spot_img
Home Blog Page 6135

ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ମାତ୍ ଦେବାକୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ଫାଇଜର ଟିକା: ବିଶେଷଜ୍ଞ

ନୂଆଦିଲ୍ଲୀ: ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ମାତ୍ ଦେବାକୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ଫାଇଜର ଟିକା । ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କରିଥିବା ଟିକା ନୂଆ ଭୂତାଣୁକୁ ମାତ୍ ଦେଇପାରିବ । ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ହାଇଲି ଟ୍ରାନ୍ସମିଶେବଲ୍ କରୋନା ଭୂତାଣୁ ଉପରେ ଏହି ଟିକା ପ୍ରଭାବ ପକାଉଥିବା ବିଶେଷଜ୍ଞମାନେ କହିଛନ୍ତି । ନୂଆ ଭୂତାଣୁ ସମେତ କରୋନାର ୧୬ଟି ନୂଆ ମୁଟେଶନକୁ ମାତ୍ ଦେବାକୁ ଏହି ଟିକା ସକ୍ଷମ ବୋଲି କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡ଼ିଥିବା ଫାର୍ମା କମ୍ପାନୀ ସୂଚନା ଦେଇଛି ।

ଅନ୍ୟପକ୍ଷରେ ଆଜି ସାରା ଦେଶରେ ପୁଣି ଥରେ ହୋଇଛି କରୋନା ଟିକାର ଡ୍ରାଏ ରନ୍‌ । ଦେଶର ୭୩୬ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି ।

ପ୍ରତିଜିଲ୍ଲାର ୩ଟି ସେଣ୍ଟରରେ ଏହି ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଡ୍ରାଏରନ୍ ବେଳେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । କରୋନା ଟିକାକରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ ।

ଆଜି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟନ୍ତ କରୋନା ଟୀକାର ଡ୍ରାଏ ରନ୍, ଜାଣନ୍ତୁ ଏହାକୁ ନେଇ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଟିକା ଦିଆଯିବା ବେଳେ ରହିବନି କୌଣସି ତ୍ରୁଟି । ସଠିକ୍ ଉପାୟରେ ମିଳିବ କରୋନା ଟିକା । ଆଜି ସାରା ଦେଶରେ ପୁଣି ଥରେ ହୋଇଛି କରୋନା ଟିକାର ଡ୍ରାଏ ରନ୍‌ । ଦେଶର ୭୩୬ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି ।

ପ୍ରତିଜିଲ୍ଲାର ୩ଟି ସେଣ୍ଟରରେ ଏହି ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଡ୍ରାଏରନ୍ ବେଳେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । କରୋନା ଟିକାକରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ ।

ରାଜ୍ୟର ୩୧ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ସରିଛି । ତେବେ ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେ ନେଇ ଫୋକସ କରିଛି ସ୍ୱାସ୍ଥ୍ୟ ବିଭାଗ । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ସାରା ଦେଶରେ କରୋନା ଟିକା ଦେବାକୁ ଥିବା ବେଳେ, ସାଧାରଣ ଲୋକ କେବେ ଟିକା ପାଇବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଜାଣନ୍ତୁ କୋଭିଡ ୧୯ ଭାକସିନ ଡ୍ରାଏ ରନ ବିଷୟରେ ସବିଶେଷ ସୂଚନା:

– ଭାରତର ଡ୍ରଗ୍ ରେଗୁଲେଟର ଦୁଇଟି କୋଭିଡ୍ -୧୯ ଟିକା, ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର କୋଭିସିଲ୍ଡ ଏବଂ ଭରତ ବାୟୋଟେକ୍ କୋଭାକ୍ସିନ ପାଇଁ ଅନୁମତି ଦେବାର କିଛି ଦିନ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

– ଶୁକ୍ରବାର ଦିନ ଦେଶର ୭୩୭  ଟି ଜିଲ୍ଲାରେ ଡ୍ରଏ ରନ ଚାଲିବ।

– ସମସ୍ତ ଅଂଶଗ୍ରହଣକାରୀ ଜିଲ୍ଲା ମକ୍ ଡ୍ରାଇଭ୍ ପାଇଁ ତିନି ପ୍ରକାରର ଅଧିବେଶନ ଚିହ୍ନଟ କରିବେ: ଜିଲ୍ଲା ଡାକ୍ତରଖାନା, ମେଡିକାଲ୍ କଲେଜ / ଘରୋଇ ସ୍ୱାସ୍ଥ୍ୟ ସୁବିଧା, ସହରାଞ୍ଚଳ / ଗ୍ରାମୀଣ ପ୍ରସାରଣ । ଏହା ପରେ ହିତାଧିକାରୀଙ୍କ ପଞ୍ଜୀକରଣ, ମାଇକ୍ରୋ ପ୍ଲାନିଂ ଏବଂ ଟୀକାକରଣ କରାଯିବ । ଏହାପରେ, ମତାମତ ସଂଗ୍ରହ ପାଇଁ ଅଧିବେଶନ ପରେ ସାଇଟ୍ ଆୟୋଜକମାନଙ୍କୁ ସମୀକ୍ଷା ବୈଠକ କରିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।

– ଉତ୍ତରପ୍ରଦେଶ, ହରିୟାଣା ଏବଂ ଅରୁଣାଚଳ ପ୍ରଦେଶ ଏହି ଡ୍ରଏ ରନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ନାହିଁ କାରଣ ଏହି ରାଜ୍ୟ ଗୁଡ଼ିକ ପୂର୍ବରୁ ନିଜ ସମସ୍ତ ଜିଲ୍ଲାରେ ଏହି ପ୍ରକ୍ରିୟା କରିସାରିଛନ୍ତି ।

– ଡ୍ରଏ ରନ ପ୍ରକ୍ରିୟା ସମାପ୍ତ ହେବା ପରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଇନପୁଟ ପୈଠ କରିବାକୁ କହିଛନ୍ତି ଡ. ହର୍ଷବର୍ଦ୍ଧନ ।

– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ରାଜ୍ୟ ତଥା ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଖୁବ୍ ଶୀଘ୍ର କୋଭିଡ୍ -୧୯ ଟିକା ଯୋଗାଇବାର ସମ୍ଭାବନା ରହିଛି । ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ କୋଭିଡ -୧୯ ରୋଲ-ଆଉଟ୍ ଏବଂ ଟୀକାକରଣ ପ୍ରକ୍ରିୟା ସହିତ ପରିଚିତ କରାଇବା ପାଇଁ ଏହି ମକ୍ ଡ୍ରିଲ୍ କରାଯାଇଛି ।

ପରୀ ହତ୍ୟା ମାମଲା: ନାର୍କୋ ଟେଷ୍ଟ ଆବେଦନର ହେବ ଶୁଣାଣି

ନୟାଗଡ଼: ଯଦୁପୁର ପରୀ ହତ୍ୟା ମାମଲା  । ଆଜି ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ଆବେଦନ ନେଇ ହେବ ଶୁଣାଣି  । ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ଶୁଣାଣି । ପୋକ୍ସ କୋର୍ଟରେ ନାବାଳକ ସାବସ୍ତ୍ୟ ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ଯାଇଥିବା ବେଳେ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଯାଇଥିଲା  । ପୁର୍ବରୁ ଏସଆଇଟି ଓସିଫିକେଶନ ଟେଷ୍ଟ ଦ୍ବାରା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ପୋକ୍ସ କୋଟରେ ପ୍ରଡ୍ୟୁସ କରିଥିଲା । ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି କୋର୍ଟକୁ ଅନୁମତି ମାଗିଥିଲା । ତେବେ ଅଭିଯୁକ୍ତ ନାବାଳକ ହୋଇଥିବା ପ୍ରମାଣ ମିଳିବା ପରେ ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ । ଜନ୍ମଗତ ପ୍ରମାଣ ଓ ମାଟ୍ରିକ ସାର୍ଟିଫିକେଟ ପୋକ୍ସୋ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷରୁ ଦିଆଯାଇଥିଲା। ଯେଉଁଥିରୁ ଅଭିଯୁକ୍ତ ଜଣଙ୍କ ହତ୍ୟାକାଣ୍ଡ ସମୟରେ ୧୭ ବର୍ଷ ୫ମାସ ହୋଇଥିବା ପ୍ରମାଣିତ ହୋଇଥିଲା।  ସେପଟେ ପୋକ୍ସୋ କୋର୍ଟ ସରୋଜକୁ ନାବାଳକ ଦର୍ଶାଇବା ପରେ ଆଇନର ଆଶ୍ରୟ ନେବାକୁ ସଜବାଜ ହେଉଛି ଏସଆଇଟି  । ଡିସେମ୍ବର ୨୦ରେ ସରୋଜ ସେଠୀ ଗିରଫ ହୋଇଥିଲା । ପରେ ତାକୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ ହୋଇଥିଲା । କେମିତି ମାରିଲା, କେମିତି ଫିଙ୍ଗିଲା ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ  । ଜୁଲାଇ ୧୪ରେ ପରୀକୁ ହତ୍ୟା କରାଯାଇଥିଲା ।  ଦୁଇ ସପ୍ତାହ ପରେ ଅର୍ଥାତ ୨୩ ତାରିଖରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା ।

ଏଥିସହିତ ପଢ଼ନ୍ତୁ: ଯଦୁପୁର ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ

 

Ind Vs Aus: ପ୍ରଥମ ଇନିଂସରେ ୩୩୮ ରନ କରି ଅଷ୍ଟ୍ରେଲିଆ ଅଲଆଉଟ

0

ଅଷ୍ଟ୍ରେଲିଆ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନ୍ କରି ଆଉଟ୍ ହୋଇଛି । ରବିନ୍ଦ୍ର ଜାଡେଜା ୪ଟି ୱିକେଟ ନେଇ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନଙ୍କୁ ମଇଦାନରେ ଅଧିକ ସମୟ ଖେଳିବାକୁ ଦେଇନଥିଲେ । ଜସପ୍ରୀତ ବୁମ୍ରା ଏବଂ ନବଦୀପ ସୋନୀ ୨-୨ ଟି ୱିକେଟ୍ ନେଇଥିଲେ ।

ମହମ୍ମଦ ସିରାଜ ୧ ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୧୩୧ ରନ୍ ସଂଗ୍ରହ କରିଥିଲେ । ସ୍ମିଥ ୧୪ ଇନିଂସ ପରେ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି । ଏହାପୂର୍ବରୁ ସେ ୪ ସେପ୍ଟେମ୍ବର ୨୦୧୯ ରେ ଇଂଲଣ୍ଡ ବିପକ୍ଷରେ ମଞ୍ଚେଷ୍ଟରରେ ୨୧୧ ରନ୍ ସ୍କୋର କରିଥିଲେ ।

ତେବେ ବର୍ତ୍ତମାନ ଭାରତ ବ୍ୟଟିଂ ପାଇଁ ମଇଦାନକୁ ଓହ୍ଲାଇଛି । ରୋହିତ ଶର୍ମା ଏବଂ ଶୁଭମନ ଗିଲ କ୍ରିଜର ଅଛନ୍ତି । ଏହା ପୂବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ କରି ଅଲଆଉଟ ହୋଇଛି ।

ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ: ୧୦ ଦୋକାନ ଘର ପୋଡ଼ି ପାଉଁଶ, କାର ଓ ବାଇକ୍ ଜଳିଲେ ଦୁର୍ବୃତ୍ତ

ଭଦ୍ରକ/ ଗଜପତି: ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ  । ନିଆଁର ଆଁରେ ୧୦ରୁ ଉର୍ଦ୍ଧ୍ୱ ଦୋକାନ ଘର ଜୋଳି ପୋଡ଼ି ପାଉଁଶ ହୋଇଯାଇଛି  । ବଜାରରେ ଥିବା ହୋଟେଲ, ଷ୍ଟେସନାରୀ, ଜୋତା ଦୋକାନ ସହ କିଛି ପରିବା ଦୋକାନ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀର ଦୁଇଟି ଟିମ ଆସି ନିଆଁକୁ ଆୟତ୍ତ କରିଥିଲେ  । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଅସ୍ପଷ୍ଟ ରହିଛି  ।

ଅନ୍ୟ ପକ୍ଷରେ ଗଜପତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ କାର ଓ ବାଇକକୁ ଜାଳିଦେଇଥିବା ଅଭିଯୋଗ ହୋଇଛି । ଗୋଟିଏ କାର ଓ ଦୁଇଟି ବାଇକକୁ କେହି ଦୃବୁତ୍ତ ଜାଳି ଦେଇ ଦେଇଥିବା ଅଭିଯୋଗ। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଦେବତି ଗ୍ରାମର ଘଟଣା।  N କ୍ରିଷ୍ଣାଙ୍କ ଘର ନିକଟରେ ଥିବା ବାଇକ ଓ କାରକୁ ବିଳମ୍ବିତ ରାତ୍ରିରେ ପୋଡିଦେଇଥିବା ଅଭିଯୋଗ, ଥାନାରେ ମାମଲା ରୁଜୁ।

ଏଥିସହିତ ପଢ଼ନ୍ତୁ: ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ

‘କ୍ୟାପିଟଲ୍‌’ ଗଣ୍ଡଗୋଳ ଘଟଣା ପରେ ଭିଡିଓ ବାର୍ତ୍ତା ଜାରି କଲେ ଟ୍ରମ୍ପ, କହିଲେ ସହଯୋଗ ଓ ସହମତିର କଥା

ଓ୍ଵାସିଂଟନ୍‌: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ଅଭୂତପୂର୍ବ ହିଂସାକାଣ୍ଡ ପରେ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କୁ ଅବାଧରେ କ୍ଷମତା ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେବା ସହ ଏକ ଭିଡିଓ ବାର୍ତ୍ତାରେ ରାଷ୍ଟ୍ରପତି ଟ୍ରମ୍ପ୍‌ ସହଯୋଗ ଓ ସହମତି ପାଇଁ ନିବେଦନ କରିଛନ୍ତି।

ବୁଧବାର ଦିନ ସାଂସଦମାନେ ବାଇଡେନ୍‌ଙ୍କ ନିର୍ବାଚନ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ଯାଉଥିବା ବେଳେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଜବରଦସ୍ତି ‘କ୍ୟାପିଟଲ୍‌’ରେ ପ୍ରବେଶ କରି ହିଂସାକାଣ୍ଡ ଭିଆଇବା ଏବଂ ପୁଲିସ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜକ ପରିସ୍ଥିତିକୁ ଶାନ୍ତ କରିବା ଏହି ଭିଡିଓ ବାର୍ତ୍ତାର ଉଦ୍ଦେଶ୍ୟ।

ବାର୍ତ୍ତାରେ ଟ୍ରମ୍ପ୍‌ କହିଛନ୍ତି, ଜାନୁଆରି ୨୦ ତାରିଖ ଦିନ ଏକ ନୂତନ ସରକାର ଆରମ୍ଭ କରାଯିବ। ଅନାୟାସ, ସୁଶୃଙ୍ଖଳିତ ଏବଂ ଅବାଧ କ୍ଷମତା ହସ୍ତାନ୍ତର ସୁନିଶ୍ଚିତ କରିବା ଉପରେ ମୁଁ ଏବେ ଧ୍ୟାନ ଦେଉଛି। ଏ ସମୟରେ ସହମତି ଓ ସହଯୋଗ ଆବଶ୍ୟକ।

ବୁଧବାର ଦିନ ଟ୍ରମ୍ପ୍‌ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ ‘କ୍ୟାପିଟଲ୍‌’ ମଧ୍ୟକୁ ଧଷେଇ ପଶିବାରୁ ସାଂସଦମାନେ ଭୟଭୀତ ହୋଇ ଧାଇଁ ପଳାଇଥିଲେ। ଏହାପରେ ଟ୍ରମ୍ପ୍‌ଙ୍କୁ ବହିଷ୍କାର କରିବାକୁ ଆଲୋଚନା ହେଉଛି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ବାହାରିବା ପରେ ସେ ଏହି ଭିଡିଓ ବାର୍ତ୍ତାଟି ରିଲିଜ୍‌ କରିଥିଲେ।

୧୬୦ ସେକେଣ୍ଡ୍‌ର ଏହି ଭିଡିଓରେ ଟ୍ରମ୍ପ୍‌ ଅପେକ୍ଷାକୃତ ନମ୍ର ଭାବରେ କହିଛନ୍ତି କି, କ୍ଷମତାରେ ଥିବା ସମୁଦାୟ ସମୟ ତାଙ୍କ ସମଗ୍ର ଜୀବନ ପ୍ରତି ସବୁଠୁ ବଡ଼ ସମ୍ମାନ।

୬ ବ୍ରାଉନସୁଗାର ବେପାରୀଙ୍କୁ ଧରିଲେ ଲୋକେ: ୪୫ ଗ୍ରାମ ଜବତ

ଜଳେଶ୍ୱର: ୬ ବ୍ରାଉନ ସୁଗାର ବେପାରୀଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ । ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରି ସାମୁଦ୍ରିକ ଥାନା ଉଦୟପୁର ଭୂମି ନିକଟରେ ବ୍ରାଉନ ସୁଗାର କାରବାର ସମୟରେ ସ୍ଥାନୀୟ ଲୋକମାନେ ୬ ଜଣଙ୍କୁ ଧରି ସ୍ଥାନୀୟ ତାଳସାରି ସାମୁଦ୍ରିକ ଥାନା ଜିମା ଦେବା ସହ ସେମାନଙ୍କ ଠାରୁ ପ୍ରାୟ 45 ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪.୫ ଲକ୍ଷ ଟଙ୍କା ହେବ । ପୋଲିସ 6 ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । 6 ଜଣଙ୍କ ମଧ୍ୟରୁ ଦୁଇ ଯୁବକଙ୍କ ଘର ଜଳେଶ୍ୱର ଅଞ୍ଚଳରେ  ହୋଇଥିବା ବେଳେ ଅନ୍ୟ ଚାରିଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ଟ୍ରକ୍ ଚାପାରେ ଛାତ୍ରୀଙ୍କ ମୃତ୍ୟୁ: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

 

ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ

ମାଲକାନଗିରି: ମାଓ ସଂଗଠନକୁ ବଡ଼ ଝଟକା । ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ଆତ୍ମସମର୍ପଣ କଲେ ୧୪ ହର୍ଡକୋର ମାଓବାଦୀ । ତାଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।

ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସ ପି ଅଭିଷେକ ପଲ୍ଲବ । ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏମାନେ ଗତକାଲି ସନ୍ଧ୍ୟା ବେଳେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ପୋଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା । ଛତିଶଗଡ଼ ସୀମାରେ କାୟା ବିସ୍ତାର କରିଥିବା ମାଓ ସଙ୍ଗଠନ ମାନଙ୍କ ଦୁର୍ଗ ମଧ୍ୟ ଧିରେ ଧିରେ ଭୁଷୁଡ଼ିବାରେ ଲାଗିଛି । ତେବେ ଅହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଉଥିବା ପୋଲିସ ସଚନାରୁ ଜଣାପଡ଼ିଛି ।

ଜେଫ୍ ବୋଜସଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହେଲେ ‘ଟେଲସା’ର ସିଇଓ ଏଲନ ମସ୍କ

ନୂଆଦିଲ୍ଲୀ: ଟେଲସାର ସିଇଓ ଏଲନ ମକ୍ସ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ସେ ଆମାଜନର ଜେଫ୍ ବୋଜାସଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ଏଲନ ମକ୍ସଙ୍କ ନେଟୱର୍ଥ ୧୮୮ ବିଲିୟନ ୟୁଏସ ଡଲାରରୁ ଅଧିକ ରହିଛି, ଯାହାକି ଆମାଜନର ସଂସ୍ଥାପକ ଜେଫ ବୋଜାସଙ୍କ ନେଟୱର୍ଥରୁ ୧୮୭ ବିଲିୟନ ୟୁଏସ ଡଲାରରୁ ଏକ ଡଲାର ଅଧିକ ରହିଛି । ତେବେ ଟେଲସାଙ୍କ ସେୟାର ପ୍ରାଇସରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ଇଲେକଟ୍ରିକ୍ କାର ପ୍ରସ୍ତୁତ କରୁଥିବା କମ୍ପାନୀ ଟେଲସାର ମାଲିକ ମସ୍କ ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ପକ୍ଷରୁ ଜାରି କରାଯାଉଥିବା କୋଟିପତିଙ୍କ ତାଲିକାରେ ସେ ଆମାଜନର ମାଲିକ ଜେସ ବୋଜସଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ୫୦୦ କୋଟିପତିଙ୍କ ନାଁ ସାମିଲ ଅଛି ।

ଏହି ଉପଲବ୍ଧୀ ହାସଲ କରିବା ପରେ ମସ୍କ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ଟ୍ୱିଟର ୟୁଜର୍ୟଙ୍କୁ ଉତ୍ତର ଦେଇ ସେ ଲେଖିଛନ୍ତି ଯେ, ‘ଏହା କେତେ ଅଜବ କଥା’ ।

ସାରା ବିଶ୍ୱ ପାଇଁ ୨୦୨୦ ଅବଶ୍ୟ ଏକ କାଳ ବର୍ଷ ପରି ଥିଲା କିନ୍ତୁ ଏଲନ ମସ୍କ ପାଇଁ ପୂର୍ବ ୧୨ ମାସ ଖୁବ ଭଲ ଥିଲା । ପ୍ରାୟ ୨୭ ବିଲିୟନ ୟୁଏଏସ ଡଲାର ମୂଲ୍ୟ ସହ ୨୦୨୦ ମସିହାର ଶୁଭାରମ୍ଭ କରିଥିବା ଏଲନ ମାସ୍କ ନିଜ ସମ୍ପତ୍ତିରେ ୧୫୦ ବିଲିୟନ ଡଲାର ବୃଦ୍ଧି ଦେଖିଥିଲେ । ଯାହାକି ତାଙ୍କ ପାଇଁ ବାଣିଜ୍ୟ କ୍ଷେତ୍ରରେ ଏକ ଶୁଭ ସଙ୍କେତ ଥିଲା । ଏହା ବୋଧହୁଏ ଇତିହାସରେ ସବୁଠୁ ଦୃତ ଗତିରେ ହୋଇଥିବା ଧନ ବୃଦ୍ଧିର ଉଦାହରଣ ଅଟେ ।

ଟ୍ରକ୍ ଚାପାରେ ଛାତ୍ରୀଙ୍କ ମୃତ୍ୟୁ: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଯାଜପୁର ଟାଉନ: ଯାଜପୁର ସଦର ଥାନା କେତକିଆ ଛକ ନିକଟରେ ସଡକ ଦୁର୍ଘଟଣା ।ଟ୍ରକ୍ ଚାପରେ ଛାତ୍ରୀଙ୍କ ମୃତ୍ୟ । ମୃତ ଛାତ୍ରୀ ଜଣଙ୍କ ବର୍ଷା ରାଣୀ ଜେନା । ସକାଳେ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ ।

  ଘଟଣାମୁତାବକ ଶୁକ୍ରବାର ସକାଳୁ ବର୍ଷା ଓ ତା’ର କିଛି ସାଙ୍ଗ ମାନେ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ । ଏହି ସମୟରେ ଏକ ଚିପ୍ସ ବୋଝେଇ ଡମ୍ଫର  ବର୍ଷାଙ୍କ ଉପରେ ଚଢ଼ି ଯାଇଥିଲା । ଏହା ପରେ ଘଟଣା ସ୍ଥଳରେ ହିଁ ଛାତ୍ରୀଙ୍କ ମୃତ ହୋଇଥିଲା । ମୃତ ଛାତ୍ରୀ ଜଣଙ୍କ ହେଲେ ବରୁହାଁ ଗ୍ରାମର ଶିବ ଜେନାଙ୍କ ୧୭ ବର୍ଷର ଝିଅ ବର୍ଷା ରାଣୀ ଜେନା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକେ ବରି-ଯାଜପୁର ରାଜରାସ୍ତାକୁ ଅବରୋଧ କରିଛନ୍ତି । ଏହା ଫଳରେ ସେହି ରାସ୍ତାରେ ଭିଡ଼ ଜମିଛି । ଲୋକଙ୍କ ଯାତାୟାତରେ ସମସ୍ୟା ଉପୁଜିଛି ।

ଏଥିସହିତ ପଢ଼ନ୍ତୁ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ