spot_img
Home Blog Page 6101

ଭିତରକନିକାରେ ଡଲଫିନ୍ ଗଣନା ଆରମ୍ଭ

ପଟ୍ଟାମୁଣ୍ଡାଇ: ରବିବାର ସକାଳ ୭ଟାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ ଗଣନା ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଡଲଫିନ ଗଣନା ଦିନ ୧୨ଟା ଯାଏ ଚାଲିବ । ଡଲଫିନ ବିଶାରଦ ମୁନ୍ତାଜ ଖାନଙ୍କ ନେତୃତ୍ୱରେ ବନବିଭାଗର ୯ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ୍ ଅଛନ୍ତି ।

Counting Of Dolphin In Bhitarkanika Is Underway

ପ୍ରତି ଟିମରେ 5 ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଦେବୀ ମୁହାଣରୁ ଧାମରା ମୁହାଣ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଭିତନକନିକାରେ ୫ ପ୍ରକାର ଡଲଫିନ୍ ଦେଖିବାକୁ ମିଳନ୍ତି । ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିଲା ଏବେ ଭିତରକନିକାରେ କରାଯାଉଛି ।

Counting Of Dolphin In Bhitarkanika Is Underway

୨୦୧୫ ମସିହାରେ ରାଜ୍ୟ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ଡଲଫିନ୍ ଗଣନା କରାଯାଉଛି । ୨୦୧୫ ମସିହାରେ ଭିତରକନିକାରେ ୫ ପ୍ରଜାତିର ୨୭୦ଟି ଡଲଫିନ୍ ଦେଖିବାକୁ ମିଳିଥିଲା ।

ଏହି ୫ଟି ରାଶିର ପାଇଁ ରହିଛି ମହାସଂଯୋଗ, ମିଳିପାରେ ନିଯୁକ୍ତିର ସୁଯୋଗ

ଆଜିର ପଞ୍ଚାଙ୍ଗ:

୧୭,ଜାନୁଆରୀ, ୨୦୨୧, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମକର ମାସ ୪ ଦିନ,ପୌଷ ମାସ,ଶୁକ୍ଳପକ୍ଷ,

ସକାଳ ୮ଟା ୧୧ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥୀ ତିଥି

ଏହା ପରେ ପଞ୍ଚମୀ ତିଥି

କୁମ୍ଭ ରାଶିରେ ଚନ୍ଦ୍ର ରହିବେ

ପୂର୍ବଭାଦ୍ର ନକ୍ଷତ୍ର

ଯୋଗିନୀ ନୈଋତରେ ରହିବେ

ସକାଳ ୮ଟା୧୧ ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ

ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର

ମେଷ ରାଶିର ଘାତବାର

– ଶୁଭ ସମୟ -ସକାଳ ୭ଟା ୫୦ ମିନିଟ୍ ଠାରୁ ଦିନ ୧୦ଟା ୫୩ ମିନିଟ୍‌

ଦିନ ୧୨ଟା ୨୨ ମିନିଟ୍ ଠାରୁ ଦିନ ୨ଟା୧୮ ମିନିଟ୍ ପର୍ଯ୍ୟନ୍ତ

– ଅଶୁଭ ସମୟ – ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଶୁଭ ସମୟ

ମେଷ

ଅଶ୍ୱିନୀ ନକ୍ଷତ୍ର – ବିବାଦୀୟ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ, ଧିରସ୍ଥିର ହୋଇ ନିଜ ବୁଦ୍ଧିରେ କାମ କରନ୍ତୁ ।

ଦ୍ୱିଜା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ, ଲକ୍ଷ୍ୟ ପୂରଣ ହେବ, ଆତ୍ମବିଶ୍ୱାସର ସହ ଆଗକୁ ବଢିବେ ।

କୃତ୍ତିକା ନକ୍ଷତ୍ର – ଅର୍ଥ ସମ୍ଭନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟର ପରାମର୍ଶ ନିଅନ୍ତୁ ନଚେତ ବିପଦଜଦ ରହିଛି ।

ଉପାୟ- ମହାଦେବଙ୍କ ମନ୍ଦିରରେ ଗୁଡ ଦାନ କରନ୍ତୁ ।

ବୃଷ

କୃତ୍ତିକା ନକ୍ଷତ୍ର – ଦିନଟି ସାମାନ୍ୟ ରହିଛି, ଆଳସ୍ୟ ଓ ଥକାପଣ ମନକୁ ନେଇ କିଛି କାମ ଅଧାରେ ଅଟକିଯିବ, ବ୍ୟସ୍ତତା ମଧ୍ୟରେ ସମୟ କଟିବ ।

ରୋହିଣୀ ନକ୍ଷତ୍ର – ଜୀବନରେ ଆଗକୁ ବଢିବା ପାଇଁ ନୂଆ ରାସ୍ତା ମିଳିବ, ଲକ୍ଷ୍ୟ ପୂରଣ ହେବ ।

ମୃଗଶିରା ନକ୍ଷତ୍ର – ଜୀବନସାଥୀଙ୍କ ସହଯୋଗ ପାଇବେ, ସ୍ୱାସ୍ଥ୍ୟ ଭଲ ରହିବ ।

ଉପାୟ-ମା’ଦୁର୍ଗାଙ୍କୁ ଦୁର୍ବା ଓ ଲାଲ ଫୁଲ ଅର୍ପଣ କରନ୍ତୁ ।

ମିଥୁନ

ମୃଗଶିରା ନକ୍ଷତ୍ର – କିଛି ନୂଆ କଥା ଶିଖିବାକୁ ମିଳିବ, ଆୟ ବଢିବ, ପୂର୍ବରୁ ଥିବା ସମସ୍ୟା ଦୂର ହେବ ।

ଆର୍ଦ୍ରା ନକ୍ଷତ୍ର – ପରିଶ୍ରମ ଅନୁଯାୟୀ ମିଳିବ ସଫଳତା କାର୍ଯ୍ୟଭାର ବୃଦ୍ଧି ପାଇବ ।

ପୁନର୍ବସୁ ନକ୍ଷତ୍ର – ମାର୍କେଟିଙ୍ଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭ ଦାୟକ ରହିବ, ମିତ୍ର ବନ୍ଧୁଙ୍କର ସହଯୋଗ ପାଇବେ ।

ଉପାୟ- ମିଠାଖାଇ ଜଳପାନ କରନ୍ତୁ ।

କର୍କଟ

ପୁନର୍ବସୁ ନକ୍ଷତ୍ର – ନିଜ କାମକୁ ନେଇ ପରା ଦିନ ମନ ଉତ୍ସାହ ରହିବ, ଅର୍ଥ ଲାଭର ସୁଯୋଗ ଆସିବ ।

ପୁଷ୍ୟା ନକ୍ଷତ୍ର – ନିଜ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ଅଶ୍ଳେଷା ନକ୍ଷତ୍ର – ଖର୍ଚ୍ଚକୁ ନେଇ ନିୟନ୍ଚ୍ରଣ ରହିବ ନାହିଁ, ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ ।

ଉପାୟ- ପକ୍ଷୀମାନଙ୍କୁ ଚାଉଳ ଡାଲି ଖାଇବାକୁ ଦିଅନ୍ତୁ ।

ସିଂହ

ମଘା ନକ୍ଷତ୍ର – ଜୀବନସାଥୀ ଓ ପରିବାରଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ, ନିଜ ଚେଷ୍ଟାରେ ସଫଳତା ପାଇବେ ।

ପୂର୍ବା ଫାଲଗୁନ- ନିଜ କାମକୁ ନେଇ ବ୍ୟସ୍ତ ରହିବେ ।

ଉତ୍ତରା ଫାଲଗୁନୀ- ପୁରା ଦିନଟି ଆନନ୍ଦଦାୟକ ରହିବ, ଆତ୍ମବିଶ୍ୱାସର ସହିତ ଆଗକୁ ବଢନ୍ତୁ ।

ଉପାୟ -ଗୋଟିଏ ମୟୁର ଚନ୍ଦ୍ରିକା ନିଜ ପାଖରେ ରଖନ୍ତୁ ।

କନ୍ୟା

ଉତ୍ତରା ଫାଲଗୁନୀ- କିଛି ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି ।

ହସ୍ତା ନକ୍ଷତ୍ର – ପୂରା ଦିନ ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ, ସାହାଯ୍ୟ, ସହଯୋଗ ପାଇବେ, ପାରିବାରିକ ଜୀବନ ସନ୍ତୋଷଜନକ ହେବ ।

ଚିତ୍ରା ନକ୍ଷତ୍ର – ଦିନଟି ସାମାନ୍ୟ ରହିବ,ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ ।

ଉପାୟ- ଭଗବାନ ହନୁମାନଙ୍କୁ ଦର୍ଶନ କରନ୍ତୁ, ଚାଳିଶା ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର – ଦିନଟି ଭଲ ରହିବ ନାହିଁ । ଗାଡି ଚଳାଇବା ବେଳେ ସତର୍କ ରୁହନ୍ତୁ ।

ସ୍ୱାତୀ ନକ୍ଷତ୍ର – କାର୍ଯ୍ୟଭାରକୁ ନେଇ ବ୍ୟସ୍ତତା ଭିତରେ ସମୟ କଟିବ, କିଛି କାମ ଅଧାରେ ଅଟକି ଯିବ ।

ବିଶାଖା ନକ୍ଷତ୍ର – ପୁରା ଦିନ ଉତ୍ସାହ ପୂର୍ଣ୍ଣ ରହିବ, ବନ୍ଧୁଙ୍କ ସମୟରେ ସମୟ କଟିବ ।

ଉପାୟ- ଦହି ଖାଆନ୍ତୁ, ଧଳା ବସ୍ତ୍ର ପରିଧାନ କରନ୍ତୁ ।

ବିଛା

ବିଶାଖା ନକ୍ଷତ୍ର– ଦିନ ଚର୍ଯ୍ୟାରେ ପରିବର୍ତ୍ତନ ଆସିବ, ପରିବାର ସହିତ ପୂରା ଦିନ କଟିବ ।

ଅନୁରାଧା ନକ୍ଷତ୍ର- ଅଧୁରା କାମକୁ ପୁରା କରିବାରେ ବନ୍ଧୁଙ୍କର ସହଯୋଗ ପାଇବେ ।

ଜ୍ୟେଷ୍ଠା ନକ୍ଷତ୍ର – ଦିନଟି ସାମାନ୍ୟ ରହିଛି, ଅର୍ଥ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ ।

ଉପାୟ- ତୁଳସୀ ମୂଳରେ ମିଠାଜଳ ଅର୍ପଣ କରନ୍ତୁ ।

ଧନୁ

ମୂଳା ନକ୍ଷତ୍ର – ଆପଣଙ୍କ ପରିଶ୍ରମ ସାର୍ଥକ ହେବ, ପୁରା ଦିନ ଆରାମଦାୟକ ରହିବ ।

ପୂର୍ବାଷାଢା ନକ୍ଷତ୍ର – କିଛି କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି,କଳହ ଦେଖାଦେଇପାରେ, ସତର୍କ ହୋଇ ରୁହନ୍ତୁ ।

ଉତ୍ତରାଷାଢା ନକ୍ଷତ୍ର- କ୍ରୋଧ ଉପରେ ନିନ୍ତ୍ରଣ ରଖନ୍ତୁ, ନଚେତ ନିଜେ ବିପଦରେ ପଡିବେ ।

ଉପାୟ-ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।

ମକର

ଉତ୍ତରାଷାଢା ନକ୍ଷତ୍ର – ନିଜ ଲୋକଙ୍କର ବ୍ୟବହାରକୁ ନେଇ ମନ ଖରାପ ରହିବ ।

ଶ୍ରବଣା ନକ୍ଷତ୍ର – ଅପେକ୍ଷାରେ ଥିବା ଖବର ପାଇ ଖୁସି ଅନୁଭବ କରିବେ ।

ଧନିଷ୍ଠା ନକ୍ଷତ୍ର – ବିଶ୍ୱସ୍ତ ଲୋକ କିଛି କଥାକୁ ନେଇ ବିରୋଧ କରିପାରନ୍ତି ।

ଉପାୟ- ଅସହାୟ ବ୍ୟକ୍ତିକୁ ଫଳ ଦାନ କରନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ଜଗିରଖି ଚଳିବାକୁ ଚେଷ୍ଟା କରନ୍ତୁ, ବିପଦ ରହିଛି ।

ଶତଭିଷା ନକ୍ଷତ୍ର – ଆର୍ଥିକସ୍ଥିତିରେ ସୁଧାର ଆସିପାରେ, ପୁରା ଦିନ ଉତ୍ସାହପୂର୍ଣ୍ଣ ରହିବ ।

ପୂର୍ବଭାଦ୍ର ନକ୍ଷତ୍ର –ଅନ୍ୟକୁ ସନ୍ଦେହ ନ କରି ନିଜ ଉପରେ ବିଶ୍ବାସ ରଖି ଚଳିବାକୁ ଚେଷ୍ଟା କରନ୍ତୁ ।

ଉପାୟ- ମଥାର ହଳଦୀ ଟିକା ଲଗାନ୍ତୁ, କାର୍ଯ୍ୟ ସଫଳ ହେବ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପରିବାର ମଧ୍ୟରେ ଶାନ୍ତି ରଖନ୍ତୁ, ଯୁକ୍ତିତର୍କ ଠାରୁ ଦୁରେଇ ଯାଆନ୍ତୁ ।

ଉତ୍ତରଭାଦ୍ର ନକ୍ଷତ୍ର – ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ ।

ରେବତୀ ନକ୍ଷତ୍ର – ସ୍ୱାସ୍ଥ୍ୟ ଓ ମନ ଭଲ ରହିବ, ଆଶାଜନକ ସଫଳତା ମିଳିବ ।

ଉପାୟ -ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ମହାଉପାୟ

ତିନୋଟି ଧାତୁରେ ନିର୍ମିତ ମୁଦି ଦ୍ୱାରା ଦୂର ହେବ ଦୁର୍ଭାଗ୍ୟ । ମିଳିବ ସ୍ୱାସ୍ଥ୍ୟ, ଅର୍ଥ ଓ ମାନସିକ ଶାନ୍ତି । ଜ୍ୟୋତିଷ ଶାସ୍ତ୍ର ନିୟମ କଣ କହୁଛି । ଜାଣିବା ଆଜିର ମହାଉପାୟରେ ଏହାର ବ୍ୟବହାର ସଂପର୍କରେ କୌଣସି ଶୁକ୍ଳପକ୍ଷ ରବିବାର ଦିନ ତିନୋଟି ଧାତୁକୁ ଆଣନ୍ତୁ । ସୁନା,ରୂପା,ତମ୍ବା ସମାନ ଭାବରେ ନେଇ ଏକ ମୁଦି ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ହେବା ପରେ ଏହାକୁ କୌଣସି ଶିବ ମନ୍ଦିରରେ ବିଧିବଧ ଭାବରେ । ପୂଜାର୍ଚ୍ଚନା କରି ଗୋଟିଏ ଦିନ ପଞ୍ଚାମୃତରେ ରଖନ୍ତୁ । ତା’ପରେ ଡାହାଣ ହସ୍ର ଅନାମିକା ଅର୍ଥାତ୍‌ ରିଙ୍ଗ ଫିଙ୍ଗର୍‌ରେ ରବିବାର ଦିନ ପ୍ରାତଃ ସମୟରେ ଅଥବା ସୂର୍ଯ୍ୟାସ୍ତର ଅଧଘଣ୍ଟା ପୂର୍ବରୁ ଧାରଣ କରିବେ । ଏହି ଦିବ୍ୟ ପ୍ରୟୋଗ ଦ୍ୱାରା ଆପଣଙ୍କୁ ରବି,ମଙ୍ଗଳ,ବୃହସ୍ପତି,ଚନ୍ଦ୍ର ଗ୍ରହ ପୀଡାରୁ ମିଳିବ ମୁକ୍ତି । ପ୍ରତିଟି କାମରୁ ମିଳିବ ସଫଳତା ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

 

କୋଭିଡ୍ ଟିକା ନେବା ପରେ ୫୨ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ପରେ କିଛିଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ଦିଲ୍ଲୀର ୫୨ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି । ଉତ୍ତର ଦିଲ୍ଲୀରେ ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଦକ୍ଷିଣ-ପୂର୍ବ ଦିଲ୍ଲୀର ୫ ଜଣ ଉତ୍ତର-ପଶ୍ଚିମ ଦିଲ୍ଲୀର ୪ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇଛି । ମୋଟ ୫୨ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

52 people exhibit adverse events after receiving COVID vaccine in Delhi

ଶନିବାର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀରେ ୮ ହଜାର ୧୧୭ ଜଣଙ୍କୁ ଭ୍ୟାକ୍ସିନ୍ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ସେଥିମଧ୍ୟରୁ ୮୧ଟି ଟିକାକରଣ କେନ୍ଦ୍ରରେ ୪ ହଜାର ୩୧୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ଚରକ ପାଲିକା ହସ୍ପିଟାଲରେ ଟିକା ନେଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ସେମାନଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ହୋଇଛି । ସେମାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ସ୍ୱାଭାବିକ ହେବା ପରେ ଡିସଚାର୍ଜ କରାଯାଇଛି ।

52 people exhibit adverse events after receiving COVID vaccine in Delhi

ଉଭୟ ସ୍ୱାସ୍ଥ୍ୟକର୍ମୀ ମହିଳା ଏବଂ ପାରା ମେଡିକାଲ କର୍ମଚାରୀ । କୋଭିସିଲ୍ଡ ଭ୍ୟାକ୍ସିନ୍ ନେବା ପରେ ସେମାନଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ଭ୍ୟାକ୍ସିନ୍ ନେଇଥିବା ଦିଲ୍ଲୀ ଏମ୍ସର ଜଣେ ସୁରକ୍ଷା କର୍ମୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ଜଣାପଡ଼ିଛି ।

ଜାନୁଆରୀ ୧୮ ଯାଏ କୋଭିଡ୍ ଟିକାକରଣ ଏହି ରାଜ୍ୟରେ ସ୍ଥଗିତ

ମୁମ୍ବାଇ: ଭ୍ୟାକ୍ସିନେସନ୍ ଆରମ୍ଭରୁ ବିଭ୍ରାଟ । କୋ-ୱିନ୍ ଆପରେ ତ୍ରୁଟି । ବନ୍ଦ ହେଲା ଟିକାକରଣ । ଶନିବାର କୋଭିଡ୍ ଟିକାକରଣ ଆରମ୍ଭ ଦିନରେ ୨୮ ହଜାର ୫୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ମହାରାଷ୍ଟ୍ର ଲକ୍ଷ୍ୟ ରଖିଥିଲା । ପ୍ରଥମ ଦିନରେ ୧୮ ହଜାର ୩୩୮ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭ୍ୟାକ୍ସିନ୍ ଦିଆଯାଇଛି । କୋ-ୱିନ୍ ଆପରେ ବୈଷୟିକ ଅସୁବିଧା ଯୋଗୁଁ ଟିକାକରଣ କମିଥିବା କର୍ତ୍ତୃପକ୍ଷ କହିଛନ୍ତି । ଏଥିସହ ୨ ଦିନ ବ୍ୟବଧାନ ପରେ ମଙ୍ଗଳବାର ଠାରୁ ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ।

Maharashtra suspends Covid-19 vaccine drive till Jan 18 due to CoWIN app glitch

ଟିକାକରଣ ପରେ ମହାରାଷ୍ଟର ୧୦ ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ତେବେ ରାଜ୍ୟରେ ଶନିବାର ସନ୍ଧ୍ୟା ସୁଦ୍ଧା କୋଭିଡ୍ ଟିକାର ସେଭଳି କିଛି ଗୁରୁତ୍ୱର ପାର୍ଶ୍ୱ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିନାହିଁ । ମିଳିଥିବା ଟିକାକୁ ଆଗାମୀ ୨୮ ଦିନ ମଧ୍ୟରେ ଦିଆଯିବ ଏବଂ ଆଉ ଅଧିକ ଟିକା ଯୋଗାଇ ଦେବାକୁ ମହାରାଷ୍ଟ୍ର ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

Maharashtra suspends Covid-19 vaccine drive till Jan 18 due to CoWIN app glitch

ମୁମ୍ବାଇରେ ସର୍ବାଧିକ ୧ ହଜାର ୯୨୬ ଜଣ ଟିକା ନେଇଛନ୍ତି । ଯେତେବେଳେ କି ୪ ହଜାର ଜଣଙ୍କୁ ପ୍ରଥମ ଦିନରେ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ତେବେ, କୋ-ୱିନ୍ ଆପରେ ବୈଷୟିକ ତ୍ରୁଟି ଯୋଗୁଁ ଶହେ ପ୍ରତିଶତ ଟିକାକରଣ ହୋଇପାରି ନଥିବା ଅଧିକାରୀ କହିଛନ୍ତି ।

ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ ଜଣ ଭାରତୀୟ

 

ନୂଆଦିଲ୍ଲୀ: ଭାରତ ଆଜି ଭ୍ୟାକ୍ସିନ୍ ନେଇଛି । ପ୍ରଥମ ଦିନରେ ଦେଶର ୩ ହଜାର ୩୫୧ଟି ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୯୧ ହଜାର ୧୮୧ ଜଣ ଭାରତୀୟ ନେଇଛନ୍ତି କୋଭିଡ୍ ଟିକା । ବଡ଼ କଥା ହେଉଛି ସାମୁହିକ ଟିକାକରଣ ପରେ କାହାରିକୁ ବି ମେଡିକାଲରେ ଭର୍ତ୍ତି କରାଯାଇ ନାହିଁ । ଯାହାକି ଆଶ୍ୱସ୍ତିର ବିଷୟ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ନେଇ ଲକ୍ଷ ରଖାଯାଇଥିଲା । ଯାହା ପୂରଣ ହୋଇପାରି ନାହିଁ । ଅର୍ଥାତ୍ ପ୍ରଥମ ଦିନରେ ଟାର୍ଗେଟ୍ ପୂରଣ ହୋଇପାରିନାହିଁ । ପ୍ରଥମ ଦିନ ଟିକାକରଣ ଅଭିଯାନ ସଫଳ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଟିକାକରଣ ଦିବସରେ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଥିଲେ ।

India Vaccinated 1,91, 181 Beneficiaries for Covid-19 on day 1

କୋଭିଡ୍ ବିରୋଧୀ ଲଢ଼େଇରେ ବୈଜ୍ଞାନିକ ଓ ଡକ୍ଟରଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । କହିଛନ୍ତି- କୋଭିଡ୍ ବିରୋଧରେ ଗୋଟିଏ ବର୍ଷର ଲଢ଼େଇରେ ଆମେ ସଫଳତା ପାଇଛୁ । ବିଗତ ୩ରୁ ୪ ମାସର କରୋନା ସୁସ୍ଥ ଓ ମୃତ୍ୟୁ ସଂଖ୍ୟା ଦେଖିଲେ ଆମେ କୋଭିଡ୍ ବିରୋଧୀ ଯୁଦ୍ଧ ଜିତିଥିବା କୁହାଯିବ । ଦେଶବ୍ୟାପୀ ଟିକାକରଣ ପରେ ଆଜିର ଦିନକୁ ଜବରଦସ୍ତ ଆରାମର ଦିନ କହିଛନ୍ତି ହର୍ଷ ବର୍ଦ୍ଧନ ।

India Vaccinated 1,91, 181 Beneficiaries for Covid-19 on day 1

ପ୍ରଧାନମନ୍ତ୍ରୀ ମୋଦି ଦେଶରେ କୋଭିଡ୍ ଟିକାକରଣ ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶ ରଣଦୀପ ଗୁଲେରିଆ ଏବଂ ନିତି ଆୟୋଗର ଭି.କେ ପାଉଲ କରୋନା ଟିକା ନେଇଥିଲେ । ଅନ୍ୟପଟେ ନିଜ ବାସଭବନରେ କୋଭିସିଲ୍ଡ ଟିକା ନେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା । ଆଜିର ଟିକାକରଣ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ୧୬ ହଜାର ୭୫୫ ଜଣ ସ୍ୱାସ୍ଥ୍ୟକର୍ମୀ ସାମିଲ୍ ଥିଲେ ।

ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ, ସର୍ଫ ଏକ୍ସେଲ ନାଁରେ ହେଉଥିଲା ବ୍ରାଣ୍ଡିଂ

ସମ୍ବଲପୁର: ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ପାଉଡର ଗୋଦାମ ଉପରେ ଚଢ଼ାଉ । ଅଇଁଠାପାଲି ପୋଲିସ ଚଢ଼ାଉ କରି ପାଖାପାଖି ୨୫ ହଜାର ପ୍ଯାକେଟ ସର୍ଫ ଜବତ କରିଛି । ଆଶିଷ ଅଗ୍ରୱାଲଙ୍କ ଗୋଦାମରୁ ୨୩୯ ବ୍ଯାଗ ସର୍ଫ ଜବତ କରାଯାଇଛି । ଏହା ସହ ଗୋଦାମ ମାଲିକ ଆଶିଷ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି ।

Sambalpur Police Seized Duplicate Detergent Surf Excel

ଚଢ଼ାଉ ବେଳେ ପ୍ରଥମେ ଗଚ୍ଛିତ ଥିବା ଗୋଟିଏ ବସ୍ତା ଡିଟର୍ଜେଣ୍ଟ ପାଉଡରକୁ ପରୀକ୍ଷଣ କରାଯାଇଥିଲା । ତାହା ନିମ୍ନମାନର ତଥା ନକଲି ବୋଲି ଜଣାପଡ଼ିବା ପରେ ପୋଲିସ ସମସ୍ତ ୨୩୯ ବ୍ଯାଗକୁ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ଜବତ ହୋଇଥିବା ଡିଟର୍ଜେଣ୍ଟକୁ ପରୀକ୍ଷଣ ପାଇଁ ପଠାଯିବ ।

Sambalpur Police Seized Duplicate Detergent Surf Excel

ହିନ୍ଦୁସ୍ତାନ ୟୁନି ଲିବରର ସର୍ଫ ଏକ୍ସେଲ ନାଁରେ ବ୍ରାଣ୍ଡିଂ ପ୍ଯାକେଜିଂ କରି ବିକ୍ରି କରାଯାଉଥିଲା । ସର୍ଫ ନକଲି ଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରେଡ୍ କରିଥିଲା ପୋଲିସ । ଜବତ ହୋଇଥିବା ସମସ୍ତ ବସ୍ତାରୁ ସର୍ଫ ଏକ୍ସେଲ ବ୍ରାଣ୍ଡିଂ ଡିଟର୍ଜେଣ୍ଟ ପାଉଡର ମିଳିଛି । ରେଡରେ ଅତିରିକ୍ତ ଏସପି, ଅଇଁଠାପାଲି ଥାନା ଅଧିକାରୀ, ଖେତରାଜପୁର ଥାନା ଅଧିକାରୀ ସାମିଲ୍ ଅଛନ୍ତି ।

Sambalpur Police Seized Duplicate Detergent Surf Excel

ପୂର୍ବରୁ କଟକ, ଯାଜପୁର, କଣ୍ଟାବାଞ୍ଜି ଆଦି ସ୍ଥାନରୁ ନକଲି ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ନକଲି ସର୍ଫ ଜବତ ହୋଇଛି । ଯାହାକି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ଖାଦ୍ୟରେ ବିଷ ଭରୁଥିବା ଅସାଧୁ ବ୍ୟବସାୟୀ ପୋଷାକ ଧୋଉଥିବା ବିଷାକ୍ତ ପାଉଡରକୁ ବି ଆହୁରି ବିଷାକ୍ତ କରି ସାରିଲେଣି ।

ଡିପୋରୁ ଲୁଟ୍ ହେଉଥିଲା ହାର୍ଡକୋର୍ କୋଇଲା, ଧରିଲା ଏସଟିଏଫ

କଟକ: ଏସଟିଏଫ ହାବୁଡ଼ରେ କୋଇଲା ଚୋର । କଟକ ଚୌଦ୍ଵାର ଅଞ୍ଚଳରେ ଏସଟିଏଫ ବଡ଼ ଧରଣର ଚଢ଼ାଉ କରି ଦାମୀ ହାର୍ଡକୋର କୋଇଲା ଜବତ କରିଛି । ଏସବୁ କୋଇଲା ଗୁଡ଼ିକୁ ବେଆଇନ୍ ଭାବେ ଡିପୋରେ ବାହାର କରାଯାଇ ପୁଣି ଓଦା କୋଇଲା ଲୋଡ୍ କରି ଚାଲାଣ କରାଯାଉଥିବା ସୂଚନା ମିଳିଛି ।

STF Seized Hardcore Coal From Cuttack

କୋଇଲା ବୋଝେଇ ଟ୍ରକ୍ ଯାଜପୁର ଜିଲ୍ଲାରୁ ଆସି ରାୟପୁର ଚାଲାଣ କରାଯାଉଥିବା ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ୮ରୁ ଊର୍ଦ୍ଧ୍ୱ ଟ୍ରକ୍ ଜବତ ହୋଇଥିବା ବେଳେ ୧୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ୍ । ଜବତ କୋଇଲାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

କୋଭାକ୍ସିନ୍ ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ମିଳିବ କ୍ଷତିପୂରଣ

ହାଇଦ୍ରାବାଦ: ଦେଶରେ ଆଜିଠୁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । କରୋନା ଭୂତାଣୁ ବିରୋଧରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ ଏକ ବଡ଼ ଘୋଷଣା କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି- ଟିକା ଦିଆଯିବା ପରେ କାହାରି ଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ କମ୍ପାନୀ କ୍ଷତିପୂରଣ ଦେବ । ଭାରତ ବାୟୋଟେକ୍ ଠାରୁ କେନ୍ଦ୍ର ସରକାର ୫୫ ଲକ୍ଷ ଡୋଜ୍ ଟିକା କିଣିବା ପାଇଁ ଅର୍ଡର ଦେଇଛନ୍ତି ।

Bharat Biotech To Pay Compensation If Covaxin Causes Side Effects

ଭ୍ୟାକ୍ସିନ୍ ନେଉଥିବା ଲୋକଙ୍କ ସହମତି ପତ୍ର ଅନୁସାରେ, ‘କୌଣସି ଗୁରୁତ୍ୱର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲ, ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଆଯିବ । ଯଦି ଦେଖା ଦେଇଥିବା ପାର୍ଶ୍ୱ ପ୍ରତିକ୍ରିୟା ଭ୍ୟାକ୍ସିନ୍ ଯୋଗୁଁ ହୋଇଥିବ ତ କମ୍ପାନୀ ଏଥିପାଇଁ ସମସ୍ତ ଖର୍ଚ୍ଚ କରିବ ।’

Bharat Biotech To Pay Compensation If Covaxin Causes Side Effects

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ବେଳେ ଭାରତ ବାୟୋଟେକ୍ ନିର୍ମିତ ‘କୋଭାକ୍ସିନ୍’ କୋଭିଡ୍-୧୯ ବିରୋଧରେ ଏଣ୍ଟିଡୋଟ୍ ତିଆରି କରିଥିଲା । ତେବେ, କୋଭାକ୍ସିନର ଚିକିତ୍ସା କେତେ ପ୍ରଭାବଶାଳୀ ତାହା ନିର୍ଦ୍ଧାରଣ ବାକି ଅଛି । ଏହାର ପ୍ରଭାବ କେତେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଡାଟା ଆଧାରରେ କରାଯିବ ।

ଭ୍ୟାକ୍ସିନ୍ ନେବା ପରେ କଣ କରିବେ ?

କମ୍ପାନୀ କହିଛି- ଭ୍ୟାକ୍ସିନ୍ ଡୋଜ୍ ନେବା ଅର୍ଥ ନୁହେଁ ଯେ କରୋନାରୁ ରକ୍ଷା ଲାଗି ମାନୁଥିବା ନିୟମ ପାଳିବା ନାହିଁ । ଟିକା ନେଇଥିବା ବ୍ୟକ୍ତିଙ୍କୁ ଏକ ଫ୍ୟାକ୍ଟସିଟ୍ ଦିଆଯାଇଛି । ପୀଡ଼ିତଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବାର ୭ ଦିନ ମଧ୍ୟରେ ଜମା କରିବାକୁ ପଡ଼ିବ ।

ରାଜ୍ୟରେ ୧୬୧ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ, ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଭୁବନେଶ୍ୱରରୁ ବରଗଡ଼, କଟକରୁ କଳାହାଣ୍ଡି ସବୁଠି ଉତ୍ସାହର କୋଭିଡ୍ ଭ୍ୟାକ୍ସିନ୍ ନେଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା । ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ ଲାଗି ବ୍ୟବସ୍ଥା ହୋଇଥିଲା । ପ୍ରଥମ ଦିନରେ ୧୬ ହଜାର ୩୭୭ ଜଣଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ୧୧ ହଜାର ୮୭୬ ଜଣଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।

Covid Vaccination Drive In Odisha, Out Of 11876 Side Effect Shown In One Person

ପ୍ରଥମ ଦିନର ଟିକାକରଣ ବେଳେ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯିବ । ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଟିକାକରଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ପ୍ରଥମ ଦିନରେ ସୋନପୁରରେ ସବୁଠୁ କମ୍ ୧୦୧ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ୯୪୫ ଜଣଙ୍କୁ ଦିଆଯାଇଛି ।

Covid Vaccination Drive In Odisha, Out Of 11876 Side Effect Shown In One Person

୧୮ ବର୍ଷରୁ କମ, ଗର୍ଭବତୀ, ପ୍ରସୂତି ଓ ଅସୁସ୍ଥଙ୍କୁ ଟିକା ମନା ନେବାକୁ ମନା କରାଯାଇଛି । ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀଙ୍କୁ ମଧ୍ୟ ଭ୍ୟାକ୍ସିନ୍ ଦିଆଯିବ ନାହିଁ । ପ୍ରତି ଟିକା କେନ୍ଦ୍ରରେ ୫ ଜଣିଆ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଭ୍ୟାକ୍ସିନ୍ ଦେଉଥିବା ବେଳେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଦିଆଯିବ । ବାହୁରେ ଟିକା ଦିଆଯିବ ପରେ ୩୦ ମିନିଟ୍ ଅବଜରଭେସନରେ ରଖାଯାଉଛି । ପ୍ରଥମ ଦଫାରେ ରାଜ୍ୟରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ଟିକାକରଣ ହେବ । ପ୍ରଥମ ଡୋଜ୍ ନେବାପରେ କରୋନା ସଂକ୍ରମଣ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ ।

ରୁଆ ଗାଁରେ ଅଗ୍ନିକାଣ୍ଡ, ଘରକୁ ଘର ବ୍ୟାପୁଛି ନିଆଁ

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଭାଇଲିପୁର ପଞ୍ଚାୟତ ରୁଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ପରେ ଗୋଟିଏ ହୋଇ ୩ରୁ ଚାରୋଟି ଘରକୁ ନିଆଁ ବ୍ୟାପି ଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଚେଷ୍ଟା ଜାରି ରଖିଛି । ଏବେ ସୁଦ୍ଧା ନିଆଁ ଆୟତ୍ତ ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି ।

Fire Broke Out In Rua Village Of Puri

ଅଧିକ ଖବର ଅପଡେଟ୍ ପାଇଁ ଦେଖନ୍ତୁ- https://nandighoshatv.com/