spot_img
Home Blog Page 6078

ଗତବର୍ଷ ତୁଳନାରେ ବଢ଼ିଛି ରପ୍ତାନୀ, ନଭେମ୍ବର ସୁଦ୍ଧା ୫୫ ପ୍ରତିଶତ ବୃଦ୍ଧି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ସେରମନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କୌଣସି ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ରପ୍ତାନୀର ବଡ଼ ଭୂମିକା ରହିଛି । ଅନ୍ତର୍ଜାତୀୟ ବ୍ୟାପାର ଓ ବାଣିଜ୍ୟରେ ଓଡ଼ିଶାର ଭଲ ଇତିହାସ ରହିଛି । କଳିଙ୍ଗର ‘ସାଧବ ପୁଅ’ ଅନ୍ତର୍ଜାତୀୟ ବଜାରରେ ଆମ ବାଣିଜ୍ୟକୁ ପୋତ୍ସାହିତ କରିଥିଲେ । ଯେଉଁ ଅତୀତ ଆମକୁ ପ୍ରେରଣା ଦିଏ ।

Export plays a vital role in the economic growth of any State

ବ୍ୟବସାୟ କରିବା, 5Tର କାର୍ଯ୍ୟକାରୀତା, ଗୁଣାତ୍ମକ ମାନ ପାଇଁ ଭିତ୍ତିଭୂମି ସାହାଯ୍ୟ ସହ ରପ୍ତାନୀକୁ ପ୍ରୋତ୍ସାହନ ଦେବା ଲାଗି ମୋ ସରକାର ଉତ୍ତମ ପରିବେଶ ସୃଷ୍ଟି ଲାଗି ଚେଷ୍ଟା କରୁଛି । ନୀତି ଆୟୋଗର ଏକ୍ସପୋର୍ଟ ପ୍ରିପାର୍ଡନେସ୍ ଇଣ୍ଡେକ୍ସ (EPI) ୨୦୨୦ ଅନୁସାରେ ଓଡ଼ିଶା ପ୍ରଥମ ୫ ରାଜ୍ୟ ମଧ୍ୟରେ ଅଛି । ଆମର ପ୍ରୟାସ ରପ୍ତାନୀ କାରବାରକୁ ବୃଦ୍ଧି କରିବାରେ ସଫଳ ହେଉଛି ।

Export plays a vital role in the economic growth of any State

ମହାମାରୀ କୋଭିଡ୍ ସମୟରେ ରାଜ୍ୟରେ ରପ୍ତାନୀ ବଢ଼ିଛି । ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ରପ୍ତାନୀ ୫୫ ପ୍ରତିଶତ ଗତବର୍ଷ ତୁଳନାରେ ବଢ଼ିଥିବା ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଓଡ଼ିଶା ପାଇଁ ଏକ ଭଲ ଉପଲବ୍ଧି । ଏଥିପାଇଁ ନବୀନ ରପ୍ତାନୀକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏହି ଟ୍ରେଣ୍ଡ ଜାରି ରଖିବାକୁ ଆଶା ପ୍ରକାଶ କରିଛନ୍ତି ।

Export plays a vital role in the economic growth of any State

ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀ ରପ୍ତାନୀ ପ୍ରୋତ୍ସାହନ କମିଟି ଗଠନ ହୋଇଛି । ଯାହାକି ସ୍ଥାନୀୟ ସାମଗ୍ରୀର ରପ୍ତାନୀ ଉପରେ କାର୍ଯ୍ୟ କରୁଛି । ଅନେକ ସ୍ଥାନୀୟ ଏମଏସ୍ଏମ୍ଇ ସାମଗ୍ରୀର ମହତ୍ତ୍ୱ ବିଶ୍ୱ ବଜାରରେ ରହିଛି । ଆମ କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରିର ଏସଏଚଜି ମାଆମାନଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ସାମଗ୍ରୀ ୟୁରୋପ ଓ ଆମେରିକାରେ ଆଦୃତ ହୋଇଛି ।

Export plays a vital role in the economic growth of any State

ସାମଗ୍ରୀର ଗୁଣବତ୍ତା ରପ୍ତାନୀ ବୃଦ୍ଧିର ମୁଖ୍ୟ କାରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ, ସାମଗ୍ରୀର ବିଶ୍ୱସ୍ତରୀୟ ମାନକୁ ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ରପ୍ତାନୀ ପୁରସ୍କାର ପାଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ଏକାଠି ମିଶି ଓଡ଼ିଶାକୁ ଦେଶରେ ଏକ୍ସପୋର୍ଟ ହବ୍ କରିପାରିବା ବୋଲି ସେ କହିଛନ୍ତି । ବିଭିନ୍ନ ବିଭାଗରେ ମୋଟ ୨୬ ଜଣ ରପ୍ତାନୀକାରୀଙ୍କୁ ପୁରସ୍କୃତ କରାଯାଇଛି ।

‘ତାଣ୍ଡବ’ ପରେ ଏବେ ‘ମିର୍ଜାପୁର’ ପାଳି: ମୁମ୍ବାଇରେ ୟୁପିର ତିନି ଜଣିଆ ଟିମ୍

ମୁମ୍ବାଇ: ୱେବ ସିରିଜ ‘ତାଣ୍ଡବ’କୁ ନେଇ ବିବାଦ ଲାଗିରହିଛି । ସିରିଜରେ ହିନ୍ଦୁ ଧର୍ମୀୟ ଭାବନାକୁ ଅପମାନିତ କରାଯାଇଥିବା ଅଭିଯୋଗରେ ଆରମ୍ଭ ହୋଇଥିଲା ବିରୋଧ । ସିରିଜରେ ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ କରାଯାଇଛି ବୋଲି ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ ଏହାରି ଭିତରେ ଆଉ ଏକ ୱେବସିରିଜକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ‘ତାଣ୍ଡବ’ ପରେ ଏବେ ‘ମିର୍ଜାପୁର’ର ପାଳି ପଡିଛି ।

ମିର୍ଜାପୁର ସିରିଜର ପ୍ରଯୋଜକ ରିତେଶ ସିଧୱାନି, ଫରହାନ ଅଖତର ଓ ଆମାଜନ ପ୍ରାଇମ ସମେତ ଅନେକ ଲୋକଙ୍କ ନାଁରେ ଅରବିନ୍ଦ ଚର୍ତୁବେଦି ନାମକ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି ।

ୱେବ ସିରିଜରେ ମର୍ଜାପୁରର ଛବି ଖରାପ କରିବା, ଧାର୍ମିକ ଭାବନାକୁ ଆଘାତ ଦେବା, ପାରିବାରିକ ସମ୍ପର୍କକୁ ନେଇ ଭୁଲ ବାର୍ତ୍ତା ପ୍ରଦାନ କରିବା, ଆତଙ୍କ ଏବଂ ବେଆଇନ କାର୍ଯ୍ୟକଳାପ କରିବା ଆଦି ଅଭିଯୋଗରେ ଗତ ୧୭ ଜାନୁଆରୀରେ ଉତ୍ତର ପ୍ରଦେଶରେ ଏଫଆଇଆର୍‌ ରୁଜୁ ହୋଇଥିଲା। ଏହାକୁ ଆଧାର କରି ଜାନୁଆରୀ ୨୨ ତାରିଖରେ ଉତ୍ତରପ୍ରଦେଶ ପୁଲିସର ତିନି ଜଣିଆ ଟିମ୍‌ ୱେବସିରିଜର ମେକର୍ସଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇରେ ଡେରା ପକାଇଛନ୍ତି । ଏହି ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ପୋଲସି କର୍ମଚାରୀ ଓ ଜଣେ କନଷ୍ଟେବଳ ସାମିଲ ଅଛନ୍ତି ।

ସୂଚନା ମୁତାବକ, ‘ମିର୍ଜାପୁର’ ୱେବ ସିରିଜର ପ୍ରଥମ ସିଜିନ ୨୦୧୮ରେ ରିଲିଜ ହୋଇଥିଲା। ଦୁଇ ବର୍ଷ ପରେ ୨୦୨୦ରେ ଏହାର ଦ୍ୱିତୀୟ ସିଜିନ ରିଲିଜ କରାଯାଇଥିଲା। ସିରିଜରେ ଥିବା ବିବାଦୀୟ ଡାଏଲଗ ଏବଂ ଦୃଶ୍ୟକୁ ନେଇ ପ୍ରଶଂସକ ବଏକଟ୍‌ ପାଇଁ ଦାବି କରିଥିଲେ। ଏହି ୱେବ ସିରିଜର ଲିଡ୍‌ ରୋଲରେ ନଜର ଆସିଥିଲେ ପଙ୍କଜ ତ୍ରିପାଠୀ, ଅଲ୍ଲି ଫେଜଲ, ଦିବ୍ୟେନ୍ଦୁ ପ୍ରମୁଖ।

ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି: ଆତ୍ମନିର୍ଭର ହେବେ ଭିକ୍ଷୁକ

ଭୁବନେଶ୍ୱର: ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି । ଏଥିପାଇଁ ବିଏମସି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ଭିକ୍ଷାବୃତ୍ତି ଉପରେ କଟକଣା ଜାରି କରାଯିବା ସହ ସେମାନଙ୍କୁ ଥଇଥାନ କରାଯିବ । ପରେ ସେମାନଙ୍କ ଦକ୍ଷତାକୁ ଆଧାର କରି ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ପ୍ରଦାନ କରାଯିବ ।

ରାଜଧାନୀକୁ ଭିକାରୀମୁକ୍ତ କରିବା ନିଷ୍ପତି ଉପରେ ଲାଗିଛି ସରକାରୀ ମୋହର । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କିମ୍ ଘୋଷଣା ହୋଇଛି । ବିଏମସିର ୩ଟି ଜୋନରେ ନିର୍ମାଣ ହେବ ୧୦୦ଶଯ୍ୟା ବିଶିଷ୍ଟ ୩ଟି ସ୍ବତନ୍ତ୍ର ଆଶ୍ରୟସ୍ଥଳୀ । ଯାହା କେବଳ ଭିକ୍ଷୁକଙ୍କ ପାଇଁ ଉଦ୍ଧିଷ୍ଟ । ଭିକ୍ଷୁକଙ୍କୁ ଥଇଥାନ ସହିତ ସେମାନଙ୍କ ଦକ୍ଷତାକୁ ଭିତ୍ତି କରି ଦିଆଯିବ ବୈଶୟିକ ତାଲିମ୍ । ଏଥିପାଇଁ ପ୍ରେତ୍ୟକ ଭିକ୍ଷୁକଙ୍କ ପାଇଁ ମାସିକ ୩ହଜାର ୪ଶହ୩ଟଙ୍କା ଖର୍ଚ୍ଚ କରାଯିବ । ସେପଟେ ବିଏମସି ପକ୍ଷରୁ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଉପରେ ଲଗାଯାଇଛି କଟକଣା । ସରକାରଙ୍କ ନିଷ୍ପତି ଓ ବିଏମସିର ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ବେଚ୍ଛାସେବୀ ।

ବିଏମସିର ପଦକ୍ଷେପ ଜରିଆରେ ଭିକ୍ଷୁକଙ୍କୁ ସ୍ବତନ୍ତ୍ର ତାଲିମ୍ ପ୍ରଦାନ କରିବା ନିଷ୍ପତି ସେମାନଙ୍କୁ ନୂଆ ପରିଚୟ ଦେବ ବୋଲି କହିଛନ୍ତି ପତିତ ଉଦ୍ଧାର ସମିତି ସଂଯୋଜିକା । ସେପଟେ ବିଏମ୍ସିର ଏହି ପଦକ୍ଷେପ ଫଳରେ ନିରାଶ୍ରୟଙ୍କୁ ଆଶ୍ରୟ ସହିତ ମାଗଣରେ ଖାଦ୍ୟ ଉପଲବ୍ଧ ହେଉଥିଲା । ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ବତନ୍ତ୍ର ତାଲିମ୍ ଦିଆଗଲେ ସେମାନେ ଉପକୃତ ହେବେ ବୋଲି ସହମତି ପ୍ରକାଶ କରିଛନ୍ତି ଥଇଥାନ ହୋଇଥିବା ଭିକ୍ଷୁକ ।

ଭୁବନେଶ୍ବରରେ ଭିକ୍ଷୁକଙ୍କ ପାଇଁ ନିର୍ମାଣ ହେବାକୁ ଥିବା ୩ଟି ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ପୃଥକ୍ ପୃଥକ୍ ଭାବେ ମହିଳା ଓ ଶିଶୁ, ପୁରୁଷ ଏବଂ ଭିନ୍ନକ୍ଷମଙ୍କୁ ଥଇଥାନ କରାଯିବ।

ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ତତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ

କଟକ: କଟକ ମଧ୍ୟସ୍ଥତା କେନ୍ଦ୍ରରେ ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ । ମଧ୍ୟସ୍ତତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି । ଏଥିପାଇଁ ସମୟ ମାଗିଛନ୍ତି ଅନୁଭବ । ଆଜି କଟକ ଏସଡିଜେଏମ କୋର୍ଟରେ ମଧ୍ୟସ୍ଥତା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଠାକୁ ସାଂସଦ ଅନୁଭବ ମହାନ୍ତି ଆସିନଥିଲେ । ତେବେ ଫେବୃଆରୀ ୨୩ରେ ମଧ୍ୟସ୍ଥତା ପାଇଁ ପରବର୍ତ୍ତୀ ତାରିଖ ଚୂଡାନ୍ତ ହୋଇଛି ।

ପାରିବାରିକ ବିବାଦରେ ଛନ୍ଦି ପଡ଼ିଥିଲା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ। ବର୍ଷା ଏନେଇ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ୍‌ କରିଥିଲେ। ନୋଟିସ୍‌ ମୁତାବକ ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ପରେ ଅନୁଭବ ଆସିଥିଲେ। ହେଲେ ଅନୁଭବଙ୍କ ବାପା-ମାଆ ଆସିନଥିଲେ।

ପରବର୍ତ୍ତୀ ସମୟରେ ବର୍ଷା -ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଲା । ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ୪୯୮(କ) ରୁଜୁ ହୋଇଥିଲା ।  ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ନନ୍ଦିସାହି ଘରେ ଅନୁଭବ ବର୍ଷାଙ୍କ ମଧ୍ୟରେ ରୁମରେ ପ୍ରବେଶ କରିବାର ଅଧିକାରକୁ ନେଇ ବଚସା ପରେ ଅନୁଭବ ରୁମରେ ତାଲା ପକାଇଦେଇଥିବା ଅଭିଯୋଗ କରିଥିଲେ ବର୍ଷା ।

କୃଷି ଆଇନ ନେଇ ତୁଟୁନି ବିବାଦ: ଦିଆଯାଇଥିବା ପ୍ରସ୍ତାବରୁ ଅଧିକ କିଛି କରିହେବନାହିଁ ବୋଲି କହିଲେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଆଜିର ବୈଠକରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଦିଆଯାଇଥିବା ପ୍ରସ୍ତାବ କୃଷକଙ୍କ ହିତ ପାଇଁ, ଏହାଠାରୁ ଅଧିକ ଆମେ କିଛି କରିପାରିବୁ ନାହିଁ । ଦିଆଯାଇଥିବା ପ୍ରସ୍ତାବକୁ କୃଷକ ପୂର୍ନବିଚାର କରନ୍ତୁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ଦୀର୍ଘ ୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ବୈଠକରେ ସରକାର ଓ ୪୧ଟି କୃଷକ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇଥିଲା । କୃଷି ଆଇନକୁ ୧୮ ମାସ ପାଇଁ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଛି ଚାଷୀ ସଙ୍ଗଠନ ।

କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଚାଷୀ । ସେହିପରି ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଜିଦ୍ ଧରିଛନ୍ତି ଚାଷୀ ସଙ୍ଗଠନ । ଜାତୀୟ ପତାକା ସହ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଅନ୍ୟପଟେ ଚାଷୀମାନେ ରିଙ୍ଗ୍‌ ରୋଡ୍‌ରେ ରାଲି କରିବାକୁ ଦାବି କରିଥିବା ବେଳେ ଦିଲ୍ଲୀ ପୋଲିସ ଏନେଇ ଅନୁମତି ଦେଇନାହିଁ । ପୋଲିସ ଚାଷୀଙ୍କୁ କେଏମ୍‌ପି ଏକ୍ସପ୍ରେସଓ୍ବେରେ ଟ୍ରାକ୍ଟର ରାଲି ପାଇଁ କହିଛି ।

Amazon Sale: ଏହି LG ସ୍ମାର୍ଟଫୋନ ସହ ପାଆନ୍ତୁ ବର୍ଷେ ଯାଏଁ ମାଗଣା Amazon Prime Membership

Amazon Great Republic Day Sale: ଇ-କମର୍ସ ସାଇଟ ଆମାଜନରେ ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଛି ଗ୍ରେଟ ରିପବ୍ଲିକ ଡେ ସେଲ । ଏହି ସେଲରେ ନାମିଦାମି ସ୍ମାର୍ଟଫୋନ ଗୁଡ଼ିକୁ ଖୁବ କମ ଦାମରେ ବିକ୍ରି କରାଯାଉଛି ।  ଆମାଜନ ସେଲରେ ଓପୋ, ଭିଭୋ, ସ୍ୟାମସଙ୍ଗ, ରିୟଲମି, ସିଓମୀ, ଆପଲ ଏବଂ ଏଲଜି ଭଳି ସ୍ମାର୍ଟଫୋନ ଗୁଡ଼ିକୁ ଖୁବ ଶସ୍ତାରେ କିଣିବାର ଏହା ହେଉଛି ସୁବର୍ଣ୍ଣ ସୁଯୋଗ । ତେବେ ଏହି ସେଲରେ ସବୁଠୁ ଆକର୍ଷଣୀୟ ଅଫର ଦେଉଛି LG W30 Pro ସ୍ମାର୍ଟଫୋନ ।

ଆମାଜନ ସେଲରେ ଏହି LG ସ୍ମାର୍ଟଫୋନର ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ଭାରିଏଣ୍ଟକୁ ୧୨,୩୫୦ ଟଙ୍କାରେ ବିକ୍ରି କରାଯାଉଛି । ଯାହାର ପ୍ରକୃତ ପ୍ରାଇସ ହେଉଛି ୧୪,୯୯୯ ଟଙ୍କା । ଏହାର ଅର୍ଥ ଏହି ଫୋନକୁ ପ୍ରକୃତ ଦାମ ଠାରୁ ୨,୬୪୯ ଟଙ୍କା ଶସ୍ତାରେ ଉପଲବ୍ଧ କରାଯାଉଛି । ଯଦି ଆପଣ  ଅତିରିକ୍ତ ସଞ୍ଚୟ କରିବାକୁ ଚାହାଁନ୍ତି, ତେବେ ଆପଣ ଏସବିଆଇ କ୍ରେଡିଟ୍ କାର୍ଡ ମାଧ୍ୟମରେ ବିଲ୍ ପେମେଣ୍ଟ ଉପରେ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ମଧ୍ୟ ପାଇପାରିବେ । କେବଳ ସେତିକି ନୁହେଁ ପୁରୁଣା ଫୋନକୁ ଫେରାଇବା ପାଇଁ ୧୧,୧୫୦ ଟଙ୍କା ପର୍ଯ୍ୟନ୍ତ Exchange Discount ମଧ୍ୟ ଦିଆଯାଉଛି ।

LG ଫୋନ ସହ ମାଗଣାରେ ମିଳିବ ଆମାଜନ ପ୍ରାଇମ

ଆମାଜନ ସେଲ ସମୟରେ LG W30 Pro ସ୍ମାର୍ଟଫୋନ କିଣିବା ଦ୍ୱାରା ଗ୍ରହକଙ୍କୁ ଏକ ବର୍ଷ ଯାଏଁ ଫ୍ରି ଆମାଜନ ମେମ୍ବରସିପ୍ ଉପଲବ୍ଧ କରାଯାଉଛି । ଆମାଜନ ପ୍ରାଇମର ଫ୍ରି ଟ୍ରାୟଲକୁ ପୂର୍ବରୁ ନେଇସାରିଥିଲେ ମଧ୍ୟ ଏହି ଅଫରକୁ ଆପଣ ଭରପୂର ଲାଭ ଉଠାଇପାରିବେ । କିନ୍ତୁ ଧ୍ୟାନ ଦେବେ ଯେ, ପୂର୍ବରୁ ଆମାଜନ ପ୍ରାଇମ ମେମ୍ବରସିପ ନେଇସାରିଥିବା ଉପଭୋକ୍ତା ଏହି ଅଫରର ଲାଭ ଉଠାଇପାରିବେ ନାହିଁ । ଏଭଳି ସ୍ଥଳେ ଆପଣ ଆଉ ଏକ ନୂଆ ଆକାଉଣ୍ଟ କରି ଏହି ଅଫରର ଲାଭ ଉଠାଇପାରିବେ ।

ଆମାଜନ ପ୍ରାଇମ ସବସ୍କ୍ରିପସନ ପ୍ରାଇସ: ଆମାଜନ ପ୍ରାଇମର Monthly Subscription ପାଇଁ ୧୨୯ ଟଙ୍କା ଏବଂ ବାର୍ଷିକ ୯୯୯ଟ ଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । କିନ୍ତୁ LG ବ୍ରାଣ୍ଡକୁ କିଣିବା ଦ୍ୱାରା ଏକ ବର୍ଷ ଯାଏ ଆମାଜନ ପ୍ରାଇମର ଫ୍ରି Access ଦିଆଯାଉଛି । ଅର୍ଥାତ ଏହି ମୋବାଇଲ ଫୋନକୁ କିଣଇବା ଦ୍ୱାରା ୯୯୯ ଟଙ୍କାର ଲାଭ ଉଠାଇପାରିବେ ଗ୍ରାହକ ।

ତେବେ ଆସନ୍ତୁ ଜାଣିବା LG W30 Pro ରପ କଣ ରହିଛି ସ୍ପେଶିଫିକେସନ

ଡିସପ୍ଲେ ଏବଂ ସଫ୍ଟୱେୟାର: ଡୁଆଲ ସିମ ଯୁକ୍ତ LG W30 Pro ସ୍ମାର୍ଟଫୋନରେ ରହିଛି ୬.୨୧ ଇଞ୍ଚ ଏଚଡି ପ୍ଲସ ଡିସପ୍ଲେ  । ଏହାର Accept Ratio ୧୮: ୫: ୯ ରହିଥିବା ବେଳେ ଏହି LG ଫୋନ ଆଣ୍ଡରଏଡ ୯ ପାଏରେ କାମ କରିଥାଏ ।

ରାମ, ଷ୍ଟୋରେଜ ଏବଂ ପ୍ରୋସେସର: ସ୍ପିଡ ଏବଂ ମଲ୍ଟି ଟାସକିଂ ପାଇଁ  Snapdragon ୬୩୨  Altra Core Processer ସହିତ ଏହି ଫୋନରେ ରହିଛି ୪ ଜିବି ରାମ ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ । ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି ମଧ୍ୟ କରାଯାଇପାରିବ ।

କ୍ୟାମେରା ସେଟଅପ: ଫୋନର ବ୍ୟାକ୍ କ୍ୟାମେରାରେ ତିନୋଟି ରିୟର କ୍ୟାମେରା ଦିଆଯାଇଛି । ୧୩ ମେଗାପିକସେଲ ପ୍ରାଇମେରୀ କ୍ୟାମେରା ସେନସର ସହିତ ୮ ମେଗାପିକ୍ସେଲ Wide Angle Camera  ଏବଂ ୫ ମେଗାପିକ୍ସେଲ Depth Camera Censer ଦିଆଯାଇଛି । ଏହା ସହ ଫୋନରେ Selfie  ପାଇଁ ୧୬ ମେଗାପିକ୍ସେଲ Front Camera Censer ମଧ୍ୟ ଉପଲବ୍ଧ କରାଯାଇଛି ।

କନେକ୍ଟିଭିଟି: LG W30 Pro ଫୋନରେ ଗ୍ରାହକଙ୍କୁ Dual-band Wi-Fi, 4G VoLTE, ଜିପିଏସ ବ୍ୟତୀତ Bluetooth Support ମିଳିଛି । ସ୍କ୍ୟୁରିଟି ପାଇଁ ଫୋନର ପଛପଟେ Fingerprint Censer ଦିଆଯାଇଛି ।ବ୍ୟାଟେରୀ କ୍ଷମତା ଓ ଓଜନ: ଫୋନରେ ୪,୦୦୦ MAH ର ବ୍ୟାଟେରୀ ଦିଆଯାଇଛି ଏବଂ ଏହାର ଓଜନ ୧୭୨.୭ ଗ୍ରାମ ରହିଛି ।

ତେବେ ଆପଣ ଯଦି କମ ଦାମରେ ଶାନଦାର ଫିଚର ଥିବା ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି ତେବେ ଏହି ଦମଦାର ଅଫରକୁ ଜମାବି ହାତଛଡ଼ା କରନ୍ତୁ ନାହିଁ ।

ରିଲିଜ ହେଲା ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ ‘ବେଓ୍ୱଜା ଇସ୍କ’

ଭୁବନେଶ୍ୱର:    କେହି ଗଡ଼୍‌ଫାଦର ନାହାଁନ୍ତି, ବରଂ ନିଜକୁ ସେଲିବ୍ରିଟି ଭାବରେ ଗଢି ତୋଳିଛନ୍ତି ଯୁବ ଗାୟକ ସ୍ୱୟଂ ପ୍ରଭାସ ପାଢୀ । ତାଙ୍କ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରିଛି । ଗତ ୨୦୨୦ରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ସ୍ୱୟଂ ପ୍ରଭାସଙ୍କ କଣ୍ଠରେ ରିଲିଜ ହୋଇଥିଲା ସଙ୍ଗୀତ ତାରୋଁ କେ ସେହେର । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସ୍ୱୟଂ ସୋସିଅଲ ମିଡିଆରେ ବେଶ୍‌ଆକ୍ଟିଭ୍‌। ଚଳିତ ଥର ସେ ଏକ ଗୀତ ଗାଇଛନ୍ତି ଯାହା ସମ୍ପୂର୍ଣ୍ଣ ହିନ୍ଦୀ ଭାଷାରେ ଲେଖାଯାଇଛି । ଏହି ଗୀତଟି ସମ୍ପୂର୍ଣ୍ଣ ଭାବରେ ପ୍ରକୃତି ମିଶ୍ରଙ୍କ ଉପରେ ପର୍ଯ୍ୟବେଷିତ । ଅବଶ୍ୟ ପ୍ରକୃତିଙ୍କ ବିପକ୍ଷରେ ସ୍ୱୟଂଙ୍କୁ ଦେଖିବାକୁ ମିଳିଛି । ଗୀତର ନାଁ ରହିଛି ବେଓ୍ୱଜା ଇସ୍କ । ଏହି ରୋମାଂଟିକ ଟ୍ରାକରେ ସ୍ୱୟଂ ପ୍ରଭାସଙ୍କୁ ଏକ ନୂଆ ଲୁକରେ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

ଗୁରୁବାରକୁ ଭୁବନେଶ୍ୱରସ୍ଥିତ ଏକ ମଲରେ ଏହି ଗୀତର ସ୍କ୍ରିନିଂ ହୋଇଛି । ଏହାକୁ ତପି ମିଶ୍ର, ଅଙ୍କିତ କୁମାର, ଚିନ୍ମୟ ମିଶ୍ର, ପୁପୁଲ ଭୂୟାଁ, ଅନ୍ତରା ଚକ୍ରବର୍ତ୍ତୀଙ୍କ ଭଳି କଳାକାର ଉଭୟ ପ୍ରକୃତି ଓ ସ୍ୱୟଂଙ୍କ ଏହି ନିଆରା ପ୍ରୟାସକୁ ଖୁବ୍‌ପ୍ରଶଂସା କରିଛନ୍ତି ।

ପ୍ରକୃତି ଏବଂ ସ୍ୱୟଂଙ୍କ ଏହି ନିଆରା ପଦକ୍ଷେପକୁ ସେଲିବ୍ରିଟିଙ୍କ ସମେତ ଦର୍ଶକ ମଧ୍ୟ ବେଶ୍‌ପ୍ରଶଂସା କରିଛନ୍ତି । ଡିଜିଟାଲ ସ୍କେଚ୍‌ଫିଲ୍ମସ ଦ୍ୱାରା ପ୍ରଯୋଜିତ ଏହି ଭିଡ଼ିଓ ସଙ୍ଗ୍‌ଶୁକ୍ରବାରକୁ ୟୁଟ୍ୟୁବରେ ରିଲିଜ ହୋଇଛି ।

ବିଶ୍ୱରେ ବଜ୍ରକାପ୍ତା ଚୋରା ଚାଲଣର ମାତ୍ରା ଅଧିକ କାହିଁକି?

ନୂଆଦିଲ୍ଲୀ:   ବଜ୍ରକାପ୍ତା ଏଭଳି ଏକ ଜୀବ, ଯାହା ଅଧିକ ମାତ୍ରାରେ ଚୋରା ଚାଲଣ ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସେ । ଚୋରା ଚାଲଣର କାରଣ ହେଉଛି ଚୀନ୍ । ଯେଉଁଠାରେ ଏହି ଜୀବର ଛାଲ ଓ ମାଂସକୁ ପାରମ୍ପରିକ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି । ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜର୍ଭେସନ ଅଫ୍ ନେଚରର ରିପୋର୍ଟ କହୁଛି ସାରା ବିଶ୍ୱରେ ହେଉଥିବା ପ୍ରାଣୀମାନଙ୍କ ଚୋରା ଚାଲଣର ୨୦ ପ୍ରତିଶତ କେବଳ ବଜ୍ରକାପ୍ତା । ତେବେ ଚୋରା ଚାଲଣରେ ଏମାନଙ୍କ ସଂଖ୍ୟା ଅନ୍ୟ ଜୀବଙ୍କ ତୁଳନାରେ ଅଧିକ କାହିଁକି? କ’ଣ ରହିଛି ବଜ୍ରକାପ୍ତାର ବିଶେଷତ୍ତ୍ୱ?

ସାପ,ଝିଟିପିଟି ଭଳି ଦେଖାଯାଉଥିବା ବଜ୍ରକାପ୍ତା ମାମଲ୍ସ ଶ୍ରେଣୀର ଅନ୍ତର୍ଭୁକ୍ତ । ବର୍ଷ ବର୍ଷ ଧରି ସାରା ବିଶ୍ୱରେ ଏହି ଜୀବ ଚୋରା ଚାଲଣ ହୋଇଆସୁଛି । ଚାଲଣ ମାଧ୍ୟମରେ ଚୀନ୍ କିମ୍ବା ଭିଏତନାମାରେ ପହଞ୍ଚୁଛନ୍ତି ବଜ୍ରକାପ୍ତା । ଏଠାରେ ଏହାର ଛାଲ ଏବଂ ମାଂସ ବ୍ୟବହାର କରି ଔଷଧ ପ୍ରସ୍ତୁତ ହେବା ସହିତ ଚଢା ଦରରେ ଧନୀ ବ୍ୟକ୍ତି ମାନଙ୍କୁ ଦେଶର କୋଣ ଅନୁକୋଣରେ ବିକ୍ରି ହେଉଛି । ଏବେ ପରିସ୍ଥିତି ଏଭଳି ସୃଷ୍ଟି ହେଉଛିଯେ ବଜ୍ରକାପ୍ତା ବିଲୁପ୍ତପ୍ରାୟ ଜୀବଙ୍କ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ସାରିଲେଣି ।  ଚୀନ୍ ଗଣମାଧ୍ୟମ ରିପୋର୍ଟ କହୁଛି ଖୁବ ବିରୋଧ ପରେ ୨୦୨୦ ଜୁନରେ ଚୀନ୍ ତା’ର ପାରମ୍ପରିକ ଔଷଧ ସାମଗ୍ରୀ ତାଲିକାରୁ ବଜ୍ରକାପ୍ତାକୁ ହଟାଇଛି । ତଥାପି ମଧ୍ୟ ବଜ୍ରକାପ୍ତା ସୁରକ୍ଷିତ ନୁହଁନ୍ତି ।

ଏହାର କାରଣ ହେଉଛି ବଜ୍ରକାପ୍ତାକୁ ଯଦିଓ ଔଷଧ ସାମଗ୍ରୀ ତାଲିକାରୁ ହଟାଇ ଦିଆଯାଇଛି ତଥାପି ଫାର୍ମାକୋପିଆ ତାଲିକାରେ ଥିବା ସନ୍ଦେହ କରାଯାଉଛି । ରିପୋର୍ଟ କହୁଛି ଫାର୍ମାକୋପିଆ ଚୀନ ଔଷଧର ସାମଗ୍ରୀକୁ ନେଇ ବ୍ୟବହାର ହେଉଥିବା ଏକ ଟର୍ମ । ହୁଏତ ଆନୁଷ୍ଠାନିକ ଭାବରେ ବଜ୍ରକାପ୍ତାକୁ ଔଷଧ ତାଲିକାରୁ ହଟାଇ ଦେଇଥିବା ଚୀନ୍ ଘୋଷଣା କରିଛି କିନ୍ତୁ ଏହା ଏବେ ମଧ୍ୟ ଚାଲିଥିବା ଆଶଙ୍କା କରାଯାଉଛି । ପର୍ଯ୍ୟାବରଣ ଉପରେ କାମ କରୁଥିବା ସଂସ୍ଥା ଏନଭାୟୋର୍ନମେଣ୍ଟ ଇନଭେଷ୍ଟିଗେସନ ଏଜେନ୍ସି ଏହାକୁ ନେଇ ପୂର୍ବରୁ ସନ୍ଦେହ କରୁଥିଲା ।

 ବଜ୍ରକାପ୍ତାର ଚୀନ୍ ଔଷଧ ସହିତ କ’ଣ ସମ୍ବଦ୍ଧ ରହିଛି ?

ଏଥିପାଇଁ ବଜ୍ରକାପ୍ତା ବିଷୟରେ ଜାଣିବା ନିହାତି ଜରୁରୀ । ଏହି ନିରୀହ ଜୀବ ପୃଥିବୀରେ ପ୍ରାୟ 60 ମିଲିୟନ ବା ୬୦୦ ଲକ୍ଷ ବର୍ଷ ହେବ ରହି ଆସିଛନ୍ତି । ଯେଉଁମାନେ ପିମ୍ପୁଡ଼ି ଖାଇ ବଞ୍ଚିଥାନ୍ତି । ଏମାନଙ୍କ ମାଂସକୁ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏକ କିଲୋ ବଜ୍ରକାପ୍ତା ମାଂସର ମୂଲ୍ୟ ପ୍ରାୟ ୨୭ ହଜାର ଟଙ୍କା । ତେଣୁ ଶସ୍ତାରେ ବିକ୍ରି ହେଉଥିବା ଜୀବ ମାନଙ୍କ ଶ୍ରେଣୀରେ ଏହାକୁ ଅନ୍ତର୍ଭୁକ୍ତ କରାଯାଏନାହିଁ । ଏହା କେବଳ ମହଙ୍ଗା ରେଷ୍ଟୁରାଣ୍ଟରେ ବିକ୍ରି କରାଯାଏ ।
ଏହାର ସବୁଠାରୁ ଅଧିକ ବ୍ୟବହାର ଟ୍ରାଡିସନାଲ ଚାଇନିଜ୍ ମେଡିସିନ TCMରେ ହୋଇଥାଏ । ଚୀନ ଔଷଧ କାରବାର ପ୍ରାୟ ୧୩୦ ବିଲିୟନ ଡଲାରର ହୋଇଥାଏ ବୋଲି ଅନୁମାନ କରାଯାଉଛି । ବଜ୍ରକାପ୍ତା ଶରୀରର ଛାଲରେ ତିଆରି ହେଉଥିବା ଔଷଧ ଦେଖିବାକୁ ଚକୋଲେଟ୍ ଭଳି, କିନ୍ତୁ ତାହା ଖୁବ କଠିନ। ଏହାକୁ ଗରମପାଣି କିମ୍ବା ଆଲକହଲରେ ମିଶାଇ ପିଆଯାଏ । ଏହା ବ୍ୟତୀତ ବଜ୍ରକାପ୍ତା ମାଂସ ନୂଆକରି ମା ହୋଇଥିବା ମହିଳାଙ୍କୁ ଦିଆଯାଏ । ଏହାଦ୍ୱାରା ଶକ୍ତି ମିଳିଥାଏ । ଅଧିକାଂଶ ଲୋକ ଏହାକୁ ଜୁସ୍ ସହିତ ମିଶାଇ ପିଇବାକୁ ବେଶ୍ ପସନ୍ଦ କରନ୍ତି । ଟ୍ରାଡିସନାଲ ମେଡିସିନ ପ୍ରସ୍ତୁତ କରୁଥିବା ଲୋକ ଏହାକୁ ଖରାରେ ଶୁଖାଇ କ୍ୟାପସୁଲ ତିଆରି କରନ୍ତି ଏବଂ ପରେ ଚଢା ଦରରେ ବିକ୍ରି କରନ୍ତି ।

ଏହି ଜୀବ ବ୍ୟତୀତ ଚୀନରେ ଗଧ ଚୋରା ଚାଲଣ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଗଧ ଚମଡ଼ାକୁ ବ୍ୟବହାର କରି ଔଷଧ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଯାହାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବ୍ୟବହାର ହୁଏ ।
ଏହି ବେଆଇନ କାରବାରକୁ ରୋକିବା ପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । କଥା ହେଉଛି ଦାୟୀତ୍ୱ କେବଳ ସରକାରଙ୍କର ନୁହେଁ ବରଂ ସାଧାରଣ ଜନତାଙ୍କର ମଧ୍ୟ । ବିଲୁପ୍ତପ୍ରାୟ ବିରଳ ପ୍ରାଣୀଙ୍କୁ କିଭଳି ରକ୍ଷା କରାଯାଇପାରିବ ସେଥିପ୍ରତି ସମସ୍ତେ ସଚେତନ ହେବା ଉଚିତ୍ ।

ଚାଷୀ ଆନ୍ଦୋଳନ ନେଇ ବିଜେପି ଡ୍ରାମା କରୁଛି: ବିଜେଡି

ଭୁବନେଶ୍ୱର: ଚାଷୀ ଆନ୍ଦୋଳନ ନେଇ ବିଜେପି ଡ୍ରାମା କରୁଛି । ପ୍ରେସ୍‌ମିଟ୍‌ କରି ବିଜେପିର ମୁଖା ଖୋଲିଲା ବିଜେଡି । ଚାଷୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାରଙ୍କ ନିକଟରେ ବିଜେପି ନେତା ଚାଷୀଙ୍କ ହକ୍‌ ଦାବି କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ଦଳ ଆହୁରି ମଧ୍ୟ କହିଛି ଯେ, ଦଲାଲଙ୍କ ପାଇଁ ବିଜେପି ନେତା ଆନ୍ଦୋଳନ କରୁଛନ୍ତି । ଟିଭି ସ୍କ୍ରିନରେ ଡ୍ରାମା ସୁନ୍ଦର ଲାଗେ, ବାସ୍ତବ କ୍ଷେତ୍ରରେ ନୁହେଁ । ଚାଷୀଙ୍କ ସବୁ ବଳକା ଧାନ ସରକାର ସଂଗ୍ରହ କରିବେ ବୋଲି ବିଜେଡି ସ୍ପଷ୍ଟ କରିଛି ।

ସେପଟେ ବିଜେପି ନେତା ରାତି ତମାମ ସମ୍ବଲପୁର ଥାନାରେ ଧାରଣାରେ ବସିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଭାରତର ପ୍ରଧାନମନ୍ତ୍ରୀ ଯଦି ଥାନାରେ ବସିବେ, ଆନ୍ଦୋଳନ କରିବେ ତାହେଲେ ଗଣତନ୍ତ୍ର ଶେଷ ହୋଇଯିବ । ଯାହା ହାତରେ କ୍ଷମତା ଅଛି, ଯିଏ କାମ କରିବା କଥା, ସେ ଆନ୍ଦୋଳନ କରିବା ହାସ୍ୟାସ୍ପଦ । ଏହା ପଛରେ ବଜେପିର ହୀନ ରାଜନୀତି ରହିଛି । କର୍ତ୍ତବ୍ୟ ନକରି ବିଜେପି ନେତା ଥାନାରେ କାହିଁକି ବସିଛନ୍ତି ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଆଖପାଖ ଅଞ୍ଚଳର ୧୦ରୁ ଅଧିକ ବିଜେପି ନେତା ରାତି ସାରା ଥାନାରେ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଲାଗି ରହିଥିବା ମଣ୍ଡି ସମସ୍ୟାକୁ ନେଇ ବିଜେପି ନେତା ଚାଷୀ ଅଧିକାର ରାଲି କରିଥିଲେ । ଏହି ସମୟରେ ସେମାନେ ସମ୍ବଲପୁର ଆର୍‌ଡିସି ଅଫିସ୍ ଘେରାଉ କରିଥିଲେ । ଆର୍‌ଡିସି ଅଫିସ୍‌ ସମ୍ମୁଖରେ ହୋ-ହଲ୍ଲା କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସ ବିଜେପି ନେତା ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପରେ ଥାନାରେ ମଧ୍ୟ ବିଜେପି ନେତା ରାତି ସାରା ଆନ୍ଦୋଳନ କରିଥିଲେ ।

ବସ୍‌ ଟର୍ମିନାଲର ଶିଳାନ୍ୟାସ ସହ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ, ସିଏମ୍‌ସି, ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ପୋଲିସ ପକ୍ଷରୁ କରାଯାଇଛି ମକଡ୍ରିଲ ।

ଅନ୍ୟପଟେ ପ୍ରତିବର୍ଷ ସୁବାଷ ବୋଷଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ରସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରତିବର୍ଷ ୨୩ ଜାନୁୟାରୀକୁ ସୁବାଷ ବୋଷଙ୍କ ଜୟନ୍ତୀ ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ ଦେଶବାସୀ ‘ପରାକ୍ରମ ଦିବସ’ ଭାବେ ପାଳନ କରିବେ । ଦେଶର କୋଣ ଅନୁକୋଣରେ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ । ଖାସ କରି ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।