spot_img
Home Blog Page 6087

କୁଡ଼ିଆ ଭିତରୁ ଟେକି ନେଇ ଦଳିଦେଲା ଦନ୍ତା

ଢେଙ୍କାନାଳ: ଦଳିଦେଲେ ଦନ୍ତା। ଢେଙ୍କାନାଳରେ ବଢ଼ିଚାଲିଛି ଗଜରାଜ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ। ଢେଙ୍କାନାଳ ସଦର ରେଞ୍ଜ ଗହମଖୁଣ୍ଟି ଗାଁରେ ଦନ୍ତା ଆକ୍ରମଣରେ ଚାଷୀ ରମେଶ ସାହୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ଟିମ ପହଞ୍ଚି ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ଗହମଖୁଣ୍ଟି ନିକଟରେ ପରିବା ବାଡ଼ି ଜଗିଥିବା ସମୟରେ କୁଡ଼ିଆ ଭିତରୁ ଟେକି ନେଇ ଦନ୍ତା ତାଙ୍କୁ ଦଳି ଦେଇଥିଲା।

ରମେଶ ସାହୁ ଜଣେ ଗରିବ ଚାଷୀ ହୋଇ ଥିବାରୁ ତୁରନ୍ତ ବନବିଭାଗ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।  ସୂଚନା ଅନୁସାରେ ଗାଁକୁ ଅଧିକାଂଶ ସମୟରେ ହାତୀ ପଶି ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିଥିବା ନଜିର ରହିଛି। ଅଞ୍ଚଳରେ ଗୋଟିକିଆ ଦନ୍ତା ଆତଙ୍କ ଖେଳାଇଆସୁଥିବାରୁ ହାତୀ ଘଉଡାଇବାକୁ ମଧ୍ୟ ଦାବି ଜୋର ଧରିଛି। ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ବ୍ରହ୍ମପୁରରେ ଫୁଟିଲା ଗୁଳି, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଛାତିକୁ ଗୁଳିମାଡ଼

ବ୍ରହ୍ମପୁର: ପୁଣି ରକ୍ତରଞ୍ଜିତ ହେଲା ବ୍ରହ୍ମପୁର । ସୁମଣ୍ଡଳ ଗାଁରେ ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ଗ୍ରାମରେ ଚାଞ୍ଚଲ୍ୟକର ଘଟଣା। ଗାଁ ଛକରେ ଚା’ ପିଉଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ଦେବରାଜ ସକାଳ ସାଢେ ୮ଟା ବେଳେ ସୁମଣ୍ଡଳପୁର ଗାଁ ଛକରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ। ଏତିକି ବେଳେ ୩ ଜଣ ଦୁର୍ବୃତ୍ତ ଗାଡ଼ିରେ ଆସି ତାଙ୍କ ଉପରକୁ ଅତର୍କିତଭାବେ ୮ରାଉଣ୍ଡ ଗୁଳି ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ।

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବର୍ତ୍ତମାନ୍ କୋଦାଳ ଓ ବେଗୁନିଆପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ୮ଟି ଖୋକା ଜବତ ହୋଇଛି। ଦେବରାଜ ୨୦୦୨ ମସିହାରେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷ ଥିଲେ।

କରୋନା ଟିକା ତିଆରିରେ ଆମେରିକାଠାରୁ ଆଗରେ ଭାରତ, ୬ ଦେଶକୁ ଟିକା ରପ୍ତାନି ଆରମ୍ଭ

ନୂଆଦିଲ୍ଲୀ: କରୋନାର ସଞ୍ଜୀବନି ତିଆରି କରିବାରେ ଭାରତ ସଫଳ ହୋଇଛି। ଅଧିକରୁ ଅଧିକ ଟିକା ତିଆରି କରିବାରେ ଲାଗିଛି ଭାରତ। ତେବେ ଆଜିଠୁ ବିଦେଶକୁ କୋଭିଡ ଟିକା ରପ୍ତାନୀ କରିବ ଭାରତ। ପ୍ରଥମେ ମାଳଦ୍ୱୀପକୁ ଟିକା ରପ୍ତାନୀ କରାଯିବ। ମାଳଦ୍ୱୀପ ସରକାର ଭାରତ ଦ୍ୱାରା ପ୍ରସ୍ତୁତ ଟିକାର ବ୍ୟବହାର ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୨ଟାରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଟିକା ପଠାଯିବ।

ଅନ୍ୟପଟେ ଭୁଟାନ, ନେପାଳ, ବାଂଲାଦେଶ, ମିଆଁମାରକୁ ମଧ୍ୟ ଭାରତ ଟିକା ଯୋଗାଇଦେବ। ଏହା ସହିତ ବ୍ରାଜିଲ୍ ଓ ଦକ୍ଷିଣଆଫ୍ରିକାକୁ ମଧ୍ୟ ଭାରତ ଟିକା ଦେବ। ଭୁଟାନକୁ ଭାରତ ତରଫରୁ କିଛି ମାତ୍ରାରେ କୋଭିସିଲ୍ଡ ଟିକା ମାଗଣାରେ ଯୋଗାଇଦିଆଯିବ। ଏହା ସହିତ ବାଂଲାଦେଶକୁ ୨ ନିୟୁତ ଡୋଜ୍ ମାଗଣାରେ ଯୋଗାଇଦେବାକୁ ଭାରତ ପ୍ରତିଶୃତି ଦେଇଥିବା ଜଣାପଡିଛି।

କୁହୁଡ଼ି ଅନ୍ଧାରରେ ରକ୍ତରଞ୍ଜିତ ହେଲା ରାସ୍ତା, ୧୩ ଜଣଙ୍କ ଉପରେ ମାଡ଼ିବସିଲା ବୋଲଡର ବୋଝେଇ ଟ୍ରକ୍‌

ନୂଆଦିଲ୍ଲୀ: କାଳ ସାଜୁଛି ଦୁର୍ଘଟଣା। ରାସ୍ତାରେ ଛକି ବୁସୁଛି ମୃତ୍ୟୁ। ଗୋଟିଏ ପରେ ଗୋଟିଲ ଘଟି ଚାଲିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁଜରାଟର ସୁରଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଆଜି ପଶ୍ଚିମବଙ୍ଗ ଜଳପାଇଗୁଡିରେ ଘଟିଛି ସିରିଜ୍ ଦୁର୍ଘଟଣା। ପୁରା ରାସ୍ତା ରକ୍ତରଞ୍ଜିତ ହୋଇଛି। ଜଣେ କି ଦୁଇଜଣ ନୁହେଁ। ଧୁପଗୁରି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକାଥରକେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।

୧୮ ଜଣ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କୁହୁଡ଼ି ପାଇଁ ଦୃଶ୍ୟମାନ କ୍ଷମତା ହ୍ରାସପାଇଥିବାରୁ ଏପରି ଦୁର୍ଘଟଣା ଘଟିଛି। ଗତକାଲି ରାତି ୯ଟାରେ ଏକ ବୋଲଡର ବୋଝେଇ ଟ୍ରକ୍‌ ମାୟାନାଗୁରୀ ଆଡକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସିଥିବା ଏକ ଟାଟା ମ୍ୟାଜିକ୍ ଓ ମାରୁତି ଭ୍ୟାନକୁ ଧକ୍କା ଦେଇଥିଲା।

ପରେ ଟ୍ରକଟିରୁ ବୋଲଡର ଗୁଡ଼ିକ ଖସିପଡ଼ିଥିଲା। ଫଳରେ ବୋଲଡରରେ ଚାପି ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମାମଲାରେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ୍ ତଦନ୍ତ ଜାରି ରଖିଛି।

ପରୀ ହତ୍ୟା ମାମଲାରେ ନୂଆ ମୋଡ଼, ସରୋଜର LVA ଟେଷ୍ଟ ପାଇଁ ଆଜି ହେବ ଶୁଣାଣି

ନୟାଗଡ଼: ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ମୃତ୍ୟୁ ମାମଲା ରେ ନୂଆ ମୋଡ଼। ଅଭିଯୁକ୍ତ ନାବାଳକର LVA ଟେଷ୍ଟ ପାଇଁ ଆବେଦନ କରିଛି ଏସ ଆଇ ଟି। ଆବେଦନକୁ ଗ୍ରହଣ କରି ୨୦ ତାରିଖରେ ଶୁଣାଣି ପାଇଁ ସ୍ଥିର କରିଛି ଜୁଭେନଇଲ ଜଷ୍ଟିସ ବୋର୍ଡ । ଏହା ସହ ହତ୍ୟାକାଣ୍ଡ ସମ୍ପର୍କିତ କିଛି ସାମଗ୍ରୀର ପରୀକ୍ଷା ପାଇଁ ଏସ ଆଇ ଟି କରିଥିବା ଆବେଦନରେ ବୋର୍ଡ ଅନୁମତି ଦେଇଥିଲା ।

ଗତ ଡ଼ିସେମ୍ବର ୨୦ ତାରିଖରେ ଏସ ଆଇ ଟି ସଂପୃକ୍ତ ନାବାଳକ କୁ ଗିରଫ କରିଥିଲା ବେଳେ ୨୧ ତାରିଖରେ ନୟାଗଡ଼ ପୋକ୍ସ କୋର୍ଟ ରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଥିଲା। ପରେ ନାବାଳକ ଦର୍ଶାଇ ମାମଲା ଜୁଭେନଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଇଥିଲେ କୋର୍ଟ । ତେବେ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସ ଆଇ ଟି କରିଥିବା ଆବେଦନକୁ ଅନୁମତି ଦେଇ ନଥିଲା ଜୁଭେନଇଲ ବୋର୍ଡ।

ସମ୍ପୃକ୍ତ ନାବାଳକ ରାଜି ନ ହେବାରୁ ବୋର୍ଡ ଅନୁମତି ଦେଇନ ଥିଲା । ପରେ ପରେ ଏସ ଆଇ ଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ବେଳେ ଅଭିଯୁକ୍ତ ଏହାକୁ ଗ୍ରହଣ କରି କରିନଥିଲା। ତେବେ LVA ଟେଷ୍ଟ କରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି । ତେବେ ମାମଲାର ଶୁଣାଣି ୨୦ ତାରିଖକୁ ସ୍ଥିର କରିଛନ୍ତି ଜୁଭେନଇଲ ଜଷ୍ଟିସ ବୋର୍ଡ ।

ସ୍କୁଲ ଫି’ କୋହଳ କରିବା ପାଇଁ ରାଜ୍ୟ ସରକାରଙ୍କର ପରାମର୍ଶ, ୭ଟି ପର୍ଯ୍ୟାୟରେ କୋହଳ ହେବ ସ୍କୁଲ ଫି’

ଭୁବନେଶ୍ୱର: ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ। ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ କୁହାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ। ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି।

୨୦୨୦-୨୧ ଶିକ୍ଷାବର୍ଷ ପାଇଁ କୌଣସି ସ୍କୁଲ ଫି ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି ୩୦% ଛାଡ଼ ହେବ। ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନ କରିବାକୁ କୁହାଯାଇଛି। ହାଇକୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଫି କୋହଳ ନେଇ ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଓ ଓଡ଼ିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଏମଓୟୁ କାର୍ଯ୍ୟକାରୀ

କରାଯିବ। ୭ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ ହେବ। ବାର୍ଷିକ ୬ହଜାରରୁ ଅଧିକ ୧୨ ହଜାରରୁ କମ୍ ଥିଲେ ୭.୫ ପ୍ରତିଶତ ଛାଡ଼ କରାଯିବ। ୧୨ହଜାରରୁ ୨୪ ହଜାର ମଧ୍ୟରେ ଥିଲେ ୧୨ ପ୍ରତିଶତ ଛାଡ଼, ୨୪ ହଜାରରୁ ୪୮ ହଜାର ମଧ୍ୟରେ ଥିଲେ ୧୫ ପ୍ରତିଶତ ଛାଡ଼, ୪୮ହଜାରରୁ ୭୨ ହଜାର ମଧ୍ୟରେ ୨୦ ପ୍ରତିଶତ ଛାଡ଼, ୭୨ହଜାରରୁ ଏକଲକ୍ଷ ମଧ୍ୟରେ ୨୫ ପ୍ରତିଶତ ଛାଡ଼ ହେବ। ସେହିପରି ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬ ପ୍ରତିଶତ ଛାଡ଼ କରାଯିବ।

ଆଜି ଶପଥ ନେବେ ଜୋ ବିଡେନ୍, ଓ୍ୱାସିଂଟନ୍‌ ୨୫ ହଜାର ଯବାନଙ୍କ ଦ୍ୱାରା ସୁରକ୍ଷା ଦୁର୍ଗରେ ପରିଣତ

ଆମେରିକା: ଆଜିଠୁ ଆମେରିକାରେ ବିଡେନ୍ ସରକାର। ଓ୍ୱାର୍ ଜୋନ୍‌ ବା ଯୁଦ୍ଧକ୍ଷେତ୍ର ଭଳି ସୁରକ୍ଷା ବଳୟ ମଧ୍ୟରେ ଆଜି ଶପଥ ନେବେ ଜୋ ବିଡେନ୍। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ବିଡେନ୍ ଶପଥ ନେବେ। ଭାରତୀୟ ସମୟ ଅନୁସାରେ ରାତି ସାଢେ ୧୦ଟାରେ ହେବ ଶପଥଗ୍ରହଣ। ଉତ୍ସବ ପାଇଁ ଓ୍ୱାସିଂଟନ ଡିସି ଓ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପାରମ୍ପରିକ ଭାବେ ଆଇନଜୀବୀ, ସୁପ୍ରିମକୋର୍ଟ ବିଚାରପତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହେବେ।

ସମାରୋହରେ ଲେଡି ଗାଗା ଜାତୀୟ ସଙ୍ଗୀତ ପରିବେଷଣ କରିବେ। ଶପଥ ଗ୍ରହଣ ଉତ୍ସବ ସ୍ଥଳରେ ପୋଲିସ ସମେତ ଯବାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତେବେ ବିଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ପୂର୍ବରୁ ସେ ଘୋଷଣା କରିଛନ୍ତି। ପରିସ୍ଥିତିକୁ ନଜରରେ ରଖି ଓ୍ୱାସିଂଟନ ଡିସିରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଟ୍ରମ୍ପ ସମର୍ଥକଙ୍କ ବିଦ୍ରୋହ ଡାକରା ଯୋଗୁ ଏହି ଉତ୍ସବରେ ବିଡେନ୍‌ଙ୍କ ସମର୍ଥକଙ୍କୁ ଘରେ ରହିବାକୁ କୁହାଯାଇଛି।

ଗତ ଡିସେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଏଥିରେ ବିଡେନ୍‌ ବିଦାୟୀ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ବହୁ ଭୋଟରେ ହରାଇଥିଲେ। ହେଲେ ନିର୍ବାଚନ ଫଳାଫଳ ମାନିବାକୁ ଟ୍ରମ୍ପ ପ୍ରସ୍ତୁତ ନଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ, ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂ ଭିତରକୁ ଧସେଇ ପଶି ହିଂସା ଘଟାଇଥିଲେ। ତେଣୁ ଶପଥ ଗ୍ରହଣ ଉତ୍ସବ ଦିନ ଓ ଏହାପରେ ରାଜଧାନୀ ଓ୍ୱାସିଂଟନ ସମେତ ଆମେରିକାର ସବୁ ରାଜ୍ୟର ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

5T ଅଧିନକୁ ଆସିବ ‘ମୋ ସ୍କୁଲ’ ଅଭିଯାନ

0

ଭୁବନେଶ୍ୱର: 5T ଅଧୀନକୁ ଅଣ।ଯିବ ମୋ ସ୍କୁଲ୍‌ ଅଭିଯ।ନ । ପରେ ଏହ।କୁ ଅଧିକ ବ୍ୟ।ପକ କରାଯିବ । ‘ମୋ ସ୍କୁଲ୍‌ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହ।ତକୁ ନେଇ ର।ଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଅନୁଯାୟୀ ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡିକୁ ମଡେଲ ସ୍କୁଲ ଭାବରେ ବିକଶିତ କରାଯିବ ।

ଏଥିରେ ପ୍ରତ୍ୟେକ ଜିଲାରୁ ଅତି କମ୍‌ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ । ଚଳିତ ବର୍ଷ ଠ।ରୁ ‘ମୋ ସ୍କୁଲ୍ ଅଭିଯ।ନ ମ।ଧ୍ୟମରେ ‘ଷ୍ଟୁଡେଣ୍ଟ ଆଡପସନ୍‌ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ଏହ। ମାଧ୍ୟମରେ ପୁରାତନ ଛ।ତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତି ମାନେ ୧୦୦ଟି ବିଦ୍ୟାଳୟର ୧ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ଦାୟିତ୍ୱ ନେବେ । ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ, କର୍ପୋରେଟରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ଷ୍ଟୁଡେଣ୍ଟ ଆଡପ୍‌ସନ୍‌ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିସହ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ ।

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ

0

ଭୁବନେଶ୍ୱର: ଦେଶପାଇଁ ଗୌରବ ଆଣିଲେ ଓଡିଆ ଝିଅ ସ୍ନେହାଶ୍ରୀ । ଡିଭା ମିସ୍ ଇଣ୍ଡିଆ ୨୦୨୧ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ । ହରିଦ୍ୱାରରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ “ଡିଭା ମିସ୍ ଇଣ୍ଡିଆ ୨୦୨୧” ରେ ୩୮ ଜଣ ପ୍ରତିଯୋଗିଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ସ୍ନେହାଶ୍ରୀ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ସ୍ନେହାଶ୍ରୀ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ । ମାଲେସିଆରେ ଅନୁଷ୍ଠିତ ହୋଇଥିବା “ଇଣ୍ଟରନ୍ୟାସନାଲ ଗ୍ଲୋବାଲ ୨୦୨୦”ରେ ସ୍ନେହାଶ୍ରୀ ଭାଗ ନେଇ “ମିସ୍ ଲିଟିଲ୍ କୁଇନ” ଓ “୨୦୧୮ରେ ମିସ୍ ଓଡିଶା” ଟାଇଟାଲ ଜିତିଥିଲେ ।

ତୁଟୁନି ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ଗ୍ରାଉଣ୍ଡ ଜିରୋର ରିପୋର୍ଟ ମାଗିଲେ ବାଚସ୍ପତି

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ବିବାଦ ସମାଧାନ କମିଟିର କଡ଼ା ଆଭିମୁଖ୍ୟ । ସୀମା ବିବାଦର ସମାଧାନ ପାଇଁ ପୂର୍ବରୁ କମିଟିର ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି ? ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ବିସ୍ତୃତ ରିପୋର୍ଟ କମିଟିର ଆଗାମୀ ବୈଠକରେ ପଢ଼ିବାକୁ ବାଚସ୍ପତି ତଥା କମିଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ କ୍ଷେତ୍ରାଞ୍ଚଳ ପରିଦର୍ଶନକୁ ଗୁରତ୍ୱ ଦିଆଯାଇଛି । ବାଲି ଚୋରା ଚାଲାଣ ବିରୋଧରେ ପ୍ରଶାସନିକ ପଦକ୍ଷେପ ବି ଫୋକସରେ ରହିଛି ।

କୋଟିଆରେ ଥାନା କାର୍ଯ୍ୟକ୍ଷମ ହୋଇଛି କି ? ସୀମାନ୍ତ ସ୍କୁଲ ବନ୍ଦ ହୋଇନି ତ?

କେତେଥର ଜିଲ୍ଲାପାଳ ସୀମା ଗସ୍ତ କରିଛନ୍ତି ? ସୀମା ବିବାଦ ସମାଧାନ କମିଟିର ଆଜିର ବୈଠକରେ ଏପରି ଅନେକ ପ୍ରଶ୍ନ ଉଠିଛି । କମିଟିର ଗତ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ନିଆଯାଇଥିବା ପଦକ୍ଷେପ ଜାଣିବାକୁ ଚାହିଁଥିଲେ ବାଚସ୍ପତି । କମିଟି ଆଗରେ ବିଭିନ୍ନ ବିବରଣୀ ରଖିବା ପରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି । କୋଟିଆର ୨୧ଟି ଗାଁର, ଆନ୍ଧ୍ର ପ୍ରଦେଶ ସହ ସୀମା ବିବାଦ ଲାଗିଛି । ଲୋକଙ୍କୁ ଆନ୍ଧ୍ରରୁ ସୁବିଧା ମିଳୁଥିବାରୁ ସେମାନେ ଆନ୍ଧ୍ରମୁହାଁ ହେଉଛନ୍ତି । ଏହାର ସମାଧାନ ପାଇଁ କୋଟିଆରେ ସ୍ଥାୟୀ ଥାନା ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସୀମାନ୍ତ ଅଞ୍ଚଳର ୫ କିଲୋମିଟର ଯାଏ ଶିକ୍ଷାନୁଷ୍ଠାନ, ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ନକରିବାକୁ ପ୍ରସ୍ତାବ ରହିଛି । ଏସବୁ କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ବିଭାଗୀୟ ଅଧିକାରୀ ରିପୋର୍ଟ ଦେବେ ।

ଏହା ବ୍ୟତୀତ ସୁବର୍ଣ୍ଣରେଖା ଓ ବାହୁଦା ନଦୀରୁ ବାଲି ଚୋରା ଚାଲାଣ ରୋକିବାକୁ ତହସିଲଦାରଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ବାଲି ମାଫିଆଙ୍କଠାରୁ ଫାଇନ୍‌ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାହା କେତେ ଦୂର କାର୍ଯ୍ୟକାରୀ ହୋଇଛି, ସେ ରିପୋର୍ଟ ମଧ୍ୟ କମିଟିର ଆସନ୍ତା ବୈଠକରେ ଉପସ୍ଥାପନ ହେବ । ସୀମାନ୍ତ ଅଞ୍ଚଳକୁ ଜିଲ୍ଲାସ୍ତରୀୟ ଅଧିକାରୀ ନିୟମିତ ଗସ୍ତ କରିବେ । ଏ ଦିଗରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇପାରିବେ । ରାଜସ୍ବ ବିଭାଗ ସୀମା ବିବାଦର ସମାଧାନ ପାଇଁ ବାଟ ବାହର କରିବ ବୋଲି କୁହାଯାଇଛି ।