spot_img
Home Blog Page 6152

କାଲି ଚିଲିକାରେ ପକ୍ଷୀ ଗଣନା, ନିୟୋଜିତ ହେବେ ୨୧ଟି ଟିମ୍

ଟାଙ୍ଗୀ: ଶୀତ ଆସିଲେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା କରାଯାଏ । ଆସନ୍ତାକାଲି ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚିଲିକାରେ ପକ୍ଷୀ ଗଣନା କରାଯିବ । ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

Birds Count In Chilika Lake Tomorrow

ଆସନ୍ତାକାଲି ୨୧ଟି ଟିମ୍ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବ । ଆଜିର ପ୍ରଶିକ୍ଷଣ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସଂଗଠନର ଅଭିଜ୍ଞ କର୍ମକର୍ତ୍ତା ଯୋଗ ଦେଇଥିଲେ ।Birds Count In Chilika Lake Tomorrow

ଗତବର୍ଷ ଚିଲିକାକୁ ୧୧ ଲକ୍ଷ ୫ ହଜାର ୪୦ ପକ୍ଷୀଙ୍କ ସମାଗମ ହୋଇଥିଲା । ୨୦୧୯ ଅପେକ୍ଷା ୨୦୨୦ରେ ପକ୍ଷୀଙ୍କ ଆଗମନ ବଢ଼ିଥିଲା । ୨୦୧୯ରେ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ ।

ରାଜଧାନୀ ଉପକଣ୍ଠରେ ଲୁଟେରାରାଜ୍, ମାରଣାସ୍ତ୍ର ଦେଖାଇ ଲକ୍ଷେ ୪୧ ହଜାର ଲୁଟ୍

ବାଲିପାଟଣା: କେବଳ ରାଜଧାନୀ ନୁହେଁ ରାଜଧାନୀ ଉପକଣ୍ଠରେ ବି ମାତିଲେଣି ଲୁଟେରା । ଦିନ ଦ୍ୱିପ୍ରହରରେ ନିଛାଟିଆ ରାସ୍ତା ଦେଖି କରୁଛନ୍ତି ଟାର୍ଗେଟ୍ । ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ଟଙ୍କା । ବାଲିପାଟଣା ଥାନା ସରାଟ ଗାଁ ରାସ୍ତାରୁ ଆଜି ଦିନବେଳା ଏମିତି ଏକ ଲୁଟ୍ ହୋଇଛି । ଦୁର୍ବୃତ୍ତ ଜଣେ ସିମେଣ୍ଟ ଡିଷ୍ଟ୍ରିବ୍ୟୁଟର କର୍ମଚାରୀଙ୍କ ଠାରୁ ୧ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଛନ୍ତି ।

Miscreants Loots 1.42 Lakh In Baliapatana

ଭୁବନେଶ୍ଵର ଝାରପଡ଼ା ଅଞ୍ଚଳର ସାଇ ଟ୍ରେଡିଂ ଲିମିଟେଡର କର୍ମଚାରୀ ରାଜେସ ରାଉଳ ବକେୟା ସଂଗ୍ରହ କରି ଭୁବନେଶ୍ଵର ଫେରୁଥିଲେ । ବାଲିପାଟଣା ସରାଟ ଗାଁ ପୋଖରୀ ନିକଟରେ ୨ ଜଣ ଲୁଟେରା ଏକ ବାଇକରେ ଆସି ରାଜେଶଙ୍କୁ ଅଟକାଇଥିଲେ । ରାଜେଶଙ୍କ ମୁଣ୍ଡରେ ଏକ କଟୁରି ଲଗାଇ ଟଙ୍କା ବ୍ୟାଗ ନେଇ ଫେରାର୍ ହୋଇ ଯାଇଥିଲେ ଦୁର୍ବୃତ୍ତ । ବାଲିପାଟଣା ପୋଲିସ ଲୁଟ୍ ଅଭିଯୋଗର ତଦନ୍ତ କରୁଛି । ବିଭିନ୍ନ ସ୍ଥାନରେ ଲଗାଯାଇଥିବା  ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଚିହ୍ନଟ କରାଯିବ ବୋଲି ପୋଲିସ କହିଛି ।

‘ରାଜନୀତିକ ହିଂସା ଘଟଣାରେ ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣା । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ଚିନ୍ମୟ ସାହୁ । ରାଜନୀତିକ ହିଂସା ଘଟଣାରେ ରାଜ୍ୟ ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଯେଉଁ ଦଳ ରାଜନୈତିକ ହିଂସା ଆରୋପ ଲଗାଉଛନ୍ତି, ସେମାନେ ବିଭିନ୍ନ ରାଜ୍ୟରେ ସରକାରରେ ଅଛନ୍ତି । ସେହି ରାଜ୍ୟରେ କେଉଁ ଭଳି ରାଜନୀତିକ ହିଂସା ହେଉଛି, ସେ କଥା କାହାକୁ ଅଛପା ନାହିଁ । ତେଣୁ ସେମାନଙ୍କର ଏ ବାବଦରେ କହିବାର ନୈତିକ ଅଧିକାର ନାହିଁ ।

ଏନସିଆରବି ରିପୋର୍ଟ କହୁଛି, ୨୦୧୯-୨୦ରେ ଓଡ଼ିଶାରେ ଗୋଟିଏ ବି ରାଜନୀତିକ ହିଂସା ହୋଇନାହିଁ । ସର୍ବାଧିକ ରାଜନୀତିକ ହତ୍ୟା ପଶ୍ଚିମବଙ୍ଗରେ ହୋଇଛି । ବିହାର ଏବଂ ଝାଡ଼ଖଣ୍ଡରେ ୬ଟି, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି ରାଜନୀତିକ ହତ୍ୟା ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି ବି.ଯୁଗଳ କିଶୋର କହିଛନ୍ତି । ଏହାକୁ ନେଇ ବିଜୁ ଜନତା ଦଳକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ।

BJD SpokesPerson Chinmay Sahoo On Mahanga Double Murder

ହତ୍ୟା ମାମଲାରେ ଦୋଷୀଙ୍କୁ ଗିରଫ କରାଯାଉ ଏବଂ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଏଥିସହ ପଢ଼ନ୍ତୁ- ମାହାଙ୍ଗା ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛନ୍ତି ବିରୋଧୀ: ପ୍ରତାପ ଜେନା

ଜଙ୍ଗଲରୁ ମିଳିଲା ନିଖୋଜ ନାବାଳିକାଙ୍କ ରକ୍ତାକ୍ତ ମୃତଦେହ

ବରଗଡ଼: ନିଖୋଜ ୯ ବର୍ଷର ଝିଅର ମୃତଦେହ ଉଦ୍ଧାର ହୋଇଛି । ବରଗଡ଼ ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ଗାଁର ଜଣେ ନାବାଳିକା ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକେ ରାତି ତମାମ୍ ଖୋଜାଖୋଜି ସତ୍ତ୍ୱେ ଝିଅକୁ ପାଇନଥିଲେ । ଏନେଇ ନାବାଳିକାର ବାପା ପାଇକମାଲ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଗାଁ ନିକଟ ଜଙ୍ଗଲରୁ ଆଜି ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ମିଳିଛି ।

Missing Minor Girl Body Found From Bargarh Forest

ସୋମବାର ସକାଳେ କିଛି ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳେ ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ । ଏନେଇ ଗ୍ରାମବାସୀ ସଙ୍ଗେ ସଙ୍ଗେ ପାଇକମାଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଆସୁଥିବା ଜଣାପଡ଼ିଛି ।

ପୁଣି ଚାଷୀ ଖାଇଲେନି ସରକାରଙ୍କ ଖାଦ୍ୟ, କହିଲେ ଏମିତି..

ନୂଆଦିଲ୍ଲୀ: ସରିନାହିଁ ଆଲୋଚନା ,ବାହାରିନି ନିଷ୍କର୍ସ । ଦିଲ୍ଲୀସ୍ଥିତି ବିଜ୍ଞାନ ଭବନରେ ବସିଛି ଚାଷୀ-ସରକାର ବୈଠକ । କିନ୍ତୁ ଏହାରି ମଧ୍ୟରେ ମଧ୍ୟାହ୍ନ ଭୋଜନ ବିରତିରେ ଦେଖାଯାଇଛି ପୂର୍ବସ୍ଥିତି । କେନ୍ଦ୍ର ସରକାରଙ୍କ ଖାଦ୍ୟକୁ ଗ୍ରହଣ କରିବୁନାହିଁ ବୋଲି ସିଧାସିଧା କହିଛନ୍ତି ଚାଷୀ । ପୁନର୍ବାର ମଧ୍ୟାହ୍ନ ଭୋଜନକୁ ବର୍ଜନ କରିଛି ସଂଗଠନ । ଆଉ ସରକାରଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ତୁମେ ତୁମ ଖାଦ୍ୟ ଖାଅ, ଆମେ ଆମ ଖାଦ୍ୟ ଖାଇବୁ ।

ପୂର୍ବରୁ ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ସାତ ଥର ଶେଷ ହୋଇସାରିଛି ବୈଠକ । ଆଜି ଅଷ୍ଟମଥର ପାଇଁ ବସିଛି ବୈଠକ । ଚାଷୀ ସଂଗଠନର ୪ଟି ଦାବିରୁ ୨ଟି ଦାବିକୁ ମାନି ନେଇଛନ୍ତି ସରକାର । ଯଥା ନଡା ଜଳାଇବା ଏବଂ ବିଜୁଳି ବିଲ ଭଳି ଦୁଇଟି ଦାବିକୁ ସରକାର ମାନିନେଇଥିବା ବେଳେ ଆଜି ଏମଏସପି ଏବଂ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ଜାରି ରହିଛି ।

କୁକୁଡ଼ାଙ୍କ ଏହି ୪ଟି ଅଭ୍ୟାସ ଅନୁସରଣ କଲେ ମିଳିବ ସଫଳତା, ଜାଣନ୍ତୁ କଣ କହେ ଚାଣକ୍ୟ ନୀତି

0

ଚାଣକ୍ୟ ନୀତି: ମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ, କୁଶଳ ରାଜନୈତିଜ୍ଞ, ଚତୁର କୂଟନୀତିଜ୍ଞ ଏବଂ ଅର୍ଥନୀତିରେ ପ୍ରଗାଢ଼ ଜ୍ଞାନ ବହନ କରିଥିବା ଚାଣକ୍ୟ ମନୁଷ୍ୟ ପାଇଁ ଅନେକ ପ୍ରାସଙ୍ଗିକ ନୀତି ପ୍ରସ୍ତୁତ କରିଛନ୍ତି । ଏହି ନୀତି ଗୁଡ଼ିକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟ ନିଜ ଜୀବନରେ ସଫଳତା ହାସକ କରିପାରିବ । ଏହି କାରଣରୁ ଚାଣକ୍ୟଙ୍କୁ ନୀତିଶାସ୍ତ୍ରରେ ସଂପୂର୍ଣ୍ଣ ଜ୍ଞାନ ଆହରଣ କରିଥିବା ବ୍ୟକ୍ତି ଭାବେ ବିବେଚନା କରାଯାଇଛି ।

ସେ ନିଜ ଚାଣକ୍ୟ ନୀତିରେ ଏକ ଶ୍ଲୋକ ମାଧ୍ୟମରେ କୁକୁଡ଼ା ମାନଙ୍କ ୪ ଗୋଟି ଗୁଣକୁ ବର୍ଣ୍ଣନା କରିଛନ୍ତି । ଏହି ୪ଗୋଟି ଗୁଣକୁ ଯଦି ମନୁଷ୍ୟ ଅନୁସରଣ କରେ ତେବେ ଜୀବନରେ ସଫଳତା ସୁନିଶ୍ଚିତ ବୋଲି ଚାଣକ୍ୟ କହିଛନ୍ତି । ତେବେ ଆସନ୍ତୁ ଜାଣିବ କ’ଣ ସେହି ୪ଟି ଗୁଣ…

ପ୍ରତ୍ୟୁସ୍ଥନଂ ଚ ୟୁଦ୍ଧଂ ଚ ସମ୍ୱିଭାଗଂ ଚ ବନ୍ଧୁଷୁ ।

ସ୍ୱୟମାକ୍ରମ୍ୟ ଭୁକ୍ତଂ ଚ ଶିକ୍ଷେଚ୍ଚତ୍ୱାରି ତୁକ୍କୁଟାତ୍ ।

ଏହି ଶ୍ଲୋକ ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ କୁକୁଡ଼ା ଠାରୁ ତାର ୪ ଗୋଟି ଗୁଣ ଶିଖିବା ଉଚିତ । ସେ କହିଛନ୍ତି ଯେ, ବ୍ୟକ୍ତିକୁ କୁକୁଡ଼ା ପରି ସକାଳୁ ଉଠିବା ଉଚିତ । ବ୍ୟକ୍ତି ପ୍ରାତଃ କାଳରୁ ଉଠିଲେ ପୁରା ଦିନ କାମ କରିପାରିବ ଏବଂ ସଫଳତା ହାସଲ କରିପାରିବ । ଏହାସହ ସକାଳୁ ଉଠିଲେ ତାହା ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହେବ ବୋଲି ଚାଣକ୍ୟ କହିଛନ୍ତି ।

କୁକୁଡ଼ାର ଦ୍ୱିତୀୟ ଗୁଣ ବିଷୟରେ ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ, ଅର୍ଥାତ ସର୍ବଦା ସତର୍କ ରହିବା ଉଚିତ । କେବେ ଏମିତି ପରିସ୍ଥିତି ନଆସୁ, ଯେଉଁଠି ଶତ୍ରୁ ଆପଣଙ୍କ ପଛରେ ଷଡ଼ଯନ୍ତ୍ର କରୁଥିବ ଏବଂ ଆପଣ ସଂଜ୍ଞାହୀନ ଥିବେ ।

ଏହାସହ ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ କୁକୁଡ଼ା ପରି ବନ୍ଧୁ, ପରିଜନଙ୍କୁ ନିଜ ଭାଗର ବସ୍ତୁ ପ୍ରଦାନ କରିବା ଅଭ୍ୟାସ ରହିବା ଉଚିତ । କୁକୁଡ଼ାଙ୍କ ଚତୁର୍ଥ ଗୁଣକୁ ବଖାଣି ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟକୁ ସର୍ବଦା ପରିଶ୍ରମ କରି ଜୀବନ ଯାପନ କରିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ ମୁତାବକ କୁକୁଡ଼ାଙ୍କ ଏହି ୪ଗୋଟି ଗୁଣକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟକୁ ଜୀବନରେ ସଫଳତା ହାସଲ କରିବାରେ ସାହାଯ୍ୟ ମିଳିଥାଏ ।

ଅପରାଧମୁକ୍ତ ବସ୍ତି ପାଇଁ କମିଶନରେଟ୍ ପୋଲିସର ନୂଆ ଅଭିଯାନ

ଭୁବନେଶ୍ୱର: ରାଜଧାନୀରେ କମିଶନରେଟ୍ ପୋଲିସର ଚିନ୍ତା ବଢ଼ାଇଛି ଅପରାଧ । ଭୁବନେଶ୍ୱରରେ ଅପରାଧମୁକ୍ତ ବସ୍ତି ପାଇଁ କମିଶନରେଟ୍ ପୋଲିସ ନୂଆ ଅଭିଯାନ ଆରମ୍ଭ କରିଛି । କମିଶନରେଟ୍ ପୋଲିସ ପକ୍ଷରୁ ‘ବସ୍ତିକୁ ଚାଲ ଅଭିଯାନ’ ଆରମ୍ଭ ହୋଇଛି । ଅଭିଯାନ ପ୍ରକାରେ- ଏଣିକି ଘରଭଡ଼ା ଦେଲେ ଥାନାକୁ ଜଣାଇବେ ଘର ମାଲିକ । ଏହାଦ୍ୱାରା ଭାରତରେ ଥିବା ଯେ କୌଣସି ଲୋକଙ୍କ ଡାଟାବେସ୍‌ ଜାଣିହେବ ।

Commissionerate Police Drive For Crime Free Slum

ସେତିକି ନୁହେଁ ବାହାର ରାଜ୍ୟର ଲୋକଙ୍କୁ ଭଡ଼ା ଦେଉଥିଲେ ଘର ମାଲିକ ପୋଲିସକୁ ଅବଗତ କରାଇବେ ।  ଭଡ଼ାଟିଆଙ୍କର ପରିଚୟପତ୍ର ଯାଞ୍ଚ କରାଯିବ । ପ୍ରତି ସପ୍ତାହରେ କମିଶନରେଟ୍ ପୋଲିସ୍ ୫ରୁ ୬ଟି ବସ୍ତିକୁ ଯିବ । ବସ୍ତିର ପିଲାଙ୍କୁ କମିଶନରେଟ୍ ପୋଲିସରେ ସହଯୋଗ ପାଇଁ ସାମିଲ୍ କରାଯିବ । ଅପରାଧ ରେକର୍ଡ ଥିବା ଯୁବକଙ୍କୁ ସ୍କାନରରେ ରଖିବ କମିଶନରେଟ୍ ପୋଲିସ ।

ଆମ ବାଲିଘାଟ, ଆମକୁ ନିଲାମ ଦିଅ…

ଜଗତସିଂହପୁର: ନିଲାମକୁ କେନ୍ଦ୍ର କରି ତହସିଲ୍ କାର୍ଯ୍ୟାଳୟରେ ଉତ୍ତେଜନା । ଜଇପୁର ମହାନଦୀ ବାଲିଘାଟ ନିଲାମକୁ ନେଇ ଜଗତସିଂହପୁର ରଘୁନାଥପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଜିଲ୍ଲା ବାହାରର ଠିକାଦାରଙ୍କୁ ମହାନଦୀ ବାଲିଘାଟ ନିଲାମ ଦିଆଯିବାକୁ ବିରୋଧ କରି ସ୍ଥାନୀୟ କିଛି ଲୋକ ୫ ଦିନ ହେଲା ତହସିଲ୍ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି । ଆଜି ଧାରଣାସ୍ଥଳରେ ଜଗତସିଂହପୁର ଉପଜିଲ୍ଲାପାଳ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Agitation In Front Of Raghunathpur Tehsil For Balighat Tender

ତହସିଲ୍ ଅଫିସ୍ ସାମ୍ନାରେ ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ସୂଚନା ଅନନୁସାରେ ଛପଡ଼ା ପଞ୍ଚାୟତ ଜଇପୁର ମହାନଦୀ ବାଲିଘାଟକୁ ପୂର୍ବରୁ ଜଇପୁର ଜଗନ୍ନାଥ ଶ୍ରମିକ ସମବାୟ ସମିତି ନିଲାମ ନେଇଥିଲା । ବାଲିଘାଟରେ କାମ କରି ସ୍ଥାନୀୟ ଅଞ୍ଚଳର ଦୁଇ ଶହ ପରିବାର ଚଳୁଥିଲେ । ଚଳିତବର୍ଷ ଟେଣ୍ଡରରେ କଟକ ଅଞ୍ଚଳର ଜଣେ ଠିକାଦାର ବାଲିଘାଟ ନିଲାମ ନେଇଛନ୍ତି । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି ।

ଜମି କିଣାରେ ବ୍ୟାପକ ଦୁର୍ନୀତି, ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ପଚରାଉଚରା

ନୂଆଦିଲ୍ଲୀ: ବେନାମୀ ସମ୍ପତି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ପଚରାଉଚରା । ସମ୍ପତି ହାତେଇବା ଘୋଟଲାରେ ପୂର୍ବରୁ ଆୟକର ବିଭାଗ ଭଦ୍ରାଙ୍କୁ ନୋଟିସ ଜାରି କରିଥିଲା । ନୋଟିସ ପରେ ମଧ୍ୟ ବିଭାଗର କାର୍ଯ୍ୟାଳୟରେ ହାଜର ହୋଇନଥିଲେ ରବର୍ଟ ଭଦ୍ରା । ଏହାପରେ ଆୟକର ଅଧିକାରୀ ସିଳାସଳଖ ରବର୍ଟ ଭଦ୍ରାଙ୍କ ଅଫିସରେ ପହଁଚି ପଚରାଉଚରା ଜାରି ରଖିଛନ୍ତି ।

ସୂଚନା ମୁତାବକ, ଦକ୍ଷିଣ ପୂର୍ବ ଦିଲ୍ଲୀ ସ୍ଥିତ ସୁଖଦେବ ବିହାର ଅଞ୍ଚଳରେ ରହିଥିବା ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଁଚିଛି ଆୟକର ବିଭାଗ । ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବା ସହ ପଚରାଉଚରା ଜାରି ରହିଛି । ଖବର ମୁତାବକ ବିକାନେର ଏବଂ ଫରିଦାବାଦ ଅଞ୍ଚଳରେ ଭଦ୍ରା ଜମି ଘୋଟୋଲା କରିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ପୂର୍ବରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ଏବଂ ଆଜି କାର୍ଯ୍ୟାଳୟରେ ପଚରାଉଚରା କରୁଛି ଆୟକର ବିଭାଗ ।

ଅଭିଯୋଗକାରୀଙ୍କ କହିବା ମୁତାବକ, ରବର୍ଟ ଭଦ୍ରାଙ୍କ ସନଲାଇଟ ହସ୍ପିଟାଲିଟି ରାଜସ୍ଥାନର ବିକାନେର ଅଞ୍ଚଳରେ ଜମି କିଣାରେ ବ୍ୟାପକ ଦୁର୍ନୀତି କରିଛି । ଯାଞ୍ଚ କରୁଥିବା ସଂସ୍ଥା କହିଛି, ରବର୍ଟ ଭଦ୍ରାଙ୍କ ପାର୍ଟନସିପ ସଂସ୍ଥା ସ୍କାଇଲାଇଟ ହସ୍ପିଟାଲିଟି ୬୯.୫୫ ହେକ୍ଟର ଜମିକୁ ୭୨ ଲକ୍ଷ ଟଙ୍କାରେ କିଣିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଜମିକୁ ଏଲେଗେନୀ ଫିନଲେଜ କମ୍ପାନୀଙ୍କୁ ୫.୧୫ କୋଟି ଟଙ୍କାରେ ବିକ୍ରୟ କରିଛନ୍ତି । ଅର୍ଥାତ ଭଦ୍ରା ୪.୪୩ କୋଟି ଟଙ୍କା ସମାନ ଜମି ଉପରେ ଲାଭ କରିଛନ୍ତି । ଏହି ଅଭିଯୋଗକୁ ନେଇ ଗାନ୍ଧୀ ପରିବାରର ଜ୍ୱାଇଁ ଅର୍ଥାତ କଂଗ୍ରେସ ମହାସଚିବଙ୍କ ସ୍ୱାମୀଙ୍କୁ ପଚରାଉଚରା ଜାରି ରଖିଛି ଆୟକର ବିଭାଗ ।

ପିଲାଙ୍କୁ କୋଭିସିଲ୍ଡ ଟିକା ଦିଆଯିବ କି ? ଜାଣନ୍ତୁ ବୟସକୁ ନେଇ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଭାରତରେ କରୋନା ଭ୍ୟାକସିନକୁ ନେଇ ପ୍ରସ୍ତୁତି ଶେଷପର୍ଯ୍ୟାୟରେ । ଏଯାବତ କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଅନୁମୋଦନ ମିଳିସାରିଥିବାବେଳେ ଆଗାମୀ ଦିନରେ ଟୀକାକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମସ୍ତେ ତତ୍ପର । ତେବେ ସରକାରଙ୍କ ଅନୁମୋଦନ କ୍ରମେ ସିରମ ଇନଷ୍ଟିଟ୍ୟୁଟର ‘କୋଭିସିଲ୍ଡ’କୁ ୧୮ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଦିଆଯିବ । ଅନ୍ୟପଟେ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ୧୨ ବର୍ଷରୁ ଅଧିକ ବୟସ ଥିବା ଲୋକମାନଙ୍କୁ ଦିଆଯିଇପାରିବ ।

ଭାରତ ସରକାର ଏଯାବତ ଯେଉଁ ଦୁଇଟି ଭ୍ୟାକସିନକୁ ଅନୁମୋଦନ ଦେଇଛନ୍ତି ସେଥିମଧ୍ୟରେ ସୀରମ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକସିନ ସାମିଲ ରହିଛି । କୋଭିସିଲ୍ଡକୁ ଅଧିକ ପ୍ରାଥମିକତା ଦିଆଯାଉଛି ଏବଂ ଏହାକୁ ୧୮ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଦିଆଯିବ ।  ଅନ୍ୟପଟେ ହାଇଦ୍ରାବାଦର ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କୋଭାକ୍ସିନକୁ ୧୨ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ।

ସୂଚନା ମୁତାବକ, ଭାରତ ବାୟୋଟେକ ନିଜର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲରେ ପ୍ରାୟ ୩୮୦ ଜଣ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ଭ୍ୟାକସିନର ଡୋଜ ଦେଇଥିଲା ଏବଂ ଏହାର ଫଳାଫଳ ଭଲ ଆସିଥିଲା । ଏହି କାରଣରୁ କୋଭାକ୍ସିନକୁ ୧୨ ବର୍ଷ ବୟସରୁ ଅଧିକ ଥିବା ଶିଶୁ ଏବଂ ଅନ୍ୟ ଲୋକଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

କେଉଁ ଭ୍ୟାସିନକୁ ତେବେ ସମୟ ବ୍ୟବଧାନରେ ଦିଆଯିବ ?   

ଭାରତ ବାୟୋଟେକ ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯିବ ଏବଂ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୨୮ ଦିନର ବ୍ୟବଧାନ ରଖାଯିବ ।ସେହିପରି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିବୃତ୍ତି ମୁତାବକ ଦେଶରେ ପ୍ରଥମେ କୋଭିସିଲ୍ଡ ଭ୍ୟାକସିନ ପ୍ରଦାନ କରାଯିବ ଯାହା ୧୮ ବର୍ଷରୁ ଅଧିକ ବ୍ୟୟସ୍କ ବ୍ୟକ୍ତିଙ୍କୁ ଦିଆଯିବ । ଲୋକଙ୍କୁ କୋଭିସିଲ୍ଡର ସମୁଦାୟ ଦୁଇଟି ଡୋଜ ଦିଆଯିବ ଏବଂ ଦ୍ୱିତୀୟ ଡୋଜରେ ୪ରୁ ୬ ସପ୍ତାହର ବ୍ୟବଧାନ ରଖାଯିବ । ସେହିପରି କୋଭିସିଲ୍ଡ ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯିବ ।