spot_img
Home Blog Page 6115

କଟକରୁ ପୁଣି ବ୍ରାଉନସୁଗାର ଜବତ, ୫ ଗିରଫ

କଟକ: ପୁଣି ଧଳା ଜହର ଜବତ । କଟକ ବିଡ଼ାନାସୀ, ଦେଉଳସାହି ଅଞ୍ଚଳରୁ ବ୍ରାଉନସୁଗାର ଜବତ କଲା ପୋଲିସ । ବିଶ୍ୱସ୍ତସୂତ୍ରରୁ ଖବର ପାଇ ବିଡାନାସୀ ପୋଲିସ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି  । ଏଥିସହିତ,୫ ଜଣଙ୍କୁ ଗିରଫ କରିଛି ।  ଏମାନଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ଥିବା ନେଇ ପୋଲିସର ପ୍ରାଥମିକ ସୂଚନା ପାଇଥିବା ବେଳେ, ଏମାନେ ସମସ୍ତେ ଯୁବକ ବୋଲି ସୂଚନା ଦେଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ଏ ନେଇ କଟକ ଡିସିପଙ୍କ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଏବଂ କଟକକୁ ଡ୍ରଗ୍ସ ମୁକ୍ତ କରିବା ଲାଗି ସାଧାରଣ ଲୋକଙ୍କ ସହଯୋଗ ଲୋଡିଛନ୍ତି ଡିସିପି । ଡ୍ରଗ୍ସ କାରବାର ନେଇ ସାଧାରଣ ଲୋକଙ୍କ ଠାରୁ ସୂଚନା ପାଇଁ ପୋଲିସ ରେଡ୍ କରି ଏହି ସଫଳତା ହାସଲ କରିପାରିଛି । ଏବଂ ଆଗକୁ ମଧ୍ୟ ସହଯୋଗ ସ୍ୱରୂପ ଲୋକେ ଡ୍ରଗ୍ସ କାରବାରର ସୂଚନା ଦିଅନ୍ତୁ ବୋଲି କହିଛନ୍ତି ଡିସିପି ।

ଏଥିସହିତ ପଢ଼ନ୍ତୁ: ପରୀ ହତ୍ୟା ମାମଲାରେ SIT ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷ

ଘାଟିରେ ଓଲଟିଲା ବସ୍: ୨ ଗୁରୁତର

0

କଳାହାଣ୍ଡି: ଘାଟିରେ ଓଲଟିଲା ବସ୍ । ଆମପାଣି ଘାଟିରେ ଯାତ୍ରୀବାହୀ ବସ ଓଲଟିଲା । ଦୁର୍ଘଟଣା ଯୋଗୁଁ ୨ ଗୁରୁତର । ଆଜି ପାହାନ୍ତିଆରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ ଦିଲଖୁସ ଆମପାଣି ଘାଟି ପ୍ରଥମ ବୁଲାଣି ରେ ଦୁର୍ଘଟଣା ହୋଇଛି । ବସର ହେଲ୍ପର ସୂର୍ଯ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଆହତ ହୋଇଛନ୍ତି ଆମପାଣି ପୋଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନାଁରେ ଆସିପାରେ କଲ୍‌, ନିମିଷେକେ ଖାଲି ହୋଇଯିବ ଆକାଉଣ୍ଟ ! ଠକଙ୍କ ନୂଆ ଫଣ୍ଡା..

 

ଏହି ରାଶି ଲୋକଙ୍କର ପରିବାରରେ ନୂଆ ଅତିଥିଙ୍କ ଆଗମନ ହେବ, ଜାଣନ୍ତୁ

୧୩ ଜାନୁଆରୀ , ୨୦୨୧, ବୁଧବାର

ପୌଷ ମାସ କୃଷ୍ଣପକ୍ଷ, ଅମାବାସ୍ୟା ତିଥି ଦିନ ୧୦ଟା ୩୩ ପର୍ଯ୍ୟନ୍ତ ରହିବ

ଧନୁ ୩୦ ଦିନ, ଉତ୍ତରଷାଢା ନକ୍ଷତ୍ର

ସୂର୍ଯ୍ୟ ଧନୁ ରାଶିରେ ଏବଂ ଚନ୍ଦ୍ର ମଧ୍ୟ ଧନୁ ରାଶିରେ ରହିବେ

ଯୋଗିନୀ ଐଶାନ୍ୟରେ ରହିବେ ଦିନ ୧୦ଟା ୩୩ ପର୍ଯ୍ୟନ୍ତ

ଏହାପରେ ଯୋଗିନୀ ପୂର୍ବକୁ ଯିବେ

ଶୁଭ ସମୟ- ଦିନ ୯ଟି ୩୮ ରୁ ଦିନ ୧୧ଟା୩୧

ସନ୍ଧ୍ୟା ୬ଟା ୧୫ ରୁ ରାତି ୧୦ଟା ୩୫ ମଧ୍ୟରେ

ଅଶୁଭ ସମୟ- ଦିନ ୧୧ଟା ୫୩ ରୁ ଦିନ ୧ଟା ୧୮ ମଧ୍ୟରେ

ଆଜି ମୃତେ ୧ ପାଦ ପୁଷ୍କର ଦୋଷ ଲାଗୁଛି, ତିଳକାଞ୍ଚନ ଦାନ କରନ୍ତୁ

 

ମେଷ ରାଶି

ଅଶ୍ୱିନୀ- ସଂପର୍କରେ ଉନ୍ନତି ଆସିବ, ଦିନଟି ବହୁତ ଭଲରେ କଟିବ

ଦ୍ୱିଜା- କୌଣସି ସଂପର୍କୁ ନେଇ ଚିନ୍ତାରେ ରହିବେ, କୌଣସି ଭୁଲ୍‌ ନ ଥାଇ ବି ବିବାଦରେ ଫସିବେ

କୃତ୍ତିକା- ବନ୍ଧୁ ମିଳନ ସହ ବଡ ଭାଇଙ୍କ ସହ ସଂପର୍କରେ ଉନ୍ନତି ଆସିବ

ଆଜି ଖାଦ୍ୟରେ ଜାଇଫଳ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ

ବୃଷ ରାଶି

କୃତ୍ତିକା- ଦିନଟି ବହୁତ ଭଲରେ କଟିବ, ଗୁରୁଜନଙ୍କର ସେବା କରନ୍ତୁ

ରୋହିଣୀ- ନିଜର ଅସାବଧାନତା ଯୋଗୁଁ  ଚକ୍ଷୁରେ ପୀଡା ଅନୁଭବ କରିବେ

ମୃଗଶିରା- ଯେଉଁମାନେ ବହୁ ଦିନରୁ  କୌଣସି ରୋଗରେ ପୀଡିତ ଅଛନ୍ତି

ସେମାନେ ଆଜି ଟିକିଏ ସୁସ୍ଥତା ଅନୁଭବ କରିବେ

ମହାଲକ୍ଷ୍ମୀଙ୍କୁ ନଡିଆ କୋରା ଭୋଗ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା- ପରିବାରରେ ନୂଆ ଅତିଥିଙ୍କ ଆଗମନ ଯୋଗୁ ଆନନ୍ଦର ମାହୋଲ ରହିବ

ଆର୍ଦ୍ରା- ପାରିବାରିକ ଅଶାନ୍ତି ବଢିବା ଯୋଗୁ ସ୍ବାସ୍ଥ୍ୟଗତ ସମସ୍ୟା ବି ବଢିବ

ପୁନର୍ବସୁ- ତୁଳାଜାତୀୟ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ଦିନଟି ଭଲ ରହିବ, ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିବ

ତୁଳସୀ ରସ କିଛି ବ୍ୟବହାର କରି ଗଙ୍ଗାପାଣିରେ ଧୋଇ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ- ହସଖୁସିରେ ଦିନଟି ବହୁତ ଭଲରେ କଟିବ

ପୁଷ୍ୟା- ଗୃହିଣୀମାନେ କିଛି ରୂପାର ସାମଗ୍ରୀ କିଣିପାରନ୍ତି

ଅଶ୍ଲେଷା- ଆଜି ଅନ୍ୟମାନଙ୍କ ଠାରୁ କିଛି ସାହାଯ୍ୟ ପାଇବେ ନାହିଁ

ଧଳା ରଙ୍ଗର ବିଲେଇକୁ କ୍ଷୀର, ଭାତ ଖାଇବାକୁ ଦିଅନ୍ତୁ

ସିଂହ ରାଶି

ମଘା- କର୍ମକ୍ଷେତ୍ରରେ ନିଜର ଦକ୍ଷତା ଅନୁଯାୟୀ ସମ୍ମାନ ପାଇବେ

ପୂର୍ବାଫାଲଗୁନି- ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ

ଉତ୍ତରାଫାଲଗୁନି- କର୍ମକ୍ଷେତ୍ରରେ ପରିବର୍ତ୍ତନ ପାଇଁ ନୂତନ ଅବସର ପାଇପାରନ୍ତି

ନବଗ୍ରହଙ୍କ ମନ୍ଦିରରେ ଭୋଗ କରି ତାହାକୁ କୌଣସି ଗାଈକୁ ଖାଇବାକୁ ଦିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ବନ୍ଧୁମାନଙ୍କ ସହିତ ନିଜର ଆବଶ୍ୟକତାକୁ ପୂରଣ କରିବେ

ହସ୍ତା- କୌଣସି ନିଜସ୍ୱ କଥାକୁ ନେଇ ଅନ୍ୟମାନଙ୍କ ସହ ମତାନ୍ତର ହୋଇପାରେ

ଚିତ୍ରା- କୌଣସି କାମରେ ଭାଇଭଉଣୀଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି

ଅରଖ ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା- ନିଜର ପୈତୃକ ସଂପତ୍ତିକୁ ନେଇ ଚାଲିଥିବା ବିବାଦ କିଛି ମାତ୍ରାରେ ସମାଧାନ ହୋଇପାରେ

ସ୍ବାତୀ- କଠିନ ପରିଶ୍ରମ କରିଲେ ମଧ୍ୟ ଆଶାବାଦୀ ଥିବା କାମ ଅଧୁରା ରହିବ

ବିଶାଖା- ଗ୍ରୋସରୀ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ

ଗାଧୋଇବା ଜଳରେ ଲୁଣ,ଗଙ୍ଗାଜଳ ବ୍ୟବହାର କରନ୍ତୁ

ବିଛା ରାଶି

ବିଶାଖା- କର୍ମକ୍ଷେତ୍ରରେ ସଫଳ ରହିବା ସହିତ ଗୃହିଣୀମାନେ ଘରେ ଖୁସି ରହିବେ

ଅନୁରାଧା- ବହୁ ଦିନରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ

ଜ୍ୟେଷ୍ଠା- ନିଜ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଯୋଗୁ  ଅସୁବିଧାରେ ପଡିପାରନ୍ତି

ଗୋଲାପ ଫୁଲର ଅତର ବାହାରକୁ ଯିବା ପୂର୍ବରୁ ବ୍ୟବହାର କରନ୍ତୁ

ଧନୁ ରାଶି

ମୂଳା- ପୂର୍ବରୁ କାହା ସହିତ ବି ରହିଥିବା ସଂପର୍କରେ ସୁଧାର ଆସିପାରେ

ପୂର୍ବାଷାଢା- ଦିନଟି ମଧ୍ୟମ ରହିବ, ସ୍ୱାସ୍ଥ୍ୟ ଖରାପ ହୋଇପାରେ

ଉତ୍ତରାଷାଢା- ପାରିବାରିକ ଓ ବ୍ୟବସାୟିକ ଦୃଷ୍ଟିରୁ  ଦିନଟି ଭଲରେ କଟିବ

ଘରର ମୁଖ୍ୟ ଦ୍ୱାରରେ ଧାନରେ ସ୍ୱସ୍ତିକ ଚିହ୍ନ କରନ୍ତୁ

ମକର ରାଶି

ଉତ୍ତରାଷାଢା- କିଛି ଖୁସି ଖବର ପାଇପାରନ୍ତି

ଶ୍ରବଣା- ଦୁର ସଂପର୍କୀୟଙ୍କର ସ୍ୱାସ୍ଥ୍ୟ ଖବର ପାଇ ମନ ବିଚଳିତ ରହିବ

ଧନିଷ୍ଠା- ଯେଉଁମାନେ ନୂତନ ସଂପର୍କ କିଛି ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ

ଆଜି ଧଳା ରଙ୍ଗର ଅଧିକ ବ୍ୟବହାର କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଲୁହା ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ

ଶତଭିଷା- ଅର୍ଥ ବିନିଯୋଗ କରନ୍ତୁ ନାହିଁ, ସଫଳତା ମିଳିବ ନାହିଁ

ପୂର୍ବଭାଦ୍ର- ନିଜର ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ

କ୍ଷୀର,ମହୁ ମିଶାଇ ଓସ୍ତଗଛ ମୂଳରେ ଢାଳନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ବହୁ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ

ଉତ୍ତରଭାଦ୍ର- ପରିବାର ଓ କର୍ମକ୍ଷେତ୍ରରେ ଉତ୍ତମ ପରିବେଶ ରହିବ

ରେବତୀ- ନିଜର କଥା ପ୍ରତି ଧ୍ୟାନ ଦିଅନ୍ତୁ, ବିବାଦ ହୋଇପାରେ

ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀଜଟା ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

ଏସସିବିରେ ଫାଇକୋ ମାଇସିସି ରୋଗର ସଫଳ ଅସ୍ତ୍ରୋପଚାର

0

କଟକ: ଏସସିବି ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରି ବିଭାଗରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ଫାଇକୋ ମାଇସିସି ରୋଗର ସଫଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତରୀ ଟିମ୍ । ବାଲେଶ୍ଵରର ହରିଶ୍ଚଦ୍ର ତରାଇ ମୁହଁରେ ଲଟକି ରହିଥିବା ପ୍ରାୟ ୫ କିଲୋ ଓଜନର ମାଂସକୁ ଅପରେସନ୍ କରି କଢାଯିବ ସହିତ ଅନ୍ୟ ସ୍ଥାନରୁ ଚର୍ମ ଆଣି ପ୍ରତିରୋପଣ କରାଯାଇଛି ।

ଫଳରେ ବିକୃତ ଚେହେରା ନେଇ ଯନ୍ତ୍ରଣାରେ ଛଟପଟ ହେଉଥିବା ହରିଶ୍ଚନ୍ଦ୍ର ଏବେ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି । ଚିକିତ୍ସା ପରେ ସେ ଏବେ ସୁସ୍ଥ ହେଉଥିବା ଚାକ୍ତର କହିଛନ୍ତି । ତେବେ ଏହି ରୋଗ ପୁଣିଥରେ ଯେପରି ନହୁଏ ସେ ନେଇ ଡାକ୍ତରମାନେ ସତର୍କ ଅଛନ୍ତି । ଫଙ୍ଗଲ ଇଂଫେକ୍ସନ ପାଇଁ ଏହି ରୋଗ ହୋଇଥିବା ବେଳେ କେଉଁ ପ୍ରକାର ଫଙ୍ଗଲ ପାଇଁ ଏହାହେଲା ତାହାର ଅଧିକ ଗବେଷଣା ଚାଲିଛି ।

ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀ, ଟଙ୍କା ଫେରାଇ ଆଣିବାକୁ ଯୋଜନା

0

ନୂଆଦିଲ୍ଲୀ: ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀ ମାଲାମାଲ । ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୩୬୪ କୋଟି ଟଙ୍କା । ଅଯୋଗ୍ୟ ଓ କରଦାତା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ଅଧିକାର ନିୟମ ଆଧାରରେ ମଗା ଯାଇଥିବା ତଥ୍ୟରେ ସାମନାକୁ ଆସିଛି ।

ତେବେ ସେଥି ମଧ୍ୟରେ ପଞ୍ଜାବର ସର୍ବାଧିକ ୨୩ ପ୍ରତିଶତ ଚାଷୀ ଅଛନ୍ତି । ସେହିପରି ମହାରାଷ୍ଟ୍ର ଓ ଆସାମର ବହୁ ଚାଷୀଙ୍କ ଖାତାକୁ ଟଙ୍କା ଯାଇଛି । ତେବେ ଏନେଇ ଖବର ପ୍ରକାଶ ପରେ ବିଭିନ୍ନ ରାଜ୍ୟର କୃଷି ବିଭାଗକୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ଆଣିବା ପାଇଁ ଦାୟିତ୍ୱ ଦିଆଯାଇଛି । ୨୦୧୯ରେ ପିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା ରହିଥିଲା । ପରେ ଅଧିକ ସଂଖ୍ୟକ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ମାତ୍ର ଭୁଲ ତଥ୍ୟ ଯୋଗୁଁ ଅଯୋଗ୍ୟ ହିତାଧିକାରୀ ମାଲାମାଲ ହୋଇଛନ୍ତି । ସୂଚନା ଅଧିକାର କର୍ମୀ ଭେଙ୍କଟେଶ ନାୟକ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ମାଗିଥିବା ତଥ୍ୟରେ ଏଭଳି ସାଂଘାତିକ ରିପୋର୍ଟ ସାମାନାକୁ ଆସିଛି ।

ପରୀ ହତ୍ୟା ମାମଲାରେ SIT ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷ

ନୟାଗଡ଼: ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ଏସଆଇଟିର ତଦନ୍ତରେ ଭଲ ଅଗ୍ରଗତି ହୋଇଥିବା ହାଇକୋର୍ଟ କହିଛନ୍ତି । ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ମାମଲାରେ ଏବେ ସୁଦ୍ଧା ତିନୋଟି ଷ୍ଟାଟସ ରିପୋର୍ଟ ଦିଆଯାଇଛି ।

ଡିସେମ୍ବର ୧୫ ତାରିଖରେ ପ୍ରଥମ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଥିଲା । ଡିସେମ୍ବର ୨୩ ଓ ଜାନୁଆରୀ ୧୧ ତାରିଖରେ ଆଉ ଦୁଇଟି ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ଏସଆଇଟି ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି । ଏସଆଇଟି ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି । ଗତ ଡିସେମ୍ବର ୨୦ରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା ଏସଆଇଟି ।

ପରେ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏଟ ମଧ୍ୟ କରାଯାଇଥିଲା । ପରୀକୁ କିଭଳି ଭାବେ ହତ୍ୟା କରାଗଲା ଓ କିଭିଳି ଭାବେ ନଡ଼ିଆ ବାହୁଙ୍ଗା ତଳେ ଲୁଚାଇଥିଲା ତାହା ଟିକିନିକି କରି ଦେଖାଇଥିଲା ଅଭିଯୁକ୍ତ । ପରେ ପରିବାର ପକ୍ଷରୁ ଆଗତ ଜନ୍ମ ପ୍ରମାଣ ପତ୍ର ଆଧାରରେ ସରୋଜକୁ ନାବାଳକ ଦର୍ଶାଇଥିଲେ ନୟାଗଡ଼ ପକସୋ କୋର୍ଟ । ଏଥିସହ ଅନୁଗୁଳ ବାଳସୁଧାର ଗୃହକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେପଟେ ନାବାଳକ ସରୋଜର ନାର୍କୋ ଚେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ, ଟେଷ୍ଟ ପାଇଁ ମନାକରିଦେଇଥିଲା ଅଭିଯୁକ୍ତ । ଯାହାକୁ ନେଇ କୋର୍ଟ ମଧ୍ୟ ଟେଷ୍ଟ ପାଇଁ ଅନୁମତି ଦେଇନଥିଲେ ।

RSP ଗ୍ୟାସ୍‌ ଲିକ୍‌ ଘଟଣାରେ NGTର ନୋଟିସ୍, ପରିବେଶ କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାକୁ ଏନ୍‌ଜିଟିର ନୋଟିସ୍ । ଗ୍ୟାସ ଲିକ୍‌ ହେବା ପରେ ପରିବେଶର କ’ଣ କ୍ଷତି ହୋଇଛି, ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଏପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ତଦନ୍ତ ଶେଷ କରି ସେଲ୍‌ ଅଧ୍ୟକ୍ଷଙ୍କୁ ଦିଆଯାଇଛି ରିପୋର୍ଟ ।

ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ଗ୍ୟାସ୍ ଲିକ୍ ପରେ ଚିହିଁକି ଉଠିଛି ନ୍ୟାସନାଲ ଗ୍ରୀନ ଟ୍ରୀବ୍ୟୁନାଲ । ଏନେଇ ରାଉରକେଲା ଇସ୍ପାତ କାରଖାନାକୁ ନୋଟିସ ଜାରି କରାଯାଇଛି । ଗ୍ୟାସ୍‌ ଲିକ୍‌ ପରେ ପରିବେଶର କଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଆସନ୍ତା ଫେବୃୟାରୀ ୧୧ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଷରୁ ତଦନ୍ତ ଶେଷ ହୋଇଛି । ଗ୍ୟାସ୍‌ ପାଇପ୍‌ ଲାଇନ୍‌ ମରାମତି କରିବା ପାଇଁ ଯାଇଥିବା କର୍ମଚାରୀ ଗ୍ୟାସ୍‌ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡିଛି । ସେପଟେ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଚାରୋଟି ବିଭାଗର ମୁଖ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଶ୍ରମିକ ନେତା ଦାବି କରିଛନ୍ତି ।

ଗ୍ୟାସ୍‌ ଲିକ୍‌ ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ପ୍ରଦୂଷଣ ବୋର୍ଡର ସେଲ୍ ଅଧ୍ୟକ୍ଷଙ୍କୁ ଦିଆଯାଇଛି । ଖୁବଶୀଘ୍ର ଜଣାପଡିବ ଘଟଣାର କିଏ ଦୋଷୀ । ଏପଟେ କାରଖାନାରୁ ନିର୍ଗତ ହେଉଥିବା ଦୁଷିତ ଜଳ ବ୍ରାହ୍ମଣୀ ନଦୀକୁ ନଛାଡିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଷରୁ ନିର୍ଦେଶ ଦିଆଯାଇଛି । ଗତ ୬ ତାରିଖରେ କାରଖାନାରେ ଆଠ ଫୁଟ୍‌ ଉଚ୍ଚତାରେ ଥିବା ପାଇପ୍ ମରାମତି ହେଉଥିବା ବେଳେ କାର୍ବନ ମନୋଅକ୍ସାଇଡ୍‌ ଗ୍ୟାସ୍‌ ଲିକ୍‌ ହୋଇ ୪ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

ଫେରିଲା ତୈଳ ରାଜନୀତି, କଂଗ୍ରେସ-ବିଜେପି ମୁହାଁମୁହିଁ; ଧର୍ମେନ୍ଦ୍ରଙ୍କୁ କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର: ଫେରିଲା ତୈଳ ରାଜନୀତି । କଂଗ୍ରେସ-ବିଜେପି ମୁହାଁମୁହିଁ । ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ଦେଖାଇଲା କଂଗ୍ରେସ । ବିଜେଡି କହିଲା ଲୋକଙ୍କ ସମସ୍ୟା ବଢ଼ିଲେ ବିରୋଧ ହେବ । ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଥିବାରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଛି ରାଜ୍ୟ ଯୁବ କଂଗ୍ରେସ । ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କ ଗାଡ଼ି ଆଗକୁ ହଠାତ୍‌ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଆସି କଳାପତାକା ଦେଖାଇ ଧର୍ମେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିରୋଧ କରିଥିଲା କଂଗ୍ରେସ । ଆଗକୁ ସବୁଆଡ଼େ ବିରୋଧ କରାଯିବ ବୋଲି ଯୁବ କଂଗ୍ରେସ କହିଛି ।

ସେପଟେ କେନ୍ଦ୍ର ପାଇଁ ରାଜ୍ୟ ବିଜେପି ଓକିଲାତି କରିଛି । ପେଟ୍ରୋଲ ଦର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି କହିଛି ବିଜେପି । ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢୁଥିବାରୁ ଭାରତରେ ବଢୁଛି । ଧର୍ମେନ୍ଦ୍ରଙ୍କୁ ବିରୋଧ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ଧର୍ମେନ୍ଦ୍ରଙ୍କୁ ବିରୋଧ ହାସ୍ୟାସ୍ପଦ ବୋଲି ବିଜେପି କହିଛି  ।

ଏହା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୭୩ ବର୍ଷର ରେକର୍ଡ ଭାଙ୍ଗିଛି । ଏହା ବିରୋଧରେ ପୂର୍ବରୁ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ କଂଗ୍ରେସ ପକ୍ଷରୁ ଧର୍ମେନ୍ଦ୍ରଙ୍କୁ କଳାପତାକା ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ରାଜ୍ୟବ୍ୟାପୀ ଧର୍ମେନ୍ଦ୍ରଙ୍କୁ ବିରୋଧ ହେବ ବୋଲି କଂଗ୍ରେସ କହିଥିବାରୁ ଏହାକୁ କିପରି ବିଜେପି କାଉଣ୍ଟର କରିବ ତାହା ଦେଖିବାର କଥା ।

ସୋସିଆଲ୍ ମିଡିଆରେ ଭାଇରାଲ୍ ଶିଶୁର ଫଟୋ ବିରାଟ-ଅନୁଷ୍କାଙ୍କ ଝିଅର ନୁହେଁ, ସଫେଇ ଦେଲେ କୋହଲିଙ୍କ ଭାଇ

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଘରେ ଏକ କନ୍ୟା ସନ୍ତାନର ଆଗମନ ହୋଇଛି । ଯାହାକୁ ନେଇ ପୂରା ପରିବାରରେ ଆନନ୍ଦ ଉଲ୍ଲାସ ଖେଳିଯାଇ ଥିବା ବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଶିଶୁ ଫଟୋକୁ ନେଇ ଚର୍ଚ୍ଚା ହେଉଛି ।

କିଛି ସମୟ ପୂର୍ବରୁ ବିରାଟଙ୍କ ଭାଇ ବିକାଶ କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଭାଇରାଲ୍ ହେଉଥିବା ଫଟୋ ଅନୁଷ୍କାଙ୍କ ଝିଅର ନୁହେଁ ବୋଲି ସଫେଇ ଦେଇଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ‘‘ମୁଁ ଗତକାଲି ପୋଷ୍ଟ କରିଥିବା ଚିତ୍ର କେବଳ ଏକ ପ୍ରତୀକାତ୍ମକ । ଏହା ଶିଶୁର ପ୍ରକୃତ ଫଟୋ ନୁହେଁ’’।

ଶିଶୁ ଜନ୍ମ ଖବର ପ୍ରଚାରିତ ହେବାପରେ ବିରୁଷ୍କାଙ୍କ ଝିଅର ଫଟୋ ତଥା ଝଲକ ଦେଖିବା ଲାଗି ବହୁତ ଉତ୍ସାହିତ ରହିଥିଲେ ବିରାଟ ଓ ଅନୁଷ୍କାଙ୍କ ପ୍ରଶଂସକ ମାନେ । ନିକଟରେ ବିରାଟଙ୍କ ଭାଇ ବିକାଶ କୋହଲି ମଧ୍ୟ ଇନଷ୍ଟାଗ୍ରାମରେ ଏକ ଶିଶୁର ପାଦର ଫଟୋ ଶେୟାର କରିଥିଲେ । ଯାହାକୁ ପ୍ରଶଂସକ ମାନେ ଅନୁଷ୍କାଙ୍କ ଝିଅ ବୋଲି ଭାବି ନେଇଥିଲେ । ଏହି ଫଟୋ ଶେୟାର ହେବାର କିଛି ସମୟ ପରେ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ  ବିରାଟ ଏବଂ ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜାନୁଆରୀ ୧୧ ତାରିଖରେ ଶିଶୁ କନ୍ୟାର ପିତାମାତା ପାଲଟିଛନ୍ତି ବିରାଟ କୋହଲି ଓ ଅନୁଷ୍କା। କନ୍ୟା ସନ୍ତାନର ଜନକ ହୋଇଥିବା ନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ବିରାଟ । ଉଭୟ ଝିଅ ଓ ପତ୍ନୀ ଅନୁଷ୍କା ଶର୍ମା ସୁସ୍ଥ ଥିବା ସେ କହିଥିଲେ।

୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ପ୍ରସ୍ତୁତି ତଦାରଖ କରିଛନ୍ତି ପ୍ରଣବ

ଭୁବନେଶ୍ୱର: ଦୂର ହେବ ପଶ୍ଚିମ ଓଡ଼ିଶାର ଜଳସେଚନ ସମସ୍ୟା । କାର୍ଯ୍ୟକ୍ଷମ ହେବ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ । ଆସନ୍ତା ୧୪ ତାରିଖରେ ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୮୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଇନ୍ଦ୍ରାବତୀ ପ୍ରକଳ୍ପ ।

ଏହି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଧର୍ମଗଡ, କୋକସରା ଓ ଜୟପାଟଣା ବ୍ଲକ୍‌ର ୯୧ଟି ଗାଁର ଲୋକ ଉପକୃତ ହେବେ । ଏହାସହ ଆଉ ହଜାରେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ନବୀନ । ଏହି ଅବସରରେ ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । କାଶୀପୁର ୨୨୦-୩୩ କେଭି ଗ୍ରୀଡ୍‌ରୁ ଏକ ବିକଳ୍ପ ୩୩ କେଭି ଫିଡ୍‌ର ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ଖର୍ଚ୍ଚ ହେବ ୪ କୋଟି ୪୩ ଲକ୍ଷ ଟଙ୍କା ।

ଗୋଲାମୁଣ୍ଡା ବ୍ଲକ୍‌ ବୃନ୍ଦାବାହାଲଠାରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ୍‌ ସବ୍‌ଷ୍ଟେସନ, ଦଶପୁରରୁ ମଖଲା ପର୍ଯ୍ୟନ୍ତ ତେଲ୍‌ ନଦୀ କୂଳରେ ୧୧ କେଭିର କୃଷି ଫିଡର ଲାଇନ୍‌ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହେବ। ମୁଖ୍ୟମନ୍ତ୍ରୀ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେହିପରି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।