spot_img
Home Blog Page 6144

ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଲାନାହିଁ ଚୀନ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କରୋନା ଏବେ ପୁରା ବିଶ୍ୱରେ ଆତଙ୍କ ଖେଳାଇଛି। ଚୀନରୁ ଏହି ଭୟଙ୍କର ଭୂତାଣୁ ଆସିଥିବା ଚାରିଆଡେ ଚର୍ଚ୍ଚା ହେଉଛି । କାରଣ କରୋନା ଭୂତାଣୁ ପ୍ରଥମେ ଚୀନର ଏକ ସହର ଉହାନରୁ ଆସିଥିଲା । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା WHO । ସେଥିପାଇଁ ଚୀନକୁ ଯାଇ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଚାହିଁଥିଲା । ହେଲେ ଚୀନ ତା ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ମାନଙ୍କୁ ପ୍ରବେଶ କରିବାକୁ ମନା କରିଦେଇଛି। ଚୀନ୍‌ର ଅନୁସନ୍ଧାନକାରୀ ଦଳକୁ ଅନୁମତି ନଦେବା ଖବର ଏକ ସମୟରେ ଆସିଥିଲା ​​ଯେତେବେଳେ ବେଜିଂରେ କରୋନା ଭୂତାଣୁ ବିଷୟରେ ଅନେକ କିଛି ଲୁଚାଇଥିବାର ଅଭିଯୋଗ ହୋଇଥିଲା।

ସାରା ଦେଶ ଚୀନ ଉପରେ ଦୋଷ ଲଦୁଥିବା ବେଳେ ଚୀନ୍ କିନ୍ତୁ ଉହାନରୁ କରୋନା ଭୂତାଣୁ ଆସିନଥିବା କହିଛି। WHO ର ମୁଖ୍ୟ କହିଛନ୍ତି ଯେ ଚୀନ୍ କର୍ତ୍ତୃପକ୍ଷ ମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳକୁ ଅନୁମତି ଦେଇ ନାହାଁନ୍ତି । ଯେଉଁଥିପାଇଁ ସେମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। କରୋନା ଭୂତାଣୁ ବିସ୍ତାର ହେବାର ଏକ ବର୍ଷ ପରେ WHO ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତରେ ଆସି ଏହି ମହାମାରୀର ଉତ୍ସ ଜାଣିବାକୁ ସ୍ଥିର କରିଥିଲେ।

ମାହାଙ୍ଗା ଡବଲ ମର୍ଡର ଘଟଣା: ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣା। ଆଉଜଣେ ଅଭିଯୁକ୍ତକୁ ଗିରଫ ଗ୍ରାମାଞ୍ଚଳ ପୋଲିସ। ଭୁବନେଶ୍ୱରରୁ କୈଳାସ ଖଟୁଆକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷି ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ୪ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗତକାଲି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା। ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ଅଭିଯୁକ୍ତ।

ଗତକାଲି ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର, ବାଇକ୍‌, ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ। ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ୧୦-୧୨ଜଣ ଦୁର୍ବୃତ୍ତ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।

ସିଲଭର ସିଟି ନା ନକଲି ନଗର ? କଟକରୁ ଜବତ ହେଲା ୪୦ କ୍ୱିଣ୍ଟାଲ ନକଲି ଚା’

କଟକ: ନକଲି କାରବାରର ହବ ପାଲଟିଛି କଟକ ସହର। ନକଲି କାରବାରକୁ ନେଇ କଟକ ଏବେ ତାର ନୂଆ ପରିଚୟ ସୃଷ୍ଟି କରିଛି। କାରଣ ଏଇ କିଛି ଦିନ ହେବ କଟକରୁ ବିଭିନ୍ନ ପ୍ରକାରର ନକଲି ସାମଗ୍ରୀ ତିଆରି ହେଉଥିବା ସ୍ଥାନ ଉପରେ ରେଡ ହୋଇଛି। ଯାହା ଜଣାପଡ଼ୁଛି ସିଲଭରସିଟିରେ ସବୁ ଭେଜାଲ। ଘିଅ ତେଲ ଓ ପନୀର ପରେ ଚା’ ପତି ବି ନକଲି।

ଆଜି ପୁଣି କଟକରେ ଅପମିଶ୍ରିତ ଚା’ ଗୋଦାମ ଉପରେ ଜଢାଉ ହୋଇଛି। ନକଲି ଚା’ ତିଆରି ହେଉଥିବା ଖବର ପାଇଁ କଟକ ସଦର ପୋଲିସ ଚଢାଉ କରିଛି। ତେବେ ପୋଲିସର ଚଢ଼ାଉ ବେଳେ ୬୦ କ୍ୱିଣ୍ଟାଲ ଚା ଜବତ ହେବା ସହ ପୋଲିସ ଜଣକୁ ଅଟକ ରଖିଛି। ଅଟକ ରହିଥିବା ବ୍ୟକ୍ତି ହେଉଛନ୍ତି ଶରତ ବିଶ୍ୱାଳ। କଟକ ସଦର ମୁକାମେଶ୍ୱର ଅଞ୍ଚଳରେ ଚାଲିଥିଲା ଅପମିଶ୍ରଣ ଚା ତିଆରି। ଯଦି ଦେଖିବା ଏହି ଚା ତଆରି ହେବା ପରେ କଟକର ବିଭିନ୍ନ ସ୍ଥାନକୁ ପଠାଯାଇଥାନ୍ତା।

 ବିଭିନ୍ନ ଗଛର ପତ୍ର, କାଠ ଗୁଣ୍ଡ ଓ ଶସ୍ତା ଚା’ ମିଶାଇ ବଡ ବଡ ବ୍ରାଣ୍ଡ ନାଁରେ ଚାଲିଥିଲା ବେଧଡ଼କ ବ୍ୟବସାୟ । ପୋଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଚଢାଉ କରି ପ୍ୟାକେଜିଂ ମେସିନ ମଧ୍ୟ ଜବତ କରିଛନ୍ତି । ନୂଆ ବର୍ଷରେ କଟକରୁ ନକଲି ଚା’ କାରଖାନା ଠାବ । ଅସଲି ବ୍ରାଣ୍ଡରେ ପ୍ରିମିୟମ ପ୍ୟାକେଟରେ ବିକ୍ରି ହେଉଥିଲା ଅପମିଶ୍ରିତ ଚା’ । ଚା’ ନାଁରେ ବଜାରକୁ ଯାଉଥିଲା ବିଷ । କଟକରେ ନକଲି ଓ ଅପମିଶ୍ରଣ କଳା କାରନାମା ଥମିବାରେ ନାଁ ନେଉନଥିବାବେଳେ ନୂଆ ବର୍ଷ ଆରମ୍ଭରୁ ମୁକାମେଶ୍ବର ଗାଁରେ ଏକ ବଡ ଅପମିଶ୍ରିତ ଚା’ ଗୋଦାମ ଠାବ ହୋଇଛି ।

ଏଠାରେ ଚାକୁଣ୍ଡା ପତ୍ର, କାଠ ଗୁଣ୍ଡ, ଶସ୍ତା ଚା’ ମିଶାଇ ବଡ ବଡ ବ୍ରାଣ୍ଡ ନାଁରେ ପ୍ୟାକିଂ କରାଯାଇ ବଜାରକୁ ଛଡା ଯାଉଥିଲା । ଚାରି ପାଞ୍ଚ ବର୍ଷ ହେବ ଟାଟା ପ୍ରିମିୟମ, ଟାଟା ଗୋଲଡ, ମାଇଁ ଟି, ଲିଲା ଟି ନାଁରେ ଚାଲିଥିଲା ବେଫିକର ବ୍ୟବସାୟ । ଆଜି ପୋଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଚଢାଉ କରି ୬୦ କ୍ବିଇଣ୍ଟାଲରୁ ଅଧିକ ପରିମାଣର ନକଲି ଚା’ ଜବତ କରିବା ସହିତ ସୁରେଶ ବିଶ୍ବାଳ ନାମକ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଛି । ପୋଲିସ ଗୋଦାମ ସିଲ କରିବା ସହିତ ଚା’ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ପୂର୍ବରୁ ଯୋଗାଣ ବିଭାଗର ସିରିଜ ଚଢାଉରେ ମସଲା ମସଲି, ଘିଅ, ତେଲ, ପନିର ଆଦି କାରଖାନ ଠାବ କରି ସିଲ କରାଯାଇଛି ।

ଏହି ରାଶିର ଲୋକମାନଙ୍କର ଆଜି ଅନାବଶ୍ୟକ ସ୍ଥାନରେ ଅର୍ଥ ଖର୍ଚ୍ଚ ହୋଇପାରେ

୬ ଜାନୁଆରୀ , ୨୦୨୧, ବୁଧବାର

ପୌଷ ମାସ କୃଷ୍ଣପକ୍ଷ,ଅଷ୍ଟମୀ ତିଥି

ଧନୁ ୨୩ ଦିନ, ହସ୍ତା ନକ୍ଷତ୍ର ସନ୍ଧ୍ୟା ୫ଟା ୧୨ ପର୍ଯ୍ୟନ୍ତ ରହିବ

ଏହା ପରେ ଚିତ୍ରା ନକ୍ଷତ୍ର ଆରମ୍ଭ ହେବ

ସୂର୍ଯ୍ୟ ଧନୁ ରାଶିରେ ଏବଂ ଚନ୍ଦ୍ର କନ୍ୟା ରାଶିରେ ରହିବେ

ଯୋଗିନୀ ଐଶାନ୍ୟରେ ରହିବେ

ଶୁଭ ସମୟ- ଦିନ ୮ଟା ୩୭ ରୁ  ଦିନ ୧୧ଟା ୩୧ ପର୍ଯ୍ୟନ୍ତ

ସନ୍ଧ୍ୟା ୬ଟା ୧୫ ରୁ ରାତି ୧୦ଟା ୦୫ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୧୧ଟା ୫୩ ରୁ  ଦିନ ୧ଟା ୧୫ ମଧ୍ୟରେ

ବୃଷ ରାଶି ପୁରୁଷ ଓ ଧନୁ ରାଶିର ମହିଳାଙ୍କର ଘାତଚନ୍ଦ୍ର

କର୍କଟ ରାଶିର ଘାତବରା

ନଡିଆ ଖାଇବା ନିଷେଧ

 

ମେଷ ରାଶି

ଅଶ୍ୱିନୀ- ଅଯଥାରେ କୌଣସି ଜାଗାରେ ଅର୍ଥ ନ ଲଗାଇବା ଭଲ ରହିବ

ଦ୍ୱିଜା- ଅର୍ଥ ପାଇବା ନେଇ ଦିନଟି ଭଲ ରହିବ

କୃତ୍ତିକା- କୌଣସି ଅଧୁରା କାର୍ଯ୍ୟ ବହୁତ ଭଲରେ କରିବେ

ଅଷ୍ଟଗନ୍ଧ ଓ ଗାଈ ଗୋବର ଘସିକୁ ମିଶାଇ ଘରେ ଧୁଆଁ ଦିଅନ୍ତୁ

ବୃଷ ରାଶି

କୃତ୍ତିକା- ଅର୍ଥ ଅଧିକ ଖର୍ଚ୍ଚ ଯୋଗୁ ମନ ଅଶାନ୍ତ ରହିବ

ରୋହିଣୀ- ଘର ଏବଂ ବାହାରେ ଆପଣ ପ୍ରଶଂସିତ ହେବେ

ମୃଗଶିରା- ଅର୍ଥଜନିତ କିଛି କଥାକୁ ନେଇ ବନ୍ଧୁ ମାନଙ୍କ ସହ ତର୍କ ହୋଇପାରେ

ପିମ୍ପୁଡିମାନଙ୍କ ପାଇଁ କିଛି ଚିନି ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ପରିବାରରେ ସାମାନ୍ୟ ତର୍କ ବିତର୍କ ହୋଇପାରେ, ମନ ଅଶାନ୍ତ ରହିବ

ଆର୍ଦ୍ରା- ସମସ୍ତ ଦିଗରୁ ସୁସମ୍ବାଦ ପାଇବେ

ପୁନର୍ବସୁ- ନିଜ ପିଲାମାନଙ୍କୁ ନେଇ ଚିନ୍ତାରେ ରହିବେ

କିନ୍ନରମାନଙ୍କୁ କିଛି ଖାଦ୍ୟ କିମ୍ବା ବସ୍ତ୍ର ଦାନ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ, ସାମାନ୍ୟ କଥାରୁ ଯୁକ୍ତିତର୍କ ହୋଇପାରେ

ପୁଷ୍ୟା- ଦୂରରେ ରହୁଥିବା ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିପାରନ୍ତି

ଅଶ୍ଲେଷା- ମା’ କିମ୍ବା କେହି ଜଣେ ପ୍ରିୟ ବ୍ୟକ୍ତିଙ୍କ ସହ ଝଗଡା ହୋଇପାରେ

ଚାନ୍ଦିର କୌଣସି ଦ୍ରବ୍ୟ ୫ ମିନିଟ୍ ପାଣିରେ ପକାଇ ଫୁଟେଇ ଦିଅନ୍ତୁ

ସିଂହ ରାଶି

ମଘା- ବହୁ ଦିନରୁ ଚାଲିଥିବା ଆର୍ଥିକ ସମସ୍ୟା କିଛି ମାତ୍ରାରେ ଦୂର ହେବ

ପୂର୍ବାଫାଲଗୁନି- ପରିବାରରେ ଶାନ୍ତି, ଶୃଙ୍ଖଳା ବଜାୟ ରହିବ

ଉତ୍ତରାଫାଲଗୁନି- ଦିନଟି ମଧ୍ୟମ ଧରଣର ରହିବ

ମହାଦେବଙ୍କୁ ଗଙ୍ଗାଜଳ ଓ ମହୁ ମିଶାଇ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ଦିନଟି ମଧ୍ୟମ ଧରଣର ରହିବ

ହସ୍ତା- ଯେ କୌଣସି କାମ କରିବେ ସଫଳତା ପାଇବେ

ଚିତ୍ରା- ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ

୩ ବର୍ଷରୁ କମ୍ ଝିଅମାନଙ୍କୁ ପାଠ ପଢା ବହି ଦାନ କରନ୍ତୁ

ତୁଳା ରାଶି

ଚିତ୍ରା- ଆପଣଙ୍କର ଗୁପ୍ତଶତ୍ରୁ ବୃଦ୍ଧି ହୋଇ ପାରନ୍ତି

ସ୍ୱାତୀ- ଦିନଟି ବହୁତ ଭଲ ରହିବ

ବିଶାଖା- ଶରୀର ଅସୁସ୍ଥ ରହିପାରେ

ମହାଲକ୍ଷ୍ମୀଙ୍କ ପାଖରେ ଭୋଗରେ ମିଶ୍ରି ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା- ମନ ଅଶାନ୍ତି ରହିବ, ଖାଇବା ପିଇବା ଠିକ୍ ରହିବ ନାହିଁ

ଅନୁରାଧା- ସୁମିଷ୍ଟ ଖାଇବା ପାଇଁ ବହୁତ ଖର୍ଚ୍ଚ କରିବେ

ଜ୍ୟେଷ୍ଠା- ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ

ସକାଳ ସମୟରେ ବଗଳାମୁଖୀଙ୍କର ବୀଜ ମନ୍ତ୍ର ପାଠ କରନ୍ତୁ

ଧନୁ ରାଶି

ମୂଳା- ବହୁ ଦିନରୁ କାମ ପାଇଁ  ରହିଥିବା ଅଶାନ୍ତି ଆଜି ଦୂର ହେବ

ପୂର୍ବାଷାଢା-କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ

ଉତ୍ତରାଷାଢା- ସ୍ୱାସ୍ଥ୍ୟଗତ ସମସ୍ୟା ରହିବ

ଅଳ୍ପ କିଛି ଭାତରେ ହଳଦୀ ମିଶେଇ ଗାଈକୁ ଖାଇବାକୁ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା- ଦିନରେ ସାମାନ୍ୟ ଅଶାନ୍ତ ଭାବ ରହିବ

ଶ୍ରବଣା- କିଛି ନୂତନ ବନ୍ଧୁ ଆପଣଙ୍କୁ କାର୍ଯ୍ୟରେ ସହାୟତା କରିବେ

ଧନିଷ୍ଠା- ନିଜର କଥାବାର୍ତ୍ତା ଯୋଗୁ ଅନ୍ୟମାନଙ୍କ ପାଖରେ ଅପ୍ରିୟ ହୋଇପାରନ୍ତି

ଚେମେତି ଲଟି କିଛି ନିଜ ଉପରେ ବୁଲାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା- କିଛି ଅର୍ଥ ଅନାବଶ୍ୟକ ସ୍ଥାନରେ ଖର୍ଚ୍ଚ ହୋଇପାରେ

ଶତଭିଷା- ଆପଣଙ୍କର ଆୟକୁ ବ୍ୟୟ ସମାନ ରହିବ

ପୂର୍ବଭାଦ୍ର- ଆର୍ଥିକ ସ୍ଥିତିକୁ ନେଇ ଘରେ ମତାନ୍ତର ହୋଇପାରେ

ସୂର୍ଯ୍ୟାସ୍ତ ପରେ ଘରର ପଶ୍ଚିମ ଦିଗରେ ସୋରିଷ ତେଲର ଦୀପ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର- କୌଣସି ବି କାମ ପାଇଁ ପରିବାରର ସହଯୋଗ ପାଇବେ ନାହିଁ

ଉତ୍ତରଭାଦ୍ର- କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ଠାରୁ ସାହାଯ୍ୟ, ସହଯୋଗ ପାଇବେ

ରେବତୀ- ଶରୀର ଅସୁସ୍ଥ ରହିବ

ନିଜ ଉପରେ ୭ ମୁଠା ଚାଉଳ ବୁଲାଇ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

ମଝି ରାସ୍ତାରେ ଖୋଲା ବୁଲୁଛି କଲରାପତରିଆ ବାଘ, ଲୋକେ ବାଘ ଦେଖି ଭୟଭିତ

କଳାହାଣ୍ଡି: ଆମପାଣି ଘାଟି ରାସ୍ତା ଜଙ୍ଗଲରେ କଲରା ପତରିଆ ବାଘ। ମଝି ରାସ୍ତାରେ ଖୋଲା ବୁଲୁଛି ବାଘ। ରାତିରେ ବାଘ ଦେଖି ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି। କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ଆମପାଣି ଘାଟିରେ କଲରାପତରିଆ ବାଘ ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିରେ ସିଉନି ଗାଁର ଆଲୋକ ପାଣିଗ୍ରାହୀ ଜୟପୁର ପଟୁ ଘରକୁ ଫେରୁଥିବା ବେଳେ ବାଘ ଦେଖିଥିଲେ। ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏକ କଲରାପତିଆ ବାଘକୁ ଅତି ନିକଟରୁ ଦେଖିଥିବା କହିଛନ୍ତି। ବାଘଟି ଖାଦ୍ୟ ଅନ୍ୱେଷଣରେ ଏଣେ ତେଣେ ବୁଲୁଥିବା  ପୂର୍ବରୁ ଜଙ୍ଗଲରେ ଭାଲୁ ଦେଖିବାକୁ ମିଳିଥିବା ବେଳେ ଏବେ କଲରା ପତାରିଆ ବାଘ ଦେଖିବାକୁ ମିଳିଛି।

ମାତିଛନ୍ତି ମଦ ମାଫିଆ: ମଦ କାରବାର ବନ୍ଦ ପାଇଁ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କୁ ତୀର ମାଡ଼

ସୁନ୍ଦରଗଡ଼: ମଦ କାରବାର ବନ୍ଦ କରିବାକୁ ଯାଇ ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ। ଲୁଚି ତୀର ମାରିଲେ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତି। ତୀର ମାଡ଼ରେ ଆହତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ପୋଲିସ ଅଧିକାରୀଙ୍କ ଦେହର ଦୁଇଟି ସ୍ଥାନରେ ତୀର ବାଜିଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଟେନ୍‌ସା ଫାଣ୍ଡି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଚୋରା ମଦ କାରବାର ଉପରେ ରେଡ୍‌ ପାଇଁ ଯାଇଥିବା ବେଳେ, ତୀରମାଡ଼ରେ ଟେନ୍‌ସା ଫାଣ୍ଡି ଅଧିକାରୀ ଅଶୋକ ବେହେରା ଗୁରୁତର ହୋଇଛନ୍ତି।

ଅଶୋକଙ୍କ ଛାତି ଓ ପେଟରେ ତୀର ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ବଣେଇ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ହସପିଟାଲରେ ରାଉରକେଲା ଏସପି ମୁକେଶ କୁମାର ଭାମୁଙ୍କ ସହିତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଅଶୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେବେ ଅଶୋକଙ୍କ ଚିକିତ୍ସାରେ ବରିଷ୍ଠ ଡାକ୍ତରୀ ଦଳ ଲାଗିଥିବା ସୂଚନା ରହିଛି। ୪ ଜଣିଆ ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରୋପଚାର କରି ଦୁଇଟି ତୀରକୁ ବାହାର କରିଦେଇଛନ୍ତି। ତେବେ ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନେ ଏବେ ଫେରାର ରହିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ବିହାର କଂଗ୍ରେସ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ହାଇକମାଣ୍ଡ ଦେଲେ ଗୁରୁଦାୟିତ୍ୱ । ଭକ୍ତଙ୍କୁ ଏବେ ବିହାର କଂଗ୍ରେସର ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିହାର କଂଗ୍ରେସର ଇନ୍‌ଚାର୍ଜ ଥିଲେ ଶକ୍ତିସିହ୍ନ ଗୋହିଲ । ଏବେ ଶକ୍ତିଶିହ୍ନଙ୍କ ସ୍ଥାନରେ ଭକ୍ତ ଚରଣ ଦାସ ଯୋଗଦେବେ । ଏନେଇ ଏଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ନୋଟିସ ଜାରି କରାଯାଇଛି ।

ଭକ୍ତ ଚରଣ ଦାସ ଏହା ପୂର୍ବରୁ ମଣିପୁର ଓ ମିଜୋରାମ କଂଗ୍ରେସର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ସୋନିଆ ଗାନ୍ଧୀଙ୍କ ସହମତି ପରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିଛନ୍ତି ।

Bihar

ତେବେ ଶକ୍ତିସିହ୍ନ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦାୟିତ୍ୱରୁ ଓହରିବାକୁ ଚାହୁଁଥିଲେ । ଏନେଇ ସେ ହାଇକମାଣ୍ଡଙ୍କ ପାଖକୁ ଚିଠି ଲେଖିଥିଲେ । ହାଇକମାଣ୍ଡ ଶକ୍ତିସିହ୍ନଙ୍କ ଆବେଦନକୁ ଗ୍ରହଣ କରି ବିହାର ଦାୟିତ୍ୱରୁ ମୁକ୍ତ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନିତ କରିଛନ୍ତି । ସୂଚନାନୁସାରେ ଶକ୍ତିସିହ୍ନ କିଛି ଦିନ ପୂର୍ବରୁ କରୋନା ସଂକ୍ରମଣର ଶିକାର ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଅମ୍ଳଜାନ ପାଇପ୍ ଦ୍ୱାରା ଶସକ୍ରିୟା କରିବାକୁ ପଡ଼ିଥିଲା ।

ଚିଲିକାରେ ନୂଆ ରେକର୍ଡ, ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀଙ୍କ ସମାଗମ

0

ଚିଲିକା: ଚିଲିକାର ନୂଆ ରେକର୍ଡ । ଚଳିତବର୍ଷ ଚିଲିକା ଆସିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ । ବନ ବିଭାଗ ପକ୍ଷରୁ ହୋଇଥିବା ପକ୍ଷୀଗଣନାରେ ସାମ୍ନାକୁ ଆସିଛି ଏହି ଉତ୍ସାହଜନକ ଖବର । ଗତବର୍ଷ ଚିଲିକାକୁ ୧୧ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସିଥିଲେ । ତେବେ ଚଳିତବର୍ଷ ଏହି ସଂଖା ବୃଦ୍ଧି ପାଇ ୧୨ ଲକ୍ଷ ପାର୍‌ କରିଛି । ଲଗାତାର ଭାବେ ଅତିଥି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିଲିକା ପାଇଁ ଏହା ଏକ ଶୁଭ ଖବର ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସିଇଓ ସୁଶାନ୍ତ ନନ୍ଦ କହିଛନ୍ତି ।

୧୯୦ ପ୍ରଜାତିର ମୋଟ ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଚିଲିକା ଆସିଛନ୍ତି । ସେମଧ୍ୟରେ ୧୧୧ ପ୍ରଜାତିର ୧୨ ଲକ୍ଷ ୪ ହଜାର ୩୫୧ ବିଦେଶାଗତ ପକ୍ଷୀ ଥିବା ବେଳେ, ୭୯ ପ୍ରଜାତିର ୩୮ ହଜାର ୪୭୫ ଦେଶୀୟ ପକ୍ଷୀ ଚିଲିକା ଆସିଛନ୍ତି । ଯାହା ପୂର୍ବ ବର୍ଷ ଅପେକ୍ଷା ୧ ଲକ୍ଷ ୩୭ ହଜାର ୭୮୬ ଅଧିକ । ତେବେ ଏଥର ଅଧିକ ୬ ପ୍ରଜାତିର ପକ୍ଷୀ ଚିଲିକା ଆସିଛନ୍ତି । ଲଗାତାର ଭାବେ ଅତିଥି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିଲିକା ପାଇଁ ଏହା ଏକ ଶୁଭ ଖବର ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସିଇଓ ସୁଶାନ୍ତ ନନ୍ଦ କହିଛନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବଢ଼ିଲା ଅଭିଯୋଗର ଫର୍ଦ୍ଦ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ପ୍ରଦୀପଙ୍କ ନାଁରେ ଆଉ ୨ ମାମଲା ରୁଜୁ ହୋଇଛି । ଠକାମୀର ଶିକାର ହୋଇଥିବା ଆଉ ୨ ଜଣ ଏତଲା ଦେଇଛନ୍ତି । ପ୍ରଶାନ୍ତ କର ଓ ଲକ୍ଷ୍ମୀନାରାୟଣ ନାୟକ ଗୋଳନ୍ଥରା ଥାନାରେ ଦୁଇ ପୃଥକ ପୃଥକ ମାମଲା ରୁଜୁ କରିଛନ୍ତି । ଲକ୍ଷ୍ମୀନାରାୟଣ ନାୟକଙ୍କ ଠାରୁ ୬ଲକ୍ଷ ଓ ପ୍ରଶାନ୍ତ କରଙ୍କ ଠାରୁ ୩ଲକ୍ଷ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି ।

ଏନେଇ ୩୭୪/୨୦ ଏବଂ ୩୮୪/୨୦ରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ, IPC ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି)ରେ ଦଫା ଲାଗିଛି । ଟାଟାରେ ନିଯୁକ୍ତି କରାଇ ଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଏହି ଅର୍ଥ ନେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ମଙ୍ଗଳବାର ଆକାଶ ପାଠକ ଜାମିନ ଆବେଦନ ଶୁଣାଣି ହୋଇଛି । କେସ ଡାଏରୀ ଦାଖଲ ପାଇଁ ହାଇକୋର୍ଟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କହିଛନ୍ତି । ଆକାଶ ପାଠକଙ୍କୁ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା । ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଓଗାଳିଥିଲା ଭିଜିଲାନ୍‌ସ ଏସଆଇଟି ।

ସାବଧାନ ! ମାତିଛନ୍ତି ଅନ୍‌ଲାଇନ୍‌ ଠକ, କେବିସି ଲଟେରୀ ନାଁରେ ଥୋପ ପକାଇ କରୁଛନ୍ତି ଲୁଟ୍‌

ଭୁବନେଶ୍ୱର: ସାବଧାନ, ମାତିଛନ୍ତି ଅନଲାଇନ ଠକ । ଆପଣଙ୍କଠାରୁ ନେଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା । ନୂଆ ତରିକାରେ ଏବେ ଲୋକଙ୍କୁ କଳାକନା ବୁଲାଉଛନ୍ତି ଏହି ସାଇବର ଠକ । ଏମେତି ସେମିତି ନୁହେଁ, କେବିସି ଲଟେରୀ ନାଁରେ ଥୋପ ପକାଉଛନ୍ତି ଲୁଟେରା ।

ଜାଲରେ ପଡ଼ିଲେ ହ୍ୱାଟ୍‌ସଆପ୍‌ରେ ଠକ ଦେଖାଉଛନ୍ତି ଲୋଭ । ଦେଖାଉଛନ୍ତି ପୁଳାପୁଳା ଟଙ୍କା । ଆଉ ଏଭଳି ଟଙ୍କାକୁ ଯେ କେହି ବି ଦେଖିବ ଫାଶରେ ନିଶ୍ଚୟ ପଡ଼ିବ । ଯିଏ ଫାଶରେ ପଡ଼ିବ, ତା ଆକାଉଣ୍ଟରୁ ଚଳୁ କରିନେବେ ଟଙ୍କା । ଖାଲି ସେତିକି ନୁହେଁ, ନିର୍ଦ୍ଦିଷ୍ଟ ଚ୍ୟାନେଲର ରାଣା ପ୍ରତାପ ସିଂ ନାମକ ବ୍ୟକ୍ତିଙ୍କ ପଚିଚୟ ଦେଇ ଲୋକଙ୍କୁ ଠକମାନେ ଫୋନ୍‌ କରନ୍ତି ।

ଏବେ ସାମ୍ନାକୁ ଆସିଛି ଏଭଳି ଏକ ଭିନ୍ନ ଷ୍ଟାଇଲର ଲୁଟ୍‌ ଘଟଣା । ଯେଉଁଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୋନପୁରର ହେମନ୍ତ ମେହେର । ଲଟେରୀ ଉଠିଥିବା ଶୁଣି ତାଜୁବ ହୋଇ ଯାଇଥିଲେ ହେମନ୍ତ । ଆଉ ଏହି ଠକଙ୍କୁ ଟଙ୍କା ରଖିନଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ । ଏହାପରେ ହେମନ୍ତଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ ଠକ୍ ଗ୍ୟାଙ୍ଗ୍‌ । ସନ୍ଦେହ ହେବାରୁ ଏନେଇ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରିଛନ୍ତି ଠକାମୀର ଶିକାର ହୋଇଥିବ ଯୁବକ । ତେବେ ଏସବୁରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱର ଡିସିପି ଅପିଲ କରିଛନ୍ତି ।