spot_img
Home Blog Page 6129

ଅବହେଳାରୁ ଭୁଶୁଡ଼ିଲା କି ଅପର କୋଲାବ ଜଳପ୍ରକଳ୍ପର ମୁଖ୍ୟ କେନାଲ ବନ୍ଧ

ଜୟପୁର: ଶୁକ୍ରବାର ରାତିରେ ଭୁଶୁଡ଼ି ପଡିଥିବା ଜୟପୁର ଅପର କୋଲାବ ଜଳପ୍ରକଳ୍ପର ମୁଖ୍ୟ କେନାଲ ବନ୍ଧ ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି । କାମ ଆଜି ହିଁ ସାରିବାକୁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଚିଫ୍ କନଷ୍ଟ୍ରକ୍ସନ୍ ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଅପର କୋଲାବ ପ୍ରକଳ୍ପ ଯନ୍ତ୍ରୀଙ୍କ ଅବହେଳାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଓ କେନାଲ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି । ସ୍ଥିତି ଅନୁଧ୍ୟାନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିଧାୟକ ତାରା ବାହିନୀପତି ।

Upper Colab Water Project Main Canal Boundary Collapsed

କୋରାପୁଟ ଅପର କୋଲାବ ଜଲସେଚନ ବିଭାଗ ମୁଖ୍ୟ ବ୍ରାଞ୍ଚ କେନାଲରେ କେମିତି ସୃଷ୍ଟି ହେଲା ୯ ମିଟରର ଘାଇ । ବନ୍ଧର ଦୁର୍ବଳ ସ୍ଥାନ ମାନଙ୍କରେ ଦୀର୍ଘ ଦିନ ହେଲା ମରାମତି କରାଯାଇନଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଘଟଣା ସ୍ଥଳରେ ଜୟପୁର ବିଧାୟକ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହା କେବଳ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଅବହେଳାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ବିଧାୟକ ତାରା ବାହିନୀପତି । କେନାଲ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ସେ ଅଭିଯୋଗ କରିବା ସହିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

Upper Colab Water Project Main Canal Boundary Collapsed

ସେପଟେ ଆଜି ଜଳସେଚନର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି  ଏବଂ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି । ଅତି ପୁରୁଣା କେନାଲ ହୋଇଥିବାରୁ ଏହା ଦୁର୍ବଳ ହୋଇଯାଇଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ ଏବଂ ଯଥେଷ୍ଠ ପରିମାଣରେ ଅର୍ଥ ଆସୁନଥିବାକୁ ସେ ଦାୟୀ କରିଛନ୍ତି । ଏପଟେ ଏହାର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଗୋଟିଏ ଦିନରେ ଏହାର ମରାମତି କରାଯିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛି । କେନାଲ ଆଡ଼ିବନ୍ଧ ମରାମତି କରିବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ।

Upper Colab Water Project Main Canal Boundary Collapsed

ବନ୍ଧ ଭାଙ୍ଗିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନିକଟରେ ଥିବା ଏକତାଗୁଡ଼ା ଗ୍ରାମବାସୀ । ପାଣି ପଶିବା ବେଳେ ଗେଟ୍ ବନ୍ଦ କରିବାରୁ ଏକତାଗୁଡ଼ା ପ୍ରତି ଏକ ଭୟଙ୍କର ବିପଦ ଟଳିଯାଇଥିଲା । କିନ୍ତୁ ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି । ଦୁର୍ବଳ ବନ୍ଧ ମରାମତି ନକରି ଚେଇଁ ଶୋଇଥିବାରୁ ଜଳସେଚନ ବିଭାଗର ପାରିବା ପଣିଆ ପଦାରେ ପଡ଼ିଛି । ଆଗକୁ ଅଘଟଣର ପୁନାରାବୃତ୍ତି ନହେବ କିଏ କହିବ ? ସେଥିପାଇଁ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ଘରେ ଧାର୍ଯ୍ୟ ସୀମାଠାରୁ ଅଧିକ ମଦ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କୁ ନେବାକୁ ପଡ଼ିବ ଏକ ଲାଇସେନ୍ସ

ଲକ୍ଷ୍ନୌ: ଆପଣ ଆପଣଙ୍କ ଘରେ ଏକ ବାର କରିଛନ୍ତି କି। ଯେଉଁଥିରେ ଆବଶ୍ୟକତା ଠାରୁ ଅଧିକ ମଦ ରହିଛି। ତାହାଲେ ଆଗକୁ ଆପଣଙ୍କର ଘରେ ଥିବା ବାରର ଥାକ ଅଧିକରୁ ଅଧିକ ଖାଲି ହୋଇପାରେ। କାରଣ ଏକ୍ସାଇଜ୍ ନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଉତ୍ତରପ୍ରଦେଶ ସରକାର ଏଭଳି କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାର ବର୍ତ୍ତମାନ ଘରେ ମଦ ରଖିବା ପାଇଁ ଲାଇସେନ୍ସ ପ୍ରଦାନ କରିବାକୁ ଯାଉଛନ୍ତି। ନୂତନ ଏକ୍ସାଇଜ୍ ପଲିସିରେ ରାଜ୍ୟ ସରକାର ଏହା ଉପରେ ମୋହର ଲଗାଇଛନ୍ତି।

୨୦୨୧-୨୦୨୨ ବର୍ଷ ପାଇଁ ଜାରି କରାଯାଇଥିବା ଏକ୍ସାଇଜ୍ ନୀତିରେ ରାଜ୍ୟ ସରକାର ଏହି ନୂତନ ବ୍ୟବସ୍ଥାକୁ ଆପଣେଇଛନ୍ତି। ଯଦି କେହି ତାଙ୍କ ଘରେ ବ୍ୟବହାର ପାଇଁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମଦ୍ୟପାନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏକ୍ସାଇଜ୍ ବିଭାଗରୁ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡ଼ିବ। ତେବେ ୨୦୨୧-୨୦୨୨ ବର୍ଷ ପାଇଁ ବିଦେଶୀ ମଦ, ବିୟର ଏବଂ ମଦର ଅଗ୍ରୀମ ସଂରକ୍ଷଣକୁ ଫେବୃଆରୀ ୧୫ରୁ ଅନୁମତି ଦିଆଯିବ।

ସେପଟେ ଯୋଗୀ ସରକାର ଆସନ୍ତା ଆର୍ଥିକ ବର୍ଷରେ ଏକ୍ସାଇଜ୍ ବିଭାଗରେ ୬ ହଜାର କୋଟି ବୃଦ୍ଧି କରି ୩୪,୫୦୦ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖିଛନ୍ତି। ନୂତନ ନୀତିର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କରିବାରେ ସହଜତା ଏବଂ ଉତ୍ତମ ଶାସନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ୟାବିନେଟ ଶୁକ୍ରବାର ଦିନ ୨୦୨୧-୨୦୨୨ ବର୍ଷ ପାଇଁ ନୂତନ ଏକ୍ସାଇଜ୍ ନୀତି ଅନୁମୋଦନ କରିଛି।

ଜାନୁଆରୀ ୧୪ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ, କରିବେ ମେଗା ଉଠାଜଳସେଚନ ପ୍ରକଳ୍ପର ଉଦଘାଟନ

କଳାହାଣ୍ଡି: ଆସନ୍ତା ଜାନୁଆରୀ ୧୪ରେ କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡିର ବହୁ ପ୍ରତିକ୍ଷିତ ଉପର ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଏହି ସମୟରେ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜି ଗଡ଼ ବିଧାୟକ ପ୍ରଦୀପ ଦିସାରି, ଧର୍ମଗଡ଼ ବିଧାୟକ ମୌଷଧି ବାଗ ଓ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

୮ ବର୍ଷ ବୟସ୍କ ବାଳକ ମୁହଁରେ ବିଶ୍ୱର ଜିଓଗ୍ରାଫି

ଭୁବନେଶ୍ୱର: ଓଡ଼ିଶାର ବିସ୍ମୟ ବାଳକ । ପାଟିରେ ରହିଛି ପୃଥିବୀର ଭୂଗୋଳ । ପଚାରିଲେ ଅନର୍ଗଳ ବାହାରୁଛି ଦେଶ ବିଦେଶର ସୂଚନା । ଲକ୍‌ଡାଉନ୍‌ରେ ମୁଣ୍ଡରେ ସେଟ୍ ହୋଇଯାଇଛି ରାଜ୍ୟ, ଦେଶ ଏବଂ ବିଦେଶର ଠିକଣା । ଏଭଳି ଜଣେ ବ୍ରିଲିଆଣ୍ଟ ବୟ ହେଉଛନ୍ତି ପ୍ରତ୍ୟୁଷରାଜ ସ୍ବାଇଁ ।

Worlds Geography In 8 Years Old Odia Boy Pratyus Mind

ସାରା ବିଶ୍ବ ସମ୍ପର୍କରେ ସହପାଠୀର ଘନଘନ ପ୍ରଶ୍ନବାଣ ପ୍ରତ୍ୟୁଷରାଜ ସ୍ବାଇଁଙ୍କର ରାତିର ନିଦକୁ ଉଡ଼ାଇ ନେଇଥିଲା । ଫୋନ୍‌ରେ ସହପାଠୀ ପଚାରୁଥିବା ପ୍ରଶ୍ନରେ ବିଚଳିତ ହୋଇପଡୁଥିଲେ ପ୍ରତ୍ୟୁଷ । ରାତିରେ ଦେହ ସିନା ଶୋଇଯାଏ କିନ୍ତୁ ମନ ହଜିଯାଏ ବିଦେଶ ମାଟିର ଭୂଗୋଳରେ । କିଛି ସମୟ ପାଇଁ ବାପା ଦେଉଥିବା ମୋବାଇଲରୁ ଆରମ୍ଭ ହେଉଥିଲା ସର୍ଚ୍ଚ । ଗେମ୍ ନୁହେଁ କି କାର୍ଟୁନ୍ ନଥିଲା ସର୍ଚ୍ଚ ଇଞ୍ଜିନ ସାଇଟରେ । ଛୋଟ ବୁଦ୍ଧି ଖୋଜୁଥିଲା ରାଜ୍ୟ, ଦେଶ ଏବଂ ବିଦେଶର ସ୍ଥିତି, ଅବସ୍ଥିତି ଏବଂ ପରିସ୍ଥିତି ସମ୍ପର୍କରେ । ଦିନ ସିନା ସରିଯାଏ ହେଲେ ଦିମାକ ଚାଲିଯାଇଥିଲା ଦୁନିଆର ଭୂଗୋଳ ମାପିବାକୁ ।

Worlds Geography In 8 Years Old Odia Boy Pratyus Mind

ସଫ୍ଟୱୟାର ଇଂଜିନିୟର ପ୍ରଶାନ୍ତ କୁମାର ସ୍ବାଇଁଙ୍କ ବଡ଼ ପୁଅ ପ୍ରତ୍ୟୁଷ । ବୟସ ମାତ୍ର ୮ ବର୍ଷ । ଷ୍ଟାଣ୍ଡାର୍ଡ ଥ୍ରୀରେ ପଢୁଥିବା ଏହି ବାଳକ ବାପା ମାଆଙ୍କ ସହ ଚେନ୍ନାଇରେ ରୁହନ୍ତି । ଲକଡାଉନ୍ ପାଇଁ ଭୁବନେଶ୍ବର ନିଜ ଘରକୁ ଆସିଥିଲେ । କିନ୍ତୁ ଘରେ ରହିବା ଭିତରେ ପ୍ରତ୍ୟୁଷ ଯେ ଏତେ କଥା ଶିଖିଯାଇଛନ୍ତି ତାହା ବାପାମାଙ୍କୁ ଜଣା ନଥିଲା ।

Worlds Geography In 8 Years Old Odia Boy Pratyus Mind

ବୟସ କମ୍ ହେଲେ ମଧ୍ୟ ଦେଶ ବିଦେଶ ସମ୍ପର୍କରେ ଏତେ ମନେ ରଖିବା ସହଜ ନୁହେଁ । କେତେ ବଡ଼ ଏଇ ପୃଥିବୀ ? କେଉଁ ଦେଶ କେତେ ଧନୀ ? କେଉଁ ଦେଶରେ କେତେ ଲୋକ ଅଛନ୍ତି ? ସାରା ପୃଥିବୀରେ କେତୋଟି ଦେଶ ରହିଛି ? କେଉଁ ଦେଶର କରେନ୍ସି କଣ ? ଏସବୁର ଉତ୍ତର ତୁଣ୍ଡରେ ତୁଣ୍ଡରେ ମନେ ରଖି ବିସ୍ମୟ ବାଳକ ପ୍ରତ୍ୟୁଷ ।

ଜାତୀୟ ମାନବିକ ଅଧିକାର ସୁରକ୍ଷା ଏବଂ ଦୁର୍ନୀତି ନିବାରଣ ଆୟୋଗର ସମ୍ମିଳନୀ

ଭୁବନେଶ୍ୱର: ଜାତୀୟ ମାନବିକ ଅଧିକାର ସୁରକ୍ଷା ଏବଂ ଦୁର୍ନୀତି ନିବାରଣ ଆୟୋଗ ପକ୍ଷରୁ ଆଜି ଭୁବନେଶ୍ୱର ରୋଟାରୀ ଭବନ ଠାରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଯୋଗଦେଇ ମାନବିକ ଅଧିକାରର ସୁରକ୍ଷା ଏବଂ ଦୁର୍ନୀତି ମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ ।

State Conclave Of NHRACF In Bhubaneswar

ଏହାସହ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି, ମାନବିକ ଅଧିକାର ସୁରକ୍ଷା ଏବଂ ଦୁର୍ନୀତି ନିବାରଣ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶିଶିର ଭଟ୍ଟମିଶ୍ରଙ୍କ ସହ ଅନ୍ୟାନ୍ୟ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ NHRACFର ରାଷ୍ଟ୍ରୀୟ ସଭାପତି ବିରେନ ଦାଭେ, ରାଜ୍ୟ ସଭାପତି ଅରିଜିତ ଘୋଷାଲ, ରାଜ୍ୟ ଅଧ୍ୟକ୍ଷ ବିପ୍ଲବ ଚୌଧୁରୀ, ରାଜ୍ୟ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ ଉପସ୍ଥିତ ଥିଲେ ।

ତୁଳସୀ ଦେଈ ହତ୍ୟାକାଣ୍ଡ ନେଇ ଅଭିଯୁକ୍ତର ଚାଞ୍ଚଲ୍ୟକର ସତ

ଭୁବନେଶ୍ୱର: ୭ ମାସ ପରେ ସାମ୍ନାକୁ ଆସିଲା ସତ । ଲୁଟ୍ କରି ଲଭରକୁ ଦେଉଥିଲା ଗିଫ୍ଟ । ପୋଲିସ ପାରିଲାନି, ହେଲେ ସତ ଓଗାରିଲା ଅଭିଯୁକ୍ତ । କହୁ କହୁ ସାଥି ଅନ୍ତେବାସୀକୁ କହିଦେଲା ଗୁମର । ଜେଲର ଚାରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର ଅଭିଯୁକ୍ତ । ଏଭଳି ଘଟଣାର ଖୁଲାସା ହେବା ପରେ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।

Murder Accused Of Tulasi Dei Admits He Gifted Looted Items To Girlfriend

୨୦୨୦ ମସିହା ଜୁଲାଇ ୨୬ ତାରିଖରେ ନୟାପଲ୍ଲୀ ଏନ୍ ୪/ ୨୬୩ ରେ ପଶିଥିଲେ ଲୁଟେରା । ଘରେ ଥିବା ୭୦ ବର୍ଷୀୟ ତୁଳସୀ ଦେଈଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଭରିର ସୁନା ଚେନ ଓ କାନ ଫୁଲ ଲୁଟି ନେଇଥିଲେ । ଲୁଟ ବେଳେ ବୃଦ୍ଧ ମହିଳାଙ୍କ କାନ କାଟିବା ସହ ଛୁରା ମାଡ଼ କରିଥିଲେ । ପରବର୍ତ୍ତୀ ସମୟରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଅଭିଯୁକ୍ତକୁ ଖୋଜୁଥିଲେ ମଧ୍ୟ ତାର ପତ୍ତା ମିଳିନଥିଲା । କିନ୍ତୁ ଅଗଷ୍ଟ ୮ ତାରିଖରେ ଆଉ ଏକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାରାୟଣ ମହାନ୍ତିକୁ ଗିରଫ କରି ଜେଲ ପଠାଇଥିଲା ଖଣ୍ଡଗିରି ପୋଲିସ । ଜେଲରେ ଥିବା ସମୟରେ ଆଉ ଜଣେ ବିଚାରାଧୀନ କଏଦୀଙ୍କ ଆଗରେ ଲୁଟ୍ ଆଣ୍ଡ ମର୍ଡର ସିନ ବଖାଣୁଥିବା ବେଳେ ପୋଲିସ ଏହି ହାର୍ଡକୋରକୁ କବଜାକୁ ନେଇଛି ।

Murder Accused Of Tulasi Dei Admits He Gifted Looted Items To Girlfriend

ଅଭିଯୁକ୍ତ ନାରାୟଣ ନାମରେ କମିଶନରେଟ ପୋଲିସରେ ୨୦ ରୁ ଅଧିକ ମାମଲା ରହିଛି । ସ୍ପେଶାଲ ସ୍କ୍ୱାଡ ଓ ନୟାପଲ୍ଲୀ ପୋଲିସ ନାରାୟଣକୁ ଗିରଫ କରିବା ପରେ ୨ ଦିନିଆ ରିମାଣ୍ଡରେ ନେଇଛି । ବେଶ୍ ରଙ୍ଗୀନ ମିଜାଜର ଏହି ଲୁଟେରା ଲୁଟ୍ କରୁଥିବା ସୁନା ଗହଣା ତାର ଗାର୍ଲଫ୍ରେଣ୍ଡମାନଙ୍କୁ ଗିଫ୍ଟ ଦେଉଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଛି । ଏଣୁ ଲୁଟ୍ ସୁନା ଜବତ କରିବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ କମିଶନରେଟ ପୋଲିସ । ଭରତପୁର ଭଡ଼ା ଘରେ ମଧ୍ୟ ପୋଲିସ ଆଜି ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏଭଳି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ କହିଛନ୍ତି ଲୁଟର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ତୁଳସୀ ଦେଈଙ୍କ ସ୍ୱାମୀ ।

Murder Accused Of Tulasi Dei Admits He Gifted Looted Items To Girlfriend

ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଲୁଟେରା । ସହରର ଗହଳି ଭିତରେ ତିଆରି କରୁଛନ୍ତି କ୍ରାଇମ ପ୍ଲଟ୍ । ଲୁଟ ସହ ରଚୁଛନ୍ତି ବୀଭତ୍ସ କାଣ୍ଡ । ଏଣୁ ଏସବୁକୁ ରୋକିବା ପାଇଁ କମିଶନରେଟ ପୋଲିସକୁ ଆହୁରି ଅଧିକ ସଜାଗ ରହିବା ଆବଶ୍ୟକତା ରହିଛି ।

ରାସ୍ତାକଡ଼ ଘର ଉପରକୁ ମାଡ଼ିଗଲା କାର୍; ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗରୁତର

ନୂଆପଡ଼ା: ପୁଣି ଜୀବନ ନେଇଛି ଅସାବଧନତା । ଅନ୍ୟମନସ୍କ ହୋଇ ଗାଡ଼ି ଚାଳନା ଯୋଗୁ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ବୋଡେନକୁ ସଂଯୋଗ କରୁଥିବା ରାସ୍ତାର ଗଦ୍ରାମୁଣ୍ଡା ଗାଁ ରାସ୍ତାରେ ଦୁର୍ଘଟଣା ଘଟିଛି । ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଏକ କାର୍ ହଠାତ୍ ଜଣଙ୍କ ଘରେ ମାଡ଼ି ଯାଇଥିଲା ।

Car Rushed In House In Nuapada One Death

ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ନମିତା ହଂସ ବୋଲି ଜଣାପଡ଼ିଛି । ୨ ଗୁରୁତରଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗାଡ଼ି ଧକ୍କାରେ ଘରର ସମ୍ମୁଖ ଭାଗ ଭାଙ୍ଗିଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉତ୍ତେଜନା ପ୍ରକାଶ ପାଇଛି ।

ଇତିହାସ ରଚିବେ ଭାରତୀୟ ମହିଳା, ବିଶ୍ୱର ସବୁଠାରୁ ଲମ୍ବା ଆକାଶ ମାର୍ଗରେ ଚଲାଇବେ ବିମାନ

ନୂଆଦିଲ୍ଲୀ: ଗୋଟିଏ ପରେ ଗେଟିଏ ରେକର୍ଡ କରିଚାଲିଛନ୍ତି ଭାରତୀୟ ମହିଳା। କେତେବେଳେ ଖେଳରେ ରେକର୍ଡ ତ ପୁଣି କେତବେଳେ ପୁଅ ଯବାନଙ୍କ ପ୍ଲାଟୁନରେ କମାଣ୍ଡିଂରେ ରେକର୍ଡ। ଏବେ ଭାରତୀୟ ମହିଳା ବିଦେଶୀ ମହିଳାଙ୍କ ଠାରୁ କାହିଁ କେତେ ଗୁଣରେ ଆଗରେ ରହିଛନ୍ତି। ଆଉ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଆମ ଦେଶର ଝିଅ ମାନେ। ମହିଳା ପାଇଲଟ ବିଶ୍ୱର ସବୁଠାରୁ ଲମ୍ବା ମାର୍ଗରେ ଉଡ଼ାଇବେ ବିମାନ।

ଏୟାର ଇଣ୍ଡିଆର ମହିଳା ପାଇଲଟଙ୍କ ଦଳ ବିଶ୍ୱର ଦୀର୍ଘତମ ବିମାନ ମାର୍ଗ ନର୍ଥ ପୋଲ ଉପରେ ଉଡ଼ାଇବେ ବିମାନ। ମହିଳା ପାଇଲଟ ମାନେ ଆମେରିକାର ସାନ ଫ୍ରାନ୍ସିସ୍କୋ ଠାରୁ ୧୬ ହଜାର କିଲୋମିଟର ଲମ୍ବା ରାସ୍ତା ଅତିକ୍ରମ କରି ଜାନୁଆରୀ ୯ ରେ ବାଙ୍ଗାଲୋରରେ ପହଞ୍ଚିବେ। ବିମାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଆଇ ବିମାନ ବାଙ୍ଗାଲୋରରେ ପହଞ୍ଚିବା ପାଇଁ ଉତ୍ତର ପୋଲ ଦେଇ ଆଣ୍ଟାଲାକ୍ଟିକ୍ ମାର୍ଗ ନେଇଯିବ।

ବିମାନ ଚଳାଚଳ ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତର ପୋଲ ଉପରେ ଉଡ଼ିବା ଅତ୍ୟନ୍ତ ବୈଷୟିକ ଅଭିଜ୍ଞତା ଏବଂ ଦକ୍ଷତା ଥିବା ଆବଶ୍ୟକ କରେ। ଯଦିଓ ଏୟାର ଇଣ୍ଡିଆ ପାଇଲଟମାନେ ପୂର୍ବରୁ ପୋଲାର ମାର୍ଗ ବିମାନ ଉଡାଇଛନ୍ତି । କିନ୍ତୁ ଏହା ପ୍ରଥମ ଥର ପାଇଁ ନର୍ଥ ପୋଲରୁ କେବଳ ମହିଳା ପାଇଲଟଙ୍କ ଏକ ଦଳ ବିମାନକୁ ଉଡ଼ାଇବେ। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, “ଉତ୍ତର ପୋଲ ଉପରେ ଉଡିବା ଅତ୍ୟନ୍ତ ବିପଦପୂର୍ଣ୍ଣ। ତେଣୁ ବିମାନ କମ୍ପାନୀଗୁଡିକ ଏହି ମାର୍ଗରେ ସେମାନଙ୍କର ସର୍ବୋତ୍ତମ ତଥା ଅଭିଜ୍ଞ ପାଇଲଟଙ୍କୁ ପଠାନ୍ତି।

ଏୟାର ଇଣ୍ଡିଆ କ୍ୟାପଟେନ ଜୋୟା ଅଗ୍ରୱାଲ ଏହି ବିମାନକୁ ନିର୍ଦ୍ଦେଶ ଦେବେ। ସେ କହିଛନ୍ତି, “ବିଶ୍ର ଅଧିକାଂଶ ଲୋକ ସେମାନଙ୍କ ଜୀବନରେ ଉତ୍ତର ପୋଲ କିମ୍ବା ଏହାର ମାନଚିତ୍ର ଦେଖି ପାରିବେ ନାହିଁ। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମୋତେ ବିଶ୍ୱାସ କରିଛନ୍ତି। ଉତ୍ତର ପୋଲ ସାନ ଫ୍ରାନ୍ସିସ୍କୋରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବୋଇଙ୍ଗ ୭୭୭ ରୁ ବିଶ୍ୱର ଦୀର୍ଘତମ ଏବଂ ପ୍ରଥମ ବିମାନକୁ ନିର୍ଦ୍ଦେଶ ଦେବା ଏହା ଏକ ପ୍ରକୃତ ସୁବର୍ଣ୍ଣ ସୁଯୋଗ। ”

ଖାଦ୍ୟଠୁ, ତେଲ ଆଉ ମୋବିଲ୍ ସବୁକିଛି ନକଲି

ଚଣ୍ଡିଖୋଲ: ବଜାରରେ ନକଲି ନାଁରେ ବିକ୍ରି ହେଉଛି ଅସଲି ସାମଗ୍ରୀ । ନକଲ ବା ଅପମିଶ୍ରିତ ସୋୟାବଡ଼ିଠୁ ଆରମ୍ଭ କରି ଖାଇବା ତେଲ ସବୁକିଛି ଅସଲି ବ୍ରାଣ୍ଡରେ ପ୍ୟାକେଜିଂ ହୋଇ ବଜାରରେ ବିକ୍ରି ହେଉଛି । କଟକ ସହରରେ ବାରମ୍ବାର ରେଡ୍ ପରେ ଏଭଳି ଏକାଧିକ ନକଲି/ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ମିଳିଥିବା ବେଳେ ଆଜି ଯାଜପୁର ଜିଲ୍ଲାରୁ ମିଳିଛି । ସକାଳେ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା କୁନ୍ଦଳାରେ ନକଲି ସସ୍ କାରଖାନା ଠାବ ହୋଇଥିଲା ।

Jajpur Police Busted Duplicate Mobil Factory In Balichandrapur

ଅପରାହ୍ଣରେ ଜିଲ୍ଲାର ବାଲିଚନ୍ଦ୍ରପୁରରେ ଠାବ ହୋଇଛି ନକଲି ମୋବିଲା କାରଖାନା । ଦୀର୍ଘଦିନ ଧରି ଚାଲୁଥିବା ବେଆଇନ୍ ମୋବିଲ କାରଖାନା ଉପରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁର ପୋଲିସ ରେଡ୍ କରିଥିଲା । କାରଖାନାରେ କାର୍ଯ୍ୟରତ କର୍ମଚାରୀ ଫେରାର୍ ହୋଇଯାଇଛନ୍ତି ।

Jajpur Police Busted Duplicate Mobil Factory In Balichandrapur

ପୂର୍ବରୁ ମଧ୍ୟ ଏଠାରେ ବେଆଇନ୍ ଭାବେ ନକଲି ମୋବିଲ କାରଖାନା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ କମ୍ପାନୀରୁ ବାହାରୁ ଥିବା ରିଜେକ୍ଟ ତେଲକୁ ଏଠାରେ ଅପମିଶ୍ରଣ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠା ଯାଇଥାଏ । ପୋଲିସ ତଦନ୍ତ ଜାରି ରଖିଛି ।

ପାକିସ୍ତାନରେ ହିନ୍ଦୁ ଶିକ୍ଷୟତ୍ରୀଙ୍କ ବଳପୂର୍ବକ ଧର୍ମାନ୍ତରଣ,ଏକତା ହେଲେ ଆୟେଶା

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦର ଦେଶ ବୋଲି କିଏବା ନଜାଣିଛି। ଘୃଣ୍ୟ କାର୍ଯ୍ୟ ପାଇଁ ପାକିସ୍ତାନ ସାରା ବିଶ୍ୱ ଆଗରେ ପରିଚିତ। ଆଉ ଏବେ ପାକିସ୍ତନରେ ଜବରଦସ୍ତ ଇସଲାମ ଧର୍ମରେ ଲୋକଙ୍କୁ ପରିବର୍ତ୍ତନ କରାଇବା ଜାରି ରହିଛି। ଆଗରୁ ପାକିସ୍ତାନରେ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ଧର୍ମକୁ ପରିବର୍ତ୍ତନ କରାଯାଉଛି। ଏବଂ ପରେ ସେମାନଙ୍କୁ ମୁସଲିମଙ୍କୁ ବିବାହ କରିବା ପାଇଁ ବାଧ୍ୟ କରାଯାଉଛି। ଏଭଳି ଏକ ଘଟଣା ୬ ଜାନୁୟାରୀ ୨୦୨୧ରେ ପୁଣିଥରେ ପାକିସ୍ତାନରେ ଦେଖିବାକୁ ମିଳିଛି।

ପାକିସ୍ତାନର ସିନ୍ଧ ପ୍ରଦେଶର ବାଲୁଚିସ୍ତାନର ଏକତା କୁମାରୀଙ୍କ ସହ ଏଭଳି ଘଟଣା ଘଟିଛି। ଏକତା ପାକିସ୍ତାନର ଏକ ବିଦ୍ୟାଳୟରେ ଶିକ୍ଷାଦାନ କରନ୍ତି। ତାଙ୍କୁ ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଛି। ଯେତେବେଳେ କି ସେ ଜଣେ ହିନ୍ଦୁ ଝିଅ। ଆଉ ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି। ଖାଲି ଏକତା ଏଭଳି ଧର୍ମ ପରିବର୍ତ୍ତନର ଶୀକାର ହୋଇନାହାନ୍ତି । ଏକ ରିପୋର୍ଟ ଅନୁଯାୟୀ ପାକିସ୍ତନରେ ପ୍ରତି ବର୍ଷ ସଂଖ୍ୟା ଲଘୁ ଝିଅ ମାନଙ୍କର ସେଠାରେ ବଳପୂର୍ବକ ଧର୍ମାନ୍ତରଣ କରାଯାଇଥାଏ ।

https://twitter.com/voice_minority/status/1347411421932494851

ପାକିସ୍ତାନର ସାମାଜିକ କର୍ମୀ ରାହତ ଅଷ୍ଟିନ ଏକତାଙ୍କ ଫଟୋ ଏବଂ ଧର୍ମ ପରିବର୍ତ୍ତନର ପ୍ରମାଣପତ୍ରକୁ  ଟୁଇଟ୍ କରି ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଏକ ପ୍ରାଥମିକ ବିଦ୍ୟାଳୟର ହିନ୍ଦୁ ଶିକ୍ଷକ ଏକତା କୁମାରୀଙ୍କୁ ସିନ୍ଧର ଘୋଟକିର ବରଜୁଣ୍ଡି ସରିଫ ଧର୍କିରେ ମିଆନ୍ ମିଠୁ ଜୋରଜବରଦସ୍ତ ଇସଲାମ ଧର୍ମରେ ଦୀକ୍ଷିତ କରାଇଛନ୍ତି ।  ବର୍ତ୍ତମାନ ଏକତାଙ୍କର ନାମ ଆୟେଶାକୁ ପରିବର୍ତ୍ତନ କରାଯାଇଛି।

ସେପଟେ ସୋସିଆଲ ମିଡିଆରେ ଆଉ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଭଏସ୍ ଅଫ୍ ପାକିସ୍ଥାନ ସଂଖ୍ୟାଲଘୁଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟୁଇଟ୍ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ କୁହାଯାଇଛିଯେ ପାକିସ୍ତାନରେ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ କରିବା ଏକ ସାଧାରଣ କଥା। ଦିନେ ଏମିତି ଆସିବ ଯେତେବେଳେ ଧଳା ରଙ୍ଗ ଏଠାରେ ପତାକାଠାରୁ ସମ୍ପୂର୍ଣ୍ଣ ଲୋପ ପାଇବ। କାରଣ ପାକିସ୍ତନର ପତାକାରେ ଥିବା ଧଳା ରଙ୍ଗ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କୁ ବୁଝାଇଥାଏ।