spot_img
Home Blog Page 6067

Googleର ବଡ଼ ନିଷ୍ପତ୍ତି, ଏହି ସ୍ମାର୍ଟଫୋନ ଗୁଡ଼ିକରେ କାମ ଦେବନି ଭିଡିଓ କଲିଂ ଆପ୍

ନୂଆଦିଲ୍ଲୀ: ଗୁଗୁଲର ଭିଡିଓ କଲିଂ ଆପ୍ Google Duo ଖୁବଶୀଘ୍ର ଅନସାର୍ଟିଫାଏ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ । 9to5Google ର ଏକ ରିପୋର୍ଟ ମୁତାବକ ଭିଡିଓ କଲିଂ ଆପ୍ ର ଅପଡେଟ କୋଡରେ ଏହି ସୂଚନା ଦିଆଯାଇଛି । ଏହାପୂର୍ବରୁ ଗୁଗୁଲ Uncertified Android Smartphone ପାଇଁ ନିଜ ଗୁଗୁଲ ମେସେଜ ସର୍ଭିସ ବନ୍ଦ କରିଦେଇଥିଲା ।

କ’ଣ ଏହି Uncertified Android Smartphone ?

Uncertified Android Device ସେହି ସ୍ମାର୍ଟଫୋନ ଅଟେ, ଯାହାକୁ ଗୁଗୁଲ ଟେଷ୍ଟ କରିନଥାଏ । ଏହି ସ୍ମାର୍ଟଫୋନ ଗୁଡ଼ିକରେ ପ୍ଲେ ଷ୍ଟୋର ବ୍ୟତୀତ ପ୍ରୀ- ଇନଷ୍ଟଲ୍ଡ ଗୁଗୁଲ ଆପ୍ ମଧ୍ୟ ଉପଲବ୍ଧ ନଥାଏ । ଯେଉଁ ଯେଉଁ କମ୍ପାନୀ ଗୁଡ଼ିକର ସ୍ମାର୍ଟଫୋନରେ Google Duo Service ବନ୍ଦ ହେବାକୁ ଯାଉଛି ସେଥିରେ Huawei ମଧ୍ୟ ସାମିଲ ଅଛି । ଯଦି ଆପଣଙ୍କ ପାଖରେ ନୋକିଆ, ସାମସଙ୍ଗ, ୱାନପ୍ଲସ, ଭିଭୋ ବା ଓପୋ ସ୍ମାର୍ଟଫୋନ ରହିଛି, ତେବେ ଆପଣଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ୟୁଜର୍ସ ମାନଙ୍କୁ ମେସେଜ ଦେଉଛି କମ୍ପାନୀ

ଯେଉଁ ଯେଉଁ ଡିଫାଇଜ ଗୁଡ଼ିକରେ Google Duo ବନ୍ଦ ହେବାକୁ ଯାଉଛି, ସେମାନଙ୍କୁ କମ୍ପାନୀ ତରଫରୁ ଏହାର ମେସେଜ ମିଳିବ । କମ୍ପାନୀ ଏହି ନୋଟିଫିକେସନ ମେସେଜରେ ୟୁଜର୍ସ ମାନଙ୍କୁ କ୍ଲିପ୍ସ ଏବଂ କଲ୍ ହିଷ୍ଟ୍ରି ଡାଉନଲୋଡ କରିବା ପାଇଁ କହିଛି, ଯାହାଫଳରେ ଏହା ସୁରକ୍ଷିତ ରହିପାରିବ ।

ମିଳିବ ୧୪ ଦିନର ଗ୍ରେସ ପିରିୟଡ

ଅପଡେଟ କୋଡ୍ ମୁତାବକ Uncertified Devices ର ୟୁଜର୍ସ ମାର୍ଚ୍ଚ ୩୧ ୨୦୨୧ ପରେ Google Duoର ଡାଟାକୁ ଡାଉନଲୋଡ କରିପାରିବେ ନାହିଁ । କମ୍ପାନୀ ୟୁଜର୍ସଙ୍କୁ ଏହା ପରେ ଡାଉନଲୋଡ କରିବା ପାଇଁ ୧୪ ଦିନର ଗ୍ରେସ ପିରିୟଡ ମଧ୍ୟ ମିଳିବ ।

୧୦୦ କୋଟିରୁ ଅଧିକ ଡାଉନଲୋଡ

ଆଣ୍ଡରଏଡ ସ୍ମାର୍ଟଫୋନରେ ବେଷ୍ଟ ଭିଡିଓ କଲିଂ ଆପ୍ସ ମଧ୍ୟରୁ Google Duo ସର୍ବଶ୍ରେଷ୍ଠ । ଏଥିରେ ୟୁଜର୍ସ ଏହା ସହିତ ୩୨ ଜଣଙ୍କ ସହ ଯୋଡ଼ି ହୋଇପାରିବେ । ପ୍ଲେ ଷ୍ଟୋରରେ ଏହା ୪.୫ ରେଟିଂ ସହ ଉପଲବ୍ଧ ଅଛି । ଏଯାବତ ଏହାକୁ ବିଶ୍ୱବ୍ୟାପୀ ୧୦୦ କୋଟି ରୁ ଅଧିକ ଥର ଡାଉନଲୋଡ କରାଯାଇଛି ।

ପ୍ରତ୍ୟାହାର ହେବନି ପୁରୁଣା ଶହେ ଓ ୫ ଟଙ୍କିଆ, ସ୍ପଷ୍ଟ କଲା RBI

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଥିବା ପୁରୁଣା ଶହେ, ଦଶ ଓ ପାଞ୍ଚ ଟଙ୍କାର ନୋଟକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ, ବ୍ୟସ୍ତ ହୁଅନ୍ତୁ ନାହିଁ । ବିଭିନ୍ନ ସୋସିଆଲ୍ ମିଡିଆରେ ପୁରୁଣା ୧୦୦ ଟଙ୍କିଆ ସହ ୧୦ ଓ ୫ ଟଙ୍କାର ନୋଟ୍ ପ୍ରତ୍ୟାହାର ହେବା ନେଇ ଖବର ପ୍ରଚାରିତ ହୋଇଥିଲା । ଆଜି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଖବରକୁ ମିଛ ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

ପୁରୁଣା ଶହେ ଟଙ୍କିଆ ସହ ୧୦ ଓ ୫ ଟଙ୍କାର ନୋଟକୁ ନିକଟ ଭବିଷ୍ୟତରେ ପ୍ରତ୍ୟାହାର ନେଇ ସେଭଳି କିଛି ଯୋଜନା ନାହିଁ । ପ୍ରଚାରିତ ଖବର ସମ୍ପୂର୍ଣ୍ଣ ମିଛ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ସୋସିଆଲ୍ ମିଡିଆରେ ପୁରୁଣା ନୋଟ୍ ପ୍ରତ୍ୟାହାର ନେଇ ପ୍ରଚାର ପରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଲୋକଙ୍କ ମନକୁ ଚାଲି ଆସିଥିଲା ବିମୁଦ୍ରୀକରଣ କଥା ।

RBI Assures Old Series of ₹100, ₹10 & ₹5 banknotes Remain In Circulation

୨୦୧୮ ମସିହାରେ ଆରବିଆଇ ନୂଆ ରୂପରେ ୧୦ ଟଙ୍କା, ୫୦ ଟଙ୍କା, ୨୦୦ ଟଙ୍କା ନୋଟ୍ ବଜାରକୁ ଛାଡ଼ିଥିଲା । ପରେ ୨୦୧୯ରେ ବଜାରକୁ ଆସିଥିଲା ନୂତନ ୧୦୦ ଟଙ୍କାର ନୋଟ୍ । ୨୦୧୬ ନଭେମ୍ବର ୮ ବିମୁଦ୍ରୀକରଣ ପରେ ଆରବିଆଇ ୨୦୦ ଓ ୨ ହଜାର ଟଙ୍କାର ନୋଟ୍ ଛାପିଥିଲା । ପୂର୍ବରୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କାର ନୋଟ୍ ବନ୍ଦ ହେବା ପରେ ଆରବିଆଇ ନୂତନ ୫୦୦ ଟଙ୍କିଆ ନୋଟ୍ ମଧ୍ୟ ପ୍ରଚଳନ କରିଥିଲା ।

ଭାରତୀୟ ସମ୍ବିଧାନ ଲେଖିଥିବା ସେହି ୨ ଅଜଣା ସିଭିଲ୍ ସର୍ଭାଣ୍ଟ

ପରାଧୀନତାରୁ ସ୍ୱାଧୀନତା ଆଉ ସମ୍ବିଧାନ । ଭାରତର ଏହି ଲମ୍ବା ଇତିହାସ ଆଲୋଚନା କରିବା ସମୟରେ ମନକୁ ଚାଲିଆସେ ଜାତିର ପିତା ମହାତ୍ମା ଗାନ୍ଧୀ, ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ପଟେଲ, ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍ ଆମ୍ବେଦକର ପ୍ରଭୃତି ହସ୍ତୀଙ୍କ ନାଁ । କିନ୍ତୁ ଏମିତି ଅନକେ ବ୍ୟକ୍ତି ଯେଉଁମାନେ ସମ୍ମୁଖ ସଂଗ୍ରାମରେ ନଥିଲେ ମଧ୍ୟ ଭାରତର ନିର୍ମାଣରେ ପଥ ପ୍ରଦର୍ଶକ ହୋଇଛନ୍ତି । ଆଜି ସେମାନଙ୍କ ଭିତରୁ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିବା ତାତ୍ପର୍ଯ୍ୟପୂର୍ଣ୍ଣ । କାରଣ ଭାରତୀୟ ସମ୍ବିଧାନ ଲେଖିବାରେ ଏମାନଙ୍କ ଭୂମିକା ଥିଲା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

two-civil-servants-who-built-indias-democracy (2)

ଆମ ସମ୍ବିଧାନ ବିଶ୍ୱର ସବୁଠାରୁ ଦୀର୍ଘକାୟ ଶାସନ ଗ୍ରନ୍ଥ । ବିଭିନ୍ନ ଦେଶର ସୁ-ବ୍ୟବସ୍ଥାକୁ ଆମ ଦେଶରେ ପ୍ରଣୟନ କରିବା ଏବଂ ଆମ ଦେଶର ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖି ଆଗକୁ ନୂଆ ଭାରତ ନିର୍ମାଣ କରିବା ହେଉଛି ଏହି ଗ୍ରନ୍ଥର ମହାନ ଉଦ୍ଦଶ୍ୟେ । ସେଥିପାଇଁ ତ ପୃଥିବୀର ଏହା ଏକମାତ୍ର ଶାସନ ଯନ୍ତ୍ର ଯାହାକୁ ଶତାଧିକ ଥର ସଂଶୋଧନ କରାଯାଇ ପାରିଛି । ବଦଳୁଥିବା ପରିସ୍ଥିତିରେ ଭାରତର ମୂଳମନ୍ତ୍ରକୁ ଅକ୍ଷୂର୍ଣ୍ଣ ରଖିବା ଲାଗି । ପ୍ରଶ୍ନ ଉଠେ ଯେଉଁ ମହାନ ତପସ୍ୱୀମାନେ ଆମକୁ ଏହି ଶାସନ ଯନ୍ତ୍ର ଉପହାର ଦେଲେ ତାହା ତିଆରି କେମିତି ହେଲା ? କେଉଁମାନେ ତାହାର ପଛରେ ରହିଥିଲେ ଅଜଣା ହୋଇ ? ଏମିତି କାହାଣୀ ଖୋଜିବା ଭିତରେ ସାମ୍ନାକୁ ଆସନ୍ତି କନଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି ସେକ୍ରେଟାରିଏଟ (CAS)ରେ କାର୍ଯ୍ୟକରୁଥିବା ସେତେବେଳର ଦୁଇ ସିଭିଲ୍ ସର୍ଭାଣ୍ଟ । ସେମାନେ ହେଲେ ସାର୍ ବେନେଗାଲ ରାଉ ଏବଂ ସୁରେନ୍ଦ୍ରନାଥ ମୁଖାର୍ଜୀ । ହଁ ଏ ଯେଉଁ ସେକ୍ରେଟାରିଏଟ୍ ତିଆରି ହୋଇଥିଲା ତାହା ଭାରତ ପାଇଁ ନୂଆ ଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ବିଧାନ ଲେଖିବା ଏହାର ଉଦ୍ଦଶ୍ୟେ ଥିଲା।

two-civil-servants-who-built-indias-democracy (2)

ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଭାରତର ସମ୍ବିଧାନ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ୧୯୪୬ ମସିହା ମେ’ ମାସରେ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି ସେକ୍ରେଟାରିଏଟ (CAS) ନାମକ ଏହି ଅନ୍ତରୀଣ ବ୍ୟୁରୋକ୍ରାଟିକ୍ ଏଜେନ୍ସିକୁ ଗଠନ କରାଯାଇଥିଲା । ଯାହାର ମୁଖ୍ୟ ଥିଲେ ସମ୍ବିଧାନର ଉପଦେଷ୍ଟା ସାର୍ ବେନେଗାଲ ରାଉ । ସେହିପରି ବ୍ରିଟିଶ ସରକାରଙ୍କ ଯୁଗ୍ମ ସଚିବ ଥିବା ସୁରେନ୍ଦ୍ରନାଥ ମୁଖାର୍ଜୀ ଏହି ଏଜେନ୍ସୀରେ  ଭାରତୀୟ ସମ୍ବିଧାନ ପ୍ରସ୍ତୁତିରେ ମୁଖ୍ୟ ଡ୍ରାଫ୍ଟସମ୍ୟାନ ଦାୟିତ୍ୱ ତୁଲାଇ ଥିଲେ ।

two-civil-servants-who-built-indias-democracy (2)

ଏହାବ୍ୟତୀତ ସିଏଏସର ଫ୍ରାଞ୍ଚାଇଜ୍ ସେକ୍ସନ୍, ଭାରତରେ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ୱାରା ଦେଶ ପରିଚାଳନା ନେଇ କାମ କରିଥିଲା । ଏଥିରେ ଅଣ୍ଡର ସେକ୍ରେଟାରୀ କେଭି ପଦ୍ମନାଭନ ଏବଂ ପିଏସ୍ ସୁବ୍ରମଣିଆନଙ୍କ ସହ ଅନୁସନ୍ଧାନକାରୀ ଅଧିକାରୀ ଏ.ଏ. ଆବିଡି ଏବଂ ବ୍ରିଜ୍ ଭୂଷଣ ଥିଲେ ।

two-civil-servants-who-built-indias-democracy (2)

ଦାୟିତ୍ୱ ଗ୍ରହଣ ପରେ ରାଓ ତାଙ୍କ ଟିମ୍ ସହ କେଭି ପଦ୍ମନାଭନଙ୍କୁ ଆମେରିକା, କାନାଡ଼ା, ଆୟାର୍ଲାଣ୍ଡ ଏବଂ ୟୁକେ ଯାଇଥିଲେ । ଏସବୁ ଦେଶର ସମ୍ବିଧାନକୁ ଅନୁଶୀଳନ କରିବା ସହ ସେଠାରେ ଶିକ୍ଷାବିତ୍, ବିଚାରପତି ଏବଂ ଆଇନପ୍ରଣେତାଙ୍କୁ ଭେଟି ଆଲୋଚନା କରିଥିଲେ । ସେଇଠୁ ରେଖାଙ୍କିତ ହୋଇଥିଲା ଭାରତୀୟ ସମ୍ବିଧାନର ରୂପରେଖ ।

two-civil-servants-who-built-indias-democracy (2)

୧୯୪୭ରେ କନଷ୍ଟିଚ୍ୟୁଏଟ୍ ଆସେମ୍ବ୍ଲିସମ୍ବିଧାନର ପ୍ରଥମ ଡ୍ରାଫ୍ଟ ପ୍ରସ୍ତୁତ କରିବା ପୂର୍ବରୁ ଶ୍ରୀ ରାଓ ବିଭିନ୍ନ ଦେଶର ସମ୍ବିଧାନର ପ୍ରାଥମିକତା ବିଷୟରେ ବିସ୍ତୃତ ଭାବେ ବିଶ୍ଲେଷଣ କରି ଲେଖିଥିଲେ ।

two-civil-servants-who-built-indias-democracy (4)

ସମ୍ବିଧାନ ଲେଖିବା କାର୍ଯ୍ୟରେ ସହଯୋଗ କରିବା ସହ ସିଏଏସର ଫ୍ରାଞ୍ଚାଇଜ୍ ସେକ୍ସନ୍ ସ୍ୱାଧୀନ ଭାରତର ପ୍ରଥମ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟରେ ନିଭାଇଥିଲା ଉଲ୍ଲେଖନୀୟ ଭୂମିକା । ଯେଉଁଥିପାଇଁ ଭାରତ ୧୭ କୋଟି ୩୦ ଲକ୍ଷ ଭୋଟରକୁ ନେଇ ୧୯୫୧ ଅକ୍ଟୋବର ୨୫ରୁ ୧୯୫୨ ଫେବ୍ରୁଆରୀ ୨୧ ମଧ୍ୟରେ ପ୍ରଥମ ନିର୍ବାଚନ କରିପାରିଥିଲା ।

କେବଳ ସେତିକି ନୁହେଁ ଭାରତର ସମ୍ବିଧାନ ସହିତ ମିଆଁମାର ଭାବେ ପରିଚତ ବର୍ମାର ସମ୍ବିଧାନ ତିଆରିରେ ମଧ୍ୟ  ରାଓଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

West Bengal Election: ‘ଯିଏ ଦଳ ଛାଡ଼ି ଯିବାକୁ ଚାହୁଛନ୍ତି ଯାଇପାରନ୍ତି’: ମମତା ବାନାର୍ଜୀ

କୋଲକାତା: ଅପ୍ରେଲ- ମେ ମାସରେ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ନିର୍ବାଚନ ଦିନକୁ ଦିନ ରୋମାଞ୍ଚକ ମୋଡ଼ ନେବାରେ ଲାଗିଛି । ଟିଏମସି ଏବଂ ବିଜେପି ମଧ୍ୟରେ ବାକ ଯୁଦ୍ଧ ଲାଗିରହିଛି । ଜଣେ ପରେ ଜଣେ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେବା ମମତାଙ୍କ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହେଉଛି । ଅନ୍ୟପଟେ ନେତାଙ୍କ ଦଳ ବଦଳିକୁ ନେଇ ମମତା ଖୁଲମଖୁଲା ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଯେଉଁ ମାନେ ଟିଏମସି ଛାଡ଼ି ଯିବାକୁ ଚାହୁଛନ୍ତି, ସେମାନେ ଅତିଶୀଘ୍ର ଛାଡ଼ି ଯାଇପାରନ୍ତି ।’

ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏଯାବତ ଟିଏମସିର ଅନେକ ବଡ଼ ବଡ଼ ନେତା ପାର୍ଟି ଛାଡ଼ି ବିଜେପିରେ ଶାମିଲ ହୋଇଛନ୍ତି । ଏହାକୁ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ତୃଣମୂଳ କଂଗ୍ରେସ ଛାଡ଼ି ଯିବାକୁ ଲାଇନ ଲଗାଇଛନ୍ତି, ସେମାନେ ଅତିଶୀଘ୍ର ଛାଡ଼ି ଯାଇପାରନ୍ତି ।’

ଏଥିପାଇଁ ପାର୍ଟି ଛାଡୁଛନ୍ତି ନେତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଗୁଳିରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ସେ ପାର୍ଟି ଛାଡ଼ି ଯାଉଥିବା ରାଜନେତାଙ୍କୁ କହିଥିଲେ ଯେ, ‘ବଙ୍ଗାଲ ଏବଂ ଟିଏମସିକୁ ଆପଣମାନଙ୍କର କୌଣସି ଆବଶ୍ୟକତା ନାହିଁ । ଟିଏମସି ସେମିତିରେ ଏମାନଙ୍କୁ ଟିକେଟ ଦେଇନଥାନ୍ତା ତେଣୁ ଭୟରେ ସେମାନେ ଦଳ ଛାଡ଼ିଛନ୍ତି । ’

 

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ମୁଖରେ ବିଜେପିର କାର୍ଯ୍ୟକର୍ତ୍ତା ଜୟ ଶ୍ରୀ ରାମର ନାଆ ଲଗାଇଥିଲେ । ଏହି ଘଟଣା ପରେ ରାଜନୀତି ମାହୋଲ ସରଗରମ ରହିଛି । ମମତା ମଞ୍ଚରେ ହିଁ ଏହାକୁ ଅପମାନ ବୋଲି କହି ସମ୍ବୋଧନ କରିବା ପାଇଁ ମନା କରିଦେଇଥିଲେ ।  

ବନ୍ଧାହେଲେ ସାମ୍ବାଦିକ ୪୨୦, ୱେବ ଚ୍ୟାନେଲ ଖୋଲି କରୁଥିଲା ବ୍ଲାକମେଲ

ଭୁବନେଶ୍ୱର: ବନ୍ଧାହେଲାେ ସାମ୍ବାଦିକ ୪୨୦ । ୱେବ ଚ୍ୟାନେଲ ଖୋଲି କରୁଥିଲେ ବ୍ଲାକମେଲ । ନ୍ୟୁଜ ଆଳରେ ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଏମିତି ଘଟଣା ଘଟିଛି ଖୋଦ ରାଜଧାନୀରେ । ୱେବ ଚ୍ୟାନେଲ ଖୋଲି ବିଭିନ୍ନ ଲୋକଙ୍କ ଠାରୁ ଅର୍ଥ ହଡପ କରିବା ସହ ବ୍ଲାକମେଲିଙ୍ଗ କରୁଥିବା ଅଭିଯୋଗରେ ସୌମ୍ୟ ରଞ୍ଜନ ସାମନ୍ତରାୟକୁ ପଚରାଉଚରା କରୁଛି ଖଣ୍ଡଗିରି ଥାନା ।

ଏପରି ଅଭିଯୋଗ ପାଇବା ପରେ ପୋଲିସ ୪୮ଘଣ୍ଟା ମଧ୍ୟରେ ପଦକ୍ଷେପ ନେଇଛି । ନେତା, ବ୍ୟବସାୟୀ, ସାମ୍ବାଦିକ କାହାକୁ ମଧ୍ୟ ଛାଡିବାକୁ ପଛଘୁଞ୍ଚା ଦେଉନଥିଲା ଏହି ଠକ । ବିଭିନ୍ନ ସ୍ଥାନରେ ଅଫିସ ଖୋଲି ମାଗୁଥିଲା ଟଙ୍କା । ଫଳରେ ଦଲାଲକୁ ପୁରୀରୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଏମିତିକି ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରୁଥିଲା । ଅଶ୍ଳୀଳ ଭିଡିଓ ଭାଇରାଲ କରି ବ୍ଲାକମେଲ କରୁଥିବା ଅଭିଯୋଗ ମଧ୍ୟ ଆସିଛି ।

ସର୍ବସାଧାରଣଙ୍କ ଲାଗି କାଲି ଅଢ଼େଇ ଘଣ୍ଟା ମହାତ୍ମା ଗାନ୍ଧି ମାର୍ଗ ମନା

ଭୁବନେଶ୍ୱର: ଆସନ୍ତାକାଲି ଦେଶ ପାଳିବ ୭୨ତମ ଗଣତନ୍ତ୍ର ଦିବସ । ଏଥିପାଇଁ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ରାଜଧାନୀର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । କୋଭିଡ୍ କଟକଣା ଭିତରେ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ । କୋଭିଡ୍ କଟକଣାରେ ସମାରୋହ ହେଉଥିବାରୁ ମହାତ୍ମା ଗାନ୍ଧି ମାର୍ଗରେ ସର୍ବସାଧାରଣ ଯାତାୟତ ବାରଣ କରାଯାଇଛି ।

ଆସନ୍ତାକାଲି ସକାଳ ୬ଟା ୩୦ରୁ ୯ଟା ଯାଏ ସର୍ବସାଧାରଣଙ୍କ ଲାଗି ମହାତ୍ମା ଗାନ୍ଧି ମାର୍ଗ ବନ୍ଦ ରହିବ । ଗାଡ଼ି କିମ୍ବା ଚାଲିକରି କେହି ବି ମହାତ୍ମା ଗାନ୍ଧି ମାର୍ଗରେ ଯାଇ ପାରିବେ ନାହିଁ । ଚଳିତଥର କରୋନା ପାଇଁ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍ ପରେଡରେ ଭାଗ ନେବେ ନାହିଁ । ପରେଡରେ କେବଳ ପୋଲିସ ଭାଗ ନେବ ।

ଏଥିସହ ପଢ଼ନ୍ତୁ- ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି

ଏପରିକି ଗଣତନ୍ତ୍ର ଦିବସ ସମାରୋହରେ ସାଧାରଣ ଲୋକ ସାମିଲ୍ ହୋଇପାରିବେ ନାହିଁ । ଇ-ନିମନ୍ତ୍ରଣ ଦ୍ୱାରା ଅଳ୍ପସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଛି । ସମାରୋହ ସ୍ଥଳରେ ସାମାଜିକ ଦୂରତା ରକ୍ଷା, ମୁହଁରେ ମାସ୍କ ପିନ୍ଧିବା ପ୍ରତି ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ପ୍ରବେଶ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ।

ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପାଳନ କରାଯିବ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ଏଥିସହ ପଢ଼ନ୍ତୁ- ଗାନ୍ଧୀ ମାର୍ଗରେ ପାଳନ ହେବ ୭୨ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

ଫେବୃଆରୀରୁ ଆଉ ଦେଖିବାକୁ ମିଳିବନି ‘ଦ କପିଲ ଶର୍ମା ଶୋ’, ବନ୍ଦ ହେବା ପଛରେ ଏହା ରହିଛି କାରଣ

ମୁମ୍ବାଇ: କିଛିଦିନ ପୂର୍ବରୁ ଖବର ଶୁଣିବାକୁ ମିଳୁଥିଲା ଯେ, କପିଲ ଶର୍ମାଙ୍କ କମେଡୀ ଶୋ ‘ଦ କପିଲ ଶର୍ମା ଶୋ’ ବନ୍ଦ ହେବାକୁ ଯାଉଛି । ଏହାକୁ ବନ୍ଦକରି ଏକ ନୂଆ ରୂପରେ ଲଞ୍ଚ ହେବାକୁ ଯାଉଛି ଏହି ଶୋ । ତେବେ ଶୋ ବନ୍ଦ ହେବା ଖବର ସତ କିନ୍ତୁ ଏହାର କାରଣ ଅନ୍ୟ କିଛି ବୋଲି ସୂଚନା ମିଳୁଛି । ରିପୋର୍ଟ ମୁତାବକ, ଦ କପିଲ ଶର୍ମା ଶୋ’ କିଛି ମାସ ପରେ ବନ୍ଦ ହେବାକୁ ଯାଉଛି ଏବଂ ଏକ ନୂଆ ରୂପରେ ଲଞ୍ଚ ହେବାକୁ ଯାଉଛି ।

ସୂଚନା ମୁତାବକ ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ଅଫ୍ ଏୟାର ହେବାକୁ ଯାଉଛି ଏହି ଶୋ । ‘ଦ କପିଲ ଶର୍ମା ଶୋ’ ଡିସେମ୍ବର ୨୦୧୮ରେ ଅନ ଏୟାର ହୋଇଥିଲା । ଶୋ’ ରେ କପିଲଙ୍କ ବ୍ୟତୀତ ଭାରତୀ ସିଂହ, କୃଷ୍ଣା ଅଭିଷେକ, ଚନ୍ଦନ ପ୍ରଭାକର, କୀକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ ଏବଂ ଅର୍ଚ୍ଚନା ପୁରଣ ସିଂହ ମଧ୍ୟ ଅଛନ୍ତି ।

‘ନା ଫିଲ୍ମ ରିଲିଜ ହେଉଛି ନା ଷ୍ଟାର ପ୍ରମୋସନ ପାଇଁ ଆସୁଛନ୍ତି’

ସୂଚନା ମୁତାବକ ଶୋ’ର ପୂନଃନିର୍ମାଣ କରିବାର କୌଣସି ଯୋଜନା ନାହିଁ । ଏହି ଶୋ’ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଲାଇଭ ଅଡିଆନ୍ସ ଏହି ଶୋ’ ର ମୁଖ୍ୟ ଆକର୍ଷଣ ଅଟନ୍ତି । କିନ୍ତୁ କରୋନା ମହାମାରୀ କାରଣରୁ ଲାଇଭ ଅଡିଆନ୍ସକୁ ବନ୍ଦ କରିଦିଆଗଲା । ଏଥିସହିତ ଫିଲ୍ମ ରିଲିଜ ହେବା ମଧ୍ୟ ବନ୍ଦ ହୋଇଗଲା । ଏହି କାରଣରୁ ବଲିଉଡ ଷ୍ଟାର ଫିଲ୍ମକୁ ପ୍ରମୋଶନ ପାଇଁ ଆସିଲେ ନାହିଁ । ଏଥିପାଇଁ ମେକର୍ସ ମାନେ ନିଷ୍ପତ୍ତି ନେଲେ ଯେ, ଏଭଳି ପରିସ୍ଥିତିରେ ବ୍ରେକ୍ ନେବା ସଠିକ ରହିବ ଏବଂ ସ୍ଥିତି ସୁଧୁରିବା ପରେ ପୁଣି ଏହି ଶୋ’ କୁ ଅନ୍ ଏୟାର କରାଯିବ ।

ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିଥାଏ । ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡ଼ିଥାଏ । ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ । ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ  ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ । ଘର ପରେ ବିଦ୍ୟାଳୟ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ସବୁଠାରୁ ଅଧିକ । ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗିଦାରୀ ହୋଇପାରିବ । ତାହା ଭିତ୍ତିଭୂମି ବିକାଶ ହେଉ ବା ଶିକ୍ଷାଦାନ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡ଼ିଆ ସାମିଲ ହୋଇ ସେମାନେ ପଢ଼ିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି ।

Naveen Writes All Mp And MLA To Adopt Govt School

ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଏବଂ ବିଧାୟକ ମାନଙ୍କୁ ସେମାନେ ପଢ଼ିଥିବା ବିଦ୍ୟାଳୟ ବା ପସନ୍ଦର ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି । ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ ଗୋଟି ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିପାରିବ ।

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି- ଆପଣମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ଦ୍ବାରା ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ଏଥିରେ ଆପଣ ପାଠ ପଢ଼ିଥିବା ବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ବିଦ୍ୟାଳୟ ଆମକୁ ବହୁତ କିଛି ଦେଇଛି, ଆମକୁ ଗଢିଛି । ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମ ଭିତରେ ସାମର୍ଥ୍ୟ ସୃଷ୍ଟି କରିଛି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି । ସମାଜ ପ୍ରତି ଉତ୍ତରଦାୟିତ୍ବକୁ ଠିକ୍‌ ଭାବରେ ନିର୍ବାହ କରିବା ପାଇଁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Naveen Writes All Mp And MLA To Adopt Govt School

ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟ ସରକାରଙ୍କର ମୋ ସ୍କୁଲ କାର୍ଯ୍ୟକ୍ରମ ଆପଣଙ୍କର ପ୍ରିୟ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଉଲ୍ଲେଖ କରି ନିଜ ନିଜର ପ୍ରିୟ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସ୍କୁଲ ଆମକୁ ବହୁତ କିଛି ଦେଇଛି । ତାର ପ୍ରତିଦାନ ଦେବା ପାଇଁ ଆଜି ସମୟ ଆସିଛି । ସମାଜର ନେତୃବର୍ଗଙ୍କର ଏହି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଆପଣମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ଓ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବ । ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ଶୈକ୍ଷିକ ପରିବେଶରେ ଆରମ୍ଭ ହୋଇଥିବା ରୂପାନ୍ତରରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପିପିଲି ଉପନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ

ପିପିଲି: ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହେବ । ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି । କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ପିପିଲି ଉପନିର୍ଵାଚନ ହେବ। ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ କରାଯାଇଛି ।

ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି। ଖୁବ ଶୀଘ୍ର ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ପିପିଲି ପାଇଁ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏବେ ଏହି ଆସନ ଖାଲି ପଡିଛି ।

ଶିଶୁ ଓ ମହିଳା ସୁରକ୍ଷା ପାଇଁ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଶାଖା, ୬୨ଟି ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର ରହିଛି । ଆଜି ଏନେଇ ଆଉ ପାଦେ ଆଗକୁ ବଢିଛନ୍ତି  ମୁଖ୍ୟମନ୍ତ୍ରୀ । ଆରମ୍ଭରୁ ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ସେନେଇ ବିଶେଷ ଧ୍ୟାନ ଦେଇଛନ୍ତି । ଏବଂ ଏଭଳି ଅଭିଯୋଗର ଉଚିତ ଭାବରେ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମିତି ଏକ ଦୃଢ ପଦକ୍ଷେପ ନେଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ପୋଲିସରେ ଏକ ସ୍ୱତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଏହି ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀକୁ ମଞ୍ଜୁର କରିଛନ୍ତି । ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତ  Cyber Forensic ଏବଂ IT ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି ।

ଏହାସହ ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ଶାଖା ପରିଚାଳିତ ହେବ । ଏଥିରେ ଦୁଇ ଜଣ ଅତିରିକ୍ତ ଏସ୍.ପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏ.ଏସ୍.ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏହା ସହିତ ୫ଜଣ ministerial staff  ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି ।