spot_img
Home Blog Page 6070

ଆଜି ଦେଶ ପାଳୁଛି ନବମ ଜାତୀୟ ମତଦାନ ଦିବସ

ନୂଆଦିଲ୍ଲୀ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେବ ନବମ ଜାତୀୟ ମତଦାନ ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କୋଭିଡ କଟକଣାରେ କାର୍ଯ୍ୟକ୍ରମ କରିବାକୁ ଏସଓପି ଜାରି ହୋଇଛି । ଆଜି ନୂଆ ଭୋଟରମାନଙ୍କୁ ଫଟୋ ପରିଚୟ ପତ୍ର ବଣ୍ଟନ କରାଯିବ । ଦିଲ୍ଲୀ ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତୀୟ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

Voter Identity Correction Drive Till 15th December

ସେହିପରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।  ବାଂଲାଦେଶ, ଭୁଟାନ, କାଜାଖସ୍ତାନ, ମାଳଦ୍ୱୀପ, ରୁଷ ଏବଂ ଶ୍ରୀଲଙ୍କାର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଭିନ୍ନ ଦେଶର ରାଜନୈତିକ ଦଳର ପ୍ରତିନିଧିମାନେ, ସାଂସଦ, ରାଷ୍ଟ୍ରଦୂତ ମଧ୍ୟ ଯୋଗ ଦେବେ ।

ତେବେ ଏହି ଅବସରରେ ‘ମାଇଁ ଭୋଟ ମ୍ୟାଟର୍ସ’ନାମରେ ଏକ ପତ୍ରିକା ଉନ୍ମୋଚିତ ହେବ  । ନିର୍ବାଚନ ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ଥିବା ଅଫିସରମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ । ନିର୍ବାଚନରେ ଯେପରି କୌଣସି ଭୋଟର ବାଦ୍ ନପଡିବେ ସେଥିପ୍ରତି ନଜର ଦିଆଯାଇଛି  ।

ବାହାହେଲେ ବରୁଣ ଧୱନ ଓ ନତାଶା ଦଲାଲ, ଦେଖନ୍ତୁ ବିବାହର ପ୍ରଥମ ଫଟୋ

ଅଲିବାଗ: ବାହାହେଲେ ପିଲାବେଳର ସାଙ୍ଗ । ପିଲାଦିନର ସାଙ୍ଗ ବରୁଣ ଧୱନ ଓ ନତାଶା ଦଲାଲ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଦ ମ୍ୟାନସନ୍ ହାଉସରେ ରାତି ପାୟ ୧୦ଟା ୩୦ରେ ଦୁହିଁଙ୍କ ବାହାଘର ହୋଇଛି । ବାହାଘରରେ ବରୁଣ ଧୱନ ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷଙ୍କ ଦ୍ୱାରା ଡିଜାଇନ୍ ସ୍ୱତନ୍ତ୍ର ଶେରୱାନିରେ ନଜର ଆସିଥିଲେ । ଅନ୍ୟପଟେ ପେଷାରେ ଫ୍ୟାସନ୍ ଡିଜାଇନର ନତାଶା ନିଜେ ପ୍ରସ୍ତୁତ କରିଥିବା ଲେହେଙ୍ଗାରେ ନଜର ଆସିଛନ୍ତି ।

Actor Varun Dhawan Fashion Designer Natasha Dalal Marriage Photos

ବିବାହ ପରେ ଦୁହେଁ ବେଶ୍ ଖୁସି ନଜର ଆସିଛନ୍ତି । ଉଭୟ ଗଣମାଧ୍ୟମକୁ ମିଠାଇ ବାଣ୍ଟିଛନ୍ତି । ବିବାହ ସନ୍ଧ୍ୟା ୬ଟାରେ ପୂଜାପାଠ ସହ ଆରମ୍ଭ ହୋଇଥିଲା । ବିବାହ ବେଳେ ନାଚଗୀତର ଆସର ବେଶ୍ ଜମିଥିଲା । ହିନ୍ଦୀ ଓ ପଞ୍ଜାବୀ ଗୀତର ତାଳେ ତାଳେ ଝୁମିଥିଲେ ସମସ୍ତେ ।

Actor Varun Dhawan Fashion Designer Natasha Dalal Marriage Photos

ମୁମ୍ବାଇରୁ ୧୦୦ କିଲୋମିଟର ଦୂର ଅଲିବାଗରେ ବରୁଣ ଓ ନତାଶାଙ୍କ ବିବାହ ହୋଇଛି । ବିବାହ ଉତ୍ସବରେ ପ୍ରାୟ ୪୦ ଜଣ ଉପସ୍ଥିତ ଥିବାବେଳେ ସମସ୍ତଙ୍କ କରୋନା ଟେଷ୍ଟ କରାଯାଇଛି । ସେଲିବ୍ରିଟିଙ୍କ କଥା କହିଲେ ବିବାହରେ ବରୁଣଙ୍କ ମାଉସୀ ପୁଅ ଭାଇ ତଥା ନିର୍ଦ୍ଦେଶକ କୁଣାଳ କୋହଲି, ଡିଜାଇନର ମନୀଷ ମଲହୋତ୍ରା ଓ ଶଶାଙ୍କ ଖେତାନ ଉପସ୍ଥିତ ଥିଲେ ।

ବର୍ଷୀୟାନ୍ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ଦେହାନ୍ତ

ସମ୍ବଲପୁର: ଚିରନିଦ୍ରାରେ ଶାନ୍ତି ସ୍ୱରୂପ ମିଶ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର ଆଉନାହାଁନ୍ତି । ୭୨ ବର୍ଷ ବୟସରେ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗାଧୋଇବା ସମୟରେ ସେ ବାର୍ଥରୁମରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Ollywood Actor Shanti Swaroop Mishra Passes Away At 72

ଅନେକ ଓଡ଼ିଆ କଥା ଚଳଚ୍ଚିତରେ ସେ ଛାଡ଼ି ଯାଇଛନ୍ତି ତାଙ୍କ ଅଭିନୟର ନିଖୁଣ ଛାପ । ମନ ଆକାଶ, ବନ୍ଧୁ ମହାନ୍ତି, କୃଷ୍ଣ ସୁଦାମା ଭଳି ଅନେକ ଚଳଚିତ୍ରରେ ସେ ଅଭିନୟ କରିଥିଲେ ।

‘ଟ୍ରାକ୍ଟର ପରେଡ୍’‌କୁ ସର୍ତ୍ତମୂଳକ ଅନୁମତି: ରୁଟ୍ ପ୍ଳାନ୍ ଦେଲେ ଚାଷୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ପରେଡ୍  । ଏଥିପାଇଁ ଦିଲ୍ଲୀ ପୋଲିସ ସର୍ତ୍ତମୂଳକ ଅନୁମତି ଦେଇଛି  । ଭିନ୍ନ ଭିନ୍ନ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା  ।  ପରେଡ୍‌ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି ପରେଡ୍ ଦେଖିବ ବୋଲି ଚାଷୀନେତା କହିଛନ୍ତି । କେଉଁ କେଉଁ ରୁଟ୍‌ରେ ପରେଡ୍‌ ହେବ, ସେନେଇ ଦିଲ୍ଲୀ ପୋଲିସକୁ ଚାଷୀ ରୁଟ୍‌ ପ୍ଲାନ୍ ଦେଇଛନ୍ତି । ଦିଲ୍ଲୀର ତିନୋଟି ସ୍ଥାନରୁ ପରେଡ ପାଇଁ ଅନୁମତି ଦିଆଯାଇଛି  । ଏଥିପାଇଁ ସୀମାରେ ଲାଗିଥିବା ବ୍ୟାରିକେଡକୁ ହଟାଯିବ  । ପରେଡ ପାଇଁ ଆଜି ଦିଲ୍ଲୀ ପୋଲିସ ଓ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା  । ଅନେକ ସମୟର ଆଲୋଚନା ପରେ ପରେଡର ପ୍ଲାନିଂକୁ ଅନୁମତି ଦିଆଯାଇଛି  । ସିଂଘୁ, ଟିକ୍‌ରି ଓ ଗାଜିପୁର ସୀମାରୁ ଚାଷୀଙ୍କ ଟ୍ରାକ୍ଟର ରାଲି ବାହାରିବ । ରାଲିରେ ଘଣ୍ଟା ପ୍ରତି ୧୫ରୁ ୧୮ କିଲୋମିଟର ବେଗରେ ଟ୍ରାକ୍ଟର ଚାଲିବ । ଏପଟେ ସାଧାରଣତନ୍ତ୍ର ଦିବସରେ ରାଲି ନକରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପରାମର୍ଶ ଦେଇଛନ୍ତି  । ଚାଷୀମାନେ ଯଦି ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି, ଅନ୍ୟ କୌଣସି ଦିନରେ କରିପାରିବେ ବୋଲି ତୋମାର କହିଛନ୍ତି  । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ୧୧ ରାଉଣ୍ଡ ବୈଠକ ସରିଥିଲେ ବି ସମାଧାନର ରାସ୍ତା ବାହାରିନି  । ଚାଷୀସଂଘ ସମ୍ପୂର୍ଣ୍ଣ ଭାବେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ମେସେଞ୍ଜର କି ହ୍ୱାଟ୍ସଆପ୍ ନୁହଁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ନୂଆ ଆପ୍: ଆତଙ୍କୀ କାର୍ଯ୍ୟକଳାପ ନେଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ପରଲୋକ

ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ । ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ ୧୯୯୦ ମସିହାରେ ଜନତା ଦଳରୁ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ରାଜେନ୍ଦ୍ର କୁମାର ସାହୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମିଶ୍ର ବହି ପଢ଼ିବାକୁ ଭଲ ପାଉଥିବା ବେଳେ ସାହିତ୍ୟରେ ମଧ୍ୟ ରୁଚି ରଖୁଥିଲେ ।ସେ ନେତାଜୀ ସୁବାଷ ବୋଷ କ’ଣ ଜୀବିତ  ( Kya Netaji Subash Bose Jibita Hai) ପୁସ୍ତକର ଓଡ଼ିଆ ଅନୁବାଦ କରିଥିଲେ । 

ଏଥିସହିତ ପଢ଼ନ୍ତୁ: ମେସେଞ୍ଜର କି ହ୍ୱାଟ୍ସଆପ୍ ନୁହଁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ନୂଆ ଆପ୍: ଆତଙ୍କୀ କାର୍ଯ୍ୟକଳାପ ନେଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ

ମାଲବାହୀ ଟ୍ରେନ୍‌ର ୨ ଓ୍ୱାଗନ୍ ଲାଇନଚ୍ୟୁତ

ପାଲାସା: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୨ଟି ୱାଗନ୍ । ପଲାସା ୟାର୍ଡ ପ୍ରବେଶ ବେଳେ ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ପରେ ସମ୍ପୃକ୍ତ ଟ୍ରେନ୍ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖୋର୍ଦ୍ଧା ରୋଡରୁ ଯାଇଛି ରିଲିଫ୍ ଟ୍ରେନ୍ । କୋଣାର୍କ ସ୍ପେଶାଲ ଏକ୍ସପ୍ରେସ ପୁଣ୍ଡି ଷ୍ଟେସନରେ ଅଟକି ରହିଛି । ୨ଟି ଲୋକାଲ୍ ଟ୍ରେନ୍ ଚଳାଚଳ ସାମୟିକ ବାତିଲ୍ କରାଯାଇଛି । ବାତିଲ ହୋଇଥିବା ଟ୍ରେନ୍ ଦୁଇଟି ହେଲେ ବିଶାଖାପଟନମ୍-ପଲାସା, ଭୁବନେଶ୍ୱର-ପଲାସା ଏକ୍ସପ୍ରେସ୍ । ସେପଟେ ଉଦ୍ଧାର ପାଇଁ ରେଲଓ୍ବେ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମେସେଞ୍ଜର କି ହ୍ୱାଟ୍ସଆପ୍ ନୁହଁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ନୂଆ ଆପ୍: ଆତଙ୍କୀ କାର୍ଯ୍ୟକଳାପ ନେଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ

ବର୍ଷାଙ୍କ ଭିନ୍ନ ପ୍ରୟାସ, ଆୟୋଜିତ ହୋଇଛି ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନୀ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ‘ସମ୍ମାନିତା’ ଏବଂ ଦ କ୍ଲିକ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ “ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତି ହସ୍ତର୍ଶିଳ୍ପର ପ୍ରଦର୍ଶନୀ ଆୟାଜିତ ହୋଇଯାଇଛି। ପ୍ରତିଭାବାନ ଦକ୍ଷ ଦିବୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହା ଦ୍ୱାରା କଟକ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା 10 ଟି ବିଦ୍ୟାଳୟର ପିଲାମାନେ ବିକ୍ରୟ ପାଇଁ ଚିତ୍ର, ମାଟି ତିଆରି ଜିନିଷ, ଏମ୍ବ୍ରୋଡୋରୀ ଏବଂ ଅନ୍ୟାନ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । 24 ଜାନୁଆରୀ 2021 ରବିବାର ଦିନ 10 ଟା ସମୟରର ଟାଉନହଲ ଚୌଧୁରୀ ବଜାର, କଟକ ଠାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର, କମିଶନର ଜିଏସଟି ପୁରଣ, ପ୍ରକାଶ ବେହେରା, ରାମ କୃଷ୍ଣ ରଥ , ଦୀପା ସାହୁ, ସଭାପତି,ସମ୍ମାନିତା, ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତି ମହାନ୍ତି ପ୍ରମୁଖ ଯୋଗଦେଇ ସଫଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପାଇଁ ଅନେକ ପ୍ରଶଂସା ଏବଂ ପୁରସ୍କାର ଜିତିଥିବା ଖ୍ୟାତନାମା ଓଡ଼ିଆ କୋରିଓଗ୍ରାଫର ହରିହର ଦେଓଙ୍କୁ ସମ୍ମାନିତ କରାଯାଇଥିଲା ।

 

କାର୍ଯ୍ୟକ୍ରମକୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପାଳନ କରାଯାଇଥିଲା । ଏଥିରେ ପାଖାପାଖି ୮୦ ଜଣ ଦିବ୍ୟାଙ୍ଗ ପିଲା ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଚିତା ଏବଂ ରଙ୍ଗୋଲି ପ୍ରତିଯୋଗିତା ରଖିଯାଇଥିଲା ବେଳେ ଦିବ୍ୟାଙ୍ଗଙ୍କୁ ପ୍ରୋତ୍ସାହିତ କରିବା ରହିଥିଲା ମୁଖ୍ୟ ଉଦେଶ୍ୟ । ଯେଉଁଥିପାଇଁ ଦିବ୍ୟାଙ୍ଗ କୋରିଓଗ୍ରାଫର ହରିହର ଦେଓଙ୍କୁ ସମ୍ମାନିତ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ମେସେଞ୍ଜର କି ହ୍ୱାଟ୍ସଆପ୍ ନୁହଁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ନୂଆ ଆପ୍: ଆତଙ୍କୀ କାର୍ଯ୍ୟକଳାପ ନେଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ଖୋଜୁଛନ୍ତି ଆତଙ୍କୀ । ଏଥିଲାଗି ସେମାନେ ବ୍ୟବହାର କରୁଛନ୍ତି ଅତ୍ୟାଧୁନିକ ମେସେଞ୍ଜର ଆପ୍ । ଯାହା ଜରିଆରେ ସେମାନେ ଯୁବପିଢ଼ିଙ୍କ ସହ ଯୋଗାଯୋଗ ସ୍ଥାପନ କରୁଛନ୍ତି ଏବଂ ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉଛନ୍ତି । ଏଥିସହିତ ଏହି ଆପ୍ ଗୁଡ଼ିକ ସହାୟତରେ ଆତଙ୍କୀ କାର୍ଯ୍ୟକଳାପର ବ୍ଳ୍ୟୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଯାହାର କି କେହିଁ ଟେର୍ ବି ପାଇପାରନ୍ତି ନାହିଁ ।

Terror groups in Pakistan switch to new messaging apps - Rediff.com India News

ବର୍ତ୍ତମାନ ମେସେଜିଂ ଆପ୍ ଗୁଡ଼ିକରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ସାଧରଣ ଲୋକେ ଚାଟିଂ ଆପ୍ଗୁଡ଼ିକ ମାଧ୍ୟମରେ ବାର୍ତ୍ତାଳପକୁ ସୁରକ୍ଷିତ ମଣୁନଥିବା ବେଳେ ଆତଙ୍କବାଦୀ ଆପଣାଇଛନ୍ତି ଭିନ୍ନ ପନ୍ଥା । ଆତଙ୍କବାଦୀ ସଂଗଠନଗୁଡ଼ିକ ହ୍ୱାଟ୍ସଆପ୍ କିମ୍ୱା ଫେସବୁକ୍ ମେସେଞ୍ଜର ବଦଳରେ କିଛି ଅତ୍ୟାଧୁନିକ ଆପଗୁଡ଼ିକୁ ବ୍ୟବହାର କରୁଛନ୍ତି ।

Pakistan Conspires Major Attacks in Kashmir, Forms Two Terrorist Groups with LeT

ଏକ ଏନ୍‌କାଉଣ୍ଟର ବେଳେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀଠାରୁ ଏହି ତଥ୍ୟ ପ୍ରାପ୍ତ ହୋଇଛି । ଆତଙ୍କବାଦୀମାନେ ଆମେରିକା, ୟୁରୋପ ଓ ତୁର୍କୀ ଦ୍ୱାରା ବିକଶିତ କରାଯାଇଥିବା ଚାର୍ଟିଂ ଆପ୍ ଗୁଡ଼ିକର ବ୍ୟବହାର କରୁଛନ୍ତି । ଏହି ଆପ୍‌ ମାଧ୍ୟମରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ସହିତ ଯୋଗାଯୋଗ କରୁଛନ୍ତି । ଏ ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ଆତ୍ମସମର୍ପଣକାରୀ ଆତଙ୍କୀ କହିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍‌ ଗୁଡ଼ିକର ନାମ ଗୋପନ ରଖାଯାଇଛି । ଆଉ ଏହି ଆପଗୁଡ଼ିକ ମାଧ୍ୟମରେ ଆତଙ୍କବାଦୀମାନେ କଶ୍ମୀର ଭ୍ୟାଲିରେ ନିଯୁକ୍ତି ଚଳାଇଥିବା ତଥ୍ୟ ମଧ୍ୟ ପଦାକୁ ଆସିଛି ।

Terror groups in Pakistan switch to new messaging apps - Oneindia News

  ଏହି ଆପଗୁଡ଼ିକର ବଡ଼ ବିଶେଷ୍ୱତ ହେଉଛି ଏହା ଅତି କମ୍ ସ୍ପିଡର ଇଣ୍ଟରନେଟରେ ମଧ୍ୟ କାର୍ଯ୍ୟ କରିପାରେ । ଏଣୁ ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟସ୍ଆପ୍ ବଦଳରେ ଏହି ଆପଗୁଡ଼ିକୁ ବ୍ୟବହାର କରୁଛନ୍ତି । ଯାହା ଓ୍ୱାର୍ଲ୍ଡ ଓ୍ୱାଇଡ୍ ଓ୍ୱେବରେ ବିନା କୌଣସି ମୂଲ୍ୟରେ ଉପଲବ୍ଧ । ଏହା ଦ୍ୱାରା ଆତଙ୍କବାଦୀ ପରସ୍ପର ମଧ୍ୟରେ ସିଧାସଳଖ କଥାବର୍ତ୍ତା ହୁଅନ୍ତି । ଏବଂ ଏହି ବାର୍ତ୍ତାଳପ ସମ୍ପର୍କରେ ଥାର୍ଡ ପାର୍ଟି ବା ଅନ୍ୟ କୌଣସି ବ୍ୟକ୍ତି ଅବଗତ ହୋଇପାରନ୍ତି ନାହିଁ । ଏଥିସହିତ ଆତଙ୍କବାଦୀମାନେ ପାକିସ୍ତାନରେ ଥିବା ସଂଗଠନ ସହିତ ଯୋଗାଯୋଗ ପାଇଁ ’ଭର୍ଚୁଆଲ୍ ସିମ୍‌’ର ମଧ୍ୟ ବ୍ୟବହାର କରୁଛନ୍ତି । ଆମେରିକା ସ୍ଥିତ ସଂସ୍ଥା ପକ୍ଷରୁ ଏହି ସେବା ପ୍ରଦାନ କରାଯାଏ । ଏହି ଭର୍ଚୁଆଲ୍ ସିମ୍‌ର ବ୍ୟବହାର ସମ୍ପର୍କରେ ପୁଲଓ୍ୱାମା ଆଟାକ ପରେ ୨୦୧୯ ମସିହାରେ ଜଣାପଡ଼ିଥିଲା ।  ଜୈସ-ଏ – ମହମ୍ମଦର ଆତ୍ମଘାତି ବୋମା ବିସ୍ପୋରଣରେ ମୃତ୍ୟୁ ବରଣ କରିଥିବା ଆତଙ୍କୀ ବ୍ୟବହାର କରୁଥିବା ଭର୍ଚୁଆଲ ସିମ୍ ସମ୍ପର୍କିତ ତଥ୍ୟ ଆମେରିକାର ସେବା ପ୍ରଦାନକାରୀ ସଂସ୍ଥାକୁ ପାକିସ୍ତାନର ଆତଙ୍କୀ ସଂଗଠନ ପକ୍ଷରୁ ମଗାଯାଇଥିଲା । ଏହା ପରେ ଅବଗତ ହୋଇଥିଲେ ଜାତୀୟ ତଦନ୍ତକାରୀ ସଂସ୍ଥା ।

ଏଥିସହିତ ପଢ଼ନ୍ତୁ: ଟ୍ରାକ୍ଟର ପରେଡ୍ ପାଇଁ ପାକିସ୍ତାନରେ ଖୋଲିଛି ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ୍

ଏହି ଭର୍ଚୁଆଲ ସିମ୍‌ର ବ୍ୟବହାର ନେଇ କମ୍ପ୍ୟୁଟର ଦ୍ୱାରା ଜାରି କରାଯାଇଥିବା ଫୋନ୍ ନମ୍ୱର ଜରିଆରେ ଏକ ଆପ୍ ଡାଉନଲୋଡ କରିବାକୁ ପଡ଼ୁଥିଲା । ଯାହା ସହାୟତାରେ ଆତଙ୍କୀ ସଂଗଠନଗୁଡ଼ିକ ନିଜ ଆତଙ୍କୀ କାର୍ଯ୍ୟକଳାପକୁ ଭିଆଉଥିଲେ ।

କୋଭିଡ୍ ଟିକାକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର: ଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ଆଗୁଆ । ଏଯାବତ୍ ରାଜ୍ୟରେ ୧.୫ ଲକ୍ଷ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍ ଟିକା ନେଇଛନ୍ତି ୩୪୫୨.୮୧ ଜଣ । ଟିକାକରଣ ଲାଗି ସୀମିତ ସମୟ ମଧ୍ୟରେ ସରକାର ନିର୍ଦ୍ଧାରିତ ବ୍ୟବସ୍ଥା କରିଥିଲେ । ଏଥିସହ ସରକାର ଟିକାକରଣ ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦିତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ପ୍ରତି ଦଶ ଲକ୍ଷ ବା ୧ ମିଲିୟନରେ ଲୋକରେ ୩୪୫୨.୮୧ ଜଣଙ୍କୁ କୋଭିଡ୍ ଟିକା ଦେଇ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ସେହିଭଳି ଦେଶରେ ସର୍ବାଧିକ ଟିକାକରଣ ହୋଇଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୨ ହଜାର ୩୭୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଟିକା ଦିଆଯାଇଛି ।

ଟ୍ରାକ୍ଟର ପରେଡ୍ ପାଇଁ ପାକିସ୍ତାନରେ ଖୋଲିଛି ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ୍

ନୂଆଦିଲ୍ଲୀ: କୃଷକଙ୍କ ଟ୍ରାକ୍ଟର ପରେଡକୁ ନେଇ ବଡ଼ ବୟାନ ଦେଇଛି ଦିଲ୍ଲୀ ପୋଲିସ । ଟ୍ରାକ୍ଟର ପରେଡରେ ଗଡ଼ବଡ଼ର ଆଶଙ୍କା କରିଛି ଦିଲ୍ଲୀ ପୋଲିସ । କହିଛି- ଅବ୍ୟବସ୍ଥା ସୃଷ୍ଟି କରିବାକୁ ପାକିସ୍ତାନରେ ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ କରାଯାଇଛି । ଏହାକୁ ନେଇ ପୋଲିସ ଆଲର୍ଟରେ ଥିବାବେଳେ କୃଷକଙ୍କ ସର୍ତ୍ତ ସହ ଦିଲ୍ଲୀର ତିନୋଟି ସ୍ଥାନରେ ଟ୍ରାକ୍ଟର ପରେଡ୍ କରିବାକୁ ଅନୁମତି ଦେଇଛି ।

Tractor Parade 308 Twitter Handles Made In Pakistan May Create Disturbances Says Delhi Police

ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଗୁଇନ୍ଦା ଦୀପେନ୍ଦ୍ର ପାଠକ କହିଛନ୍ତି- ସିଂଘୁ ବର୍ଡରରୁ ୬୨ କିଲୋମିଟର ରୁଟ୍, ଟିକରି ବର୍ଡରରେ ୬୩ କିଲୋମିଟର ରୁଟ୍ ଏବଂ ଗାଜିପୁର ବର୍ଡରରେ ୪୬ କିଲୋମିଟର ରୁଟ୍ ନିର୍ଦ୍ଧାରିତ କରାଯାଇଛି । ସେ କହିଛନ୍ତି- ଆମକୁ ମିଳିଥିବା ଗୁଇନ୍ଦା ସୂତ୍ର ପ୍ରକାରେ ଏହି ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରାଯାଇଛି । ୩୦୮ଟି ଟ୍ୱିଟର ହ୍ୟାଣ୍ଡେଲ ପାକିସ୍ତାନରେ ରହିଛି ।

Tractor Parade 308 Twitter Handles Made In Pakistan May Create Disturbances Says Delhi Police

ଦୁଇ ମାସ ଧରି କୃଷକ କୃଷି ଆଇନ୍ ପ୍ରତ୍ୟାହାର ନେଇ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ବାରମ୍ବାର ଆଲୋଚନା, ବୈଠକ ବି ବିଫଳ ହୋଇଛି । ଏବେ ଦିଲ୍ଲୀର ତିନୋଟି ସ୍ଥାନ ସିଂଘୁ ବର୍ଡର, ଟିକରି ବର୍ଡର ଓ ଗାଜିପୁର ବର୍ଡରରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ପରେଡ୍ ପାଇଁ ଅନୁମତି ଦେଇଛି ପୋଲିସ । ଗଣତନ୍ତ୍ର ଦିବସ ସମାରୋହ ପରେ ଟ୍ରାକ୍ଟର ରାଲି ହେବ । ତେବେ, ଏଥିରେ କେତେ ସଂଖ୍ୟକ ଟ୍ରାକ୍ଟର ରହିବ ଜଣାପଡ଼ିନାହିଁ ।