spot_img
Home Blog Page 6073

ଆଜି ସାରାଦେଶ ପାଳୁଛି ଜାତୀୟ ବାଳିକା ଦିବସ

ଭୁବନେଶ୍ୱର: ଆଜି ସାରାଦେଶରେ ପାଳନ ହେଉଛି ଜାତୀୟ ବାଳିକା ଦିବସ । ଏହି ଦିବସରେ ଲିଙ୍ଗନୁପାତରେ ପାର୍ଥକ୍ୟକୁ ନେଇ ଆସିଛି ଆଶ୍ୱସ୍ତିକର ରିପୋର୍ଟ । ଦେଶରେ ଝିଅ-ପୁଅ ଲିଙ୍ଗନୁପାତ ପାର୍ଥକ୍ୟରେ ଯଥେଷ୍ଟ ଉନ୍ନତୀ ହୋଇଥିବା ସର୍ଭେରୁ ଜଣାପଡ଼ିଛି ।  ୨୦୧୪-୧୫ରେ ପ୍ରତି ଏକ ହଜାର ପୁଅରେ ଝିଅଙ୍କ ଅନୁପାତ ୯୧୮ ରହିଥିବା ବେଳେ ଏବେ ଏହି ଅନୁପାତରେ ୧୬ ପଏଣ୍ଟ ସୁଧାର ହୋଇଛି । ୨୦୧୯-୨୦ ସର୍ଭେ ରିପୋର୍ଟ ମୁତାବକ, ଏବେ ଦେଶରେ ପ୍ରତି ହଜାରେ ପୁଅରେ ୯୩୪ ଝିଅ ରହିଛନ୍ତି । ଏ ନେଇ ସୂଚନା ଦେଇଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ।

ଦେଶରେ ଲିଙ୍ଗଗତ ସମାନତା ପାଇଁ ୨୦୧୫ରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ଦେଶର ୬୪୦ ସମ୍ବେଦନଶୀଳ ଜିଲ୍ଲା ଉପରେ ଅଧିକ ଫୋକସ୍ ରଖାଯାଇଥିଲା । ସେଥିମଧ୍ୟରୁ ୪୨୨ଟିରେ ଆଖିଦୃଶିଆ ଉନ୍ନତି ଆସିଥିବା ଜଣାପଡ଼ିଛି ।  ୨୦୧୪-୧୫ ରେ ଝିଅ-ପୁଅଙ୍କ ମଧ୍ୟରେ ଲିଙ୍ଗଗତ ପାର୍ଥକ୍ୟ ୮୨ ରହିଥିବା ବେଳେ ଏବେ ଏହା ୬୬ରେ ପହଞ୍ଚିଛି ।

୨୦୧୫ ଜାନୁୟାରୀ ୨୨ରେ ହରୟାଣାର ପାନିପତ ଜିଲ୍ଲାରେ ବେଟି ପଢ଼ାଓ ବେଟି ବଚାଓ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଆରମ୍ଭ ହେବା ପରେ ସେହି ଜିଲାରେ ଲିଙ୍ଗଗତ ଅନୁପାତରେ ଯଥେଷ୍ଟ ଉନ୍ନତି ଆସିଛି ବୋଲି କହିଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ । ହେଲ୍‌ଥ ମ୍ୟାନେଜମେଣ୍ଟ ଇନ୍‌ଫରମେଶନ ସିଷ୍ଟମ ପକ୍ଷରୁ ଜନ୍ମ ସମୟରେ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ମିଳିଛି ।

ଘନ କୁହୁଡ଼ି କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍

ଭୁବନେଶ୍ୱର: ଦିଗପହଣ୍ଡି: କୁହୁଡ଼ି ହେଲା କାଳ । ଘନକୁହୁଡି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । କୁହୁଡ଼ି କାରଣରୁ ବ୍ରିଜ୍ ସାଇଡ ୱାଲକୁ ବସଟି ପିଟି ହୋଇଛି । ଅଳ୍ପକେ ବର୍ତ୍ତୀଯାଇଛନ୍ତି ବସରେ ଥିବା ୪୦ଜଣ ଯାତ୍ରୀ ।  ଗଜପତି ଜିଲ୍ଲା ମୋହନାରୁ ଆସୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘନ କୁହୁଡ଼ିକାରଣରୁ ବସି ଚାଳକକୁ କିଛି ଦେଖାଯାଇ ନଥିଲା ତେଣୁ  ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।

ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଦିଗପହଣ୍ଡିରେ କୁହୁଡି ଯୋଗୁ ବ୍ରିଜ୍ ସାଇଡ ୱାଲକୁ ପିଟିଲା ବସ୍  । ପାଟପୁର ଥାନା ତପ୍ତପାଣି ନିକଟ ଖେମୁଣ୍ଡିଖୋଲରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଦ୍ରୁତ ଗତିରେ ଯାଉଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି । ତେବେ କୌଣସି ଯାତ୍ରୀ ମୃତ ଆହତ ହୋଇନଥିବା ଜଣାପଡ଼ିଛି ।

ଶ୍ରୀମନ୍ଦିର ପରିସରକୁ କରାଯାଉଛି ସାନିଟାଇଜ୍

ଭୁବନେଶ୍ୱର: ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର  । ଏସଓପି ଅନୁସାରେ ରବିବାର ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି  । ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା  । ଏବେ ବିନା କୋଭିଡ ରିପୋର୍ଟରେ ସମସ୍ତ ଭକ୍ତ ମହାବାହୁଙ୍କୁ  ଦର୍ଶନ କରୁଥିବାରୁ ସାନିଟାଇଜ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି  ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳି ନଥିଲା  । ଯେଉଁମାନଙ୍କ ପାଖରେ କୋଭିଡ଼ ନେଗେଟିଭ୍ ରିପୋର୍ଟ ଥିବ ସେମାନେ ହିଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଯାହାକୁ ପରବର୍ତ୍ତି ସମୟରେ ବଦଳାଯାଇଥିଲା ଏବଂ କୋଭିଡ଼ ରିପୋର୍ଟ ବିନା ହିଁ ଦର୍ଶନ କରିହେବ ବୋଲି ପ୍ରଶାସନ ଅନୁମତି ଦେଇଥିଲା ।

ତେବେ ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ। ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲୁଛି ଭିତରକନିକା

ଭୁବନେଶ୍ୱର:  ଦିର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ  ରାଜନଗର , ମହାକାଳପଡା , କନିକା , ଗହିରମଥା ରେଞ୍ଜରେ ୨୨ଟି କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ  ।

Counting Of Dolphin In Bhitarkanika Is Underway

ଭିତରକନିକାର ବିଭିନ୍ନ ନଦୀ ନାଳରେ ଗଣନା କାର୍ଯ୍ୟ କରାଯାଇଥିଲା । ଯନ୍ତ୍ର ଚାଳିତ ବୋଟିଂ ଯୋଗୁ ଗଣନା କାର୍ଯ୍ୟରେ ଅନେକ ବାଧା ଉପୁଜିଥାଏ । ତେଣୁ ଗଣନା କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା  ।  ଆଜିଠୁ କଟକଣାରେ ଭିତରକନିକା ଖୋଲିବା ସହିତ କୋଭିଡ ନିୟମ ମାନି ପର୍ଯ୍ୟଟକ ଅଭୟାରଣ୍ୟ ବୁଲିପାରିବେ  ।  ଅନ୍ୟପଟେ ଅଭୟାରଣ୍ୟ ମଧ୍ୟକୁ ୫୦୦  ପର୍ଯ୍ୟଟକଙ୍କ ପ୍ରବେଶ ନିଷ୍ପତ୍ତିକୁ କୋହଳ କରିବାକୁ ପର୍ଯ୍ୟଟନ ବିଭାଗକୁ ବନବିଭାଗ ତରଫରୁ ଅନୁରୋଧ କରାଯାଇଛି  ।

ଧଳା ଚାଦରରେ ଘୋଡେଇ ହୋଇଛି ରାଜଧାନୀ

ଭୁବନେଶ୍ୱର: କୁହୁଡ଼ିର ଚାଦରରେ ଘୋଡେଇ ହୋଇଛି ସାରା ରାଜ୍ୟ । ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାତିରୁ ସମଗ୍ର ରାଜ୍ୟକୁ ଘୋଡେଇ ରଖିଛି କୁହୁଡ଼ି । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁପର, ଖୋର୍ଦ୍ଦା, ପୁରୀ, କନ୍ଧମାଳ, ଅନୁଗୁଳ କଟକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡ଼ି । ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ମିଟର ରହିଛି ।

ସେପଟେ ଗଜପତି ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡିର ଦୃଶ୍ୟ । କୁହୁଡିରେ ଆଚ୍ଛାଦିତ ହୋଇଛି ସମସ୍ତ ସହର । ଏପରିକି ୫୦ମିଟର ଦୂର ମଧ୍ୟରେ ବି କିଛି ଦେଖାଯାଉନାହିଁ । ଫଳରେ ଯାତାୟତ ତଥା ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଢେଙ୍କାନାଳ କାମାକ୍ଷାନଗର ତଥା ଆଖପାଖ ଅଞ୍ଚଳରେ ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି ।

ଘନ କୁହୁଡିର ପ୍ରଭାବରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଯାନ ବାହାନ ଚଳାଚଳରେ ମଧ୍ୟ ଅନେକ ବାଧା ସୃଷ୍ଟି ହୋଇଛି । କୁହୁଡି ପ୍ରଭାବ ଏତେ ଅଧିକ ଥିଲା ଯେ ରାସ୍ତାର ୩୦ମିଟର ସାମ୍ନା ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉନଥିଲା । ଆଗାମୀ କିଛି ଦିନ ଏହି କୁହୁଡିର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

କୋଭିଡ୍ ଟିକାକରଣ ପରେ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କୋଭିଡ୍ ଟିକା ନେବା ପରେ ଏଯାବତ୍ ଦେଶରେ ୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି । ତେବେ, ଏଥିରୁ କୌଣସି ଗୋଟିଏ ବି ମୃତ୍ୟୁ କୋଭିଡ୍ ଟିକା ଜନିତ ନୁହେଁ । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ହରିୟାଣା ଗୁରୁଗ୍ରାମର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଶବବ୍ୟବଚ୍ଛେଦରୁ ଜଣାପଡ଼ିଛି ତାଙ୍କ ମୃତ୍ୟୁର କାରଣ ଶ୍ୱାସରୋଗ । ମୃତ୍ୟୁ କୋଭିଡ୍ ଟିକା କାରଣରୁ ହୋଇନାହିଁ । ଟିକାକରଣ ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାହାରି ବି ମୃତ୍ୟୁ ଟିକା ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି ।

Deaths Of 6 Beneficiaries Not Linked To Covid-19 Vaccination Health Ministry

ଟିକାକରଣ ପରେ ୧୧ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୋଟ ଟିକାକରଣ ୦.୦୦୦୭ ପ୍ରତିଶତଙ୍କୁ ଗତ ୨୪ ଘଣ୍ଟାରେ ମେଡିକାଲ ଚିକିତ୍ସା ଦିଆଯାଇଛି । କୋଭିଡ୍ ଟିକାକରଣର ଅଷ୍ଟମ ଦିନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୫ ଲକ୍ଷ ୩୭ ହଜାର ୧୯୦ ଜଣଙ୍କୁ ୨୭ ହଜାର ୭୭୬ଟି ସେସନରେ କୋଭିଡ୍ ଟିକା ଦିଆଯାଇଛି । ସେହିଭଳି ଆଜି ଓଡ଼ିଶାରେ ୨୨ ହଜାର ୩୬୪ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ଜଣାପଡ଼ିଛି ।

ଏୟାର ଆମ୍ବୁଲାନ୍ସରେ ରାଞ୍ଚିରୁ ଲାଲୁ ଯାଦବଙ୍କୁ ନିଆଗଲା ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ: ରାଞ୍ଚି ଏମ୍ସରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଲାଲୁଙ୍କୁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଥିଲା । ବିମାନବନ୍ଦରରୁ ଗ୍ରୀନ୍ କରିଡର କରି ଲାଲୁଙ୍କୁ ଏମ୍ସର କାର୍ଡିଓ ନ୍ୟୁରୋ ସର୍ଜନ ବିଭାଗରେ ଭର୍ତ୍ତି କରାଯାଇଛି । ତେବେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ କୌଣସି ବୁଲେଟିନ୍ ଜାରି କରାଯାଇନାହିଁ ।

Lalu Prasad Yadav Shifted To Delhi AIIMS By Air Ambulance 

ଏହା ପୂର୍ବରୁ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା କହିଥିଲେ । ଲାଲୁଙ୍କ କିଡନୀ ୨୫ ପ୍ରତିଶତ କାମ କରୁଥିବା ଏବଂ ଫୁସଫୁସରେ ପାଣି ଜମିଥିବା କହିଥିଲେ ତେଜସ୍ୱୀ । ଅଧିକ ଚିକିତ୍ସା ପାଇଁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇପାରେ ବୋଲି ସେ କହିଥିଲେ । ପୂର୍ବରୁ ୨୦୧୮ ମାର୍ଚ୍ଚରେ ଲାଲୁଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

Lalu Prasad Yadav Shifted To Delhi AIIMS By Air Ambulance 

ଗୋ-ଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ଲାଲୁଙ୍କ ଚିକିତ୍ସା ରାଞ୍ଚିସ୍ଥିତ ରିମ୍ସରେ କରାଯାଉଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ରିମ୍ସର ଉଚ୍ଚସ୍ତରୀୟ ବୋର୍ଡ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତରଣ କରିବାକୁ ସୁପାରିସ୍ କରିଥିଲା ।

ଚାଲିଗଲେ ଜାମୁନୀ, ତାଙ୍କ ଆଖିରେ ଦୁନିଆ ଦେଖିବେ ୨ ଜଣ

ସାନଖେମୁଣ୍ଡି: ପଞ୍ଚଭୂତରେ ବିଲୀନ ହୋଇଛି ଜାମୁନୀ ସେଠୀଙ୍କ ମରଶରୀର । ଅଭାବୀ ପରିବାର ଅନଟନକୁ ଖାତିର୍ ନକରି ସୃଷ୍ଟି କରିଛନ୍ତି ଉଦାହରଣ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କୋଙ୍କରଡ଼ା ଗାଁର ୪୫ ବର୍ଷୀୟ ଜାମୁନୀ ସେଠୀ ଉଚ୍ଚରକ୍ତ ଚାପ ଯୋଗୁଁ ଆଡପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ଚାଲି ଯାଇଥିଲା ଜାମୁନୀଙ୍କ ପ୍ରାଣବାୟୁ । ଏଥିରେ ଭାଙ୍ଗି ପଡ଼ିନଥିଲା ଜାମୁନୀଙ୍କ ପରିବାର ବରଂ ଆଖିଦାନ ପାଇଁ ନେଇଥିଲେ ନିଷ୍ପତ୍ତି ।

Jamuni Sethi Of Ganjam Donated Her Two Eye 

ଏହି ପ୍ରୟାସ ସଫଳ ହୋଇଛି । ନେତାଜୀ ଜୟନ୍ତୀରେ ଆଉ ୨ଟି ଜୀବନକୁ ଦୁନିଆ ଦେଖାଇବାକୁ ପ୍ରୟାସ କରିଛନ୍ତି ଜାମୁନୀଙ୍କ ପରିବାର । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଚକ୍ଷୁଦାନ ସଫଳ ହେଉଥିବାରୁ ଜାମୁନୀଙ୍କ ପରିବାର ଚକ୍ଷୁଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ୨ ଜଣିଆ ଡାକ୍ତରୀ ଟିମ୍ ଆଡ଼ପଡ଼ା ମେଡିକାଲରେ ପହଞ୍ଚି ଅପରେସନ୍ କରି ୨ ଘଣ୍ଟା ମଧ୍ୟରେ ଚକ୍ଷୁ ନେଇଥିବା ବେଳେ ଏହି ଆଖିରେ ଦୁନିଆ ଦେଖିବେ ୨ ଜଣ ।

Jamuni Sethi Of Ganjam Donated Her Two Eye 

୪ ଝିଅ, ଗୋଟିଏ ପୁଅକୁ ନେଇ ଜାମୁନୀଙ୍କ ଅଭାବୀ ପରିବାର । ପୁଅକୁ ଦଇବ ଛଡ଼ାଇ ନେଇଥିବା ବେଳେ ୩ ଝିଅ ବାହା ହୋଇଛନ୍ତି । ଜଣେ ଝିଅ ଜନ୍ମରୁ ଦୃଷ୍ଟିବାଧିତ । ଝିଅର ଦୃଷ୍ଟିଶକ୍ତି ନଥିବାରୁ ପରିବାର ଜାଣିଥିଲା ଜଣେ ଦୃଷ୍ଟିହୀନକୁ କେମିତି ଲାଗେ, ସେ କେମିତି ବଞ୍ଚେ । ଦୃଷ୍ଟିବାଧିତଙ୍କ ବେଦନାକୁ ବୁଝିଥିବା ଜାମୁନୀଙ୍କ ପରିବାର ଚକ୍ଷୁଦାନ କରି ୨ ଜଣଙ୍କୁ ଦୁନିଆର ଆଲୋକ ଦେଖାଇବାରେ ସହାୟକ ହୋଇଛନ୍ତି ।

ଜାମୁନୀଙ୍କ ପାର୍ଥିବଶରୀର ନାହିଁ ସତ କିନ୍ତୁ ତାଙ୍କ ଆଖିରେ ଦୁଇ ଦୁଇ ଜଣ ଦୁନିଆ ଦେଖିବେ । ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ମିଳିଥିବା ବେଳେ ପରିବାର ସଦସ୍ୟଙ୍କ ମନରେ ବି ଆନନ୍ଦ ରହିଛି ।

୧୦୦ କିଲୋମିଟର ବ୍ୟାପୀ ଟ୍ରାକ୍ଟର ପରେଡ୍ କରିବେ ଚାଷୀ: ଦିଲ୍ଲୀ ପୋଲିସ ଦେଲା ଅନୁମତି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହେବ ଟ୍ରାକ୍ଟର ପରେଡ୍  । ଅନୁମତି ଦେଲା ଦିଲ୍ଲୀ ପୋଲିସ  । ୧୦୦ କିଲୋମିଟର ବ୍ୟାପୀ ପରେଡ୍ କରିବେ ଅନ୍ନଦାତା  । ଶୁକ୍ରବାର ଦିଲ୍ଲୀ ପୋଲିସ ଓ ଚାଷୀ ସଙ୍ଗଠନ ମଧ୍ୟର ବସିଥିବା ବୈଠକରେ ପରେଡ୍ କରିବା ପାଇଁ ଚାଷୀଙ୍କୁ ଅନୁମତି ଦେଇଛି ପୋଲିସ  । ଶାନ୍ତିପୂର୍ଣ୍ଣ ଭାବେ ଅଲଗା ଅଲଗା ରୁଟରେ ହେବ ପରେଡ୍  । ୧୦୦ କିଲୋମିଟର ବ୍ୟାପୀ ହେବାକୁ ଥିବା ଏହି ପରେଡରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର  । ସାରା ବିଶ୍ୱ ଏହି ପରେଡ୍ ଦେଖିବ ବୋଲି କହିଛନ୍ତି ଚାଷୀ ନେତା  । ତେବେ କିଭଳି ପରେଡ୍ ହେବ ଓ କେଉଁ ରୁଟରେ ହେବ ସେ ନେଇ କାଲି ବିସ୍ତୃତ ଭାବେ ଅବଗତ କରାଇବେ ଚାଷୀ ସଙ୍ଗଠନ  । ପରେଡ୍ ପାଇଁ ଏବେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ ପରେଡ କରିବା ପାଇଁ ଚାଷୀ ସଙ୍ଗଠନ ଓ ଦିଲ୍ଲୀ ପୋଲିସ ମଧ୍ୟରେ ହୋଇଥିଲା ଆଲୋଚନା  । ତିନି ନୂଆ କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି  । ଦୀର୍ଘ ଦିନ ଧରି ଜାରି ରହିଥିବା ଆନ୍ଦୋଳନ ଏବେ ଜୋରଦାର ହେବାକୁ ଯାଉଛି  ।

ଏଥିସହିତ ପଢ଼ନ୍ତୁ: ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ମାମଲା: ‘ଆପ୍’ ବିଧାୟକଙ୍କୁ ୨ ବର୍ଷ ଜେଲ୍

ସାଇଡ୍ ଦେବା ସମୟରେ ବୋଲେରୋ ଓଲଟି ୨ ମୃତ, ୮ ଗୁରୁତର

ଉମରକୋଟ: ସଡ଼କ ସୁରକ୍ଷା ସପ୍ତାହରେ ଚାଲିଗଲା ଜୀବନ । ଦ୍ରୁତଗତିରେ ଯାଉଥିବା ଗାଡ଼ିକୁ ବାଟ ଛାଡ଼ୁ ଛାଡ଼ୁ ହୋଇଗଲେ ଅଫେରା ବାଟର ପଥିକ । ଛତିଶଗଡ଼ର ଜବଲପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମେନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

3 Odia Dead In A Road Accident In Jabalpur Of Chhatishgarh

ସୂଚନା ଅନୁସାରେ ଡ୍ରାଇଭିଂ ଲାଇସେନ୍ସ କାମ ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହର ଓ ବେହେଡ଼ା ପଞ୍ଚାୟତର ୧୦ ଜଣ ଛତିଶଗଡ଼ ଯାଇଥିଲା । କାମ ସାରି ବୋଲେରୋ ଯୋଗେ ଫେରିବା ବେଳେ ଜବଲପୁର ନିକଟରେ ଦୁର୍ଘଟଣା ଘଟିଛି । ଅନ୍ୟ ଏକ ଗାଡ଼ିକୁ ବୋଲେରୋ ବାଟ ଛାଡ଼ିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ବୋଲୋରୋର ଟାୟାର ଫାଟିଯିବା ସହ ରାସ୍ତା ଉପରେ ବାରମ୍ବାର ଓଲଟିଥିଲା ବୋଲୋରଟି ।

3 Odia Dead In A Road Accident In Jabalpur Of Chhatishgarh

ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ବୋଲେରୋ ଡ୍ରାଇଭର ନିରଞ୍ଜନ ପାତ୍ର ଓ ଚରଣ ମାଝି । ଅନ୍ୟଜଣେ ଗୁରୁତର ସୁନାଧର ହରିଜନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।