spot_img
Home Blog Page 6075

ଗୋଟିଏ ରାଜଧାନୀରେ ସନ୍ତୁଷ୍ଟ ନୁହଁନ୍ତି ମମତା, ୪ ରାଜଧାନୀ ପାଇଁ ଦାବି

0

କୋଲକାତା: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ସରଗରମ ହେଲାଣି ରାଜନୀତି। ଗଡ଼ ବଜାୟ ରଖିବା ପାଇଁ ଟିଏମ୍‌ସି ଜୋରଦାର ଉଦ୍ୟମ ଆରମ୍ଭ କଲାଣି। ଆଜି ନେତାଜୀ ଜୟନ୍ତୀରେ ‘ପରାକ୍ରମ ଦିବସ’ ପାଳିବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। କିନ୍ତୁ ଏହା ପୂର୍ବରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ମାରାଥନ ପଦଯାତ୍ରା କରି ନିଜର ଶକ୍ତି ଦେଖାଇଛନ୍ତି। ପଦଯାତ୍ରା ପରେ ମମତା ନିଜ ଭାଷଣରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ରାଲି ପରେ ମମତା ନିଜ ଭାଷଣରେ କହିଛନ୍ତି ଭାରତରେ ୪ଟି  ରାଜଧାନୀ ରହିବା ଉଚିତ୍। ଏବଂ ସମୟ ଅନୁସାରେ ରାଜଧାନୀ ବଦଳିବା ଆବଶ୍ୟକ। ଇଂରେଜମାନେ କୋଲକାତାରେ ରହି ସାରା ଦେଶରେ ଶାସନ କରୁଥିଲେ । ତେବେ ଦେଶରେ ମାତ୍ର ଗୋଟିଏ ରାଜଧାନୀ କାହିଁକି ବୋଲି ମମତା ପ୍ରଶ୍ନ କରିଛନ୍ତି।

ମମତା ଆହୁରି କହିଛନ୍ତି ଶୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜରେ ହିନ୍ଦୁ, ମୁସଲିମ, ଶିଖ, ଇଶାଇ ସବୁ ସମ୍ପ୍ରଦାୟର ଲୋକ ଥିଲେ। ତାଙ୍କର ଚିଚାରଧାରା ଭାରତକୁ ଏକାଠି କରି ରଖିବାର ଧିଲା ବିଭାଜନ କରିବା ନୁହେଁ। ଇଂରେଜମାନେ ‘Divide and Rule’ ନୀତି ଆପଣେଇଥିଲେ । କିନ୍ତୁ ବିଜେପି ଭାରତର ଲୋକମାନଙ୍କୁ ବିଭାଜନ କରୁଛି।

ମମତା କହିଛନ୍ତି ଯେ ଏ ପର୍ଯ୍ୟନ୍ତ ନେତାଜୀଙ୍କ ଜନ୍ମଜୟନ୍ତୀ ୨୩ ଜାନୁଆରୀକୁ କେନ୍ଦ୍ର ସରକାର ସାର୍ବଜନୀକ ଛୁଟି ଭାବେ ଘୋଷଣା କରିନାହାଁନ୍ତି। ଏହାକୁ ତୁରନ୍ତ ଘୋଷଣା କରିବାକୁ ମମତା ଦାବି କରିଛନ୍ତି।  ଏହାବ୍ୟତୀତ ମମତା କହିଛନ୍ତି ଯେ ଯୋଜନା ଆୟୋଗ ଶୁଭାଶ ଚନ୍ଦ୍ରଙ୍କର ବିଚାର ଥିଲା ହେଲେ ବର୍ତ୍ତମାନ ତାକୁ ହଟାଯାଇ ନିତି ଆୟୋଗ କରିଦିଆଯାଇଛି। ତେଣୁ ସେ ଏହାକୁ ପୁଣିଥରେ ଯୋଜନା ଆୟୋଗ କରିବାକୁ ଦାବି କରିଛନ୍ତି। ଏଥିସହିତ ମମତା ଆଜଦହିନ୍ଦ ସ୍ମାରକ ତିଆରି ହେବାର ଘୋଷଣା କରିଛନ୍ତି।

ଖୋଲା ବଜାରରେ ଉପଲବ୍ଧ ହେବନାହିଁ କରୋନା ଟିକା !

ପୁନେ: ୨ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଛି । କିନ୍ତୁ ଏହି ୨ ଟିକା ଖୋଲା ବଜାରରେ ଉପଲବ୍ଧ ହେବନାହିଁ । ଟିକା ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ କରାଯାଉଥିବା ଦାବି ପ୍ରମାଣିତ ନ ହେବା ଯାଏଁ ଏହା ଖୋଲା ବଜାରରେ ବିକ୍ରି ହୋଇପାରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।  ତେବେ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଟିକା ପ୍ରସ୍ତୁତିକାରୀଙ୍କ ପକ୍ଷରୁ ଟିକାର ସଫଳତା ନେଇ କରାଯାଉଥିବା ଦାବିକୁ ପରୀକ୍ଷଣ କରିବେ ।

        ଅପରପକ୍ଷରେ କୌଣସି କରୋନା ଭ୍ୟାକ୍ସିନକୁ ବଜାରରେ ଉପଲବ୍ଧ କରାଇବାକୁ ସରକାରଙ୍କ ପକ୍ଷରୁ ଯୋଜନା ନାହିଁ । ସରକାର କେବଳ ଅଗ୍ରାଧିକାର ଭିତ୍ତିରେ ନିହାତି ଆବଶ୍ୟକ ବର୍ଗର ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଦେବାକୁ ଲକ୍ଷ ରଖିଛନ୍ତି । ଆଗାମୀ ୭ରୁ ୮ ମାସ ମଧ୍ୟରେ ଏହି ପ୍ରକ୍ରିୟା ପୂରା କରିବାରକୁ ସରକାରଙ୍କ ପକ୍ଷରୁ ଲକ୍ଷ ରଖାଯାଇଛି । ଶ୍ରୀ ଭୂଷଣ ଆହୁରି କହିଛନ୍ତି ଯେ, କୌଣସି ବି ଅନୁମତି ପ୍ରାପ୍ତ ଟିକାର ଭାରତ କିମ୍ୱା ବିଦେଶରେ ବିକ୍ରି ନେଇ ଅନୁମତି ଦିଆଯାଇନାହିଁ । ସମସ୍ତ ଟ୍ରାଏଲ ପର୍ଯ୍ୟାୟର ଫଳାଫଳ ପରେ ହିଁ ଟିକାର ବିକ୍ରି ନେଇ ଅନୁମତି ଦିଆଯିବ ।                  

ଏଥିସହିତ ପଢ଼ନ୍ତୁ: ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ମାମଲା: ‘ଆପ୍’ ବିଧାୟକଙ୍କୁ ୨ ବର୍ଷ ଜେଲ୍

ଆସୁଛି ଡିଜିଟାଲ୍ ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖରେ ଜାତୀୟ ଭୋଟର ଦିବସ । ଏହି ଅବସରରେ ନିର୍ବାଚନ ଆୟୋଗ ଲଞ୍ଚ୍ କରିବାକୁ ଯାଉଛନ୍ତି ଡିଜିଟାଲ୍ ଭୋଟର ପରିଚୟ ପତ୍ର (e-EPIC) । e-EPIC ବା ଇଲେକ୍ଟ୍ରୋନିକ୍ ଫଟୋ ଆଇଡେଣ୍ଟିଟି କାର୍ଡ ପିଡିଏଫ୍ ଫର୍ମାଟରେ ଉପଲବ୍ଧ ହେବ । ବଡ଼ କଥା ହେଲା ଏହାକୁ କେହି ଏଡିଟ୍ କରିପାରିବେ ନାହିଁ । ଭୋଟର ପରିଚୟ ପତ୍ରର ପିଡିଏଫ୍ ଭର୍ସନରେ ଆଧାର ଭଳି କ୍ୟୁଆର୍ କୋଡ୍ ରହିବ । ଫଟୋ ସହ କ୍ରମିକ ନମ୍ବର ରହିବ ଭୋଟର ପରିଚୟ ପତ୍ରରେ । ଏହାକୁ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଡାଉନଲୋଡ୍ କରି ସୁରକ୍ଷିତ ରଖିହେବ ।

ECI to launch Digital Voter-ID cards on National Voter's Day

ତେବେ, ସମସ୍ତଙ୍କୁ ଏହି ସୁବିଧା ପ୍ରଥମେ ମିଳିବ ନାହିଁ । ଯେଉଁ ଭୋଟର ନୂତନ ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିବା ସହ ମୋବାଇଲ୍ ନମ୍ବର ଦେଇଥିବେ ସେମାନେ ଡାଉନଲୋଡ୍ କରିପାରିବେ । e-EPIC କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୫ରୁ ୩୧ ଯାଏ ଚାଲିବ । ଫର୍ମ-୬ରେ ମୋବାଇଲ୍ ନମ୍ବର ଦେଇ ଭୋଟର କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ନୂଆ ଭୋଟର ଡିଜିଟାଲ ପରିଚୟ ପତ୍ର ଡାଉନଲୋଡ୍ କରିପାରିବେ । e-EPIC ପାଇଁ ଆପଣଙ୍କୁ କେବଳ ମୋବାଇଲ୍ ନମ୍ବର ସୁନିଶ୍ଚିତ କରିବାକୁ ପଡ଼ିବ ।

ECI to launch Digital Voter-ID cards on National Voter's Day

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ e-EPIC କାର୍ଯ୍ୟକ୍ରମ ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ଭୋଟର ଏହାର ଲାଭ ଉଠାଇ ପାରିବେ । ଭୋଟର ପରିଚୟ ପତ୍ରରେ ମୋବାଇଲ୍ ନମ୍ବର ପଞ୍ଜିକୃତ କରିଥିବା ସମସ୍ତ ଭୋଟର e-EPIC ଡାଉନଲୋଡ୍ କରିପାରିବେ ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଡିଜିଟାଲ୍ ମାଧ୍ୟମରେ ଭୋଟର ପରିଚୟ ପତ୍ର ଉପଲବ୍ଧ ହେଲେ ପୂର୍ବଭଳି ହଜିବା ପରେ ପୁଣିଥରେ ଆବେଦନର ସମସ୍ୟା ରହିବ ନାହିଁ ।

ECI to launch Digital Voter-ID cards on National Voter's Day

e-EPICକୁ ଭୋଟର୍ ହେଲ୍ପଲାଇନ୍ ମୋବାଇଲ୍ ଆପ୍ ସହ voterportal.eci.gov.in ଓ nvsp.inରୁ ଡାଉନଲୋଡ୍ କରିହେବ । ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ଆଗକୁ ନିର୍ବାଚନ ଥିବା ବେଳେ ଏହା ଡିଜିଟାଲ୍ ଭୋଟର ପରିଚୟ ପତ୍ର ନୂଆ ଛାପ ଛାଡ଼ିବ ।

ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ମାମଲା: ‘ଆପ୍’ ବିଧାୟକଙ୍କୁ ୨ ବର୍ଷ ଜେଲ୍

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ । ଦିଲ୍ଲୀ ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆପ୍ ବିଧାୟକ ସୋମନାଥ ଭାରତୀ । ରାଉଜ୍ ଏଭେନ୍ୟୁ କୋର୍ଟ ସମ୍ପୃକ୍ତ ମାମଲାର ଶୁଣାଣି ବେଳେ ଆପ୍ ସୋମନାଥ ଭାରତୀ ଏମ୍ସ ସୁରକ୍ଷାକାର୍ମୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିପିଟ୍‌ କରିଥିବା କୋର୍ଟ ଜାଣିବାକୁ ପାଇଥିଲେ । ଏଣୁ ଦୋଷୀ ଶ୍ରୀ ଭାରତୀଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଉଜ୍ ଏଭେନ୍ୟୁ କୋର୍ଟ । ତେବେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଉପୁଜାଇବା ସହ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରିଥିବା ଏବଂ ସର୍ବସାଧାରଣଙ୍କ ସମ୍ପତି ନଷ୍ଟ କରିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୬ରେ ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ଘଟଣା ଘଟିଥିଲା । ଏ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।

ଅପରପକ୍ଷରେ ଅଭିଯୁକ୍ତ ସୋମନାଥ ଭାରତୀ ମାନ୍ୟବର କୋର୍ଟଙ୍କୁ ପ୍ରୋବେଶନରେ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି । ଶନିବାର ସୋମନାଥ ଭାରତୀଙ୍କ ପକ୍ଷରୁ ଓକିଲ ଏନ୍ ହରିହରନ୍ କୋର୍ଟରେ ହାଜିର ହୋଇଥିଲେ । ସେ କୋର୍ଟରୁ ବିଧାୟକଙ୍କୁ ପ୍ରୋବେଶନରେ ଛାଡ଼ିବା ନେଇ ଯୁକ୍ତି ଉପସ୍ଥାପନ କରିଥିଲେ । କୁହାଯାଏ ସେ ଏକ ମାତ୍ର ବିଧାୟକ ଯିଏ ଫୋନ୍ ମାଧ୍ୟମରେ ଜନତାଙ୍କ ଅଭିଯୋଗ ଶୁଣନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ AIIMSକୁ ସ୍ଥାନାନ୍ତର ହେବେ ଲାଲୁ

ସୋମନାଥ ଭାରତୀଙ୍କ ଓକିଲ ଦଣ୍ଡାଦେଶ ନେଇ ଆଲୋଚନା ବେଳେ ସେ କହିଛନ୍ତି ଯେ, ଶ୍ରୀ ଭାରତୀ ମାମଲାର ତଦନ୍ତ ବେଳେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏହା ବ୍ୟତୀତ ୨୦୧୬ରେ ହୋଇଥିବା ଏହି ଘଟଣା ଯୋଗୁଁ କାହାକୁ ଆଘାତ ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନଥିଲା । ଜନତାଙ୍କ ଡାକରାରେ ସେ ଏମ୍ସ ପହଞ୍ଚିଥିଲେ । ସେ ତାଙ୍କ ପରିବାର ଏକମାତ୍ର ବ୍ୟକ୍ତି । ତାଙ୍କ ମା’ ଅସୁସ୍ଥ ଥିବା ବେଳେ ତାଙ୍କ ଉପରେ ଛୋଟ ଛୋଟ ପିଲାଙ୍କ ମଧ୍ୟ ଦାୟିତ୍ୱ ରହିଛି । ତେବେ ସମାନ ମାମଲାରେ ଅନ୍ୟ ୪ ଅଭିଯୁକ୍ତ ମୁକ୍ତ ହୋଇସାରିଥିବେଳେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଦିଲ୍ଲୀ AIIMSକୁ ସ୍ଥାନାନ୍ତର ହେବେ ଲାଲୁ

0

ରାଞ୍ଚି: ଦିନକୁ ଦିନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ଲାଲୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଭର୍ତ୍ତ ଅଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ ତାଙ୍କୁ ଦିଲ୍ଲୀ AIIMSକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ୮ ଜଣିଆ ମେଡିକାଲ ବୋର୍ଡ ଗଠନ କରାଯାଇଛି। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ଅଛନ୍ତି। ରିପୋର୍ଟ ଦେଖିବା ପରେ ମେଡିକାଲ ବୋର୍ଡ଼ ଲାଲୁଙ୍କୁ ଦିଲ୍ଲୀ AIIMS ପଠାଇବାକୁ ପରାମର୍ଶ ଦେଇଛି। ଆଜି ଅପରାହ୍ନ ୫ ଟାରେ ଚାର୍ଟାର୍ଡ଼ ​​ବିମାନ (ଏୟାର ଆମ୍ବୁଲାନ୍ସ) ଯୋଗେ ତାଙ୍କୁ ଦିଲ୍ଲୀ ଅଣାଯିବ।

ଗତକାଲି ବିଳମ୍ବିତ ରାତିରେ ଲାଲୁଙ୍କ ପତ୍ନୀ ରାବଡ଼ି ଦେବୀଙ୍କ ସହ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ପ୍ରମୁଖ ଲାଲୁଙ୍କୁ ଭେଟିଥିଲେ। ତେଜସ୍ୱୀଙ୍କ ସୂଚନା ଅନୁସାରେ, ଲାଲୁଙ୍କ କିଡନୀର ୨୫ ପ୍ରତିଶତ କାମ କରୁଛି। ପୂର୍ବରୁ ହାର୍ଟ ସର୍ଜରୀ ହୋଇଛି। ଏବେ ଫୁସଫୁସରେ ପାଣି ଜମିଥିବାରୁ ଚିନ୍ତା ବଢ଼ିଛି।

ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବ ଦୀର୍ଘ ଦିନ ଧରି ରାଞ୍ଚି ରିମ୍ସରେ ଚିକିତ୍ସିତ ହେଉଛନ୍ତି।

ଭାରତୀୟ ଫରେନ୍ସିକ ମେଡିସିନର ଜାତୀୟ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ରଖିଲେ ଅବିଭାଷଣ

ଭୁବନେଶ୍ୱର: ଭାରତୀୟ ଫୋରେନସିକ୍ ମେଡିସିନର ଜାତୀୟ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀରେ ନିଜର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ, ଆଜି ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନ ବାର୍ଷିକ ଜାତୀୟ ସମ୍ମିଳନୀରେ ଯୋଗଦେଇ । ସେହିପରି ଭର୍ଚୁଆଲ୍ ପ୍ଲାଟଫର୍ମରେ ଦେଶ ତଥା ବିଶ୍ୱର ସମସ୍ତ ପ୍ରତିନିଧୀଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଫୋରେନସିକ୍ ମେଡିସିନ୍ ସମ୍ବନ୍ଧୀୟ ବୈଜ୍ଞାନିକ ବିଚାର ବିମର୍ଶ, ଉନ୍ନତ ଜ୍ଞାନ ଏବଂ ନୂତନ ଉପକରଣ ଉପରେ ନୂତନ ଆଲୋକ ପକାଇବ । ଏହି କ୍ଷେତ୍ରରେ ତୁମର ଜ୍ଞାନକୁ ସମୃଦ୍ଧ କରିବାରେ ଏହା ବହୁ ଦୂର ଯିବ । ଏକ ଘଟଣାର ଫୋରେନସିକ୍ ବ୍ୟାଖ୍ୟା, ମାନବ ଶରୀର ଏବଂ ମନ ସହିତ ଜଡିତ, ଅପରାଧିକ ନ୍ୟାୟ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଅପରାଧର ପ୍ରକୃତ ଅପରାଧୀ ଜାଣିବା ପାଇଁ ଆଇନଗତ ପ୍ରକ୍ରିୟା ପ୍ରମାଣ ଆବଶ୍ୟକ କରେ । ଏଠାରେ, ଫରେନସିକ୍ ବିଜ୍ଞାନ ଠୋସ୍ ପ୍ରମାଣ ଯୋଗାଇବାରେ ସାହାଯ୍ୟ କରେ । ତେଣୁ, ନ୍ୟାୟ ବିତରଣ ପାଇଁ ଫରେନସିକ୍ ବିଜ୍ଞାନରେ ଅତ୍ୟାଧୁନିକ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଯାହା ବର୍ତ୍ତମାନ ବିଶ୍ୱ ସ୍ତରୀୟ ହେବାକୁ ଯାଉଛି । ପ୍ରାୟ ଏକ ଶତାବ୍ଦୀ ଧରି ଓଡିଶାରେ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ହୋଇଆସୁଛି। ଏହି ଅନୁଷ୍ଠାନର ଏକାଡେମିକ୍ ଉତ୍କର୍ଷର ଏକ ଗୌରବମୟ ଇତିହାସ ଅଛି । ଏହାର ଆଲୁମିନିମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରତିଷ୍ଠାନରେ ସେମାନଙ୍କର ବୃତ୍ତିଗତ ଦକ୍ଷତାରେ ନିଜକୁ ପୃଥକ କରିଛନ୍ତି । ବର୍ତ୍ତମାନ, ସମସ୍ତ ଆଧୁନିକ ସୁବିଧା ସହିତ ରାଜ୍ୟ ସରକାର ଏହି ମହାନ ଅନୁଷ୍ଠାନର ଏକ ବିଶ୍ୱ ମାନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ରୂପାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଗୁଡୁଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, ସୂଚନା ଦେଲେ ତେଜସ୍ୱୀ

ପାଟନା: ବିଗିଡ଼ିବାରେ ଲାଗିଛି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା । ଲାଲୁ ଯାଦବଙ୍କ ଫୁସଫୁସରେ ପାଣି ଜମିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ତେଜସ୍ବୀ ଯାଦବ । ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର କରାଯିବ ବୋଲି ତେଜସ୍ବୀ କହିଛନ୍ତି । ଏମସକୁ ସ୍ଥାନାନ୍ତର କରିବାକୁ ସୁପାରିଶ କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଲାଲୁଙ୍କ ପତ୍ନୀ ରାବଡି ଦେବୀଙ୍କ ସହ ତେଜସ୍ବୀ ଯାଦବ, ତେଜ ପ୍ରତାପ ଯାଦବ ପ୍ରମୁଖ ଲାଲୁଙ୍କୁ ଭେଟି ଆଲୋଚନା କରିଥିଲେ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବ ଦୀର୍ଘ ଦିନ ଧରି ରାଞ୍ଚି ରିମ୍ସରେ ଚିକିତ୍ସିତ ହେଉଛନ୍ତି । ତେଜସ୍ବୀଙ୍କ ସୂଚନା ଅନୁସାରେ, ଲାଲୁଙ୍କ କିଡନୀର ୨୫ ପ୍ରତିଶତ କାମ କରୁଛି । ପୂର୍ବରୁ ହାର୍ଟ ସର୍ଜରୀ ହୋଇଛି । ଏବେ ଫୁସଫୁସରେ ପାଣି ଜମିଥିବାରୁ ଚିନ୍ତା ବଢ଼ିଛି ।

ବିଶ୍ୱରେ ପ୍ରଥମ ଥର ପାଇଁ ଲକ୍‌ଡାଉନ୍ ଆରମ୍ଭ ହୋଇଥିବା ସ୍ଥାନର ଅବସ୍ଥା କ’ଣ?

ଉହାନ: ଲକ୍‌ଡାଉନ୍ ଶଦ୍ଦ ସହିତ ବିଶ୍ୱ ପରିଚିତ ହେବାର ଠିକ ୧ବର୍ଷ ପରେ ମଧ୍ୟ ସାରା ବିଶ୍ୱରେ ଭୂତାଣୁକୁ ନେଇ କୋକୁଆ ଭୟ ଜାରି ରହିଛି । ମହାମାରୀ ଭୂତାଣୁର ଉତ୍ପତି ସ୍ଥଳ ଚୀନର ଉହାନ ସହର ଯେଉଁଠାରୁ କରୋନା ଭୂତାଣୁର ଆରମ୍ଭ ବୋଲି କୁହାଯାଉଛି ସେଠରେ ସ୍ଥିତି ଅନ୍ୟ ସ୍ଥାନମାନଙ୍କଠାରୁ ଭିନ୍ନ ।

ପାଖାପାଖି ୧ ବର୍ଷ ପୂର୍ବେ ଆଜିକାର ଦିନରେ ଅର୍ଥାତ ଶନିବାର ଉହାନ ପୂରା ବିଶ୍ୱକୁ ହତ୍‌ବାକ୍ କରିଦେଇଥିଲା । ହୁବେଇ ପ୍ରଦେଶର ରାଜଧାନୀରେ ରହୁଥିବା ୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ ବାଧ୍ୟ କରାଗଲା । ଏବଂ ୭୬ ଦିନ ପାଇଁ ସେହି ସହରରେ ଲକଡାଉନ୍ ଲାଗୁ କରିଦିଆଗଲା । ଏକ ଅଜଣା ଭୂତାଣୁ ସାରା ସହରରକୁ କବଳିତ କରିପକାଇଥିଲା ।

ଆଜିକାର ଦିନରେ ଠିକ୍ ୧୦ଟାରେ ପରିବହନକୁ ପୂରା ବନ୍ଦ କରି ଦିଆଯାଇଥିଲା । ସହରରୁ ବାହାରୁଥିବା ରାସ୍ତାକୁ ପୂରା ବନ୍ଦ କରିଦିଆଗଲା । ଦିନ ଦ୍ୱିପ୍ରହରରେ ରାସ୍ତାଘାଟ ରାତି ଭଳି  ଶୂନଶାନ ପାଲଟିଲା । ସହର ବାହାରକୁ ଯାଉଥିବା ରାସ୍ତାକୁ ସିଲ୍ କରିଦିଆଗଲା । ଧିରେ ଧିରେ ଉହାନ ସମେତ ବିଶ୍ୱର ଅନେକ ସହରରେ କଟକଣା ଲାଗୁ କରାଗଲା ।

ଉହାନ ଭୁଲି ସାରିଛି ଲକ୍‌ଡାଉନ୍

ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ମଧ୍ୟ କରୋନା ମହାମାରୀ ସହିତ ଯୁଝୁଥିବା ବେଳେ ଲକ୍‌ଡାଉନକୁ ଭୁଲି ସାରିଲେଣି । ପୂର୍ବ ଭଳି ଲୋକେ ଘର ବହାରକୁ ନିଜ ନିଜ କାମରେ ବାହାରୁଥିବା ଦେଖିବାକୁ ମିଳିଛି । ଏଭଳି କି ଲୋକେ ମାସ୍କ ମଧ୍ୟ ବ୍ୟବହାର କରୁନାହାନ୍ତି । ମାସ୍କ ବ୍ୟବହାର କରୁନଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କ କହିବା ହେଲା ଯେ, ବର୍ଷେ ତଳେ ଆମକୁ ବହୁତ ସଂଘର୍ଷ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ସବୁକିଛି ନିୟନ୍ତ୍ରଣରେ ରହିଛି । ବୟସ୍କ ବ୍ୟକ୍ତିମାନେ ପାର୍କରେ ବ୍ୟୟାମ କରୁଛନ୍ତି । ହୋଟେଲ , ରେସ୍ତୁରାଁ ଓ ପବ୍‌ରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ତେବେ ଆଜି ମଧ୍ୟ ସେ ଦିନର କଷ୍ଟକୁ ଭୁଲି ପାରିନାହାନ୍ତି ଲୋକେ । ଉହାର ଜଣେ ବୟସ୍କ ମହିଳାଙ୍କ କହିବା ହେଲେ ଯେ, ସେ ପ୍ରାୟ ୬୭ ଦିନ ଯାଏଁ ହସ୍ପିଟାଲରେ ରହିଥିଲେ । ତାଙ୍କୁ ରକ୍ତ ବାନ୍ତି ହେଉଥିଲା । ପ୍ରତିଦିନ ରାତିରେ ଆଖି ବନ୍ଦ କଲା ବେଳେ ତା’ ଦିନ ସେ ଜୀବତ ଥିବେ ବୋଲି ସେ ଆଶା କରିପାରୁନଥିଲେ ।

ମୋଦିଙ୍କ କୋଲକାତା ଗସ୍ତ ପୂର୍ବରୁ ଦିଦିଙ୍କ ରଣହୁଙ୍କାର

0

କୋଲକାତା: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ସରଗରମ ହେଲାଣି ରାଜନୀତି। ତୃଣମୂଳ କଂଗ୍ରେସକୁ ଟକ୍କର ଦେବାକୁ ବିଜେପି ଅଣ୍ଟା ଭିଡିଛି। ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜମିଲାଣି। ଗଡ଼ ବଜାୟ ରଖିବା ପାଇଁ ଟିଏମ୍‌ସି ଜୋରଦାର ଉଦ୍ୟମ ଆରମ୍ଭ କଲାଣି। ଏପଟେ ମମତାଙ୍କୁ ଚେକ୍ ଦେବା ପାଇଁ ଅଙ୍କ କଷୁଛି ବିଜେପି।

ଦିଦିଙ୍କ ଗଡ଼ରେ ପଦ୍ମ ଫୁଟାଇବା ପାଇଁ ବିଜେପି ଜୋରସୋର କ୍ୟାମ୍ପେନ୍ ଆରମ୍ଭ କରିଦେଲାଣି। ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଅମିତ ଶାହ ପଶ୍ଚିମବଙ୍ଗରେ ଜୋରଦାର ପ୍ରଚାର କରିଥିବା ବେଳେ, ଆଜି ନେତାଜୀ ଜୟନ୍ତୀରେ ‘ପରାକ୍ରମ ଦିବସ’ ପାଳିବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। କିନ୍ତୁ ଏହା ପୂର୍ବରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ମାରାଥନ ପଦଯାତ୍ରା କରି ନିଜର ଶକ୍ତି ଦେଖାଇଛନ୍ତି। ପଦଯାତ୍ରା ପୂର୍ବରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଦେଇ ଟିଏମ୍‌ସି ଅଭିଯାନ ଆରମ୍ଭ କରିଛି। ଶ୍ୟାମ ବଜାରରୁ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ରେଡ୍ ରୋଡ୍‌ରେ ଶେଷ ହେବ। ମମତାଙ୍କ ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ଟିଏମ୍‌ସି କର୍ମୀ ସମର୍ଥକ ସାମିଲ ହୋଇଛନ୍ତି।

ଭାରତୀୟ ବଜେଟର କିଛି ଉଲ୍ଲେଖନୀୟ ଇତିହାସ; କେମିତି ଥିଲା ବଜେଟ, କିଏ କରିଥିଲେ ଉପସ୍ଥାପନ ?

ପ୍ରଥମ ଭାରତୀୟ ବଜେଟ୍

ଦେଶର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ ଜେମ୍ସ ୱିଲସନ୍ । ସେ ୧୮୬୦ ମସିହା ଏପ୍ରିଲ୍ ୭ ତାରିଖରେ ବଜେଟ୍ ଆଗତ କରିଥିଲେ । ସେତେବେଳେ ଭାରତରେ ନିଜସ୍ୱ ସରକାର ନଥିଲା କି ସଂସଦ।  ବ୍ରିଟିଶ୍ ଶାସନାଧୀନ ଭାରତରେ ଶାସନ କାର୍ଯ୍ୟ ପରିଚାଳନା ଲାଗି  ବର୍ଷକୁ ଖର୍ଚ୍ଚ କେତେ ହେବ ଏବଂ ଏହି ଖର୍ଚ୍ଚ କେମିତି ତୁଲାଯିବ  ସେନେଇ ଇଂଲଣ୍ଡର ପର୍ଲାମେଣ୍ଟକୁ ଅଟକଳ ଦେବାକୁ ଥିଲା । ଆଉ ଏହି ଅଟକଳ ପ୍ରସ୍ତୁତ କରିବା ଦାୟିତ୍ୱ ପଡ଼ିଥିଲା ଓ୍ବିଲସନଙ୍କ ଉପରେ । ବଜେଟ୍ ଆଗତ କରିଥିବା ଜେମ୍ସ ୱିଲିସନ୍ ସେତେବେଳେ  ଅର୍ଥମନ୍ତ୍ରୀ ନଥିଲେ କିନ୍ତୁ ଭାରତରେ ଥିବା ଭାଇସ୍ରାୟଙ୍କ ଅର୍ଥନୀତିକ ପରିଷଦର ଜଣେ ସଦସ୍ୟ ଥିଲେ । ପେସା ତାଙ୍କର ଥିଲା ଟୋପି ବିକ୍ରି କରିବା, ଅର୍ଥନୀତି ସମ୍ବନ୍ଧରେ ସେ କୌଣସି ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପଢ଼ି ନଥିଲେ । କିନ୍ତୁ ସେ ଜଣେ ମେଧାବୀ ଛାତ୍ର ଓ ପରବର୍ତ୍ତୀ ସମୟରେ  ଭଲ ଲେଖକ ସାଜିଥିଲେ । ଜେମ୍ସଙ୍କ ଅର୍ଥନୀତି ଓ ବାଣିଜ୍ୟ ଉପରେ ଥିଲା ପ୍ରଗାଢ଼ ଜ୍ଞାନ ।

ଭାରତ ସ୍ୱାଧୀନ ହେଲା କିନ୍ତୁ  କଂଗ୍ରେସରୁ ନଥିଲେ ପ୍ରଥମ ଅର୍ଥମନ୍ତ୍ରୀ

ଦେଶ ସ୍ୱାଧୀନତା ପାଇଲା। ଜାତୀୟ କଂଗ୍ରେସ ହାତରେ ଶାସନ ନ୍ୟସ୍ତ ଥିଲା । ଜବାହରଲାଲ୍ ନେହରୁଙ୍କ ନେତୃତ୍ୱାଧୀନ ଏହି ସରକାର କିନ୍ତୁ ଦେଶର ବଛା ବଛା ବିଶେଷଜ୍ଞଙ୍କୁ ବାଛିଥିଲା ମନ୍ତ୍ରିମଣ୍ଡଳରେ । ଆଉ ସେହିକ୍ରମରେ ଆଇନ ବିଷାରଦ ବି ଆର ଆମ୍ବଦକରଙ୍କ ଭଳି ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଥିଲେ ଆର୍.କେ ସାନମୁଖମ ଚେଟ୍ଟୀ । ସେ ଜଣେ ଶିଳ୍ପପତି ଭାବେ ଖ୍ୟାତ ଥିଲା । ଏହା ସହିତ ସେ କୋଚିନ୍ ରାଜ୍ୟର ଦିୱାନ୍ ଓ ଚାମ୍ବର ଅଫ୍ ପ୍ରିନସେସର ସାମ୍ବିଧାନିକ ପରାମର୍ଶଦାତା ବି ଥିଲେ । ଅପରପେକ୍ଷ ପ୍ରୋ-ବ୍ରିଟିଶ୍ ପାର୍ଟିର ସଦସ୍ୟ ଥିଲେ ସାନମୁଖମ ଚେଟ୍ଟୀ । ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ତାଙ୍କର ଜ୍ଞାନ ଥିଲା । ଆଉ ତାଙ୍କୁ ନେହରୁ ସୁଯୋଗ ଦେଇଥିଲେ ଦେଶର ପ୍ରଥମ ବଜେଟ୍ ପ୍ରସ୍ତୁତ କରିବା ଲାଗି ।

ଭାରତୀୟ ବଜେଟ୍ ସହ ବ୍ରିଟିଶ୍ ସମ୍ପର୍କ

ଅନେକ କ୍ଷେତ୍ରରେ ବ୍ରିଟିଶ ଶାସନ ବ୍ୟବସ୍ଥାକୁ ଅନୁସରଣ କରିଛି ଭାରତର ପ୍ରଶାସନିକ ବ୍ୟବସ୍ଥା । ଏହି କ୍ରମରେ ବ୍ରିଟିଶ୍ ବଜେଟ୍ ପରିଚାଳନା ଓ ଉପସ୍ଥାପନା ଭଳି ଭାରତରେ ମଧ୍ୟ କିଛି ବ୍ୟବସ୍ଥାକୁ ଆପଣା ଯାଇଥିଲା । ଅନେକ ବର୍ଷ ଯାଏ ଏହି ବ୍ୟବସ୍ଥା ଲାଗୁ ରହିଥିଲା ଏବଂ କିଛି ଏବେ ବି ଜାରି ରହିଛି । ଯେମିତି ଭାରତୀୟ ବଜେଟ୍ ଉପସ୍ଥାପନ ବେଳେ ବ୍ରିଟେନରେ ସମୟ ଓ ବ୍ରିଟିଶ୍ ସରକାରଙ୍କ ଭଳି ଗୋପନୀୟତାକୁ ଅନୁସରଣ କରିବା । ଏହି ଅନୁସାରେ ବ୍ରିଟେନରେ ଯେତେବେଳେ ମଧ୍ୟାହ୍ନ ୧୨ଟା ସେତେବେଳେ ଭାରତୀୟ ସଂସଦରେ ଅର୍ଥମନ୍ତ୍ରୀଙ୍କୁ କୁହୂକ ପେଡ଼ି ଖୋଲୁଥିଲା । ଅର୍ଥାତ୍ ଭାରତୀୟ ସଂସଦରେ ବେଜଟ୍ ଉପସ୍ଥାପନର ସମୟ ଥିଲା ସନ୍ଧ୍ୟା ସାଢ଼େ ପାଞ୍ଚଟା । ଅନେକ ଦିନ ପରେ ଏହି ପରମ୍ପରା ଭଙ୍ଗ ହୋଇଛି । ଏବେ ଅର୍ଥମନ୍ତ୍ରୀ ଦିନ ୧୧ଟା ବେଳେ ବଜେଟ୍ ଉପସ୍ଥାପନ କରୁଛନ୍ତି । ବ୍ରିଟିଶ୍ ସରକାରଙ୍କ ବଜେଟ୍ ସହ ଆଉ ଏକ ସାମଞ୍ଜସ୍ୟ ହେଉଛି ବଜେଟ୍ ପୂର୍ବର ଗୋପନୀୟତା । ଏହା ଏଯାଏ ବଜାୟ ରହିଛି । ସାନମୁଖମଙ୍କ ସମୟରୁ ଏହି ଗୋପନୀୟତା ଚଳି ଆସୁଛି । ଏ ପଛରେ ଏକ ବଢ଼ିଆ କାହାଣୀ ରହିଛି । ୧୯୪୭ ମସିହା କଥା । ସେତେବେଳେ ବ୍ରିଟେନ୍ ସରକାରଙ୍କ ଲାଗି ବଜେଟ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଥିଲେ ଚ୍ୟାନ୍ସେଲର ଅଫ ଏକ୍ସଚେକର ହ୍ୟୁଗ୍ ଡାଲ୍ଟନ । ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ଆଗକୁ ଆସୁଥିବା ବଜେଟ୍ ସମ୍ପର୍କରେ ପଚାରିଥିଲେ । ଆଉ ଡାଲ୍ଟନ୍ ତାଙ୍କୁ ଏ ବାବଦରେ ଅନେକ ସୂଚନା ବି ଦେଲେ । ସାମ୍ବାଦିକ ଜଣକ ଖବର କାଗଜରେ ତାହା ପ୍ରକାଶ କରିଦେଲେ । ଏହାକୁ ନେଇ ଅନେକ ଚର୍ଚ୍ଚା ହେଲା ।   ଆଉ ଶେଷରେ ଏଥିପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହି ଦୃଷ୍ଟିରୁ ଚେଟ୍ଟୀ ବଜେଟ୍ ଗୋପନୀୟତା ରକ୍ଷା କରୁଥିଲେ । ଆଉ ତାଙ୍କ ପରବର୍ତ୍ତୀ ସମୟରେ ମଧ୍ୟ ଏହି ଧାରା ଜାରି ରହିଲା ।

ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

ଚେଟ୍ଟୀଙ୍କ ପରେ ୧୯୪୯-୫୦ରେ ଜନ୍ ମଥାଇ ଉପସ୍ଥାପନ କରିଥିଲେ ସଂଘୀୟ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଜନ୍ ମଥାଇ ସମ୍ପୂର୍ଣ୍ଣ ବଜେଟକୁ ପାଠ ନକରି ଧଳା କାଗଜରେ ଲେଖି ସମସ୍ତ ସଦସ୍ୟଙ୍କୁ ନକଲ ଦେଇଥିଲେ । ମୁଦ୍ରାସ୍ଫୀତି ଓ ଆର୍ଥିକ ନୀତି ବିଷୟରେ ସ୍ୱଳ୍ପ ଭାଷଣରେ କହିଥିଲେ ଜନ୍ ମଥାଇ । ସୃଷ୍ଟି କରିଥିଲେ ଯୋଜନା ଆୟୋଗ ସହ ପଞ୍ଚବର୍ଷୀୟ ଯୋଜନା ।

ଦେଶମୁଖଙ୍କ ଦୁଃଖ

ଦେଶର ଅର୍ଥମନ୍ତ୍ରୀଭାବେ ମେ’ ମାସ ୧୯୫୦ରେ ଦାୟିତ୍ୱ ନେଇଥିଲେ ପୂର୍ବତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସିଡି ଦେଶମୁଖ । ସେ ବ୍ରିଟିଶ୍ ସରକାରଙ୍କ ଅମଳରେ ପ୍ରଥମ ଭାରତୀୟ ଭାବେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୫୬ ଯାଏ ସେ ଜବାହରଲାଲ୍ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିଲେ । ଦେଶର ବିକାଶ ଯେତେବଳେ ଦ୍ରୁତ ଗତିରେ ଚାଲୁଥିଲା ସେ ଅର୍ଥ ବ୍ୟବସ୍ଥା କରିବା ଲାଗି ପ୍ରଥମ କରି ଟିକସ ବ୍ୟବସ୍ଥା ଆପଣାଇଥିଲେ । ଦେଶର ବିକାଶ ଲାଗି ତୃଣମୂଳସ୍ତରରେ ଲୋକେ ବାର୍ଷିକ ଟିକସ ଦେବାକୁ ରାଜି ବୋଲି ସେ ଏକ କାହାଣୀ ମାଧ୍ୟମରେ ସଂସଦରେ ଉପସ୍ଥାପନ କରିଥିଲା । ଯାହାକୁ ସେତେବେଳେ ସଂସଦ ବି ଗ୍ରହଣ କରିଥିଲା ।

ବଜେଟ୍ ସହ ବୈଦେଶିକ ସମ୍ପର୍କ

ପୂର୍ବରୁ ବ୍ରିଟେନ୍ ସହ ବଜେଟ୍ ସମ୍ପର୍କ କଥା କହିଥିଲୁ । ଏବେ ଅନ୍ୟ ଦେଶମାନଙ୍କ ସହ ଭାରତୀୟ ବଜେଟ୍ ସମ୍ପର୍କ କଥା । ଏହି ସମ୍ପର୍କ ହେଉଛି ଋଷ, ଚେକୋସ୍ଲଭାକିଆ ଓ ରୋମାନିଆର ବନ୍ଧୁତ୍ୱପୂଣ୍ଣ ଆର୍ଥିକ ସହାୟତା । ପରିସ୍ଥିତି ଏମିତି ହୋଇଥିଲା ଯେ, ଏହି ଦେଶମାନଙ୍କ ସାହାଯ୍ୟ ରାଶିକୁ ଭାରତୀୟ ଖର୍ଚ୍ଚ ଅଟକଳର ଏକ ପ୍ରମୁଖ ଅଙ୍ଗ ଭାବେ ଗ୍ରହଣ କରାଯାଉଥିଲା । ସେହି ଅନୁସାରେ ଆମ ଦେଶରେ କଳ କାରଖାନା ସ୍ଥାପନ ହୋଇପାରିଥିଲା । ବଡ଼ ଉଦାହରଣ ହେଉଛି ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ ।

୨ ପ୍ରକାର ଟିକସ

ସ୍ୱାଧୀନତା ପରେ ୧୯୫୭ ମସିହାରୁ ଆରମ୍ଭ ହୋଇଥିଲା ଟିକସ ବ୍ୟବସ୍ଥା । ସେତେବେଳର ଅର୍ଥମନ୍ତ୍ରୀ ଟିଟି କ୍ରିଷ୍ଣାମଚାରୀ ୨ ପ୍ରକାର ଟିକସ ଲାଗୁ କରିଥିଲେ । ଗୋଟିଏ ସମ୍ପତ୍ତି ଟିକସ, ଅନ୍ୟଟି ହେଉଛି ବିକାଶ ପ୍ରକଳ୍ପ ଲାଗି ହେଉଥିବା ପ୍ରକଳ୍ପ ବ୍ୟୟ ବାବଦ ଟିକସ । ଦେଶକୁ ଭଲ ପାଉଥିବା ବ୍ୟକ୍ତି ଟିକସ ଦେବେ ବୋଲି ନିଜ ବଜେଟ୍ ଅଭିଭାଷଣରେ କହିଥିଲେ ଟିଟି କ୍ରିଷ୍ଣାମଚାରୀ ।

ମୋରାଜୀଙ୍କ ଟିକସ ପ୍ରସ୍ତାବ

୧୯୬୮ରେ ଟିକସରେ ପରିବର୍ତ୍ତନ ନେଇ ପ୍ରସ୍ତାବ ରଖିଥିଲେ ମୋରାଜୀ ଦେଶାଇ । ବଜେଟ୍ ଉପସ୍ଥାପନ ବେଳେ ସେ ଭାଷଣରେ କହିଥିଲେ ଯେ ମୁଁ କେବଳ ୟା’ ତକିଆ ତା’ ମୁଣ୍ଡରେ ଦେବା ଭଳି ଟିକସ ବ୍ୟବସ୍ଥା ଆପଣାଇବାକୁ ଯାଉଛି । ଏଥିରେ କିଛି ଅଧିକ ଟିକସ ବ୍ୟବସ୍ଥା ନଥିଲା । ଯାହାକି ମୋରାଜୀଙ୍କୁ ଅର୍ଥମନ୍ତ୍ରୀ ଭାବେ ଲୋକପ୍ରିୟ କରିଥିଲା । ତା’ସହ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଆଗରେ ରହିଥିଲେ ଦେଶାଇ ।

ପ୍ରଥମ ଚିଦାମ୍ବରମ

ସି ସୁବ୍ରମଣିଆମ୍ ପ୍ରଥମ ଅର୍ଥମନ୍ତ୍ରୀ ଯିଏ କି ପୂର୍ଣ୍ଣ ଅଭିଭାଷଣ ଦେଇଥିଲେ । ଭାଷଣ ଶେଷରେ କହିଥିଲେ- ମୁଁ ଗୃହରେ ବଜେଟ୍ ଅନୁମୋଦନ ଚାହୁଁଛି । ତାଙ୍କ ନାମରେ ଥିବା ପ୍ରଥମ ଅକ୍ଷର ‘ସି-  ଚିଦାମ୍ବରମକୁ ବୁଝାଏ। ଏଣୁ କେହି କେହି ତାଙ୍କୁ ଏବେ ପ୍ରଥମ ଚିଦାମ୍ବରମ୍ ବୋଲି କହୁଛନ୍ତି ।

ମନମୋହନଙ୍କ ବଜେଟ୍

ଅଳ୍ପକଥା କହୁଥିବା ଅର୍ଥମନ୍ତ୍ରୀ ଥିଲେ ମନମୋହନ ସିଂହ । ୧୯୯୧ରେ ପ୍ରଥମ ବଜେଟ୍ ଅଭିଭାଷଣ ବେଳେ ମନମୋହନ ବ୍ୟକ୍ତିଗତ ଜୀବନକୁ ନେଇ କହିଥିଲେ- ‘ମୁଁ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଛି । ମୋ ଗାଁ ମରୁଡ଼ି ଅଞ୍ଚଳରେ। ଯାହାକି ଏବେ ପାକିସ୍ତାନର ଅଂଶ ବିଶେଷ । ବିଶ୍ୱବିଦ୍ୟାଳୟର ବୃତ୍ତି ଏବଂ ଅନୁଦାନ ମୁଁ ଭାରତ ଓ ଇଂଲଣ୍ଡରେ ପଢ଼ିବା ସମ୍ଭବ କରିଛି ।’ଏହା ସହ ମନମୋହନ ଛାତ୍ରଛାତ୍ରୀଙ୍କ ଉଦ୍ଦଶ୍ୟରେ ଅନେକ ବୃତ୍ତି ଘୋଷଣା କରି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଜଣାଇଥିଲେ। ବିଶ୍ୱ ବ୍ୟବସ୍ଥାକୁ ଆଖିରେ ରଖି ଭାରତରେ  ଉଦାରବାଦୀ ଅର୍ଥନୀତିକୁ ଆପଣାଇବାରେ ସେ ଥିଲେ ପ୍ରଥମ ଅର୍ଥମନ୍ତ୍ରୀ ।

ମହିଳା ଅର୍ଥମନ୍ତ୍ରୀ

ଭାରତରେ ମୋଦି ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି । ସେ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ । କରୋନା ଭୂତାଣୁ ସଂକ୍ରମଣ ଓ ଏହାରି ପ୍ରଭାବରେ ସୃଷ୍ଟି ହୋଇଥିବା ଅର୍ଥନୀତିକ ମାନ୍ଦାବସ୍ଥାକୁ ପରିଚାଳନା ସମୟରେ ସେ ଭାରତର ଅର୍ଥବିଭାଗକୁ ପରିଚାଳନା କରିଛନ୍ତି ।