spot_img
Home Blog Page 6091

ଭୁବନେଶ୍ୱରରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି। ସେ ସିଧାସଳଖ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଚଣ୍ଡିପ୍ରସାଦ। ଗୋପାଳପୁର ଗୋଳାବନ୍ଧ ଆର୍ମି ଡିଫେନ୍ସ କଲେଜ ପରିଦର୍ଶନ କରିବା ପରେ ଭୁବନେଶ୍ୱର ଆସିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି।

ପ୍ରଥମ ଓଡ଼ିଆ ଭାବେ ସେ ଭାରତୀୟ ସେନାର ଭାଇସ ଚିଫ୍ ପଦବୀକୁ ଉନ୍ନୀତ ହୋଇଛନ୍ତି। ସେ ବର୍ତ୍ତମାନ ଭାରତୀୟ ସେନାର ସାଉଥର୍ଣ୍ଣ କମାଣ୍ଡର ଅଛନ୍ତି। ସେନା ଉପମୁଖ୍ୟ ଏସ୍‌.କେ ସାଇନିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି। ଜାନୁଆରୀ ୩୧ ତାରିଖରେ ଏସ୍‌.କେ ସାଇନିଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ତାଙ୍କ ସ୍ଥାନ ଗ୍ରହଣ କରିବେ।

ଇତିହାସ ରଚିଲା ଭାରତ: ଗାବା ଦୁର୍ଗର ପତନ, ୩୩ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ

ବ୍ରିସବେନ୍: ଇତିହାସ ରଚିଲା ଭାରତ। ଚତୁର୍ଥ ତଥା ବ୍ରିସ୍‌ବେନ୍ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି  ୩ ୱିକେଟ ସହ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଋଷଭ ପନ୍ଥଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ କରିଛି । କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ।  ଋଷଭ ପନ୍ଥଙ୍କ  ୮୯ ରନର ବିସ୍ଫୋରକ ଇନିଂସ ବଳରେ ଟିମ୍ ଇଣ୍ଡିଆ ୩୨୮ରନ୍‌ର ଟାର୍ଗେଟକୁ ପୂରା କରିଛି। ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷ ବିଜୟ ରେକର୍ଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ। ଗତ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଗାବା ଗ୍ରାଉଣ୍ଡରେ ଗୋଟିଏ ମଧ୍ୟ ଟେଷ୍ଟ୍ ମ୍ୟାଚ୍ ହାରି ନଥିଲା ।

ଅନ୍ୟପଟେ ଶୁଭମନ ଗିଲ୍ ଚମତ୍କାର ପ୍ରଦର୍ଶନ ସହ ୯୧ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ରୋହିତ ଶର୍ମାଙ୍କଠାରୁ ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ। ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜି ସେ ଆଉ ୩ ରନ୍ କରିବାକୁ ସମର୍ଥ ହୋଇଥିଲେ। ଏଥିବ୍ୟତୀତ କ୍ୟାପ୍ଟେନ ଅଜିଙ୍କ୍ୟା ରାହାଣେ ୨୪, ଚେତେଶ୍ୱର ପୂଜାରା ୫୬, ମୟଙ୍କ ଅଗ୍ରୱାଲ୍ ୯ ରନ୍, ୱାଶିଂଟନ୍ ସୁନ୍ଦର ୨୯, ଶାର୍ଦୁଳ ଠାକୁର ୨ ରନ୍ କରି ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୫ଟି ୱିକେ୍ଟ୍ ନେଇଥିବାବେଳେ ନାଥନ ଲିଓନ୍ ୨ଟି ୱିକେଟ ହାସଲ କରିଛନ୍ତି।

୪ଘଣ୍ଟାର ଅପରେସନ ପରେ ଏକାଧିକ ମାଓ କ୍ୟାମ୍ପ ଧ୍ଵଂସ

ଛତିଶଗଡ଼: ମାଓବାଦୀଙ୍କ ବିରୁଦ୍ଧରେ ବଡ଼ ଧରଣର ଅପରେସନ। ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ଯବାନ ଗୁଳିବିନିମୟ। ଦୀର୍ଘ ୪ଘଣ୍ଟାର ଅପରେସନ ପରେ ଏକାଧିକ ମାଓ କ୍ୟାମ୍ପ ଧ୍ଵଂସ ହୋଇଛି। ଏ କେ ୪୭ର ଚାରିଟି ମାଗାଜିନ୍ ଜବତ ହୋଇଛି। ଦାନ୍ତେୱାଡା ଜିଲ୍ଲା ଗୋର୍ଗୁଣ୍ଡା ଜଙ୍ଗଲରେ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳବିନିମୟ ହୋଇଥିଲା। ବର୍ତମାନ ସୁଦ୍ଧା ୮ରୁ ୧୦ ଟି ଟେଣ୍ଟ ଧ୍ୱସ୍ତ ବିଧ୍ୱସ୍ତ କରିଥିବା ସୂଚନା  ମିଲିଛି। ଦୁର୍ଦ୍ଧାନ୍ତ ମାଓନେତା ଚେତୁ ଓ ଦଳୀୟ ସଦସ୍ୟମାନେ ଫସିଥିବା ସୂଚନା ମିଳିଛି। ଅପରେସନ ବର୍ତ୍ତମାନ ବି ଜାରି ରହିଥିବାର ସୂଚନା ଦେଇଛନ୍ତି ଏସ୍ପି ଅଭିଷେକ ପଲଭ।

ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ ଭି.କେ. ପାଣ୍ଡିଆନ୍

ସମ୍ବଲପୁର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା। ସମ୍ବଲପୁର ଓ ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍।  ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ମା’ ସମଲେଶ୍ୱରୀଙ୍କ ମନ୍ଦିର ପିଠକୁ ଯିବେ।

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ସମଲେଶ୍ୱରୀ ପୀଠର ବିକାଶ ଉପରେ ରହିଛି ରାଜ୍ୟ ସରକାରଙ୍କ ଫୋକସ୍। ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ମନ୍ଦିରରେ କ’ଣ ଉନ୍ନତିମୂଳକ କାର୍ଯ୍ୟ କରାଯିବ, ସେନେଇ ଦୁଇ ସଚିବ ଅନୁଧ୍ୟାନ କରିବେ। ସେହିପରି ରାଉରକେଲା ହକି ଷ୍ଟାଡିୟମ୍ ବୁଲି ଦେଖିପାରନ୍ତି ଭିକେ ପାଣ୍ଡିଆନ୍।

ଅପରାହ୍ନ ୨ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ବିପିୟୁଟି ନିକଟରେ ନିର୍ମାଣ ହେବାକୁ ଥିବା ଦେଶର ସର୍ଵବୃହତ୍‌ ହକି ଷ୍ଟାଡିୟମ୍ ଜମି ପରିଦର୍ଶନ କରିଵା କାର୍ଯ୍ୟକ୍ରମ ରହିଛି। ଏହାସହ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ସୁଚନା ମିଳିଛି। ମୁଖ୍ୟ ଶାସନ ସଚିବ ଓ 5ଟି ସଚିବଙ୍କ ଗସ୍ତ ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ବାଂଲାଦେଶକୁ ମାଗଣା ୨୦ ଲକ୍ଷ କରୋନା ଟିକା,ପାକିସ୍ତାନ ଚାହୁଁଛି ଫ୍ରି କୋଭିସିଲ୍ଡ୍

0

ନୂଆଦିଲ୍ଲୀ: ‘ପଡ଼ଶୀ ପ୍ରଥମେ’ ନୀତି କ୍ରମରେ ଭାରତ ବାଂଲାଦେଶକୁ ୨୦ ଲକ୍ଷ କୋଭିସିଲ୍ଡ ଡୋଜ୍ ମାଗଣା ଦେବ। ଭୁଟାନକୁ ଟିକା ମାଗଣାରେ ଦେବାକୁ ଭାରତ ପ୍ରଥମେ ଘୋଷଣା କରିଥିଲା। ଏବେ ବାଂଲାଦେଶକୁ ମଧ୍ୟ ମାଗଣାରେ ୨୦ ଲକ୍ଷ ଡୋଜ୍ ମିଳିବ। ଅନ୍ୟପକ୍ଷରେ ପାକିସ୍ତାନ ଆଶା କରୁଛି ଯେ, ଭାରତ ତାକୁ ମଧ୍ୟ ମାଗଣା ଟିକା ଦେବ। ମେଡ୍ ଇନ୍ ଇଣ୍ଡିଆ ଟିକା ପାଇବା ପାଇଁ ପାକିସ୍ତାନ ଉଦ୍ୟମ ଆରମ୍ଭ କରି ସାରିଛି। ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ସରକାର ପକ୍ଷରୁ ଏନେଇ ଭାରତକୁ କୌଣସି ଅପିଲ କରାଯାଇ ନାହିଁ।

ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜାହିଦ ମଲିକ ଭାରତ ପକ୍ଷରୁ ୨୦ ଲକ୍ଷ ଟିକା ମାଗଣା ଦିଆଯାଉଥିବା ଖବରକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଉପହାର ଭାବେ ଅଧିକ ସଂଖ୍ୟାରେ ଟିକା ବାଂଲାଦେଶକୁ ଦେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଭାରତରୁ ଏକ ସ୍ୱତନ୍ତ୍ର ବିମାନ ଜାନୁଆରି ୨୦ ତାରିଖ ଦିନ ଟିକା ନେଇ ଯିବ। ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଡୋଜ୍ ଯିବାର ଅଛି। ଭାରତର ସିରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ତିଆରି କରୁଛି। ବାଂଲାଦେଶର ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଠାରେ ମୃତ୍ୟୁ ସଂଖ୍ୟା ରହିଛି ୭ ହଜାର ୯୦୦।

ଅନ୍ୟପକ୍ଷରେ ପାକିସ୍ତାନରେ କରୋନାର ୮ ଲକ୍ଷ ମାମଲା ସାମ୍ନାକୁ ଆସିଥିବା ବେଳେ ୧୧ ହଜାର ଏଥିରେ ପ୍ରାଣ ହରାଇଛନ୍ତି। ନିକଟରେ ପାକିସ୍ତାନୀ ଡ୍ରଗ ନିୟନ୍ତ୍ରଣ ପ୍ରାଧିକରଣ କୋଭିସିଲ୍ଡର ଜରୁରୀକାଳିନ ବ୍ୟବହାରକୁ ମଂଜୁରୀ ଦେଇଛନ୍ତି। ଏହାପରଠାରୁ ପାକିସ୍ତାନ ମେଡ୍ ଇନ୍ ଇଣ୍ଡିଆ ଟିକା ଆଣିବାର ବାଟ ଖୋଜୁଛି। ପାକିସ୍ତାନ ଗ୍ଲାବାଲ ଆଲିଆନ୍ସ ଫର ଭ୍ୟାକ୍ସିନ୍ ଆଣ୍ଡ୍ ଇମ୍ୟୁନାଇଜେସନ୍ (ଗାଭି) ଅନ୍ତର୍ଗତରେ କୋଭାକ୍ସିନ୍ ମାଗଣା ପାଇବାର ସମ୍ଭାବନା ରହିଛି। ଗାଭି ଅନ୍ତର୍ଗତରେ ୧୯୦ ଦେଶର ୨୦ ପ୍ରତିଶତ ଜନସଂଖ୍ୟାକୁ ମାଗଣା ଟିକା ଦିଆଯିବ। ଏହି ତାଲିକାରେ ପାକିସ୍ତାନ ମଧ୍ୟ ରହିଛି।
ତେବେ ପାକିସ୍ତାନ ସିଧାସଳଖ ଭାରତଠାରୁ ଟିକା ନେବାକୁ ଚାହୁଁଥିବା କୁହାଯାଉଛି। ପାକିସ୍ତାନ ଯଦି ସିଧା ଭାରତଠାରୁ ଟିକା ନନିଏ ତେବେ ଏହାକୁ ତୃତୀୟ ପକ୍ଷଠାରୁ ଟିକା କିଣିବାକୁ ପଡିବ। ଯେଉଁଥିପାଇଁ ତାକୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ।

ଖୋଲୁ ଖୋଲୁ ଅଶାନ୍ତ ବାଣୀବିହାର କ୍ୟାମ୍ପସ, କୁଳପତିଙ୍କ ଅଫିସ ଘେରିଲେ ଛାତ୍ର

ଭୁବନେଶ୍ୱର: ଖୋଲୁ ଖୋଲୁ ଅଶାନ୍ତ ବାଣୀବିହାର। କାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କ ଅଫିସ ଘେରିଲେ ଛାତ୍ର। ଶାନ୍ତି ଫେରାଇବା ନେଇ ପୋଲିସ କମିଶନରଙ୍କୁ ଭେଟିଲେ କୁଳପତି। ପରିସ୍ଥିତି ନେଇ ପୋଲିସ କମିଶନରଙ୍କୁ ଅବଗତ କରାଇଲେ। ଏହାସହ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ନେଇ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି। ଗତକାଲି ଗୋପବନ୍ଧୁ ଛାତ୍ରାବାସର ଅବ୍ୟବସ୍ଥା ନେଇ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହୋଇଥିଲେ।

ସମସ୍ୟା ସମାଧାନ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୋଟିଏ ଗୋଷ୍ଠୀ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଗୋଟିଏ ଛାତ୍ର ଗୋଷ୍ଠୀ ହଷ୍ଟେଲ ଆଗରେ ଆନ୍ଦୋଳନ କରିଛନ୍ତି। କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।

ହଷ୍ଟେଲର ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି। ସୂଚନା ପାଇ ପିଜି କାଉନସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ, ଜୋନ ଏସିପି ଅନୀଲ କୁମାର ମିଶ୍ର ଓ ସହିଦନଗର ଥାନା ଅଧିକାରୀ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ଚାପା ଉତ୍ତେଜନା ଲାଗି ରହିଥିବାରୁ ବାଣୀବିହାରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ବର୍ତ୍ତମାନ ଦୁଇପକ୍ଷ ଛାତ୍ର ଗୋଷ୍ଠୀଙ୍କୁ ବୁଝାଉଛନ୍ତି ଅଧ୍ୟାପକ।

ରିପବ୍ଲିକ୍ ଟିଭିର IBFର ସଦସ୍ୟତା ତୁରନ୍ତ ନିଲମ୍ବିତ କରିବାକୁ NBAର ଦାବି

0

ନୂଆଦିଲ୍ଲୀ: ବଢ଼ୁଛି ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡ଼ୁଆ। ଅର୍ଣ୍ଣବ ଓ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତା ମଧ୍ୟରେ ହ୍ଵାଟ୍ସଆପ ଚାଟ୍ ସାର୍ବଜନୀନ ହେବାପରେ ଅସନ୍ତୋଷ ଜାହିର କରିଛି ନ୍ୟୁଜ ବ୍ରଡକାଷ୍ଟ ଆସୋସିଏସନ(NBA)। ଭାରତୀୟ ବ୍ରୋଡକାଷ୍ଟିଂ ଫାଉଣ୍ଡେସନ୍ (IBF)ର ସଦସ୍ୟତାରୁ ରିପବ୍ଲିକ୍ ଟିଭିକୁ ତୁରନ୍ତ ନିଲମ୍ବିତ କରିବାକୁ NBA ଦାବି କରିଛି।

NBA କହିଛି ହ୍ୱାଟ୍ସଆପ ଟ୍ୟାଟରୁ ଏହା ସ୍ପଷ୍ଟ ହୋଇଛି ଯେ ଦିର୍ଘ ମାସ ହେଲା ବେଆନ୍ ଭାବେ ଟିଆରପି ରେଟିଂରେ ହେର୍ ଫେର୍ କରାଯାଇ ରିବବ୍ଲିକ ଟିଭିରେ ଅଧିକ ଦର୍ଶକ ଦର୍ଶାଯାଇ ଅନ୍ୟ ଚ୍ୟାନେଲ ଗୁଡ଼ିକର ରେଟିଂକୁ କମାଯାଇଛି। କେବଳ ଏତିକି ନୁହେଁ ଦୁହିଁଙ୍କ କଥାବାର୍ତ୍ତା, ରାଜନୈତିକ କାରବାରକୁ ବି ହାଇଲାଇଟ କରିଛି । ଏହା କେନ୍ଦ୍ର ସରକାରରେ ସଚିବଙ୍କ ନିଯୁକ୍ତି, କ୍ୟାବିନେଟରେ ପରିବର୍ତ୍ତନ, ପିଏମୋ ଏବଂ ସୂଚନା ଓ ପ୍ରସାରଣ ବିଭାଗର କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋକପାତ କରୁଛି। କିଛି ମାସ ହେଲା NBA ଅଭିଯୋଗ କରିଆସୁଥିଲା ଯେ ଜଣେ ଅଣNBA ସଦସ୍ୟ ବ୍ରଡକାଷ୍ଟର ବାର୍କର ଶୀର୍ଷ ପରିଚାଳନା ସହିତ ମିଶି  ରେଟିଂ ହେରଫେର୍ କରୁଛି। ତେବେ ବର୍ତ୍ତମାନ NBA ତା’ର ଅଭିଯୋଗ ସତ ପ୍ରମାଣିତ ହୋଇଥିବା କହିଛି।

NAB ଦାବି କରିଛି ଯେ ଯେପର୍ଯନ୍ତ ଏହି ମାମଲାର କୋର୍ଟ ଚୂଡ଼ାନ୍ତ ରାୟ ନ ଦେଇଛନ୍ତି ସେପର୍ଯ୍ୟନ୍ତ ରିପବ୍ଲିକ ଟିଭିର IBF ସଦସ୍ୟତାକୁ ରଦ୍ଧ କରାଯାଉ। NBAର କହିବା ମୁତାବକ ରିପବ୍ଲିକ୍ ଟିଭିର ରେଟିଂ ହେରଫେର୍ ଦ୍ୱାରା ପ୍ରସାରଣ ଶିଳ୍ପର ପ୍ରତିଷ୍ଠାର ହାନି ହୋଇଛି। ତେଣୁ କୋର୍ଟର ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହି ସଂସ୍ଥାକୁ BARC ରେଟିଂ ସିଷ୍ଟମରୁ ଦୂରେଇ ରଖିବା ଉଚିତ୍।

ଟିକାକରଣ ପାଇଁ ମନା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଉ ମାଗଣାରେ ମିଳିବ ନାହିଁ ଟିକା

ଭୁବନେଶ୍ୱର: ରାଜ୍ୟରେ ଏବେ ଚାଲିଛି କରୋନା ଟିକାକରଣ। ରବିବାର ବନ୍ଦ ରହିବା ପରେ ଗତକାଲିଠାରୁ ପୁଣି ଥରେ ଆରମ୍ଭ ହୋଇଛି ଟିକାକରଣ। ତେବେ ସ୍ୱାସ୍ଥ୍ୟକର୍ମୀ ମନା କଲେ ପରେ ଆଉ ମିଳିବନି ମାଗଣା ଟିକା। ରାଜ୍ୟର ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସେପଟେ ରାଜ୍ୟରେ ଗତକାଲି ଟୀକା କରଣ ସଫଳ ହୋଇଛି। ଟିକାରଣ ୩୭୫ ସେସନ ହୋଇଥିଲା। ଟାର୍ଗେଟ ଥିଲା ୩୧ ହଜାର ୯୦୨ ଜଣଙ୍କୁ ଟୀକା ଦେବା ଲାଗି। କିନ୍ତୁ ଏହାଠାରୁ ଅଧିକ ଟିକା ଦିଆଯାଇଛି। ୩୨ ହଜାର ୫୨୬ ଜଣଙ୍କୁ ଟୀକା ଦିଆଯାଇଛି। ଗତକାଲି ୧୦୨ ପ୍ରତିଶତ ଆଚିଭମେଣ୍ଟ ହୋଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତିଯେ ଆଜି କିଛି ସେସନକୁ କମାଇଦିଆଯାଇଛି। ଆଜି ୧୯୨ ଟି ସେସନ ରେ ଟୀକା କରଣ କରାଯିବ। ୧୯୨ ସେସନରେ ୧୬ ହଜାର୨୬୧ ଜଣଙ୍କୁ ଟିକ ଦିଆଯିବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି। ଟିକାକରଣ ପରେ ଏ ପର୍ଯ୍ୟନ୍ତ କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନାହିଁ। ସର୍ବମୋଟ ୭ ଟି ସାମାନ୍ୟ ଧରଣର କେସ ଆସିଥିଲା ଯାହା ବର୍ତ୍ତମାନ ଠିକ ଅଛି। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ଟୀକା ଆଭେଲେବୁଲ ହୋଇଗଲା।

ଦୁଇଟି ଫେଜରେ ଯେତିକି ଟୀକା ଆସିଛି ତାହା ଆମର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ  ଦୁଇଟି ଡୋଜ ହିସାବରେ ପର୍ଯ୍ୟାପ୍ତ। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅନୁରୋଧ କରୁଛୁ ସମସ୍ତେ ଆଗକୁ ଆସି ଟୀକା ନିଅନ୍ତୁ।

ଭୁବନେଶ୍ୱର ପାଲଟିଛି ଦେଶୀ ମଦ କାରଖାନା, ୫ଶହ ଲିଟର ମଦ ଜବତ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିଚାଲିଛି ନିଶା କାରବାର। ଆଉ ବଣ ଜଙ୍ଗଲରେ ନୁହେଁ ଖୋଦ ରାଜଧାନୀରେ ତିଆରି ହେଉଛି ଦେଶୀ ମଦ। ପୂର୍ବରୁ ଡ୍ରଗ୍ସର ଆଡ୍ଡା ପାଲଟିଥିବାବେଳେ ଏବେ ପାଲଟିଛି ଦେଶୀ ମଦ କାରଖାନା। ରାଜ୍ୟରୁ କ୍ରାଇମ ହଟାଇବା ପାଇଁ ସବୁ ବସ୍ତି ମାନଙ୍କରେ ରେଡ ଆରମ୍ଭ ହୋଇଛି।

ମଦ ମାଫିଆ ଭୁବନେଶ୍ୱରରେ ମଦ ବିକ୍ରି କରି କରି କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି। ତେବେ କୌଣସି ସୂତ୍ରରୁ ଖବର ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ କରିଛି।

ଏକାସାଙ୍ଗରେ ସାଲିଆ ସାହି, ମଇଳା ଟାଙ୍କି, ନୀଳଚକ୍ର ନଗର ଓ ଲୈଲା ସ୍କୁଲ ଅଞ୍ଚଳରେ ଚଢ଼ାଉ କରି ୫ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହାସହ ୩ହଜାର ଲିଟର ପୋଚ୍‌ ନଷ୍ଟ  କରାଯାଇଛି। ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଏହି ମଦ ତିଆରି ହେବା ପରେ ଦିନମଜୁରିଆ ଖଟିଖିଆଙ୍କୁ ବିକ୍ରି ହୋଇଥାନ୍ତା ବୋଲି ସୂଚନା ମିଳିଛି। ତେବେ ଭୁବନେଶ୍ୱରର ସାଲିଆ ସାହି ପୂର୍ବରୁ ଡ୍ରଗ୍ସ ବେପାରର ପେଣ୍ଠସ୍ଥଳୀ ପାଲଟିଥିଲା। ଆଉ ଏବେ ଦେଶୀ ମଦ ତିଆରି କରୁଛି।

India vs Australia 4th Test Day 5: ଐତିହାସିକ ବିଜୟ ଆଡ଼କୁ ଭାରତ

0

ବ୍ରିସବେନ୍: ଚତୁର୍ଥ ତଥା ବ୍ରିସ୍‌ବେନ୍ ଟେଷ୍ଟର ପଞ୍ଚମ ଦିନରେ ୩୨୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ୭୫ ଓଭରରେ ଭାରତ ୨୧୮ ରନ୍ କରିଥିବାବେଳେ ୩ଟି ୱିକେଟ୍ ହରାଇଛି । ଚେତେଶ୍ୱର ପୂଜାରା (୫୨) ଓ ଋଷଭ ପନ୍ଥ(୩୨) ଖେଳ ଜାରି ରଖିଛନ୍ତି।

୩୨୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ଗତକାଲି କୌଣସି ୱିକେଟ୍‌ ନହରାଇ ୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ବର୍ଷା ବନ୍ଦ ନହେବାରୁ ଷ୍ଟମ୍ପ ଅପସାରଣ କରି ଦିଆଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ଶର୍ମା ୪ ଓ ଶୁବମନ ଗିଲ୍ କୌଣସି ରନ୍ ନକରି ଅପରାଜିତ ରହିଥିଲେ।

ଆଜି ଦୁଇ ଓପନର ପୁଣି ଇନିଂସକୁ ଆଗେଇ ନେବାକୁ କ୍ରିଜ୍‌କୁ ଓହ୍ଲାଇଥିଲେ। ଶୁଭମନ ଗିଲ୍ ୯୧ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଗଲେ। କିନ୍ତୁ ରୋହିତ ଶର୍ମାଙ୍କଠାରୁ ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ। ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜି ସେ ଆଉ ୩ ରନ୍ କରିବାକୁ ସମର୍ଥ ହୋଇଥିଲେ।  କ୍ୟାପ୍ଟେନ ଅଜିଙ୍କ ରାହାଣେ ବି ଭଲ ପ୍ରଦର୍ଶନ ନ କରି ପାରିନଥିଲେ ସେ ମାତ୍ର ୨୪ ରନ୍ରେ ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୨ଟି ୱିକେ୍ଟ୍ ନେଇଥିବାବେଳେ ନାଥନ ଲିଓନ୍ ଗୋଟିଏ ୱିକେଟ ହାସଲ କରିଛନ୍ତି।