spot_img
Home Blog Page 6100

କେଉଁ ଦେଶରେ କେମିତି ମିଳୁଛି କରୋନା ଟିକା ?

ନୂଆଦିଲ୍ଲୀ: ଭୂତାଣୁ ବିରୋଧୀ ଯୁଦ୍ଧର ସଞ୍ଜିବିନୀ ଆସି ସାରିଛି । ଦୁନିଆରେ ପାଖାପାଖି ୩ କୋଟି ଟିକା ଡୋଜ୍ ପ୍ରସ୍ତୁତ ହୋଇଥିବା ବେଳେ କେତେକ ଦେଶ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବା ଉପରେ । ଏହାରି ଭିତରେ ଭାରତ ଶନିବାର ଠାରୁ ଆରମ୍ଭ କରିଛି କୋଭିଡ୍ ଟିକାକରଣ । ତେବେ, କେଉଁ ଦେଶରେ କରୋନା ଟିକା କେମିତି ଦିଆଯିବ, କଣ ରହିଛି ଭ୍ୟାକ୍ସିନର ସ୍ଥିତି ?

Know How Other Vaccinating People In World

କାନାଡ଼ା

କାନାଡ଼ାରେ କୋଭିଡ୍ ଭ୍ୟାକ୍ସିନ୍ ମାଗଣାରେ ଦିଆଯାଉଛି । ଦେଶରେ କରୋନା ୬.୮ ଲକ୍ଷ କେସ୍ ଚିହ୍ନଟ ହୋଇଥିବା ବେଳେ ୧୭ ହଜାର ୮୩୮ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ଥମିଥିବା ବେଳେ ଆରମ୍ଭ ହୋଇଛି ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଦୀର୍ଘକାଳୀନ ସହାୟତା ପାଇଁ ଥିବା କର୍ମଚାରୀ ଏବଂ ଆଦିବାସୀ ଜନସଂଖ୍ୟାଙ୍କୁ ମାର୍ଚ୍ଚ ସୁଦ୍ଧା ଟିକା ଦିଆଯିବ । ସମସ୍ତଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବ ବୋଲି କହିଛି କାନାଡ଼ା । ଏଥିସହ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଘରୋଇ ସ୍ୱାସ୍ଥ୍ୟ ସେବାକୁ ମିଶାଇ ଜୁନ୍ ସୁଦ୍ଧା ଦେଶରେ ଜନସଂଖ୍ୟାର ୫୦ ପ୍ରତିଶତକୁ ଟିକା ଦେବାକୁ କାନାଡ଼ା ଲକ୍ଷ୍ୟ ରଖିଛି ।

Know How Other Vaccinating People In World

ଇଟାଲୀ

ନିଜସ୍ୱ ଢ଼ଙ୍ଗରେ ଇଟାଲୀରେ ଦିଆଯାଉଛି ଫାଇଜର ଟିକା । ଇଟାଲୀୟ ଆର୍କିଟେକ୍ ଷ୍ଟିଫାନୋ ବୋରେଇ ଏହି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଦେଶବ୍ୟାପୀ ପିଜ୍ଜାରେ ଭ୍ୟାକ୍ସିନ୍ ରଖାଯାଉଛି । ଏହି ପଦକ୍ଷେପ ଲୋକଙ୍କୁ ଟିକା ନେବାପାଇଁ ମେଡିକାଲକୁ ଟାଣୁଛି । ଡିସେମ୍ବର ୨୭ ସୁଦ୍ଧା ୯ ଲକ୍ଷ ଡୋଜ୍ ଫାଇଜର ଟିକା ଇଟାଲୀ ପାଇଥିବା ବେଳେ ୫୫ ପ୍ରତିଶତ ଟିକାକରଣ ସାରିଲାଣି ।

Know How Other Vaccinating People In World
ଇସ୍ରାଏଲ୍

ମାତ୍ର ୨ ସପ୍ତାହ ମଧ୍ୟରେ ଜନସଂଖ୍ୟାର ୧୫ ପ୍ରତିଶତଙ୍କୁ ଟିକା ଦେଇ ସାରିଲାଣି ଇସ୍ରାଏଲ୍ । ୯୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲରେ ଦିନରାତି ୨୪ ଘଣ୍ଟା ଦିଆଯାଉଛି କୋଭିଡ୍ ଟିକା ଫାଇଜର । ଡୋଜ୍ ପିଛା ଫାଇଜର ଟିକା ୩୦ ଡଲାର ରହିଛି । ଅନ୍ୟ ଦେଶ ଅପେକ୍ଷା ଇସ୍ରାଏଲରେ କୋଭିଡ୍ ଟିକାର ଦର ଦୁଇଗୁଣା । ଆଇନ୍ ଅନୁସାରେ ୧୮ ବର୍ଷରୁ ଅଧିକ ସମସ୍ତ ବୟସଙ୍କୁ ଟିକା ଦିଆଯିବ । ଏଥିପାଇଁ ସମସ୍ତଙ୍କୁ ଦେଶର ୪ଟି ସରକାରୀ ଅନୁଦାନ ପ୍ରାପ୍ତ ସ୍ୱାସ୍ଥ୍ୟ ବୀମା କରିବାକୁ ପଡ଼ିବ । ଟେଷ୍ଟିଂ ମାଗଣା ହୋଇଥିବା ବେଳେ ମାତ୍ର ୨୦ ମିନିଟରେ ଭ୍ୟାକ୍ସିନ୍ ନେବାକୁ କିଏ ଯୋଗ୍ୟ ତାହା ନିର୍ଣ୍ଣୟ କରାଯାଇ ପାରୁଛି ।

Know How Other Vaccinating People In World

ଡେନମାର୍କ

ଭ୍ୟାକ୍ସିନ୍ ପାସପୋର୍ଟ ଆରମ୍ଭ କରିଥିବା ଡେନମାର୍କରେ ୧.୮ ଲକ୍ଷ କରୋନା ସଂକ୍ରମିତ ହୋଇଥିବା ବେଳେ ୧ ହଜାର ୬୨୩ ଜଣଙ୍କ ମୃତ୍ୟୁ ହୋଇଛି । ୫୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡେନମାର୍କରେ ଡିସେମ୍ବରରୁ ଟିକାକରଣ ଆରମ୍ଭ ହୋଇଥିଲା । ଏଯାବତ୍ ଜନସଂଖ୍ୟା ୧ ପ୍ରତିଶତଙ୍କୁ ଫାଇଜର ଟିକା ଦିଆଯାଇଛି । ପ୍ରଥମ ଦେଶଭାବେ ଡେନମାର୍କ ଭ୍ୟାକ୍ସିନ୍ ନେଇଥିବା ନାଗରିକଙ୍କୁ ଭ୍ୟାକ୍ସିନ୍ ପାସପୋର୍ଟ ଦେଇ ବିଦେଶ ଯିବାକୁ ଅନୁମତି ଦେଉଛି । ୯୦୦ ନର୍ସିଂ ହୋମରେ ଟିକାକରଣ ସରିଥିବା ବେଳେ ଟିକା ଦିଆଯିବାକୁ ଥିବା ବ୍ୟକ୍ତିଙ୍କୁ ଇ-ବକ୍ସ ଜରିଆରେ ସୂଚନା ଦିଆଯାଉଛି ।

କେଉଁ ଦେଶ ନେଇଛନ୍ତି କେତେ ଟିକା ?

Know How Other Vaccinating People In World

ଜାନୁଆରୀ ୧୩ ସୁଦ୍ଧା ଇସ୍ରାଏଲ୍ ୨୨ ପ୍ରତିଶତ ଟିକାକରଣ ସାରିଥିବା ବେଳେ ଜାନୁଆରୀ ୧୨ ସୁଦ୍ଧା ୟୁଏଇ ୧୦ ପ୍ରତିଶତ ଟିକାକରଣ କରିଛି । ସେହିଭଳି ବାହାରିନ୍ ୫.୭ ପ୍ରତିଶତ ଭ୍ୟାକ୍ସିନେସନ୍ ସାରିଛି । ବ୍ରିଟେନ୍ ୩.୫ ପ୍ରତିଶତ, ଆମେରିକା ୨.୮ ପ୍ରତିଶତ, ଡେନମାର୍କ ୨ ପ୍ରତିଶତ, ଇଟାଲି ୧.୩ ପ୍ରତିଶତ, ସ୍ପେନ୍ ୧ ପ୍ରତିଶତ, ଜର୍ମାନୀ ୦.୮ ପ୍ରତିଶତ, ସ୍ୱିଡେନ୍ ୦.୭ ପ୍ରତିଶତ, ପର୍ତ୍ତୁଗାଲ ୦.୭ ପ୍ରତିଶତ, ଚୀନ ୦.୬ ପ୍ରତିଶତ ଟିକାକରଣ ସାରିଛି । ଏହା ଛଡ଼ା ବ୍ରିଟେନ୍ ଓ ଆମେରିକା ଭଳି ଦେଶରେ ଟିକାକରଣ ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଥିଲେ ସୁଦ୍ଧା ଧିମା ଚାଲିଛି ।

Know How Other Vaccinating People In World

ଆମେରିକା

ଏକାଧିକ ଡୋଜ୍ ନଷ୍ଟ କରି ସାରିଥିବା ଆମେରିକାରେ ଟିକାକରଣ ଚାଲିଛି । କାଲିଫର୍ଣ୍ଣିଆକୁ ପାଖାପାଖି ୩୫ ଲକ୍ଷ ଡୋଜ୍ ଟିକା ଦିଆଯାଇଥିବା ବେଳେ ସେଥିରୁ ମାତ୍ର ୮ ଲକ୍ଷ ଟିକା ଦିଆଯାଇଛି । ରାଜ୍ୟର ଭିନ୍ନ ନୀତି ଯୋଗୁଁ ଏଭଳି ହୋଇଛି । ଫ୍ଲୋରିଡାରେ ପ୍ରଥମ ପର୍ଯ୍ୟାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି । ଟେକ୍ସାସରେ ବରିଷ୍ଠଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଦିଆଯିବ । ନ୍ୟୁୟର୍କରେ ଟିକାକରଣ ଜାରି ରହିଥିବା ବେଳେ ଶହେରୁ ଅଧିକ ଡୋଜ୍ ନଷ୍ଟ ହୋଇଛି । ଏପରିକି ଗୋଟିଏ ଶିଶିରୁ ଡୋଜ୍ ସରିନଥିବା ବେଳେ ଫୋପାଡ଼ି ଦିଆଯାଇଛି । ଆମେରିକାରେ ଫାଇଜର, ମଡର୍ଣ୍ଣା ଟିକା ଦିଆଯାଉଛି । ଗୋଟିଏ ଫାଇଜର ଭ୍ୟାକ୍ସିନରେ ୬ ଡୋଜ୍ ଥିବାବେଳେ ଆମେରିକାର ସିରିଞ୍ଜ୍ ଶିଶିରୁ ୬ ଡୋଜ୍ ବାହାର କରିବାକୁ ଅକ୍ଷମ ।

Know How Other Vaccinating People In World

ୟୁକେ

ୟୁକେରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ବର୍ଷ ଶେଷ ଓ ଛୁଟି ଯୋଗୁଁ ଧିମେଇ ଯାଇଛି । ଏଥିସହ ଟିକାକରଣ ସମୟ ମଧ୍ୟରେ ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ପ୍ରଥମ ଡୋଜର ୩ରୁ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ ସ୍ଥିର କରାଯାଇଥିବା ବେଳେ ଏବେ ଏହାକୁ ୧୨ ସପ୍ତାହ କରାଯାଇଛି । ପ୍ରଥମ ଡୋଜ୍ ଟିକାରେ ଅଧିକ ଲୋକ କରୋନା ବିରୋଧରେ ୭୦ ପ୍ରତିଶତ ସୁରକ୍ଷା ପାଇବା ଲାଗି ଏଭଳି ନିଷ୍ପତ୍ତି ନେଇଛି ୟୁକେ ।

କରୋନା ଟିକା ନେବାପରେ ୨୯ ଲୋକଙ୍କ ମୃତ୍ୟୁ ! ଫାଇଜର ଟିକାକୁ ନେଇ ଉଠିଲା ପ୍ରଶ୍ନ

ନରୱେ: ନରୱେରେ କରୋନା ଟିକାକୁ ବଡ ଝଟକା  । ଟିକା ନେଇ ୨୯ଜଣଙ୍କର ମୃତ୍ୟୁ ଅଭିଯୋଗ । ନରୱେରେ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋଟେକ ଏବଂ ମଡର୍ଣ୍ଣା ଟିକାକୁ ପ୍ରୟୋଗ କରାଯାଉଛି । ଟିକା ନେବାପରେ ଲୋକମାନେ ଅସୁସ୍ଥ ହୋଇପଡୁଥିବା ସହିତ ୨୯ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ ୭୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି ।

ମୃତକମାନେ ଟିକା ନେବା ପରେ ଡାଇରିଆ, ଜ୍ୱରରେ ଆକ୍ରାନ୍ତ ହେବା ସହିତ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କର ମୃତ୍ୟୁର କାରଣ ସମାନ ରହିଥିବା ଜଣାପଡିଛି । ମୃତକମାନଙ୍କ ବୟସ ୭୫ରୁ ଅଧିକ ହୋଇଥିବା ସୂଚନା ମିଳିଛି  । ନୂଆବର୍ଷର ୪ ଦିନ ପୂର୍ବରୁ ନରୱେରେ ଫାଇଜର ଟିକାକରଣ ଆରମ୍ଭ ହୋଇଥିଲା ।

ଡିସେମ୍ବର ୨୭ରେ କରୋନା ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା ଦେଶରେ ପ୍ରାୟ ୨୫ହଜାର ଲୋକଙ୍କଠାରେ କରୋନା ଟିକା ଦିଆଯାଇଥିଲା । ନରୱେରେ ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇଥିଲେ ସେମାନେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ୨୯ଜଣଙ୍କ ମୃତ୍ୟୁ ହୋଇଥିଲା  । ସମସ୍ତ ମୃତକଙ୍କ ମଧ୍ୟରୁ ପ୍ରାୟ ୧୩ ଲୋକଙ୍କ ଟିକା କାରଣରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ଯଦିଓ ଅନ୍ୟମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

 ମୃତ୍ୟୁବରଣ କରିଥିବା ଲୋକଙ୍କ ବୟସ ୮୦ବର୍ଷରୁ ଉର୍ଦ୍ଧ୍ୱ

ଟିକାକରଣ ପୂର୍ବରୁ କୁହାଯାଇଥିଲା ଯେ, ନରୱେର ଗୋଟିଏ ମେଡ଼ିସିନ ଏଜେନ୍ସି କହିଛି ଯେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ପ୍ରାୟ ୭୫ ବର୍ଷ ଉପରେ ରହିଛି ।  କୁହାଯାଉଛି ଯେ, କିଛି ଲୋକ ଟିକା ନେବାପରେ ସେମାନଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା । ସେମାନଙ୍କ ଶରିରର ତାପମାତ୍ରା ବଢିବା ସହ ସେମାନଙ୍କଠାରେ ସାମାନ୍ୟ ଜ୍ୱର ଦେଖାଯିବା ସହ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ତେବେ ଏଭଳି ଘଟଣା ପରେ ଟିକାକୁ ନେଇ ସନ୍ଦେହ ଉପୁଜିଛି ।

ଆଇସକ୍ରିମରୁ ମିଳିଲା କରୋନା ସଂକ୍ରମଣ, କମ୍ପାନୀର ୧୬୬୨ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷଣ

ବେଜିଂ: ଗତ ୧୪ ମାସ ହେବ କରୋନା ଭାଇରସ୍ ଦୁନିଆରେ ଆତଙ୍କ ସୃଷ୍ଟି କରି ଚାଲିଛି । ବର୍ତ୍ତମାନ ଏହି ଭାଇରସକୁ ନେଇ ଆହୁରି ଭୟଙ୍କର ଖବର ସାମ୍ନାକୁ ଆସିଛି । ଚିନରୁ ଏକ ଏମିତି ଭୟଙ୍କର ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଆଇସକ୍ରିମରୁ ମିଳିଛି କରୋନା ଭାଇରସର ନମୁନା । ଏପର୍ଯ୍ୟନ୍ତ ସୁଦ୍ଧା ତିନୋଟି ନମୁନା ପଜିଟିଭ ବୋଲି ଚିହ୍ନଟ ହୋଇଯାଇଛି । ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ମିଲ୍କ ପାଉଡରରେ ତିଆରି ଆଇସକ୍ରିମ ନ୍ୟୁଜିଲ୍ୟାଣ୍ଡ ଏବଂ ୟୁକ୍ରେନରୁ ଆସିଥିଲା । ସେଥିରୁ ସଂକ୍ରମଣ ଚିହ୍ନଟ ହେବାପରେ ବର୍ତ୍ତମାନ ଏହି ଆଇସକ୍ରିମ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ବ୍ୟତୀତ ସମସ୍ତ ପୁରୁଣା ଏବଂ ନୂଆ ଷ୍ଟକ୍ ପରୀକ୍ଷା କରାଯାଉଛି ।

ଏହି ମାମଲା ଉତ୍ତର ଚିନର ତିଆନଜିନ୍ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳର । ଯେଉଁଠାରେ କୋଭିଡ -19 ମହାମାରୀ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ତିନୋଟି ଆଇସକ୍ରିମ ନମୁନାରେ କରୋନା ସଂକ୍ରମଣ ମିଳିଛି । କୁହାଯାଉଛି ଯେ, ଏହି ଆଇସକ୍ରିମ ତିଆରି କରିଥିବା ଡାକିଡୋ ଫୁଡ୍ କମ୍ପାନୀର ଅନେକ କର୍ମଚାରୀ ଏହି ଆଇସ୍କ୍ରିମର କ୍ୟାନଗୁଡ଼ିକ ସଂସ୍ପର୍ଶରେ ଆସିଥିଲେ । କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ ୧୬୬୨ କର୍ମଚାରୀଙ୍କ ଉପରେ ନଜର ରଖାଯାଉଛି । ଆହୁରି ମଧ୍ୟ, ସମସ୍ତ କରୋନା ପରୀକ୍ଷା କରାଯାଉଛି । ଯଦିଓ ଏପର୍ଯ୍ୟନ୍ତ ସୁଦ୍ଧା ୭୦୦ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି ।

ଏନେଇ ଡାକ୍ତରଙ୍କ ମତାମତ କ’ଣ ରହିଛି  ?

ତେବେ ଏନେଇ ୟୁନିଭରସିଟି ଅଫ୍ ଲିଡ୍ସର ଡାକ୍ତର ଷ୍ଟିଫେନ୍ ଗ୍ରିଫିନ୍ କହିଛନ୍ତି ଯେ, ବର୍ତ୍ତମାନ ଆଇସକ୍ରିମରେ ସଂକ୍ରମଣ ହେବାର ଆଶଙ୍କା ନାହିଁ। ସେମାନେ କହିଛନ୍ତି ଯେ, ହୁଏତ ଏହି ଭାଇରସ କୌଣସି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଆସିଥାଇପାରେ । ଏହା ବ୍ୟତୀତ ଡକ୍ଟର ଷ୍ଟିଫେନ୍ ଆହୁରି ମଧ୍ୟ କହିଛନ୍ତି ଯେ ଚାଇନା କମ୍ପାନୀରେ ଏହି ଆଇସ୍କ୍ରିମ୍ ତିଆରି କରାଯାଉଥିବା ବେଳେ ସେଠାରେ ସ୍ୱଚ୍ଛତାର ଅଭାବ ରହିଛି । ଏହାସହ ଆଇସକ୍ରିମକୁ ଥଣ୍ଡା ତାପମାତ୍ରାରେ ରଖାଯାଏ ଫଳରେ ଏଥିରେ ଭାଇରସ ବଞ୍ଚିବାର ସମ୍ଭାବନା ବଢିଯାଏ ।

ନିରନ୍ତର ପରୀକ୍ଷା କରାଯାଉଛି

ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଏହି ଆଇସକ୍ରିମ ବିକ୍ରୟ ବ୍ୟବସାୟରେ ନିୟୋଜିତ ଥିବା ଲୋକଙ୍କୁ ମଧ୍ୟ ପରୀକ୍ଷା କରାଯିବ । ଏହା ବ୍ୟତୀତ, ସେହି ସବୁ ଜିନିଷଗୁଡିକ ମଧ୍ୟ ପରୀକ୍ଷା କରାଯାଉଛି, ଯେଉଁଥିରୁ ଆଇସ୍କ୍ରିମ୍ ତିଆରି ହୋଇଥାଏ । କୁହାଯାଉଛି ଯେ ୪୮୩୬ ବାକ୍ସ ମଧ୍ୟରୁ ୨୦୮୯ ଆଇସକ୍ରିମ ବାକ୍ସକୁ ଏପର୍ଯ୍ୟନ୍ତ ସିଲ୍ କରାଯାଇଛି ।

ବିଦ୍ୟୁତ୍ ତାର ସଂସ୍ପର୍ଷ ଆସି ଜଳିଗଲା ଯାତ୍ରୀବାହୀ ବସ୍, ୬ମୃତ

ଜାଲୋର: ରାଜସ୍ତାନର ଜାଲୋରରେ ଗତ ରାତିରେ ବସରେ ନିଆଁ ଲାଗିଯିବାରୁ ୬ ଯାତ୍ରୀଙ୍କ ମୃତ୍ୟୁ ବରଣ କରିଛନ୍ତି । ଏହି ଯାତ୍ରୀବାହୀ ବସଟି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସିଯାଇଥିଲା ଏହାପରେ ସଙ୍ଗେ ସଙ୍ଗେ ବସରେ ନିଆଁ ଲାଗିଯାଇଥିଲା । ଆଉ ଦେଖୁ ଦେଖୁ ବସରେ ଥିବା ଯାତ୍ରୀମାନେ ବସରେ ଫଶି ଯାଇଥିଲେ  । ଏବଂ ଏଥିରେ ୬ଜଣଙ୍କ ଜୀବନ ଯିବା ସହ ୭ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣାଟି ଜାଲୋରର ମହେସପୁରରେ ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସାଳୟକୁ ପଠାଇଛନ୍ତି ।

ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ରାସ୍ତା ବାଉଳା ହୋଇ ଗୋଟିଏ ଗାଁ ଭିତରକୁ ପଶିଯାଇଥିଲା । ସେଠାରେ ବିଦ୍ୟୁତ ତାର ଝୁଲିଥିବାର ଦେଖି ବସ୍ ଚାଳକ ବସଟିକୁ ରୋକି ଦେଇଥିଲା । ଏହାପରେ ବସ୍ କଣ୍ଡକ୍ଟର ବସ ଉପରେ ଚଢି ଗୋଟିଏ ବାଡ଼ି ସାହାଯ୍ୟରେ ବିଦ୍ୟୁତ ତାରଟିକୁ ଉପରକୁ ଉଠାଇ ବସ ବାହାର କରିବାକୁ ଚେଷ୍ଟା କରିଥିଲେ । ତେବେ ବାଡ଼ିଟିରୁ ବିଦ୍ୟୁତ ତାର ଖସି ଯାଇ କଣ୍ଡକ୍ଟର ଗଳାରେ ଛନ୍ଦି ହୋଇଯାଇଥିଲା ଫଳରେ ବସଟି ବିଦ୍ୟୁତ ତାର ସଂସ୍ପର୍ଷ ଆସି ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ହିଁ କଣ୍ଡକ୍ଟର ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଯୋଗ୍ୟ ଯେ,  ରାଜସ୍ଥାନରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି  । ଜାନୁଆରୀ ୧୪ରେ, ଖବର ପ୍ରକାଶ ପାଇଲା ଯେ ବିଳମ୍ବିତ ରାତିରେ ଯୋଧପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଟ୍ୟାଙ୍କର ଏବଂ ତେଲରେ ଭର୍ତି ହୋଇଥିବା ଟ୍ରେଲରରେ ମୁହାଁମୁହିଁ ଧକ୍କା ହେବା ପରେ ଟ୍ୟାଙ୍କରରେ ଅଗ୍ନିକାଣ୍ଡରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିଲା । ଦୁର୍ଘଟଣା ପରେ ପ୍ରାୟ ଦେ ୧୨ଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ବହୁ କଷ୍ଟରେ ଆୟତ୍ତ କରିଥିଲେ। ଏହି ସମୟ ମଧ୍ୟରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଯାଇଥିଲା ।

ମେଲବର୍ଣ୍ଣ ଶତକ ପରେ ଲଗାତାର ୩ ପାଳି ନିରାଶ କଲେଣି ରାହାଣେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନରେ ଖେଳା ଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ପୁଣି ଭାରତକୁ ନିରାଶ କରିଛନ୍ତୁ ଟପ୍ ୪ ବ୍ୟାଟ୍ୟମ୍ୟାନ୍ । ଭାରତ ପକ୍ଷରୁ ଶୁଭମନ ଗିଲ୍ (୭), ରୋହିଥ ଶର୍ମା (୪୪), ଚେତେଶ୍ୱର ପୂଜାରା (୨୪) ଓ ଅଜିଙ୍କ୍ୟ ରାହାଣେ (୩୭) ରନ୍ କରି ଆଉଟ୍ ହୋଇଛନ୍ତି ।

Ajinkya Rahane India Vs Australia Brisbane Test Team India

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୬୯ ରନ୍ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆକୁ ଦୃଢ଼ ଜବାବ ଦେବେ ବୋଲି ଆଶା କରୁଥିଲେ କ୍ରିକେଟ୍ ପ୍ରେମୀ । ତେବେ, କ୍ରିଜରେ ଆଶାର ଓଲଟା ଫଳ ଦେଖିବାକୁ ମିଳିଛି । ଶୁଭମନ୍ ଗିଲ୍ ୭ ରନରେ ଆଉଟ୍ ହୋଇଛନ୍ତି ।

Ajinkya Rahane India Vs Australia Brisbane Test Team India

କ୍ୟାରିୟରର ଶହେ ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଲିୟୋନଙ୍କ ବଲରେ ୪୪ ରନ୍ କରି କ୍ୟାଚ୍ ଆଉଟ୍ ହୋଇଛନ୍ତି ରୋହିତ ଶର୍ମା । ହେଜଲବୁଡ୍, ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ନେଇଥିବା ବେଳେ ଅଧିନାୟକ ଅଜିଙ୍କ ରାହାଣେଙ୍କ ୱିକେଟ୍ ନେଇଛନ୍ତି ମିଶେଲ ଷ୍ଟାର୍କ ।

Ajinkya Rahane India Vs Australia Brisbane Test Team India

ମେଲବର୍ଣ୍ଣରେ ଶତକ ମାରି ଭାରତକୁ ଐତିହାସିକ ବିଜୟ ଦେଇଥିବା ଅଜିଙ୍କ୍ୟ ରାହାଣେ ଲଗାତାର ୩ ପାଳି ହେଲା ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି । ସିଡନୀ ଟେଷ୍ଟର ପ୍ରଥମ ପାଳିରେ ରାହାଣେ ୨୨ ରନ୍ କରିଥିବା ବେଳେ ଦ୍ୱିତୀୟ ପାଳିରେ ୪ ରନ୍ କରି ଆଉଟ୍ ହୋଇଥିଲେ ।

Ajinkya Rahane India Vs Australia Brisbane Test Team India

ରାହାଣେ ବ୍ରିସେବେନରେ ବି ନୈରାଶଜନକ ପ୍ରଦର୍ଶନ କରିଥିଲେ । ପ୍ରଥମ ପାଳିରେ ୩୭ ରନ୍ କରି ଆଉଟ୍ ହୋଇଥିଲେ । ଏହାବ୍ୟତୀତ୍ ଫିଲ୍ଡିଂରେ ବି ରାହାଣେ କ୍ୟାଚ୍ ଛାଡ଼ୁଛନ୍ତି । ମିଡିଲ୍ ଅର୍ଡରରେ ଖେଳୁଥିବା ରାହାଣେଙ୍କ ପ୍ରଦର୍ଶନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିଛି ।

Ajinkya Rahane India Vs Australia Brisbane Test Team India

ଟିମରେ ଅଧିନାୟକ ବିରାଟ କୋହଲି ନାହାଁନ୍ତି । ଏମିତିରେ ରାହାଣେଙ୍କ ନୈରାଶଜନକ ପ୍ରଦର୍ଶନ ଦଳ ପାଇଁ କ୍ଷତିକାରକ ପାଲଟିଛି । ଭାରତ ପାଖରେ ସିରିଜ୍ ଜିତିବାର ସୁଯୋଗ ରହିଛି । ତେବେ, ଭାରତ ଚତୁର୍ଥ ଟେଷ୍ଟକୁ ଡ୍ର କରିଦେଲେ ସିରିଜ୍ ୧-୧ରେ ବରାବର ହୋଇଯିବ । ଏମିତି ହେଲେ ବି ବର୍ଡର ଗାଭାସ୍କର ଟ୍ରଫି ଭାରତ ପାଖରେ ହିଁ ରହିବ ।

ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍, ୫ ଗୋରୁ ମୃତ

ଭଦ୍ରକ/ସୋର: ଭଦ୍ରକ-ଧାମନଗର ରାସ୍ତା ଭଣ୍ଡାରୀପଦି ଛକ ନିକଟରେ ଦୁର୍ଘଟଣା ଘଟିଛି । ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୫ ଗାଈଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନରୁ ୨୫ ଗୋରୁଙ୍କୁ ଉଦ୍ଧାର କରାଯାଇଚି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Vehicle Carrying Cattle Overturns In Bhadrak, 5 Cows Dies

ଉତ୍ତ୍ୟକ୍ତ ଲୋକ ଭଣ୍ଡାରୀପଦି ଛକରେ ଭଦ୍ରକ-ଧାମନଗର ରାସ୍ତା ଅବରୋଧ କରିଛନ୍ତି । ବେଆଇନ୍ ଭାବେ ଗୋରୁ ଚାଲାଣ ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭଦ୍ରକ ଦେଇ ପୂର୍ବରୁ ବିଭିନ୍ନ ସମୟରେ ଏଭଳି ବେଆଇନ୍ ଗୋରୁ ଚାଲାଣ ବେଳେ ମଧ୍ୟ ଗୋରୁ ବୋଝେଇ ଗାଡ଼ି ଧରାପଡ଼ିଥିଲା ।

Vehicle Carrying Cattle Overturns In Bhadrak, 5 Cows Dies

ଅନ୍ୟପଟେ ଭଦ୍ରକରୁ ବାଲେଶ୍ୱର ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ୍ ଜବତ କରିଛି ସିମୁଳିଆ ଥାନା ପୋଲିସ । ୧୬ ନମ୍ବର ଜାତୀୟ ରାଜପଥର ସିମୁଳିଆ କଲେଜ ଛକ ନିକଟରୁ ୬ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରାଯାଇଛି । ଏଥିରେ ଥିବା ୧୦୩ ଗାଈଙ୍କୁ ଉଦ୍ଧାର କରିଛି ସିମୁଳିଆ ପୋଲିସ ।

ବିଦ୍ୟାଳୟ ପରିଦର୍ଶନ କଲେ 5T ସଚିବ ଭି.କେ. ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ୍ ରବିବାର ସକାଳୁ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଜଧାନୀର ୫ଟି ବିଦ୍ୟାଳୟ ବୁଲି ଦେଖିଛନ୍ତି 5T ସଚିବ । ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲର ସମସ୍ୟା ନେଇ ଆଲୋଚନା କରିଛନ୍ତି ।

5T Secretary VK Pandian Visits 5 Schools In Bhubaneswar

ହାଇସ୍କୁଲରେ ଥିବା ସାଇନ୍ସ ଲାବ, ସ୍ମାର୍ଟ କ୍ଲାସରୁମ୍, ରାଇବ୍ରେରୀ ରିଡିଂ ରୁମ୍, ଖେଳ ସୁବିଧା ସହ ଦଶମରେ A1 ଗ୍ରେଡ୍ ପରୀକ୍ଷା ଫଳ ନେଇ 5T ସଚିବ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ହାଇସ୍କୁଲ୍ ଗୁଡ଼ିକରେ ଏବେ ଥିବା ଭିତ୍ତିଭୂମି ଏବଂ କଣ କରାଗଲେ ଏଥିରେ ସୁଧାର ଆସିପାରିବ ସେନେଇ ନେଇ 5T ସଚିବ ପାଣ୍ଡିଆନ୍ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି ।

5T Secretary VK Pandian Visits 5 Schools In Bhubaneswar

ଏଥିସହ ସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ କିଭଳି ଚାଲିଛି ଏବଂ ଏହାର ପ୍ରଭାବ କିଭଳି ସେ ନେଇ ଆଲୋଚନା କରିଛନ୍ତି 5T ସଚିବ ପାଣ୍ଡିଆନ୍ ।

5T Secretary VK Pandian Visits 5 Schools In Bhubaneswar

ବିଦ୍ୟାଳୟରେ କିଭଳି ସାମଗ୍ରିକ ଭିତ୍ତିଭୂମିରେ ସୁଧାର ଅଣାଯିବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ ଲାଗି ଅନୁକୂଳ, ପ୍ରେରଣାଦାୟୀ, ବୈଜ୍ଞାନିକ ଶୈଳୀରେ ଶିକ୍ଷା ଉପରେ 5T ସଚିବ ଭି.କେ ପାଣ୍ଡିଆନ୍ ଗୁରୁତ୍ୱାରୋପ କରିଛନ୍ତି । 5T ସଚିବଙ୍କ ବିଦ୍ୟାଳୟ ପରିଦର୍ଶନ ବେଳେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ ।

ଦେଶର କେଉଁ କେଉଁ ରାଜ୍ୟରେ ବ୍ୟାପିଛି ବାର୍ଡ ଫ୍ଲୁ ? ଜାଣନ୍ତୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା କେତେ ସୁରକ୍ଷିତ…

ନୂଆଦିଲ୍ଲୀ: ଦେଶର କେତେକ ଭାଗରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଶନିବାର ମହାରାଷ୍ଟ୍ରରେ ବାର୍ଡ ଫ୍ଲୁରେ ଆଉ ୯୮୩ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ବାର୍ଡ ଫ୍ଲୁରେ ପକ୍ଷୀଙ୍କ ମୃତ୍ୟୁସଂଖ୍ୟା ୫ ହଜାର ୧୫୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ରାଜ୍ୟର ଲାଟୁରରେ ସର୍ବାଧିକ ୨୫୩ ପକ୍ଷୀଙ୍କ ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଛି ।

Bird Flu, Cooked Chicken And Eggs Are Safe For Health Know

ଅନ୍ୟପଟେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ କୁକୁଡ଼ା ଜାତୀୟ ସାମଗ୍ରୀ ଉପରେ କଟକଣା ଲଗାଇବା ଉପରେ ପୁଣି ଭାବିବାକୁ କହିଛନ୍ତି । କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି- ଲୋକମାନେ ଅଣବୈଜ୍ଞାନିକ ସମ୍ମତ କଥାରେ ପଡ଼ି ଭ୍ରମିତ ହୁଅନ୍ତୁ ନାହିଁ । ବାର୍ଡ ଫ୍ଲୁ ବ୍ୟାପିନଥିବା ଅଞ୍ଚଳର କୁକୁଡ଼ା ମାଂସ ଓ ଅଣ୍ଡା ରୋଷେଇ କରି ଖାଇବା ସୁରକ୍ଷିତ ।

Bird Flu, Cooked Chicken And Eggs Are Safe For Health Know

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି- କଟକଣା କୁକୁଡ଼଼ା ଚାଷୀ ଓ ଅଣ୍ଡା ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିବ । ପୂର୍ବରୁ କୋଭିଡ୍ ଲକଡାଉନ୍ ଯୋଗୁଁ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା । ତେଣୁ, ବାର୍ଡ ଫ୍ଲୁ ବ୍ୟାପିନଥିବା ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ଉପରେ କଟକଣା ଲଗାଇବା ପୂର୍ବରୁ ରାଜ୍ୟ ସରକାର ଆଉ ଥରେ ଭାବନ୍ତୁ । ରନ୍ଧା ଯାଇଥିବା କୁକୁଡ଼ା ମାଂସ ଓ ଅଣ୍ଡା ସୁରକ୍ଷିତ ବୋଲି ମନ୍ତ୍ରଣାଳୟ କହିଛି ।

Bird Flu, Cooked Chicken And Eggs Are Safe For Health Know

ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜାନୁଆରୀ ୧୬ ସୁଦ୍ଧା ମହାରାଷ୍ଟ୍ରର ଲାଟୁର, ପୁନେ, ସୋଲାପୁର, ଅହମ୍ମଦନଗର, ରାୟଗଡ଼ ଜିଲ୍ଲାର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ମିଳିଛି । ଏହାଛଡ଼ା ମଧ୍ୟପ୍ରଦେଶର ଛତ୍ରପୁର, ଗୁଜରାଟର ସୁରଟ, ନବସାରୀ ଓ ନର୍ମଦା, ଉତ୍ତରାଖଣ୍ଡର ଡେରାଡୁନ୍, ଉତ୍ତରପ୍ରଦେଶର କାନପୁର ଏବଂ ଦିଲ୍ଲୀରେ ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇଛି ।

୨ ଦିନ ଯାଏ ଅସ୍ତବ୍ୟସ୍ତ କରିବ ଘନକୁହୁଡି, ୭ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: କମିଲା ଶୀତ, ବଢିଲା ତାପମାତ୍ରା । ଆସନ୍ତା ୨ ଦିନ ଯାଏ ଅସ୍ତବ୍ୟସ୍ତ କରିବ ଘନକୁହୁଡି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ଯୁକ୍ତ ପବନ ପ୍ରଭାବରେ ରାଜ୍ୟରେ କୁହୁଡି ଅନୁଭୂତ ହେଉଛି । ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳରେ ବ୍ୟଘାତ ସୃଷ୍ଟି ହେଉଛି ।

SRC Issues Dense Fog Alert To Some District Of Odisha

ତେବେ ଆସନ୍ତା ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲା ଗୁଡିକରେ ଦୃଶ୍ୟମାନ କ୍ଷମତା ୨ଶହ ମିଟରରୁ କମ୍ ରହିବ ।

ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶାରେ ସ୍ୱଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପାମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଥାନା ବାହିୟାମ ଗାଁରେ । ମାଆକୁ ହତ୍ୟା କରିବା ପରେ ପୁଅ ଫେରାର୍ ଥିବା ଜଣାପଡ଼ିଛି ।

Son Murdered Mother For Money In Rajgangpur

ମାରଣାସ୍ତ୍ରରେ ହତ୍ୟା କରି ମାଆର ମୁଣ୍ଡ ଗଣ୍ଡି ସାନପୁଅ ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି । ଘରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହ ଓ ମାଆ ଟଙ୍କା ନଦେବାରୁ ପୁଅ ହତ୍ୟା କରିଥିବା କୁହାଯାଉଛି । ହତ୍ୟାକାରୀ ପୁଅକୁ ଗିରଫ ପାଇଁ ରାଜଗାଙ୍ଗପୁର ଥାନା ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।