spot_img
Home Blog Page 6142

ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲା: ୫ ଜିଲ୍ଲାରେ ୟୁପି ଏଟିଏସ୍‌ର ଚଢ଼ାଉ

ଲକ୍ଷ୍ଣୌ: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଉତ୍ତର ପ୍ରଦେଶ ଏଟିଏସ୍ ବୁଧବାର ଗୋରଖପୁର, ଖଲିଲାବାଦ ଅଲ୍ଲିଗଡ଼ ସମେତ ବହୁ ଜିଲ୍ଲାରେ ଚଢ଼ାଉ କରିଛି । ଏହା ବ୍ୟତୀତ ୟୁପି ଏଟିଏସର ଏକ ଟିମ୍ ମହାରାଷ୍ଟ୍ରରେ ଚଢ଼ାଉ କରୁଛି । ଏବଂ ଏହି ଚଢ଼ାଉରେ ମହାରାଷ୍ଟ୍ର ଏଟିଏସ୍ ମଧ୍ୟ ସହଯୋଗ କରୁଛି । ତେବେ ଏଯାବତ୍ ଚଢ଼ାଉ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜାନୀନ କରାଯାଇନାହିଁ ।

          ସୂଚନା ମୁତାବକ, ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାରେ ୟୁପି ଏଟିଏସ୍ ଆଜି ବସ୍ତି ଅଲ୍ଲିଗଡ଼ ସମେତ ୫ ଜିଲ୍ଲାରେ ବଡ଼ ଧରଣର ଚଢ଼ାଉ କରୁଛି । ଖଲିଲାବାଦର ମୋତି ନଗରରେ ରହୁଥିବା ଅବଦୁଲ ମନ୍ନାନ ଏବଂ ଦିନେଶ ଗୁପ୍ତାଙ୍କୁ ଏଟିଏସ୍ କାବୁ କରିଛି । ନକଲି ପାସପୋର୍ଟ ମାମଲାରେ ସହର କୋଟବାଲ ମୋହଲ୍ଲା, ମୋତିନଗର ଏବଂ ମୋହିଉଦ୍ଦିନପୁରର ଅବଦୁଲ ମନ୍ନାନ ଏବଂ ଦିନେଶ  ଗୁପ୍ତା ସମେତ ଚାରି ଲୋକଙ୍କୁ ହେପାଜତକୁ ନିଆଯାଇଛି ।

          ଏହା ପୂର୍ବରୁ ୟୁପି ଏଟିଏସ୍ ଗୋରଖପୁର ଗୋଲଘର ସ୍ଥିତ ବଳଦେବ ପ୍ଳାଜାରେ ନଇମ୍ ଆଣ୍ଡ ସନ୍ସ ରେ ତନଖି କରାଯାଇଛି । ଏଟିଏସ୍ ପକ୍ଷରୁ ଦୋକାନ ମାଲିକଙ୍କୁ ପଚରାଉଚରା କରାଯାଇଛି । ୨୦୧୮ ମସିହାରେ ଏଟିଏସ୍ ଏଠାରେ ତନଖି କରିସାରିଛି । ଆଜିର ଚଢ଼ାଉରେ ଗୋରଖପୁରରେ କରାଯାଇଛି କି ନାହିଁ, ସେ ନେଇ ୟୁପି ଏଟିଏସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

          ଏଟିଏସ୍ ୨୦୧୮ ମସିହାରେ ନଇମ୍ ଆଣ୍ଡ ସନ୍ସ ଉପରେ ଚଢ଼ାଉ କରିଥିଲା । ଦେଶ ବିରୋଧୀ ଗତିବିଧିରେ ଲିପ୍ତ ଥିବା ଅଭିଯୋଗରେ ନଇମର ୨ ପୁଅ ନସିମ୍ ଅହମ୍ମଦ ଏବଂ ନଇମ୍ ଅରଶଦକୁ ହେପାଜତକୁ ନିଆଯାଇଥିଲା । ଇତି ମଧ୍ୟରେ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । ପ୍ରଥମ ସମସ୍ତେ ଭାବୁଥିଲେ ଏହା ଆୟକର ବିଭାଗର ଚଢ଼ାଉ । କିନ୍ତୁ ପରେ ଏହା ଏଟିଏସ୍ ଚଢ଼ାଉ ବୋଲି ଜଣାପଡ଼ିଥିଲା ।

ଚୋରି ସନ୍ଦେହରେ ମାଡ଼ ମାରିଥିଲେ, ଘରକୁ ଗଲା ପରେ ଜୀବନ ହାରିଲେ ଯୁବକ

ଆସ୍କା: ଚୋରି ସନ୍ଦେହରେ ମାଡ଼ ମାରିଥିଲେ ଗାଁଲୋକେ, ଘରେ ପହଞ୍ଚିବା ପରେ ପ୍ରାଣ ହରାଇଲେ ଯୁବକ। ଏତେ ଲାେକଙ୍କ ସାମ୍ନାରେ ବିନା କୌଣସି ଦୋଷରେ ମୋତେ ମାଡ଼ ମାରିଲେ। ଚୋର କହି ମୋତେ ତିରସ୍କାର କଲେ। ମୁଁ ଆଉ କୋଉ ମୁହଁ ନେଇ ଏ ସମାଜରେ ବଞ୍ଚିବି। ଯଦିବା ବଞ୍ଚିଯାଏ ତେବେ ଯେଉଁମାନେ ମୋ ସହ ଆଜି ଭଲରେ ମିଶୁଛନ୍ତି ସେମାନେ ମୋତେ କାଲି ଚୋର କହି ତାଙ୍କ ସାଙ୍ଗରେ ମିସିବାକୁ ଦେବା ନହିଁ। ତେବେ ଏଭଳିଆ ଜୀବନ ବଞ୍ଚି ବା କିଲାଭ। ଏମିତି କିଛି ଭାବନାକୁ ମନରେ ଗଣ୍ଠିଲି କରି ବୋଧେ ଜୀବନ ହାରିଦେଇଛି ଯୁବକ। ଗଞ୍ଜାମ କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ ଉକ୍ତ ଗାଁ ଲୋକେ। ପୋଲିସ ପହଞ୍ଚି ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲା। ତେବେ ଦୁଇଜଣ ଯୁବକଙ୍କୁ ପୋଲିସ ନେଇ ତାଙ୍କ ଘରେ ଛାଡ଼ିବା ପରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପୋଲସରା ରାଣିପଡ଼ା ଗାଁର ଗଙ୍ଗା ତାଣ୍ଡି। ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଇଲାକା ସୁନାପଲ୍ଲୀ ଗ୍ରାମରେ ଗତ ରାତିରେ ୨ଜଣ ଅଜଣା ଯୁବକ ବୁଲୁଥିବା ଦେଖି ଚୋରି ସନ୍ଦେହ କରି ଗ୍ରାମର କେତେଜଣ ମିଶି ଯୁବକଙ୍କୁ ମାଡ ମାରିଥିଲେ।

ନିଜ ପାଇଁ ନରଖି ସବୁ ଚାଉଳ ବିକିଦେଇଥିଲା ଭିଏତ୍‌ନାମ୍‌,ଏବେ ଭାରତଠାରୁ କିଣିବ ୭୦ ହଜାର ଟନ୍‌ ଚାଉଳ

ନୂଆଦିଲ୍ଲୀ: କରୋନା ପାଇଁ ପୂରା ବିଶ୍ୱରେ ହାହାକାର ପଡ଼ିଛି। ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡକୁ ପୁରା ଦୋହଲାଇ ଦେଇଛି କରୋନାର କରାଳ ଝଡ଼। ଦୀର୍ଘ ଏକ ବର୍ଷ ଧରି କରୋନା ପାଇଁ ବିଭିନ୍ନ ଦେଶରେ ଲକଡାଉନ କାରଣରୁ ଦେଖାଦେଇଛି ଏମିତି ପରିସ୍ଥିତି। ତେବେ ଏହାରି ଭିତରେ ଭିଏତନାମ ଭାରତରୁ ଚାଉଳ କିଣିବାକୁ ଯାଉଛି। ଭିଏତନାମ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଚାଉଳ ରପ୍ତାନି କରୁଥିବା ଦେଶ। କିନ୍ତୁ କରୋନା ପାଇଁ ସେଠାରେ ଏବେ ଖାଦ୍ୟ ସଙ୍କଟ ଦେଖା ଦେଇଛି। ଯେଉଁଥିପାଇଁ  ଏବେ ଭାରତ ଠାରୁ ଚାଉଳ କିଣିବାକୁ ବାଧ୍ୟ ହେଉଛି ଭିଏତନାମ ।  ଯଦି ଭିଏତନାମ ଭାରତ ଠାରୁ ଚାଉଳ କିଣେ ତେବେ ଏହା ଭାରତ ଇତିହାସରେ ପ୍ରଥମଥର ପାଇଁ ଘଟିବାକୁ ଯାଉଛି ।  ଭିଏତନାମ ଚାଉଳ କିଣିବାକୁ ବାଧ୍ୟ ହେବା ଯାହାର ଏକ ପ୍ରମୁଖ କାରଣ ହେଉଛି କରୋନା ସଙ୍କଟ ସହ ସେଠାରେ ଏବେ ଖାଦ୍ୟ ସଙ୍କଟ ମଧ୍ୟ ଦେଖା ଦେଇଛି।

ଚଳିତ ବର୍ଷ ଥାଇଲାଣ୍ଡ ଏବଂ ଭିଏତନାମ ଠାରୁ ଚାଉଳ କିଣୁଥିବା ଦେଶ ଗୁଡ଼ିକ ଭାରତ ଠାରୁ ଚାଉଳ କିଣିବାକୁ ଯାଉଛନ୍ତି । କିନ୍ତୁ ଯଦି ଦେଖିବା ଏସିଆ ମହାଦେଶରେ ଚାଉଳ ଯୋଗାଣ ବହୁତ କମ୍‌ ରହିଛି ସେଥିପାଇଁ ବଜାରରେ ମୂଲ୍ୟ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ଏବେ ବିଶ୍ୱରେ ଚାଉଳ ଯୋଗାଣରେ ପ୍ରଥମ ସ୍ଥାନରେ ରହିଛି ଭାରତ। ତେବେ ଭିଏତ୍‌ନାମ ୭୦ ହଜାର ଟନ୍‌ ଭାରତ ଠାରୁ ଚାଉଳ କିଣିବାକୁ ଯାଉଛି । ସୂଚନା ଅନୁଯାୟୀ କରୋନା କାରଣରୁ ଭିଏତ୍‌ନାମ୍‌ର ଘରୋଇ ବଜାରରେ ଚାଉଳର ଦର ସର୍ବାଧିକ ରହିଛି । ସେଠାକାର ଲୋକଙ୍କର କହିବା କଥା ହେଉଛି ଏହି ଦର ଗତ ୯ ବର୍ଷ ଭିତରେ ସବୁଠାରୁ ଅଧିକ ରହିଛି ।

ଅଭାବର ମୁଖ୍ୟ କାରଣ କଣ-

ଖାଦ୍ୟ ସଙ୍କଟର ଆଭାସ ଭିଏତ୍‌ନାମ୍‌ ସରକାରକୁ ପୂର୍ବରୁ ପାଇ ସାରିଥିଲା। କିନ୍ତୁ ଭିଏତ୍‌ନାମ୍‌ ସରକାର। କରୋନା ସମୟରେ ନିଜ ଲୋକଙ୍କ କଥା ଚିନ୍ତା ନକରି ବୈଦେଶିକ ମୁଦ୍ରା ପଛରେ ଗୋଡ଼ାଇଥିଲା । ନିଜ ଦେଶରେ ଚାଉଳର ଘୋର ଅଭାବ ସତ୍ତ୍ୱେ ବୈଦେଶିକ ମୁଦ୍ରା ଅର୍ଜନ ଲୋଭରେ ଫିଲିଫାଇନ୍ସକୁ ଚାଉଳ ବିକ୍ରି କରିବାରେ ଲାଗିଥିଲା । ତେବେ କରୋନା କାରଣରୁ ସେଠାରେ ଯୋଗାଣ ସମସ୍ୟା ସହ ଚାହିଦାରେ ବୃଦ୍ଧି ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି । ଆଉ ଏକ ପ୍ରମୁଖ କାରଣ ହେଉଛି ୨୦୨୦ରେ ଭିଏତ୍‌ନାମରେ ଧାନ ଉତ୍ପାଦନ ୧.୮୬ ପ୍ରତିଶତ କମିଛି।

The Presidential Years : ମୋଦିଙ୍କ ବିଦେଶନୀତିକୁ ନେଇ ପ୍ରଣବ,ସର୍ଜିକାଲ ଷ୍ଟ୍ରାଇକକୁ ବଢ଼େଇ ଚଢ଼େଇ ପ୍ରଚାର କରିବାର କୌଣସି ଲାଭ ମିଳିନଥିଲା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମଜୀବନୀ the presidential years(ଦି ପ୍ରେସିଡେନସିଆଲ ଇୟର୍ସ ୨୦୧୨-୧୦୧୭) ପ୍ରକାଶିତ ହୋଇଛି । ୨୦୨୦ରେ ଦେହାନ୍ତ ପୂର୍ବରୁ ପ୍ରଣବ ଏହାକୁ ଲେଖିଥିଲେ । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ନୀତିକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ୨୦୧୬ରେ ଭାରତୀୟ ସେନା ଦ୍ୱାରା ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଣବ ପୁସ୍ତକରେ ନିଜ ମତବ୍ୟକ୍ତ କରିଛନ୍ତି । ତାଙ୍କ ଅନୁସାରେ ସର୍ଜିକାଲ ଷ୍ଟ୍ରାଇକ୍ ପୂର୍ବରୁ ମଧ୍ୟ ହୋଇଥିଲା । ସର୍ଜିକାଲ ଷ୍ଟ୍ରାଇକକୁ ବଢେଇ ଚଢେଇ ଉପସ୍ଥାପିତ କରିବାର କୌଣସି ଆବଶ୍ୟତା ନଥିଲା ଓ ଏହାଦ୍ୱାରା ଭାରତର କୌଣସି ଲାଭ ହୋଇନଥିଲା ବୋଲି ସେ ଲେଖିଛନ୍ତି ।


ସେ ଲେଖିଛନ୍ତି ଯେ, ଏହି ଅପରେସନକୁ ବଢେଇ ଚଢେଇ ଉପସ୍ଥାପିତ କରିବାର କୌଣସି ଆବଶ୍ୟକତା ନଥିଲା । ଏହି ଅପରେସନ ଉପରେ ଆବଶ୍ୟକତାରୁ ଅଧିକ କହି ଆମକୁ କୌଣସି ଲାଭ ମିଳିନଥିଲା । ସୀମାରେ ପାକିସ୍ତାନ ପଟୁ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ସେନାର କାର୍ଯ୍ୟାନୁଷ୍ଠାନ ସାମାନ୍ୟ ଘଟଣା ଥିଲା ।

ମୋଦିଙ୍କ ବିଦେଶନୀତିର ବିଭିନ୍ନ ଦିଗ ଉପରେ ନିଜ ମତ ରଖି ପୂର୍ବତନ ରାଷ୍ଟ୍ରପତି ଲେଖିଛନ୍ତି ଯେ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅର ଜନ୍ମଦିନରେ ଯେଉଁଭଳି ଭାବେ ମୋଦି ଅଚାନକ ସାମିଲ ହୋଇଥିଲେ ତାହା ଅନାବଶ୍ୟକ ଥିଲା ।

modi
ନିଜ ଆତ୍ମଜିବନୀର ଚତୁର୍ଥ ଖଣ୍ଡରେ ସେ ଲେଖିଛନ୍ତି ଯେ, ମୋଦିଙ୍କ ଠାରୁ କେବଳ ଅପ୍ରତ୍ୟାଶିତ ହିଁ ଆଶା କରାଯାଇ ପାରେ । କାରଣ ସେ କୌଣସି ବୈଚାରିକ ବିଦେଶନୀତି ସହିତ କ୍ଷମତାକୁ ଆସିନଥିଲେ । ମୋଦି ଯେଉଁଭଳି ଭାବେ ନିଜ ଶପଥ ଗ୍ରହଣ ସମାରୋହକୁ ସାର୍କ ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରିଥିଲେ ତାକୁ ମୁଖାର୍ଜୀ ପୁସ୍ତକରେ ପ୍ରଶଂସା କରିଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ,ମୋଦି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ସେ କିଛି ବିଦେଶୀ ରାଷ୍ଟ୍ର ଗସ୍ତରେ ଯାଇଥିଲେ କିନ୍ତୁ ତାହା ନିଜ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା । ତାଙ୍କର ସେହି ସବୁ ଗସ୍ତର ରାଷ୍ଟ୍ରୀୟ ଲକ୍ଷ୍ୟ କିଛି ମଧ୍ୟ ନଥିଲା । ଏମିତିରେ ବିଦେଶ ନୀତି ତାଙ୍କ ପାଇଁ ଅପରିଚିତ କ୍ଷେତ୍ର ଥିଲା । କିନ୍ତୁ ସେ ଏଭଳି କିଛି କରିଥିଲେ ଯାହା ତାଙ୍କ ଆଗରୁ କୌଣସି ପ୍ରଧାନମନ୍ତ୍ରୀ କରିନଥିଲେ । ସେ ନିଜ ଶପଥ ଗ୍ରହଣ ସମାରୋହକୁ ସାର୍କ ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କର ଏହି ଆଉଟ୍ ଅଫ୍ ବକ୍ସ ଉଦ୍ୟମ ବିଦେଶ ନୀତିର ଅନେକ ବିଶେଷଜ୍ଞଙ୍କୁ ଚକିତ କରିଦେଇଥିଲା ।

ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ୨ଶହରୁ ଅଧିକ ବିଜେପି କର୍ମୀ

ଅନୁଗୁଳ: ଅନୁଗୁଳରେ ମଉଳୁଛି ପଦ୍ମ। ବଢୁଛି ବିଜେଡିର ଶକ୍ତି। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଟାଙ୍ଗରସାହି, ଧୋବାମଳିହା, ଗୋଳାଗାଡିଆର ୧୨୦ କର୍ମୀଙ୍କ ସମେତ ରାଇଝରଣ ଗାଁର ୧୦୦ ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। କୋଶଳା ରାମଚଣ୍ଡୀ ମନ୍ଦିର ପରିସରରେ ମିଶ୍ରଣ ପର୍ବ ହୋଇଥିଲା । ସ୍ଥାନୀୟ ବିଧାୟକ ସୁଶାନ୍ତ ବେହେରାଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଜ୍ୟୋତିଷ ଚକ୍କରରେ ରତନ ଟାଟାଙ୍କ ଚାଲଣ କଟାଇଲେ ମହିଳା

ମୁମ୍ବାଇ: ଜ୍ୟୋତିଶଙ୍କ ଚକ୍କରରେ ପଡି ଲୋକ କ’ଣ କରିପାରନ୍ତି ତା’ର ଇଏ ହେଉଛି ଆଉ ଗୋଟିଏ କାହାଣୀ । ମୁମ୍ବାଇର ଜଣେ ଉଚ୍ଚ ଶିକ୍ଷିତ ଓ ଧନି ମହିଳାଙ୍କ ଅନ୍ଧବିଶ୍ୱାସ ଟାଟା ଗ୍ରୁପ୍ ମୁଖିଆ ରତନ ଟାଟାଙ୍କୁ ମହଙ୍ଗା ପଡିଛି । ଏହି ମହିଳାଙ୍କ ପାଇଁ ମୁମ୍ବାଇ ପୋଲିସ ମଧ୍ୟ ହଟହଟା ହୋଇଛି । ମହିଳାଙ୍କ ଭୁଲ ପାଇଁ ଭୁଲରେ ରତନ ଟାଟାଙ୍କ ନାମର ଟ୍ରାଫିକ୍ ନିୟମ ଉଲ୍ଲଂଘନର ଇ-ଚାଲଣ କାଟିଛି ମୁମ୍ବାଇ ପୋଲିସ ।
ନିକଟରେ ମୁମ୍ବାଇ ଟ୍ରାଫିକ୍ ପୋଲିସ ତରଫରୁ ଶିଳ୍ପପତି ରତନ ଟାଟାଙ୍କ ପାଖକୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା ପୈଠ ପାଇଁ ଇ-ଚାଲଣ ଯାଇଥିଲା । ରତନ ଟାଟାଙ୍କ ଗାଡି ଟ୍ରାଫିକ୍ ନିୟମ ଭାଙ୍ଗିବା କଥା ଶୁଣି ଯଦି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ତେବେ ଏହା ସତ । ରତନ ଟାଟାଙ୍କ ଗାଡି କୌଣସି ଟ୍ରାଫିକ୍ ନିୟମ ଭାଙ୍ଗି ନଥିଲା । ଟ୍ରାଫିକ୍ ନିୟମ ଭାଙ୍ଗିଥିଲା ଆଉ ଗୋଟିଏ ଗାଡି କିନ୍ତୁ ତାର ନମ୍ବର ରତନ ଟାଟାଙ୍କ ଗାଡି ନମ୍ବର ସହିତ ସମାନ ଥିଲା ।

ଟ୍ରାଫିକ ପୋଲିସ ଇ-ଚାଲଣ ପାଇବା ପରେ ରତନ ଟାଟାଙ୍କ ଅଫିସ ପକ୍ଷରୁ ଏଭଳି କୌଣସି ଉଲ୍ଲଂଘନ ହୋଇ ନଥିବା କଥା କୁହାଯାଇଥିଲା । ଏହାପରେ ମୁମ୍ବାଇ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ସିସିଟିଭି ଫୁଟେଜ୍ ଜାଂଚ କରିଥିଲା । ଜାଂଚରୁ ଜଣା ପଡିଥିଲା ଯେ, ରତନ ଟାଟାଙ୍କ ଅଫିସ ଠିକ୍ କହୁଥିଲା । କାରଣ ଯେଉଁ କାର ଟ୍ରାଫିକ୍ ନିୟମ ଭାଙ୍ଗିଥିଲା ତାହା ରତନ ଟାଟାଙ୍କର ନଥିଲା । କିନ୍ତୁ କାର ନମ୍ବର ସମାନ ଥିଲା । ଏହା ପରେ ପୋଲିସ ଅଧିକ ଯାଂଚ କରିବା ପରେ ଘଟଣାର ଜ୍ୟୋତିଶ ମୋଡ ସାମ୍ନାକୁ ଆସିଥିଲା ।

ଘଟଣା ଏମିତି । ଏକ କାର କମ୍ପାନୀର ଅଧ୍ୟକ୍ଷ ଥିବା ଜଣେ ମହିଳାର ଜ୍ୟୋତିଶଙ୍କ ଉପରେ ଅଧିକ ବିଶ୍ୱାସ ରହିଛି । ମହିଳା ଜଣଙ୍କୁ କାର ନମ୍ବର ବଦଳାଇବାକୁ ଜ୍ୟୋତିଶ ପରାମର୍ଶ ଦେଇଥିଲେ । ତେବେ ଯେଉଁ ନମ୍ବର ତାଙ୍କୁ ଗାଡିରେ ଲଗାଇବାକୁ ଜ୍ୟୋତିଶ କହିଥିଲେ ତାହା ରତନ ଟାଟାଙ୍କର ବୋଲି ତାଙ୍କୁ ଜଣା ନଥିଲା । ପୋଲିସ ମହିଳାଙ୍କୁ ଏବେ ଗିରଫ କରିବାକୁ ପ୍ରସ୍ତୁତ ହେଉଛି ।

IND vs AUS: ମୟଙ୍କ ବାହର, ସୈନିଙ୍କ ଟେଷ୍ଟ ଡେବ୍ୟୁ, ସିଡନି ଟେଷ୍ଟ ପାଇଁ ପ୍ଲେଇଂ ଇଲେଭନ୍ ଘୋଷଣା

ସିଡନି : ଅଷ୍ଟ୍ରେଲିଆ ବିରୋଧରେ ୪ ମ୍ୟାଚ ସିରିଜର ତୃତୀୟ ମ୍ୟାଚ୍ ଗୁରୁବାରଠାରୁ ସିଡନୀରେ ଆରମ୍ଭ ହେବାକୁ ଯାଉଛି। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଘୋଷଣା ହୋଇଛି। ରୋହିତ ଶର୍ମା ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେ ଟିମର ଉପଅଧିନାୟକ ରହିବେ। କ୍ୟାପ୍ଟେନ ଅଞ୍ଜିକେୟ ରହାଣେଙ୍କ ସାମ୍ନାରେ ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ୪୩ ବର୍ଷ ପରେ ଟେଷ୍ଟ ବିଜୟର ଲକ୍ଷ୍ୟ ରହିବ।

ପେସର ନବଦୀପ ସୈନି ଏହି ମ୍ୟାଚରୁ ଟେଷ୍ଟ୍ ଡେବ୍ୟୁ କରିବେ । ସିରିଜ୍ ଏବେ ୧-୧ ଭାବେ ଡ୍ର ରହିଛି । ନିୟମିତ କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ୍ ମେଲବର୍ଣ୍ଣ ଟେଷ୍ଟର ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଥିଲା । ଏହାପୂର୍ବରୁ ଟିମ ଇଣ୍ଡିଆକୁ ଏଡିଲାଡରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ଏଡିଲାଡ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୩୬ରନରେ ଇନିଂସ ଘୋଷଣା କରିଥିଲା ।

ସିଡନି ଟେଷ୍ଟରୁ ଓପନିଂ ବୋଲର ମୟଙ୍କ ଅଗ୍ରୱାଲକୁ ବାଦ ଦିଆଯାଇଛି । ଅନ୍ୟପକ୍ଷରେ କେଏଲ ରାହୁଲ ଆହତ ଥିବାରୁ ହନୁମା ବିହାରୀଙ୍କ ସ୍ଥାନ ପ୍ଲେଇଂ ଇଲେଭେନର ଅପରିବର୍ତ୍ତିତ ରହିଛି । ବିହାରୀ ଗତ ତିନି ଇନିଂସରେ ମାତ୍ର ୪୫ ରନ୍ କରିଛନ୍ତି ।

ସିଡନି ଟେଷ୍ଟ : ପ୍ଲେଇଂ ଇଲେଭେନ୍

ଅଞ୍ଜିକେୟ ରହାଣେ (କ୍ୟାପ୍ଟେନ୍),ରୋହିତ ଶର୍ମା (ଉପ କ୍ୟାପ୍ଟେନ),ଶୁଭମନ ଗିଲ,ଚେତେଶ୍ୱର ପୁଜାରା,ହନୁମା ବିହାରି,ଋଷଭ ପନ୍ତ(ୱିକେଟ୍ କିପର) ରବିନ୍ଦ୍ର ଜାଡେଜ,ରବିଚନ୍ଦ୍ରନ ଅଶ୍ୱିନ,ଜସପ୍ରିତ ବୁମରାହ,ମହମ୍ମଦ ସିରାଜ,ନବଦୀପ ସୈନି (ଡେବ୍ୟୁ)

ଲଭ ଜିହାଦ ଅଧ୍ୟାଦେଶ: ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ ସରକାରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ସୁପ୍ରିମକୋର୍ଟ ଏବେ ଏହି ଅଧ୍ୟାଦେଶ ଗୁଡିକର ସାମ୍ବିଧାନିକ ବୈଧତାର ଜାଂଚ କରିବ । କେବଳ ଏଇଥିପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି । ବୁଧବାର ଦିନ ଶୁଣାଣି କାଳରେ ସୋଲିସିଟର ଜେନରାଲ ସୁପ୍ରିମକୋର୍ଟକୁ କହିଥିଲେ ଯେ, ଏହି ମାମଲାର ଶୁଣାଣି ହାଇକୋର୍ଟରେ ହେଉଛି । ଏହା ଉପରେ ଅଦାଲତ ପଚାରିଥିଲେ ଯେ,ହାଇକୋର୍ଟ ନଯାଇ ସିଧାସଳଖ ସୁପ୍ରିମକୋର୍ଟ ଆସିବାର କାରଣ କଣ ?

ଆବେଦନକର୍ତ୍ତା ହାଇକୋର୍ଟ ବଦଳରେ ସିଧା ସୁପ୍ରିମକୋର୍ଟରେ ଆବେଦନ କରିବା ଉପରେ ସର୍ବୋଚ୍ଚ ଅଦାଲତ ଆପତ୍ତି କରିଥିଲେ । ଆବେଦନକାରୀ ଅଧ୍ୟାଦେଶ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିବେଦନରେ କହିଥିଲେ । ତାଙ୍କର ଯୁକ୍ତି ଥିଲା ଯେ,ଏହି ଅଧ୍ୟାଦେଶ ବାହନାରେ ଅଲଗା ଧର୍ମରେ ବିବାହ କରୁଥିବା ଲୋକଙ୍କୁ ହଇରାଣ କରାଯାଉଛି । ସେମାନଙ୍କୁ ବାହାଘର ସମୟରେ ଉଠାଇ ନିଆଯାଉଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶ ସରକାର ଧର୍ମ ପରିବର୍ତ୍ତନ ସହିତ ଜଡିତ ଏକ ଅଧ୍ୟାଦେଶକୁ ମଂଜୁରୀ ଦେଇଥିଲେ । ଏହି ଅଧ୍ୟାଦେଶ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କରିବା,ଲୋଭ ଦେଖାଇ ବିବାହ କିମ୍ବା ବିବାହର ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ସଜ୍ଜା ଓ ଜରିମାନାର ପ୍ରାବଧାନ ରହିଛି ।

ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶ ମଧ୍ୟ ଏହି ଭଳି ଅଧ୍ୟାଦେଶ ଲାଗୁ କରିଥିଲା । ମଧ୍ୟପ୍ରଦେଶରେ ଏହା ଅନ୍ତର୍ଗତରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୧୦ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଅନ୍ୟ କେତେକ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏଭଳି ଅଧ୍ୟାଦେଶ ଆସିବା କଥା ଶୁଣିବାକୁ ମିଳୁଛି । ତେବେ ଅଭିଯୋଗ ହେଉଛି ଯେ, ଏହି ଅଧ୍ୟାଦେଶ ମୁସଲିମ୍ ବିରୋଧୀ ।

କରୋନା ଟିକା ନେଇ ରାଜ୍ୟକୁ କେନ୍ଦ୍ରର ଚିଠି, ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟକୁ ଆସିବ କରୋନା ଟିକା। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିକୁ ଠିକ ଭାବରେ ନିଭେଇଛନ୍ତି। ଏହାରି ଭିତରେ କେନ୍ଦ୍ର ସରକାର ଗତକାଲି ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି। ଅତି ନିକଟରେ ଓଡ଼ିଶାକୁ ଟିକା ଆସିବ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ସେହି ଚିଠିରେ ଟିକା କେବେ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନି। କିନ୍ତୁ ଯଦି ଟିକା ଆସେ ଓଡ଼ିଶା ଏଥିପାଇଁ ପୁରା ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ତେବେ ଟିକା ତିଆରି କରୁଥିବା କମ୍ପାନୀ ପାଖରୁ ଓଡ଼ିଶାକୁ ସିଧା ଟିକା ଆସିବ। ଟିକା ଆସିବା ପରେ ଭୁବନେଶ୍ୱରରେ ଥିବା ଟିକା କେନ୍ଦ୍ରରେ ରଖାଯିବ। ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ। ଜିଲ୍ଲାରେ ଟିକା ପହଞ୍ଚିଲା ପରେ ସେଠାରେ ଥିବା District Vaccine Store ଟିକା ରଖାଯିବ। ତେବେ ଟୀକାକରଣ ପାଇଁ ଯାହା ସରଞ୍ଜାମ ଅଛି ତାହା ଟୀକାକରଣ ପାଇଁ ଯଥେଷ୍ଟ ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଡାଟାବେସ ଅନୁସାରେ ଟିକା ମଗାଯାଇଛି। ଡାଟାବେସକୁ ଦେଖି କେନ୍ଦ୍ର ନିଷ୍ପତ୍ତି ନେବ ଯେ କେତେ ଟିକା ପଠାଇବ।

ରାଜ୍ୟରେ ଟିକା ପହଞ୍ଚିଲା ପରେ ଜିଲ୍ଲାପାଳ ମାନେ କେଉଁଠି ଟୀକାକରଣ ହେବ, ସେନେଇ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ ଏବଂ ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ସରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ଟିକା ଆସିଲେ ସେଠୁ ୯ଟି ଆଞ୍ଚଳିକ ଟିକା ଷ୍ଟୋରକୁ ଟିକା ପଠାଯିବ। ଭୁବନେଶ୍ୱର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଏବଂ  ବାଲେଶ୍ୱରକୁ ଏଥିପାଇଁ ଚିହ୍ନଟ କରାଯାଇଛି। ସେଠାରୁ ୩୨ ଟି ଜିଲ୍ଲାରେ ଥିବା ଶୀତଳ କେନ୍ଦ୍ରକୁ ଟିକା ଯିବ।

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି : ଆକ୍ସେପ୍ଟ କରନ୍ତୁ, ନଚେତ୍ ଡିଲିଟ୍ କରନ୍ତୁ

ନିକଟରେ ନିୟମ ବଦଳାଇ ପ୍ରାଇଭେସି ପଲିସିକୁ ଅପଡେଟ୍ କରିଛି ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟ୍ସାଆପ୍ । ହ୍ୱାଟ୍ସାଆପ ଖୋଲିବା ମାତ୍ରେ ମୋବାଇଲ ସ୍କ୍ରିନ ଉପରେ ଆସୁଛି ଏହି ନୂଆ ପଲିସିର ଅପଡେଟ୍ ନୋଟିଫିକେସନ୍ । ଏହି ନୂଆ ପଲିସିକୁ ଅପ୍ଡେଟ୍ କରିବା ପାଇଁ ୮ ଫେବୃୟାରୀ ପର୍ଯ୍ୟନ୍ତ ୟୁଜର୍ସଙ୍କୁ ହ୍ୱାଟ୍ସାଆପ ଦେଇଛି ସମୟ । ଯଦି ୟୁଜର୍ସ ଉକ୍ତ ପଲିସିକୁ ଆକ୍ସେପ୍ଟ କରୁନାହାଁନ୍ତି ତେବେ ମୋବାଇଲରେ ହ୍ୱାଟ୍ସାଆପ କାମ କରିବ ନାହିଁ ।

ହ୍ୱାଟ୍ସାଆପକୁ ଜାରି ରଖିବା ପାଇଁ ୟୁଜର୍ସଙ୍କୁ ପଲିସି ଆକ୍ସେପ୍ଟ କରିବାକୁ ପଡ଼ିବ । ହ୍ୱାଟ୍ସାଆପ ଖୋଲିବା ମାତ୍ରେ ଆପଣଙ୍କ ସ୍କ୍ରିନ ଉପରେ ଅପଡେଟ୍ ନୋଟିଫିକେସନ୍ ନଜର ଆସିବ । ତେବେ ଏହା କୌଣସି ସମୟରେ ଆସିପାରେ । ଯେଉଁଥିରେ ଆପଣଙ୍କୁ ଦୁଇଟି ଅପ୍ସନ ନଜର ଆସିବ । ଗୋଟିଏ Agree ଏବଂ ଅନ୍ୟଟି Not Now । ନୂଆ ପ୍ରାଇଭେସି ପଲିସିକୁ ଯଦି ଆପଣ କିଛି ସମୟ ପାଇଁ ଆକ୍ସେପ୍ଟ କରୁ ନାହାଁନ୍ତି, ତଥାପି ଆପଣ ହ୍ୱାଟ୍ସାଆପ ବ୍ୟବହାର କରିପାରିବେ । କିନ୍ତ ଯଦି ନିର୍ଧାରିତ ତାରିଖ ମଧ୍ୟରେ ୟୁଜର୍ସ ଅପଡେଟକୁ ଆକ୍ସସେପ୍ଟ କରୁନାହାନ୍ତି ତେବେ ହ୍ୱାଟସଆପ୍ କାମ କରିବ ନାହିଁ ।

ନୂଆ ପଲିସିରେ ଫେସବୁକ ଏବଂ ଇଂଷ୍ଟାଗ୍ରାମର ଏକୀକରଣ ଅଧିକ ରହିଛି । ଏବେ ପୂର୍ବ ଅପେକ୍ଷା ଅଧିକ ଡାଟା ଫେସବୁକ ନିକଟରେ ରହିବ । ହ୍ୱାଟ୍ସାଆପ ଡାଟା ପୂର୍ବରୁ ଫେସବୁକ ସହିତ ଶେୟାର କରାଯାଉଥିଲା କିନ୍ତୁ ଏବେ ଇନଷ୍ଟାଗ୍ରାମ ସହ ମଧ୍ୟ ଡାଟାକୁ ହ୍ୱାଟସଆପ୍ ସେୟାର କରିବ ।
ତେବେ ନୂଆ ପ୍ରାଇଭେସି ପଲିସି କ’ଣ କହୁଛି ?

ନୂଆ ପ୍ରାଇଭେସି ପଲିସିରେ କୁହାଯାଇଛି ଯେ, ଆମ ସର୍ଭିସକୁ ଅପରେଟ କରିବା ପାଇଁ ଆପଣ ହ୍ୱାଟ୍ସାଆପକୁ, ଯେଉଁ ତଥ୍ୟ ଅପଲୋଡ, ସବମିଟ,ଷ୍ଟୋର, ସେଣ୍ଡ ବା ରିସିଭ୍ କରନ୍ତି, ସେଗୁଡ଼ିକର ବ୍ୟବହାର, ରିପ୍ରଡ୍ୟୁସ, ଡିଷ୍ଟ୍ରିବ୍ୟୁଟ ଏବଂ ଡିସପ୍ଲେ କରିବା ପାଇଁ ସାରା ବିଶ୍ୱରେ ନନ୍ ଏକ୍ସକ୍ଲୁସିଭ୍ , ରୟାଲଟି ଫ୍ରୀ, ସବ୍ଲିସେନ୍ସେବଲ ଏବଂ ଟ୍ରାନ୍ସଫରେବଲ ଲାଇସେନ୍ସ ହ୍ୱାଟସଆପକୁ ଦେଉଛନ୍ତି । ତେବେ ଏହା ଏକ ସୀମିତ ଉଦ୍ଦେଶ୍ୟ ପାଇଁ କରାଯାଇଥିବା ସେଥିରେ ଉଲ୍ଲେଖ ରହିଛି ।