spot_img
Home Blog Page 6051

ଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ବିଜୟଚୌକରେ ଧ୍ୱଜାବତରଣ ଚାଲିଛି । ଭାରତୀୟ ଗଣତନ୍ତ୍ରର ଏହି ସ୍ମରଣୀୟ ପର୍ବରେ ସାକ୍ଷୀ ହେବା ଲାଗି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଛନ୍ତି । ଏହି ସମୟରେ ଧ୍ୱଜାବତରଣ କ୍ଷେତ୍ରରୁ ମାତ୍ର ୨ କିଲୋମିଟର ଦୂରରେ ଘଟିଛି ବୋମା ବିସ୍ଫୋରଣ । ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଏହା ଦେଶବାସୀଙ୍କ ମନରେ ଏକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୁଣିଥରେ ଅଙ୍କୁରିତ କରିଛି ।

 

ଏହି ବିସ୍ଫୋରଣରେ ୪ରୁ ୫ଟି କାରର କାଚ ଭାଙ୍ଗି ପଡ଼ିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିସ୍ଫୋରଣ ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ କରୁଛି । ବଜୟ ଚୌକରୁ ୨ କିଲୋମିଟର ଦୂରରେ ବିସ୍ଫୋରଣ ଘଟିଛି । ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଧ୍ୱଜାବତରଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ବିସ୍ଫୋରଣ ଦିଲ୍ଲୀର କଡ଼ା ସୁରକ୍ଷା ବ୍ୟବସ୍ଥା ଦୂତାବାସ ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ସହ ଅଗ୍ନିଶମ ବାହିନୀ ପହଞ୍ଚିଛି । ସୂଚନା ଅନୁସାରେ ଇସ୍ରାଏଲ ଦୂତାବାସର ପ୍ରାୟ ୧୫୦ ମିଟର ଦୂରରେ ଘଟିଛି । ବିସ୍ଫୋରଣ ସ୍ଥଳକୁ ପୋଲିସ କର୍ଡନ କରି ନେଇଛି । ସନ୍ଧ୍ୟା ପ୍ରାୟ ୫ଟା ୫ ସମୟରେ ଏପିଜେ ଅବଦୁଲ କଲାମ ରୋଡର ଜିନ୍ଦଲ ହାଉସ୍ ନିକଟର ବିସ୍ଫୋରଣ ହୋଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

କାର-ଅଟୋ ଧକ୍କା, ୧୫ରୁ ଅଧିକ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅମରଦା-ରାସଗୋବିନ୍ଦପୁର ରାସ୍ତା ବାଙ୍କବଣ ଠାରେ ଦୁର୍ଘଟଣ । କାର ସହିତ ଅଟୋ ଧକ୍କା ହେବା ଫଳରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୯ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Car-Auto Collision In Mayurbhanj, 15 Injured  

ସୂଚନା ଅନୁସାରେ ରାସଗୋବିନ୍ଦପୁର ଅଞ୍ଚଳର ଦିନ ଶ୍ରମିକ କାମ ସାରି ଫେରୁଥିବା ବେଳେ ବାଙ୍କ ବଣ ଠାରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

ରୁଙ୍ଗଟା ମାଇନ୍ସ ପରିସରରେ ପଶିଲା ଦନ୍ତା ହାତୀ, ଭୟରେ ଧାଇଁଲେ କର୍ମଚାରୀ

ଢେଙ୍କାନାଳ: କମ୍ପାନୀ ପରିସରରେ ଦନ୍ତା ହାତୀ ଆତଙ୍କ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଝାଡ଼ବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସ ପରିସରରେ ଆଜି ଏକ ଦନ୍ତା ହାତୀ ପଶି ଯାଇଥିଲା । ଶୁକ୍ରବାର ଦ୍ୱି ପହରରେ ହାତୀଟି କମ୍ପାନୀ ପରିସରରେ ପଶିଥିବା ବେଳେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ ।

Elephant Terror In Premises Of Rungta Mines Dhenkanal

ଦନ୍ତା ହାତୀକୁ ଦେଖି ଭୟଭୀତ ହୋଇ ପଡ଼ିଥିବା ଶ୍ରମିକ ଓ କର୍ମଚାରୀ ଏଣେତେଣେ ଧାଇଁବାରେ ଲାଗିଥିଲେ । ହିନ୍ଦୋଳ ବନ ବିଭାଗ ଅଧିକାରୀ କମ୍ପାନୀ ପରିସରରୁ ହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇଛନ୍ତି । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି ।

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ କ୍ରୀଡ଼ାମନ୍ତ୍ରୀ, ୧୭ ବ୍ଲକରେ ନିର୍ମାଣ ହେବ ଆଷ୍ଟ୍ରୋ ଟର୍ଫ

ରାଉରକେଲା: କେବଳ ରାଉରକେଲା ସହର ନୁହେଁ ସୁନ୍ଦରଗଡ଼ ଜିଲ୍ଲାର ପ୍ରତି ବ୍ଲକକୁ ଦିଆଯିବ ଗୁରୁତ୍ୱ । ରାଉରକେଲା ସହରରେ ଦେଶର ସର୍ବବୃହତ୍ତ ହକି ଷ୍ଟାଡିୟମ୍ ନିର୍ମାଣ ସହ ସୁନ୍ଦରଗଡ଼ ଜିଲ୍ଲାର ୧୭ଚି ବ୍ଲକରେ ନିର୍ମାଣ ହେବ ଆଷ୍ଟ୍ରୋ ଟର୍ଫ । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ଆଷ୍ଟ୍ରୋ ଟର୍ଫ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ।

Astro Turf To Be Built In All Block Of Sundergarh Dist

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ନିର୍ମାଣ ହେବ । ଆସନ୍ତା ୬ରୁ ୮ ମାସ ମଧ୍ୟରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି । ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କ୍ରୀଡ଼ାମନ୍ତ୍ରୀ ହକି ଖେଳାଳିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହିତ ବିଭିନ୍ନ ବ୍ଲକ ଅଞ୍ଚଳ ଗସ୍ତ କରିଛନ୍ତି ।

Astro Turf To Be Built In All Block Of Sundergarh Dist

ରାଉରକେଲାରେ ହକି ବିଶ୍ୱକପ୍-୨୦୨୩  ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏଥିପାଇଁ ରାଉରକେଲାରେ ୨୦ ହଜାର ଦର୍ଶକ ବସିବା କ୍ଷମତା ଥିବା ଷ୍ଟାଡିୟମ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପିରୁ ଇସ୍ତଫା

ହରିୟାଣା: ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି (ବିଜେପି)ରୁ ଇସ୍ତଫା ଦେଇଛନ୍ତି ବିଧାୟକ । କୃଷକ ଆନ୍ଦୋଳନକୁ ସମର୍ଥନ ଓ କୃଷି ଆଇନକୁ ବିରୋଧ ଜଣାଇ ବିଜେପିରୁ ଇସ୍ତଫା ଦେଇଛନ୍ତି ବିଧାୟକ ରାମପାଳ ମାଜରା । କଳାୟାତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ହେଲା ବିଧାୟକ ନିର୍ବାଚିତ ହୋଇଆସୁଥିବା ଶ୍ରୀ ମାଜରା ଗତ ୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ଇଣ୍ଡିଆନ୍ ଜାତୀୟ ଲୋକ ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ଇମ୍ରାନ ଖାନଙ୍କୁ ଭାରତ ଚିନ୍ତା, ଦଖଲ ପାଇଁ ବାଇଡେନଙ୍କୁ ନିବେଦନ

            ତେବେ ନିଜ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ କିଛି ସ୍ପଷ୍ଟ କରିନାହାନ୍ତି ମାଜରା । ଲାଲକିଲ୍ଲାରେ ହୋଇଥିବା ଅଘଟଣ ଏକ ଚକ୍ରାନ୍ତ । ହିଂସା ଭିଆଇଥିବା ବ୍ୟକ୍ତି କ୍ଷମାତରେ ଥିବା ବ୍ୟକ୍ତିଙ୍କ ନିକଟତର । ଏଭଳି ଘଟଣାକୁ ରୋକିବା ସରକାରଙ୍କ ଦାୟିତ୍ୱ । ଏଥିଲାଗି ସୁରକ୍ଷା ଏଜେନ୍ସି ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଥିଲା । ବିଜେପି ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ସହ ସେମାନଙ୍କ ବିରୋଧରେ କିଛି ଭିତ୍ତିହୀନ ଅଭିଯୋଗ ଆଣୁଥିବା ଶ୍ରୀ ମାଜରା କହିଛନ୍ତି । ଚାଷୀ ସ୍ୱାମୀନାଥନ୍ କମିଶନଙ୍କ  ସୁପାରିସକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଦାବି କରୁଥିବା ବେଳେ ସରକାର କୃଷକ ବିରୋଧ ଆଇନ ଲାଗୁ କରୁଛନ୍ତି ।

 

ଇମ୍ରାନ ଖାନଙ୍କୁ ଭାରତ ଚିନ୍ତା, ହସ୍ତକ୍ଷେପ ପାଇଁ ବାଇଡେନଙ୍କୁ ନିବେଦନ

ନୂଆଦିଲ୍ଲୀ: ଭାରତ ବିରୋଧରେ ପୁଣି ପାକିସ୍ତାନର ଚାଲ୍ । ସିଏଏ, ଧାରା ୩୭୦ ପରେ ପୁଣି ଆମେରିକାର ହସ୍ତକ୍ଷେପ ଲୋଡ଼ିଲା ପାକିସ୍ତାନ । ଭାରତରେ ଚାଲିଥିବା କୃଷି ଆଇନକୁ ସମର୍ଥନ ଆଳରେ ପୁଣି ମୁଣ୍ଡ ଖେଳାଇଛି ପାକିସ୍ତାନ । ଜାନୁଆରୀ ୨୬ରେ ଦିଲ୍ଲୀରେ ଆନ୍ଦୋଳନ କରିଥିବା ଲୋକଙ୍କ ପ୍ରତି ପାକିସ୍ତାନ ବିଦେଶ ମାମଲା ସଂସଦୀୟ ସମିତି ସହାନଭୂତି ଦେଖାଇଛି । ଆନ୍ଦୋଳନ ବେଳେ ଭାରତ ମାନବାଧିକାର ଉଲ୍ଲଂଘନ କରିଥିବା ପାକିସ୍ତାନ ଅଭିଯୋଗ କରିବା ସହ ଆମେରିକାର ଜୋ ବାଇଡେନ୍ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛି ।

Pakistan Govt Urged To Raise India Rights Violations With Biden Administration

ପାକିସ୍ତାନ ସାଂସଦ ମୁସୈଦ ହୁସୈନ ସୈୟଦଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ ମହମୁଦ କୁରେସୀ ଉପସ୍ଥିତ ଥିଲେ । ବିଦେଶ ମାମଲା ସଂସଦୀୟ ସମିତି କହିଛି- ମୋଦି ସରକାରଙ୍କ ଦ୍ୱାରା ଅତ୍ୟାଚାରକୁ ବିରୋଧ କରୁଥିବା ଲୋକଙ୍କ ଲାଗି ଜାନୁଆରୀ ୨୬ କଳା ଦିବସ ଥିଲା । ନୂଆଦିଲ୍ଲୀର ଲାଲକିଲ୍ଲାରେ ଶିଖ୍ କୃଷକ ନିଜର ପବିତ୍ର ପତାକା ଉଡ଼ାଇଥିଲେ । ଆମେ ସେହି କୃଷକଙ୍କ ସହ ଅଛୁ ବୋଲି ପାକିସ୍ତାନ କହିଛି ।

Pakistan Govt Urged To Raise India Rights Violations With Biden Administration

ଏଥିସହ ବିଜେପର ଘନିଷ୍ଠ ଆରଏସ୍ଏସକୁ ଟାର୍ଗେଟ୍ କରିଛି ପାକିସ୍ତାନ । ୨୦୧୯ରେ ଭାରତରେ ୧୦ ହଜାର କୃଷକ ଆତ୍ମହତ୍ୟା କରିଥିବା ପାକିସ୍ତାନ କହିବା ସହ ଧର୍ମ ପାଇଁ ମୁସଲମାନଙ୍କୁ ଟାର୍ଗେଟ୍ କରାଯାଉଥିବା କହିଛି । ମାନବାଧିକାର ଉଲ୍ଲଂଘନର ଏହି ମାମଲା ଉପରେ ଜାତିସଂଘ ମାନବାଧିକାର ପରିଷଦ, ୟୁରୋପୀୟ ସଂସଦ, ୟୁରୋପୀୟ ୟୁନିୟନ କୋର୍ଟ ଓ ଆମେରିକାର ବାଇଡେନ୍ ସରକାର ହସ୍ତକ୍ଷେପ କରନ୍ତୁ ।

Pakistan Govt Urged To Raise India Rights Violations With Biden Administration

ଏହାବ୍ୟତୀତ ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାକିସ୍ତାନ ହୋଇଥିବା ବେଳେ ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଆତଙ୍କବାଦକୁ ଭାରତ ପ୍ରୋତ୍ସାହନ ଦେଉଥିବା କହିଥିଲେ । ଏଥିସହ ଆତଙ୍କବାଦ ଦ୍ୱାରା ପାକିସ୍ତାନ ପୀଡ଼ିତ ଥିବା କହିଥିଲେ କୁରେସୀ । ସମିତିରେ କାଶ୍ମୀର ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉପରେ ଅନ୍ତର୍ଜାତୀୟ ସମର୍ଥନ ଯୋଗାଡ଼ ପାଇଁ ଉଦ୍ୟମ କରିଥିବା ବେଳେ ବିଳ ହୋଇସାରିଛି ।

Jioକୁ ପଛରେ ପକାଇଲା Airtel, ନଭେମ୍ବରରେ ହାତେଇଲା ୪୩ ଲକ୍ଷ ନୂଆ ମୋବାଇଲ ଗ୍ରାହକ

ନୂଆଦିଲ୍ଲୀ: ଟେଲିକମ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆର ନୂତନ ଡାଟା ଅନୁଯାୟୀ ୨୦୨୦ ମସିହା ନଭେମ୍ବର ମାସରେ ଏୟାରଟେଲ ୪୩ ଲକ୍ଷ ନୂଆ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଛି । ନୂଆ ସବସକ୍ରାଇବର ମାମଲାରେ ଟେଲିକମ ଅପରେଟର ଜିଓକୁ ପଛରେ ପକାଇଛି । ସେହିପରି ଭୋଡାଫୋନ ଇଣ୍ଡିଆ ଏବଂ ବିଏସଏନଏଲ ନଭେମ୍ବର ମାସରେ ନିଜର ଅନେକ ଗ୍ରାହକ ହରାଇଛି । ସୂଚନା ଅନୁଯାୟୀ ଏୟାରଟେଲ ଲଗାତାର ଚତୁର୍ଥ ମାସ ପାଇଁ ନିଜ ସବସକ୍ରାଇବର ମାମଲାରେ ଶୀର୍ଷ ସ୍ଥାନରେ ରହିଛି ।

TRAI ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ନଭେମ୍ବର ୩୦ ତାରିଖ ୨୦୨୦ ମସିହା ଡାଟାକୁ ଦେଖିବା ଜଣାପଡୁଛି ଯେ, ଏୟାରଟେଲ ନଭେମ୍ବର ମାସରେ ୪.୩ ମିଲିୟନ ସବସକ୍ରାଇବରଙ୍କୁ ନିଜ ସହ ଯୋଡ଼ିଛି । ଏୟାରଟେଲ ପାଖରେ ସର୍ବମୋଟ ୩୩୪.୬୫ ମିଲିୟନ ସବସକ୍ରାଇବର ଥିବାବେଳେ ମାର୍କେଟରେ ୨୮.୯୭ ପ୍ରତିଶତ ଅଂଶିଦାର ରହିଛି ।

ରିଲାଏନ୍ସ ଜିଓ ନଭେମ୍ବର ମାସରେ ୧.୩ ମିଲିୟନ (ପ୍ରାୟ ୧୩ ଲକ୍ଷ) ମୋବାଇଲ ସବସକ୍ରାଇବରଙ୍କ ସହ ଯୋଡ଼ି ହୋଇଛି । ଅକ୍ଟୋବର ମାସ ୨୦୨୦ ତୁଳନାରେ କମ୍ପାନୀ ୦.୪୮ ପ୍ରତିଶତ ଗ୍ରୋଥ୍ ହାତେଇପାରିଛି । ଅବଶ୍ୟ ଜିଓ ପାଖରେ ସର୍ବମୋଟ ୪୦୮.୨୯ ମିଲିୟନ ୱାୟାରଲେସ ସବସକ୍ରାଇବର ଅଛନ୍ତି ଏବଂ କମ୍ପାନୀର ମାର୍କେଟ ସେୟାର ୩୫.୩୪ ପ୍ରତିଶତ ରହିଛି ।

TRAI ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଭାରତରେ ଅକ୍ଟୋବର ମାସ ପରେ ନଭେମ୍ବର ୨୦୨୦ ଶେଷ ଆଡ଼କୁ ୧,୧୫୧.୮୧ ମିଲିୟନ ୱାୟାରଲେସ ସବସକ୍ରାଇବର ବଢ଼ିଛି । ଏହାବ୍ୟତୀତ, ଏୟାରଟେଲ ପାଖରେ ସବୁଠୁ ଅଧିକ ଆକ୍ଟିଭ ୱାୟାରଲେସ ସବସକ୍ରାଇବର ୯୬.୬୩ ପ୍ରତିଶତ ରହିଛି । ଆକ୍ଟିଭ ୱାୟାରଲେସ ସବସକ୍ରାଇବରଙ୍କ କଥା କହିବାକୁ ଗଲେ, ଜିଓ ପାଖରେ ୭୯.୫୫ ପ୍ରତିଶତ, ଭୋଡାଫୋନ ପାଖରେ ୮୯.୦୧ ଏବଂ ବିଏସଏନଏଲ ପାଖରେ ୫୧.୭୨ ପ୍ରତିଶତ ମାର୍କେଟ ସେୟାର ରହିଛି ।

ଅନୁଗୁଳରେ ନକଲି ଖାଇବା ତେଲ ଫ୍ୟାକ୍ଟ୍ରି, ୪ ଅଟକ

ଅନୁଗୁଳ: ଭେଜାଲ ହେଉଛି ଖାଇବା ତେଲ । ଗୋଟିଏ ଟିଣ ତେଲ ଭିନ୍ନ ଭିନ୍ନ କମ୍ପାନୀ ନାଁରେ ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି । ଅନୁଗୁଳର ପଞ୍ଚମମହଲାରେ ଚାଲିଥିବା ନକଲି ଖାଇବା ତେଲ କାରଖାନା ଠାବ କରାଯାଇଛି । ପୋଲିସ ଓ ଜନସ୍ୱାସ୍ଥ୍ୟ ବିଭାଗ ରେଡ୍ କରିଛି । ନକଲି ତେଲ କାରଖାନାରୁ ବିପୁଳ ପରିମାଣର ଅପମିଶ୍ରିତ ତେଲ ଜବତ କରାଯାଇଛି ।

Duplicate Edible Oil Factory In Angul, 4 Held

ରୁଚି ଗୋଲ୍ଡ, ଲାଇଫ୍ ଡ୍ରପ୍ ଭଳି ଏକାଧିକ କମ୍ପାନୀର ଲଗୋ ଓ ଷ୍ଟିକର ଜବତ ହୋଇଛି । ଏଠାରେ ତେଲକୁ ବିଭିନ୍ନ କମ୍ପାନୀ ନାଁରେ ପ୍ୟାକେଜିଂ କରାଯାଇ ବଜାରକୁ ବିକ୍ରି ପାଇଁ ଛଡ଼ା ଯାଉଥିବା ଜଣାପଡ଼ିଛି । ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ପୂର୍ବରୁ ବଲାଙ୍ଗିରର କଣ୍ଟାବାଞ୍ଜି ସହରରେ ଏଭଳି ନକଲି ତେଲ କାରଖାନା ଠାବ ହୋଇଥିଲା ।

ଚାଷୀଙ୍କୁ ହଟାଇବାକୁ ନୂଆ ପ୍ଳାନ୍: ଆନ୍ଦୋଳନରତ ଚାଷୀଙ୍କୁ ପଥର ମାଡ଼

ନୂଆଦିଲ୍ଲୀ: ସିଂଘୁ ସୀମାରେ ଉତ୍ତେଜନା। ଚାଷୀଙ୍କୁ ହଟାଇବାକୁ ନୂଆ ପ୍ଲାନ୍ ।  ଆନ୍ଦୋଳନରତ ଚାଷୀ ଓ ସ୍ଥାନୀୟ ଲୋକ ମୁହାଁମୁହିଁ । ଲାଠି ସହ ଟେକା ପଥର ମାଡ଼ କଲେ ଦିଲ୍ଲୀ ନରେଲା ବଓ୍ବାନାର ଲୋକେ । ପୋଲିସ ହାତରୁ ଲାଠି ଛଡ଼ାଇ ସେମାନେ ଚାଷୀଙ୍କୁ ମାଡ଼ । ଲୋକମାନଙ୍କୁ ଅଟକାଇବା ପାଇଁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଛି ପୋଲିସ  । ଲୋକମାନେ ଚାଷୀଙ୍କ ଟେଣ୍ଟ ଭାଙ୍ଗିବା ସହ ପଥର ମାଡ଼ କରିଛନ୍ତି । ଆନ୍ଦୋଳନସ୍ଥଳରୁ ଲୋକମାନଙ୍କୁ ହଟାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା  । ନରେଲା ବଓ୍ବାନାର ପ୍ରୟ ୨ଶହ ଲୋକ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କୁ ଆକ୍ରମଣ ।

ଏଥିସହିତ ପଢ଼ନ୍ତୁ: ଆତ୍ମହତ୍ୟା କରିବା ପାଇଁ ଧମକ ଦେଲେ କୃଷି ନେତା ରାକେଶ ଟିକାୟତ

ଆନ୍ଦୋଳନସ୍ଥଳରେ ମହାସଂଗ୍ରାମ ସ୍ଥିତି । ଚାଷୀଙ୍କୁ ତଡ଼ିବାକୁ ଚେଷ୍ଟା କରାଯିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅନେକ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା । ତଲଓ୍ବାର ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । କେତେଜଣ ପୋଲିସ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଆଜି ସକାଳୁ ଆନ୍ଦୋଳନସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ବେଳେ ଆନ୍ଦୋଳନସ୍ଥଳ ଚାରିପଟେ ବ୍ୟାରିକେଡ୍ କରାଯାଇଥିଲା । ହେଲେ ଏଭଳି ସ୍ଥିତି ଉପୁଜିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ହିଂସକ କାଣ୍ଡରେ ପୋଲିସର ସହଯୋଗ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଆନ୍ଦୋଳନ ହଟାଇବାକୁ ଏଭଳି ପ୍ଲାନ୍ କରାଯାଇଛି ବୋଲି କୁହାଯାଉଛି । ପୋଲିସ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିଛି ।

 

ଭିନ୍ନକ୍ଷମ ସେକ୍ସ ରାକେଟ ମାମଲା, ସହଯୋଗ କରୁଥିଲେ ମହିଳା ଟେଲରିଂ ପ୍ରଶିକ୍ଷକ

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ର ସେକ୍ସ ରାକେଟ ମାମଲା। ସଂପାଦକଙ୍କୁ ସହଯୋଗ କରୁଥିଲେ ଅନୁଷ୍ଠାନର ଜଣେ ମହିଳା ଟେଲରିଂ ପ୍ରଶିକ୍ଷକ। ସେକ୍ସ ରାକେଟ ଖବର ପ୍ରସାରଣ ପରେ ଫେରାର ହୋଇଯାଇଥିଲେ ସେହି ମହିଳା ପ୍ରଶିକ୍ଷକ। ସଂପାଦକଙ୍କ ସବୁ କାରନାମା ମହିଳା ପ୍ରଶିକ୍ଷକ ଜାଣିଥିବା ଅଭିଯୋଗ ହୋଇଛି। ରାଜଧାନୀରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ଯ୍ୟାଳୟର ତଳ ମହଲାରେ କାର୍ଯ୍ୟାଳୟ ଓ ଉପରେ ଚାଲିଥିଲା ଦେହ ବେପାର। ଏପରି ଏକ ଭିଡିଓ ଗଣମାଧ୍ୟମକୁ ଆସିବା ପରେ ବହୁ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି।

ସରକାରୀ ବାବୁଙ୍କୁ ଝିଅ ଭେଟି ଦେଉଥିଲେ ସଂସ୍ଥାର ସଂପାଦକ। ଭିନ୍ନକ୍ଷମ ଯୁବତୀଙ୍କୁ ସେକ୍ସ କାରବାରରେ ନିୟୋଜିତ କରୁଥିବା ଅଭିଯୋଗ ଆସିଥିଲା। ଯିଏ ନ ମାନିଲା ତାଙ୍କୁ ରାତି ଅଧରେ ବିଦା କରୁଥିଲେ ସଂପାଦକ ମହାଶୟ। ସଂପାଦକ ବାବୁ ନିଜେ ଭିନ୍ନକ୍ଷମ ହୋଇଥିଲେ ବି ଭିନ୍ନକ୍ଷମ ଯୁବତୀଙ୍କ ପ୍ରତି ତାଙ୍କର ଅମାନବିକ ଆଚରଣ ଏବେ ପଦାକୁ ଆସିଛି।

ଭାଇରାଲ ହୋଇଥିବା ଏକ ଅଡିଓରେ ଏକଥା ସ୍ପଷ୍ଟ ହୋଇଛି ଯେ, ଏହି ଅନୁଷ୍ଠାନ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ନୁହଁ ବରଂ ନିଜ ସ୍ୱାର୍ଥ ପାଇଁ ଚଲାଇଥିଲେ ସଂପାଦକ ବାବୁ। ସେପଟେ ସଂପାଦକଙ୍କ ପାଖରେ ଏବେବି ପୋଲିସ ପହଞ୍ଚି ପାରିନଥିବାବେଳେ ପୋଲିସର ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ନେଇ ଅସନ୍ତୋଷ ଜାହିର କରିସାରିଛନ୍ତି ସାମାଜିକ କର୍ମୀ। ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।