spot_img
Home Blog Page 6052

ବିମାନ ଯାତ୍ରା ଓ ଭିସା ସମ୍ପର୍କିତ କଟକଣା ଫେବ୍ରୁଆରୀ ୨୮ ଯାଏଁ ବଳବତ୍ତର

0

ନୂଆଦିଲ୍ଲୀ: ବିମାନ ଯାତ୍ରା ଏବଂ ଭିସା ପ୍ରଦାନ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇଛି । ଏ ସମ୍ପର୍କରେ ଗତ ୨୬ ଜୁନରେ ଜାରି ନିର୍ଦ୍ଦେଶନାମାକୁ ୨୮ ଫେବ୍ରୁଆରୀ ୨୦୨୧ ଯାଏଁ ବଳବତ୍ତର ରଖାଯାଇଛି । ଭାରତ ଆସୁଥିବା ଏବଂ ଭାରତରୁ ଯାଉଁଥିବା ବିମାନ ପାଇଁ ଏହି ନିମୟ କଟକଣା ଲାଗୁ ରହିବ । ତେବେ ଅନ୍ତର୍ଜାତୀୟ କାର୍ଗୋ  ବିମାନ ଏବଂ ଡିଜିସିଏ ଦ୍ୱାରା ସ୍ୱୀକୃତ ବିମାନ ପାଇଁ ଏହି ନିୟମ ଲାଗୁ ହେବନାହିଁ । ତେବେ କିଛି ନିର୍ଦ୍ଦିଷ୍ଟ ରୁଟ୍ ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିପାରେ । ଏ ନେଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ରାଜ୍ୟରେ ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ବର୍ଷକ ମଧ୍ୟରେ ସଂଖ୍ୟା ପହଞ୍ଚିଲା ୧୧୩ରେ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବାଧ୍ୟତାମୂଳକ ଅବସର। ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ଆଜି ୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବର୍ଷକ ମଧ୍ୟରେ ୧୧୩ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଲିକାରେ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ଅଧିକାରୀ ମାନଙ୍କର ନାମ ରହିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳ। ଆଙ୍କ ବିରୁଦ୍ଧରେ ୯ଟି ଭିଜିଲାନ୍‌ସ କେସ୍‌ ରହିଛି। ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା। ସେହିପରି ସରକାରୀ କାର୍ଯ୍ୟରେ ତାଙ୍କର ଆନ୍ତରିକତା ଅଭାବ ରହିଥିଲା ଏବଂ ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ସୌଜନ୍ୟ ମଧ୍ୟ ସେ ରକ୍ଷା କରୁ ନଥିଲେ।

ସେହିପରି ରମେଶ ଚନ୍ଦ୍ର ମହାଲିକ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀଙ୍କୁ ମଧ୍ୟ ବିଦା କରାଯାଇଛି। ମହାଲିକଙ୍କ ବିରୁଦ୍ଧରେ ୪ଟି ଭିଜିଲାନ୍‌ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା। ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ତାଙ୍କ ଠାରେ ଥିଲା।

ବାଧ୍ୟତାମୂଳକ ଅବସର ପାଇଥିବା ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ  ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା। ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍‌ସ ମାମଲା ରହିଛି।

ସେପଟେ ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍‌ସ ମାମଲା ରହିଥିଲା। ସେଥିପାଇଁ ତାଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍‌ସ କେସ ରହିଛି। କୁମାର ଘଡେଇ ଜଙ୍ଗଲ ବିଭାଗର ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍‌ସ କେସ୍ ରହିଥିବାରୁ ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍‌ସ କେସ ରହିଛି। ସେଥିପାଇଁ ଏମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଖାଲି ସେତିକି ନୁହେଁ             ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜନାଲ ଶ୍ରମ କମିଶନର  ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଝଗଡ଼ା କାରଣରୁ ଯବାନଙ୍କ ଉପରକୁ ଗୁଳି ଚଳାଇଲେ ଯବାନ, ଜଣେ ମୃତ ଦୁଇ ଗୁରୁତର

ମାଲକାନଗିରି: ସିଆରପିଏଫ୍‌ କ୍ୟାମ୍ପରେ ଯବାନଙ୍କ ଉନ୍ମତ କାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର କେସଲୁର ନିକଟସ୍ଥ ସେଡବା ସିଆର୍‌ପିଏଫ୍ କ୍ୟାମ୍ପରେ ୨୪୧ ବାଟାଲିୟନର ଯବାନ ଯାବାନଙ୍କୁ ଗୁଳି ଚଳାଇଛନ୍ତି। ସାଥୀ ଯବାନଙ୍କ ମଧ୍ୟରେ ବଚସା, କଥା କଟାକଟି ଉଗ୍ରରୂପ ନେଇଥିଲା। ସାଥୀ ଯବାନଙ୍କୁ ଗୁଳି କରି ନିଜ ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ଦୁଇ ଯବାନ ଗୁରୁତର ହୋଇଛନ୍ତି। ମୃତ ଯବାନ ହେଉଛନ୍ତି ପ୍ରମୋଦ କୁମାର ସୋରି।

ଗିରିଶ କୁମାର ଏବଂ ସନ୍ତୋଷ ବାଚମ୍ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଆହତ ଯବାନ ଗିରୀଶ କୁମାର ଅନ୍ୟମାନଙ୍କ ଉପରକୁ ଗୁଳି କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଗଣ୍ଡଗୋଳ ହେଲା ସ୍ପଷ୍ଟ ହୋଇନାହିଁ। ଏନେଇ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବସ୍ତର ଏସ୍‌ପି ଦୀପକ ଝା।

ରାଜ୍ୟରେ ପ୍ଲାଜମା ଥେରାପି ହେଉଛି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ: ସି ବି କେ ମହାନ୍ତି

ଭୁବନେଶ୍ୱର: ପ୍ଲାଜମା ଥେରାପିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସି ବି କେ ମହାନ୍ତି। ପ୍ଲାଜମା ଥେରାପି ଆରମ୍ଭ ହେବା ସମୟରେ କୋଭିଡ ପାଇଁ କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିଲା। ତେଣୁ ଯେବେ ପୃଥିବୀର ଅନ୍ୟ ସ୍ଥାନରେ ପ୍ଲାଜମା ଥେରାପି ଆରମ୍ଭ ହେଲା ଆମେ ସେହି ଅଭିଜ୍ଞତାକୁ ପ୍ରାଧାନ୍ୟ ଦେଲୁ। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ, ଯୁଦ୍ଧକାଳୀନ ଭିତ୍ତିରେ ଆମେ ପ୍ଲାଜମା ସଂଗ୍ରହ କେନ୍ଦ୍ର କଲୁ। ଅନେକ ଲୋକ ଏଥିରେ ଉପକୃତ ହୋଇଛନ୍ତି, ଜୀବନ ରକ୍ଷା ମଧ୍ୟ କରାଯାଇପାରିଛି। ସରକାର ଏତେ କମ ଦିନ ଭିତରେ ଏହି ବ୍ୟବସ୍ଥା ଆରମ୍ଭ କଲେ। ଏହା ଆମ ପାଇଁ ନିଆରା ଅନୁଭୂତି ଥିଲା। ପୋଷ୍ଟ କୋଭିଡ କେୟାର ପାଇଁ ସରକାର SCB ମେଡିକାଲରେ ସେଣ୍ଟର ଅଫ ଏକ୍ସସିଲେନ୍ସ କରିଛନ୍ତି। ଏବେ ଆଉ ବ୍ରିଟେନ ଭୂତାଣୁ ଭୟ ନାହିଁ। ସାରା ଦେଶରେ ଗତକାଲି ସୁଦ୍ଧା ମାତ୍ର ୧୫୩ ଜଣଙ୍କ ସୂଚନା ଆସିଛି।

ପରିବେଶ, ଲୋକଙ୍କ ବ୍ୟକ୍ତିଗତ ପ୍ରତିଷେଧ ଶକ୍ତି କି ଜେନେଟିକ କାରଣରୁ ଏହା ଏତେ ସଂକ୍ରମଣ ବୋଧେ କରିପାରି ନାହିଁ। ଅଧିକାଂଶ ଲୋକ ବ୍ରିଟେନରୁ ସଂକ୍ରମିତ ହୋଇ ଆସିଛନ୍ତି। ଭାରତରେ ଲୋକାଲ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ। ବର୍ତ୍ତମାନ ପରିସ୍ଥିତିରେ କିଛି ଭୟ ହେବାର ନାହିଁ। ଓଡ଼ିଶାରେ ବି କେହି କାଗଜପତ୍ରରେ ବ୍ରିଟେନ ଭୂତାଣୁ ଚିହ୍ନଟ ହୋଇ ନାହାନ୍ତି। କେବଳ ସନ୍ଦେହ ହୋଇଛି। ଏହା କୋଭିଡର ଆଉ ଏକ ରୂପ ମାତ୍ର।

କରୋନା ଟିକାକରଣରେ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ଆଗରେ

ଭୁବନେଶ୍ୱର: କରୋନା ଟିକାକରଣରେ ଦେଶରେ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ଆଗରେ ଅଛି। ପ୍ରଥମ ସ୍ଥାନରେ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଥିଲେ ବି ଅନ୍ୟ ରାଜ୍ୟଙ୍କ ତୁଳନାରେ ଟିକାକରଣରେ ସଫଳତା ହାସଲ କରିଛି ଓଡ଼ିଶା। ପ୍ରଥମେ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେଉନଥିଲେ, ସେମାନେ ଗତକାଲିଠାରୁ ଟିକା ନେଉଛନ୍ତି। ଗତକାଲି ସୁଦ୍ଧା ୧ଲକ୍ଷ ୯୪ ହଜାର ୫୮ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି।

ଆଉ ୧ଲକ୍ଷ ୪୪ହଜାର ୬୪୨ ଜଣ ଟିକା ନେବେ। ପଲ୍‌ସ ପୋଲିଓ ଅଭିଯାନ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ଯାଏ ଚାଲିବ। ତେଣୁ ଏହି ତିନି ଦିନ ବନ୍ଦ ରହିବ କୋଭିଡ୍‌ ଟିକାକରଣ। ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ୍‌ ସମସ୍ତଙ୍କୁ ଦିଆଯିବ। ଟିକା ନେବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି। ଯେଉଁମାନଙ୍କ ଦେଖା ଦେଇଥିଲା, ସେମାନେ ସୁସ୍ଥ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜି ଆରମ୍ଭ ହୋଇଛି। କରୋନା ସଂକଟ ଏବଂ କୃଷକ ମାନଙ୍କର ଆନ୍ଦୋଳନ ମଧ୍ୟରେ ଏହି ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ ସହିତ ଏହି ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନେପକାଇ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ କରୋନା ମହାମାରୀ ବିରୋଧରେ ଏହି ସଂଗ୍ରାମରେ ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ମଧ୍ୟ କରୋନା କାରଣରୁ ମୃତ୍ୟୁ ଘଟିଛି। ଏହା ସହ କରୋନା କାରଣରୁ ସଂସଦର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା କହି ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି । ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶକୁ ଅନୁସରଣ କରି ମୋ ସରକାର ଏମଏସପି ମୂଲ୍ୟ  ଦ୍ୱିଗୁଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୋ ସରକାର କେବଳ ଏମଏସପିରେ ରେକର୍ଡ ପରିମାଣ କ୍ରୟ କରୁନାହାଁନ୍ତି, ବରଂ କ୍ରୟ କେନ୍ଦ୍ରିକ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରୁଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ୬ ବର୍ଷରେ ସରକାର ବିହନ ଠାରୁ ବଜାର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି। ଯାହା ଦ୍ୱାରା ଭାରତୀୟ କୃଷି ଆଧୁନିକି କରଣ ହୋଇପାରିବ ଏବଂ କୃଷିର ମଧ୍ୟ ବିସ୍ତାର ହୋଇପାରିବ।

ସେହିପରି ମୁଦ୍ରା ଯୋଜନାରେ ୨୫ କୋଟିର ଋଣ ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତିରେ ସକାରାତ୍ମକ ପରିବର୍ତ୍ତନ ଘଟିଛି । ଛାତ୍ର ବୃତ୍ତି ଯୋଜନାରେ ଅନେକ ପିଲା ଲାଭ ପାଉଛନ୍ତି ବୋଲି ମିଳିତ ଅଧିବେଶନରେ କହିଛନ୍ତି ରାଷ୍ଟ୍ରପତି । ଏହାଛଡ଼ା ବିକାଶ ପଥରେ ଆଗକୁ ବଢୁଛି ଜମ୍ମୁ-କଶ୍ମୀର । ଦେଶରେ ନକ୍ସଲବାଦ୍ ବି କମିଛି । ଦେଶରେ ଏକତା, ଅଖଣ୍ଡତା ବଜାୟ ରଖିବାକୁ ଉଦ୍ୟମ ଜାରି ରହିଛି । ସୀମାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରାଯାଇଥିଲା । ହେଲେ ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇ ନିଜ ସାମର୍ଥ୍ୟର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ।

ସେପଟେ କରୋନା ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତି ପାଇଁ ଦେଶରେ ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନ ବଞ୍ଚି ପାରିଛି। ଆଜି, ନୂତନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିବାରେ ଲାଗିଛି। ଏଭଳି କଠିନ ପରିସ୍ଥିତିରେ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ରେକର୍ଡ ଅର୍ଥନୀତିକ ପ୍ୟାକେଜ୍ ଘୋଷଣା ସହିତ ଦେଶରେ କେହି ଯେମିତି ଭୋକରେ ନରହିବେ ସେଥିପାଇଁ ଅଧିକ ଯତ୍ନବାନ ହୋଇଛି ।

ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କରୋନା କାରଣରୁ ବିଶ୍ୱରେ ସୃଷ୍ଟି ହୋଇଥିବା ପରିସ୍ଥିତି ଆମକୁ ମନେ ପକାଇ ଦେଇଥିଲା ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କାହିଁକି ଗୁରୁତ୍ୱପୂର୍ଣ୍ଣ ? ରାମନାଥ କୋବିନ୍ଦ କହିଛନ୍ତି ଯେ ଆମ ପାଇଁ ଗର୍ବର ବିଷୟ ଯେ ଆଜି ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଚଳାଉଛି। ଏହି କାର୍ଯ୍ୟକ୍ରମର ଉଭୟ ଟିକା ଭାରତରେ ନିର୍ମିତ ହୋଇଛି। ଏହି ସଙ୍କଟ ସମୟରେ ଭାରତ ମାନବିକତା ପ୍ରତି ନିଜର ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ଦେଶକୁ ଲକ୍ଷ ଲକ୍ଷ ଡୋଜ କରୋନା ଟିକା ଯୋଗାଇ ଦେଇଛି।

ସେପଟେ ଦିଲ୍ଲୀରେ କୃଷକ ଆନ୍ଦୋଳନ ଚାଲିଥିବା ସମୟରେ ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କୃଷି ଆଇନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବ୍ୟାପକ ପରାମର୍ଶ ପରେ ସଂସଦ ତିନୋଟି ଗୁରୁତ୍ୱପୂର୍ଣ୍ଣ କୃଷି ସଂସ୍କାର, କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ବିଲ୍, କୃଷି ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଚୁକ୍ତିନାମା ବିଲ୍ ବିଲ୍ ପାସ୍ ହୋଇଛି। କିନ୍ତୁ ଏହା ପରେ ମୋ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି।

ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ। ବଜେଟ ଅଧିବେଶନରେ ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦ ପରିସରରେ ସମ୍ବୋଧନ କରିଛନ୍ତି । ଚଳିତ ଦଶନ୍ଧିର ଏହା ହେଉଛି ପ୍ରଥମ ଅଧିବେଶନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ବଜେଟ ସମ୍ବୋଧନରେ ସମ୍ବୋଧନ। ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ବଜେଟ ହେଉଛି ଅତି ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଦେଶରେ ଉଜ୍ୱଳ ଭବିଷ୍ୟତ ପାଇଁ ୨୦୨୦ରେ ଅର୍ଥମନ୍ତ୍ରୀ ଏକାଧିକ ମିନି ବଜେଟ୍ ଦେଇଛନ୍ତି। ଚଳିତଥର ମଧ୍ୟ ଏହିଭଳି ଏକ ବଜେଟ୍ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଫେବ୍ରୁଆରୀ ପହିଲାରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । କିନ୍ତୁ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ବୟକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କଟକ SCB ପ୍ଲାଜମା ବ୍ୟାଙ୍କ ଟିମକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ: କରୋନା ଲଢେଇ ପାଇଁ ବଳ ଦେଇଛି ପ୍ଲାଜମା ଥେରାପି। କଟକ SCB ପ୍ଲାଜମା ବ୍ୟାଙ୍କ ଟିମକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧ ହଜାର ପ୍ଲାଜମାଫେରେସିସ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। କରୋନାରେ ସଂକ୍ରମିତ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ପ୍ଲାଜମା ଥେରାପି। ତେବେ ରାଜ୍ୟରେ ଯେତେବେ କରୋନା ଉପର ମୁଣ୍ଡରେ ଥିଲା ସେତେବଳେ କରୋନା ପାଇଁ ସଞ୍ଜୀବନୀ ପାଲଟିଥିଲା ପ୍ଲାଜମା। କରୋନା ପ୍ରତିହତ ପାଇଁ କୌଣସି ଟିକା ବାହାରି ନଥିବା ବେଳେ ଆଶା ଦେଇଥିଲା ପ୍ଲାଜମା। ସେହି ସମୟରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଥିଲେ ସାଧାରଣର ଲୋକେ। ଯେଉଁଥି ପାଇଁ ଆଜି ଏସ୍‌ବିରେ ୧ ହଜାର ପ୍ଲାଜମାଫେରେସିସ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି।

ହୋଟେଲରେ ରାତି ବିତାଇବା ପରେ ଝରାଫୁଲର ହୋଇଥିଲା ମୃତ୍ୟୁ…

ଭୁବନେଶ୍ୱର: ଅଭିଯୁକ୍ତ ରାକେଶ ଖୋଲୁଛି ଆର୍‌ଡି ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୋଲିସ ହତ୍ୟାକାଣ୍ଡର କାରଣ ନେଇ କିଛି କହୁ ନ ଥିଲେ ମଧ୍ୟ ରାକେଶ ନିଜେ ଏ ସଂପର୍କରେ ପୁଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଥିବା ଜଣାପଡ଼ିଛି। ରା‌କେଶ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାବେଳେ ମୟୂରଭଞ୍ଜ ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା। ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଝରାଫୁଲ ଯେତେବେଳେ ବି ଭୁବନେଶ୍ୱର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ।

ରା‌କେଶ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ୱର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ସେଠାରୁ ଚାଲିଚାଲି ରୁପାଲି ଛକ ଯାଏଁ ଯାଇଥିଲେ। ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା। ଦୁହେଁ ହୋଟେଲରେ ରାତି ବିତାଇବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା। ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା। ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍‌ଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ।

ରାକେଶର ଏହି ବୟାନ କେତେ ସତ, କେତେ ମିଛ ତାହା ଜାଣିବା ଲାଗି କୁଆଖିଆ ପୁଲିସ ରାକେଶକୁ ଏଆରଫିଲ୍‌ଡ ଥାନାରେ କିଛି ସମୟ ଜେରା କରିବା ପରେ ଅଧିକ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଛି। ଏଥିସହ ତା’ର ଅନ୍ୟତମ ସାଥୀ ଶେଖରକୁ ଧରିବା ଲାଗି ତନାଘନା‌ ଜାରି ରଖିଛି।

ପ୍ରେମରେ ପ୍ରତାରଣା ପରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଅନୁଗୁଳ: ଭାରତୀୟ ସମ୍ବିଧାନରେ ଧାରଣା ପାଇଁ ସମସ୍ତଙ୍କର ଅଧିକାର ରହିଛି। ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସମସ୍ତେ ଦେଇଥାନ୍ତି ଧାରଣ। ଧାରଣାରେ ବସିଥିବା ସେ ଧାରଣାରତ ଚାଷୀ ହେଉ ବା ପ୍ରେମରେ ବିଫଳ ପ୍ରେମିକା। ତେବେ ପ୍ରେମରେ ପ୍ରତାରଣା ପରେ ଏବେ ପ୍ରମିକା ଧାରଣାରେ ବସିଛନ୍ତି। କିନ୍ତୁ ଏହା ପିଏମ୍‌ଜି ଛକ ନୁହେଁ କି କୌଣସି ରାଜ ରାସ୍ତା।

ପ୍ରେମିକ ଘର ଆଗରେ ଦେଇଛି ପ୍ରେମିକା ଧାରଣା। ପ୍ରେମିକ ଘର ଆଗରେ ୨ଦିନ ହେଲା ବିବାହିତା ମହିଳାଙ୍କ ଧାରଣା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ପ୍ରେମିକ ଘର ଆଗରେ ବିବାହିତା ମହିଳା ଓ ତାଙ୍କ ପୁଅକୁ ଧରି ୨ଦିନ ହେବ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି। ସୂଚନା ଅନୁସାରେ, ଗୋହିରାପଶି ଗାଁର ସ୍ୱାଧୀନ ଖିଲାର ହଣ୍ତପା ଥାନା ନାକିଚି ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ୪ବର୍ଷ ହେବ ପ୍ରେମ ସମ୍ପର୍କ ରଖିଥଲେ।

ଏପରିକି ବିବାହର ପ୍ରତିଶ୍ରୁତି ଦେଇ ସ୍ୱାଧୀନ ତାଙ୍କୁ ଧୋକ୍କା ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପ୍ରେମିକ ଘର ଆଗରେ ମହିଳା ଜଣକ ଧାରଣା ଦେଇଛନ୍ତି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଛେଣ୍ଡିପଦା ପୋଲିସ କହିଛି।