spot_img
Home Blog Page 6138

ମହାଭିଯୋଗ ଆଣି ଟ୍ରମ୍ପଙ୍କୁ ବିଦା କରିବା ଚକ୍କରରେ ବିରୋଧୀ

ଓ୍ୱାସିଂଟନ୍‌: ଆମେରିକାର କ୍ୟାପିଟାଲ ହିଲ୍‌ରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ, ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟକାଳ ସରିବାର ୧୪ ଦିନ ପୂର୍ବରୁ ବିଦା କରାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କ୍ୟାପିଟାଲ ହିଲ୍ ସେହି ବିଲ୍ଡିଂ ଯେଉଁଠାରେ ଆମେରିକା କଂଗ୍ରେସର ଦୁଇ ଗୃହର ସଦସ୍ୟ ବସିଥାନ୍ତି । ଏହି ବିଲ୍ଡିଂ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣକୁ ଆମେରିକୀୟ ଗଣତନ୍ତ୍ର ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯାଉଛି । ଏହି ଆକ୍ରମଣ ପାଇଁ ଟ୍ରମ୍ପଙ୍କ ଜିଦ୍‌କୁ ଦାୟୀ କରାଯାଉଛି । ତେଣୁ ଅନେକ ସାଂସଦ ଓ ରାଜ୍ୟପାଳ ଟ୍ରମ୍ପଙ୍କୁ ୧୪ ଦିନ ଆଗରୁ ବିଦା କରିବାକୁ ଚାହୁଁଛନ୍ତି । ତାଙ୍କ ବିରୋଧରେ ମହାଭିଯୋଗ କିମ୍ବା ସମ୍ବିଧାନର ୨୫ତମ ସଂଶୋଧନ ପ୍ରୟୋଗ କରିବା କଥା କୁହାଯାଉଛି ।

୨୦ ଜାନୁଆରୀ ଦିନ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବେ । ଯାହାର ଅର୍ଥ ହେଉଛି ଟ୍ରମ୍ପ ଆଉ ମାତ୍ର ୧୪ ଦିନ ପାଇଁ ରାଷ୍ଟ୍ରପତି । କିନ୍ତୁ ବୁଧବାର ଦିନ କ୍ୟାପିଟାଲ ହିଲରେ ହୋଇଥିବା ହିଂସା ପାଇଁ ତାଙ୍କୁ ଦାୟୀ କରାଯାଉଛି । ଜାନୁଆରୀ ୬ ତାରିଖ ଦିନ ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇବା ପାଇଁ ଦୁଇ ଗୃହର ସଦସ୍ୟ ଏକଠି ହୋଇଥିଲେ । କିନ୍ତୁ ଟ୍ରମ୍ପ ସମର୍ଥକ ଏହାକୁ ରୋକିବା ପାଇଁ ସଂସଦ ଉପରେ ହମଲା କରିଥିଲେ । ଏହି ଘଟଣା ପୂର୍ବରୁ ଟ୍ରମ୍ପ ଏମିତି ଗୋଟିଏ ଟ୍ୱିଟ୍ କରିଥିଲେ ଯାହା ସମର୍ଥକଙ୍କୁ ହିଂସା କରିବାକୁ ଉତ୍ସାହିତ କରିଥିଲା ବୋଲି ବିରୋଧୀ କହୁଛନ୍ତି । ଏମିତିରେ ସେମାନେ ଟ୍ରମ୍ପଙ୍କୁ ଦୁଇ ସପ୍ତାହ ଯାଏ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁନାହାନ୍ତି ।

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଆଜି ପର୍ଯ୍ୟନ୍ତ ମନା କରି ଆସୁଥିଲେ । ହିଂସା ପରେ ଆଜି ସେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଛନ୍ତି । ହିଂସା କାଳରେ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କ ଗୋଟିଏ ଟ୍ୱିଟ୍ କରି ହିଂସା କରୁଥିବା ସମର୍ଥକଙ୍କୁ ଦେଶଭକ୍ତ ବୋଲି କହିଥିଲେ । ପରେ ବିବାଦ ବଢିବାରୁ ସେ ନିଜ ଟ୍ୱିଟ୍ ଡିଲିଟ୍ କରିଥିଲେ । ଉଭୟ ରିପବ୍ଲିକ୍ ଓ ଡେମୋକ୍ରାଟିକ ଦଳର ସଦସ୍ୟ ହିଂସାକୁ ନିନ୍ଦା କରିଛନ୍ତି ।

ଭର୍ଜିନିଆର ଡେମୋକ୍ରାଟିକ ସାଂସଦ ଡୋନାଲ୍ଡ ବେୟର ବୁଧବାର ଦିନ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଟ୍ରମ୍ପ୍ ଆମ ଗଣତନ୍ତ୍ର ପାଇଁ ବିପଦ । ମୁଁ ତାଙ୍କୁ ପଦରୁ ହଟାଇବା ପାଇଁ ଓ ମହାଭିଯୋଗ ଆଣିବା ପ୍ରସ୍ତାବକୁ ସମର୍ଥନ କରୁଛି । ୨୫ତମ ସମ୍ବିଧାନ ସଂଶୋଧନ ଜରିଆରେ ଟ୍ରମ୍ପଙ୍କୁ ପଦରୁ ହଟାଇବା ଅଧିକ ସହଜ ହେବ ବୋଲି ସେ କହିଛନ୍ତି । ଟ୍ରମ୍ପ ଆଉ ୧୪ ଦିନ ପରେ ରାଷ୍ଟ୍ରପତି ପଦ ଛାଡୁଥିବାରୁ ମହାଭିଯୋଗ ପ୍ରସ୍ତାବ ଆଣିବା ବ୍ୟବହାରିକ ହେବ ନାହିଁ ତେଣୁ ୨୫ ତମ ସମ୍ବିଧାନ ସଂଶୋଧନ ପ୍ରୟୋଗ କରାଯାଉ ବୋଲି କିଛି କହୁଛନ୍ତି ।

ଆମେରିକୀୟ ଖବରକାଗଜ ୱାଂଶିଟନ୍ ପୋଷ୍ଟ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନର ୨୫ତମ ସଂଶୋଧନକୁ ପ୍ରୟୋଗ କରିବାକୁ ଆହ୍ୱାନ କରିଛି । ନିଜ ସମ୍ପାଦକୀୟରେ ୱାଶିଂଟନ ପୋଷ୍ଟ ଲେଖିଛି ଯେ, ‘ଆଗାମୀ ୧୪ ଦିନ ପାଇଁ ରାଷ୍ଟ୍ରପତି ରହିବାକୁ ଟ୍ରମ୍ପ ଅଯୋଗ୍ୟ । ତାଙ୍କ କାର୍ଯ୍ୟକାଳର ପ୍ରତି ସେକେଣ୍ଡ୍ ଦେଶ ପାଇଁ ବିପଦ’ ।

ଗାଈ ସହ ଛେଳିକୁ ମାରିଦେଲା ବାଘ ! ଗାଁରେ ଆତଙ୍କ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ପୁଣ ବାଘ ଆତଙ୍କ । କୋମନା ବ୍ଲକର ଭରୁଅମୁଣ୍ଡା ଗାଁ ବିରସିଂପଡ଼ା ବାଘକୁ ନେଇ ଭୟଭୀତ ଗ୍ରାମବାସୀ । ବୁଧବାର ରାତିରେ ବାଘ ଗାଁରୁ ଛେଳି ଓ ଗାଈକୁ ଝାମ୍ପି ନେଇ ଜଙ୍ଗଲରେ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ନିକଟ ଜଙ୍ଗଲର ନିର୍ଦ୍ଦିଷ୍ଟ ସ୍ଥାନରେ ମୃତ ଛେଳି ଓ ଗାଈର ଚର୍ମ ପଡ଼ିଥିବା ଦେଖିବାକୁ ମିଳିଛି ।

Tiger Fear In Nuapada Komana Block

ଗାଁର ନବୀନ ମାଝି ଓ ଡୋଲାମଣି ମାଝୀଙ୍କ ଛେଳି ଏବଂ ଗାଈକୁ ବାଘ ଝାମ୍ପି ନେଇଛି । ଗ୍ରାମବାସୀ ବାଘକୁ ଦେଖିନଥିବା ବେଳେ ଚିତା ବାଘ ଆସି ଛେଳି, ମେଣ୍ଢା ଓ ଗାଈକୁ ମାରିଥିବା ସନ୍ଦେହ କରୁଛନ୍ତି । ବନ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛି ।

ଏଥିସହ ପଢ଼ନ୍ତୁ- ମଝି ରାସ୍ତାରେ ଖୋଲା ବୁଲୁଛି କଲରାପତରିଆ ବାଘ, ଲୋକେ ବାଘ ଦେଖି ଭୟଭିତ

ଆଶ୍ଚର୍ଯ୍ୟ, ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଲା ମୃତଦେହ…

ପାଟନା: ବିହାରର ରାଜଧାନୀ ପାଟନାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯିଏ କେହି ବି ଏହା ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଏଠାରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଏକ ଶବ ଆସି ପହଞ୍ଚିଗଲା । ଏହା ଦେଖି ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଗଲା । ଏହି ଘଟଣା ଯିଏ କେହି ବି ଶୁଣିବ ସେ ଡରିଯିବ କିନ୍ତୁ ବାସ୍ତବରେ ଏହା ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ।

ବ୍ୟାଙ୍କରେ ପହଞ୍ଚିଥିଲା ମୃତଦେହ

ଏହି ଘଟଣା ରାଜଧାନୀ ପାଟଣାର ଶାହାଜାହାନପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି । ସିଗ୍‌ରିଆୱାନ ଗ୍ରାମ ନିକଟରେ ଏକ କାନାରା ବ୍ୟାଙ୍କ ଅଛି । ହଠାତ୍‌ ବ୍ୟାଙ୍କରେ ହଇଚଇ ସୃଷ୍ଟି ହୋଇଗଲା, କାରଣ କୋକେଇରେ ଶୋଇଥିବା ଜଣେ ଲୋକର ଆକାଉଣ୍ଟରୁ ଟଙ୍କା ବାହାର କରିବାକୁ କୁହାଗଲା । ସିଗ୍‌ରିଆୱାନ ଗ୍ରାମ ନିବାସୀ ୫୫ ବର୍ଷିୟ ମହେଶ ଯାଦବଙ୍କର ୫ ଜାନୁଆରୀ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି ।

ମହେଶଙ୍କୁ ଅନ୍ତିମସଂସ୍କାର କରାଯିବାରଥିଲା କିନ୍ତୁ ଏଥିପାଇଁ କାହାରି ପାଖରେ ଟଙ୍କା ନଥିଲା । ଏଭଳି ପରିସ୍ଥିତିରେ ଗ୍ରାମବାସୀ ବ୍ୟାଙ୍କରେ ପହଞ୍ଚି ମହେଶଙ୍କ ଆକାଉଣ୍ଟରେ ଥିବା ଜମା ଟଙ୍କାକୁ ମାଗିଥିଲେ । କିନ୍ତୁ ବ୍ୟାଙ୍କ ଅଧିକାରୀମାନେ ଏହା କରିବାକୁ ସିଧା ସିଧା ମନା କରିଦେଇଥିଲେ ।

କାରଣ ଟଙ୍କା ଉଠାଣ ଓ ନେଣ ଦେଣ ପାଇଁ କାନାରା ବ୍ୟାଙ୍କର କିଛି ସ୍ୱତନ୍ତ୍ର ନିୟମ ରହିଛି । ଯେଉଁଥିବା ବ୍ୟାଙ୍କ ଅଧିକାରୀ ମୃତ ମହେଶଙ୍କ ଆକାଉଣ୍ଟରୁ ଟଙ୍କା ଦେବାକୁ ମନା କରିଥିଲେ । ଯେତେବେଳେ ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର କରିହେବ ନାହିଁ ବୋଲି ଗ୍ରାମବାସୀ ଜାଣିବାକୁ ପାଇଲେ ସେତେବେଳେ ମହେଶଙ୍କ ମୃତଦେହକୁ ସିଧାସଳଖ ବ୍ୟାଙ୍କ ଭିତରକୁ ନେଇ ଆସିଲେ ।

ଏହା ଘଟଣା ପରେ ବ୍ୟାଙ୍କରେ ହଇଚଇ ସୃଷ୍ଟି ହୋଇଗଲା । ବ୍ୟାଙ୍କ କର୍ମଚାରୀ ଆତଙ୍କିତ ହୋଇପଡ଼ିଲେ । କୁହାଯାଉଛି ଯେ ମହେଶଙ୍କ ମୃତଦେହ ପ୍ରାୟ ୩ ଘଣ୍ଟା ଧରି ବ୍ୟାଙ୍କରେ ପଡ଼ି ରହିଥିଲା । ଶେଷରେ, ମାମଲାକୁ ଶାନ୍ତ କରିବା ପାଇଁ ମ୍ୟାନେଜର ତାଙ୍କ ତରଫରୁ ଦଶ ହଜାର ଟଙ୍କା ଦେଇଥିଲେ ଏବଂ ଲୋକମାନଙ୍କୁ ବୁଝାସୁଝା କରି ମେହେଶଙ୍କ ଶେଷକୃତ୍ୟ ପାଇଁ ପଠାଇଲେ ।

ନୋମିନି ନଥିବାରୁ ଘଟିଲା ଏମିତି

ସବୁଠାରୁ ବଡ଼ କଥା ହେଲା ମୃତ ମହେଶ ଯାଦବ ଅବିବାହିତ ଥିଲେ । ଏମିତିକି ବ୍ୟାଙ୍କରେ ଖାତା ଖୋଲିବା ବେଳେ ସେ କାହାରିକୁ ନୋମିନି ରଖିନଥିଲେ । କୁହାଯାଉଛି ଯେ ତାଙ୍କ ଆକାଉଣ୍ଟରେ ଏକ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି । ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ଦୁଇଥର ସୂଚନା ଦେବା ସତ୍ତ୍ୱେ ମହେଶ KYC ମଧ୍ୟ ଅପଡେଟ୍ କରିନାହାଁନ୍ତି । ଯେଉଁଥିପାଇଁ ମ୍ୟାନେଜର ଟଙ୍କା ଦେବାକୁ ମନା କରିଦେଇଥିଲେ ।

ଆମେରିକା କଂଗ୍ରେସ ମାରିଲା ମୋହର, ୨୦ରେ ଦାୟିତ୍ୱ ନେବେ ବାଇଡେନ୍‌; ହାର ମାନିଲେ ଟ୍ରମ୍ପ

ୱାଶିଂଟନ୍: ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି । ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ତାଙ୍କର ଐତିହାସିକ ତଥା ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳର ସମାପ୍ତ ହୋଇଛି । ନିର୍ବାଚନ ଫଳାଫଳ ସହିତ ସେ ସଂପୂର୍ଣ୍ଣ ସହମତ ନୁହନ୍ତି, କିନ୍ତୁ କିନ୍ତୁ ଜାନୁଆରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି ।

ସିଏନ୍ଏନ୍ ଅନୁଯାୟୀ, ଟ୍ରମ୍ପଙ୍କ କହିଥିଲେ ଯେ, ସେ ସର୍ବଦା ଆଇନଗତ ଭୋଟ୍ ପାଇଁ ଲଢ଼େଇ ଜାରି ରଖିବେ ଏବଂ ନିର୍ବାଚନରେ ​ ନିଜର ପାରଦର୍ଶିତା ଦେଖାଇବେ । ଏହା ତାଙ୍କର ପ୍ରଥମ ଏବଂ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ । ଆମେରିକାକୁ ମହାନ ଦେଶ ଭାବେ ଗଢ଼ି ତୋଳିବା ପାଇଁ ଏହି ଲଢ଼େଇ ଆରମ୍ଭ ମାତ୍ର ।

ଅନ୍ୟପଟେ ଭୋଟ ଗଣିତିରେ ଅନିୟମିତତା କଥା ମଧ୍ୟ ପୁଣି ଉଠାଇଥିଲେ ଟ୍ରମ୍ପ । ଏହାପୂର୍ବରୁ ଟ୍ରମ୍ପ ସମର୍ଥକମାନେ କ୍ୟାପିଟାଲ ହିଲ ବିଲଡିଂରେ ପ୍ରବେଶ କରି ହିଂସାତ୍ମକ ଉଦ୍ୟମ କରିଥିଲେ, ଯେଉଁଥିରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଛି ।

ବାଇଡେନଙ୍କ ବିଜୟ ନେଇ ବାଜିଲା ସାମ୍ବିଧାନିକ ମୋହର

ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟ ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିଛି । କଂଗ୍ରେସ ଇଲେକ୍ଟ୍ରୋରାଲ କାଉଣ୍ଟିଂରେ ବାଇଡେନ୍‌ଙ୍କୁ ବିଜୟ ଘୋଷଣା କରିଛି । ବାଇଡେନଙ୍କ ବ୍ୟତୀତ କମଲା ହାରିସଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ବିଜେତା ଘୋଷିତ କରାଯାଇଛି ।

ମାହାଙ୍ଗା ଡବଲ ମର୍ଡର, ବିଜେପିକୁ ଜବାବ ଦେଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ । ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିସାରିଲାଣି । କିନ୍ତୁ, ରାଜନୀତି ସରୁନି । ବିଜେପି ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପ୍ରେସମିଟର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ।

BJD Spokesperson Sasmit Patra Counter To Purandareswari On Mahanga Double Murder

ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରାଯାଇଛି । ଏହା ବୋଧେ ମାଡାମ ପୁରନ୍ଦେଶ୍ୱରୀଙ୍କୁ ଜଣାନାହିଁ ବୋଲି କହିଛନ୍ତି ସସ୍ମିତ । ବିଜେଡି ସରକାର ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରେ । ଏହା ପୁରନ୍ଦେଶ୍ୱରଙ୍କୁ ଜଣାନାହିଁ । ହିଂସାକାରୀ, ଦୋଷୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସେଥିପାଇଁ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସଫଳତାର ସହ ବିଜେଡି ପଞ୍ଚମଥର ପାଇଁ ସରକାର ଗଢ଼ିଛି ।

BJD Spokesperson Sasmit Patra Counter To Purandareswari On Mahanga Double Murder

ମାହାଙ୍ଗା ଡବଲ ମର୍ଡର ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପୀଡ଼ିତ ନିଶ୍ଚିତ ଭାବେ ନ୍ୟାୟ ପାଇବେ । ନ୍ୟାୟ ଦେବାକୁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ।

BJD Spokesperson Sasmit Patra Counter To Purandareswari On Mahanga Double Murder

ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ୧୦-୧୨ଜଣ ଦୁର୍ବୃତ୍ତ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ। ମାମଲାରେ ପୋଲିସ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବାର୍ଡ ଫ୍ଲୁ ଭୟ, ଜାରି ହେଲା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର

ଭୁବନେଶ୍ୱର: ଓଡ଼ିଶାରେ ଏବେ ସୁଦ୍ଧା ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ । ତେବେ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ଜନିତ କୌଣସି ଲକ୍ଷଣ ଅଥବା ଅସାଧାରଣ ମୃତ୍ୟୁ ହେଲେ ସୂଚନା ଦେବାକୁ କୁହାଯାଇଛି ।

ଏଥିପାଇଁ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର ଜାରି କରିଛି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ । କୁକୁଡ଼ା ଏବଂ ଅନ୍ୟ ପକ୍ଷୀଙ୍କ ଅସାଧାରଣ ମୃତ୍ୟୁ କିମ୍ବା କୌଣସି ଲକ୍ଷଣ ଦେଖାଗଲେ (ଯୁଗ୍ମ ନିର୍ଦ୍ଦେଶକ) ୦୬୭୪-୨୪୧୪୩୧୦, (ଡ. ସାଗରିକା ବେହେରା) ୭୯୭୮୧୦୫୫୩୮ ଏବଂ (ଡ. ମଦନ ମୋହନ ମହାପାତ୍ର) ୯୪୩୭୩୧୩୧୮୩ରେ ଜଣାଇବାକୁ ବିଭାଗ ଜଣାଇଛି ।

ଦୀର୍ଘ ୯ ମାସ ପରେ ଖୋଲିବ ସ୍କୁଲ, ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ୯ ମାସର ବ୍ରେକ ପରେ ଜାନୁଆରି ୮ରୁ ସ୍କୁଲ ଖୋଲିବାକୁ ଯାଉଛି। ଏହା ପୂର୍ବରୁ ଗୁରୁବାର ଦିନ ସ୍ଥିତି ପରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । କ୍ଲାସ୍ ରୁମକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି ବୋଲି ମନ୍ତ୍ରୀ କହିଥିବା ବେଳେ ସ୍କୁଲ୍ ପ୍ରବେଶ ପୂର୍ବରୁ ପିଲାଙ୍କ ହାତକୁ ସାନିଟାଇଜ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ପିଲାମାନେ ୫ ଫୁଟ ଦୂରତା ରଖି ଶ୍ରେଣୀଗୃହରେ ବସିବେ । ରାଜ୍ୟରେ ୧୦ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି । ସେଥିରୁ ୮ ହଜାର ସରକାରୀ ଓ ୩ ହଜାର ବେସରକାରୀ ସ୍କୁଲ ଥିବା ବେଳେ ୬ ଲକ୍ଷ ପିଲା ପଢୁଛନ୍ତି। ଏସଓପି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସମୀକ୍ଷା କରି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏବେ ଗୋଟିଏ ସେକ୍ସନରେ କେତେ ପିଲା ପଢ଼ିବେ ସେନେଇ ନିକଟ ଅତୀତରେ ସୂଚନା ଦେଇଥିଲେ ମନ୍ତ୍ରୀ। ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସସନ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ସେ। ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରକାଶ କରିଥିଲେ ।

ସବୁଠାରୁ ବଡ଼ କଥା ହେଉଛି ୧୦୦ ଦିନର ପାଠପଢ଼ା ମଧ୍ୟରେ ରବିବାର ମଧ୍ୟ ସ୍କୁଲରେ ପାଠପଢ଼ା ହେବ। କାରଣ ରବିବାର ପାଠ ନପଢ଼ାଇଲେ ୧୦୦ ଦିନ ସମ୍ପୂର୍ଣ୍ଣ ହେବନାହିଁ। ତେବେ ସିଲାବସ ୩୦ ପ୍ରତିଶତ କମିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିଲେ।

ଏଥିସହିତ ପଢନ୍ତୁ- ଡାକ୍ତରି ଓ ଇଞ୍ଜିନିୟରିଂ ଶିକ୍ଷାରେ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ କମିଟି ଗଠନ

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ ଚାଲି’

ଭୁବନେଶ୍ୱର: କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି’ । ‘ସ୍ଲୋ ମୋଶନ ଚାଲି’ ହେଉଛି ଏକ କ୍ଲବ ଗୀତ। ନିୟୁ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି।

ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର। ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି ଭୂମିକାରେ ଅଭିନେତ୍ରୀ ସମ୍ମାନିତା ଦାଶ । ୟୁନିକ ଥ୍ରୀ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ମୌସମ ସାହୁ। ଏହା ଏକ ନୃତ୍ୟ ଭିତ୍ତିକ ମ୍ୟୁଜିକ ଭିଡ଼ିଓ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ଅଭିନୟ ଓ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏହି ପାଞ୍ଚ କଳାକାର।

ସିଙ୍ଗିଙ୍ଗ ସେନ୍ସେସନ କୁଲଦୀପଙ୍କ କଣ୍ଠରେ ଏହାକୁ ରେକର୍ଡ କରାଯାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ। ଗୀତ ରଚନା କରିଛନ୍ତି କପିଳେଶ୍ୱର ରାଉତ। ସିନେମୋଟୋଗ୍ରାଫିରେ ଡି. କେ, ସମ୍ପାଦନାରେ ମାନସ କୁମାର ଓ କଲରିଷ୍ଟ ଅଛନ୍ତି ଶିବାନନ୍ଦ ଜେନା। ମ୍ୟୁଜିକ ଭିଡ଼ିଓଟିକୁ ଗ୍ଲସି ଲୁକ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ନୃତ୍ୟ ଓ ଦୃଶ୍ୟଗ୍ରହଣ ଏତେ ଆକର୍ଷଣୀୟ ହୋଇଛି ଯେ ଏହା ଯେକୌଣସି ବଲିଉଡ ଫିଲ୍ମର ଗୀତ ଠାରୁ କୌଣସି ଗୁଣରେ କମ ନୁହେଁ । ଭିଟ୍ୟୁନ ପ୍ରୋ ୟୁଟ୍ୟୁବ ଚାନେଲରେ ମୁକ୍ତିଲାଭ କରିଥିବା ‘ସ୍ଲୋ ମୋଶନ ଚାଲି’ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ହତ୍ୟା ଘଟଣାରେ ଏବେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି. କେ ଜେନା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ୫ଜଣଙ୍କୁ ଗିରଫ କରି ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ। ଅଭିଯୁକ୍ତ ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, କ୍ଷିତୀସ୍ ଆଚାର୍ଯ୍ୟ, ଲଳିତ ମୋହନ ବରାଳ ଓ କୈଳାସ ଖୁଣ୍ଟିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଗତକାଲି କୋର୍ଟ ଚାଲାଣ ବେଳେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଅଭିଯୁକ୍ତ ପଞ୍ଚାନନ ସେଠୀ । ପୂର୍ବ ଶତ୍ରୁତାରୁ କୁଳମଣି ବରାଳଙ୍କୁ ହତ୍ୟା କରିଛି କହିଥିଲା ପଞ୍ଚାନନ । ମୃତ କୁଳମଣି ଓ ତାଙ୍କ ଦୁଇ ପୁଅ ପୂର୍ବରୁ ତାଙ୍କୁ ଉଲଗ୍ନ କରି ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଆକ୍ରୋଶ ରଖି ତାଙ୍କୁ ହତ୍ୟା କରିଛୁ ବୋଲି ସ କହିଥିଲା ପଞ୍ଚାନନ।

ଉଲ୍ଲେଖଯୋଗ୍ୟ, ଗତକାଲି ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଭୁବନେଶ୍ୱରରୁ କୈଳାସ ଖଟୁଆକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷି ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଥିଲେ । ସେହିପରି ଗତକାଲି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା। ଏଥିସହିତ ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ସେ ।

ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ୧୦-୧୨ଜଣ ଦୁର୍ବୃତ୍ତ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।

 

ଚାକିରି ନାଁରେ ଏଏନ୍‌ଏମ୍‌ଙ୍କୁ ଠକେଇ ଘଟଣା; ମାମଲା ରୁଜୁ କଲା କ୍ୟାପିଟାଲ ଥାନା

ଭୁବନେଶ୍ୱର: ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ ତାକୁ ଚାକିରି ମିଳିବ । ଏଭଳି କହି ଏଏନ୍‌ଏମ୍‌ଙ୍କୁ ଠକେଇ କରିଥିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ ।

ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରାଯାଇ ଟଙ୍କା ମଗାଯାଉଛି। ଏନେଇ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରଲ ହୋଇଥିଲା। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ସୂଚନା ମୁତାବକ, ଯେଉଁମାନେ ଚାକରି ପାଇବାକୁ ଚାହୁଁଚନ୍ତି ଜଣକୁ ୧୫ ହଜାର ଟଙ୍କା ଲେଖାଏଁ ଦେବାକୁ ପଡିବ । ଏଭଳି ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏଥିସହିତ ସେମାନଙ୍କ ନିକଟରୁ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ ।

ତେବେ ଏଭଳି ଉପାୟରେ କୋଟି କୋଟି ଟଙ୍କା ଠକେଇ କରି ଅଭିଯୁକ୍ତମାନେ ଫେରାର ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ସୂଚନା ମିଳିଛି । ତେବେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ଏସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ‘‘ଜିଲ୍ଲା ଓ୍ୱାଇଜ ଫୋନ୍ କରିକି ଏଭଳି ପ୍ରଲୋଭନ ଦିଆଯାଉଥିବା ଖବର ମିଳିଥିଲା। ପରେ ଗଞ୍ଜାମରୁ ୩ ଜଣକୁ ଅଟକ ରଖାଯିବା ସହ ଗତକାଲି ପଚରା ଉଚରା କରାଯାଇଥିଲା । ଜେରା ବେଳେ ସେମାନେ ସବୁ ସତ ମାନିଛନ୍ତି । ତେବେ ବିଭିନ୍ନ ଜିଲ୍ଲାରେ ଏଭଳି ଠକାମୀ କରାଯାଉଥିବା ନେଇ ଆମେ ସନ୍ଦେହ କରୁଛି । ଆଉ ଏସମ୍ପର୍କରେ କିଛିଟି ସୂଚନା ମଧ୍ୟ ଆମକୁ ମିଳିଛି’’ ।