spot_img
Home Blog Page 6136

ଆଜିଠୁ ରାଜ୍ୟରେ ଖୋଲିବ ସିନେମା ହଲ୍

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଖୋଲିବ ସିନେମା ହଲ୍‌  । କୋଭିଡ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସିନେମା ହଲ ଖୋଲିବ  । ୫୦ ପ୍ରତିଶତ ଦର୍ଶକ ହଲରେ ସିନେମା ଦେଖିପାରିବେ  । ଏଥିପାଇଁ ରାଜ୍ୟର ସମସ୍ତ ସିନେମା ହଲରେ ପ୍ରସ୍ତୁତି କରାଯାଇଛି  । ହଲ୍‌ଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ଦର୍ଶକଙ୍କ ବସିବା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ପ୍ରତ୍ୟେକ ଦର୍ଶକ ଗୋଟିଏ ସିଟ୍‌ ବ୍ୟବଧାନରେ ବସିବେ  । ସାନିଟାଜ୍‌ ସହ ମୋସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇଛନ୍ତି ସିନେମା ହଲ୍‌ କର୍ତ୍ତୃପକ୍ଷ  । ହଲ୍‌ରେ ସମସ୍ତ ପ୍ରକାର ଖାଦ୍ୟ ବାରଣ କରାଯାଇଛି  । ଦୀର୍ଘ ୯ମାସରୁ ଊର୍ଦ୍ଧ୍ବ ବ୍ୟବଧାନ ପରେ ରାଜ୍ୟରେ ସିନେମା ହଲ୍‌ଖୋଲିବାକୁ ଯାଉଥିବା ବେଳେ ଦର୍ଶକ ଓ ସିନେମା ହଲ୍‌ ମାଲିକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏଥିସହିତ ପଢ଼ନ୍ତୁ: ଭ୍ୟାକ୍ସିନ୍ ବଜାରରେ ୪ ବ୍ରାଣ୍ଡ, ଜାଣନ୍ତୁ କାହାର କଣ ବିଶେଷତ୍ୱ

 

ଆଜି ବାହାରିବ ତ ସମାଧାନର ବାଟ, ନା ପୁଣି ଆନ୍ଦୋଳନରେ ବସିବେ ଅନ୍ନଦାତା

ନୂଆଦିଲ୍ଲୀ: ଆଜି ବାହାରିବ ତ ସମାଧାନର ବାଟ ? ନା ପୁଣି ଆନ୍ଦୋଳନରେ ବସିବେ ଅନ୍ନଦାତା ? ନୂଆ କୃଷି ଆଇନକୁ ନେଇ ଆଜି ପୁଣି ଥରେ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ହେବ ଆଲୋଚନା । ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ସାମିଲ ହେବେ ।

ସେହିଭଳି ଚାଷୀନେତା ମାନେ ବୈଠକରେ ଉପସ୍ଥିତ ରହିବେ । ଦୁଇଟି ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବାବେଳେ ଆଇନ ପ୍ରତ୍ୟାହାର ଓ ଏମଏସପି ନେଇ ଆଲୋଚନା ହେବ । ଯଦି ସରକାର ଦାବି ନ ମାନନ୍ତି ତେବେ କାଲିଠୁ ଜୋରଦାର ହେବ ଆନ୍ଦୋଳନ । ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ ବିରୋଧରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି । ସେହିଭଳି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ କରିବା ପାଇଁ ରଣନୀତି ଆପଣେଇଛନ୍ତି ଚାଷୀ ।

ତେବେ କାଲି ଦେଶ ଦେଖିଥିବା କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର ଟ୍ରାକ୍ଟର ରାଲି କରିଥିଲେ ହଜାର ହଜାର ଚାଷୀ । ଆଜି କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ବୈଠକରେ ଯଦି ଦାବି ପୂରଣ ନହୁଏ, ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତେବେ ନୂଆ କୃଷି ଆଇନ ଚାଷୀଙ୍କ ହିତରେ ବୋଲି ପୁଣିଥରେ ଦୋହରାଇଛନ୍ତି କୃଷିମନ୍ତ୍ରୀ ।

ଆଜିଠୁ ସ୍କୁଲରେ ପାଠପଢା: କରୋନା କଟକଣା ଭିତ୍ତିରେ SOP ପାଳନକୁ ଗୁରୁତ୍ୱ, ଉତ୍ସାହିତ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର: ସରିଲା ଛୁଟି, ଏବେ ପାଠପଢା । ଦୀର୍ଘ ଦିନ ପରେ ବହିବସ୍ତାନି ଧରି ଶିକ୍ଷାନୁଷ୍ଠାନ ଆସିବେ ବିଦ୍ୟାର୍ଥୀ । ଏବେ ଆରମ୍ଭ ହେବ ନନଷ୍ଟପ୍ ପାଠପଢା । ଆଜି ରାଜ୍ୟରେ ଖୋଲିବ ସରକାରୀ ଓ ବେସରକାରୀ ସ୍କୁଲ । ରାଜ୍ୟର ୮ ହଜାର ସରକାରୀ ବିଦ୍ୟାଳୟ ସମେତ ୨ ହଜାର ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବ । ରାଜ୍ୟ ସରକାର ଜାରି କରିଥିବା ସମସ୍ତ ଏସଓପିକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ସହ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାସ୍ତରୀୟ ନୋଡାଲ ଅଫିସରର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ କଟକଣା ଭିତରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା । ସ୍କୁଲ ଖୋଲିବା ପୂର୍ବରୁ କ୍ଲାସରୁମ ସାନିଟାଇଜ କରାଯାଇଥିବାବେଳେ ସଫେଇ କାମ ମଧ୍ୟ ଶେଷ ହୋଇଛି । ସ୍କୁଲ ଖୋଲିବା ନେଇ ଉତ୍ସାହିତ ଅଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ।

ତେବେ ଦଶମ, ଦ୍ୱାଦଶ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ଅନୁମତି ମିଳିସାରିଛି । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ ।

କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ । କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର ଛାତ୍ରଛାତ୍ରୀ କ୍ଲାସ ଆସିପାରିବେ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ସିଲାବସର ସମସ୍ତ ବିଷୟ ସାରିବାକୁ ନିୟମିତ କ୍ଲାସ୍ ହେବ । ଅନଲାଇନ୍ କ୍ଲାସ୍ ବି ହେବ ।

ଟିକାକରଣ ନେଇ ଜୋରଦାର ପ୍ରସ୍ତୁତି: ଆଜିଠୁ ରାଜ୍ୟରେ ପୁଣି ହେବ ଡ୍ରାଏ ରନ୍

ଭୁବନେଶ୍ୱର: ଟିକା ଦିଆଯିବାବେଳେ ରହିବନି କୌଣସି ତ୍ରୁଟି  । ସଠିକ୍ ଉପାୟରେ ମିଳିବ କରୋନା ଟିକା  । ଏ ନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି  । ଆଜି ସାରା ଦେଶରେ ପୁଣି ଥରେ ହେବ କରୋନା ଟିକାର ଡ୍ରାଏ ରନ୍‌  । ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍ କରାଯିବ  ।  ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି  ।  ପ୍ରତିଜିଲ୍ଲାର ୩ଟି ସେଣ୍ଟରରେ ଏହି ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଡ୍ରାଏରନ୍ ବେଳେ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ନିଷ୍ପତ୍ତି ନିଆଯାଇଛି । କରୋନା ଟିକା କରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ । ରାଜ୍ୟର ୩୧ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ସରିଛି । ତେବେ ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେ ନେଇ ଫୋକସ କରିଛି ସ୍ବାସ୍ଥ୍ୟ ବିଭାଗ ।   ଜାନୁଆରୀ ଦ୍ବିତୀୟ ସପ୍ତାହରୁ ସାରା ଦେଶରେ କରୋନା ଟିକା ଦେବାକୁ ଥିବା ବେଳେ,ସାଧାରଣ ଲୋକ କେବେ ଟିକା ପାଇବେ ତା ଉପରେ ରହିଛି ସମସ୍ତଙ୍କ ନଜର  ।

ଏହି ରାଶିର ବ୍ୟକ୍ତି ମାନଙ୍କର ଆଜି ଶରୀର ପ୍ରତି ବିପଦ ରହିଛି, ଲାଲ ବସ୍ତ୍ର ପରିଧାନ କରନ୍ତୁ ନାହିଁ

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

ଆଜିର ପଞ୍ଚାଙ୍ଗ:

୦୮ ,ଜାନୁଆରୀ, ୨୦୨୧, ଶୁକ୍ରବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ଧନୁ ୨୫ ଦିନ,ପୌଷ ମାସ,କୃଷ୍ଣପକ୍ଷ, ଦଶମୀ ତିଥି

ସ୍ବାତୀ ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

– ଯୋଗିନୀ ରହିବେ ଉତ୍ତରେ ରାତି ୯ଟା ୪୩ ପର୍ଯ୍ୟନ୍ତ ରହିବେ

ଏହା ପରେ ଆଗ୍ନେୟରେ ରହିବେ ଯୋଗିନୀ

ବିଛା,ଧନୁ,ମୀନ ରାଶିର ଘାତବାର

-ଘାତଚନ୍ଦ୍ର- କୌଣସି ରାଶି ପାଇଁ ଘାତଚନ୍ଦ୍ର ନାହିଁ

– ଶୁଭ ସମୟ –

ଦିନ ୧୨ଟା ୨୨ ମିନିଟ୍ ଠାରୁ ଦିନ ୩ଟା ୧୫ ମିନିଟ୍

– ଅଶୁଭ ସମୟ –

ଦିନ ୧୦ଟା ୩୦ ମିନିଟ୍ ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ

ମହାଉପାୟ

ଗୋ-ସୋବା ଦ୍ବାରା ଦୁର ହେବ ସମସ୍ତ ଗ୍ରହଦୋଷ,ଦୁଃଖ,ସଂଙ୍କଟ

କରନ୍ତୁ ଏହି ମହାଉପାୟ

ଗୋ-ମାତାଙ୍କ ପାଦର ମାଟି ନିଜ ପାଖରେ ରଖନ୍ତୁ, ଦୈନିକ ତିଳକ କରନ୍ତୁ

କାଳସର୍ପଦୋଷ ଦୁର ହୋଇ ଶାନ୍ତି ଅନୁଭବ କରିବେ

ପ୍ରତି ରବିବାର ଓ ମଙ୍ଗଳବାର ଦିନ ଗୋ-ମାତାଙ୍କୁ ଗୁଡ,ରୁଟି ଖାଇବାକୁ ଦିଅନ୍ତୁ

ରବି,ମଙ୍ଗଳ ଗ୍ରହ ଶାନ୍ତି ହେବେ

ଅଟା ପେଡା ଗାଈକୁ ଖାଇବାକୁ ଦେବା ସହିତ

ଜଳ ପିଇବାକୁ ଦିଅନ୍ତୁ

ରାହୁ,ଶନି,କେତୁ ଗ୍ରହ ଶାନ୍ତି ପାଇଁ

ଶୋଇବା ଘରେ ଦୈନିକ ଗୋ-ମୂତ୍ର ଛିଞ୍ଚନ କରନ୍ତୁ

ଗାଧୋଇବା ଜଳରେ ଗୋ-ମୂତ୍ର ମିଶାଇ ଗାଧୋଇବା ନିହାତି ଆବଶ୍ୟକ

ବୁଧ ଓ ବୃହସ୍ପତିଙ୍କର ଶାନ୍ତି ବିଧାନ ପାଇଁ

ପାଳଙ୍ଗ ଶାଗ ଓ ଫଳ, ପାଚିଲା କଦଳୀ ଗୋ-ମାତାଙ୍କୁ ଖାଇବାକୁ ଦିଅନ୍ତୁ

ମେଷ-

ଅଶ୍ୱିନୀ-କର୍ମରେ ଅସନ୍ତୋଷ ରହିବ, ସହକର୍ମୀଙ୍କ ସହ ବିବାଦ ଦେଖାଦେବ

ଦ୍ୱିଜା- ଆର୍ଥିକ ଅଭିବୃଦ୍ଧି ସହ ମହତ କାର୍ଯ୍ୟରେ ସମୟ କଟିବ

କୃତ୍ତିକା- ମାନସିକ ଅଶାନ୍ତି, ଶରୀର ପୀଡା ସହ ଯାନବାହନ ଦୁର୍ଘଟଣାର ଭୟ ରହିଛି

ଅଦା,ଗୋଲମରିଚ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବୃଷ-

କୃତ୍ତିକା- ପାରିବାରିକ ଜୀବନରେ ଦୁର୍ଘଟଣା ଘଟିବ

କର୍ମକ୍ଷେତ୍ରରେ ଚାପ ବୃଦ୍ଧି ପାଇବ

ରୋହିଣୀ- କର୍ମକ୍ଷେଚ୍ରରେ ଉନ୍ନତି ପ୍ରଦର୍ଶନ କରିବେ

ଆର୍ଥିକସ୍ଥିତି ସନ୍ତୋଷ ଜନକ ରହିବ

ମୃଗଶିରା- ପାରିବାରିକ ଜୀବନରେ ମତାନ୍ତର ଦେଖାଦେବ

ହଳଦୀରଙ୍ଗ ବସ୍ତ୍ର ବ୍ୟବହାର କରନ୍ତୁ ନାହିଁ

ମିଥୁନ-

ମୃଗଶିରା- ସମୟ ଭଲ ରହୁ ନଥିବାରୁ ଜଗିରଖି ଚଳନ୍ତୁ

ଆର୍ଦ୍ରା – କର୍ମକ୍ଷେତ୍ରରେ ସଫଳତା ମିଳିବ,ପାରିବାରିକ ଜୀବନ ହସଖୁସିରେ କଟିବ

ପୁନର୍ବସୁ- ଆକସ୍ମିକ ଭାବରେ ସୁସମ୍ବାଦ ପାଇବେ

ଲାଲ ବସ୍ତ୍ର ପରିଧାନ କରନ୍ତୁ ନାହିଁ

କର୍କଟ-

ପୁନର୍ବସୁ- ମାଙ୍ଗଳିକ କାର୍ଯ୍ୟ ପାଇଁ ପୂର୍ବ ପ୍ରତ୍ସୁତିରେ ସମୟ କଟିବ

ପୁଷ୍ୟା- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ଅଶ୍ଳେଷା- କର୍ମକ୍ଷେଚ୍ରରେ ସଫଳତା ଅର୍ଜନ କରିବେ

ନୀଳ ବସ୍ତ୍ର ପରିଧାନ କରନ୍ତୁ ନାହିଁ

ସିଂହ-

ମଘା- ବ୍ୟସ୍ତତା ମଧ୍ୟରେ ସମୟ କଟିବ, ବୟସ୍କ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଖରାପ ରହିପାରେ

ପୂ:ଫା- ଭାଗ୍ୟ ବୃଦ୍ଧିର ସୁଯୋଗ ରହିଛି

ଉ:ଫା-ଦୁର୍ଘଟଣାର ସୂଚନା ରହିଛି, ଗାଡି ଧିରେ ଚଳାନ୍ତୁ

କଳା,ନୀଳ,ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ ନାହିଁ

କନ୍ୟା-

ଉ:ଫା-ଦିନଟି ସାମାନ୍ୟ ରହିବ, ପାରିବାରିକ ଅଶାନ୍ତି ମନକୁ ଭାରାକ୍ରାନ୍ତ କରିଦେବ

ହସ୍ତା-ବନ୍ଧୁଙ୍କ ସହଯୋଗ ଦ୍ବାରା ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ

ଚିତ୍ରା – ଅସ୍ଥିରତା ମଧ୍ୟରେ ସମୟ କଟିବ

ଧନିଆ ପତ୍ର ଚୋବାଇ ଖାଇବା ପରେ କାର୍ଯ୍ୟ ଆରମ୍ଭ କରନ୍ତୁ

ତୁଳା-

ଚିତ୍ରା- ଅନେକ ସମସ୍ୟା ମଧ୍ୟରେ ଛନ୍ଦି ହୋଇପଡିବେ

ସ୍ବାତୀ- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ବିଶାଖା-ବିଳମ୍ବରେ କାର୍ଯ୍ୟ ହେବ, ଧୈର୍ଯ୍ୟର ସହ କାମ କରନ୍ତୁ

ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବିଛା –

ବିଶାଖା ନକ୍ଷତ୍ର– ନୂତନ ଯୋଜନା କାର୍ଯ୍ୟକାରୀ ହେବ

ଅନୁରାଧା ନକ୍ଷତ୍ର- କର୍ମକ୍ଷେତ୍ରରେ ମାନସମ୍ମାନ,ପ୍ରତିଷ୍ଠା ବୃଦ୍ଧି ପାଇବ

ଜ୍ୟେଷ୍ଠା ନକ୍ଷତ୍ର – ଅନେକ ସମସ୍ୟାର ସମାଧାନ ହେବ

ମିଠା ଖାଇ ପାଣି ପିଇ କାର୍ଯ୍ୟ ଆରମ୍ଭ କରନ୍ତୁ

ଧନୁ –

ମୂଳା ନକ୍ଷତ୍ର – ଦେହ,ମନ ଭଲ ରହିବ ନାହିଁ, ସଞ୍ଚୟ ବାଧାପ୍ରାପ୍ତ ହେବ

ପୂର୍ବାଷାଢା ନକ୍ଷତ୍ର – ଋଣ ମୁକ୍ତର ସୁଯୋଗ ରହିଛି, ବନ୍ଧୁଙ୍କର ସହଯୋଗ ମିଳିବ

ଉତ୍ତରାଷାଢା ନକ୍ଷତ୍ର- ସମୟ ଭଲ ରହିବ ନାହିଁ, ଜଗିରଖି ଚଳନ୍ତୁ

ମକର –

ଉତ୍ତରାଷାଢା ନକ୍ଷତ୍ର – ମାନସମ୍ମାନ ହାନୀ ହେବାର ଯୋଗ ରହିଛି

ଶ୍ରବଣା ନକ୍ଷତ୍ର – ଆର୍ଥିକ,ସାମାଜିକ,ମାନସିକ କ୍ଷେତ୍ରରେ ଆତ୍ମସନ୍ତୋଷ ମିଳିବ

ଧନିଷ୍ଠା ନକ୍ଷତ୍ର – ଶରୀର ପ୍ରତି ବିପଦ ରହିଛି

ଲାଲ ରଙ୍ଗ ବସ୍ତ୍ର ବ୍ୟବହାର କରନ୍ତୁ ନାହିଁ

କୁମ୍ଭ –

ଧନିଷ୍ଠା ନକ୍ଷତ୍ର – ପରିବାର ମଧ୍ୟରେ ଅଚାନକ ଦୁର୍ଘଟଣା ଘଟିବ

ଶତଭିଷା ନକ୍ଷତ୍ର – ଦିନଟି ଆନନ୍ଦ ଉଲ୍ଲାସରେ କଟିବ, ମନରେ ଉତ୍ସାହ ରହିବ

ପୂର୍ବଭାଦ୍ର ନକ୍ଷତ୍ର –ବିଳମ୍ବରେ ବି କାର୍ଯ୍ୟରେ ସଫଳତା ମିଳିବ

୫ଟି ଲବଙ୍ଗ ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ

ମୀନ –

ପୂର୍ବଭାଦ୍ର ନକ୍ଷତ୍ର – ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବ

ଉତ୍ତରଭାଦ୍ର ନକ୍ଷତ୍ର – ପ୍ରତି ଦିଗରୁ ଦିନଟି ଭଲ ରହିବ

ରେବତୀ ନକ୍ଷତ୍ର – ମାନସିକ ଶାନ୍ତି,ବନ୍ଧୁଙ୍କର ସହଯୋଗ ମିଳିବ

ଆଜି କିଛି କଦଳୀ ଖାଇ କାମ ଆରମ୍ଭ କରନ୍ତୁ

ଅନିର୍ଦ୍ଧିଷ୍ଟ କାଳ ପାଇଁ ଟ୍ରମ୍ପଙ୍କ ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ବ୍ଲକ୍‌

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ । ଟ୍ରମ୍ପଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି । ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅର୍ଥାତ୍‌ ଅନ୍ୟୁତ ଦୁଇ ସପ୍ତାହ ପାଇଁ ଟ୍ରମ୍ପଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି ।

ଆମେରିକାରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା ବେଳେ, ଏଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରାଯାଇଛି ।  ଏନେଇ ଜୁକର ବର୍ଗ ମଧ୍ୟ ନିଜେ ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିଛନ୍ତି । କାରଣ ଆମେରିକା କଂଗ୍ରେସ ଗୁରବାର ଜୋ ବାଇଡେନ୍‌ଙ୍କ ବିଜୟ ଉପରେ ସାମ୍ବିଧାନିକ ମୋହର ମାରିଥିଲା । ଏହା ସହ୍ୟ ନକରିପାରି ଟ୍ରମ୍ପଙ୍କ ସମର୍ଥକମାନେ ବର୍ବର କାଣ୍ଡ ଭିଆଥିଲେ । ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଥିଲା । ଏନେଇ ଖୋଦ୍‌ ଜୁକର ବର୍ଗ ମଧ୍ୟ ଫେସ୍‌ବୁକ୍‌ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଆମେରିକାର କ୍ୟାପିଟାଲ ହିଲ୍‌ରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ, ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟକାଳ ସରିବାର ୧୪ ଦିନ ପୂର୍ବରୁ ବିଦା କରାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କ୍ୟାପିଟାଲ ହିଲ୍ ସେହି ବିଲ୍ଡିଂ ଯେଉଁଠାରେ ଆମେରିକା କଂଗ୍ରେସର ଦୁଇ ଗୃହର ସଦସ୍ୟ ବସିଥାନ୍ତି । ଏହି ବିଲ୍ଡିଂ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣକୁ ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯାଉଛି । ଏହି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ଜିଦ୍‌କୁ ଦାୟୀ କରାଯାଉଛି । ତେଣୁ ଅନେକ ସାଂସଦ ଓ ରାଜ୍ୟପାଳ ଟ୍ରମ୍ପଙ୍କୁ ୧୪ ଦିନ ଆଗରୁ ବିଦା କରିବାକୁ ଚାହୁଁଛନ୍ତି । ତାଙ୍କ ବିରୋଧରେ ମହାଭିଯୋଗ କିମ୍ବା ସମ୍ବିଧାନର ୨୫ତମ ସଂଶୋଧନ ପ୍ରୟୋଗ କରିବା କଥା କୁହାଯାଉଛି ।

୨୦ ଜାନୁଆରୀ ଦିନ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବେ । ଯାହାର ଅର୍ଥ ହେଉଛି ଟ୍ରମ୍ପ ଆଉ ମାତ୍ର ୧୪ ଦିନ ପାଇଁ ରାଷ୍ଟ୍ରପତି । କିନ୍ତୁ ବୁଧବାର ଦିନ କ୍ୟାପିଟାଲ ହିଲରେ ହୋଇଥିବା ହିଂସା ପାଇଁ ତାଙ୍କୁ ଦାୟୀ କରାଯାଉଛି । ଜାନୁଆରୀ ୬ ତାରିଖ ଦିନ ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇବା ପାଇଁ ଦୁଇ ଗୃହର ସଦସ୍ୟ ଏକଠି ହୋଇଥିଲେ । କିନ୍ତୁ ଟ୍ରମ୍ପ ସମର୍ଥକ ଏହାକୁ ରୋକିବା ପାଇଁ ସଂସଦ ଉପରେ ହମଲା କରିଥିଲେ । ଏହି ଘଟଣା ପୂର୍ବରୁ ଟ୍ରମ୍ପ ଏମିତି ଗୋଟିଏ ଟ୍ୱିଟ୍ କରିଥିଲେ ଯାହା ସମର୍ଥକଙ୍କୁ ହିଂସା କରିବାକୁ ଉତ୍ସାହିତ କରିଥିଲା ବୋଲି ବିରୋଧୀ କହୁଛନ୍ତି । ଏମିତିରେ ସେମାନେ ଟ୍ରମ୍ପଙ୍କୁ ଦୁଇ ସପ୍ତାହ ଯାଏ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁନାହାନ୍ତି ।

ରେକର୍ଡ ଭାଙ୍ଗିଲା ତୈଳ ଦର, ହନ୍ତସନ୍ତ ହେଉଛନ୍ତି ଗ୍ରାହକ

0

ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ତୈଳ ଦର । ବୁଧବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୬ ପଇସା ବୁଦ୍ଧି ହେବା ପରେ ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଦର । ପେଟ୍ରୋଲ ଦର ପ୍ରଥମ ଥର ପାଇଁ ରାଜଧାନୀରେ ୮୫ ଟଙ୍କା ନକଟତର ହୋଇଛି ।

ଗ୍ରାହକଙ୍କ ମୁଣ୍ଡରେ ଚଡ଼କ । ତୈଳ ଦର ବୃଦ୍ଧି ଯୋଗୁଁ ଗ୍ରାହକ ଏବେ ହନ୍ତସନ୍ତ । ବୁଧବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୬ ପଇସା ବୁଦ୍ଧି ହେବା ପରେ ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୮୫ ପାଇସାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୮୧ ଟଙ୍କା ୩ ପାଇସାରେ ପହଞ୍ଚିଛି । ଯାହା ପୂର୍ବରୁ କେବେ ହୋଇନଥିଲା । ସେପଟେ ରାଜଧାନୀରେ ଡିଜେଲ ଦର ପୂର୍ବରୁ ଯଦିଓ ସର୍ବାଧିକ ୮୧ ଟଙ୍କା ୩୨ ପାଇସା ରେକର୍ଡ ଥିଲା । ହେଲେ ବର୍ତ୍ତମାନ ମାତ୍ର ଏହି ଦର ଠାରୁ ୨୯ ପଇସା କମ୍‌ ରହିଛି ।

ଗତ ୨୦୨୦ ମେ’ ମାସ ଠାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ୧୪ ଟଙ୍କା ୨୮ ପାଇସା ଏବଂ ଡିଜେଲ ଲିଟର ପିଛା ୧୧ ଟଙ୍କା ୮୩ ପାଇସା ବଢିଛି । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍‌ ଅଏଲର ଦାମ ବୃଦ୍ଧି ହୋଇଥିବାରୁ ଏହା ସିଦ୍ଧା ସଳଖ ଗ୍ରାହକଙ୍କ ଉପରେ ପଡୁଛି । କରୋନା ମହାମାରୀ ସମୟରେ ଅନ୍ତର୍ଜାତୀୟ ବଜାର ସାଙ୍ଗକୁ ସାରା ଦେଶରେ ତୈଳ ବିକ୍ରି ଅତ୍ୟନ୍ତ ହ୍ରାସ ପାଇଥିଲା । ଫଳରେ ଏହାକୁ ଭରପାଇ କରିବାକୁ ସରକାର ମଧ୍ୟ ଟିକିସ ବଢାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କରାଯାଇଥିବା କୁହାଯାଉଛି ।

୧୧ରୁ ଖୋଲିବ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ଅନୁମତି ମିଳିସାରିଛି । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ ।

Re-opening Of Technical Universities, Engineering and Professional Colleges

କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ । କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର ଛାତ୍ରଛାତ୍ରୀ କ୍ଲାସ ଆସିପାରିବେ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ସିଲାବସର ସମସ୍ତ ବିଷୟ ସାରିବାକୁ ନିୟମିତ କ୍ଲାସ୍ ହେବ । ଅନଲାଇନ୍ କ୍ଲାସ୍ ବି ହେବ ।

Re-opening Of Technical Universities, Engineering and Professional Colleges

ସମ୍ଭବ ହେଲେ କ୍ଲାସରୁମ୍ ପାଠପଢ଼ାର ଭିଡିଓ ରେକର୍ଡ କରି ଅନୁପସ୍ଥିତ ଶିକ୍ଷାର୍ଥୀଙ୍କୁ ପଠାଯିବ । କଣ୍ଟେନମେଣ୍ଟ ଜୋନରେ ଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିବେ ନାହିଁ । ସମସ୍ତେ ଫେସ୍ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ । ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀରେ ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା ରକ୍ଷା କରିବେ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମାଇ ବ୍ୟାଚରେ ବିଭକ୍ତ କରାଯିବ । ଆବଶ୍ୟକ ସ୍ଥଳେ ଶିକ୍ଷାଦାନ ସମୟ ବୃଦ୍ଧି କରାଯାଇ ପାରିବ ।

Reopening Of Technical Universities, Engineering and Professional Colleges

କ୍ୟାମ୍ପସରେ ଛେପ ପକାଇବା ମନା । କାଶିବା, ଛିଙ୍କିବା ବେଳେ କପଡ଼ାରେ ମୁହଁ, ନାକକୁ ଘୋଡ଼ାଇବାକୁ ପଡ଼ିବ । ଏହାଛଡ଼ା ଶେଷବର୍ଷର ଛାତ୍ରଛାତ୍ରୀଙ୍କ ଲାଗି କୋଭିଡ୍ ନିୟମ ମାନି ହଷ୍ଟେଲ ୧୦ ତାରିଖରୁ ଖୋଲିବ । ପରୀକ୍ଷା, ରବିବାର, ଜାନୁଆରୀ ୨୬, ସରସ୍ୱତୀ ପୂଜା (ଫେବ୍ରୁଆରୀ ୧୬) ଏବଂ ଉତ୍କଳ ଦିବସ (ଏପ୍ରିଲ ୧)କୁ ଛାଡ଼ି ସମସ୍ତ ଦିନ କ୍ଲାସ୍ ହେବ ।

ସ୍ୱାସ୍ଥ୍ୟକେନ୍ଦ୍ରରେ ଲଗାଇଲେ ଗଛ, ଅସହାୟକୁ କଲେ ସହାୟତା

0

ନିମାପଡା: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିମାପଡା ପରିସରରେ ଯୁବ ବିକାଶ ପରିଷଦର ବୃକ୍ଷରୋପଣ କାର୍ଯ୍ୟକ୍ରମ । ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ସଂକଳ୍ପ ଭାବେ ଗ୍ରହଣ କରିଥିବା ଉକ୍ତ ସାମାଜିକ ଅନୁଷ୍ଠାନ ପୁନର୍ବାର ପ୍ରମାଣିତ କରିଛି । ଯେଉଁଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନିମାପଡ଼ା ପକ୍ଷରୁ ଅନୁଷ୍ଠାନକୁ ଭବ୍ୟ ସମ୍ବର୍ଦ୍ଧନା ସାଙ୍ଗକୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ନିମାପଡା NAC ଅନ୍ତ୍ରର୍ଗତ ପାଟପୁର ମଲ୍ଲିକ ସାହିର ଲକ୍ଷ୍ମୀଧର ମଲ୍ଲିକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ।

ଆର୍ଥିକ ଆଭାବ ଯୋଗୁଁ ନିଜର ଚିକିତ୍ସା କରିନପାରି, ଶଯ୍ୟାଶାୟୀ ପାଲଟିଛନ୍ତି ଅଭାବୀ ଲକ୍ଷ୍ମୀକାନ୍ତ । ସେପଟେ ତାଙ୍କର ଅସ୍ତ୍ରୋପ୍ରଚାର ଆବଶ୍ୟକ ରହିଥିବା ବେଳେ ବାଧକ ସାଜିଛି ଅର୍ଥ । ଏବିଷୟରେ ଯୁବ ବିକାଶ ପରିଷଦ ଅବଗତ ହେବା ପରେ ଲକ୍ଷ୍ମୀକାନ୍ତଙ୍କ ଘରେ ଅନୁଷ୍ଠାନର ସଦସ୍ୟ ପହଁଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଗକୁ ମଧ୍ୟ ସାଧ୍ୟ ମୁତାବକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛି ଯୁବ ବିକାଶ ପରିଷଦ ।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିମାପଡ଼ାର କର୍ତ୍ତୃପକ୍ଷ ଆଇ. ତ୍ରିନାଥ ପାତ୍ର ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିଛନ୍ତି । ନିମାପଡା କ୍ରୀଡା ସଂଘ ସଭାପତି ଜିବନାନନ୍ଦ ମହାପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ବରାଳ, ବିକାଶ ଚନ୍ଦ୍ର ବାରିକ, ବ୍ରହ୍ନାନନ୍ଦ ସାହୁ, ସାନ୍ତୁନ ନନ୍ଦ, ଆଦର୍ଶ ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ ।

ଦେଶ ଦେଖିଲା ବିରାଟ ରାଲି, ଦାବି ନମାନିଲେ ଆନ୍ଦୋଳନ ଆହୁରି ତେଜିବ କହିଲେ ଚାଷୀ

ନୂଆଦିଲ୍ଲୀ: ଦେଶ ଦେଖିଲା ବିଶାଳ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର ଟ୍ରାକ୍ଟର ରାଲିରେ କରିଥିଲେ ହଜାର ହଜାର ଚାଷୀ । ଶୁକ୍ରବାର କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ବୈଠକରେ ଯଦି ଦାବି ପୂରଣ ନହୁଏ, ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତେବେ ନୂଆ କୃଷି ଆଇନ ଚାଷୀଙ୍କ ହିତରେ ବୋଲି ପୁଣିଥରେ ଦୋହରାଇଛନ୍ତି କୃଷିମନ୍ତ୍ରୀ ।

ଅନ୍ୟପଟେ ଟ୍ରାକ୍ଟର ମାଧ୍ୟମରେ ଟ୍ରେଲର ଦେଖାଇଛନ୍ତି ଚାଷୀ । ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବଡ଼ ପ୍ରୟାସ । ସିଂଘୁ ସୀମାରୁ ଟିକ୍ରି ଓ ଟିକ୍ରିରୁ ଶାହାଜାଂହାପୁର । ଗାଜିପୁରରୁ ପଲଓ୍ୱର, ଦେଖିବାକୁ ମିଳିଥିଲା ଚାଷୀଙ୍କ ଟ୍ରାକ୍ଟର ରାଲି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସୀମାରେ ଦେଖିବାକୁ ମିଳିଥିଲା ଚାଷୀଙ୍କ ଟ୍ରାକ୍ଟର ପରେଡ୍‌ ରିହର୍ସାଲ । ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଥିଲେ । ଯଦି ସରକାର ସେମାନଙ୍କ ଦାବି ନ ମାନନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି ଅନ୍ନଦାତା ।

ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ବସୁଛି ବାରମ୍ବାର ବୈଠକ । ହେଲେ ସମାଧାନର ବାଟ ବାହାରିପାରୁନି । ଶୁକ୍ରବାର ପୁଣି ଦିଲ୍ଲୀ ବିଜ୍ଞାନ ଭବନରେ ବସିବ ବୈଠକ । ଦୁଇଟି ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବା ବେଳେ ଆଇନ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି ନେଇ ବୈଠକରେ ଆଲୋଚନା ହେବ । ସମସ୍ୟାର ସମାଧାନ ନେଇ ଚାଷୀ ଆଶାବାଦୀ ଥିବା ବେଳେ ସରକାର ଆଇନକୁ ନେଇ ପୁଣି ନିଜ ଯୁକ୍ତି ରଖିଛନ୍ତି । ନୂଆ ଆଇନ୍ ଚାଷୀଙ୍କ ହିତରେ ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ କହିଛନ୍ତି ।

ସେପଟେ ଯଦି ସରକାର ଦାବି ନ ମାନନ୍ତି ତେବେ ୯ ତାରିଖଠୁ ଜୋରଦାର ହେବ ଆନ୍ଦୋଳନ । ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ ବିରୋଧରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି ।