spot_img
Home Blog Page 6151

କ୍ଷମତାକୁ ନେଇ ଛକାପଞ୍ଝା, ରିଲିଜ ହେଲା ତାଣ୍ଡବର ଦମଦାର ଟ୍ରେଲର

ତାଣ୍ଡବ: ସୈଫ ଅଲୀ ଖାନଙ୍କ ଯେଉଁ ୱେବ ସିରିଜକୁ ଦର୍ଶକ ଦୀର୍ଘ ଦିନ ଧରି ଅପେକ୍ଷା କରିବସିଥିଲେ ତାହାର ଟ୍ରେଲର ସିରିଜ ହୋଇଯାଇଛି । ଟ୍ରେଲରରେ କ୍ଷମତା ଲୋଭରେ ରଚାଯାଇଥିବା ରାଜନୀତିର ପୁରା ଦମ ଦେଖିବାକୁ ମିଳୁଛି । ଏଥିସହିତ ଟ୍ରେଲରରେ ସୈଫ ଅଲୀ ଖାନ ଏବଂ ଡିମ୍ବଲ କପାଡିଆଙ୍କ ଦମଦାର ଅଭିନୟର ଝଲକ ମଧ୍ୟ ଦର୍ଶାଯାଇଛି ।

ତାଣ୍ଡବର ଟ୍ରେଲରକୁ ଯଦି ଆମେ ବୁଝିବାକୁ ଚେଷ୍ଟା କରିବା ତେବେ ଏଥିରେ ପ୍ରଧାନମନ୍ତ୍ରୀ ଆସନ ପାଇଁ ଲାଗିଛି ଦମଦାର ଲଢ଼େଇ । କ୍ଷମତାରେ ଥିବା ପ୍ରତ୍ୟେକ ବ୍ୟକ୍ତିର ନଜର ରହିଛି ପ୍ରଧାନମନ୍ତ୍ରୀ ପଦବୀ ଉପରେ । ତେବେ ପ୍ରଧାନମନ୍ତ୍ରୀ ପଦବୀ ପାଇବା ପାଇଁ ସେମାନେ କେଉଁ ସ୍ତର ଯାଏଁ ଯାଉଛନ୍ତି ତାହା ଦେଖିବା ବାକି ରହିଛି । ସିରିଜରେ ସୈଫ ଅଲୀ ଖାନ ସମର ପ୍ରତାପ ସିଂହ ଚରିତ୍ରରେ ନଜର ଆସୁଛନ୍ତି ଯିଏକି ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଆଶା ରହିଛନ୍ତି । ଅନ୍ୟପଟେ ଡିମ୍ବଲ କପାଡିଆଙ୍କ ମଧ୍ୟ ଚରିତ୍ର ଦମଦାର ଥିବା ଦେଖିବାକୁ  ମିଳୁଛି ।

ଆମାଜନ ପ୍ରାଇମର ଏହି ୱେବ ସିରିଜରେ ସୈଫ ଏବମ ଡିମ୍ପଲଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, ଅୟୁବ ଖାନ, ତିଗମାଂସୁ ଧୁଲିଆ, କୁମୁଦ ମିଶ୍ରା, ସାରା ଜେନ ଡିୟାସ, ଡିନୋ ମୌର୍ଯ୍ୟା, ଗୈହର ଖାନ, ଅନୁପ ସୋନୀ, କୃତିକା କାମରା, ହିତେନ ତେଜୱାନୀ, ଅମାୟରା ଦସ୍ତୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଜାଣ୍ଡବ ୱେବ ସିରିଜ ଜାନୁଆରୀ ୧୫ ତାରିଖ ଦିନ ରିଲିଜ ହେବାକୁ ଯାଉଛି ।

ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରୂପାନ୍ତରର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ । ଅବ୍ୟବହୃତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି । ଚିତ୍ତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍‌ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ୱର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।

Naveen Inaugurates New Look Of Ramalingeswar Park

ଏହି ଅବସରରେ ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ୱର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।

Naveen Inaugurates New Look Of Ramalingeswar Park

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି । ଏହା ହେଉଛି ପରିବର୍ତ୍ତନ, ରୂପାନ୍ତରଣ । ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କ ଆଜି ଗଞ୍ଜାମର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗୁଁ ।

Naveen Inaugurates New Look Of Ramalingeswar Park

କୋଭିଡ୍ ସମୟରେ ଗଞ୍ଜାମର ଜନସାଧାରଣଙ୍କର ଦୃଢ଼ ମନୋବଳର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ- ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁଁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଞ୍ଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି । ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟାୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂ ରୋଡ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

Naveen Inaugurates New Look Of Ramalingeswar Park

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖିଛି । ବ୍ରହ୍ମପୁର ତଥା ଗଞ୍ଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷଣ ନଜର ରଖିଛି । ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ ।

Naveen Inaugurates New Look Of Ramalingeswar Park

ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ  ପ୍ରେମଚାନ୍ଦ ଚୌଧୁରୀ ଏବଂ ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ରାଠୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Naveen Inaugurates New Look Of Ramalingeswar Park

ସୂଚନାଯୋଗ୍ୟ ୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ । ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା । ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଙ୍କରଙ୍କର ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତି ଶୋଭା ପାଉଥିବା ବେଳେ ଚତୁର୍ପାର୍ଶ୍ୱରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି ।

ପୁରୁଣା ଗାଡ଼ି କିଣିବାକୁ ଯାଇଥିଲେ, ଗୁଳି ଖାଇଲେ

ବାଲେଶ୍ୱର: ଅଶାନ୍ତ ହେଉଛି ବାଲେଶ୍ୱର, ଜମୁଛି ଅପରାଧୀଙ୍କ ଆଡ୍ଡା । ସୋମବାର ସନ୍ଧ୍ୟାରେ ବାଲେଶ୍ୱର ସହରର ଖାନନଗର ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ ରାଜକିଶୋ ଧଳ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ ।

Firing In Balasore For Old Vehicle Sell

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ରାଜକିଶୋର ଧଲ ତାଙ୍କର ଜଣେ ସାଙ୍ଗକ ସହ ବାଲେଶ୍ୱର ଆସିଥିଲେ । ଯୋଜନା ଥିଲା ପୁରୁଣା ଗାଡ଼ି କିଣିବା । ବନ୍ଧୁଙ୍କ ସହ ରାଜକିଶୋର ବାଲେଶ୍ୱର ଆସିଥିବା ବେଳେ ଗୁଳିମାଡ଼ ପରେ ସାଙ୍ଗଜଣଙ୍କ ସନ୍ଧାନ ମିଳୁନି । ସାଙ୍ଗଜଣଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ ।

୧୦ ହଜାରରୁ କମ ଟଙ୍କାରେ ଦମଦାର ବ୍ୟାଟେରୀ ସହ ଆସୁଛି Galaxy M02s, ଗୁରୁବାର ହେବ ଲଞ୍ଚ

Galaxy M02s: ଭାରତରେ ନୂଆ ବଜେଟ ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି Samsung । ସୂଚନା ମୁତାବକ କମ୍ପାନୀ ଜାନୁଆରୀ ୭ ତାରିଖ ଦିନ Galaxy M02s ଲଞ୍ଚ କରିବାକୁ ଯାଉଛି । ଏହି ସ୍ମାର୍ଟଫୋନକୁ କମ୍ପାନୀ ୧୦ ହଜାର ଟଙ୍କାର ସେଗମେଣ୍ଟରେ ପରିବେଶଣ କରିବାକୁ ଯାଉଛି । Samsungର ସୂଚନା ମୁତାବକ Galaxy M ସିରିଜ ପାୱାର ପ୍ୟାକ୍ଡ ଫିଚର ପାଇଁ ବେଶ ଜଣାଶୁଣା ଏବଂ Galaxy M02s ସହିତ ୧୦ ହଜାର ଟଙ୍କାର ସଗମେଣ୍ଟ ପ୍ରଥମ ଥର ପାଇଁ ଲଞ୍ଚ କରାଯାଉଛି ।

Samsung ର ସୂଚନା ଅନୁଯାୟୀ Galaxy M02s ରେ Qualcomm Snapdragon ଦିଆଯିବ ଏବଂ ଏହା ୪ ଜିବି ରାମ ସହ ଉପଲବ୍ଧ ହେବ । କମ୍ପାନୀ ଦାବି କରିଛି ଯେ, ଏହି ସ୍ମାର୍ଟଫୋନରେ ଗେମିଂ ଏବଂ Smooth Multi Tasking  ମଧ୍ୟ ଉପଲବ୍ଧ କରାଯିବ ।

Samsungର ସୂଚନା ମୁତାବକ Galaxy M02s, Samsung Galaxy Series ର ଭାରତର ପ୍ରଥମ ୪ ଜିବି ରାମ ଯୁକ୍ତ ସ୍ମାର୍ଟଫୋନ ହେବ ଯାହା ୧୦ ହଜାରରୁ ବି କମ ଦାମରେ ବିକ୍ରି କରାଯିବ । Galaxy M02S ରେ ୫,୦୦୦ mAh ର ବ୍ୟାଟେରୀ ଦିଆଯିବ । ଏହି ସ୍ମାର୍ଟଫୋନରେ ତିନୋଟି ରିୟାର କ୍ୟାମେରା ଉପଲବ୍ଧ କରାଯାଇପାରେ ।

Galaxy M02s ପାଇଁ କମ୍ପାନୀ ମାଇକ୍ରୋସାଇଟ ପ୍ରସ୍ତୁତ କରିସାରିଛି । ଏହି ସ୍ମାର୍ଟଫୋନରେ Water Drop Style Notch ଦିଆଯିବ ଏବଂ ଡିସପ୍ଲେରେ Bezels ପତଳା ରହିବ । ଏହି ସ୍ମାର୍ଟଫୋନର ଡିସପ୍ଲେ ୬.୫ ଇଞ୍ଚର ଏଚଡି ପ୍ଲସ ରହିବ ଏବଂ ଏଥିରେ Infinity V Display ବ୍ୟବହାର କରାଯିବ ।

ସୂଚନା ଅନୁଯାୟୀ Galaxy M02s କୁ ନେଇ କମ୍ପାନୀ ଭାରତରେ Xiaomi ଏବଂ Realmeର ବଜେଟ ଫୋନ ଗୁଡ଼ିକୁ କଡ଼ା ଟକ୍କର ଦେବ । ପୂର୍ବ କିଛି ସମୟ ହେବ ସାମସଙ୍ଗ ଭାରତରେ ମିଡ ରେଞ୍ଜ ଏବଂ ବଜଟ ସେଗମେଣ୍ଟରେ ଅନେକ ସ୍ମାର୍ଟଫୋନ ଲଞ୍ଚ କରିଛି । ଏବେ କମ୍ପାନୀ ବଜେଟ ସ୍ମାର୍ଟଫୋନର ରେସରେ ଆହୁରି ଦୃଢ଼ତାର ସହ ଏଣ୍ଟ୍ରି କରିବାକୁ ଯାଉଛି ।

ପୁଣି ଭାରତରେ ଚାଇନା କମ୍ପାନୀ, ପ୍ରଶ୍ନ ଉଠାଇଲା ସ୍ୱଦେଶୀ ଜାଗରଣ ମଞ୍ଚ

ନୂଆଦିଲ୍ଲୀ: ଗୋଟେପଟେ ଚୀନ ସହ ତିକ୍ତତା । ସୀମାରେ ଦୁଇ ଦେଶ ମୁହାଁମୁହିଁ । ଫଳରେ ଚାଇନା ସାମଗ୍ରୀ ବର୍ଜନ ଏବଂ ଚାଇନା କମ୍ପାନ ଗୁଡିକ ନିକଟରୁ ଠିକା ବରଖାସ୍ତ କରିବା ପକ୍ରିୟା ଆରମ୍ଭ ହୋଇଛି । ଏମିତିକି ଶହେରୁ ଅଧିକ ଚାଇନିଜ ଆପକୁ ଦେଶରୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଦିଲ୍ଲୀ-ମେରଟ ଆରଆରଟିଏସ ଯୋଜନାରେ ଚୀନ କମ୍ପାନୀ ପୁନର୍ବାର କାର୍ଯ୍ୟ କରିବା ନେଇ ଆରମ୍ଭ ହୋଇଛି ବିବାଦ ।

ବନ୍ଦେ ଭାରତ ଯୋଜନା ଏବଂ ହାଇ-ୱେ ପ୍ରୋଜେକ୍ଟ ନିର୍ମାଣ କାର୍ଯ୍ୟରେ ଚୀନ କମ୍ପାନୀଙ୍କୁ ବରଖାସ୍ତ କରାଯାଇଛି । ଏହାସତ୍ୱେ ଦେଶର ରାଜଧାନୀରେ ହେଉଥିବା ରେଳନିର୍ମାଣ ପ୍ରକଳ୍ପରେ ବିଦେଶୀ କମ୍ପାନୀକୁ କାମ ଦେବା ନେଇ ପ୍ରଶ୍ନ ଉଠିଛି । ପ୍ରଶ୍ନ ଉଠାଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ସହଯୋଗୀ ସଂସ୍ଥା ସ୍ୱଦେଶୀ ଜାଗରଣ ମଞ୍ଚ ।

ଅଶୋକନଗର ସ୍ଥିତ ସାହିବାବାଦ ଅଞ୍ଚଳରେ ନିର୍ମାଣଧିନ ୫.୬ କିଲୋମିଟର ଲମ୍ବର ରେଳ ପ୍ରକଳ୍ପକୁ ପରିବହନ ନିଗମ (ଏନସିଆରଟିସି) କାର୍ଯ୍ୟ ହସ୍ତାନ୍ତର କରିଛି । ସାଂଘାଇ ଟନେଲ ଇଂଜିନିୟରିଙ୍ଗ କମ୍ପାନୀ ଏହାର ନିର୍ମାଣ କାର୍ଯ୍ୟ ନେଇଥିବାବେଳେ ସ୍ୱଦେଶୀ ଜାଗରଣ ମଞ୍ଚ ଏହାକୁ ବିରୋଧ କରିଛି । ସେପଟେ ଏନେଇ ଏନସିଆରଟିସି ରଖିଛି ସ୍ପଷ୍ଟୀକରଣ । ନିର୍ଦ୍ଧାରିତ ପ୍ରକ୍ରିୟା ଏବଂ ଦେଶର ସମସ୍ତ ନିୟମକୁ ଅନୁପାଳନ କରି ଉକ୍ତ କମ୍ପାନୀଙ୍କୁ ନିର୍ମାଣ କାର୍ଯ୍ୟ ଦିଆଯାଇଥିବା କହିଛି ଏନସିଆରଟିସି ।

‘ଓଡ଼ିଶା ମିଲେଟ୍ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ ନିତି ଆୟୋଗଙ୍କ ଦ୍ୱାରା ପ୍ରଶଂସିତ

ଭୁବନେଶ୍ୱର: ନିତି ଆୟୋଗ, ଭାରତ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନେ ଆପଣେଇଥିବା ଉତ୍ତମ କାର୍ଯ୍ୟକ୍ରମ ସମୁଚିତ ରିପୋର୍ଟ ‘ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି’ରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା ମିଲେଟ୍ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ ଯୋଜନା ଯଥାର୍ଥ ଉପକ୍ରମ ଭାବେ ସ୍ଥାନିତ ହୋଇଛି । ଏହି ଦୁଇଟି ଯୋଜନା ଗର୍ଭବତୀ, ପ୍ରସୂତି ମହିଳା, କିଶୋରୀ ଏବଂ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ
ହୋଇଛି ବୋଲି ଉଲ୍ଲେଖ କରିବା ସହ ଅନ୍ୟ ରାଜ୍ୟମାନେ ମଧ୍ୟ ଏହିଭଳି ଉତ୍ତମ କାର୍ଯ୍ୟକ୍ରମକୁ ଆପଣେଇବା ନିମନ୍ତେ ନିତି ଆୟୋଗ ପରାମର୍ଶ ଦେଇଛନ୍ତି ।

Niti Aayog Praises Odisha Millets Mission & Mo Upakari

ପ୍ରକାଶ ଥାଉ କି, ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରାଯାଇଥିଲା । ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୂଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ
ପାଇଲଟ୍ ପ୍ରକଳ୍ପ ଭାବେ କେନ୍ଦୁଝର ଜିଲ୍ଲାରେ ୩୩୫ଟି ଅଙ୍ଗନୱାଡ଼ି ଏବଂ ସୁନ୍ଦରଗଡ଼ ଜିଲ୍ଲାର ୫୪୯ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଉଛି ।  ଅଙ୍ଗନୱାଡ଼ି କେନ୍ଦ୍ରରେ ମାଣ୍ଡିଆ ଲଡ଼ୁ ବିତରଣକୁ ମଧ୍ୟ ନିତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି ।

Niti Aayog Praises Odisha Millets Mission & Mo Upakari

ସେହିଭଳି ଗୁରୁତର ଗର୍ଭବତୀ ମହିଳା, କିଶୋରୀ ଏବଂ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ପରିପୂରକ ପୁଷ୍ଟିସାଧନ ପାଇଁ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ଲକ୍ଷ୍ୟରେ ମହିଳା ଓ ଶିଶବୁିକାଶ ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମ୍ମିଳିତ ଉଦ୍ୟମରେ ଅକ୍ଟୋବର, ୨୦୧୯ରୁ ‘ମୋ ଉପକାରୀ ବଗିଚା’ ଯୋଜନା ଆରମ୍ଭ କରାଯାଇଛି । ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ଋତୁକାଳୀନ ପନିପରିବା ଓ ଫଳ ଆଦି ଖାଇବାକୁ ଦେଇ ସେମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ନିମନ୍ତେ ଉଦ୍ୟମ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ୧୭ ହଜାର ‘ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇଛି । ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂରୀକରଣ ଦିଗରେ ଏହି ଯୋଜନା ଯଥେଷ୍ଟ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ମା’ ଫୁଲବତି କ୍ଲବ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିତିଲା କୁଜିମହଲ ଟିମ୍

ଭୁବନେଶ୍ୱର: ଅନ୍ଧାରୁଆର ମା’ ଫୁଲବତି ଫୁଟବଲ କ୍ଲବର ୨୬ତମ ବାର୍ଷିକ ମ୍ୟାଚ୍ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚ ସହ ୫ ଦିନ ଧରି ଚାଲିଥିବା ଟୁର୍ଣ୍ଣମେଣ୍ଟ୍ ଆଜି ସରିଛି । ଆଜି ଫାଇନାଲ ମ୍ୟାଚ୍ ବେସ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ କୁଜି ମହଲ ଓ ଗୋବିନ୍ଦପୁର ଟିମ୍ ପରସ୍ପରକୁ ଭେଟିଥିଲେ । ମ୍ୟାଚର ନିର୍ଦ୍ଧାରିତ ସମୟରେ କୌଣସି ଟିମ୍ ଗୋଲ ଦେଇ ପାରିନଥିଲେ । ଫଳରେ ଟାଇ ବ୍ରେକରରେ ଫଳାଫଳ ନିର୍ଦ୍ଧାରିତ ହୋଇଥିଲା । ଟାଇବ୍ରେକରରେ କୁଜିମହଲ, ଗୋବିନ୍ଦପୁରକୁ ୪-୩ ଗୋଲରେ ପରାସ୍ତ କରିଥିଲା ।

ମ୍ୟାଚକୁ ରେଫରି ସୁଶାନ୍ତ ମିଶ ଓ ରାଣା ପରିଚାଳନା କରିଥିଲେ । ମ୍ୟାଚ୍ ଶେଷରେ କୁଜିମହଲ ଟିମକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଓଡ଼ିଶା ଅର୍ଥ ବିଭାଗର ଫାଇନାନ୍ସ ଜଏଣ୍ଟ ସେକ୍ରେଟେରି ପୀୟୂଷ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜ୍ଞାନରଂଜନ ପ୍ରଧାନ ଓ କ୍ଲବ୍ ସେକ୍ରେଟେରି ହୃଷିକେଶ ନାୟକ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

ଓଡ଼ିଶାକୁ କେବେ ଆସିବ କରୋନା ଟିକା ? କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ…

ଝାରସୁଗୁଡ଼ା: ଓଡ଼ିଶା ପାଇଁ ଆଶ୍ୱସ୍ତି । ଖୁବଶୀଘ୍ର ରାଜ୍ୟରେ ଉପଲବ୍ଧ ହେବ କୋଭିଡ୍ ଭ୍ୟାକ୍ସିନ୍ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାରେ ଜାନୁଆରୀ ୩୦ ତାରିଖ ନଚେତ୍ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କୁ ଟିକା ଦିଆଯିବ । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲାସ୍ତରରେ ମଧ୍ୟ ଶୀତଳଭଣ୍ଡାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

Covid Vaccine May Available In Odisha In January Last Says Naba Das

ଗତ ୨ ତାରିଖରେ ରାଜ୍ୟ ରାଜ୍ୟଧାନୀ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହୋଇଥିଲା । ଏଥିରେ ୨୫ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଦେଶରେ ଜରୁରୀକାଳୀନ ଅନୁମତି ପାଇଁ ଡିସିଜିଆଇ ୨ଟି ଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ଅକ୍ସଫୋର୍ଡ ଓ ଏଷ୍ଟ୍ରାଜେନକାର କୋଭାକ୍ସିନ୍ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର ।

Covid Vaccine May Available In Odisha In January Last Says Naba Das

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ଲାଗି ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପରେ ଆହୁରି ଅଧିକ ପ୍ରସ୍ତୁତ ହେବ । କେନ୍ଦ୍ର ଟିକା ଦେବା ପରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ ।

ଏଥିସହ ପଢ଼ନ୍ତୁ- ଟିକାକରଣ ପାଇଁ ସବୁପ୍ରକାର ବ୍ୟବସ୍ଥା ସରିଛି ଏବେ କେନ୍ଦ୍ରକୁ ଅପେକ୍ଷା…

ଅଷ୍ଟମଥର ବୈଠକ ବି ବିଫଳ, ଆସନ୍ତା ୮ରେ ପୁଣି ଆଲୋଚନା


ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ ମଧ୍ୟ ବିଫଳ ହେଲା ବୈଠକ । ବାହାରିପାରିଲା ନାହିଁ କୌଣସି ନିଷ୍କର୍ସ । ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ଫେଲ ମାରିଛି । ତେଣୁ ପୁନର୍ବାର ଆସନ୍ତା ୮ ତାରିଖରେ ବୈଠକ ବସିବାକୁ ଉଭୟ ପକ୍ଷଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଛି  । ତଦନୁଯାୟୀ ଦିନ ଧାର୍ଯ୍ୟ ହୋଇଛି ।

ସେପଟେ ଆଜିର ବୈଠକରେ ଦୁଇ ପ୍ରମୁଖ ଦାବି ଉପସ୍ଥାପନା କରିଥିଲା ଚାଷୀ ସଂଗଠନ । ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି ।

ଜିଦରେ ଅଡିବସିଥିବା ଚାଷୀ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି  । ଫଳରେ ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ଏବଂ ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଅଷ୍ଟମଥରର ଏହି ବୈଠକ ଏକପ୍ରକାର ବିଫଳ ହୋଇଥିବା ଜଣାପଡିଛି । ସେପଟେ ଏହାକୁ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର  ।

ତୋମାର କହିଛନ୍ତି, ଆଲୋଚନା ସକାରତ୍ମକ ରହିଛି  । ଆସନ୍ତା ୮ ତାରିଖରେ ବୈଠକ ଫଳପ୍ରଦ ହେବାନେଇ ଆଶା ରହିଛି  । ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି  । କିନ୍ତୁ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି ସପକ୍ଷରେ ସରକାର ନାହାଁନ୍ତି  । ଏହା ଦେଶର ଚାଷୀଙ୍କ ହିତ ପାଇଁ ସରକାର ପ୍ରଣୟନ କରିଛନ୍ତି, ଆଇନକୁ ବରଖାସ୍ତ କରିବାର କୌଣସି ପ୍ରଶ୍ନ ଉଠୁନାହିଁ  ।

ଜାନୁଆରୀ ୮ ତାରିଖରେ ଆଗାମୀ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ଥିବାବେଳେ କୃଷି ମନ୍ତ୍ରୀ କହିଛନ୍ତି, ତାଳି  ବାଜିବା ପାଇଁ ଉଭୟ ହାତର ଆବଶ୍ୟକତା ରହିଛି  । ସରକାର ପ୍ରସ୍ତୁତ ରହିଛନ୍ତି, ଚାଷୀ ସଂଗଠନ ମଧ୍ୟ ପ୍ରସ୍ତୁତ ରହିବା ଦରକାର । ଖୁବ ଜଲ୍ଦୀ ଏହି ବିବାଦରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି  । ସରକାର ସମସ୍ତ ଚାଷୀଙ୍କ ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ନରେନ୍ଦ୍ର ସିଂ ତୋମାର  ।

ସୌନ୍ଦର୍ଯ୍ୟ, ରୋଗ ପ୍ରତିରୋଧକ ପାଇଁ ଲାଭଦାୟକ ହାଲାରୀ ଗଧର କ୍ଷୀର, ବୃଦ୍ଧତ୍ୱ ଏବଂ ରୋଗରୁ ଦେଇଥାଏ ମୁକ୍ତି

ହିଲାରୀ ଗଧ କ୍ଷୀର: ସାଧାରଣତଃ ଲୋକମାନେ ଗାଇ, ମଇଁଷିର କ୍ଷୀର ପିଇଥାନ୍ତି, କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟକୁ ନଜରରେ ରଖିଲେ ଗଧ କ୍ଷୀର (Donkey Milk) ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ ହୋଇଥାଏ ।  National Research Centre on Equines ର ରିପୋର୍ଟ ମୁତାବକ, ଗୁଜୁରାଟ କଚ୍ଛରେ ଥିବା ହାଲାରୀ ପ୍ରଜାତିର ଗଧର କ୍ଷୀର ସ୍ୱାସ୍ଥ୍ୟ ପ୍ରତି ଖୁବ ଲାଭଦାୟକ । ହାଲାରୀର କ୍ଷୀର ଅନେକ ଔଷଧ ଏବଂ ବ୍ୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । କୁହାଯାଏ ଯେ, ଏହି କ୍ଷୀରରେ ଥିବା Anti Aging ପ୍ରୋଟିନ୍ ଆପଣଙ୍କ ବୃଦ୍ଧତ୍ୱକୁ ରୋକିଥାଏ ।

ତେବେ ହାଲାରୀ ଗଧର କ୍ଷୀର ପାଇଁ ବର୍ତ୍ତମାନ ଭାରତରେ ସେତେ ଭଲ ବଜାର ନାହିଁ । କସମେଟିକ୍ ପ୍ରସ୍ତୁତ କରୁଥିବା କିଛି କମ୍ପାନୀ ଏହି କ୍ଷୀରକୁ କିଣିଥାନ୍ତି । ଏହା ବ୍ୟତୀତ ଏହି କ୍ଷୀରକୁ ଦେଶର ଅନେକ ସ୍ଥାନରେ ପିଇଥାନ୍ତି ମଧ୍ୟ । ଖାସ କରି ଗାଁରେ ଶିଶୁ ମାନଙ୍କ ପାଖରେ ଦେଖାଦେଉଥିବା ପାଚକ ସମ୍ବନ୍ଧିୟ ସମସ୍ୟାକୁ ଦୂର କରିବା ପାଇଁ ଏହି କ୍ଷୀର ଦିଆଯାଇଥାଏ । ଏହି କ୍ଷୀରର ଲାଭଦାୟକ ଗୁଣ ବିଷୟରେ ଯଦି ଅଧିକ ପ୍ରଚାର ପ୍ରସାର ହୁଏ ତେବେ ଭାରତରେ ଏହାର ଭଲ ବ୍ୟବସାୟ ହୋଇପାରିବ ।

ହାଲାରୀ ଗଧ କ୍ଷୀରର ବଶେଷତ୍ତ୍ୱ-

  • NRCEର ରିସର୍ଚ୍ଚ ମୁତାବକ, ମାଆ କ୍ଷୀରରେ ଯେଉଁ ପୋଷକ ତତ୍ତ୍ୱ ଥାଏ, ସେହି ପୋଷକ ତତ୍ତ୍ୱ ହାଲାରୀ ଗଧ କ୍ଷୀରରେ ମଧ୍ୟ ରହିଥାଏ ।
  • ଛେଳି, ଓଟ, ମଇଁଷିର କ୍ଷୀର ତୁଳନାରେ ହାଲାରୀ ଗଧ କ୍ଷୀରର ଗୁଣବତ୍ତା ଅଧିକ ରହିଥାଏ । ଏହି କ୍ଷୀରରେ ଫ୍ୟାଟ ନଥାଏ ।
  • ଶିଶୁଙ୍କ ପାଚକ ଶକ୍ତି ବୃଦ୍ଧି କରିବାରେ ଏହି କ୍ଷୀର ସାହାଯ୍ୟ କରିଥାଏ ।
  • ତ୍ୱଚା ଚିକ୍କଣ ହେବା ସହ ଏହାକୁ ପିଇବା ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ମଧ୍ୟ ଭଲ ହୋଇଥାଏ ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
  • Anti Aging, Anti Oxidant ଏବଂ ଆଉ ଅନେକ ଔଷଧିୟ ଗୁଣରେ ଭରପୂର ଏହି କ୍ଷୀର ।

ଧିରେ ଧିରେ ବୃଦ୍ଧି ପାଉଛି ହାଲାରୀ କ୍ଷୀର ବ୍ୟବସାୟ

କସମେଟିକ୍ ପ୍ରସ୍ତୁତ କରୁଥିବା ଷ୍ଟାର୍ଟ ଅପ୍ କମ୍ପାନୀ ‘ଅର୍ଗାନିକ୍ସ’ ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ୍ ଲଞ୍ଚ କରିବା ଆରମ୍ଭ କରିଛନ୍ତି । ଅର୍ଗାନିକ୍ସର ପ୍ରତିଷ୍ଠାତା ପୂଜା କୌଲ୍ କହିଛନ୍ତି ଯେ, ‘ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ଗଧର ପ୍ରଜାତିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇନଥାଏ ଏବଂ ଏହି କାରଣରୁ କ୍ଷୀରର ଉପକାରୀ ଗୁଣ ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ । କିନ୍ତୁ, ଗତ ଦୁଇ-ତିନି ବର୍ଷ ଧରି ଲୋକମାନେ ଏ ବିଷୟରେ ସଚେତନ ହେଉଛନ୍ତି । ଆମେ ଗତ ଦୁଇ ବର୍ଷ ଧରି ଦିଲ୍ଲୀରୁ ଗଧ କ୍ଷୀର କିଣୁଛୁ, କିନ୍ତୁ ବର୍ତ୍ତମାନ ଆମେ କଚ୍ଛର ହାଲାରୀ ପ୍ରଜାତିର ଗଧର କ୍ଷୀର କିଣିବାକୁ ଯୋଜନା କରୁଛୁ ।’

 

ଲିଟର ପିଛା କ୍ଷୀରର ଦାମ ୨୦୦୦ ଟଙ୍କା

ପୂଜା କୌଲ୍ କହିଛନ୍ତି ଯେ, ‘ଭାରତରେ ଗଧ କ୍ଷୀରର ଲିଟର ପିଛା ଦାମ ପ୍ରାୟ ୨୦୦୦ ଟଙ୍କା ରହିଛି । ଆମେ ଏହାକୁ ସାବୁନ ତିଆରି କରିବା ପାଇଁ ବ୍ୟବହାର କରୁ । କର୍ଣ୍ଣାଟକର ଅନେକ ଗାଁରେ ଶିଶୁମାନଙ୍କୁ ରୋଗରୁ ଦୂରେଇ ରଖିବା ପାଇଁ ହାଲାରୀ ଗଧ କ୍ଷୀର ପିଇବାକୁ ଦିଆଯାଇଥାଏ । ଗଧଙ୍କୁ ପାଳୁଥିବା ଅନେକ କମ୍ୟୁନିଟି ଏହାର କ୍ଷୀରକୁ ଚାମଚ ପିଛା ୫୦ ରୁ ୧୦୦ ଟଙ୍କାରେ ବିକ୍ରି କରନ୍ତି । ସାଧାରଣତଃ ଦିନକରେ ଗଧଟିଏ ୧ ଲିଟର କ୍ଷୀର ଦେଇଥାଏ ।’

ରାଜସ୍ଥାନର କମ୍ପାନୀ ଗୁଜୁରାଟରେ ଖୋଲିବ ଡାୟରୀ

ହାଲାରୀ ଗଧର କ୍ଷୀର ଉପରେ ଗବେଷଣା ପରେ ଏହି କ୍ଷୀରର ଚାହିଦା ବଢ଼ିବାରେ ଲାଗିଛି । ଏହି କାରଣରୁ, ଓଟ କ୍ଷୀର ଉତ୍ପାଦ ପ୍ରସ୍ତୁତ କରୁଥିବା ରାଜସ୍ଥାନର ଆଡଭିକ୍ ଫୁଡ୍ କମ୍ପାନୀ ଗୁଜୁରାଟରେ ହାଲାରୀ ଗଧ କ୍ଷୀର ପାଇଁ ଡାୟରୀ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି । ଆଡଭିକ୍ ଫୁଡ୍ସର ପ୍ରତିଷ୍ଠାତା ହିତେଶ ରାଠୀ କହିଛନ୍ତି ଯେ, ‘ଗୁଜୁରାଟରେ ହାଲାରୀ ଗଧକୁ ପାଳୁଥିବା ଅନେକ ସମ୍ପ୍ରଦାୟ ସହ ଆମେ ଭେଟିସାରିଛୁ । ବର୍ତ୍ତମାନ ସମୟରେ ଆମେ ଅନୁସନ୍ଧାନ କରୁଛୁ ଯେ, ପ୍ରତିଦିନ ଆମକୁ କେତେ କ୍ଷୀର ମିଳିପାରିବ ଏବଂ ଏହାର ମୂଲ୍ୟକୁ କିପରି ନିୟନ୍ତ୍ରଣ କରାଯାଇପାରିବ ।

ହାଲାରୀ ଗଧ ଦେଖିବାକୁ ଧଳା ରଙ୍ଗର ଓ ଆକାରରେ ଘୋଡ଼ା ପରି ଅଟେ । ଅବଶ୍ୟ ଏହା ଘୋଡ଼ା ତୁଳନାରେ ଉଚ୍ଚତାରେ ଛୋଟ ଥାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଶରୀରରେ ବ୍ୟାପିଥିବା ବିଷ, ଜ୍ୱର, ଥକାପଣ, ଆଖିରେ ଦାଗ, ଦୁର୍ବଳ ଦାନ୍ତ, ପାଟି ଘା, ଆସ୍ଥମା ଏବଂ ମହିଳାଙ୍କ ସହ ଜଡିତ ଅନେକ ରୋଗ ଦୂର କରିବାରେ ଗଧ କ୍ଷୀର ସହାୟକ ହୋଇଥାଏ ।