spot_img
Home Blog Page 6141

ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶୀ ବନ୍ଧୁକ ଜବତ । ଏୟାର ଏସିଆ ବିମାନରେ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଯାଉଥିବା ଯାତ୍ରୀଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ ହୋଇଛି ।  ଲଗେଜ ସ୍କାନର ବେଳେ ଦେଶୀ ବନ୍ଧୁକ ଜବତ କରିଥିଲା ଏୟାରପୋର୍ଟ ସିକ୍ୟୁରିଟି । ଯାତ୍ରୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନା । ରାମଚନ୍ଦ୍ରଙ୍କୁ ଅଟକ ରଖି ଏୟାରପୋର୍ଟ ଥାନା ପୋଲିସ ପଚରାଉଚରା କରିବା ପରେ ଗିରଫ ସୂଚନା ।

ଏଥିସହିତ ପଢ଼ନ୍ତୁ: ଗ୍ରୀନ୍‌ ଚିଲ୍ଲିରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଗ୍ରାହକ, କର୍ମଚାରୀ

ଗ୍ରୀନ୍‌ ଚିଲ୍ଲିରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଗ୍ରାହକ, କର୍ମଚାରୀ

ଭୁବନେଶ୍ୱର: ବିରିୟାନୀ ସେଣ୍ଟରରେ ଅଗ୍ନିକାଣ୍ଡ । ଭୁବନେଶ୍ବର ଗୋପବନ୍ଧୁ ଛକ ନିକଟରେ ଥିବା ଗ୍ରୀନ ଚିଲ୍ଲିଜ୍ ବିରିୟାନୀ ସେଣ୍ଟରରେ ଅଗ୍ନିକାଣ୍ଡ । ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ଗ୍ରାହକ ଓ ଦୋକାନ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଗ୍ୟାସ୍ ଚୁଲ୍ଲା ଉପରେ ଥିବା ତେଲ କଢ଼େଇ ଢଳି ଯିବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ ।  ଅଗ୍ନିକାଣ୍ଡ ଯୋଗୁଁ କେବଳ ଖାଦ୍ୟ ସାମଗ୍ରୀ ଜଳି ପୋଡ଼  ଯାଇଥିବା ବେଳେ କୌଣସି ପ୍ରକାର ଜୀବନ ହାନୀ ହୋଇନି । କେହିଁ ଆହତ ମଧ୍ୟ ହୋଇଥିବା ସୂଚନା ନାହିଁ ।

୬ ହଜାର ୪ ଶହ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ: ୪୬୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର: ୬ ହଜାର ୪ଶହ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମତି ।  ୫ ହଜାର ୩ଶହ ୫୮ କୋଟି ଟଙ୍କାର ପୁଞ୍ଜିନିବେଶକୁ ହାଇ ଲେଭେଲ୍ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଯାହା ଦ୍ୱାରା ରାଜ୍ୟରେ ମୋଟ ୪ ହଜାର ୬ ଶହ ୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୫ ତମ ହାଇ ଲେଭେଲ୍ କ୍ଳିଏରାନ୍ସ ଅଥରିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୩୫୮ କୋଟି ଟଙ୍କାର ମେଟାଲ, ସିମେଣ୍ଟ ଏବଂ ରିଫାଇନାରୀ , ପେଟ୍ରୋକେମିକାଲ ସେକ୍ଟର ୩ ବଡ଼ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ଏହା ଦ୍ୱାରା ୩ ହଜାର ୬ଶହ ୬୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

          ଅପରପକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ଅଥରିଟିରେ ୧୦୮୫ କୋଟି ମୂଲ୍ୟର ୫ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୯୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ କରୋନା ସତ୍ତ୍ୱେ ରାଜ୍ୟରେ ପୁଞ୍ଜି ନିବେଶ ଜାରି ରହିଛି । ଗତ ଫ୍ରେବୃଆରୀ ୨୦୨୦ଠାରୁ ଏଯାବତ୍ ମୋଟ ୧ ଲକ୍ଷ ୧୯ହଜାର କୋଟିର ପୁଞ୍ଜିନିବେଶ ନେଇ ଓଡ଼ିଶା ସରକାର ଆକୃଷ୍ଟ କରିପାରିଛନ୍ତି ।

          ଅପରପକ୍ଷରେ  ପୁଞ୍ଜି ନିବେଶ ନେଇ ଶିଳ୍ପାନୁଷ୍ଠାନଗୁଡ଼ିକୁ ଆକୃଷ୍ଟ କରିବା ଦିଗରେ କାର୍ଯ୍ୟ କରୁଥିବା ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍(IPICOL)କୁ ସଫଳତା ମିଳିଛି । ଇନ୍‌ଭେଷ୍ଟମେଣ୍ଟ ପ୍ରମୋସନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୦ ରାଜ୍ୟର ଏଜେନ୍ସି ଗୁଡ଼ିକ ମଧ୍ୟରେ IPICOL ଶ୍ରେଷ୍ଠ ପ୍ରଦର୍ଶକ (Top Performer) ହୋଇଛି ।

ଭ୍ୟାକ୍ସିନ୍ ବଜାରରେ ୪ ବ୍ରାଣ୍ଡ, ଜାଣନ୍ତୁ କାହାର କଣ ବିଶେଷତ୍ୱ

କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆଉ କିଛିଦିନ ପରେ ଭାରତରେ କରୋନା ମହାମାରୀର ଭୟାବହତାକୁ ରୋକିବା ଲାଗି ଆରମ୍ଭ ହେବ ଟିକାକରଣ ଅଭିଯାନ । ଏନେଇ ସରକାରୀ ସ୍ତରରେ ତତ୍ପରତା ଯେତିକି ବଢ଼ୁଛି ରାଜନୀତିକ ପାଣିପାଗ ବି ସେତିକି ଗରମ ହେଉଛି । ଅନ୍ୟ ପକ୍ଷରେ ଲୋକଙ୍କ ମନରେ ଉତ୍କଣ୍ଠା ଓ ପ୍ରଶ୍ନବାଚୀ ବଢ଼ି ଚାଲିଛି । କୋଉ ଟିକା ଆାମେ ନେବା ଉଚିତ୍ ? ଦେଶୀ ଟିକା ଭଲ କାମ ଦେବ ନା ବିଦେଶୀ ଟିକା ? ପୁଣି ଆମେରିକା ଟିକା ଭଲ କାମ ଦେବ ନା ଋଷୀୟ ? ମୋର ରୋଗ ପ୍ରତିରୋଧକ ଶକ୍ତି କୋଉ ଟିକାରେ ଅଧିକ ବଢ଼ିବ ଏମିତି ? ଆସନ୍ତୁ ଜାଣିବା କେଉଁ ଟିକା କେତେ ଉପଯୋଗୀ ହେବ ଆପଣଙ୍କ ପାଇଁ…

 Which Covid Vaccine Will Helpful For Boosting Immune System

ଭାରତ ସରକାରଙ୍କ ଡ୍ରଗ୍ସ ମହାନିୟନ୍ତ୍ରକ ଦୁଇଟି ଟିକାକୁ ଜରୁରୀକାଳୀନ ଭିତ୍ତିରେ ପ୍ରଦାନ କରିବା ଲାଗି ଅନୁମତି ପ୍ରଦାନ କରି ସାରିଛନ୍ତି । ଏଥିରୁ ଗୋଟିଏ ଟିକା ଦେଶୀୟ ଜ୍ଞାନ କୌଶଳରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଛି । ଅନ୍ୟଟି ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଜ୍ଞାନ କୌଶଳରେ ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଦୁଇ ଟିକା ସହ ଋଷ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍- ଭି ଏବଂ ଆମେରିକା ଦ୍ୱାରା ପ୍ରସ୍ତୁତ ନୋଭାଭାକ୍ସ ମଧ୍ୟ ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବ । ଏଥିଲାଗି ଆବଶ୍ୟକ ପ୍ରସ୍ତୁତି ଚାଲିଛି । ପ୍ରଶ୍ନ ହେଲା ମୁଁ ଏବେ ଯେଉଁ ଟିକା ମିଳୁଛି ତାହା ନେବି ନା ଆମେରିକୀୟ ବା ଋଷୀୟ ଟିକା ଆସିବା ଯାଏ ଅପେକ୍ଷା କରିବି ? ଏ ପ୍ରଶ୍ନର ଉତ୍ତର ଭାରି ସ୍ପଷ୍ଟ । ଏହା ଯେ, ପ୍ରତିଟି ଟିକା ଶରୀରର ରୋଗ ପ୍ରତିରାଧକ ଶକ୍ତିକୁ ବୃଦ୍ଧି କରି କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ସକ୍ଷମ କରାଇଥାଏ । ଖାଲି ପ୍ରଭେଦ ଏତିକି ଯେ କିଛି ଟିକା ପ୍ରସ୍ତୁତ କରିବା ବେଳେ ରୋଗ ସୃଷ୍ଟିକାରୀ ଦୁର୍ବଳ ଜର୍ମକୁ ବ୍ୟବହାର କରାଯାଇଛି ତ ଆଉ କିଛି ପାରମ୍ପରିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମୌଳିକ ଜିନ୍ ନିର୍ଦେଶାବଳୀକୁ ପାଳନ କରିଛନ୍ତି ।

ଏଥର ଜାଣିବା କେଉଁ ଟିକା କେମିତି ପ୍ରସ୍ତୁତ ହୋଇଛି ?

 Which Covid Vaccine Will Helpful For Boosting Immune System

ପ୍ରଥମେ କୋଭିସିଲ୍ଡ ଓ ସ୍ପୁଟନିକ୍-ଭି କଥା । ଏହି ଦୁଇ ଟିକା ଯଥାକ୍ରମେ ବ୍ରିଟେନ୍ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକା ଏବଂ ଋଷର ଜିମାଲେୟା ଇନିଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ । ଏହି ଦୁଇ ଟିକାରେ କରୋନା ଭୂତାଣୁକୁ ବ୍ୟବହାର କରାଯାଇଛି । ଭୂତାଣୁର କିଛି ଅଂଶକୁ ଟିକାର ଡୋଜ୍ ଦ୍ୱାରା ମଣିଷ ଶରୀରକୁ ପ୍ରବେଶ କରାଯିବ । ଡରିବାର କିଛି ନାହିଁ । କାରଣ ଇଞ୍ଜେକ୍ସନ୍ ମାଧ୍ୟମରେ ଯେଉଁ କରୋନା ଭୂତାଣୁ ଆପଣଙ୍କ ଶରୀରରେ ପ୍ରବେଶ କରାଯିବ ତାହା ଭୂତାଣୁର ସମଗ୍ର ଅଂଶ ନୁହେଁ କି ଏହା ମନକୁ ମନ ଶରୀର ଭିତରେ ବୃଦ୍ଧି ପାଇବ ନାହିଁ । ଅର୍ଥାତ୍ କରୋନା ଭୂତାଣୁର ଭୟଙ୍କର ତଥା ବିପଜ୍ଜନକ ସ୍ୱତଃ ବଢ଼ୁଥିବା ଧର୍ମକୁ ଏଥିରେ ରୋକାଯାଇ ପାରିଛି । ମଣିଷ ଶରୀରରେ ଏହି ଭୂତାଣୁ ଅଂଶ ପ୍ରବେଶ କରାଯିବାର ଅର୍ଥ ହେଉଛି ଶରୀରକୁ ଭବିଷ୍ୟତରେ ଏହି ଭୂତାଣୁ ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ସକ୍ଷମ କରାଇବା ।

 Which Covid Vaccine Will Helpful For Boosting Immune System

ପୁଣି ପ୍ରଶ୍ନ ଉଠିପାରେ ଏହା କ’ଣ ଶତ ପ୍ରତିଶତ ସକ୍ଷମ ହେବ ?

ଉତ୍ତର ହେଉଛି ନା । ପରୀକ୍ଷାମୂଳକଭାବେ ଟିକା ପ୍ରଦାନ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରୁ ସ୍ପଷ୍ଟ ଯେ, କୋଭିସିଲ୍ଡର ସଫଳତା ହାର ହେଉଛି ୯୦ ପ୍ରତିଶତ । ସେହିପରି ସ୍ପୁଟନିକ୍-ଭିର ସଫଳତା ହାର ହେଉଛି ୯୧.୬ ପ୍ରତିଶତ । କୌଣସି ବ୍ୟକ୍ତିକୁ ଏହି ସଫଳତା ପାଇବା ଲାଗି ଦୁଇଥର ଟିକା ନେବାକୁପଡ଼ିଥାଏ । କୋଭିସିଲ୍ଡ ଏହି ଦୁଇଟି ଡୋଜ୍ ଭିତରେ ୪ ସପ୍ତାହ ବ୍ୟବଧାନ ରଖିଥିବା ବେଳେ ସ୍ପୁଟ୍ନିକ୍-ଭି ଦୁଇଟି ନିର୍ଦ୍ଧାରିତ ଡୋଜ୍ ଭିତରେ ୨୧ ଦିନର ବ୍ୟବଧାନ ବାଧ୍ୟତାମୂଳକ କରିଛି । ସେହିପରି କୋଭିସିଲ୍ଡ ଟିକା ୬୦ ଦିନ ଯାଏ ରେଫ୍ରିଜରେଟରରେ ସଂରକ୍ଷିତ କରାଯାଇପାରିବ । ଆଉ ସ୍ପୁଟନିକ୍-ଭି ଟିକାକୁ ସଂରକ୍ଷଣ କରିବା ପାଇଁ ଫ୍ରିଜର୍ ଆବଶ୍ୟକ । ଭାରତ ସରକାର ଉଭୟ ଟିକା କିଣିବା ପାଇଁ ବରାଦ ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ସରକାର ୫ କୋଟିରୁ ୧୦ କୋଟି କୋଭିସିଲ୍ଡ ଟିକା କିଣିବାକୁ ବରାଦ ଦେଇଥିବା ବେଳେ ୧ କୋଟିରୁ ୨ କୋଟି ଡୋଜ୍ ସ୍ପୁଟନିକ-ଭି ଟିକା କିଣିବାକୁ ବରାଦ କରିଛନ୍ତି । ଅର୍ଥାତ୍ ଏହି ଦୁଇ ଟିକା ପ୍ରଥମ ପର୍ଯାୟରେ ୩ କୋଟିରୁ ୬ କୋଟି ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇପାରିବ ।

 Which Covid Vaccine Will Helpful For Boosting Immune System

ଭାରତ ସରକାର ଅନୁମତି ଦେଇଥିବା ଏକମାତ୍ର ସ୍ୱଦେଶୀ ଟିକା ହେଉଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ । ଏହି ଟିକାରେ ସମ୍ପୂର୍ଣ୍ଣ ଭାବେ କରୋନା ଭୂତାଣୁକୁ ମାନବ ଶରୀରରେ ନିକ୍ଷେପ କରାଯାଇଥାଏ । କିନ୍ତୁ ଏହି ଭୂତାଣୁକୁ ପୂର୍ବରୁ ନିଷ୍କ୍ରିୟ କରାଯାଇଥାଏ । ଅର୍ଥାତ୍ ଯେଉଁମାନଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ସେମାନଙ୍କର ମଧ୍ୟ ଏହି ଟିକା ଦ୍ୱାରା କିଛି ଅସୁବିଧା ହେବ ନାହିଁ । ଏହିପ୍ରକାର ଟିକା ପ୍ରସ୍ତୁତି ପ୍ରଣାଳୀ ପୂବର୍ରୁ ମିଳିମିଳା, ପୋଲିଓ ଟିକା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଛି ଏବଂ ସଫଳତା ବି ପାଇଛି । ତେବେ କୋଭାକ୍ସିନର ସଫଳତା ହାର କେତେ ତାହା ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଟିକାକରଣରେ ଦୁଇଟିଯାକ ଡୋଜ୍ ସମ୍ପୂର୍ଣ୍ଣ ନେବା ଆବଶ୍ୟକ ।

 Which Covid Vaccine Will Helpful For Boosting Immune System

ଆମେରିକା ଦ୍ୱାରା ପ୍ରସ୍ତୁତ ନୋଭାଭାକ୍ସ କରୋନା ଭୂତାଣୁର କିଛି ଅଂଶକୁ ଇଞ୍ଜେକ୍ସନ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରାଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲକ୍ଷ୍ୟ ରଖିଛି । ତିନି ସପ୍ତାହ ମଧ୍ୟରେ ଦୁଇଟି ଡୋଜ୍ ନେଲେ ଟିକାକରଣ ସମାପ୍ତ ହୋଇଥାଏ । ଏହିପରି ଟିକାକୁ ସବ୍ ୟୁନିଟ୍ ଟିକା ବୋଲି କୁହାଯାଏ । ପୂର୍ବରୁ ହେପାଟାଇଟିସ୍ ବି ରୋଗର ଟିକା ପ୍ରସ୍ତୁତି ପାଇଁ ଏହି ଜ୍ଞାନ କୌଶଳ ପ୍ରୟୋଗ କରାଯାଇଛି । ଭାରତ ସରକାର ଏହି ଭଳି ୧୦ କୋଟି ଟିକା ଡୋଜ୍ ଆମଦାନୀ ପାଇଁ ବରାଦ ଦେଇଛନ୍ତି । ତେବେ ନୋଭାଭାକ୍ସ ଟିକାର ସଫଳତା ହାର କେତେ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

ରାଜ୍ୟରେ କୋଭିଡ ସ୍ଥିତି ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଆଉ ୨ ମାସ ସତର୍କ ରହିବାକୁ କଲେ ନିବେଦନ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସମ୍ପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟିକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକ୍‌ଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡଲାଇନ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ  ଆମେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିଛୁ । ଅଧିକାଂଶ ଜିଲ୍ଲା ଗ୍ରୀନ ଜୋନ୍‌ରେ ରହିଥିବା ବେଳେ ତୀଗ୍ର ସଂକ୍ରମଣ ପର୍ଯ୍ୟାୟ ଆମ ପାର୍‌ ହୋଇଯାଇଛୁ । ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ ଖୁବ୍‌ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଟିକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି।   ଏହି ଟିକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି ।   ଏହି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଟିକା ସମ୍ପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଟିକାକରଣ ଚଳିତ ବର୍ଷର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେବ।  ତେଣୁ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ସେହିପରି ଜୀବନଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ  ସନ୍ତୋଷ ପ୍ରକାଶ କରିଥିଲେ ତଥାପି ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ଏବଂ  ଏ ସମ୍ପର୍କରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ  କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ କୋଭିଡ ନିୟନ୍ତ୍ରଣରେ ରାଜ୍ୟ ବର୍ତ୍ତମାନ ବହୁତ ଭଲ ସ୍ଥିତିରେ ରହିଛି . ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୦୦ ମଧ୍ୟରେ ସୀମିତ ରହିଛି । ଜୀବନଜୀବିକା କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଥଲେ ।

ଟିକାକରଣ ଏବଂ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ  କୁମାର ମହାପାତ୍ର କହିଥିଲେ ଯେ ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଗତକାଲି ଠାରୁ ରାଜ୍ୟରେ କୋଭିଡରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୩୦ ତାରିଖରୁ ନିୟମିତ ଭାବରେ କୋଭିଡରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଥିଲା । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ  ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷ ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ଟିକାକରଣ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୩,୨୮,୫୬୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ, ମ୍ୟୁନିସପାଳଟି କର୍ମଚାରୀ ଏବଂ କୋଭିଡ କାର୍ଯ୍ୟରେ ନିୟୋଜିତ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ସଂପୂର୍ଣ୍ଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ।

ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ,  ସ୍କୁଲ-କଲେଜ ଖୋଲିବା ସଂପର୍କରେ SOP ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ।

ବଲାଙ୍ଗୀର କୁନିପ୍ରତିଭାଙ୍କୁ ବିଶ୍ୱସ୍ତରରେ ସଫଳତା

ବଲାଙ୍ଗୀର: ଓଡ଼ିଶାର ୭ ବର୍ଷୀୟ ବାଳକ କମ୍ପୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି।  ବିଶ୍ୱ ସ୍ୱୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ ପରୀକ୍ଷାରେ ପ୍ରମାଣପତ୍ର ହାସଲ କରିଛନ୍ତି ବଲାଙ୍ଗୀରର ଭେଙ୍କଟରମଣ ପଟ୍ଟନାୟକ। ତାଙ୍କୁ ସର୍ବକନିଷ୍ଠ ଫୁଲଷ୍ଟ୍ୟାକ ଡ଼େଭଲପର ଭାବେ ସଫଳତା ମିଳିଛି।

ଭେଙ୍କଟ ରମଣ ଜଣେ ତୃତୀୟ ଶ୍ରେଣୀର ଛାତ୍ର । ସେ ଜାଭା, ପାଇଥନ, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ, ସିଏସ୍‌ଏସ୍‌ ଏବଂ ଡାଟାବେସରେ ମାଇକ୍ରୋସଫ୍ଟରୁ ‘ଏମଟିଏ’ ପରୀକ୍ଷା ପ୍ରମାଣପତ୍ର ପାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଅଧ୍ୟାପିକା ଓ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । ଯେଉଁମାନେ ଟେକ୍ନୋଲୋଜିରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ବିଶ୍ୱସ୍ତରରେ ଏକ ବଡ଼ ସଫଳତା।

ସେ ଦୀର୍ଘ ୬ ମାସ ଧରି ଦିନକୁ ୮ ଘଣ୍ଟା ପାଇଁ ତାଲିମ ନେଇଥିଲେ। ଅଳ୍ପ ବୟସରେ ଏହି ସଫଳତା ପାଇଥିବା ସେ ଦେଶର ସର୍ବକନିଷ୍ଠ ଛାତ୍ର ଅଟନ୍ତି। ବଲାଙ୍ଗୀର ବାସିନ୍ଦା କୁଳଦୀପ ପଟ୍ଟନାୟକ ଏବଂ ମାତା ଡି.ପ୍ରମିଳା କୁମାରୀଙ୍କ ପୁଅ ଭେଙ୍କଟ ୨୦୧୯ ମସିହାରୁ ତାଙ୍କର ସଫଳତାର ଯାତ୍ରା ଆରମ୍ଭ କରିଥିଲେ। ୬ବର୍ଷ ବୟସରେ ସେ ମୋବାଇଲ ଆପ୍‌ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ଏହାବାଦ ସେ ଗ୍ୟାସ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସେଫ୍ଟି ଟୁଲ ମଧ୍ୟ ନିର୍ମାଣ କରିଛନ୍ତି। ଯେଉଁଥିପାଇଁ ସେ ସର୍ବଭାରତୀୟ ସ୍ତରରେ ‘ଇଣ୍ଡିଆ ବୁକ ଅଫ ରେକର୍ଡ଼’ର ସମ୍ମାନ ପାଇଛନ୍ତି। ଭବିଷ୍ୟତରେ ଭେଙ୍କଟ ମହାକାଶ ବିଜ୍ଞାନ, କମ୍ପ୍ୟୁଟର ପ୍ରୋଗ୍ରାମିଂ ଏବଂ ରୋବୋଟିକ୍ସ କ୍ଷେତ୍ରରେ କାମ କରିବାକୁ ଯୋଜନା ରଖିଛନ୍ତି।

ରାଜ୍ୟରେ ନାହିଁ ବାର୍ଡ ଫ୍ଳୁ ଭୟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ । ତେଣୁ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏ ଯାଏଁ ରାଜ୍ୟରେ ୧୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ହେଲେ କୌଣସି ସ୍ଥାନରେ ପଜିଟିଭ ମାମଲା ସାମ୍ନାକୁ ଆସିନି  । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ  । ତେବେ ଜିଲ୍ଲାପାଳଙ୍କୁ ରାପିଡ ରେସପନ୍ସ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟ ଶାସନ ସଚିବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ରହିଛି  । ଅନ୍ୟ ରାଜ୍ୟରେ ବାର୍ଡ ଫ୍ଲୁ ଭୟ ବଢୁଥିବାବେଳେ ଏହାକୁ ନେଇ ଆଗୁଆ ସତର୍ତକା ଅବଲମ୍ବର କରିଛନ୍ତି ରାଜ୍ୟ ସରକାର  ।

ସୂଚନା ଯୋଗ୍ୟ ଯେ, ଦେଶର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇଛି । ଗତ କିଛି ଦିନ ମଧ୍ୟରେ ଏହି ଫ୍ଲୁ କାରଣରୁ ହଜାର ହଜାର ସଂଖ୍ୟାରେ ପକ୍ଷୀ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶ ଭଳି ରାଜ୍ୟ ପରିସ୍ଥିତକୁ ଦୃଷ୍ଟିରେ ରଖି ଦକ୍ଷୀଣ ଭାରତରୁ କୁକୁଡ଼ା ମାଂସ ଆମଦାନି ଉପରେ ରୋକ୍ ଲଗାଇ ଦେଇଛି । ବିଭିନ୍ନ ରାଜ୍ୟ ଆଲର୍ଟରେ ଅଛନ୍ତି । ତେବେ ବାର୍ଡ୍ ଫ୍ଲୁ କେବଳ ଭାରତ ନୁହେଁ ୟୁରୋପର ୧୦ଟି ଦେଶରେ ମଧ୍ୟ ବ୍ୟାପିଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ବାର୍ଡ ଫ୍ଳୁ ସତର୍କତା ମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଏଥିସହିତ ପଢ଼ନ୍ତୁ:  ଭାରତ ସମେତ ୧୦ ୟୁରୋପୀୟ ରାଷ୍ଟ୍ରରେ ବ୍ୟାପିଲା ବାର୍ଡ୍ ଫ୍ଲୁ,ଜାଣନ୍ତୁ ସଂକ୍ରମଣର ୧୦ ବଡ଼ କଥା

ଭାରତ ସମେତ ୧୦ ୟୁରୋପୀୟ ରାଷ୍ଟ୍ରରେ ବ୍ୟାପିଲା ବାର୍ଡ୍ ଫ୍ଲୁ,ଜାଣନ୍ତୁ ସଂକ୍ରମଣର ୧୦ ବଡ଼ କଥା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ସହିତ ବାର୍ଡ ଫ୍ଲୁ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଗତ କେଇ ଦିନ ଭିତରେ ଏହି ଫ୍ଲୁ କାରଣରୁ ହଜାର ହଜାର ସଂଖ୍ୟାରେ ପକ୍ଷୀ ପ୍ରାଣ ହରାଇଛନ୍ତି । ଦେଶର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣକୁ ସରକାର ସ୍ୱୀକାର କରିସାରିଲେଣି । ମଧ୍ୟପ୍ରଦେଶ ଭଳି ରାଜ୍ୟ ପରିସ୍ଥିତକୁ ଦୃଷ୍ଟିରେ ରଖି ଦକ୍ଷୀଣ ଭାରତରୁ କୁକୁଡା ମାଂସ ଆମଦାନି ଉପରେ ରୋକ୍ ଲଗାଇ ଦେଇଛି । ବିଭିନ୍ନ ରାଜ୍ୟ ଆଲର୍ଟରେ ଅଛନ୍ତି । ତେବେ ବାର୍ଡ୍ ଫ୍ଲୁ କେବଳ ଭାରତ ନୁହେଁ ୟୁରୋପର ୧୦ଟି ଦେଶରେ ମଧ୍ୟ ବ୍ୟାପିଛି ।

କେରଳରେ ବାର୍ଡ୍ ଫ୍ଲୁ ଭାଇରସ ଏଚ୫ ଏନ୍ ୮ ଷ୍ଟ୍ରେନ୍ ପ୍ରସାରକୁ ରୋକିବା ପାଇଁ କୁକୁଡା,ବତକଙ୍କୁ ମାରିବା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ,ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଫ୍ଲୁ ମାମଲା ରିପୋର୍ଟ ହେବା ପରେ ଜମ୍ମୁ ଓ କାଶ୍ମୀରରେ ଆଲର୍ଟ ଘୋଷଣା ହୋଇଛି । କେରଳରେ ପକ୍ଷୀଙ୍କ ମଧ୍ୟରେ ସଂକ୍ରମଣ ପ୍ରକୋପ ରୋକିବା ପାଇଁ ପଡୋଷୀ କର୍ଣ୍ଣାଟକ ଓ ତାମିଲନାଡୁରେ ସତର୍କତା ବଢାଇ ଦିଆଯାଇଛି । କେରଳରେ ଫ୍ଲୁ କାରଣରୁ ୧୭ଶହ ବତକ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶ କେରଳ ସମେତ ଦକ୍ଷୀଣ ଭାରତୀୟ ରାଜ୍ୟରୁ କୁକୁଡା ଆମଦାନୀ ଉପରେ ୧୦ ଦିନ ପାଇଁ ପ୍ରତିବନ୍ଧକ ଲାଗୁ କରିଛି।

ବାର୍ଡ୍ ଫ୍ଲୁକୁ ନେଇ ୧୦ ତଥ୍ୟ:
ବାର୍ଡ୍ ଫ୍ଲୁ ଟାଇପ ଏ ଭାଇରସ କାରଣରୁ ହୋଇଥାଏ । ଏହା ଏଥର କରୋନା ଭଳି ପୁରା ବିଶ୍ୱରେ ପ୍ରସାରିତ ହେବ ବୋଲି ଆଶଙ୍କା କରାଯାଉଛି ।
ବାର୍ଡ୍ ଫ୍ଲୁ ଭାଇରସରେ ଅନେକ ସଟେନ୍ ରହିଥାଏ । କିନ୍ତୁ ଯେଉଁ ସଟେନ୍ ଏବେ ଦେଖିବାକୁ ମିଳୁଛି ତାହା କେବଳ ପକ୍ଷୀଙ୍କ ମଧ୍ୟରେ ପ୍ରସାରିତ ହୋଇଥାଏ ବୋଲି କୁହାଯାଉଛି ।
ଭାରତର ୫ଟି ରାଜ୍ୟରେ ଏବେ ବାର୍ଡ୍ ଫ୍ଲୁ ଦେଖିବାକୁ ମିଳିଛି । ହରିଆନାରେ ଲକ୍ଷାଧିକ କୁକୁଡା ମରିଥିବା ବେଳେ ହିମାଚଳରେ ପ୍ରବାସୀ ପକ୍ଷୀ ଏହାର ଶିକାର ହୋଇଛନ୍ତି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଶହ ଶହ ସଂଖ୍ୟାରେ କାଉ ମରିଛନ୍ତି ।
ନେଦରଲ୍ୟାଣ୍ଡ୍,ଜର୍ମାନୀ,ଫ୍ରାନ୍ସ,ବେଲଜିୟମ,ବ୍ରିଟେନ୍,ଡେନମାର୍କ,ସ୍ୱିଡେନ୍,ପୋଲାଣ୍ଡ୍,କ୍ରୋସିଆ ଓ ୟୁକ୍ରେନ ଭଳି ୧୦ ୟୁରୋପୀୟ ଦେଶରେ ବାର୍ଡ୍ ଫ୍ଲୁ ସଂକ୍ରମଣ ।
ଦକ୍ଷୀଣ କୋରିଆ ଓ ଜାପାନରେ ମଧ୍ୟ ବାର୍ଡ୍ ଫ୍ଲୁ ସଂକ୍ରମଣ ଆରମ୍ଭ ହୋଇଛି ।
ଫ୍ରାନ୍ସରେ ବାର୍ଡ୍ ଫ୍ଲୁ କାରଣରୁ ୬ ଲକ୍ଷ ପକ୍ଷୀ ପ୍ରାଣ ହରାଇଛନ୍ତି ।

ହାତ ନା ମୁହଁ ?

ଫ୍ଲୋରିଡା: ଅନ୍ତରୀକ୍ଷରୁ ନିଆ ଯାଇଥିବା ଫଟୋ ଅତ୍ୟନ୍ତ ସୁନ୍ଦର ହୋଇଥାଏ । କିନ୍ତୁ ଏବେ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଗୋଟିଏ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏମିତି କିଛି ପଚାରିଛି ଯାହା ଭାଇରାଲ ହେବାରେ ଲାଗିଛି । ଏକ ନ୍ୟୁଟ୍ରନ୍ ତାରାର ଚିତ୍ରକୁ ସେୟାର କରି ଏଜେନ୍ସି ଲୋକଙ୍କୁ ପଚାରିଛି ଯେ, ଫଟୋରେ ସେମାନେ କ’ଣ ଦେଖୁଛନ୍ତି ? ହାତ ନା ମୁହଁ ? ନାସାର ଏହି ଫଟୋ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ଲୋକଙ୍କ ମନ ଓ ମସ୍ତିଷ୍କକୁ ନିଜ କବଜାକୁ ନେଇଛି ।

 

View this post on Instagram

 

A post shared by NASA (@nasa)

ଏହି ଚିତ୍ରକୁ ନାସାର ଚନ୍ଦ୍ର ଏକ୍ସରେ ପର୍ଯ୍ୟବେକ୍ଷଣ କେନ୍ଦ୍ର ଶେୟାର କରିଛି ,ଯେଉଁଥିରେ ପିଏସଆର ବି ୧୫୦୯-୫୮ ନାମକ ନ୍ୟୁଟ୍ରନ୍ ତାରାକୁ ଦେଖାଯାଇଛି । ଏହା ଆଖପାଖରେ ଶକ୍ତି ପାର୍ଟିକଲ ରହିଛି । ଏହି ଚିତ୍ରକୁ ସର୍ବପ୍ରଥମେ ୨୦୦୯ରେ ରିଲିଜ୍ କରାଯାଇଥିଲା । ସେତେବେଳେ ବି ଏହି ଫଟୋକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଏକ୍ସରେ ବିଛୁରଣ ପାଇଁ ଏହା ଲୋକଙ୍କୁ ହାତ ଭଳି ଲାଗିଥିଲା ।ନାସା ନିଜ ପୋଷ୍ଟରେ ଲେଖିଛି ଯେ, ଲୋକ ଗୋଟିଏ ଚିତ୍ରରେ ଜଣାଶୁଣା ଆକୃତି ଖୋଜି ନିଅନ୍ତି ।

ନାସା ଚିତ୍ର ବାବଦରେ ବିସ୍ତୃତ ବିବରଣୀ ଦେଇ କହିଛି ଯେ, ଚନ୍ଦ୍ରରୁ ସୁନେଲି ରଙ୍ଗର ଏକ୍ସରେ ଦେଖାଯାଉଛି ଓ ନାସର ୱାଇଡ୍ ଫିଲ୍ଡ ଇନଫ୍ରା ରେଡ୍ ସର୍ଭେ ଏକ୍ସପ୍ଲୋର ଟେଲିସ୍କୋପରୁ ଇନଫ୍ରାରେଡ୍ ଡାଟା ଲାଲ,ଶାଗୁଆ ଓ ନିଳ ରଙ୍ଗ ବାହାରୁଛି । ନାସା ଅନୁସାରେ ଲୋକଙ୍କୁ ଏଥିରେ ଚେହେରା ଆକୃତି ଦେଖିବାକୁ ମିଳୁଛି ।

ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟଣା: ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍‌  ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସେପଟେ ଘଟଣାରେ ସେଲ୍ ପକ୍ଷରୁ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆରମ୍ଭ ହୋଇଛି । ୩ଜଣ ଚିଫ୍ ଜେନେରାଲ ମ୍ୟାନେଜର ଦୁର୍ଘଟଣାର ତଦନ୍ତ ଆରମ୍ଭ କଲେ । ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ । ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଉରକେଲା ଇସ୍ପାତ କାରଖାନା ପିଆର ବିଭାଗରୁ ସୂଚନା ମିଳିଛି । ସକାଳୁ କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି ବିଭାଗରେ ଗ୍ୟାସ ଲିକ୍ ହେବାରୁ ସମସ୍ତ ୪ଜଣ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ଗୁରତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସମସ୍ତ ୪ ଜଣ ଠିକା କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକ ୪ଜଣ ହେଲେ ବ୍ରହ୍ମାନନ୍ଦ ପଣ୍ଡା, ଗଣେଶ ଚନ୍ଦ୍ର ପାହିଲ, ଅଭିମନ୍ୟୁ ଶାହା ଓ ରବୀନ୍ଦ୍ର ସାହୁ । ଠିକା କର୍ମଚାରୀ ମୃତ୍ୟୁ ପରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଗ୍ୟାସ ଲିକ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶ୍ରମିକ ସଂଗଠନ । ସେହିପରି ମୃତ ଠିକା କର୍ମଚାରୀଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ରାଉରକେଲା ଇସ୍ପାତ କାରଖାନାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ, ଆରଏସପିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ଘଟଣା ପରେ ଆଇଜିଏଚ ଓ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମାଞ୍ଚଳ ପୋଲିସ ଆଇଜି କବିତା ଜଲାନ ।

ଏଥିସହିତ ପଢ଼ନ୍ତୁ: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍, ୪ ଠିକା କର୍ମଚାରୀଙ୍କ ମୃତ୍ୟୁ