କୋଲକାତା: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ତାଙ୍କର ୩ଟି କରୋନାରୀ ଧମନୀରେ ଅବରୋଧ ରହିଛି । ମୁଖ୍ୟ ଅବରୋଧ ଥିବା ଧମନୀରେ ଆଞ୍ଜିଓପ୍ଳାଷ୍ଟି କରାଯାଇ ପୁନର୍ବାର ରକ୍ତସଞ୍ଚାଳନ କରାଯିବ ବୋଲି ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉଡ୍ଲାଣ୍ଡସ୍ ହସ୍ପିଟାଲ ସିଇଓ ରୂପାଲି ବସୁ । ଦୁଇଟି ଷ୍ଟେଣ୍ଟ ଲଗାଯାଇ ପୁନଃ ରକ୍ତସଞ୍ଚାଳନ କରାଯିବ । ଏବେ ସୌରଭ ସମ୍ପୂର୍ଣ ଭଲ ଅଛନ୍ତି । ଆଜି ସକାଳେ ଶ୍ରୀ ବାସୁ ତାଙ୍କୁ ଭେଟି କଥା ହୋଇଥିବା ସେ କହିଛନ୍ତି । ପାଖରେ ପତ୍ନୀ ଡୋନା ଏବଂ ଭାଇ ସ୍ନେହାଶିଷ ଏବଂ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । ମୁଁ ପଞ୍ଚିବାର କିଛି ସମୟ ପୂର୍ବରୁ ସେ ସକାଳ ଜଳଖିଆ ଖାଇସାରିଥିଲେ । ଏବେ ସେ ସାମାନ୍ୟ କ୍ଳାନ୍ତି ଅନୁଭବ କରୁଛନ୍ତି । ବାକି ଦୁଇଟି ଧମନୀରେ ପୁନଃ ରକ୍ତସଞ୍ଚାଳନ ହେଲେ ସେ ଆଗାମୀ ୩/୪ ସପ୍ତାହ ମଧ୍ୟରେ ସ୍ୱାଭାବିକ ଭାବେ ଜୀବନଯାପନ କରିପାରିବେ ବୋଲି ଶ୍ରୀ ବାସୁ କହିଛନ୍ତି । ତେବେ ସୌରଭଙ୍କ କରୋନା ଟେଷ୍ଟଂ ମଧ୍ୟ ନଗେଟିଭ୍ ଥିବା ସୂଚନା ରହିଛି ।
ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ଫେରିଲେ ରାଜ୍ୟପାଳ
ପୁରୀ: ଜଗା ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ୱାର । କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ଏଭଳି ସ୍ଥିତିରେ କେମିତି ବା ଦୂରେଇ ରହିଥାନ୍ତେ ଜଗନ୍ନାଥ ପ୍ରେମୀ । ଆଜି ସର୍ବସାଧାରଣଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ ।

ଏହାସହ ରାଜ୍ୟପାଳ ଶ୍ରୀଜିଉଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ବିଭିନ୍ନ ଗଣମାଧ୍ୟମଙ୍କ ଶୁଭ କାମନା କରିଛନ୍ତି । ଯଦିଓ ଶ୍ରୀମନ୍ଦିର ଭିତରକୁ ରାଜ୍ୟପାଳ ପ୍ରବେଶ କରିନାହାଁନ୍ତି ତାଥାପି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ । ତେବେ କରୋନା କଟକଣା କାରଣରୁ ଦୀର୍ଘ ୧୦ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏତେଦିନର ଅଳି ଅଝଟକୁ କାଳିଆ ପାଖରେ କରୁଛନ୍ତି ଗୁହାରି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି । ରାତି ୮ ଟା ଯାଏଁ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ୨ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ୪୦କନଷ୍ଟେବଳ, ୪୦ ହୋମଗାର୍ଡଙ୍କ ସହ ୧୮ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।
ଏଣିକି ଘରେ ବସି ପାଇପାରିବେ ଏସବିଆଇର ଅନେକ ସୁବିଧା: ଜାଣନ୍ତୁ କେମିତି?
ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଖୁସ ଖବର । ଏଣିକି ଘରେ ବସି ଏସବିଆଇର ବିଭିନ୍ନ ସେବାର ସୁବିଧା ପାଇପାରିବେ ଗ୍ରାହକ । ଏସବିଆଇ ଆରମ୍ଭ କରିଥିବା ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ ଜରିଆରେ ଏହି ସବୁ ସୁବିଧା ପାଇପାରିବେ ଗ୍ରାହକ । କରୋନା କାଳରେ ଜନସାଧରଣଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏଭଳି ସୁବିଧା ଲୋକଙ୍କୁ ଅଧିକ ସହାୟକ ହୋଇପାରିବ ।

ଏସବିଆଇର ନୂଆ ବ୍ୟବସ୍ଥା ଅନୁଯାୟୀ ଗ୍ରାହକଙ୍କୁ ଡୋର ଷ୍ଟେପ୍ ବ୍ୟାଙ୍କିଂ ସୁବିଧା ଦିଆଯିବ । ନନ୍ ପ୍ରଫେସନାଲ୍ ସର୍ଭିସ ଅନ୍ତର୍ଗତ ସେବା ଯେଭଳି କି, ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର ଆଦିର ପିକ୍ ଅପ୍ ଏବଂ ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୟୁଏଷ୍ଟ, ଟର୍ମ ଡିପୋଜିଟ ରସିଦ୍ ଘରେ ପହଞ୍ଚାଇବା ଭଳି ସୁବିଧା ରହିଛି ।
ଏସବିଆଇର ଅଫିସିଆଲ୍ ଓ୍ୱେବସାଇଟରେ ଉପଲବ୍ଧ ସୂଚନା ମୁତାବକ ଗ୍ରାହକଙ୍କୁ ବ୍ୟାଙ୍କ୍ ପକ୍ଷରୁ ଆପଣଙ୍କ ଘରୁ କେସ୍ ପିକ୍ଅପ୍ ବା ଟଙ୍କା ନେବା, କେସ୍ ଡେଲିଭେରୀ (ଟଙ୍କା ଦେବା), ଚେକ୍ ରିସିଭ୍ କରିବା, ଜନ୍ମ ପ୍ରମାଣପତ୍ର ନେବା, କେଓ୍ୱାଇସି ଡକ୍ୟୁମେଣ୍ଟ ନେବା, ଡ୍ରାଫ୍ଟ ଏବଂ ଡେଲିଭାରୀ ଫର୍ମ ୧୫ର ପିକ୍ଅପ୍ ଭଳି ସୁବିଧା ମିଳିବ । ତେବେ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ହେବାକୁ ଥିବା ଏହି ନେଣ ଦେଣର ସୀମା ୧ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ମଧ୍ୟରେ ରଖାଯାଇଛି । ଯଦି ଆପଣଙ୍କ ଆକାଉଣ୍ଟରେ ଟ୍ରାଞ୍ଜେକସନ୍ ବାବଦକୁ ଆବଶ୍ୟକ ଟଙ୍କା ନଥିଲେ ଆପଣଙ୍କ ରିକ୍ୟୁଏଷ୍ଟ ରଦ୍ଧ ହୋଇଯିବ ।
ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ କ’ଣ?
ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ ଦ୍ୱାରା ଗ୍ରାହକ ଚେକ୍ ଜମା କରିବା, ଟଙ୍କା ନେଣଦେଣ ଏବଂ ଜନ୍ମ ପ୍ରମାଣପତ୍ର ନେବା ଭଳି ବହୁ ସୁବିଧା ଘରେ ବସି ପାଇପାରିବେ । ଏହି ସର୍ଭିସ ଦ୍ୱାରା ୭୦ ଲକ୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗ, ଦ୍ରୁଷ୍ଟିବାଧିତ ଲୋକେ ନିଜ ଘରେ ବସି ଏହି ସବୁ ସୁବିଧାର ଫାଇଦା ଉଠାଇପାରିବେ । ଡୋରଷ୍ଟେପ୍ ବ୍ୟବସ୍ଥା ଅନୁଯାୟୀ ବ୍ୟାଙ୍କ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣଙ୍କ କାଗଜପତ୍ର ନେଇ ବ୍ୟାଙ୍କରେ ଜମା କରିବେ ।
କେମିତି ପାଇପାରିବେ ଏହି ସୁବିଧା
ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସୁବିଧା ପାଇବ ପାଇଁ ଆପଣଙ୍କ ଏସବିଆଇର ଆପ୍ଳିକେସନକୁ ଡାଉନଲୋଡ୍ କରିବାକୁ ପଡ଼ିବ । ବ୍ୟାଙ୍କ ଓ୍ୱେବସାଇଟ ବା କଲସେଣ୍ଟର ସହ ଯୋଗାଯୋଗ କରି ଡୋରଷ୍ଟେପ୍ ସେବା ନେଇ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡ଼ିବ । ଏତଦବ୍ୟତୀତ ଯେ କୌଣସି କାର୍ଯ୍ୟ ଦିବସରେ ଟୋଲ ଫ୍ରି ନମ୍ୱର ୧୮୦୦୧୧୧୧୦୩କୁ କଲ୍ କରି ସକାଳ ୯ଟାରୁ ସନ୍ଧ୍ୟା ୪ଟା ମଧ୍ୟରେ କଲ୍ କରିପାରିବେ । ତେବେ ଏହି ଡୋରଷ୍ଟେପ୍ ସୁବିଧା ବିଷୟରେ ଜାଣିବା ପାଇଁ https://bank.sbi/dsb କୁ ଲଗ୍ଇନ୍ କରିପାରିବେ ।
ଏଥିସହିତ ପଢ଼ନ୍ତୁ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ: ୧୯୯ ଟଙ୍କାର ରିଚାର୍ଜରେ ଏହି ସବୁ ସିବିଧା ପାଇବେ ଗ୍ରାହକ
ଛୁଆ ଖେଳାଇବାକୁ ନେଇ ଦେଢ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ
ହାଥ୍ରାସ: ସୈତାନଙ୍କ ନୃସଂଶପଣିଆ ଥମିବାର ନାଁ ନେଉ ନାହିଁ । ଦେହର ଭୋକ ମେଣ୍ଟାଇବାକୁ ଦେଢ ବର୍ଷର ଶିଶୁଟିକୁ ଛାଡ଼ୁ ନାହାଁନ୍ତି ଏ ସୈତାନମାନେ । ଛୁଆ ଖେଳାଇବା ବାହାନାରେ ଦେଢ ବର୍ଷର ଶିଶୁକୁ କରାଯାଇଛି ଦୁଷ୍କର୍ମ । କୋତବାଲୀ ଚାନ୍ଦପାର ଏକ ଗାଁରେ ଦେଢ ବର୍ଷର ଝିଅଟିକୁ ଖେଳାଇବା ବାହାନାରେ ନେଇ ଦୁଷ୍କର୍ମ କରୁଛନ୍ତି । ଗୋଟିଏ ବିଲରେ ଏଭଳି ଘଟଣା ଘଟାଇଛି ଯୁବକ ଜଣଙ୍କ । ଉକ୍ତ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଝିଅଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ପଠାଯାଇଛି ।
ହାଥ୍ରାସ ଅଞ୍ଚଳର ଜଣେ ମହିଳା ତାଙ୍କ ଦେଢ ବର୍ଷର ଝିଅଟିକୁ ନେଇ ତାଙ୍କ ବାପଘର କୋତବାଲି ଚାନ୍ଦପା ଯାଇଥିଲେ। ଶନିବାର ସନ୍ଧ୍ୟାରେ ୨୬ ବର୍ଷର ଜଣେ ଯୁବକ ତାଙ୍କ ଶିଶୁ କନ୍ୟାକୁ ଖେଳାଇବା ପାଇଁ ନେଇଯାଇଥିଲା । ଯେତେବେଳେ ଦୀର୍ଘ ସମୟ ପରେ ଯୁବକ ଜଣଙ୍କ ଶିଶୁଟିକୁ ଆଣିଲା ସେତବେଳେ ତା ମାଆ ତାକୁ ସଙ୍ଗେ ସଙ୍ଗେ କୋଳକୁ ନେଇଯାଇଥିଲେ । କିନ୍ତୁ କୋଳକୁ ଯିବା ମାତ୍ରେ ଶିଶୁଟି କାନ୍ଦିବାକୁ ଲାଗିଲା, ସେତେବେଳେ ମାଆଙ୍କ ସନ୍ଦେହ ବଢିଥିଲା । କୋଟବାଲୀ ଚାନ୍ଦପା ପୋଲିସକୁ ଏହି ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।
ପୋଲିସ ଅଭିଯୁକ୍ତକୁ ଗିରଫ କରି ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଶିଶୁଟିକୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲା । ଏବଂ ପରେ ଶିଶୁଟିକୁ ଜିଲ୍ଲା ଚିକିତ୍ସାଳୟରୁ ଗୁରୁତର ଅବସ୍ଥାରେ ଆଲିଗଡକୁ ପଠାଯାଇଥିଲା । ପୋଲିସ କହିଛି ଯେ, ଗାଁର ଜଣେ ଯୁବକ ଦେଢ ବର୍ଷର ଶିଶୁଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଅଭିଯୁକ୍ତ ଗିରଫ କରାଯିବା ସହ ଶିଶୁଟିକୁ ଚିକିତ୍ସାଳୟ ପଠାଯାଇଛି ।
କୁଳମଣି ହତ୍ୟାକାଣ୍ଡ ମାମଲା : ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର: ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ହତ୍ୟାକୁ ନିନ୍ଦା କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କହିଛନ୍ତି ଆଇନ ମନ୍ତ୍ରୀ । ଏହାସହ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନ୍ତ୍ରୀ ।
ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବ୍ୟଶକ । ମୁଁ ନିଜେ ଦୃଷ୍ଟି ଦେବି କିପରି ସେମାନେ ଗିରଫ ହେବେ । ବିଜେପି ଆମ ରାଜ୍ୟରେ ଆମ ବିରୋଧୀ ଦଳ ଭାବେ କହିବ ନିଶ୍ଚୟ । କିନ୍ତୁ ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ । ତେଣୁ ତାଙ୍କର ମୋ ସହ ଭେଟ ହୋଇଛି କିନ୍ତୁ ଏହି ହତ୍ୟାକାଣ୍ଡ ପୂର୍ବରୁ । ତେଣୁ ମୋ ସହିତ ଫୋଟୋ ରହିବା ସ୍ୱାଭାବିକ । ଏହାକୁ ନେଇ ବିରୋଧିଙ୍କ ଆକ୍ଷେପ ସମ୍ପୂର୍ଣ୍ଣ ଭୁଲ ।”
ସୂଚନାଯୋଗ୍ୟା ଯେ, କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ପ୍ରଭାରି ତଥା ମାହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି । ଗତକାଲି ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ହସ୍ପିଟାଲରେ ଦିବ୍ୟସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଛି ।








