spot_img
Home Blog Page 6111

କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଭେଟି, କହିଲେ କଳାହାଣ୍ଡି ବାଣ୍ଟୁଛି ପ୍ରଗତିର ବାର୍ତ୍ତା

କଳାହାଣ୍ଡି: ମା’ ମାଣିକେଶ୍ୱରୀଙ୍କୁ ସ୍ମରଣ କଲେ । ରେଣ୍ଡୋ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । କଳାହାଣ୍ଡିର ମଙ୍ଗଳପୁର ମଞ୍ଚରେ ଖୋଲିଛନ୍ତି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭର୍ତ୍ତି ପେଡି । ଅତୀତର କଳାହାଣ୍ଡି ଏବଂ ଆଜିର କଳାହାଣ୍ଡି ବିଷୟରେ ବଖାଣିଛନ୍ତି ଗୌରାବନୀତ କାହାଣୀ । ସମ୍ବୋଧନ ଦେବା ଅବସରରେ ନବୀନ କହିଛନ୍ତି, ଭୋକର ଭୂଗୋଳରେ ପରିଚିତ କଳାହାଣ୍ଡି ଆଜି ଭାତ ହାଣ୍ଡିରେ ପରିଣତ ହୋଇଛି ।

କଳାହାଣ୍ଡି ଗରିବୀର ଗାଥା ନୁହେଁ, ପ୍ରଗତିର ବାର୍ତ୍ତା ବାଣ୍ଟୁଛି । ବିକାଶର ମଡେଲ ସାଜିଛି । ଚାଷ ଓ ଚାଷୀର ପ୍ରୟୋଗଶାଳା ପାଲଟିଛି । କଳାହାଣ୍ଡିର ସାମଗ୍ରିକ ବିକାଶକୁ ଗୁରୁତ୍ବ ଓ ଏହି ଜୟଯାତ୍ରାରେ ସାମିଲ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି କଳାହାଣ୍ଡିରେ ମ୍ୟୁଜିୟମ ଏବଂ ପାର୍କ ନିର୍ମାଣ କରାଯିବା ନେଇ ମଞ୍ଚରୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମ୍ୟୁଜିୟମରେ ମା ମାଣିକେଶ୍ୱରୀଙ୍କ ମନ୍ଦିର ରହିବ ବୋଲି ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଶୁ, ମାତୃ ମୃତ୍ୟୁହାର କମିଛି । ଶସ୍ୟ-ମତ୍ସ୍ୟ-ସ୍ୱାସ୍ଥ୍ୟରେ କଳାହାଣ୍ଡିର ଚିତ୍ର ବଦଳିଛି ବୋଲି ଉଲ୍ଲେଖ କରିଛନ୍ତି ।

ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରି, ୨ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ପ୍ରଦାନ କରିଛନ୍ତି । ଉଠା ଜଳସଚେନ ପ୍ରକଳ୍ପ ଜରିଆରେ ଅପର ଇନ୍ଦ୍ରାବତୀ ମେଗା ଜଳ ସଚେନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ନବୀନ ।

ମକରରେ ମହକୁଛି ଶ୍ରୀମନ୍ଦିର, ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଅଛି । ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉଙ୍କ ପଟା ପହରଣ ଲାଗି କରାଯାଇଛି । ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଛି । କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ କରାଯାଇଛି ।

ସେହିପରି ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ଅନୁଷ୍ଠିତ ହୋଇଛି । ଗତକାଲି ଠାରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ସେବକ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରିବେ ।

ମକରରେ ଗୋପାଳବହ୍ଲବ ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯିବାର ବିଧି ରହିଛି । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମକର ସଂକ୍ରାନ୍ତି ଦିନ ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି । ସେପଟେ ପବିତ୍ର ମକରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ନେଇ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଉପାନ୍ତରେ ଜଳିଲା ନବୀନଙ୍କ ଉର୍ଜା, କଳାହାଣ୍ଡିକୁ ୨୦୮୫ କୋଟିର ଭେଟି

ଭୁବନେଶ୍ୱର: ଉପାନ୍ତରେ ନବୀନ ଦେଖାଇଲେ ବିକାଶର ଉର୍ଜା । କୋଭିଡ ପରେ କଳାହାଣ୍ଡି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳପୁରରେ ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । କଳାହାଣ୍ଡିବାସୀଙ୍କୁ ଏହି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2015ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗତ ବର୍ଷ ସେପ୍ଟେମ୍ବର ମାସରେ ଶେଷ ହୋଇଛି । ଏଥିରେ 986 କୋଟି 71 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହା ଜୟପାଟଣା, କୋକସରା ଓ ଧର୍ମଗଡ଼ର 25274 ଦଶମିକ 94 ହେକ୍ଟର ଜମିକୁ ଜଳସେଚିତ କରିବ।

ଏହା ଦ୍ବାର 39ଟି ପଞ୍ଚାୟତ 50 ହଜାର 406 ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ବାରା 30 ଦଶମିକ 5 ମିଟର ସ୍ଥାନକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇପାରିବ। କଳାହାଣ୍ଡି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ୨ ହଜାର ୮୫ କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୪ କୋଟି ୮୬ ଲକ୍ଷ ଟଙ୍କାର ୫୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୧ ହଜାର ୨୦ କୋଟି ୩୪୭ ଲକ୍ଷ ଟଙ୍କାର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ସାଲେଭଟା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ସାନ୍ଦୁଲ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଶୀପୁର ୨୨୦-୩୩ କେଭି ଗ୍ରୀଡରୁ ଏକ ବିକଳ୍ପ ୩୩ କେଭି ଫିଡର୍‌ ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ୪ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ ସବଷ୍ଟେସନ, ଦଶପୁରରୁ ମଖଲା ପର୍ଯ୍ୟନ୍ତ ତେଲନଦୀ କୂଳରେ ୧୧ କେଭିର କୃଷି ଫିଡର୍‌ ଲାଇନ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।

ଉଦ୍ଧାର ହେଲେ ପିପିଲିର ଦୁଇ ନିଖୋଜ ନାବାଳକ

ଭୁବନେଶ୍ୱର: ଉଦ୍ଧାର ହେଲେ ପିପିଲିର ଦୁଇ ନାବାଳକ ଛାତ୍ର । ୪ଦିନ ପରେ ଆଜି ଉଦ୍ଧାର କରିଛି ପୋଲିସ । ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ଉଦ୍ଧାର କରିଛି ପିପିଲି ପୋଲିସ । ଦୁଇ ନାବାଳକ ହେଲେ କମଳାସାଗର ପାଟଣା ଗ୍ରାମର ପବିତ୍ର ଦାସଙ୍କ ପୁଅ 14 ବର୍ଷୀୟ ନିରଞ୍ଜନ ଦାସ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ୧୩ ବର୍ଷୀୟ ସୂର୍ଯ୍ୟକାନ୍ତ ବେହେରା ।

ଉଭୟ ନାବାଳକ ଦଶମ ଓ ନବମ ଶ୍ରେଣୀରେ ପଢନ୍ତି । ୧୧ତାରିଖ ସକାଳ ୭.୩୦ରେ ଘରୁ ଗୋଟିଏ ସାଇକେଲରେ ସ୍କୁଲକୁ ବହି ଆଣିବା ପାଇଁ କହି ବାହାରିଯାଇଥିଲେ । ତା ପରଠୁ ସେମାନଙ୍କ ପତ୍ତା ପାଉନଥିଲେ ପରିବାର ଲୋକେ । ଉଭୟ ପରିବାର ଲୋକ ପିଲାମାନଙ୍କୁ ନପାଇବାରୁ ପିପିଲି ଥାନାରେ ଅଭିଯୋଗ କରିଥିଲେ ।ଏହାପରେ ପିପିଲି ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ନିଖୋଜଙ୍କ ଅନୁସନ୍ଧାନ ଜାରି ରଖିଥିଲା ପିପିଲି ପୋଲିସ। ଶେଷରେ ହୋଟେଲରୁ ଉଦ୍ଧାର ହୋଇଛନ୍ତି ଉଭୟ ନାବାଳକ ।

ପଞ୍ଚଭୂତରେ ଲୀନ ହେଲେ ପ୍ରକାଶ ରାଓ, ମାଟିରେ ମିଶିଲା ପଦ୍ମଶ୍ରୀଙ୍କ ପାର୍ଥିବ ଶରୀର

କଟକ: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରକାଶ ରାଓ । ମାଟିରେ ମିଶିଛି ପଦ୍ମଶ୍ରୀଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହେଲା ଶେଷକୃତ୍ୟ । ସାନ ଝିଅ ପ୍ରିୟା ଅନ୍ତିମ ସଂସ୍କାରର କ୍ରିୟା କାର୍ଯ୍ୟ କରିଥିବା ବେଳେ ଦୁଇ ଝିଅ ମିଶି ମୁଖାଗ୍ନି ଦେଇଛନ୍ତି । କଟକ କାଳିଆବୋଦା ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଶେଷକୃତ୍ୟ ସମ୍ମନ ସମୟରେ କଟକ ଜିଲ୍ଲାପାଳ, ବିଧାୟକ, ଡିସିପି, ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହ ପରିବାର ସଦସ୍ୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ପ୍ରକାଶ ରାଓଙ୍କର ଦେହାନ୍ତ ହୋଇଥିଲା । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ 24 ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ।

୨୦୧୯ ରେ ତାଙ୍କୁ ସମାଜ ସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତର ମହାମହିମ ରାଷ୍ଟ୍ରପତି । କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ । ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ । ଏଥିପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଏହାସହ ସେ 200 ଥର ରକ୍ତ ଦାନ କରି ନିଜର ମହାନତାର ପରିଚୟ ପ୍ରଦାନ କରିଥିଲେ ।

ଜମୁଛି ଜାଲ୍ଲିକଟ୍ଟୁ ପ୍ରତିଯୋଗିତା, ଭାଗ ନେଉଛନ୍ତି ୨ଶହ ଷଣ୍ଢ

ଚେନ୍ନାଇ: ଏକ ପର୍ବ, ଅନେକ ନାମ । ବିଭିନ୍ନ ରାଜ୍ୟରେ ଭିନ୍ନ ପରମ୍ପରା । କିଏ ମକର ସଂକ୍ରାନ୍ତି ତ ଆଉ କିଏ ପୋଙ୍ଗଲ ପୁଣି ପିହୁ । ସେପଟେ ପୋଙ୍ଗଲ ଉପଲକ୍ଷେ ତାମିଲନାଡୁର ମଦୁରାଇଠାରେ ଆରମ୍ଭ ହୋଇଛି ଜାଲ୍ଲିକଟ୍ଟୁ ପ୍ରତିଯୋଗିତା । ପ୍ରାୟ ୨ଶହ ଷଣ୍ଢ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାଲ୍ଲିକଟ୍ଟୁ ପ୍ରତିଯୋଗିତା ପାଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

ସେହିପରି ଏହି ଅନନ୍ୟ ପ୍ରତିଯୋଗିତାରେ ୧୫୦ ପ୍ରତିଯୋଗୀ ଭାଗ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମାବେଶରେ ୫୦ପ୍ରତିଶତରୁ ଅଧିକ ଦର୍ଶକ ସାମିଲ ନ ହେବାକୁ କଟକଣା ଜାରି କରାଯାଇଛି । ଏହି ପ୍ରତିଯୋଗିତା ଯେତିକି ଉତ୍ସୁକତା ଦିଏ, ସେତିକି ଘାତକ ମଧ୍ୟ ସାଜେ ।

୨୦୧୯ରେ ଜାଲ୍ଲିକଟ୍ଟୁ ପ୍ରତିଯୋଗିତା ସମୟରେ ହୃଦ୍‌ଘାତରେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ପ୍ରତିଯୋଗିତାରେ ସାମିଲ ହୋଇଥିବା ୪୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ତଥାପି ଚଳିତ ବର୍ଷ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା ।

ସୀମାରେ ଆତଙ୍କୀ ସୁଡଙ୍ଗ, ପାକ୍ ଷଡଯନ୍ତ୍ରର ଫର୍ଦ୍ଦାଫାସ

ନୂଆଦିଲ୍ଲୀ: ପାକିସ୍ତାନର ଆଉଏକ ଷଡଯନ୍ତ୍ରର ଫର୍ଦ୍ଦାଫାସ କରିଛି ଭାରତୀୟ ସେନା । ଜମ୍ମୁ କାଶ୍ମୀର ଅନ୍ତ୍ରରାଷ୍ଟ୍ରୀୟ ସୀମା କଠୁଆ ନିକଟରେ ଏକ ସୁଡଙ୍ଗର ମିଳିଛି ସନ୍ଧାନ । ଏହି ସୁଡଙ୍କ ଦେଇ ପାକିସ୍ତାନ ପଟରୁ ଆତଙ୍କବାଦୀ ଆସିବାର ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ପର୍ଦ୍ଦାଫାସ କରିଛି ଭାରତୀୟ ସେନା । ବିଏସଏଫର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ଏହି ସୁଡଙ୍ଗକୁ ଯାଞ୍ଚ କରିଛନ୍ତି ।

ସୁଡଙ୍ଗର ଲମ୍ବା ୧୫୦ ମିଟର ରହିଛି । ଏହାସହ ସୁଡଙ୍ଗ ଭିତରେ ସିମେଣ୍ଟ ଅଖା ଜବତ ହୋଇଛି । ଏହି ସିମେଣ୍ଟ ପାକିସ୍ତାନର କରାଚୀରେ ତିଆରି ହୁଏ । ପାକିସ୍ତାନ ପୋଷ୍ଟର ସାମ୍ନାରୁ ସୁଡଙ୍ଗ ଖୋଳାଯାଇଥିବା ଅନୁମାନ କରାଯାଉଛି । ଏହାପୂର୍ବରୁ ଅଗଷ୍ଟ ମାସରେ ସାମ୍ବାର ସୀମାବର୍ତ୍ତୀ ଗାଁରେ ଏକ ସୁଡଙ୍ଗ ଦେଖିବାକୁ ମିଳିଥିଲା । ସେହି ସୁଡଙ୍କରୁ ମଧ୍ୟ ପାକିସ୍ତାନ କମ୍ପାନୀର ନାମ ଥିବା କିଛି ଅଖା ଜବତ କରାଯାଇଥିଲା ।

କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ, ୨ହଜାର ୮୫ କୋଟିର ଦେବେ ଉପହାର

ଭୁବନେଶ୍ୱର: ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପ୍ରଭାବ ହ୍ରାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଗାଇଡଲାଇନକୁ ଅଧିକ ଫୋକସ କରାଯାଇଛି। ଆସିବା ଠୁ ଯିବା ଯାଏଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନ ୯ଟା ୪୫ରେ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୯ଟା ୫୫ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ କଳାହାଣ୍ଡି ଅଭିମୁଖେ ବାହାରିବେ। ଦିନ ୧୧ଟା ୨୫ରେ କନକପୁର ହେଲିପ୍ୟାଡରେ ପହଞ୍ଚି ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ସଭାମଞ୍ଚକୁ ଯିବେ। ମଞ୍ଚରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ପରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବେ ନବୀନ। କାର୍ଯ୍ୟକ୍ରମ ସରିଲା ପରେ ୧୨ଟା ୧୫ରେ ନବୀନ ନିବାସ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ସଭାସ୍ଥଳ ପାଖରେ ଦଳୀୟ ପତାକା ନ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ତନ୍ନ ତନ୍ନ କରି ସ୍ପଟ ଯାଞ୍ଚ କରିଛନ୍ତି ସୁରକ୍ଷାକର୍ମୀ । ମୁଖ୍ୟମନ୍ତ୍ରୀଙ୍କଠାରୁ 30 ଫୁଟ ଦୂରତା ଯେପରି ଲୋକ ରଖିବେ, ତାହାର ବ୍ୟବସ୍ଥା କରାଯାଇଛି । 28 ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ତିନିଟି ବାଟ ରଖାଯାଇଛି । ମୁଖ୍ୟ ଏଣ୍ଟ୍ରି ଗେଟରେ VIP, ପୋଲିସ ଓ ମିଡିଆ ଆସିବେ।

ପାଖାପାଖି 2500 ଲୋକ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଣ୍ଟ୍ରି ଗେଟରେ ସେମାନଙ୍କ ସବିଶେଷ ତଥ୍ୟ ଯାଞ୍ଚ କରିବେ ପୋଲିସ । ପୋଲିସ ପାଇଁ ମାସ୍କ ଓ ଫେସ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଣିବାର ନିୟମ ରଖାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲସି ମିଳିତ ଭାବେ ଲୋକଙ୍କ ତାପମାତ୍ରା ଯାଞ୍ଚ କରିବେ । ବିନା ପାସରେ କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ । କଳାହାଣ୍ଡିବାସୀଙ୍କୁ ୨ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଉପହାର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜନ୍ମନେଇଥିଲେ ବ୍ୟାସକବି, ରଚିଥିଲେ ‘ରେବତୀ’

ଓଡିଆ ଭାଷା ସାହିତ୍ୟର ଅଗ୍ରୀମ ସ୍ରଷ୍ଟା ଫକୀର ମୋହନ ସେନାପତି । ୧୮୪୩ ମସିହା ଆଜିର ଦିନରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁରେ ଜନ୍ମ ନିଅନ୍ତି ଫକୀର ମୋହନ ସେନାପତି । ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀ ସେନାପତିଙ୍କ ଔରସରୁ କରିଥିଲେ ଜନ୍ମଗ୍ରହଣ । ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ‘ରେବତୀ’ର ଲେଖକ ।

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ ଫକୀର ମୋହନ। ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ । ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ ଥିଲେ ସେ । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।

ଉତ୍କଳର ଏହି ବରପୁତ୍ରଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରୁଥିବା ‘ରେବତୀ’, ”ଛ’ ମାଣ ଆଠ ଗୁଣ୍ଠ’, ‘ଡାକ ମୁନସୀ’ ଭଳି କାଳଜୟୀ ରଚନା ସହ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ମକର ସଂକ୍ରାନ୍ତିରେ ଆପଣାନ୍ତୁ ଏହି ଉପାୟ ମିଳିବ ଆଶାଜନକ ଫଳ

ଆଜିର ପଞ୍ଚାଙ୍ଗ: ୧୪/୦୧/୨୦୨୧, ଗୁରୁବାର, ମକର ୧ଦିନ, ପୌଷ ଶୁକ୍ଲ ପ୍ରତିପଦା ଦିବା ୦୯:୦୧ ଗତେ ୨ୟା

– ମକର ଚନ୍ଦ୍ର ଅହୋରାତ୍ର

– ଶ୍ରବଣା ନିଶାନ୍ତ ୦୫:୦୪ ଗତେ ଧନିଷ୍ଠା ନକ୍ଷତ୍ର

– ଘାତ ଚନ୍ଦ୍ର – ସିଂହ ରାଶିର

– ଘାତ ବାର – ତୁଳା ଓ କୁମ୍ଭ ରାଶିର

– ଯୋଗିନି – ପୂର୍ବେ ଦିବା ୦୯:୦୧ ଗତେ ଉତ୍ତରେ

– ପୁଷ୍କର ଦୋଷ – ଦିବା ୦୯:୦୨ ଗତେ ୧ପାଦ

– ନିଷିଦ୍ଧ ଖାଦ୍ୟ – ପାଣିକଖାରୁ

– ଶୁଭ ମୂହୁର୍ତ୍ତ –

ପ୍ରାତଃ ୦୬:୨୭ ରୁ ୦୭:୫୫

ଦିବା ୧୦:୫୦ ରୁ ଦିବା ୦୧:୦୧

ରାତ୍ର ୦୨:୫୮ ରୁ ରାତ୍ର ୦୩:୫୧

– ଅଶୁଭ ମୂହୁର୍ତ୍ତ –

ଦିବା ୦୧:୧୭ ରୁ ସଂଧ୍ୟା ୦୫:୨୩

ରାତ୍ର ୧୧:୫୫ ରୁ ରାତ୍ର ୦୧:୩୩

୧୪.୦୧.୨୦୨୧ (ଗୁରୁବାର)

ମେଷ 

ଅଶ୍ୱିନୀ ନକ୍ଷତ୍ର – ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ ॥

ଦ୍ୱିଜା ନକ୍ଷତ୍ର – ମାନସମ୍ମାନ, ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ ରହିବ, ଓଁ ସୋଂ ସୋମାୟ ନମଃ ଜପ କରନ୍ତୁ ॥

କୃତ୍ତିକା ନକ୍ଷତ୍ର – ପ୍ରତିକୂଳ ପରିସ୍ଥିତି ଏବଂ ବିରୋଧର ସାମନା କରିବେ, ଅର୍ଥଚିନ୍ତା ଦ୍ୱୀଗୁଣିତ ହେବ, ଓଁ ବୃଂ ବୃହଷ୍ପତୟେ ନମଃ ଜପ କରନ୍ତୁ ॥

ଶୁଭ ରଙ୍ଗ – ସବୁଜ ରଙ୍ଗ

ଉପାୟ- ବେଲପତ୍ର, ମହୁ ଏବଂ ପଇଡ ଶିବ ଭଗବାନଙ୍କୁ ଚଢାନ୍ତୁ କଲ୍ୟାଣ ହେବ॥

ବୃଷ

କୃତ୍ତିକା ନକ୍ଷତ୍ର — ପ୍ରତି କାମରେ ମନମୁତାବକ ଶୁଭଫଳ ପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ ।

ରୋହିଣି ନକ୍ଷତ୍ର – ଭବିଷ୍ୟତର ଯୋଜନାରେ ସଫଳ ହେବେ,ପାରିବାରିକ ପରିବେଷରେ୫ ମନ ଆନନ୍ଦ ରହିବ॥

ମୃଗଶିରା ନକ୍ଷତ୍ର – ବ୍ୟବସାୟରେ ଲାଭ ବୃଦ୍ଧି ହେବ, ଛୋଟମୋଟ ଦୁର୍ଘଟଣା କିମ୍ବା ଚୋରିର ସମ୍ଭାବନା ରହିବ॥

ଶୁଭ ରଙ୍ଗ – ଧଳା

ଉପାୟ – ହନୁମାନ ଭଗବାନଙ୍କୁ ଆରାଧନା ସହିତ ବୃଷଭଙ୍କୁ ଗୋଟା ଫଳ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ॥

ମିଥୁନ 

ମୃଗଶିରା ନକ୍ଷତ୍ର – କର୍ମକ୍ଷେତ୍ର ଏବଂ ନିଜର ସ୍ବାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, କୌଣସି ନିଷ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରିବେ॥

ଆଦ୍ରା ନକ୍ଷତ୍ର – ଉତ୍ସାହ ଉଦ୍ଦିପନା ବୃଦ୍ଧି, ପ୍ରତି ଉଦ୍ୟମରେ ସଫଳ ହେବେ, କିଛି ଠିକାଦାରି କାମରେ ଲାଭ ପାଇବେ ॥

ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ଉତ୍ତରାଧିକାରୀ ସୁତ୍ରେ ସମ୍ପତ୍ତି ଲାଭର ସୂଚନା ରହିବ॥

– ଶୁଭ ରଙ୍ଗ – ଇସତ୍ ହଳଦିଆ

ଉପାୟ – କୌଣସି କିନ୍ନରଙ୍କୁ ଲାଲ ଚୁଡି, ଅଳତା, ଶଂଖା ଦିଅନ୍ତୁ କଲ୍ୟାଣ ହେବ॥

କର୍କଟ

ପୂନର୍ବସୁ ନକ୍ଷତ୍ର – ଶୁଭକାର୍ଯ୍ୟରେ ଯୋଗଦାନ କରିବେ, କିଛି ଭବିଷ୍ୟତର ଯୋଜନା କରି ସଫଳ ହେବେ॥

ପୂଷ୍ୟା ନକ୍ଷତ୍ର – ବହୁଦିନରୁ ଅଟକିଥିବା କାର୍ଯ୍ୟ ପୁରଣ ହେବ, ନିଜ କର୍ମକ୍ଷେତ୍ରରେ ଆତ୍ମତୃପ୍ତି ମିଳିବ॥

ଅଶ୍ଲେଷା ନକ୍ଷତ୍ର – କୌଣସି ପ୍ରକାରର କ୍ଷେତ୍ରରୁ ଧନଲାଭ, ଧାର୍ମିକ କ୍ଷେତ୍ର ସହିତ ଜଡିତ ରହି ମାନସିକ ଶାନ୍ତି ପାଇବେ ॥

– ଶୁଭ ରଙ୍ଗ – ସବୁଜ

ଉପାୟ – ଦୁର୍ଗାକବଚ ପାଠ କରନ୍ତୁ କଲ୍ୟାଣ ହେବ॥

ସିଂହ

ମଘା ନକ୍ଷତ୍ର – ସନ୍ତାନ ମାନଙ୍କ ଲାଗି କୌଣସି ପ୍ରକାରର ମନସ୍ତାପ ହେବ, ଅଚାନକ ଋଣ କରିବାକୁ ପଡିବ,ସନ୍ତାନ ଗୋପାଳଙ୍କୁ ପୂଜା କରନ୍ତୁ॥

ପୂର୍ବାଫାଲଗୁନି ନକ୍ଷତ୍ର – ବୈବାହିକ କିମ୍ବା ପ୍ରେମ ଜୀବନରେ ମତାନ୍ତର ହେବ, ବୃଥା କଥାରେ ଝଗଡା ଷୃଷ୍ଟି ହେବ, ସୁନ୍ଦରାକାଣ୍ଡ ପାଠ କରନ୍ତୁ କଲ୍ୟାଣ ହେବ॥

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଇନି ଅଦାଲତର କିମ୍ବା କୌଣସି ପ୍ରକାରର ବିଶୃଙ୍ଖଳା ହେବ, କର୍ମଚାପ ରହିବ, ଓଁ ନମଃ ଶିବାୟ ଜପ କରନ୍ତୁ କଲ୍ୟାଣ ହେବ ॥

ଶୁଭ ରଙ୍ଗ – ହଳଦିଆ କିମ୍ବା ନିଳ

ଉପାୟ – ଓଁ ଅଙ୍ଗାରକାୟ ନମଃ ୧୧ଥର ଜପ କରନ୍ତୁ ଏବଂ ତ୍ରିଶାଖା ବେଲପତ୍ର ୩ଟି ଖାଇକି ଦିନ ଆରମ୍ଭ କରନ୍ତୁ ॥

କନ୍ୟା

ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରତ୍ୟେକ କାର୍ଯ୍ୟରେ ଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ॥

ହସ୍ତା ନକ୍ଷତ୍ର – ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧିହେବ, କିଛି ଶୁଭ ଖବର କୌଣସି କ୍ଷେତ୍ରରୁ ମିଳିବ ॥

ଚିତ୍ରା ନକ୍ଷତ୍ର – ମନୋବଳ ଦୃଢ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୂତ ହେବ, ବ୍ୟବସାୟରେ ଲାଭ ବଢିବ, ହଜିଥିବା ଦ୍ରବ୍ୟ ମିଳିବ॥

ଶୁଭ ରଙ୍ଗ – ଧଳା

ଉପାୟ – ତାରିଣି ମାଙ୍କୁ ଦର୍ଶନ କରନ୍ତୁ କିଛି ମିଠାଫଳ ଦାନ କରନ୍ତୁ କଲ୍ୟାଣ ହେବ॥

ତୁଳା

ଚିତ୍ରା ନକ୍ଷତ୍ର – ଲୋକ ସମ୍ପର୍କ ଏବଂ ଆର୍ଥିକ ପରିସ୍ଥିତି ଭଲ ରହିବ, ରାଜନିତିରେ ପତିଆରା ବୃଦ୍ଧିହେବ॥

ସ୍ୱାତୀ ନକ୍ଷତ୍ର – ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ, ନୂତନ ଦ୍ରବ୍ୟ ପ୍ରାପ୍ତ ହେବ ॥

ବିଶାଖା ନକ୍ଷତ୍ର – ଭ୍ରମଣ ସୁଖ ମିଳିବ,ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ, ଚାକିରି ବ୍ୟବସାୟରେ ଉର୍ଣ୍ଣତି ହେବ॥

ଶୁଭ ରଙ୍ଗ – ଧଳା

ଉପାୟ – ତୁଳସି ଚେର ପାଖରେ ରଖନ୍ତୁ କଲ୍ୟାଣ ହେବ॥

ବିଛା

ବିଶାଖା ନକ୍ଷତ୍ର – ସ୍ତାବର ସମ୍ପତ୍ତି ବୃଦ୍ଧି ହେବ, ଆଥିକ ବିକାଶ ସହିତ କର୍ମକ୍ଷେତ୍ରରେ ଶୁଭ ଅନୁଭୁତ ହେବ ॥

ଅନୁରାଧା ନକ୍ଷତ୍ର – ମାଲିମକୋଦ୍ଦମାରେ ସଫଳ ହେବେ, ଭାତୃବର୍ଗରେ ସୁ-ସଂପର୍କ ବଢିବ॥

ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ॥

ଶୁଭ ରଙ୍ଗ – ଜାମୁକୋଳି ରଙ୍ଗ

ଉପାୟ -“ଓଁ ନମଃ ଶିବାୟ” ୨୭ଥର ଜପ କରନ୍ତୁ, ଦହି ଖାଇ ଦିନ ଆରମ୍ଭ କରନ୍ତୁ କଲ୍ୟାଣ ହେବ  ॥

ଧନୁ

ମୂଳା ନକ୍ଷତ୍ର – ସ୍ୱାସ୍ଥ୍ୟରେ ଏବଂ ମନରେ ଦୁର୍ବଳତା ଲାଗିବ, ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ॥

ପୂର୍ବଷାଢା ନକ୍ଷତ୍ର – ବନ୍ଧୁପରିଜନଙ୍କର ଅସହଯୋଗ ମିଳିବ ଓ ଭବିଷ୍ୟତର ଯୋଜନା ରୁପାନ୍ତରରେ ବାଧାବିଘ୍ନର ରହିବ, ତାରିଣି ମନ୍ଦିର ଦର୍ଶନ କରନ୍ତୁ କଲ୍ୟାଣ ହେବ॥

ଉତ୍ତରାଷାଢା ନକ୍ଷତ୍ର – ଜିବନସାଥି ସହିତ ମତାନ୍ତର କିମ୍ବା ମନାନ୍ତର ହେବ, ଦେହମନ ଦୁର୍ବଳ ଅନୁଭୂତ ହେବ, ଭଗବାନ ଶିବଙ୍କୁ ଦଶନ କରନ୍ତୁ କଲ୍ୟାଣ ହେବ॥

ଶୁଭ ରଙ୍ଗ – ବାଦାମି

ଉପାୟ – କଳା ଜିବ ଏବଂ ଅନ୍ଧବ୍ୟକ୍ତିଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ॥

ମକର

ଉତ୍ତରାଷାଢା ନକ୍ଷତ୍ର – ବ୍ୟବସାୟରେ ବିକ୍ରି ବୃଦ୍ଧି ହେବ, ମାନସମ୍ମନ ପାଇବେ, ନିଜର ମନମୁତାବକ ପରିବେଷ ରହିବ, (ଓଁ ଶ୍ରୀଂ ଓଁ) ୧୦୮ଜପ କରନ୍ତୁ କଲ୍ୟାଣ ହେବ॥

ଶ୍ରବଣା ନକ୍ଷତ୍ର – ବନ୍ଧୁବର୍ଗରେ ସାହାଯ୍ୟ ମିଳିବ, ଉଦ୍ୟମ ସଫଳ ହେବ, କର୍ମ କ୍ଷେତ୍ରରେ ସହଯୋଗ ମିଳିବ, ଓଁ ହଂ ହନୁମତୟେ ନମଃ ଜପ କରନ୍ତୁ କଲ୍ୟାଣ ହେବ॥

ଧନିଷ୍ଠା ନକ୍ଷତ୍ର – ଅଧୟନ ରତ ପିଲାଙ୍କର ବିଦ୍ୟା ଅଧ୍ଯନରେ ସଫଳତା ମିଳିବ, ଲେଖକ ପ୍ରକାଶକ ସମ୍ମାନିତ ହେବେ, ଶୁଭରେ ଶୁଭରେ ଦିନଟି କଟିବ ॥

ଶୁଭ ରଙ୍ଗ – ଧଳା

ଉପାୟ – କଳା ଗାଇକୁ ରୁଟିରେ ସୋରିଷ ତେଲ ମାରି ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ॥

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ଜିବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର ହେବ ଓ ଖର୍ଚ୍ଚ ବଢିବ, ଓଁ କୁବେର ଦେବାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ॥

ଶତଭିଷା ନକ୍ଷତ୍ର – ବିଦ୍ୟାଶିକ୍ଷାରେ ସଫଳ ହେବେ, ସୁଖାଦ୍ୟ ପ୍ରାପ୍ତି ହେବ, ଯୋଜନା ମୁତାବକ କାର୍ଯ୍ୟ ହାସଲ ହେବ, ଓଁ ନମଃ ଶିବାୟ ଜପ କରନ୍ତୁ କଲ୍ୟାଣ ହେବ॥

ପୂର୍ବଭାଦ୍ର ନକ୍ଷତ୍ର – ପ୍ରତିକ୍ଷେତ୍ରରେ ଯୋଗ୍ୟତା ଅନୁଯାୟୀ ଫଳ ମିଳିବ, ଗୁରୁଜନ ମାନଙ୍କର ସ୍ନେହଶ୍ରଦ୍ଧା ମିଳିବ॥

ଶୁଭ ରଙ୍ଗ – ଲାଲ ରଙ୍ଗ

ଉପାୟ – ହନୁମାନଙ୍କୁ ଅତିପ୍ରିୟ ତୁଳସି ଚଢାନ୍ତୁ କଲ୍ୟାଣ ହେବ॥

ମୀନ

ପୂର୍ବଭାଦ୍ର ନକ୍ଷତ୍ର – କର୍ମକ୍ଷେତ୍ରରେ ଲାଭ ଓ ପ୍ରତିଷ୍ଠା ମିଳିବ, କୌଣସି ମନମୁତାବକ ଇଛା ପୂରଣ ହେବ॥

ଉତ୍ତରଭାଦ୍ର ନକ୍ଷତ୍ର – କୌଣସି ଶୁଭକର୍ମରେ ଯୋଗଦେବେ, ପିଲା ମାନେ ବିଦ୍ୟାରେ ଭଲ କରିବେ, ଆର୍ଥିକ ଲାଭ ହେବ ॥

ରେବତୀ ନକ୍ଷତ୍ର – ନିଜର କଥାରେ ଆଜି ସମସ୍ତେ ତୃପ୍ତ ରହିବେ, ସବୁକ୍ଷେତ୍ରରେ ସାହାଯ୍ୟ ସହଯୋଗ ଭଲପାଇବା ମିଳିବ ॥

ଶୁଭ ରଙ୍ଗ –  ଗୋଲାପି ରଙ୍ଗ

ଉପାୟ – ଅସହାୟଙ୍କୁ ମସାରି ଦାନ କରନ୍ତୁ ଏବଂ ମା ଦୁର୍ଗାଙ୍କର ସ୍ତୁତି ପାଠ କରନ୍ତୁ॥

ମକର ସଂକ୍ରାନ୍ତି :-

ସୂର୍ଯ୍ୟଙ୍କର ଗୋଟେ ରାଶିରୁ ଅନ୍ୟ ରାଶିକୁ ଚଳନ ସମୟକୁ ସଂକ୍ରାନ୍ତି କୁହାଯାଏ ॥ ଧନୁ ରୁ ମକର ରାଶିକୁ ଚଳନକୁ ମକର ସଂକ୍ରାନ୍ତି କୁହାଯାଏ ॥ ଏହି ବର୍ଷ ଏହିଚଳନ ସମୟ ଅତ୍ୟନ୍ତ ଶୁଭଦାୟକ କାରଣ ୫ଟି ଗ୍ରହ ରବି, ବୃହଷ୍ପତି, ଶନି, ଚନ୍ଦ୍ର ଏବଂ ବୁଧ ଏକତ୍ର ଅବସ୍ଥାନ କରିଥିବେ ॥ ଏହି ବିରଳ ମହାଜାଗତିକ ଚଳନ ସମସ୍ତ ବ୍ତକ୍ତିବିଶେଷ ସହିତ ଦେଶ ରାଜ୍ୟ ଜୀବଜଗତ ପ୍ରତି ଶୁଭଫଳ ପ୍ରଦାୟକ ହେବେ॥

ଆଜିର ଶୁଭଦିନରେ କରନ୍ତୁ ଏହିସବୁ ମହାଉପାୟ ଗୁଡିକ ଏବଂ ପ୍ରାପ୍ତ ହୁଅନ୍ତୁ ଆଶାଜନକ ଶୁଭଫଳ……

୧. ପ୍ରଥମେ ସ୍ନାନ ଜଳରେ ଗଙ୍ଗାଜଳ ଏବଂ ଚନ୍ଦନ ମିଶାଇ ସ୍ନାନ କରନ୍ତୁ ॥

୨. ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳରେ ଲାଲଚନ୍ଦନ, ମହୁ ଏବଂ ଗୁଡ ମିଶାଇ ଓଁ ଘୃଣି ସୂର୍ଯ୍ୟାୟ ନମଃ ୭ଥର ଜପକରି ୭ଥର ଅର୍ଘ୍ୟ ଦାନ କରନ୍ତୁ ॥

୩. ଆଜିର ଦିନରେ ଆମିଷ ପିଆଜ ରଷୁଣ ଏବଂ କୌଣସି ନିଶାଦ୍ରବ୍ୟ ଖାଆନ୍ତୁ ନାହିଁ ॥

୪. କୌଣସି ପ୍ରକାର ବୃକ୍ଷ କାଟିବେ ନାହିଁ ଏବଂ କାହାକୁ ବାଧିଲା ଭଳିଆ କଟୁକଥା କହିବେ ନାହିଁ ॥

୫. ଆଜିର ଦିନରେ ଯଥାସାଧ୍ୟ ଅସହାୟ ବ୍ଯକ୍ତି କିମ୍ବା ଜିବଜନ୍ତୁଙ୍କୁ ଯଥାସାଧ୍ୟ ଖେଚୁଡି କରି ଦାନ କରନ୍ତୁ॥

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ