spot_img
Home Blog Page 6076

ସାଧାରଣତନ୍ତ୍ର ଦିବସ ପାଇଁ ଲୋୟର ପିଏମଜିରୁ ହଟିଲେ ଏଏନଏମ କର୍ମୀ

ଭୁବନେଶ୍ୱର: ଲୋୟର ପିଏମଜି ଧାରଣା ସ୍ଥଳରୁ ହଟିଲେ ମହିଳା ସ୍ୱାସ୍ଥ୍ୟକର୍ମୀ । ସାଧାରଣତନ୍ତ୍ର ଦିବସ ମିଳିତ ପ୍ୟାରେଡ଼ ଆୟୋଜନ ପାଇଁ ଧାରଣା ସ୍ଥଳ ଛାଡିବା ପାଇଁ ବାରମ୍ବାର ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ସଂଘକୁ ଅନୁରୋଧ କରାଯାଇଥିଲା । ଡ଼ାକବାଜି ଯନ୍ତ୍ର ଯୋଗେ ଧାରଣାରୁ ହଟିବାକୁ ଆହ୍ୱାନ କରାଯାଇଥିଲା ।

୧୪୪ ଧାରା ଲାଗୁ କରାଯାଇ ଆଇନକୁ ହାତକୁ ନନେବାକୁ ପରାମର୍ଶ ବି ଦିଆଯାଇଥିଲା । ତଥାପି ଆଜି ଭୋରରୁ ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ଧାରଣା ସ୍ଥଳରେ ଏକାଠି ହୋଇ ଧାରଣାରେ ବସିଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କୁ ବରିଷ୍ଠ ପୋଲିସ ଅଧିକାରୀମାନେ ବୁଝାଇ ବିଫଳ ହେବାପରେ ସମସ୍ତଙ୍କୁ ହଟାଯାଇଛି ।

ମହିଳା ପୋଲିସ କର୍ମୀଙ୍କ ସହାୟତାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ରିଜର୍ଭ ପୋଲିସ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆନ୍ଦୋଳନରୁ ହଟିନାହାନ୍ତି ବରଂ ସାଧାରଣତନ୍ତ୍ର ଦିବସ ପରେ ପୁଣି ଆନ୍ଦୋଳନକୁ ଫେରିବା ନେଇ ଚେତାବନୀ ଦେଇଛନ୍ତି ସଂଘ କର୍ମକର୍ତ୍ତା।

ହନୁମାନଙ୍କ ଚିତ୍ର ସହ କରୋନା ସଂଜୀବନୀ ପାଇଁ ଭାରତକୁ ଧନ୍ୟବାଦ ଦେଲେ ବ୍ରାଜିଲ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟର ମୁକାବିଲା ପାଇଁ ଭାରତ ନିଜ ଦେଶ ସମେତ ବିଶ୍ୱର ଅନେକ ଦେକୁ ସାହାଯ୍ୟର ହାତ ବଢ଼ାଇଛି। ଭାରତ ବ୍ରାଜିଲକୁ ପଠାଇଥିବା କୋଭିଡ -19 ଟିକା ଶନିବାର ସକାଳେ ସେଠାରେ ପହଞ୍ଚିଛି। ଏଥିରେ ଖୁସି ବ୍ୟକ୍ତ କରି ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲୋସୋନାରୋ ଟ୍ୱିଟ୍ କରି ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ବୋଲୋସୋନାରୋ  ଟ୍ୱିଟରରେ ଏକ ହନୁମାନଙ୍କ ଫଟୋକୁ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି। ହନୁମାନ ଯେମିତି ଲକ୍ଷ୍ମଣଙ୍କ ପାଇଁ ଗନ୍ଧମାର୍ଦ୍ଦନ ପର୍ବତ ସହ ସଞ୍ଜୀବନୀ ଆଣି ତାଙ୍କ ଜୀବନ ରକ୍ଷା କରିଥିଲେ। ଠିକ୍‌ ସେହିପରି ଭାରତ ହନୁମାନ ସାଜି ବ୍ରାଜିଲକୁ କରୋନା ଟିକା ପଠାଇଛି ବୋଲି ବୋଲୋସୋନାରୋ ଏହି ଫଟୋରେ ଦର୍ଶାଇବାକୁ ଚାହିଁଛନ୍ତି।

ବୋଲୋସୋନାରୋ ଲେଖିଛନ୍ତି, ‘ନମସ୍କାର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି। ବ୍ରାଜିଲ୍ ବ୍ରାଜିଲ “ନମସ୍କାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ଏହି ମହମାରୀ ସମୟରେ ଆପଣଙ୍କ ଭଳି ସହଯୋଗୀଙ୍କୁ ପାଇ ବେଶ ଗର୍ବ ଅନୁଭବ କରୁଛି। ଭାରତରୁ ବ୍ରାଜିଲକୁ କରୋନା ଟିକା ପଠାଇଥିବାରୁ ଧନ୍ୟବାଦ।”

ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ମଧ୍ୟ ବୋଲୋସୋନାରୋଙ୍କ ଟ୍ୱିଟର ଜବାବରେ ଏକ ଟ୍ୱିଟକରିଛନ୍ତି । ସେ ଲେଖିଛନ୍ତି, “କୋଭିଡ -19 ମହାମାରୀକୁ ମୁକାବିଲା କରିବାରେ ବ୍ରାଜିଲର ଜଣେ ବିଶ୍ୱସ୍ତ ଅଂଶୀଦାର ହେବା ଆମର ସମ୍ମାନ, ରାଷ୍ଟ୍ରପତି ଜାୟର ବୋଲୋସୋନାରୋ। ଆମେ ସ୍ୱାସ୍ଥ୍ୟସେବାକୁ  ମଜବୁତ କରିବାରେ ଆମର ସହଯୋଗକୁ ଜାରି ରଖିବୁ।”

ସୂଚନାଯୋଗ୍ୟ, ଭାରତ ସରକାର ଗତକାଲି ୨୦ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ୍‌ ବ୍ରାଜିଲକୁ ପଠାଇଥିଲେ। ଏହି ଟିକାଗୁଡ଼ିକ ଆଜି ସକାଳେ ବ୍ରାଜିଲରେ ପହଞ୍ଚିଛି । ବ୍ରାଜିଲ ସହ ଆମେରିକା ଓ ଅନ୍ୟ ୬ ପଡ଼ୋଶୀ ରାଷ୍ଟ୍ରକୁ ମଧ୍ୟ ଭାରତ ସରକାର ଟିକା ପଠାଇଛନ୍ତି।

ଗଞ୍ଜାମରେ ସୁନା ଦୋକାନରୁ ସଟର ତାଡି ଲୁଟ

ଗଞ୍ଜାମ: ଚିକିଟି ବ୍ଲକ ନୂଆଁ ଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ସୁନା ଦୋକାନ କବାଟ ତାଡି ଲୁଟ କଲେ ଦୃର୍ବୁତ୍ତ । ସିବାଜୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ସଟରତାଡି ସୁନା ଗହଣା ଲୁଟ । ଘଟଣା ସ୍ଥଳରେ ନୂଆଁ ଗାଁ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଛ।ନଭିନ ଜାରି ରଖିଛି । କେତେ ଭରି ସୁନା ଏବଂ କେଉଁ କେଉଁ ଗହଣା ସବୁ ଚୋରି ହୋଇଛି ଏବେ ପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ପୋଲିସ ପାଇଁ ଏକ ଚ୍ୟାଲେଜ ପାଲଟି ଯାଇଛି ।

୧୫ ଦିନ ତଳେ ଧାନଘର ଛକର TVS ସୋ ରୁମ ରୁ ୨ ଲକ୍ଷ  ୭୦ ହଜାର ଟଙ୍କା ସଟର ତାଡି ଦୃର୍ବୁତ୍ତ ନେଇଯାଇଥିବା ବେଳେ ପୁଣି ଏବେ ସୁନା ଗହଣା ଲୁଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଲୁଟ ଏବଂ ରାହାଜାନି ଦିନକୁ ଦିନ ବଢିଚାଲିଥିବା ବେଳେ ପୋଲିସ ଉପରୁ ସାଧାରଣ ଜନତାଙ୍କ ଭରସା ଉଠିଯାଇଥିବା ଦେଖିବାକୁ ମିଳୁଛି ।

ଚୀନ ପୂର୍ବରୁ ଭାରତ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବନାହିଁ: ରାଜନାଥ ସିଂହ

0

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଚୀନ ଏବଂ ଭାରତୀୟ ସେନା ମଧ୍ୟରେ ତିକ୍ତତା ଜାରି ରହିଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି ଯେ, ସୀମାରୁ ଭାରତ ସୈନ୍ୟ ପ୍ରତ୍ୟାହାର କରିବନାହିଁ । ଚୀନ ପକ୍ଷରୁ  ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରାଯିବା ପରେ ହିଁ ଭାରତ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବ । ତେବେ  ଏଭଳି ଆଭିମୁଖ୍ୟ ସତ୍ତ୍ୱେ ଆଲୋଚନା ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Eastern Ladakh | Indian Army occupied six new major dormant heights in  Eastern Ladakh sector | India News

          ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସୀମାରେ ଭାରତ ପକ୍ଷରୁ ଭିତ୍ତିଭୂମିର ବିକାଶ କରାଯାଉଛି ।  ଏ ଦିଗରେ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିବା କିଛି ପ୍ରକଳ୍ପକୁ ମଧ୍ୟ ଚୀନ ପକ୍ଷରୁ ବିରୋଧ କରାଯାଇଥିବା ମଧ୍ୟ ଶ୍ରୀ ସିଂହ କହିଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ସୈନିକଙ୍କ ସଂଖ୍ୟା ହ୍ରାସ କରାଯିବନାହିଁ । ଚୀନ ପକ୍ଷରୁ ସୈନ୍ୟଙ୍କ  ସଂଖ୍ୟାରେ ହ୍ରାସ କରାନଯିବା ଯାଏଁ ଭାରତ ମଧ୍ୟ ନିଜ ସେନାବାହିନୀଙ୍କୁ ହଟାଇବନାହିଁ ।

ଏଥିସହିତ ପଢ଼ନ୍ତୁ: ଟ୍ରାକ୍ଟର ରାଲି ନେଇ ରାଜଭବନ ଯିବାକୁ ପ୍ରସ୍ତୁତ ହେଉଛନ୍ତି କୃଷକ

         ଅପରପକ୍ଷରେ ଚୀନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଗତ ୪ ଦଶକ ମଧ୍ୟରେ ସବୁଠାରୁ ନିମ୍ନସ୍ତରରେ ଥିବା ସେ ଆକଳନ କରିଛନ୍ତି ।

ଚାଷୀ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର; ସନ୍ଦିଗ୍ଧ ବଦଳାଇଲା ବୟାନ,କହିଲା ମିଛ କହିବାକୁ ପଡିଥିଲା ଚାପ

ନୂଆଦିଲ୍ଲୀ: ଦିଲ୍ଲୀର ସିଙ୍ଘୁ ବର୍ଡରରେ ଆନ୍ଦୋଳନରତ ଚାଷୀ ଯେଉଁ ବ୍ୟକ୍ତିଙ୍କୁ ସୁଟର କହି ମିଡିଆ ସାମ୍ନାରେ ପେସ କରିଥିଲେ ଏବେ ସଂପୃକ୍ତ ଯୁବକ ନିଜ ବୟାନରୁ ଓହରି ଯାଇଛି । ପୋଲିସ ଜେରା ବେଳେ ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଅପହରଣ କରିବା ପରେ ଏଭଳି କହିବା ପାଇଁ ଚାପ ପ୍ରୟୋଗ କରାଯାଇଥିଲା । ହରିଆନାର ସୋନିପତ ବାସିନ୍ଦା ଏହି ଯୁବକଙ୍କ ଅଭିଯୋଗ ହେଉଛି ଯେ, ଜାନୁଆରୀ ୧୯ ତାରିଖ ଦିନ ସେ ନିଜର ସଂପର୍କୀୟଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସୁଥିଲେ । ଏହି ସମୟରେ ସିଙ୍ଘୁ ବର୍ଡରରେ କିଛି ବ୍ୟକ୍ତି ତାଙ୍କ ଅପହରଣ କରିବା ସହିତ ମାଡ ମାରିଥିଲେ ।

ମାଡ ମାରିବା ସହିତ ତାଙ୍କୁ ମିଡିଆ ସାମ୍ନାରେ ସେ ଚାଷୀ ନେତାଙ୍କ ହତ୍ୟା ପାଇଁ ଦିଲ୍ଲୀ ଆସିଥିଲେ ବୋଲି କହିବାକୁ ବାଧ୍ୟ କରାଯାଇଥିଲା । ଏହା ପରେ ଯୋଗେଶ ମିଡିଆ ସାମ୍ନାରେ କହିଥିଲେ ଯେ, ଜାନୁଆରୀ ୨୬ ତାରିଖ ଦିନ ଚାଷୀ ନେତାଙ୍କ ଉପରକୁ ଗୁଳି ଚଳାଇବାକୁ ତାଙ୍କୁ ସୁପାରୀ ଦିଆଯାଇଥିବା କଥା କହିଥିଲେ । ତେବେ ଏବେ ଯୋଗେଶଙ୍କ କହିବା ହେଉଛି ପ୍ରଦର୍ଶନକାରୀ ଏମିତି କହିବାକୁ ତାଙ୍କୁ ବାଧ୍ୟ କରିଥିଲେ ।

ଯୋଗେଶଙ୍କ କହିବା ହେଉଛି ତାଙ୍କ ସହିତ ଆଉ କିଛି ବ୍ୟକ୍ତିଙ୍କର ମଧ୍ୟ ଅପହରଣ ହୋଇଥିଲା । ଆନ୍ଦୋଳନକାରୀ ସେମାନଙ୍କ ଅପହରଣ କରି କ୍ୟାମ୍ପରେ ମାଡ ମାରିଥିଲେ । ରାତିରେ ତାଙ୍କୁ ମଦ ପିଆଯାଇଥିଲା ବୋଲି ମଧ୍ୟ ଯୋଗେଶ ଅଭିଯୋଗ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଯୋଗେଶଙ୍କୁ ଆନ୍ଦୋଳନକାରୀ ମିଡିଆ ସାମ୍ନାରେ ରଖିଥିଲେ । ଏହା ସହ ସେଦିନ ଚାଷୀଙ୍କ ତରଫରୁ ଅଭିଯୋଗ ହୋଇଥିଲା ଯେ, ଜାନୁଆରୀ ୨୬ ଟ୍ରାକ୍ଟର ରାଲି ଉପରକୁ ଗୁଳି ମାଡ କରିବା ପାଇଁ ଯୋଗେଶ ଦିଲ୍ଲୀ ଆସିଥିଲେ ।

ଗୁରୁବାର ଦିନ ମିଡିଆ ଆଗରେ ଯୋଗେଶ କହିଥିଲେ ଯେ, ରାଇ ଥାନାର ଏସଏଚଓ ତାଙ୍କୁ ଗୁଳି ମାଡ କରିବାକୁ ପଠାଇଥିଲେ । ଯୋଗେଶ ରାଇ ଥାନାରେ ଏସଏଚଓ ଭାବେ ପ୍ରଦୀପଙ୍କ ନାମ ନେଇଥିଲେ । କିନ୍ତୁ ରାଇ ଥାନାର କର୍ମଚାରୀଙ୍କ କହିବା ହେଉଛି ଏଭଳି ନାମରେ କୌଣସି ବ୍ୟକ୍ତି ରାଇ ଥାନାରେ ନାହାଁନ୍ତି ।

ଟ୍ରାକ୍ଟର ରାଲି ନେଇ ରାଜଭବନ ଯିବାକୁ ପ୍ରସ୍ତୁତ ହେଉଛନ୍ତି କୃଷକ

0

ଲକ୍ଷ୍ନୌ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ୨ମାସ ପୁରିବାକୁ ବସିଛି । ଇତିମଧ୍ୟରେ କେନ୍ଦ୍ର ସରକାର-ଚାଷୀଙ୍କ ମଧ୍ୟରେ ୧୧ଥର ବୈଠକ ବସିଥିଲେ ବି ସମାଧାନର ବାଟ ବାହାରି ପାରିନି। ଏହା ଭିତରେ ଦିଲ୍ଲୀରେ ୨୬ରେ ଟ୍ରାକ୍ଟର ରାଲି କରାଯିବା ନେଇ ଅଡ଼ିବସିଛନ୍ତି କୃଷକ ସଂଗଠନ। ଟ୍ରାକ୍ଟର ରାଲି ନେଇ ଆଜି ଚାଷୀ ନେତା ଓ ଦିଲ୍ଲୀ ପୋଲିସ ମଧ୍ୟରେ ବୈଠକ ବସିବାକୁ ଥିବାବେଳେ ଲକ୍ଷ୍ନୌରେ ଟ୍ରାକ୍ଟର ରାଲି ନେଇ ରାଜଭବନ ଯିବାକୁ ପ୍ରସ୍ତୁତ ହେଉଛନ୍ତି କୃଷକ।

ଶନିବାର ଲକ୍ଷ୍ନୌରେ କୃଷକଙ୍କ ଏକ ସମୂହ ଆଜି ରାଜ୍ୟପାଳଙ୍କୁ ଭେଟି ଟ୍ରାକ୍ଟର ରାଲି ପାଇଁ ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ। ଭାରତୀୟ କିସାନ ୟୁନିଅନର ନେତୃତ୍ୱରେ ଏହି ସ୍ମାରକପତ୍ର ପ୍ରଦାନ କରାଯିବ। ଏହି କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରି ଦିବା ୧ ଘଟିକାରେ ଟ୍ରାକ୍ଟର ରାଲି କରି ରାଜ ଭବନକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମସ୍ତ କୃଷକ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ଏଥି ସହିତ ଆଜି ଅପରାହ୍ଣ ଚାରିଟାରେ ସଂଯୁକ୍ତ କିସାନ୍ ମୋର୍ଚ୍ଚାର ଏକ ଜରୁରୀ ବୈ ଠକ ବି ଡକାଯାଇଛି। ଏହି ସିଙ୍ଗୁ ସୀମାରେ ଅବସ୍ଥିତ କାଜରିଆ ଟାଇଲ୍ସ ହଲରେ ଏହି ବୈଠକ ହେବ । ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚାଷୀ କହିଛନ୍ତି।

ଓଡ଼ିଆରେ ଟ୍ୱିଟ୍ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାଷ୍ଟ୍ରପତି

0

ନେତାଜୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ସାରା ଦେଶ ପାଳୁଛି ପରାକ୍ରମ ଦିବସ । ଓଡ଼ିଆ ମାଟିର ଗର୍ବ ଗୌରବ ତଥା ଓଡ଼ିଶାର ବୀରପୁତ୍ରଙ୍କ ଜନ୍ମଜୟନ୍ତୀରେ ଓଡ଼ିଆରେ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି ଯେ ଭାରତର ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ଦେଇଥିଲେ ନେତାଜୀ, ତେଣୁ ତାଙ୍କ ସାହାସ ଓ ବୀରତ୍ୱକୁ ସମ୍ମାନ ଜଣାଇ ପରାକ୍ରମ ଦିବସ ପାଳିବା ଯଥାର୍ଥ।

ସେ ଆହୁରି ଲେଖିଛନ୍ତି, ‘ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅତୂଳନୀୟ ଅବଦାନ ଦେଇଥିଲେ। ନେତାଜୀଙ୍କ ଦେଶ ପ୍ରେମ ଓ ତ୍ୟାଗ ଆମକୁ ସବୁବେଳେ ଉଦବୁଦ୍ଧ କରୁଥିବ। ସ୍ୱାଧୀନତାର ଯେଉଁ ଉତ୍ସାହକୁ ସେ ଅଙ୍ଗୀକାର କରିଥିଲେ ଆମେ ସେଥିପାଇଁ ପ୍ରତିବଦ୍ଧ।’

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ନେତାଜୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ସାରା ଦେଶ ତାଙ୍କୁ ସ୍ମରଣ କରୁଛି। ଏହି ଅବସରରେ ନେତାଜୀଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି ଟ୍ୱିଟ୍ କରି ନେତାଜୀଙ୍କୁ ପ୍ରଣାମ ଜଣାଇଛନ୍ତି । ଦେଶ ପାଇଁ ନେତାଜୀଙ୍କ ତ୍ୟାଗ ଓ ସମର୍ପଣକୁ ମନେ ପକାଇଛନ୍ତି ମୋଦି । ସେ ଲେଖିଛନ୍ତି ଯେ କୃତଜ୍ଞ ରାଷ୍ଟ୍ର ଦେଶର ସ୍ୱାଧୀନତା ପାଇଁ ତାଙ୍କର ତ୍ୟାଗ ଓ ସମର୍ପଣକୁ ସଦା ସର୍ବଦା ମନେ ରଖିବ। ଏଥିସହିତ ଦେଶବାସୀଙ୍କୁ ନେତାଜୀଙ୍କ ଜନ୍ମଦିନକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି।

କଟକରେ କଙ୍ଗାରୁ କୋର୍ଟ, ପ୍ରେମ କରିବାରୁ ଜରିମାନା

କଟକ: ଉପାନ୍ତ ନୁହେଁ ଉପକୂଳରେ ଘଟିଛି ଏମିତି ଗଟଣା । ପୁରୁଣା ରାଜଧାନୀ ଅବା ଏବେର ରାଜଧାନୀର ପଡୋଶୀ ସହରରେ । ହଁ, କଟକ ଜିଲ୍ଲାରେ କଙ୍ଗାରୁକୋର୍ଟ । ରଙ୍ଗ୍‌ ନମ୍ବରରୁ ଗଢିଉଠିଥିବା ପ୍ରେମ ସମ୍ପର୍କ ଆଧାରରେ ଘର ଛାଡି ଚାଲିଯାଇଥିଲେ ନାବାଳିକା । ହେଲେ ପରିବାରକୁ ସମ୍ଭାଳିବାକୁ ପଡିଥିଲା ବାଛନ୍ଦ ହେବାର ବୋଝ । ଗାଁରୁ ବାଛନ୍ଦ ସହ ହୋଇଥିଲା ୫୦ହଜାର ଟଙ୍କାର ଜରିମାନା ଦଣ୍ଡ ।

ଦିନ ମଜୁରିଆ ହୋଇଥିବାରୁ କଷ୍ଟେ ମଷ୍ଟେ ୪୫ ହଜାର ଦେବାରେ ସକ୍ଷମ ହେଲେ ନାବାଳିକାଙ୍କ ପରିବାର । ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ । ପ୍ରେମ ପାଇଁ ଘର ଛାଡିଥିବା ଯୁବତୀ ଓ ପ୍ରେମିକଙ୍କୁ ଚହଟା ନିକଟରୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ବିଡନାସି ସ୍ଥିତ ବସୁନ୍ଧରାଗୃହରେ ରଖିଥିଲେ ।

ପରେ ଯୁବକଙ୍କୁ ଅଟକ ରଖିବା ସହ ଝିଅର ପରିବାର ଲୋକଙ୍କୁ ଏଭଳି ହଇରାଣ କରୁଥିବା ଗାଁ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରାଯାଇଛି। ବର୍ତ୍ତମାନ ସମୟରେ ବି କଙ୍ଗାରୁ କୋର୍ଟ ନିହାତି ଭାବରେ ସମାଜ ପାଇଁ ଲଜ୍ୟାକର ବିଷୟ ବୋଲି ମତ ପ୍ରକାଶ ପାଇଛି ।

କଟକରେ ନବୀନ, ଶିଳାନ୍ୟାସ ହେଲା ଅନ୍ତଃରାଜ୍ୟ ନେତାଜୀ ବସ ଟର୍ମିନାଲ

କଟକ: ଖାନନଗର ଠାରେ ବହୁପ୍ରତୀକ୍ଷିତ ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆନ୍ତରାଜ୍ୟ ବସ ଟର୍ମିନାଲ ନେତାଜୀଙ୍କ ନାମରେ ନାମିତ ହୋଇଛି । ୧୮ ମାସ ଭିତରେ ନୂଆ ବସ ଟର୍ମିନାଲ କାର୍ଯ୍ୟ ଶେଷ କରିବାକୁ ଳକ୍ଷ ରଖାଯାଇଛି ।

ଏଥିପାଇଁ ୬୫କୋଟି ଟଙ୍କାର ବଜେଟ୍ ରଖିଛନ୍ତି ରାଜ୍ୟ ସରକାର । 12 ଏକର ପରିମିତ ଜମିରେ ହେବାକୁ ଯାଉଛି ଏହି ଆକର୍ଷଣୀୟ ବସ ଟର୍ମିନାଲ। ଏଠାରେ ଏକାଥରକେ 180 ଟି ବସ ରହିପାରିବାର ବ୍ୟବସ୍ଥା କରାଯାଇଛି । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଅନୁଗୁଳ, ଭୁବନେଶ୍ୱର, ପୁରୀ ଷ୍ଟାଣ୍ଡରୁ ମଧ୍ୟ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଶିଳାନ୍ୟାସ ସରିଛି , ଏବେବ ଏହି ଜମିରୁ ଉଚ୍ଛେଦ କାମ ହେବ ।

ସେପଟେ ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ପ୍ରଥମେ ନେତାଜୀଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୈଣସି ସାଧାରଣ ବ୍ୟକ୍ତି କିମ୍ବା ନେତାମନ୍ତ୍ରୀଙ୍କୁ ନେତାଜୀ ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ପୁଷ୍ପାର୍ପଣ ପରେ ମୁଖ୍ୟମନ୍ତ୍ରୀ ଖାନନଗର ଠାରେ ବହୁପ୍ରତୀକ୍ଷିତ ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ ।