକଡାଉନରେ ବେହାଲ ନାଗରିକଙ୍କୁ ଏଥର କିଛି ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ଚାକିରିଆଙ୍କ ଟ୍ୟାକ୍ସ କମିପାରେ । ବ୍ୟବସାୟୀଙ୍କୁ ମଧ୍ୟ ସରକାର ଆଶ୍ୱସ୍ତି ଦେଇ ପାରନ୍ତି । ତେବେ କିଛି ଜିନିଶ ମହଙ୍ଗା ହେବାର ଆଶଙ୍କା ରହିଛି । ସରକାର ଅନେକ ବସ୍ତୁ ଉପରେ ସୀମା ଶୁଳ୍କ ହ୍ରାସ କରିବା ସମ୍ଭାବନା ରହିଛି ।

ପିଏନବି ଖାତାଧାରୀ ଏହି ଏଟିଏମରୁ ଉଠାଇ ପାରିବେ ନାହିଁ ଟଙ୍କା


ପଂଜାବ ନ୍ୟାଶନାଲ ବ୍ୟାଙ୍କ ନିଜ ଖାତା ଧାରକଙ୍କୁ ଜାଲସାଜିରୁ ବଂଚାଇବା ପାଇଁ ଏକ ବଡ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଅନ୍ତର୍ଗତରେ ପିଏନବି ଗ୍ରାହକ ୧ ଫେବ୍ରୁଆରୀରୁ ନନ-ଇଏମଭି ଏଟିଏମ ମେସିନରୁ ଟଙ୍କା ଉଠାଇ ପାରିବେ ନାହିଁ । ନିକଟରେ ପିଏନବି ପକ୍ଷରୁ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା । ପଂଜାବ ନ୍ୟାସନାଲ ବ୍ୟାଙ୍କର ଏହି ପଦକ୍ଷେପ କେତେ ପ୍ରଭାବଶାଳୀ ରହିବ ତାହା ଦେଖିବାକୁ ରହିଲା ।

ଏଲପିଜି ମୂଲ୍ୟ ବଦଳିବ

ପ୍ରତି ମାସରେ ତୈଳ କମ୍ପାନୀ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରିଥାନ୍ତି । ପ୍ରତି ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ରହିଥାଏ । ଏହି ହିସାବରେ ଏଲପିଜି ଦର ବିଭିନ୍ନ ରାଜ୍ୟରେ ଅଲଗା ହୋଇଥାଏ । ୧ ଫେବ୍ରୁଆରୀ ଦିନ ଆସନ୍ତା ମାସ ପାଇଁ ମୂଲ୍ୟର ଘୋଷଣା ହେବ । ସୂଚନାଯୋଗ୍ୟ ଯେ, ଗ୍ୟାସ ମୂଲ୍ୟ ପ୍ରତି ମାସରେ ବଦଳିଥାଏ । ଅନ୍ତର୍ଜାତୀୟ ବଜାର ଆଧାରରେ ମୂଲ୍ୟ ନିର୍ଧାରଣ ହୋଇଥାଏ । ବର୍ତ୍ତମାନ ସମୟରେ ନୂଆଦିଲ୍ଲୀରେ ୧୪.୨ କିଲୋ ଓଜନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ରହିଛି ।

ଆରମ୍ଭ ହେବ ରେଲୱେର ଇ-କ୍ୟାଟେରିଂ ସେବା


କରୋନା ଭାଇରସ କାରଣରୁ ଭାରତୀୟ ରେଳବାଇର ଇ-କ୍ୟାଟେରିଂ ସେବା ଗତ ୧୦ ମାସ ଧରି ବନ୍ଦ ଥିଲା । ଯାହାକୁ ଫେବ୍ରୁଆରୀ ଏକ ତାରିଖରୁ ପୁଣି ଥରେ ଆରମ୍ଭ କରାଯାଉଛି । ଭାରତୀୟ ରେଳବାଇ ପକ୍ଷରୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ତେବେ ଆରମ୍ଭରେ ଏହି ସେବା କେବଳ କିଛି ନିର୍ଦ୍ଦିଷ୍ଠ ଷ୍ଟେଶନରେ ଉପଲବ୍ଧ ହେବ ।

ନୂଆ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆ ଏକ୍ସପ୍ରେସ୍


ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ନୂଆ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବାବଦରେ ଘୋଷଣା କରାଯାଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ଫେବ୍ରୁଆରୀ ୨୭ ମାର୍ଚ୍ଚ ମଧ୍ୟରେ ତ୍ରିଚି ଓ ସିଙ୍ଗାପୁରକୁ ନିୟମିତ ଫ୍ଲାଇଟ୍ ସେବା ପ୍ରଦାନ କରିବ । ଏହି ରୁଟରେ ଆହୁରି ମଧ୍ୟ କନେକ୍ସନ ହେବ । କୁଏଟରୁ ବିଜୟୱାଡା,ହାଇଦ୍ରାବାଦ,ମାଙ୍ଗାଲୁରୁ,କୋଝିକୋଡେ,କୁନ୍ନୁର ଓ କୋଚ୍ଚି ମଧ୍ୟରେ ଉଡାଣ ଆରମ୍ଭ ହେବ ।

ଓଟିପି ଓ ଆଇରିସ୍ ଅଥେଣ୍ଟିକେସନରେ ମିଳିବ ରାସନ


ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡ ଧାରକଙ୍କୁ ଅନ୍ନପୂର୍ଣ୍ଣା ଓ ଅନ୍ତୋଦୟର ରାଶନ ବାୟୋମେଟ୍ରିକ ପରିୟତ ଜରିଆରେ ମିଳୁଥିଲା । ଫେବ୍ରୁଆରୀରୁ ଏଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ । ଯେଉଁଥିରେ ମୋବାଇଲ ଓଟିପି ଓ ଆରିସି ଅଥେଣ୍ଟିକେସନର ଆବଶ୍ୟକତା ପଡିବ । ୧ ଫେବ୍ରୁଆରୀଠାରୁ ଏହି ଯୋଜନା ତେଲେଙ୍ଗାନାରେ ଲାଗୁ ହେବ । କରୋନା କାରଣରୁ ସରକାର ବାୟୋମେଟ୍ରିକ୍ ଅଥେଣ୍ଟିକେସନକୁ ସରକାର ବନ୍ଦ କରି ଦେଇଛନ୍ତି । ରାସନ ପାଇବା ପାଇଁ ସବୁ କାର୍ଡ ଧାରକଙ୍କ ନିଜ ଆଧାର ନମ୍ବରକୁ ମୋବାଇଲ ନମ୍ବର ସହ ଯୋଡିବାକୁ ପଡିବ ।

ପୋଲିଓ ପାଇଁ ଆସନ୍ତା ତିନିଦିନ ଯାଏଁ ବନ୍ଦ ରହିବ କରୋନା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ । ୫ବର୍ଷରୁ କମ୍ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି । ଭୁବନେଶ୍ୱର ୟୁନିଟ୍‌-୪ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଜ୍ୟସ୍ତରୀୟ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପଲ୍‌ସ ପୋଲିଓ ଅଭିଯାନ ପାଇଁ ଆଜିଠାରୁ ତିନିଦିନ ପାଇଁ ବନ୍ଦ ରହିଛି କରୋନା ଟିକାକରଣ ।

ସାରା ରାଜ୍ୟରେ ୪୧ଲକ୍ଷ ୩୧ ହଜାର ୭୬୩ ଶିଶୁଙ୍କୁ ପୋଲିଓ ଦିଆଯବ  । ଏଥିପାଇଁ ୧୯ ହଜାର ୫୫୭ଟି କେନ୍ଦ୍ର ଖୋଲିଛି । ଭୁବନେଶ୍ୱରରେ ୨୫୦ କେନ୍ଦ୍ରରେ ୯୪ ହଜାର ୩୯ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ  । ଏଥିପାଇଁ ୨୫୦ଟି କେନ୍ଦ୍ର ଖୋଲିଛି । ଆଜି କେନ୍ଦ୍ରରେ ପୋଲିଓ ବୁନ୍ଦା ଦିଆଯାଉଥିବାବେଳେ ଆସନ୍ତା ଦୁଇଦିନ ଘରଘର ବୁଲି ପୋଲିଓ ଦିଆଯିବ । ତେବେ ପୋଲିଓ ପାଇଁ ତିନିଦିନ ରାଜ୍ୟରେ କରୋନା ଟିକାକରଣ ବନ୍ଦ ରହିଛି ।

ପୋଲିଓ ଦିଆଯିବା ପରେ ଆସନ୍ତା ୩ ତାରିଖଠୁ ପୁଣି ଟିକାକରଣ ଆରମ୍ଭ ହେବ । କରୋନା ଟିକାକରଣ ପାଇଁ ଗୃହ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଗୃହ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ଆଜି ରାତି ୧୨ସୁଦ୍ଧା ପଞ୍ଜୀକରଣ କରିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ତାରିଖରେ ଦ୍ୱିତୀୟ ଡୋଜ୍‌ କରୋନା ଟିକା ଦିଆଯିବ ।