spot_img
Home Blog Page 6066

ସୈନିକ ଓ ବୈଜ୍ଞାନିକଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, କହିଲେ ଦେଶର ଗର୍ବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୨ତମ ସାଧାରଣତନ୍ତ୍ର ଦିବସର ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, କୃଷକ କଲ୍ୟାଣ ପାଇଁ ଆମେ ପ୍ରତିବଦ୍ଧ । ସେ କହିଛନ୍ତି ଯେ, ଆମ ରାଷ୍ଟ୍ରୀୟ ପର୍ବକୁ ସବୁ ଦେଶବାସୀ ରାଷ୍ଟ୍ରପ୍ରେମ ଭାବନା ସହିତ ପାଳନ କରନ୍ତି । ଗଣତନ୍ତ୍ର ଦିବସକୁ ମଧ୍ୟ ଆମେ ଉତ୍ସାହର ସହ ପାଳନ କରିଥାଉ । ଆମ ଜାତୀୟ ପତାକା ଓ ସମ୍ବିଧାନ ପ୍ରତି ସମ୍ମାନ ଓ ଆସ୍ଥା ବ୍ୟକ୍ତ କରିଥାଉ ।
ରାଷ୍ଟ୍ରପତି ନିଜ ଅଭିଭାଷଣରେ କରୋନା ବିରୋଧରେ ଭାରତୀୟ ବୈଜ୍ଞାନିକଙ୍କ ଯୁଦ୍ଧ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଦିନରାତି ପରିଶ୍ରମରେ କରୋନା ଭାଇରସର ଡି-କୋଡ୍ କରିବା ସହ ଆମ ବୈଜ୍ଞାନିକ ଭ୍ୟାକ୍ସିନ୍ ବିକଶିତ କରି ମାନବତାର କଲ୍ୟାଣ ପାଇଁ ନୂଆ ଇତିହାସ ରଚିଛନ୍ତି । ଆମର ସମସ୍ତ କୃଷକ, ଯବାନ ଓ ବୈଜ୍ଞାନିକ ବିଶେଷ ଶୁଭେଛାର ପାତ୍ର ଓ କୃତଜ୍ଞ ରାଷ୍ଟ୍ର ସାଧାରଣତନ୍ତ୍ର ଦିବସରେ ଏହି ସମସ୍ତଙ୍କ ଅଭିନନ୍ଦନ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ- ୨୦୨୦ ଶିକ୍ଷାର ବର୍ଷ, ଯାହା ଆମକୁ ପ୍ରତିକୂଳ ପରିସ୍ଥିତିରୁ କେମିତି ବାହାରିବାକୁ ତାହା ଶିଖାଇଥିଲା ।

ସିୟାଚିନ୍ ଓ ଗଲବାନ ଘାଟିର ଉଲ୍ଲେଖ

ରାଷ୍ଟ୍ରପତି ନିଜ ଭାଷଣରେ ସିୟାଚିନ୍ ଓ ଗଲବାନ ଘାଟି କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ବିଯୁକ୍ତ ୫୦ରୁ ୬୦ ଡିଗ୍ରୀ ତାପମାତ୍ରା ହେଉ କି ୫୦ ଡିଗ୍ରୀରୁ ଅଧିକ ଉତପ୍ତ ଅଞ୍ଚଳରେ ଆମ ସୈନିକ ମୁତୟନ ଅଛନ୍ତି । ଆମ ସୈନିକଙ୍କ ଦେଶପ୍ରେମ ଓ ବଳିଦାନ ସବୁ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ।

ଗତ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ସମ୍ବିଧାନିକ ଆଦର୍ଶ ଓ ମହାତ୍ମା ଗାନ୍ଧିଙ୍କ ଶିକ୍ଷାକୁ ଜୀବନରେ ପ୍ରୟୋଗ ପାଇଁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ, ଆମ ସମ୍ବିଧାନ ଆମକୁ ଏକ ସ୍ୱତନ୍ତ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଅଧିକାର ଦେଇଛି କିନ୍ତୁ ଆମକୁ ମଧ୍ୟ ଗଣତନ୍ତ୍ରର ମୁଖ୍ୟ ସିଦ୍ଧାନ୍ତ-ନ୍ୟାୟ, ସ୍ୱାଧିନତା, ସମାନତା ଓ ଭାତ୍ରୁଭାବ ପାଳନ କରିବାର ଦାୟିତ୍ୱ ଦେଇଛି । ଏହି ସାମ୍ୱିଧାନିକ ଆଦର୍ଶର ପାଳନ କରିବା ଆମ ପାଇଁ ସେତେବେଳେ ସହଜ ହୋଇଯାଏ ଯେତେବେଳେ ଆମେ ଜୀବନ ଓ ମୂଲ୍ୟକୁ ଧ୍ୟାନରେ ରଖୁ ।

ଡଙ୍ଗାରେ ବସି ପକ୍ଷୀ ସହ ଫଟୋ ଉଠାଇଲେ ଧାୱନ: ଅସୁବିଧାର ସମ୍ମୁଖୀନ ହେଲେ ବୋଟ୍‌ ଚାଳକ

ନୂଆଦିଲ୍ଲୀ: ନିକଟରେ କ୍ରିକେଟର ଶିଖର ଧାୱନ ତାଙ୍କ ଇନଷ୍ଟାଗ୍ରାମରେ ଆକାଉଣ୍ଟ୍ ରେ ଏକ ଫୋଟ ସେୟାର କରିଛନ୍ତି ଯେଉଁଥିରେ ସେ ଡଙ୍ଗାରେ ବସି ପକ୍ଷୀଙ୍କୁ ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି, ଏହି ଫୋଟଟି ହେଉଛି ଉତ୍ତର ପ୍ରଦେଶ ବାରଣାସୀର। ଶିଖର ଧାୱନ ଏହି ଫୋଟରେ କ୍ୟାପସନ୍ ଦେଇ ଲେଖିଛନ୍ତି ‘ଖୁସି ମିଳେ ପକ୍ଷୀଙ୍କୁ ଖୁଆଇବାରେ ‘।

ତେବେ ଶିଖର ଧାୱନଙ୍କ ଏହି ପୋଷ୍ଟ ପାଇଁ ତାଙ୍କୁ ବୋଟ୍‌ରେ ନେଇଥିବା ନାବିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାର୍ଡ ଫ୍ଲୁ ସମୟରେ ପ୍ରତିବନ୍ଧକ ଥିବାରୁ ବୋଟ୍ ଚାଳକଙ୍କୁ ଚାର୍ଜ କରାଯିବ ବୋଲି ନଗର ପ୍ରଶାସନ କହିଛି । ଏହି ପୋଷ୍ଟଟି ଯେତେବେଳ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ ରାଜ ଶର୍ମାଙ୍କ ନଜରକୁ ଆସିବା ପରେ ସେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟରେ ବାର୍ଡ ଫ୍ଲୁ ସମସ୍ୟ ଦେଖିବାକୁ ମିଳୁଥିବାରୁ ସମସ୍ତ ବୋଟ୍‌ ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେପରି କୌଣସି ପର୍ଯ୍ୟଟକ ବୋଟ୍‌ରେ ବସି ପକ୍ଷୀଙ୍କୁ ଖାଦ୍ୟ ଯେମିତି ନଖୁଆନ୍ତି। କିନ୍ତୁ ବୋଟ୍‌ର ନାବିକ ନିର୍ଦ୍ଦେଶ ପାଳନ କରିନଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ସେ ଧାୱନଙ୍କ ବିରୋଧରେ କିଛି କହିନାହାନ୍ତି।

ଶର୍ମା କହିଛନ୍ତି, ନାବିକମାନେ ପ୍ରଶାସନର ନିର୍ଦେଶ ପାଳନ କରୁ ନ ଥିବା ବାରମ୍ବାର ଦେଖିବାକୁ ମିଳୁଛି। ତେଣୁ ଉକ୍ତ ନାବିକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବ। କାହିଁକି ତାଙ୍କ ଲାଇସେନ୍ସ ରଦ୍ଦ କରା ନ ଯିବ ତାହାର ଜବାବ ଦେବାକୁ ନୋଟିସରେ କୁହାଯିବ। ଦେଶର ୧୦ଟି ରାଜ୍ୟରେ ଜଙ୍ଗଲୀ ପକ୍ଷୀ, କାଉ ଏବଂ ବିଦେଶୀ ପକ୍ଷୀଙ୍କ ପାଖରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ଉକ୍ତ ରାଜ୍ୟ ଗୁଡିକ ହେଲା ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତରଖଣ୍ଡ। ଗତ ସପ୍ତାହରେ ଅଷ୍ଟ୍ରେଲିଆ କୁ ହରେଇ ଟମ୍ ଇଣ୍ଡିଆ ଚମତ୍କାର ସିରିଜ୍ ଜିତିବା ପରେ ଶିଖର ଧାୱନ କାଶୀ ବିଶ୍ୱନାଥ ମନ୍ଦିର ଏବଂ କଳା ଭୈରବ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ।

ପ୍ରେମ ଜାଲରେ ଫସାଇ ଲୁଟିନେଲେ ୫ ଲକ୍ଷ ଟଙ୍କା

ରାଉରକେଲା: ରାଉରକେଲା ସହରରେ ହନିଟ୍ରାପରେ ଫସିଲେ ଠିକାଦାର । ପ୍ରେମ ଜାଲରେ ଫସାଇ ଦେଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସମ୍ପୃକ୍ତ ମହିଳାଙ୍କ ସମେତ ଅନ୍ୟ ତିନି ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ମହିଳାଙ୍କ ନିକଟରୁ ତିନୋଟି ଚେକ୍, ଗୋଟିଏ ଏଗ୍ରିମେଣ୍ଟ କପି ଓ ମୋବାଇଲ ଫୋନ୍ ପୋଲିସ ଜବତ କରିଛି ।

Contractor Alleged Women Cheating 5 Lakhs With 3 Others

ସୂଚନା ଅନୁସାରେ ମହିଳା ଜଣକ ସ୍ବଚ୍ଛଳ ବର୍ଗର ଯୁବକମାନଙ୍କ ସହ ପ୍ରଥମେ ବନ୍ଧୁତା କରିଥାନ୍ତି । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦ୍ବାରା ଆରମ୍ଭ କରିଥାନ୍ତି ବ୍ଲାକ ମେଲିଂ । ଅସାମାଜିକ ଯୁବକଙ୍କୁ ଲଗାଇ ମାଡ଼ ମାରିବା ସହ ଚେକ୍ ଓ କୋର୍ଟ ପେପରରେ ଦସ୍ତଖତ ନେଇ ଯାଉଥିବା ଅଭିଯୋଗ ହୋଇଛି । ସେକ୍ଟର-୪ ଏ ବ୍ଲକ ଅଞ୍ଚଳରେ ରହୁଥିବା ମହିଳାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଠିକାଦାର ।

Contractor Alleged Women Cheating 5 Lakhs With 3 Others

ଏନେଇ ଗତ ୨୦୨୦ ମସିହା ନଭେମ୍ବର ୨୬ ତାରିଖରେ ଅଭିଯୋଗ ହୋଇଥିଲା । ଗତ ପାଞ୍ଚ ବର୍ଷ ଧରି ମହିଳା ଜଣଙ୍କ ଠିକାଦାରଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇ ବିଭିନ୍ନ ସମୟରେ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି ।

ସ୍ୱେଚ୍ଛାସେବୀ ସଙ୍ଗଠନର ନିଆରା ପ୍ରୟାସ, ଆରମ୍ଭ ହେଲା ମାଗଣା ଅନଲାଇନ ପାଠପଢା

ଭୁବନେଶ୍ୱର: ପ୍ରାୟ ଏକ ବର୍ଷ ହେବ କରୋନା ମହାମାରୀ ପ୍ରଭାବରେ ବାଧାପ୍ରାପ୍ତ ହୋଇଛି ଶିକ୍ଷାବ୍ୟବସ୍ଥା । ଏହି ସମୟରେ ସହାୟକ ସାଜିଛି ଅନଲାଇନ ପାଠପଢା । କିନ୍ତୁ ଅନଲାଇନ ପାଠପଢା ସମସ୍ତଙ୍କ ପାଇଁ ସହଜ ହୋଇଛି ତାହା କହିବା ଭୁଲ ହେବ । କାରଣ ଏଭଳି କିଛି ଗରିବ ବାପା ମାଆ ଅଛନ୍ତି ଯେଉଁମାନେ ସେମାନଙ୍କ ପିଲାଙ୍କୁ ସ୍ମାର୍ଟଫୋନ୍‌ଯୋଗାଇ ପାରି ନାହାଁନ୍ତି । ଏହା ତ ଥିଲା ସ୍ମାର୍ଟଫୋନ୍‌କଥା । ଆଉ ଏକ ସମସ୍ୟା ହେଉଛି ଅନଲାଇନ ପାଠପଢା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରି ନାହିଁ । କାରଣ ଏଥିପାଇଁ ଯଥେଷ୍ଟ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି କେତେକ ସ୍ୱେଚ୍ଛାସେବୀ ସଙ୍ଗଠନ ଗରିବ ଶ୍ରେଣୀର ପିଲା ମାନଙ୍କୁ ମାଗଣା ଶିକ୍ଷାଦାନ ପାଇଁ ଆଗେଇ ଆସିଛନ୍ତି । ଯାହା ନିହାତି ଭାବରେ ଏକ ଭିନ୍ନ ପ୍ରୟାସ । ତେବେ ଏହି ଶ୍ରେଣୀରେ ଯୋଡ଼ି ହୋଇଛି ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ । ଏହାର କାର୍ଯ୍ୟକର୍ତ୍ତା ଗରିବ ଶ୍ରେଣୀର ପିଲା ମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି । ଏଥିପାଇଁ ଗ୍ରାମାଞ୍ଚଳରେ ରହୁଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରିଛନ୍ତି ମାଗଣା ଅନଲାଇନ ଶିକ୍ଷା ବ୍ୟବସ୍ଥା ।

 

ପ୍ରଥମ ପର୍ଯାୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ପୁରୀ ରୁ ୨୦ ଜଣ ଛାତ୍ର, ଛାତ୍ରୀ ନାମାଙ୍କନ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଆରାଧ୍ୟ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ପରିଚାଳିକା ସାଗରୀକା ଶତପଥି। ତେବେ ଏଥିରେ ସାମିଲ ହୋଇଛନ୍ତି ସ୍କୁଲ ଶିକ୍ଷୟତ୍ରୀ ବନ୍ଦିତା ଦାସ । ପ୍ରଥମ ପର୍ଯ୍ୟାୟରେ ସତ୍ୟଭାମା ମିଶ୍ର, ମାନସୀ ଦେବୀ ଏବଂ ବୀଣାପାଣି ମହାପାତ୍ର ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଶେଷ ହୋଇଛି ବିଜେଡି ସଂସଦୀୟ ଦଳ ବୈଠକ, ସଂସଦରେ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ

ଭୁବନେଶ୍ୱର: ଶେଷ ହୋଇଛି ବିଜେଡିର ସଂସଦୀୟ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ବୈଠକ । ବୈଠକ ପରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା । ଅଗାମୀ ବଜେଟ ଅଧିବେଶନରେ ଦଳ ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ବାବଦରେ ଅବଗତ କଲେ ମୁଖ୍ୟମନ୍ତ୍ରୀ । ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ଅବଗତ କରିଥିବା କହିଛନ୍ତି ସସ୍ମିତ ପାତ୍ର ।

ସେହିପରି ରେଳବାଇ କ୍ଷେତ୍ରରେ ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଛି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୩୦୦ଟି ଷ୍ଟପେଜ ବନ୍ଦ କରିଛି ରେଳ ବିଭାଗ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ । କେନ୍ଦ୍ରାପଡାକୁ ଲୋକାଲ ଟ୍ରେନ ଚଳାଚଳ ହୋଇପାରିନାହିଁ । କୋଲ ରୟାଲଟି, 33 ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ, କୋଶଳୀ ଏବଂ ହୋ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରାଯିବା ଭଳି ଦାବିକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, କୃଷି ଆଇନରେ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରିବା , ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ଭଳି ଦାବି ଉଠେଇବ ଦଳ । ଏହା ସହ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯେ କୌଣସି ପ୍ରସଙ୍ଗ ଆସିବ ବିଜେଡ଼ି ତାହାକୁ ଗୃହରେ ଉପସ୍ଥାପନ କରିବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ୍ ଆକାଶର ସଫଳ ପରୀକ୍ଷଣ

ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ୍ ଆକାଶର ସଫଳ ପରୀକ୍ଷଣ

ବାଲେଶ୍ୱର: ଡିଆରଡିଓକୁ ଆଉ ଏକ ସଫଳତା । ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା (SAM) କ୍ଷେତ୍ରରେ ଡିଆରଡିଓ ଆଉ ଏକ ସଫଳତା ହାସଲ କରରିଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ମିସାଇଲ ଆକାଶ (ନୂଆ ଜ୍ଞାନକୌଶଳ ଯୁକ୍ତ)ର ସଫଳ ପରୀକ୍ଷଣ କରାଯାଇଛି । ଅପରାହ୍ଣ ୨ଟା ୨୫ରେ ମିଶାଇଲ୍ ଆକାଶ-ଏନଜିକୁ ଭୂ-ପୃଷ୍ଠରୁ ଉତକ୍ଷେପଣ କରାଯାଇଥିଲା । ଆକାଶ ସ୍ଥିରିକୃତ ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିଛି ।

ବାୟୁସେନାରେ ସାମିଲ୍ ଥିବା ଆକାଶ ମିଶାଇଲ୍ ଶତ୍ରୁପକ୍ଷ ଆକାଶ ମାର୍ଗରୁ କରୁଥିବା ଶକ୍ତିଶାଳୀ ଆକ୍ରମଣକୁ ପ୍ରତିହତ ବା ନଷ୍ଟ କରିବାରେ ସକ୍ଷମ । ମିସାଇଲ୍ ଆକାଶ ଶବ୍ଦର ବେଗ ଠାରୁ ଅଢ଼େଇଗୁଣ ଅଧିକ ବେଗରେ ଲକ୍ଷ୍ୟଭେଦ କରିପାରୁଛି । ଆକାଶ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଥିବା ବେଳେ ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ ମିଟର ।

DRDO conducted successful maiden launch of Akash-NG Missile

ଏହି କ୍ଷେପଣାସ୍ତ୍ର ଆକାଶକୁ ଶତ୍ରୁ ରାଷ୍ଟ୍ରକୁ ରପ୍ତାନୀ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଅନୁମତି ଦେଇଛନ୍ତି । ଡିଆରଡିଓ ବିକଶିତ କରିଥିବା କ୍ଷେପଣାସ୍ତ୍ର ଆକାଶ ଗୋଟିଏ ଥରରେ ଏକାଧିକ ଲକ୍ଷ୍ୟଭେଦ କରିପାରିବ । ଏହା ସୁପରସୋନିକ ବେଗରେ ଗତି କରି ଉଭୟ ସବସୋନିକ (ଧ୍ୱନିକ) ଓ ସୁପରସୋନିକ (ପରାଧ୍ୱନିକ) ଟାର୍ଗେଟକୁ ନଷ୍ଟ କରିପାରିବ ।

ଆନ୍ଧ୍ରରେ ଅନ୍ଧ ବିଶ୍ୱାସ, ସତ୍ୟ ଯୁଗ ଫେରିବା ଆଶାରେ ଦୁଇ ଝିଅଙ୍କୁ ହତ୍ୟା କଲେ ବାପା-ମାଆ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅନ୍ଧ ବିଶ୍ବାସର ଜଘନ୍ୟକାଣ୍ଡ । ଫେରିବ ସତ୍ୟ ଯୁଗ । ଉଦୟ ହେବ ସତ୍ୟ ଯୁଗର ସୂର୍ଯ୍ୟ । ଅନ୍ଧ ବିଶ୍ବାସରେ ୨ ଝିଅକୁ ନିର୍ମମ ଭାବେ ହତ୍ୟାକଲେ ଜନ୍ମ କଲା ବାପାମାଆ । ଆନ୍ଧ୍ରପ୍ରେଦେଶ ଚିତୁର ଜିଲ୍ଲା ମଦନାପଲ୍ଲେରେ ଗତକାଲି ରାତିରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ଏକ ମାରଣାସ୍ତ୍ରରେ ନିଜର ୨ଝିଅ, ଆଲେଖ୍ୟା ଓ ସାଇବିଦ୍ୟାଙ୍କୁ ହତ୍ୟା କରିଛନ୍ତି ଶିକ୍ଷିତ ଦମ୍ପତି । ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜନ୍ମକଲା ପିଶାଚଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ହତ୍ୟାକାରୀ ଦମ୍ପତ୍ତି ହତ୍ୟାକାଣ୍ଡର ଯେଉଁ କାରଣ କହିଛନ୍ତି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । ସେମାନଙ୍କ କହିବା ଅନୁସାରେ ସୂର୍ଯ୍ୟୋଦୟ ପରେ ତାଙ୍କ ଝିଅମାନେ ପୁନର୍ବାର ଜୀବିତ ହୋଇଉଠିବେ । ସୋମବାର ବା ଆଜିଠୁ ସତ୍ୟ ଯୁଗ ଆରମ୍ଭ ହେଉଛି । ତେଣୁ କଳିଯୁଗରେ ତାଙ୍କ ଝିଅମାନଙ୍କୁ ସେ ହତ୍ୟା କରିଦେଇଛନ୍ତି । ଏବଂ ସୂର୍ଯ୍ୟୋଦୟ ପରେ ସତ୍ୟ ଯୁଗରେ ସେମାନେ ପୁଣି ଜୀବିତ ହୋଇଉଠିବେ । ବଡ କଥା ହେଲା ହତ୍ୟାକାରୀ ବାପା ପୁରୁଷୋତ୍ତମ ନାଇଡୁ ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି । ମାଆ ପଦ୍ମଜା ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ।

ଉଭୟ ଶିକ୍ଷିତ ହୋଇଥିବା ବେଳେ ଏଭଳି ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ହତ୍ୟାକାଣ୍ଡ ଘଟାଇବା ବଡ ପ୍ରଶ୍ନ ସୃଷ୍ଟି କରିଛି । ପୋଲିସର ସୂଚନା ମୁତାବକ ବଡ ଝିଅ ଆଲେଖ୍ୟା ଭୋପାଳରେ ମାଷ୍ଟର ଡିଗ୍ରୀ ଶେଷ କରିଥିବା ବେଳେ, ସାନ ଝିଅ ସାଇ ଦିବ୍ୟା ବିବିଏରେ ସ୍ନାତକ କରିଥିଲେ । ଦିବ୍ୟା ମୁମ୍ବାଇର ଏଆର୍ ରହମାନ ମ୍ୟୁଜିକ୍ ସ୍କୁଲର ଛାତ୍ରୀ ମଧ୍ୟ ଥିଲେ । ଉଭୟ ଲକଡାଉନରେ ଘରକୁ ଫେରିଥିଲେ । କିନ୍ତୁ ଉଭୟ ହତ୍ୟାକାରୀ ବାପାମାଆ ଗତକାଲି ରାତିରେ ସେମାନଙ୍କ ସହ ଅଜବ ବ୍ୟବହାର କରିଥିଲେ ।

ପରେ ତାଙ୍କ ଘରୁ ଅଜବ ଶବ୍ଦ ଓ କାନ୍ଦ ଶୁଣିବା ପରେ ପଡୋଶୀ ପୋଲିସକୁ ଏବିଷୟରେ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଦମ୍ପତ୍ତି ବିରୋଧ କରିଥିଲେ । ପରେ ପୋଲିସ୍ ବଳପୂର୍ବକ ଘର ଭିତରକୁ ପଶି ହତ୍ୟାକାଣ୍ଡ ଘଟିଥିବା ଜାଣିବାକୁ ପାଇଥିଲା । ପୂଜା ଘରୁ ଜଣେ ଝିଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଉ ଏକ କୋଠରୀରେ ଅନ୍ୟ ଜଣେ ଝିଅର ମୃତଦେହ ଉଦ୍ଧାର କରିଥିଲା ପୋଲିସ।

ଫାଶି ଲଗାଇ ଆତ୍ମହତ୍ୟା କଲେ ବିଗବସର ପ୍ରତିଯୋଗୀ ଜୟଶ୍ରୀ ରମୈୟା

ନୂଆଦିଲ୍ଲୀ: କନ୍ନଡ ଅଭିନେତ୍ରୀ ତଥା ବିଗବସ ସିଜନ-୩ର ପ୍ରତି‌‌ଯୋଗୀ ଜୟଶ୍ରୀ ରମୈୟାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୋମବାର ଖବର ଆସିଛି । ସୂଚନାଯୋଗ୍ୟ, ଜାନୁଆରୀ ୨୫ ଅର୍ଥାତ ସୋମବାର ଦ୍ୱିପ୍ରହରରେ ଜୟଶ୍ରୀଙ୍କ ମୃତଦେହ ବେଙ୍ଗାଲୁରୁର ଉଦ୍ଧାର ହୋଇଛି। ତେବେ ଜୟଶ୍ରୀ କିଛିଦିନ ହେବ ଚିନ୍ତାରେ ରହୁଥିବା ତାଙ୍କର କିଛି ପାଖଲୋକ କହିଛନ୍ତି। ଏନେଇ ‌ତାଙ୍କର ଚିକିତ୍ସା ବେଙ୍ଗାଲୁରୁରେ ଚାଲୁଥିଲା ।

ଜୟଶ୍ରୀଙ୍କ ମୃତ୍ୟୁ ସମଗ୍ର କନ୍ନଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ‌ଖେଳାଇ ଦେଇଛି। ଗତବର୍ଷ ଜୟଶ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥି‌ଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ପୋଷ୍ଟରେ ଜୟଶ୍ରୀ କହିଥି‌ଲେ କି, ‘ସେ ଡିପ୍ରେସନର ଶିକାର ହୋଇଛନ୍ତି । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି। ଏଥିସହିତ ‌ଜ‌ୟଶ୍ରୀ ତାଙ୍କ ଟୁଇଟରରେ ଲେଖିଥିଲେ, ମୁଁ ବିଦାୟ ନେଉଛି! ଗୁଡ ବାଏ ଦୁନିଆ, ଡିପ୍ରେସନ।’

ଏହି ପୋଷ୍ଟ ଦେଖି ତାଙ୍କ ଶୁଭଚିନ୍ତକ ଓ ପ୍ରଶଂସକ ଚିନ୍ତାରେ ପଡ଼ି ଯାଇଥିଲେ। ଏହାର କିଛିଦିନ ପରେ ସେ ଆଉ ଏକ ପୋଷ୍ଟ କରି ଲେଖିଥିଲେ, ‘ ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।’ ଏହାପୂର୍ବରୁ ୨୦୨୦ ଜୁଲାଇ ୨୫ ତାରିଖରେ ଜୟଶ୍ରୀ ସୋସିଆଲ ମିଡିଆରେ ଲାଇଭ ଆସି କହିଥିଲେ କି, ‘ମୁଁ ଏସବୁ ପବ୍ଲିସିଟି ପାଇଁ କରୁନାହିଁ। ମୁଁ କେବଳ ମୋର ମୃତ୍ୟୁ ଚାହୁଁଛି । କାରଣ ମୁଁ ଆଉ ଡିପ୍ରେସନକୁ  ସହ୍ୟ କରି ପାରୁନାହିଁ ।

‘କଙ୍ଗନାଙ୍କୁ ସାକ୍ଷାତ ପାଇଁ ରାଜ୍ୟପାଳଙ୍କ ସମୟ ଅଛି, କୃଷକଙ୍କ ପାଇଁ ନାହିଁ’

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ହଟଚମଟ । ଦିଲ୍ଲୀ ପରେ ମୁମ୍ବାଇରେ କୃଷି ଆଇନକୁ ବିରୋଧ କରି ଅଡି ବସିଛନ୍ତି ଚାଷୀ ନେତା । ତିନିଟୋ କୃଷି ଆଇନକୁ ଖାରଜ କରିବା ଦାବିରେ ସ୍ୱର ଉଠାଇଛନ୍ତି ଚାଷୀ । ମୁମ୍ବାଇର ଆଜାଦ ମୈଦାନରେ ହଜାର ହଜାର ସଂଖ୍ୟାରେ କୃଷକ ଏକଜୁଟ ହେବାରେ ଲାଗିଛନ୍ତି । ଯେଉଁଥିରେ ଯୋଗଦେଇଛନ୍ତି ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର ।

ଏହି ପ୍ରତିବାଦ ସଭାରେ ଶରଦ ପାୱାର ଯୋଗଦେବା ସହ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଉପରେ ଗର୍ଜିଛନ୍ତି । ସରକାର ବହୁ ମତରେ ବିଲ ପାରିତ କରିଛନ୍ତି । କିନ୍ତୁ କୃଷି ଆଇନ କୃଷକଙ୍କ ବିରୋଧରେ ହିଁ ହୋଇଛି । କୃଷି ଏବଂ କୃଷକଙ୍କୁ ହତ୍ୟା କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଶରଦ ।

ସେହିପରି ଏନସିପି ମୁଖ୍ୟ କହିଛନ୍ତି, ମହାରାଷ୍ଟ୍ରର ରାଜ୍ୟପାଳ ଅଭିନେତ୍ରୀ କଙ୍ଗନା ରଣୱାତଙ୍କୁ ଦେଖା କରିବାକୁ ସମୟ ପାଉଛନ୍ତି, କିନ୍ତୁ ଚାଷୀଙ୍କ ଦାବି ଶୁଣିବାକୁ ସମୟ ପାଉ ନାହାଁନ୍ତି । ଏହି ପ୍ରତିବାଦ ଶୋଭାଯାତ୍ରା ମାଧ୍ୟମରେ ଆଜାଦ ମୈଦାନରୁ ରାଜଭବନ ପର୍ଯ୍ୟନ୍ତ ଯିବାର ଥିଲା । କିନ୍ତୁ ଚାଷୀ ଏଥିପ୍ରତି ନାରାଜ ଅଛନ୍ତି । ପ୍ରତିନିଧି ମଣ୍ଡଳୀ ହିଁ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ଶରଦ ପାୱାର ।

ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ୫ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଘଟଣାରେ ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ । ସେହିପରି ଗୁଳିକାଣ୍ଡ ଦିନ ଘଟଣାସ୍ଥଳରୁ ୩ଟି ଜୀବନ୍ତ ଗୁଳି ସହ ଖୋକା ଜବତ କରିଛି ପୋଲିସ । ଜଣେ ଏସପିଓଙ୍କ ନେତୃତ୍ବରେ ଘଟଣାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇଥିଲା ।

Ganjam Police Arrested Five Accused In Debaraj Sahu Murder Case

ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଓ ଫରେନ୍ସିକ୍ ଟିମ୍ ଘଟଣାର ଛାନଭିନ୍ କରିଥିଲେ । ଗତ ୨୦ ତାରିଖରେ ଦେବରାଜଙ୍କୁ ଗୁଳି କରି ଫେରାର୍ ହୋଇଯାଇଥିଲେ ହତ୍ୟାକାରୀ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ ସହ ବଳରାମ ପରିଡ଼ା, ପବନ ପହାଣ, ପ୍ରଶାନ୍ତ ସ୍ୱାଇଁ, ଗଗନ ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତଙ୍କଠାରୁ ୩ଟି ପିସ୍ତଲ, ୬୨ଟି ଜୀବନ୍ତ ଗୁଳି, ୩ଟି ମାଗାଜିନ୍ ଏବଂ ଗୋଟିଏ କାର, ୩ଟି ମୋବାଇଲ୍, ୩୫୦୦ ଟଙ୍କା ଜବତ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ହତ୍ୟା ପରେ କାରରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।