spot_img
Home Blog Page 6114

ସୁପ୍ରିମକୋର୍ଟଙ୍କ ‘କମିଟି’କୁ କୃଷକଙ୍କ ପ୍ରତ୍ୟାଖ୍ୟାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ‘କମିଟି’ ଥିଓରିକୁ କୃଷକଙ୍କ ପ୍ରତ୍ୟାଖ୍ୟାନ୍ । କୃଷି ଆଇନ୍ କାର୍ଯ୍ୟକାରୀ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରୋକ ଲଗାଇଥିବା ବେଳେ ଏହାର ସମାଧାନ ନେଇ ଏକ କମିଟି ନିଯୁକ୍ତ କରିଛନ୍ତି ମାନ୍ୟବର କୋର୍ଟ । କିନ୍ତୁ କୋର୍ଟଙ୍କ ପରାମର୍ଶକୁ ଗ୍ରହଣ କରିନାହାନ୍ତି କୃଷକ ସଂଗଠନ । କୋର୍ଟଙ୍କ ପକ୍ଷରୁ ନିଯୁକ୍ତି କମିଟି ସମ୍ମୁଖରେ ହାଜିର ହେବାକୁ ଅନିଚ୍ଛୁକ ଥିବା କହିଛି ସଂଯୁକ୍ତି କିଷାନ ମୋର୍ଚ୍ଚା ।  ସଂଗଠନ ପକ୍ଷରୁ ଆହୁରି କୁହାଯାଇଛି ଯେ, କୋର୍ଟରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ଯେ, ସରକାର ଆଇନ ଉଚ୍ଛେଦ ନେଇ କମିଟି ସହ ଆଲୋଚନା କରିବାକୁ ଚାହୁଁନାହାନ୍ତି ।

https://twitter.com/ASidhu1313/status/1349244897941811200

          କୋର୍ଟରେ କୃଷକଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କ କହିବା ହେଲା ଯେ, ବିଭିନ୍ନ କୃଷକ ନେତା ବଲବିର ସିଂହ ରାଜେଓ୍ୱାଲ, ଦର୍ଶନପାଲ, ପ୍ରେମ ସିଂହ ଭାଙ୍ଗୁ, ରାଜେନ୍ଦ୍ର ସିଂହ ଦୀପ ସିଂହ ଏବଂ ଜଗମୋହନ ସିଂହଙ୍କ ସହ ଓକିଲଙ୍କ ଆଲୋଚନା ପରେ କୃଷକମାନେ ଏହି କିମିଟିକୁ ଅଗ୍ରାହ୍ୟ କରିଛନ୍ତି । ଅପରପକ୍ଷରେ ମାନ୍ୟବର କୋର୍ଟ କୃଷକଙ୍କ ବ୍ୟାଥା ବୁଝି କୃଷି ଆଇନର କାର୍ଯ୍ୟକାରୀ ଉପରେ ରୋକ ଲଗାଯାଇଥିବାରୁ ମାନ୍ୟବର କୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅପରପକ୍ଷରେ କୃଷକଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ବର୍ଗରୁ ସମର୍ଥନ ମିଳିଛି । ଯାହା ଝଲକ ସୋସିଆଲ୍ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି । କମିଟି ଗଠନର ପରାମର୍ଶକୁ ପ୍ରତ୍ୟାଖ୍ୟାନ କାହିଁକି ଠିକ୍ ଏ ନେଇ ଯୁକ୍ତି ବାଢ଼ିଛନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ । ଜଣେ ଟ୍ୱିଟର ୟୁଜରଙ୍କ ପକ୍ଷରୁ ଲେଖାଯାଇଛି ଯେ, ପ୍ରଥମର ହିଁ ଚାଷୀ ବିଲକୁ ସମର୍ଥନ କରୁଥିବା ଏବଂ ସରକାରଙ୍କୁ ସମର୍ଥନ କରିଆସୁଥିବା ଲୋକଙ୍କୁ କିମିଟି ସଦସ୍ୟ ରହିବେ । ସେମାନେ ବିଭିନ୍ନ ସମୟରେ ଖବର କାଗଜରେ ଲେଖା ଲେଖି କୃଷି ଆଇନ ଠିକ୍ ଏ ନେଇ ଯୁକ୍ତି ବାଢ଼ିଛନ୍ତି  । ଏଭଳି ପରିସ୍ଥିତିରେ କିଭଳି  କୃଷକଙ୍କୁ କିଭଳି ନ୍ୟାୟ ମିଳିପାରିବ ବୋଲି ପ୍ରଶ୍ନ କରିଛନ୍ତି ।

ଆଜି ରାକେଶ ଶର୍ମାଙ୍କ ଜନ୍ମଦିନ, ଝିଅ ମୃତ୍ୟୁ ଖବର ଶୁଣିବା ପରେ ବି ଭରିଥିଲେ ମହାକାଶକୁ ଉଡ଼ାଣ

୧୯୮୦ ଦଶକରେ ଦୁଇ ଜଣ ଭାରତୀୟଙ୍କ ନାମ ସମସ୍ତଙ୍କ ମୁହଁରେ ଥିଲା । ଜଣେ ଥିଲେ ରବିଶ ମହ୍ଲୋତ୍ରା ଓ ଅନ୍ୟ ଜଣେ ଥିଲେ ରାକେଶ ଶର୍ମା । ଭାରତୀୟ ବାୟୁସେନାର ଏହି ଦୁଇ ପାଇଲଟଙ୍କୁ ଏଭଳି ଗୋଟିଏ ମିଶନ ପାଇଁ ଅନେକଙ୍କ ମଧ୍ୟରୁ ବଛାଯାଇଥିଲା,ଯାହା ଭାରତକୁ ମହାକାଶ ଅଭିଯାନରେ ସାମିଲ କରିବାକୁ ଯାଉଥିଲା । ୮୦ ଦଶକରେ ଏମିତି ଖୁବ କମ ଲୋକ ଥିବେ ଯେଉଁମାନେ ରାକେଶ ଶର୍ମାଙ୍କ ନାମ ଶୁଣିନଥିବେ । ଭାରତୀୟଙ୍କ ପାଇଁ ଏହା ବଡ ଗୌରବର କଥା ଥିଲା ଯେ, ସେମାନଙ୍କ ଦେଶରୁ କେହି ମହାକାଶକୁ ଯାଉଛି ।

ରାକେଶ ଶର୍ମାଙ୍କ ମହାକାଶ ଅଭିଯାନକୁ ୩୬ରୁ ଅଧିକ ବର୍ଷ ହୋଇଗଲାଣି । ମହାକାଶ ଯାତ୍ରା ପାଇଁ ରାକେଶଙ୍କୁ ପ୍ରାୟ ୨ ବର୍ଷର କଠିନ ଟ୍ରେନିଂ ନେବାକୁ ପଡଥିଲା । ଏହି ଟ୍ରେନିଂ ସେ ତତ୍କାଳୀନ ସୋଭିଏସତ ସଂଘର ରାଜଧାନୀ ମସ୍କୋରେ ନେଇଥିଲେ । ମସ୍କୋର ୟୁରି ଗାଗାରିନ୍ ଅନ୍ତରିକ୍ଷ କେନ୍ଦ୍ରରେ ତାଲିମ ନେଉଥିବା ବେଳେ ରାକେଶଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଥିଲା ।

ଝିଅର ମୃତ୍ୟୁ

ରାକେଶ ମହାକାଶକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଏହି ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନରେ ଆସିଥିଲା ଝଡ । ମସ୍କୋରେ ଥିବା ବେଳେ ତାଙ୍କର ୬ ବର୍ଷର ଝିଅ ମାନସୀର ଦେହାନ୍ତ ହୋଇଯାଇଥିଲା । ଝିଅକୁ ହରାଇବାର ଦୁଃଖକୁ ଛାତିରେ ଚାପି ସେ ଦେଶ ପାଇଁ ମହାକାଶକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ।

୩ ଏପ୍ରିଲ ୧୯୮୪

ଏପ୍ରିଲ ତି । ୧୯୮୪ । ଏମିତି ଗୋଟିଏ ବର୍ଷ ଯାହାକୁ ଭାରତୀୟ କେବେ ମଧ୍ୟ ଭୁଲିବେ ନାହିଁ । ସେହିଦିନ ପୁରା ଭାରତର ହୃଦସ୍ପନ୍ଦନ ବଢିଯାଇଥିଲା । ସୋୟୁଜ୍ ଟି-୧୧ ଅନ୍ତରୀକ୍ଷ ଯାନ ମହାକାଶ ଅଭିମୁଖେ ଉଡାଣ ଭରିଥିଲା । ଆଉ ଏହା ସହିତ କୋଟି କୋଟି ଭାରତୀୟଙ୍କ ମନ ମଧ୍ୟ ଆଶା ଓ ଆଶଙ୍କାକୁ ନେଇ ଉତ୍କଣ୍ଠିତ ହୋଇଥିଲା । ସବୁକିଛି ସୁରୁଖୁରୁରେ ହୋଇଥିଲା । ୭ ଦିନ ୨୧ ଘଣ୍ଟା ୪୦ ମିନଟ୍ ମହାକାଶରେ ସେଲ୍ୟୁତ୍ ୭ ସ୍ପେଶ ଷ୍ଟେଶନରେ ବିତାଇବା ସହିତ ପୃଥିବୀକୁ ଫେରିଥିଲେ ରାକେଶ । ପୃଥିବୀକୁ ଫେରିବା ବେଳକୁ ରାକେଶ ଭାରତର ହିରୋ ପାଲଟି ସାରିଥିଲେ ।

ସାରେ ଯାହାଁ ସେ ଆଛା..

ମହାକାଶରେ ଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାକେଶଙ୍କୁ ପଚାରିଥିଲେ ମହାକାଶରୁ ଭାରତ କେମିତି ଦେଖାଯାଉଛି । ରାକେଶଙ୍କ ଉତ୍ତର ଥିଲା ସାରେ ଯାହାଁ ସେ ଆଛ.. ସମଗ୍ର ଦୁନିଆରେ ସବୁଠୁ ସୁନ୍ଦର । ତାଙ୍କର ଏହି ଉତ୍ତର ଆଗକୁ ଚାଲି ପ୍ରତି ଭାରତୀୟଙ୍କ ମୁହଁରେ ଥିଲା ।

ମହାକାଶରେ ଯୋଗ

ମହାକାଶରେ ରାକେଶ ପ୍ରତିଦିନ ୧୦ ମିନଟ ଯୋଗ କରୁଥିଲେ । ମହାକାଶରୁ ଫେରିବା ପରେ ମସ୍କୋରେ ଏକ ସାମ୍ବାଦିକ ସମ୍ମିଳନୀରେ ରାକେଶ ନିଜ ଅନୁଭବ ଅନ୍ୟମାନଙ୍କ ସହିତ ବାଣ୍ଟିଥିଲେ ।

୧୯୮୭ରେ ବାୟୁସେନାରୁ ଅବସର

୧୯୮୭ ମସିହାରେ ରାକେଶ ବାୟୁସେନାରୁ ଅବସର ନେଇଥିଲେ । ମହାକାଶକୁ ଯିବା ବେଳେ ରାକେଶ ବାୟୁସେନାର ସ୍କ୍ୱଡନ ଲିଡର ଥିଲେ । ଏହା ପରେ ତାଙ୍କୁ ୱିଙ୍ଗ୍ କମାଣ୍ଡର ପଦବିକୁ ପଦୋନ୍ନତି ମିଳିଥିଲା । ସେ ୱିଙ୍ଗ୍ କମାଣ୍ଡର ଭାବେ ଅବସର ନେଇଥିଲେ ।
ଅବସର ନେବା ପରେ ସେ ନାସିକରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ଟେଷ୍ଟ୍ ପାଇଲଟ୍ ଭାବେ ଯୋଗ ଦେଇଥିଲେ । ତେଜସ ବିମାନର ଟେଷ୍ଟ ଉଡାଣ ସହିତ ସେ ସକ୍ରିୟତାର ସହ ଜଡିତ ଥିଲେ ।

ଆଜି ୭୨ ତମ ଜନ୍ମଦିନ

ଆଜି ରାକେଶ ଶର୍ମା ନିଜର ୭୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୩ ଜାନୁଆରି ୧୯୪୯ରେ ରାକେଶଙ୍କ ଜନ୍ମ ପଟିୟାଲାରେ ହୋଇଥିଲେ । ତେବେ ତାଙ୍କ ସ୍କୁଲ ଓ କଲେଜ ଶିକ୍ଷା ହାଇଦ୍ରାବାଦରେ ହୋଇଥିଲେ । ହାଇଦ୍ରାବାଦ ବାୟୁସେନା ଘାଟି ପାଖରେ ରାକେଶଙ୍କ ଘର ଥିଲା । ତେଣୁ ପିଲା ଦିନୁ ସେ ବାୟୁସେନା ପ୍ରତି ଆକୃଷ୍ଟ ହୋଇଥିଲେ ।

ଏବେ କ’ଣ କରୁଛନ୍ତି ରାକେଶ ?

ରାକେଶ ଶର୍ମା ଅନେକ ବର୍ଷ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରହିଥିଲେ । ପରେ ସେ ତାମିଲନାଡୁରେ ହିଲ ଷ୍ଟେଶନ କୁନୁରକୁ ଚାଲି ଯାଇଥିଲେ । ଏବେ ସେ ବେଙ୍ଗାଲୁରୁରେ ଏକ କମ୍ପାନୀ କେଡିଲା ଲାବସର ନନ୍ ଏଗଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି । ଏହା ବୀମା କମ୍ପାନୀଙ୍କ ଇଣ୍ଟେଲିଜେନ୍ସ ଅଟୋମେସନ ପ୍ରୋଭାଇଡ୍ କରିଥାଏ ।

ରାକେଶଙ୍କର ଦୁଇ ପୁଅ ଓ ଝିଅ । ପୁଅ କପିଲ ଫିଲ୍ମ ନିର୍ଦ୍ଦେଶକ ହୋଇଥିବା ବେଳେ ଝିଅ ମିଡିଆରେ ଆର୍ଟ୍ ଡିଭିଜନରେ କାମ କରୁଛନ୍ତି । ରାକେଶ ଖାଲି ସମୟରେ ଗଲ୍ଫ ଖେଳିବାକୁ ଓ ଗୀତ ଶୁଣିବାକୁ ଭଲ ପାନ୍ତି ।

ସୁଶାନ୍ତ କିଛି କରି ଦେଖାଇବାର ଇଚ୍ଛାରେ ବିତାଇଥିଲେ ୩୦ ବର୍ଷ, ପରେ ଭାବିଲେ ମୁଁ ଭୁଲ ଗେମ୍‌ ଖେଳୁଛି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବଲିଓଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା। ସୁଶାନ୍ତଙ୍କ ମୃତ୍ୟୁକୁ ଏଇ ଭିତରେ ୭ ମାସ ପୁରିଗଲାଣି। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହର ଘେରରେ ରହିଛି। ଯେତିକି ଶୀଘ୍ର ସୁଶାନ୍ତ ସିଂଙ୍କ ମୃତ୍ୟୁ ଚହଳ ସୃଷ୍ଟି କରିଥିଲା ସେତିକି ଶୀଘ୍ର କୁଆଡ଼େ ମିଳେଇ ଗଲା ଏହି ଚର୍ଚ୍ଚା। ତାଙ୍କ ବିୟୋଗ ବଲିଉଡ ପାଇଁ ଏକ ଅପୁରଣିୟ କ୍ଷତି ବୋଲି ପ୍ରମାଣିତ ହୋଇଛି। ମୃତ୍ୟୁ ମାମଲାର ତଦନ୍ତ ଚାଲିଛି। ଆଉ ସେପଟେ ସୁଶାଙ୍କ ପରିବାର ସୁଶାନ୍ତଙ୍କର କିଛି ନା କିଛି ସ୍ମୃତିକୁ ଭାଇରାଲ କରି ଫ୍ୟାନ ମାନଙ୍କୁ ଏକଜୁଟ କରି ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ଏହି ସମୟରେ ସୁଶାନ୍ତଙ୍କ ଏକ ପୁରୁଣା ନୋଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ନୋଟ୍ ନିଜେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭାଇରାଲ ହୋଇଥିବା ସୁଶାନ୍ତଙ୍କ ଏହି ନୋଟରେ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏହି ଚିଠିରେ ସେ ନିଜର କିଛି କଥାକୁ ଲେଖିଛନ୍ତି।

ସୁଶାନ୍ତ ଲେଖିଛନ୍ତି କି ମୁଁ ମୋ ଜୀବନର ୩୦ ବର୍ଷ କେବଳ କିଛି କରି ଦେଖାଇବାର ଇଚ୍ଛାରେ ବିତାଇଦେଇଛି। ମୁଁ ଭଲ ଟେନିସ୍ ଖେଳିବାକୁ ଚାହୁଁଥିଲି, ଭଲ ଗ୍ରେଡ୍ ପାଇବାକୁ ଚାହୁଁଥିଲି। ଯାହା ପାଇଁ ମୁଁ ସବୁକିଛିକୁ ସେହି ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କରିଥିଲି। ସେ ଆହୁରି ମଧ୍ୟ ଲେଖିଛନ୍ତି କି- ବୋଧେ ମୁଁ ଏହି ସବୁଥିରେ ଖୁସି ନଥିଲି। ଯେଉଁଥି ପାଇଁ ଆହୁରି ଅଧିକ ପାଇବାକୁ ଆଶା କରିଥିଲି। ଏତେ ସବୁ ପରେ ଶେଷରେ ମୁଁ ବୁଝିଥିଲି କି ମୁଁ ଅଧିକ ଆଶା କରି ଜୀବନର ଭୁଲ ଗେମ ଖେଳୁଛି। ଏଭଳି କିଛି ଲେଖିଛନ୍ତି ସୁଶାନ୍ତ।

ସେପଟେ ସୁଶାନ୍ତଙ୍କ ଏଭଳି ନୋଟ ଭାଇରାଲ କରିବା  ବେଳେ ଶ୍ୱେତା ବହୁତ ଭାବପ୍ରବଣ ହୋଇଥିଲେ। ଆଉ ଏହି ନୋଟ ପଢ଼ିବା ପରେ ସୁଶାନ୍ତଙ୍କ ଫ୍ୟାନ ମାନେ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି। ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାର ଏମିତି ଅନେକ କିଛି ସେୟାର କରି ଫ୍ୟାନ ମାନଙ୍କୁ ଏକଯୁଟ କରି ରଖିଛନ୍ତି ।

ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଜାତୀୟ ଟିକାକରଣ ଦିବସରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାନ୍ତା । ଯେଉଁଥିରେ ପାଞ୍ଚ ବର୍ଷ ଯାଏଁ ଶିଶୁଙ୍କୁ ଟିକା ଦିଆଯାଇଥାଏ । କିନ୍ତୁ କିଛି ଅଣଯୋଜନାବଦ୍ଧ କାର୍ଯ୍ୟକ୍ରମ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟପକ୍ଷରୁ କୁହାଯାଇଛି ।

ଏ ନେଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖି ଜଣାଇଛନ୍ତି । ଯେଉଁଥିରେ କିଛି ଅଣଯୋଜନାବଦ୍ଧ କାର୍ଯ୍ୟକ୍ରମ ପାଇଁ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରହିଥିବା ଚିଠିରେ ଉଲ୍ଲେଖ ରହିଛି ।

          ସୂଚନା ଯୋଗ୍ୟ ଯେ, ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ ଅଗ୍ରାଧିକାର ଭିତ୍ତିରେ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ ରଖାଯାଇଛି । ଯେଉଁଥିରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନ ଟିକା ଦିଆଯିବ ଏବଂ ପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବାର କାର୍ଯକ୍ରମ ରହିଛି

ଏଥିସହିତ ପଢ଼ନ୍ତୁ: ଭ୍ୟାକ୍ସିନ୍ ବଜାରରେ ୪ ବ୍ରାଣ୍ଡ, ଜାଣନ୍ତୁ କାହାର କଣ ବିଶେଷତ୍ୱ

କୋଭିସିଲ୍ଡ ପରେ ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ୍ ଟିକାର ୨୦ ହଜାର ଡୋଜ୍

ଭୁବନେଶ୍ୱର: ଓଡ଼ିଶାରେ ପହଁଚିଲା କରୋନାର ଦ୍ବିୀତୀୟ ଟିକା । ୨୦ ହଜାର ଡୋଜ କୋଭାକ୍ସିନ ହାଇଦ୍ରାବାଦରୁ  ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲା । ପରେ ଭ୍ୟାକ୍ସିନ ଭ୍ୟାନ ଜରିଆରେ ଓଡିଶା ରାଜ୍ୟ ଟିକା ଭଣ୍ଡାରକୁ ଅଣାଯାଇଛି । ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସବୁ ଜିଲ୍ଲାକୁ ପଠାଯିବ । ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା ହେଉଛି କୋଭାକ୍ସିନ । ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି । ହଜାରେ ଭାଏଲରେ ୨୦ହଜାର ଡୋଜ୍‌ ଥିବା ସୂଚନା ମିଳିଛି । ହାଇଦ୍ରାବାଦ ସ୍ଥିତ ଭାରତ ବୟୋଟେକରୁ ଆସିଛି କୋଭାକ୍ସିନ ଟିକା ।

ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା ଆଣୁଛନ୍ତି କେନ୍ଦ୍ର ସରକାର । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ୍ ଟିକା କିଣୁଛି କେନ୍ଦ୍ର । ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ପୂର୍ବରୁ ଘୋଷଣା କରିଛି । ଗତକାଲି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ୪୦ହଜାର ୮ଶହ ଭାଏଲ କୋଭିସିଲ୍ଡ ଟିକା ଆସିଥିଲା। ସେଥିମଧ୍ୟରୁ କଟକ, ପୁରୀ ଓ ନୟାଗଡ଼ ଭଳି ୩ଟି ଜିଲ୍ଲାକୁ ଟିକା ଭ୍ୟାନ ଜରିଆରେ ପଠାଯାଇଛି। ଆଜି ୧୫ରୁ ଅଧିକ ଜିଲ୍ଲାରୁ ସ୍ୱତନ୍ତ୍ର ଭାକ୍ସିନ ଭ୍ୟାନ ଟିକା ଗ୍ରହଣ କରିବାକୁ ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି।

ଆସନ୍ତା ତାରିଖରେ ରାଜ୍ୟରେ ମୋଟ ୧୬୨ଟି ଟିକା କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ୩ଲକ୍ଷ ୩୩ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ଦିନ ପରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ। ଏବଂ ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଅଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ।

ଏଥିସହିତ ପଢ଼ନ୍ତୁ: ଅଭିଯୋଗ ପରେ କମିଲା ସୁନା ବ୍ୟବସାୟ: ଗରାଖଙ୍କୁ ପିଟିଲେ ଦୋକାନ ମାଲିକ

ଅଭିଯୋଗ ପରେ କମିଲା ସୁନା ବ୍ୟବସାୟ: ଗରାଖଙ୍କୁ ପିଟିଲେ ଦୋକାନ ମାଲିକ

ଭୁବନେଶ୍ୱର: ରାଜଧାନୀରେ ସୁନା ଦୋକାନୀଙ୍କ ଗୁଣ୍ଡାଗିରି । ଗ୍ରାହକଙ୍କୁ ଗୋଡ଼ାଇ ଗୋଡାଇ ପିଟିଲେ ଦୋକାନୀ ।  ଖଣ୍ଡଗିରିବାରି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଚାରି ବର୍ଷ ତଳେ ବିବେକାନନ୍ଦ ତାଙ୍କ ପତ୍ନୀଙ୍କ ପାଇଁ ସୁନା ଚେନ କିଣିଥିଲେ। । ୨୨ କ୍ୟାରେଟ ବୋଲି କହି ସୁନା ବିକିଥିଲେ ଦୋକାନୀ । ଏବେ ଟଙ୍କା ଆବଶ୍ୟକ ହେବାରୁ ବିବେକାନନ୍ଦ ସେହି ସୁନା ଚେନ ନେଇ ବ୍ୟାଙ୍କ ଯାଇଥିଲେ । ବ୍ୟାଙ୍କରେ ସୁନା ଚେନ ବନ୍ଧକ ରଖି ଟଙ୍କା ଆଣିଥାନ୍ତେ ବିବେକାନନ୍ଦ । ହେଲେ ବ୍ୟାଙ୍କରେ ସୁନା ଚେନ ଯାଞ୍ଚ ବେଳେ ଏହା ୨୨ କ୍ୟାରେଟ ନୁହେଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ ।

ଏ ନେଇ ସମ୍ପୃକ୍ତ ଦୋକାନିକୁ ବିବେକାନନ୍ଦ ପଚାରିବାରୁ ସେ ସୁନା ବଦଳ କରି ପ୍ରକୃତ ସୁନା ଦେଇଥିଲେ । ହେଲେ ଏଭଳି ଘଟଣା ଅଲଗା ଲୋକଙ୍କ ସହ ଆଗରୁ ହୋଇଛି ଓ ସେମାନେ ମଧ୍ୟ ଏନେଇ ଅଭିଯୋଗ କରିଲେ । ଯାହାଫଳରେ ଉକ୍ତ ଦୋକାନ ଉପରେ ଏହାର ପ୍ରଭାବ ପଡିଲା ଓ ବ୍ୟବସାୟ ମାନ୍ଦା ପଡିଲା, ତେଣୁ ଆକ୍ରୋଶମୂଳକ ଭାବେ ରାଗ ରଖି ବିବେକାନନ୍ଦଙ୍କୁ ସୁନା ଦୋକାନ ମାଲିକ ଓ ତାଙ୍କ ସ୍ତ୍ରୀ ନିର୍ଧୁମ ମାଡ଼ ମାରିଛନ୍ତି । ଏ ନେଇ ବିବେକାନନ୍ଦ ଭରତ ପୁର ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଦୋକାନୀ ଦମ୍ପତିକୁ ଅଟକ ରଖି ପଚରାଉଚୁରା କରିଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ଉଦ୍ଧାରକାର୍ଯ୍ୟ ପାଇଁ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ କର୍ମଚାରୀ ଆହତ

ପରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କ ବ୍ରେନ୍ ମ୍ୟାପିଂ ଆବେଦନର ହେବ ଶୁଣାଣି

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଆବେଦନ । ଜୁଭେନାଇଲ ଜଷ୍ଟିସ ବୋର୍ଡ ଏସଆଇଟିର ଆବେଦନକୁ ଗ୍ରହଣ କରିବା ସହ ଆଜି ଶୁଣାଣି କରିବେ । ହତ୍ୟାକାଣ୍ଡ ସମ୍ପର୍କିତ କିଛି ସାମଗ୍ରୀର ପରୀକ୍ଷା ପାଇଁ ଏସଆଇଟି ଆବେଦନ କରିଛି । ଗତ ଡିସେମ୍ବର ୨୦ ତାରିଖରେ ଅଭିଯୁକ୍ତ ନାବାଳକକୁ ଏସଆଇଟି ଗିରଫ କରିଥିବା ବେଳେ, ୨୧ ତାରିଖରେ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରିଥିଲା । ପରେ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଥିଲା ଏସଆଇଟି । କିନ୍ତୁ ଅଭିଯୁକ୍ତ ସରୋଜ ଅରାଜି ହେବାରୁ ଅନୁମତି ନାର୍କୋ ଟେଷ୍ଟ କରିବାକୁ ଅନୁମତି ଦେଇଥିଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ । ଆଉ ଏବେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଆବେଦନକୁ କୋର୍ଟ କରିଥିବା ବେଳେ, ଅଭିଯୁକ୍ତ ଏହାକୁ ଗ୍ରହଣ କରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି ।

ଏଥିସହିତ ପଢ଼ନ୍ତୁ: ତାମ୍ପରା ନିକଟରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର : ରାସ୍ତା ସିଲ୍ କଲା ପ୍ରଶାସନ

ଉଦ୍ଧାରକାର୍ଯ୍ୟ ପାଇଁ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ କର୍ମଚାରୀ ଆହତ

ବ୍ରହ୍ମପୁର:  ଓଲଟିଲା ପୋଲିସ ଗାଡି, ୫ ପୋଲିସ ଆହତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା 16 ନମ୍ବର ରାଜପଥ ଉପରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଥିବା ଗ୍ୟାସ ବୋଝେଇ ଟ୍ୟାଙ୍କର ଉଠାଇବା ପାଇଁ ରସି ଆଣିବା ପାଇ ଯାଉଥିବା ପୋଲିସ ଗାଡି ଓଲଟି 5 ଜଣ ପୋଲିସ କର୍ମଚାରୀ ଆହତ । ଚିକିତ୍ସା ପାଇ ଛତ୍ରପୁର ମେଡିକାଲରେ ଭର୍ତି ହୋଇଛନ୍ତି । ସକାଳୁ ଘନ କୁହୁଡି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଗ୍ୟାସ ଟ୍ୟାଙ୍କର । ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥର ଦୁଇ ପାଖକୁ ସିଲ୍ କାରଯାଇଥିଲା । ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି । ସୁରକ୍ଷିତ ଭାବେ ଟ୍ୟାଙ୍କରକୁ ନିଆଯିବା ପରେ ଯାତାୟତ ସ୍ବାଭାବିକ ହେବ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି ।

ଏଥିସହିତ ପଢ଼ନ୍ତୁ: ତାମ୍ପରା ନିକଟରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର : ରାସ୍ତା ସିଲ୍ କଲା ପ୍ରଶାସନ

 

 

ତାମ୍ପରା ନିକଟରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର : ରାସ୍ତା ସିଲ୍ କଲା ପ୍ରଶାସନ

0

ବ୍ରହ୍ମପୁର: ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର ।  ୧୬ ନମ୍ୱର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ରକ। ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥର ଦୁଇ ପାର୍ଶ୍ୱକୁ କରାଯାଇଛି ସିଲ୍। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଯାନବାହାନ ।

ତେବେ ସଦ୍ୟ ସୂଚନା ମୁତାବକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟିବା ସତ୍ତ୍ୱେ ଗ୍ୟାସ୍ ଲିକ୍ ହୋଇନାହିଁ । କିନ୍ତୁ ସତ୍ତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତାର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଇଛି । ଲୋକଙ୍କ ଯାତାୟାତ ଉପରେ ରୋକ୍ ଲଗାଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଞ୍ଚବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏବଂ କୌଣସି ପ୍ରକାର ଅଘଟଣ ଯେଭଳି ନଘଟେ ଏଥିଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କପା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୨ ମୃତ

କପା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୨ ମୃତ

0

ରାୟଗଡ଼ା: କଲ୍ୟାଣସିଂହପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଘଟଣାନୁଯାୟୀ, ମଙ୍ଗଳବାର ରାତି ବେଲକଣା ଗାଁର କେ.ପ୍ରସାଦ ନିଜ ଟ୍ରାକ୍ଟର ଧରି ପମଡ଼ା ଛକଠାରେ ଖୁଚୁରା ଚାଷୀଙ୍କ କପା କିଣି ଟ୍ରାକ୍ଟରରେ ସହାୟତାରେ ନିଜ ଗାଁକୁ ନେଉଥିବା ବେଳେ ଶିକରପାଇ ନିକଟ କ୍ରିକାଲ ପାଡୁ ବୁଲାଣିରେ ଭାରସାମ୍ଯ ହରାଇ ଟ୍ରାକ୍ଟର ଓଲଟି ପଡ଼ିଲା  ।

ଯାହାଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଶଶିରାଓ ମିଣିଆକାଙ୍କ ମୃତ୍ଯୁ ହୋଇଥିବା ବେଳେ ଦୁଇଜଣ ଶ୍ରମିକ ଗୁରୁତର ହୋଇଥିବାରୁ ଘଟଣା ସ୍ଥଳରେ ନିକଟ ଗାଁ ଲୋକ ପହଁଞ୍ଚିବା ପରେ ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାୟାଗଡ଼ା ଜିଲ୍ଲା ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରଥିଲେ ।

ସେଠାରେ ଡାକ୍ତର ଚିକିତ୍ସା କରବା ପରେ ଅନ୍ୟ ଏକ ମହିଳା ଶ୍ରମିକ ସୁବର୍ଣ୍ଣା କରଡିଆଙ୍କ ମୃତ ହୋଇଥିବା ବେଳେ ଆଉଜଣେ ଶ୍ରମିକ କୁନେଇ କରଡିଆ ଗୁରୁତର ଅବସ୍ଥାରେ ରହଛି ।ଖବରପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଉକ୍ତ ଟ୍ରାକ୍ଟର ରେ ଡ୍ରାଇଭର ସହ ଚାରିଜଣ ଶ୍ରମିକ ବସିଥିଲେ ଅନ୍ୟ ଦୁଇଜଣ ଶ୍ରମିକ ଭଲଥିବା ଜଣାପଡିଛି ।ଘଟଣାଟି ଘଟିଛି ବିଳମ୍ବିତ ରାତିରେ ।

ଏଥିସହିତ ପଢ଼ନ୍ତୁ: କଟକରୁ ପୁଣି ବ୍ରାଉନସୁଗାର ଜବତ, ୫ ଗିରଫ