spot_img
Home Blog Page 6159

ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆଡ୍‌ଭାଇଜରି ଜାରି କଲା କ୍ରାଇମ୍‌ବ୍ରାଞ୍ଚ୍

ଭୁବନେଶ୍ୱର: ସୋସିଆଲ ମିଡ଼ିରେ ଠକଙ୍କ ରାଜୁତି ରୋକିବାକୁ କ୍ରାଇମବ୍ରାଞ୍ଚର ନୂଆ ପ୍ରୟାସ । ଏଥର ଖସିପାରିବେନି ସାଇବର ଠକ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆଡ୍‌ଭାଇଜରି ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ୍‌ । ସାଇବର ଠକ ପ୍ରଥମେ ଫେସବୁକ୍ ଆକାଉଣ୍ଟ ପ୍ରୋଫାଇଲ ଭିଜିଟ୍ କରି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଛନ୍ତି  । ପରେ ମେସେଞ୍ଜରରେ ୨ଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇ ବାର୍ତ୍ତାଳାପ ହୁଏ । ସାଇବର ଠକ ହ୍ୱାଟ୍ସଆପ୍ ନମ୍ବର ମାଗି ଅଡିଓ, ତା’ପରେ ଭିଡିଓ ଚାଟ୍ କରିବାକୁ ଅନୁରୋଧ କରେ ।

ଫେସବୁକରେ ଥିବା ସୁନ୍ଦରୀ ଝିଅ କିମ୍ବା ପୁଅ ଦେଖି ଅନୁରୋଧକୁ ଆକ୍ସେପ୍ଟ କରିନିଅନ୍ତି । କିଛିଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ଅଶ୍ଲୀଳ ଭିଡିଓ ଚାଟ୍ ଆରମ୍ଭ ହୁଏ । ଭିଡିଓ ଚାଟକୁ ସାଇବର ଠକ ନିଜ ମୋବାଇଲରେ ସ୍କ୍ରିନ ରେକର୍ଡ କରି ରଖେ । କିଛିଦିନ ପରେ ପରିବାର , ସମ୍ପର୍କୀୟ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ଧମକ ଦେଇ ଗୁଗ୍‌ଲ ପେ’ କିମ୍ବା ଫୋନ୍‌ପେ’ରେ ଟଙ୍କା ପଠାଇବାକୁ ବାଧ୍ୟ କରେ ।

କିଛିଦିନ ହେଲା ଏଭଳି ଅଭିଯୋଗ ଆସୁଥିବାରୁ ଏପରି ଠକଙ୍କଠାରୁ ଦୂରେଇ ରହିବା ସହ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍‌ସେପ୍ଟ ନକରିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ ପରାମର୍ଶ ଦେଇଛି । ଏଭଳି ଠକମାନଙ୍କର କାର୍ଯ୍ୟକଳାପକୁ ରୋକିବା ପାଇଁ ଏମିତି ଏକ ନୂଆ ପ୍ରୟାସ କରିଛି କ୍ରାଇବ୍ରାଞ୍ଚ ।

ପାକିସ୍ତାନର କୁଖ୍ୟାତ୍ ଆତଙ୍କବାଦୀ ଗିରଫ

ଲାହୋର: ଗିରଫ ହେଲା ଲଶ୍କରର ଅପରେସନ୍ କମାଣ୍ଡର ଜାକି-ଉର-ରେହମାନ ଲଖବି। ଗତକାଲି ପାକିସ୍ତନରେ ଲାହୋରରୁ ଲାଖଭିକୁ ଗିରଫ କରାଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଲାଖଭି ମାଷ୍ଟରମାଇଣ୍ଡ ଥିବାବେଳେ ମିଳିତ ଜାତିସଂଘରେ ତାକୁ  ଆତଙ୍କବାଦୀ ଭାବରେ ନାମିତ କରାଯାଇଥିଲା।

ସୂଚନା ମୁତାବକ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଲାଖଭିକୁ ଗିରଫ୍ କରାଯାଇଛି। ୨୦୧୫ରେ ପାକିସ୍ତାନ ସରକାର ଲଖବିକୁ ଗିରଫ କରିଥିଲା। ହେଲେ ତା ବିରୋଧରେ ଠୋସ୍ ପ୍ରମାଣ ନଥିବା ଦର୍ଶାଇ ତାକୁ ମୁକ୍ତ କରିଥିଲା ପାକିସ୍ତାନ ସରକାର। ଜେଲରୁ ଫେରିବା ପରେ ବି ଲଖବି ଆତଙ୍କବାଦର ନେତୃତ୍ୱ ନେଉଥିଲା।

ସୂଚନାଯୋଗ୍ୟ, ଆତଙ୍କବାଦୀ ହାଫିଜ୍ ସଇଦ ସହ ମିଶି ଜାକି-ଉର-ରେହମାନ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପ୍ଲାନ୍ କରିଥିଲା। ଏହି ଆକ୍ରମଣରେ ଶତାଧି୍କ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।

 

ଆଶ୍ୱସ୍ତ କଲେ ଡିସିଜିଆଇ: କହିଲେ ଟିକା ୧୧୦% ସୁରକ୍ଷିତ

ନୂଆଦିଲ୍ଲୀ: ୨ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ମିଳିଛି ଅନୁମତି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍ ଇଣ୍ଡିଆ (DCGI) । ଏଥିସହିତ ଭାରତରେ କାଡିଲା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମଧ୍ୟ ଅନୁମତି ମିଳିଛି ।

ସୂଚନା ଯୋଗ୍ୟ, କୋଭାକ୍ସିନର ଜରୁରୀକାଳୀନ ପ୍ରୟୋଗ ପାଇଁ CDSCO ପ୍ୟାନେଲ୍ ପକ୍ଷରୁ ଅନୁମତି ମିଳିଛି । ଭାରତ ବାୟୋଟେକ୍ ଓ ଆଇସିଏମଆର ଦ୍ବାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ। ଦ୍ବିତୀୟ ଟିକା ଭାବେ କୋଭାକ୍ସିନକୁ ମିଳିଥିଲା ଅନୁମତି। ଏହା ପୂର୍ବରୁ କୋଭିସିଲ୍ଡକୁ ମଧ୍ୟ ମିଳିଥିଲା ଅନୁମତି। ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ତେବେ ଡ୍ରାଏରନରରେ ଡିସିଜିଆଇ ପକ୍ଷରୁ ଏହି ଦୁଇ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦିଆଯାଇଛି । ତେବେ ଏଯାବତ୍ ଟିକାର ପରୀକ୍ଷଣରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଟିକା ସୁରକ୍ଷିତ ଥିବା କହିଛନ୍ତି ଡିସିଜିଆଇ । ୨ ଟିକାର ବ୍ୟବହାରକୁ ଅନୁମତି ଦେବା ପରେ ଡିସିଜିଆଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଟିକା ୧୧୦% ସୁରକ୍ଷିତ । କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ସ୍ୱାଭାବିକ । ଜର ହେବା, ଆଲାର୍ଜି ଓ ଦରଜ କରିବା ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ପ୍ରୟ ସମସ୍ତ ଭ୍ୟାକ୍ସିନରେ ଦେଖାଯାଏ । କିନ୍ତୁ କିଛି ଲୋକଙ୍କ ଠାରେ ଏଭଳି ସମସ୍ୟ ଦେଖାଯାଏ । ଲୋକଙ୍କ ଆଶ୍ୱସ୍ତ କରିବାକୁ ଯାଇ ଡିସିଜିଆଇ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ବି ଅସୁବିଧା ଥିଲେ ଟିକାକୁ ଅନୁମତି ଦିଆଯିବନାହିଁ ।

ଏଥିସହିତ ପଢ଼ନ୍ତୁ: କୋଭିସିଲ୍ଡ ପରେ ଏବେ କୋଭାକ୍ସିନକୁ ମିଳିଲା ଅନୁମତି

ଜାଡ଼ ସାଙ୍ଗକୁ ପ୍ରବଳ ବର୍ଷା, ତଥାପି ଜାରି ରହିଛି କୃଷକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ଦାବି ପୂରଣ ନହେବା ଯାଏଁ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏବେ ପରୀକ୍ଷା ନେଉଛି ବର୍ଷା । ପ୍ରବଳ ଜାଡ଼ ସାଙ୍ଗକୁ ଲଗାତାର ବର୍ଷା ଯୋଗୁଁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଚାଷୀ ।

ଦିଲ୍ଲୀର ଭିନ୍ନ ଭିନ୍ନ ବର୍ଡରରେ ଡେରା ପକାଇଥିବା କୃଷକଙ୍କ ପାଇଁ ସେତେବେଳେ ସମସ୍ୟା ଉପୁଜିଥିଲା ଯେତେବେଳେ ଆଜି ସକାଳେ ପୁଣି ବର୍ଷା ହୋଇଥିଲା । ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ କିଛି କୃଷକ ଟେଣ୍ଟ ତଳେ ପହଞ୍ଚିଥିଲେ । ପ୍ରବଳ ଥଣ୍ଡା ସାଙ୍ଗକୁ ଏଭଳି ବର୍ଷା ଚାଷୀଙ୍କ ସମସ୍ୟା ଆହୁରି ବଢ଼ାଇଦେଇଛି । ଏଭଳି ସମୟରେ କିଛି କୃଷକ ତ ବର୍ଷା ଓଦା ହୋଇ ଏହି ଆଇନ ରଦ୍ଧ କରିବାକୁ ଦାବି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ସରକାର କାଲି ଦାବି ମାନିନେବେ ବୋଲି ଆଶାବାଦୀ

କୃଷକ ଆଇନ ବିରୋଧୀ ଆନ୍ଦୋଳନ ଆଜି ୩୮ ଦିନରେ ପହଞ୍ଚିଛି । ବର୍ଷା ଯୋଗଁ କୃଷକଙ୍କୁ ଶୋଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଟେଣ୍ଟ, କପଡ଼ା, ଟ୍ରୋଲି ଉପରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ଟେଣ୍ଟ ମଧ୍ୟ ଓଦା ହୋଇଯାଇଛି । ବର୍ଷା ଏବଂ ଥଣ୍ଡା ମଧ୍ୟରେ ଗାଜିପୁର(ଦିଲ୍ଲୀ-ୟୁପି ବର୍ଡର) ଉପରେ କୃଷକଙ୍କ ଧାରଣା ଜାରି ରହିଛି । ଆମେ ଏଭଳି ପ୍ରତିକୂଳ ପରିସ୍ଥିତିରେ ପ୍ରଦର୍ଶନ ଜାରି ରଖିଛୁ ଆଶା କରୁଛି ସରକାର ଆମ ଦାବି ମାନିନେବେ ।

କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାକୁ ରୋକିବାକୁ କାର୍ଯ୍ୟ କରିବ ସ୍ୱଦେଶୀ ଟିକା । ବହୁଦିନର ଅପେକ୍ଷାର ଅନ୍ତ ଘଟିଛି । ଏଥର ଦେଶବାସୀଙ୍କୁ ମିଳିବ ପ୍ରଥମ ସ୍ୱଦେଶୀ କରୋନା ଟିକା । କୋଭାକ୍ସିନକୁ ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଏନେଇ ଭାରତ ବୈୟୋଟିକକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋଭାକ୍ସିନ ଟିକାକୁ ଅନୁମତି ମିଳିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଟୁଇଟ୍ କରି ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ  । SEC ଅନୁମତି ଦେଶରେ ଟିକାକରଣ ପ୍ରକ୍ରିୟାକୁ ସଶକ୍ତ କରିବ ବୋଲି କହିଛନ୍ତି ନବୀନ ।  ଭାରତ ବାୟୋଟେକ୍ ଓ ଆଇସିଏମ୍‌ଆର ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ । ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ମିଳିଛି ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ଟିକା । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଏକ୍ସପର୍ଟ ପ୍ୟାନେଲ କୋଭାକ୍ସିନର ଜରୁରିକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ତେବେ ଗତକାଲି କୋଭିସିଲ୍ଡକୁ ଜରୁରିକାଳୀନ ପ୍ରୟୋଗ ପାଇଁ ମିଳିଥିଲା ଅନୁମତି ।

ଏଣିକି ୧୦୦ ନୁହେଁ ୮୦ ମାର୍କର ହେବ ପରୀକ୍ଷା, ୨୦ନମ୍ବରର ମିଳିବ ଆଭରେଜ ମାର୍କ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ଛାତ୍ରଛାତ୍ରୀ ୮୦ ମାର୍କର ପରୀକ୍ଷା ଦେବେ। ୫୦ ମାର୍କ OMR ରେ ଅବଜେକଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ। କିନ୍ତୁ ମୂଲ୍ୟାୟନ ହେବ ୧୦୦ ମାର୍କରୁ । ଅର୍ଥାତ୍ ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ ମାର୍କ ପାଇବେ।

ସେହିପରି ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଦ୍ଵିତୀୟ ପର୍ଯ୍ୟାୟରେ ଆବାସିକ ବିଦ୍ୟାଳୟ ଗୁଡିକର ହଷ୍ଟେଲ ଖୋଲିବା ପାଇଁ ଯୋଜନା ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେପଟେ ହଷ୍ଟେଲରେ ରହୁଥିବା ଏସସି ଓ ଏସଟି ପିଲାଙ୍କ ସୁବିଧା କରାଯିବ । ସ୍କୁଲ ଖୋଲିବା ପରେ ହଷ୍ଟେଲ ପିଲାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସମୀର ରଞ୍ଜନ ଦାସ ।

ସେପଟେ ଆସନ୍ତା ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ଦଶମ ଓ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲକୁ ପାଠ ପଢିବାକୁ ଯିବେ । ୨୦-୨୧ ବର୍ଷ ପାଇଁ ୧୦୦ ଦିନିଆ ଶିକ୍ଷାବର୍ଷ ଲାଗି ନିଷ୍ପତ୍ତି ନିଆଯାଇଛି । ଶନିବାର ଓ ରବିବାର ମଧ୍ୟ ସ୍କୁଲରେ ପାଠ ପଢାଯିବ । ଦଶମ ପରୀକ୍ଷା ପାଇଁ ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠପଢାଯିବ । ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ୍‌ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ଯାଏ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ଅନଲାଇନ ପଢିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯିବ । ସ୍କୁଲ ଖୋଲିଲେ ମଧ୍ୟ ଅନଲାଇନ କ୍ସାସ୍‌ ଜାରି ରହିବ । ଅଭିଭାବକଙ୍କ ଲିଖିତ ସହମତିରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ଉପସ୍ଥାନ ହାରକୁ କଡାକଡି ଭାବେ ଲାଗୁ କରାଯିବ ନାହିଁ । ଜିଲ୍ଲାପାଳମାନେ ଅସାଧାରଣ ପରିସ୍ଥିତିରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅନୁମତି ମିଳିବନି । ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୫ ଛାତ୍ରଛାତ୍ରୀ ବସିବେ । ପୂର୍ବଭଳି ୧୦ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ହେବ ପାଠପଢା । ଭିନ୍ନଭିନ୍ନ ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଖାଇବା ଛୁଟି ରହିବ । ସ୍କୁଲରେ ଖେଳ ଓ ବୈଠକକୁ ବାରଣ କରାଯାଇଛି । ବାହାରର ଖାଦ୍ୟ ବିକାଳିଙ୍କୁ ସ୍କୁଲର ଶହେ ମିଟର ଭିତରକୁ ପ୍ରବେଶ ପାଇଁ ମନା କରାଯାଇଛି ।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ସହ ‘କିଷାନ ପରେଡ୍’ କରିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: ଦିଲ୍ଲୀରେ ‘କିଷାନ ପରେଡ୍’ କରିବେ ଆନ୍ଦୋଳନରତ ଚାଷୀ । ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିବା ସହ ଆସନ୍ତା ଜାନୁଆରୀ ୨୬ରେ ଟ୍ରାକ୍ଟର ଓ ଜାତୀୟ ପତାକା ସହ  ପରେଡ କରିବେ ଆନ୍ଦୋଳନରତ କୃଷକ । ସୋମବାର କୃଷକ ଓ ସରକାରଙ୍କ ମଧ୍ୟରେ କୃଷି ବିଲ୍‌କୁ ନେଇ ପୁଣି ଥରେ ଆଲୋଚନା ହେବାକୁ ଥିବା ବେଳେ ଏଭଳି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ କୃଷକ । ଆମେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରୁଛୁ ଏବଂ କୃଷି ଆଇନ ଉଚ୍ଛେଦ ହେବା ଯାଏଁ ଶାନ୍ତପୂର୍ଣ୍ଣଭାବେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ । ଏବଂ ଜାନୁଆରୀ ୨୬ ପାଇଁ ଦିଲ୍ଲୀରେ ଟ୍ରାକ୍ଟର ପରେଡ କରିବାକୁ ଡାକରା ଦିଆଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

          ଦିଲ୍ଲୀ ପ୍ରେସକ୍ଳବରେ ଆନ୍ଦୋଳନରତ ଚାଷୀଙ୍କୁ ସୂଚନା ଦେଇ କହିଛନ୍ତି ତାଙ୍କର ଆସନ୍ତା ଜାନୁଆରୀ ୨୬ ରେ ହେବାକୁ ଥିବା ଟ୍ରାକ୍ଟର ପରେଡର ନାମ ହେଉଛି କିଷାନ ପରେଡ୍  । ଏବଂ ଏହା ସାଧାରଣତନ୍ତ୍ର ଦିବସ ପରେଡ ପରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ଜାତୀୟ ପତକା ନେଇ ଟ୍ରାକ୍ଟରେ ଯାତ୍ରା କରିବୁ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମୁଖ୍ୟ ଅତିଥିଭାବେ ଯୋଗଦେବେ ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କୁ ଡ୍ରାଇଭିଂ ଅଧିକାର ଦାବି କରିବାରୁ ଜେଲ, ଲାଗିଲା ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ

ଶ୍ରୀଲିଙ୍ଗରାଜ, କପିଳାଶ, ବଳଦେବଜୀୟୁ, ସମଲେଶ୍ୱରୀ ଓ ମାଆ ତାରାତାରିଣୀ ମନ୍ଦିରରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର/ଢେଙ୍କାନାଳ: ଆଜିଠୁ ଖୋଲିଲା ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶ ମନ୍ଦିର । ପ୍ରଥମ ଦିନରେ ସେବାୟତଙ୍କ ପରିବାର ଦର୍ଶନ କରୁଛନ୍ତି ମହଦେବଙ୍କୁ । ଏଥିପାଇଁ ସେବାୟତଙ୍କ କୋଭିଡ ପରୀକ୍ଷା ମଧ୍ୟ କରାଯାଇଛି । ଏବଂ ଆସନ୍ତାକାଲିଠାରୁ ଜିଲ୍ଲାବାସୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ସେହିପରି ଆସନ୍ତା ୧୪ ତାରିଖରୁ ସମସ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ଅନ୍ୟପଟେ ବାବାଙ୍କୁ ଦର୍ଶନ କରୁଛନ୍ତି ରାଜଧାନୀବାସୀ । ଆଜିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ରାଜଧାନୀବାସୀଙ୍କୁ ମିଳିଛି ସୁଯୋଗ । ଆଜିଠାରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ବାସିନ୍ଦା ବାବାଙ୍କୁ ଦର୍ଶନ କରୁଛନ୍ତି । ୨୭ ତାରିଖରୁ ସେବାୟତ ଓ ତାଙ୍କ ପରିବାର ଦର୍ଶନର ସୁଯୋଗ ପାଇଛନ୍ତି । ତେବେ ୩୧ ଓ ନୂଆବର୍ଷ ଦିନ ଶ୍ରୀଲିଙ୍ଗରାଜ ବନ୍ଦ ରହିବା ପରେ ଆଜିଠାରୁ ପୁଣି ଖୋଲିଛି । କଟକଣାରେ ମନ୍ଦିର ଖୋଲାଯାଇଥିବା ବେଳେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ତେବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ୬ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଲାଗୁ ହେବ । ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ସେପଟେ ଆଜିଠାରୁ ଆରମ୍ଭ ହୋଉଛି ସମ୍ବଲପୁର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ । ସ୍ୱତନ୍ତ୍ର ଗାଇଡଲାଇନରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ମିଳିଛି ସୁଯୋଗ । ଦୁଇଟି ପର୍ଯ୍ୟାୟରେ ମାଁ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଥମ ପର୍ଯ୍ୟାୟ ସକାଳ ୬ରୁ ୧୧.୩୦ ଏବଂ ଦ୍ବିତୀୟ ପର୍ଯାୟ ଅପରାହ୍ନ ୩ଟାରୁ ୭.୩୦ ମଧ୍ୟରେ ଦର୍ଶନ କରିବାକୁ ସୁଯୋଗ ମିଳିବ । କରୋନା କଟକଣାକୁ ଆଖିଆଗରେ ରଖି ପ୍ରଥମ ୫ ଦିନ କେବଳ ସମ୍ବଲପୁର ଜିଲ୍ଲାବାସୀଙ୍କୁ ମନ୍ଦିର ଦର୍ଶନ ପାଇଁ ସୁଯୋଗ ଦିଆଯିବ । ମନ୍ଦିରର ମୂଖ୍ୟ ଦ୍ୱାର ବନ୍ଦଥିବା ବେଳେ ୩ନଂ ଗେଟ ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ ।

ଏହାସହ କେନ୍ଦ୍ରେପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀୟୁ ମନ୍ଦିର ମଧ୍ୟ ଖୋଲିଛି । ଦୀର୍ଘଦିନର ଅପେକ୍ଷା ପରେ ମନ୍ଦିର ଖୋଲିଥିବାରୁ ଆନନ୍ଦ ଓ ଶୃଙ୍ଖଳାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାସ୍କ ପିନ୍ଧିବା ସହ କୋଭିଡ ନିୟମ ମାନି ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସେହପରି କୋଭିଡ କଟକଣା ପାଇଁ ମନ୍ଦିର ବେଢା ଭିତରକୁ ୧୦୦ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ଅନ୍ୟପଟେ ଦୀର୍ଘ ନଅ ମାସପରେ ଖୋଲିଲା ମା’ ତାରାତାରିଣୀଙ୍କ ମନ୍ଦିର। କୋରୋନା ନିୟମକୁ ପାଳନ କରି ଭକ୍ତ ମାନେ ମାଙ୍କୁ ଦର୍ଶନ କରୁଛନ୍ତି। ମନ୍ଦିର ଉପରକୁ ଯାନବାହାନ ନିଷେଧ କରାଯାଇଥିବା ବେଳେ ଉପରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡିର ବ୍ୟବସ୍ଥା କରାଯାଇଛି। ମନ୍ଦିର ମଧ୍ୟକୁ ଯିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା ନିମନ୍ତେ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି।

ଦୁଇ ଦିନ ପରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି: ବଢ଼ିବ ୨ଂରୁ ୩ଂ ତାପମାତ୍ରା

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଏହି ସ୍ଥିତି ଆଗାମୀ ଦୁଇଦିନ ଯାଏଁ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ । ତେବେ ଦୁଇଦିନ ପରେ ତାପମାତ୍ରା ୨ ରୁ  ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଶୀତ ସହ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ବି ଜାରି ରହିବ । ବିଶେଷକରି ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଦ, କୋରାପୁଟ, ପୁରୀ, ମାଲକାନଗିରି, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଝାରସୁଡାରେ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ତେବେ ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୦ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସକାଳୁ କୁହୁଡି ସାଙ୍ଗକୁ ଶୀତ ଜାରି ରହିବ ବୋଲ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ସିଂହଦ୍ୱାରା: ନେଗେଟିଭ୍ ରିପୋର୍ଟ ଦେଖାଇ ଦର୍ଶନ କରୁଛନ୍ତି ଭକ୍ତ

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ସିଂହଦ୍ୱାର: ନେଗେଟିଭ୍ ରିପୋର୍ଟ ଦେଖାଇ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ବାର । କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ଦୀର୍ଘ ୧୦ ମାସର ବ୍ୟବଧାନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏତେଦିନର ଅଳି ଅଝଟକୁ କାଳିଆ ପାଖରେ କରୁଛନ୍ତି ଗୁହାରି । କୋଭିଡ କଟକଣା ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଛି ।

ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି ।  ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ୨ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ୪୦ କନ୍‌ଷ୍ଟେବଳ, ୪୦ ହୋମଗାର୍ଡଙ୍କ ସହ ୧୮ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟ୍ରେନ୍ ଟିକେଟ୍ ନାଁରେ ଲୋକଙ୍କୁ ଲୁଟୁଥିଲେ ନକଲି ଲୋକୋ ପାଇଲଟ୍