spot_img
Home Blog Page 611

ଶୁଣିଲାନି ପ୍ରଶାସନ: ନିଜସ୍ଵ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଲୋକେ

ଶୁଣୁନି ପ୍ରଶାସନ । ନିଜସ୍ଵ ଉଦ୍ୟମରେ କାଠପୋଲ ନିର୍ମାଣ କରୁଛନ୍ତି ଲୋକେ । ପ୍ରତିବର୍ଷ ଲୋକେ ଏଭଳି ସଂଘର୍ଷ କରୁଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର କୁଚେଣ୍ଡି ନଦୀ ଉପରେ ନାହିଁ ସ୍ଥାୟୀ ପୋଲ । ଫଳରେ ଗ୍ରାମବାସୀ ମିଶି ନିଜସ୍ଵ ଉଦ୍ୟମରେ କାଠପୋଲ ନିର୍ମାଣ କରୁଛନ୍ତି ହେଲେ ବର୍ଷା ଦିନେ ତାହା ଭାସିଯାଉଛି । ଯାହାଫଳରେ ଲୁଇସିଂ ପଞ୍ଚାୟତରେ ରହୁଥିବା ୨ ହଜାରରୁ ଉର୍ଦ୍ଧ୍ଵ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାର, ହାଟ, ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପାରୁନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଚଳିତ ଥର ଲଗାଣ ବର୍ଷାରେ କୁଚେଣ୍ଡି ନଦୀ ଉପରେ ଥିବା କାଠପୋଲ ଧୋଇ ଯାଇଥିଲା । ଲୋକେ ସମସ୍ୟା ସଂପର୍କରେ ଅନେକ ଥର ପ୍ରଶାସନ ସମେତ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବାଧ୍ଯ ହୋଇ ତଳ ଡାଙ୍ଗାଣାମ, ଉପର ଡାଙ୍ଗାଣାମ, ଶାଗଜଲା, ପାନପଦର, କଟଡି ସିରା, ବାଗ ନୁରୀ, ଟୁକୁ ଭଳି ୧୧ ରୁ ଉର୍ଦ୍ଧ୍ଵ ଗାଁ ଲୋକେ ମିଶି ନଦୀ ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । କେବେ କୁଚେଣ୍ଡି ନଦୀ ଉପରେ ବ୍ରିଜ ନିର୍ମାଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଗାଁକୁ ନାହିଁ ପକ୍କା ରାସ୍ତା: କାଦୁଅ ପଚପଚ ରାସ୍ତା ସାଜିଛି ଯୋଗାଯୋଗର ମାଧ୍ୟମ

ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । କିପରି କାଦୁଅରେ ପରିପୂର୍ଣ୍ଣ ହୋଇଛି ରାସ୍ତା । ଚାଲିଯିବା ବି ମୁସ୍କିଲ ହୋଇପଡୁଛି । ଏଥିରେ ଆମ୍ବଲାନ୍ସ ବା ଯିବ କେମିତି ? ବାଧ୍ୟ ହୋଇ ଖଟିଆରେ ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣୁଛନ୍ତି ରୋଗୀଙ୍କ ସଂପର୍କୀୟ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ମିଞ୍ଜାପଡା ଗାଁରୁ । ମିଞ୍ଜାପଡା ଗାଁଟି ମୁଖ୍ୟ ରାସ୍ତା ଠାରୁ ଦୁଇ କିଲୋମିଟର ଦୂରର ଥିଲେ ମଧ୍ୟ ଦୀପତଳ ଅନ୍ଧାର ଭଳି ଏଠାରେ ରହୁଥିବା ୨ ଶହରୁ ଉର୍ଦ୍ଧ୍ଵ ଲୋକଙ୍କ ଭାଗ୍ୟ ଏବେବି ଅନ୍ଧାରରେ ରହିଛି । ଗାଁକୁ ଯିବାକୁ ହେଲେ ପକ୍କା ରାସ୍ତା ଟିଏ ନଥିବାରୁ ଖରାଦିନ ଲୋକେ ଯେଣତେଣ ପ୍ରକାରେ ଯିବା ଆସିବା ତ କରିଦିଅନ୍ତି ହେଲେ ବର୍ଷା ଦିନେ ସମସ୍ଯା ଦ୍ଵିଗୁଣିତ ହୋଇ ଯାଉଛି ।

ସେପଟେ ଏହି ରାସ୍ତାଦେଇ ଦୈନିକ ଅନେକ ଲୋକ ସାଙ୍ଗକୁ ଛାତ୍ରଛାତ୍ରୀ ଯାଆସ କରୁଛନ୍ତି । ରାସ୍ତା ଦୂରାବସ୍ଥା ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ମିଞ୍ଜାପଡା ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢା

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢା । ଅବ୍ୟବସ୍ଥା ଘେରରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୬୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନାହିଁ । ଫଳରେ ଖରା ହେଉ ବା ବର୍ଷା, ବର୍ଷ ତମାମ ସ୍କୁଲ ବାରଣ୍ଡାରେ ଚାଲୁଛି ପିଲାଙ୍କ ପାଠପଢା । ବାରଣ୍ଡାରେ ପାଠପଢା ହେଉଥିବାରୁ ଠିକ ଭାବରେ ପାଠ ପଢା ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ସ୍କୁଲରେ କୋଠରୀ କମ ଥିବାରୁ ସ୍କୁଲକୁ ଆସୁଥିବା ଶିକ୍ଷଣୀୟ ସାମଗ୍ରୀ, ଏମଡିଏମ ଚାଉଳ ମଧ୍ୟ ରଖିବାକୁ ସ୍ଥାନ ନଥିବାରୁ ତାହା ମଧ୍ୟ ନଷ୍ଟ ହେଉଛି । ଶ୍ରେଣୀ ଗୃହ ଅଭାବ ନେଇ ପ୍ରଶାସନ ନିକଟରେ ସ୍କୁଲ କମିଟି ପକ୍ଷରୁ ବାରାମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଅନ୍ୟପଟେ ଅଭିଯୋଗକୁ ସ୍ଵୀକାର କରିବା ସହ ଖୁବଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି କହିଛନ୍ତି ବିଇଓ । କେବେ ହିଆଁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ୟାର ସମାଧାନ ହେବ ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଫେରୁଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ଫେରୁଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ଭାରତୀୟ ସମୟ ୪ଟା ୪୫ରେ ଆରମ୍ଭ ହୋଲା ଅନଡକିଂ ପ୍ରକ୍ରିୟା। ଆଇଏସଏସ ଷ୍ଟେସନରୁ ଅଲଗା ହୋଇ ପୃଥିବୀ ଅଭିମୁଖେ ଡ୍ରାଗନ କ୍ୟାପସୁଲ। ପ୍ରାୟ ୨୨ ଘଣ୍ଟା ଯାତ୍ରା କରିବା ପରେ ଆସନ୍ତାକାଲି ଅପରାହ୍ନ ୩ଟାରେ ପହଞ୍ଚିବେ। କାଲିଫର୍ଣ୍ଣିଆ ସାଗରରେ ଡ୍ରାଗନ ଅବତରଣ କରିବ ଡ୍ରାଗନ କ୍ୟାପସୁଲ। ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ପୃଥିବୀକୁ ଫେରୁଛନ୍ତି।

ଗତ ଜୁନ ୨୫ରେ ଆମେରିକାର କେନେଡି ସ୍ପେସ ସେଣ୍ଟରରୁ ଆଇଏସଏସକୁ ଯାଇଥିଲେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଜୁନ ୨୬ରେ ଆଇଏସଏସରେ ହୋଇଥିଲା ଡକିଂ। ଶୁଭାଂଶୁଙ୍କ ସହିତ, ଏହି ମିଶନରେ ଆମେରିକୀୟ ମହାକାଶଚାରୀ ପେଗି ହ୍ବିଟସନ, ପୋଲାଣ୍ଡର ସ୍ଲାଭୋସ ଉଜନାନସ୍କି ୱିସନିୱସ୍କି ଓ ହଙ୍ଗେରିର ଟିବୋର୍‌ କାପୁ ସାମିଲ ଅଛନ୍ତି। ଏହି ଟିମ୍ ଜୁନ ୨୫ରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ୍‌ରେ ଫାଲକନ ରକେଟ୍‌ରେ ଯାତ୍ରା କରିଥିଲେ। ଶୁଭାଂଶୁ ଶୁକ୍ଳା ସେଠାରେ ଭାରତ ପାଇଁ ସାତଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିଛନ୍ତି। ଏହା ବ୍ୟତୀତ, ସେ ISRO ଏବଂ NASA ସହ ସହଭାଗୀତାରେ ପାଞ୍ଚଟି ପରୀକ୍ଷଣ କରିଛନ୍ତି। ସେ ସ୍ପ୍ରାଉଟ୍ସ ପ୍ରୋଜେକ୍ଟରେ ବି କାମ କରିଥିଲେ। ବିଗତ ୧୯୮୪ରେ ପ୍ରଥମ ଭାରତୀୟ ଭାବେ ମହାକାଶ ଯାଇଥିଲେ ରାକେଶ ଶର୍ମା।

ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଭୁବନେଶ୍ବରରେ ପହଞ୍ଚିଛନ୍ତି ମହାମହିମ

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରେ ପହଞ୍ଚିଛନ୍ତି ମହାମହିମ । ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ଭୁବନେଶ୍ବର ସିଜୁଆ ସ୍ଥିତ AIIMS ହସପିଟାଲରେ ପହଞ୍ଚିବେ ରାଷ୍ଟ୍ରପତି । AIIMS ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ରଖିବା ସହିତ ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବେ । ସେହିପରି ୩୧ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ସଫଳତା ପାଇଁ ୫୯ଟି ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ସେଠାରୁ ୬ଟା ୪୫ରେ ବାହାରି ସିଧା ରାଜଭବନ ଯାଇ ରାତ୍ରୀଯାପନ କରିବେ । ୧୫ ତାରିଖରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।

ସକାଳ ୧୦ରୁ ରାଜଭବନରୁ ବାହାରି ୧୦ଟା ୫୦ରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳରରେ ପହଞ୍ଚିବେ । ୧୧ଟାରୁ ୧୨ ଯାଏଁ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୧୨ଟା ୨୦ରେ ରେଭେନ୍ସା ଗାର୍ଲ୍ସ ହାଇସ୍କୁଲ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ଆଦିକବି ଶାରଳା ଦାସଙ୍କ ମାଲ୍ଯାର୍ପଣ କରିବେ । ଏହାପରେ ୪ଟାରୁ ୫ ଟା ଯାଏଁ ଇଣ୍ଡୋର ଷ୍ଟାଡିୟମରେ ଶାରଳା ସାହିତ୍ଯ ସଂସଦ ଦ୍ବାରା ଆୟୋଜିତ ଶାରଳା ଦାସଙ୍କ ୬ଶହ ତମ ଜନ୍ମ ଜୟନ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ବାହାରି ୬ଟା ବେଳେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ଦିଲ୍ଲୀ ଫେରିଯିବେ ।

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତୀ ଉଦ୍ୟମ ଘଟଣା: ନିଲମ୍ବିତ କଲେଜ ପ୍ରିନ୍ସପାଲ ଦିଲ୍ଲୀପ ଘୋଷ ଗିରଫ

ବାଲେଶ୍ବର: ନିଲମ୍ବିତ କଲେଜ ପ୍ରିନ୍ସପାଲ ଦିଲ୍ଲୀପ ଘୋଷ ଗିରଫ । ସହଦେବ ଖୁଣ୍ଟା ପୋଲିସ ତାଙ୍କୁ ଗିରଫ କରିଛି  । ଏଫଏମ କଲେଜ ଛାତ୍ରୀ ଆତ୍ମାହୁତୀ ଉଦ୍ୟମ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି FM ଛାତ୍ରୀ । ଭୁବନେଶ୍ଵର ଏମସରେ ଚାଲିଛି ଚିକିତ୍ସା । ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଦିଲ୍ଲୀ ଏମ୍ସର ଟିମ୍ ସହିତ ଆଲୋଚନା କରି ଚିକିତ୍ସା । ପୀଡ଼ିତାଙ୍କ ଡାଏଲିସିସ୍ ଚାଲିଛି । ତାଙ୍କ ଶରୀରରର ୯୫ ପ୍ରତିଶତ ଜଳି ଯାଇଛି ।
ପେଟ୍ରୋଲ ଢାଳି ସେ ନିଆଁ ଲଗାଇଥିଲେ । 

ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍। ପୀଡିତାଙ୍କ ସମ୍ପର୍କୀୟ ଭାଇଙ୍କୁ ଡାକି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଘଟଣାକୁ ୪୦ ଘଣ୍ଟା ବିତିଥିଲେ ବି ଏଯାଏଁ ମୁଖ୍ୟ ଅଭିଯୁକ୍ତ କଲେଜ ଅଧ୍ୟକ୍ଷ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ପୀଡିତାଙ୍କ ଭାଇ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିଜେଡି ଟିମ୍

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିଜେଡି ଟିମ୍। ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେଡିର ୩ ଜଣିଆ ଟିମ୍। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ଭେଟିବେ ଟିମ୍।

ରାଜଧାନୀରେ ଫାଟିଲା ପାଇପ୍‌ ଲାଇନ୍‌: ପ୍ରାୟ ୩୦ ଫୁଟ ଉପରକୁ ଉଠିଲା ପାଣି

ଭୁବନେଶ୍ବର:  ଭୁବନେଶ୍ବର ଜୟଦେବ ଭବନ ସମ୍ମୁଖରେ ଫାଟିଲା ଜନସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ପାଇପ ଲାଇନ। ପାଇପ୍ ଲାଇନ ଲକ ଫାଟିଯିବାରୁ ପାଣି ବୋହିବାରେ ଲାଗିଛି। ପ୍ରାୟ ୩୦ ଫୁଟ ଉପରକୁ ଉଠୁଛି ପାଣି। ପାଣି ଉପରକୁ ଉଠି ୩୩ କେଭି ବିଦ୍ୟୁତ ଲାଇନକୁ ସଂଯୋଗ କରୁଛି। ଅଧଘଣ୍ଟା ବିତିଥିଲେ ବି ପିଡବ୍ଲୁଡି କର୍ମଚାରୀଙ୍କ ଦେଖା ଦର୍ଶନ ନାହିଁ।

ଘୃଣା ସୃଷ୍ଟି କରୁଥିବା କଣ୍ଟେଣ୍ଟ ଉପରେ ଲାଗିବ ଲଗାମ୍‌: କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ହେଟ ସ୍ପିଚ (ଘୃଣ୍ୟ ମନ୍ତବ୍ୟ)କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ’ମତବ୍ୟକ୍ତର ସ୍ବାଧିନତା’ ନାମରେ ସବୁକିଛି ଯଥାର୍ଥ କରିବାକୁ ପ୍ରୟାସ କରାଯାଉଛି । ଏହା ନିଶ୍ଚିତ ଭାବେ ବିପଦଜ୍ଜନକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ନ୍ୟାୟମୂର୍ତ୍ତୀ ବିଭି ନାଗରତ୍ନା ଓ ନ୍ୟାୟମୂର୍ତ୍ତୀ ଅଗଷ୍ଟିନ ଜର୍ଜ ଫ୍ରାନସିସ ବିଶ୍ବନାଥନଙ୍କ ବେଞ୍ଚ ଦ୍ବାରା ଏହି ଶୁଣାଣି କରାଯାଇଥିଲା । ବେଞ୍ଚ ପକ୍ଷରୁ କୁହାଯାଇଛି, ଘୃଣ୍ୟ ମନ୍ତବ୍ୟ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଜରୁରୀ । ମାତ୍ର କାହାର କହିବାର ସ୍ବାଧିନତାକୁ ଯେପିର ଚାପି ନ ଦିଆଯାଏ, ତାହା ସୁନିଶ୍ଚିତ କରିବା ମଧ୍ୟ ଜରୁରୀ ।

ଲୋକଙ୍କୁ ମତବ୍ୟକ୍ତର ସ୍ବାଧିନତାର ମୂଲ୍ୟ ବୁଝିବା ଉଚିତ । ରାଜ୍ୟକୁ ପ୍ରତି ଥର କାର୍ଯ୍ୟାନୁଷ୍ଠାନ ନେବା ଭଳି ସ୍ଥିତି ଉପୁଜିବା ଅନୁଚିତ । ହେଟ ସ୍ପିଚ ପରି କଣ୍ଟେଣ୍ଟ ଉପରେ କିଛି ନିୟନ୍ତ୍ରଣ ଜରୁରୀ । ହେଟ ସ୍ପିଚ ପରି କଣ୍ଟେଣ୍ଟ ଉପରେ କିଛି ନିୟନ୍ତ୍ରଣ ଜରୁରୀ । ସାଧାରଣ ନାଗରିକଙ୍କୁ ମଧ୍ୟ ଏପରି କଣ୍ଟେଣ୍ଟକୁ ଶେୟାର କରିବା, ପ୍ରମୋଟ କରିବା ବା ଲାଇକ କରିବାରୁ ନିବୃତ୍ତ ରହିବା ଉଚିତ ବୋଲି ବେଞ୍ଚ କହିଛନ୍ତି ।

ପତ୍ନୀଙ୍କଠାରୁ ଭରଣପୋଷଣ ଦାବି କରି ହାଇକୋର୍ଟରେ ଜ୍ୟୋତି ମୋର୍ୟଙ୍କ ସ୍ୱାମୀ

ଲକ୍ଷ୍ନୌ : ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା SDM ଜ୍ୟୋତି ମୋର୍ଯ୍ୟ ମାମଲା ଦିନକୁ ଦିନ ରୋଚକ ହେବାରେ ଲାଗିଛି । ବର୍ତ୍ତମାନ ଆଲୋକ ମୋର୍ଯ୍ୟ ଆଲ୍ଲାହାବାଦ ହାଇକୋର୍ଟରେ ପ୍ରୟାଗରାଜ ଫ୍ୟାମିଲି କୋର୍ଟକୁ ଚ୍ୟାଲେଞ୍ଜ କରିଛନ୍ତି । ଯେଉଁଥିରେ ଫ୍ୟାମିଲି କୋର୍ଟ ତାଙ୍କ ସ୍ତ୍ରୀ ଜ୍ୟୋତି ମୋର୍ଯ୍ୟଙ୍କ ଠାରୁ ଭରଣପୋଷଣ ଦାବି ଯାଚିକାକୁ ଖାରଜ କରିଥିଲେ ।  ଏବେ ଏହି ମାମଲାର ଶୁଣାଣୀ ଅଗଷ୍ଟ ୮ରେ ହେବ । ତେବେ ଏହାରି ଭିତରେ ଏକ ବଡ଼ ପ୍ରଶ୍ନ ଉଠୁଛି କି ଦମ୍ପତ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ହେଲେ ସ୍ବାମୀ କ’ଣ ସ୍ତ୍ରୀ ଠାରୁ ଭରଣପୋଷଣ ପାଇପାରିବ କି ? ଏନେଇ କ’ଣ ରହିଛି ଆଇନ୍ ?

ପ୍ରକୃତରେ ଜ୍ୟୋତି ମୋର୍ଯ୍ୟ ପ୍ରୟାଗରାଜ ଫ୍ୟାମିଲି କୋର୍ଟରେ ନିଜ ସ୍ବାମୀଙ୍କ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଏହାରିଭିତରେ ସ୍ବାୀ ଆଲୋକ ମୋର୍ଯ୍ୟ ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୨୪ ଅନୁଯାୟୀ ସ୍ତ୍ରଙ୍କ ଠାରୁ ଭରଣପୋଷଣ ଦାବି ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ଯାହା ୪ ଜାନୁୟାରୀ ୨୦୨୫ରେ ଆବେଦନ କରାଯାଇଥିଲା । ଫ୍ୟାମିଲି କୋର୍ଟ ବିରୁଦ୍ଧରେ ହାଇକୋର୍ଟରେ ତାଙ୍କର ଏହା ପ୍ରଥମ ଆବେଦନ ଥିଲା ।

ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ଅନୁଯାୟୀ ଛାଡ଼ପତ୍ର ବା ଅନ୍ୟ ବୈବାହିକ ସମସ୍ୟା ପାଇଁ ସ୍ବାମୀ ନହେଲେ ସ୍ତ୍ରୀ ଭରଣପୋଷଣ ମାଗିପାରିବ । ଯଦି ଆର୍ଥିକ ରୂପରେ ସେ ବେରୋଜଗାର ଥିବ ଅଥବା ଭରଣପୋଷଣ ଦାବି କରିବା ପାଇଁ ସେ ଅସମର୍ଥ ଥିବ । ଏହି ବ୍ୟବସ୍ଥା ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ । କାହିଁକିନା ଏହା ଏକ ଲିଙ୍ଗ ନିରପେକ୍ଷ ପ୍ରାବଧ୍ୟାନ । ଅର୍ଥାତ ସ୍ବାମୀ ମଧ୍ୟ ନିଜ ଗୁଜରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ଠାରୁ ଭରଣପୋଷଣ ଦାବି କରିପାରିବ । ଯଦି ସେ ସାବ୍ୟସ୍ତ କରିଦେବକି ସେ ଆର୍ଥିକ ସ୍ତରରେ ସ୍ବଚ୍ଛଳ ନୁହେଁ ଏବଂ ସ୍ତ୍ରୀର ଆୟ ପର୍ଯ୍ୟାପ୍ତ ଅଟେ ।

ତେବେ ଏହି ଯାଚିକାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧୫ତାରିଖକୁ ସ୍ଥିର କରାଯାଇଛି । ଏହି ମାମଲା ନେଇ ଆଲୋକ କହିଛନ୍ତି ତାଙ୍କ ସ୍ତ୍ରୀ ଜଣେ ପ୍ରଶାସନିକ ଅଧିକାରୀ ଯେତେବେଳେକି ସେ ଜଣେ ସାଧାରଣ ସରକାରୀ ଚାକିରୀ କରିଛନ୍ତି । ଏବଂ ସେ ବହୁ ରୋଗରେ ପୀଡ଼ିତ ଅଛନ୍ତି । ଏଥିପାଇଁ ସେ ତାଙ୍କ ସ୍ତ୍ରୀ’ଙ୍କ ଠାରୁ ଭରଣପୋଷଣ ପାଇବା ପାଇଁ ହକଦାର ଅଟନ୍ତି ।

ସୂଚନା ଅନୁସାରେ, ୧୯ ନଭେମ୍ବର ୨୦୧୦ରେ ରାମ ମୁରାରୀ ମୌର୍ଯ୍ୟଙ୍କ ପୁଅ ଆଲୋକ ମୌର୍ଯ୍ୟଙ୍କୁ ଜ୍ୟୋତି ବିବାହ କରିଥିଲେ। ହେଲେ ବିବାହର ମାତ୍ର କିଛି ଦିନ ପରେ ହିଁ ଉଭୟଙ୍କ ମଧ୍ୟରେ ବଚସା ହେବା ସହିତ ଦାମ୍ପତ୍ୟ ଜୀବନ ଭଲ ନଥିବା ଅଭିଯୋଗ ଆଣିଥିଲେ SDM ଜ୍ୟୋତି ମୋର୍ଯ୍ୟ। ଯାହାକୁ ନେଇ ଜ୍ୟୋତି ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କେସ୍ ଫେରାଇ ନନେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ଏପରିକି ଜ୍ୟୋତିଙ୍କ ଭିଡିଓକୁ ଏଡିଟ୍ କରି ଭାଇରାଲ କରିବା ଭଳି ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି।