spot_img
Home Blog Page 6162

କରୋନା କାଳରେ ସାଙ୍ଗ ସାଥିଙ୍କ ସହ ନାଚିଲେ ବିଜେପି ବିଧାୟକ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିଲା ଗାଇଡଲାଇନ୍ । ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ରୋକ୍ ଲଗାଇଥିଲେ ସରକାର । ହେଲେ, ନିୟମକୁ ମାନି ନଥିଲେ ବିଜେପି ନେତା । ଆମେ କହୁଛୁ ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କଥା । ନୂଆବର୍ଷରେ ଜନଗହଳିକୁ ରୋକିବା ପାଇଁ ହୋଟେଲ୍, କ୍ଲବରେ ସାମୁହିକ ଜିରୋ ନାଇଟ୍ ସେଲିବ୍ରେସନ୍ ବାତିଲ୍ କରାଯାଇଥିଲା । ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ପ୍ରଶାସନ ମଧ୍ୟ ଜିଲ୍ଲାରେ କଟକଣା ଲଗାଇଥିଲା ।

Puri BJP MLA Jayant Sarangi Group Dance In Curfew Night Viral

ହେଲେ ଏହାକୁ ମାନିନଥିଲେ ଅମାନିଆ ବିଧାୟକ । ପ୍ରଶାସନର କଟକଣା ସତ୍ତ୍ୱେ କରିଥିଲେ ଜିରୋ ନାଇଟ୍ ସେଲିବ୍ରେସନ୍ । ସାମାଜିକ ଦୂରତା ଭୁଲି, କାହାରି ମୁହଁରେ ମାସ୍କ ନଥାଇ ସମସ୍ତେ ନାଚିଥିଲେ ମେଲୋଡିର ତାଳେ ତାଳେ । ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଡ୍ୟାନ୍ସ ଭିଡିଓ ଏବେ ଭାଇରାଲ୍ ହୋଇଛି । ଭିଡିଓରେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅନ୍ୟ ସାଙ୍ଗ ସାଥିଙ୍କ ସହ ମେଲୋଡ଼ି ଗୀତରେ ନାଚୁଛନ୍ତି । ପଛପଟେ ରହିଛି ଦଳୀୟ ବ୍ୟାନର । ଯେଉଁଥିରେ ଲେଖାଅଛି ନୂତନ ବର୍ଷର ଅଭିନନ୍ଦନ ।

Puri BJP MLA Jayant Sarangi Group Dance In Curfew Night Viral

ଜଣେ ଲୋକ ପ୍ରତିନିଧି ହୋଇ ନିୟମକୁ ଭାଙ୍ଗିଛନ୍ତି ଖୋଦ୍ ବିଧାୟକ । ଯେଉଁଠି ବିଧାୟକ ଲୋକମାନଙ୍କୁ ନିୟମ ପାଳନ ନେଇ ସଚେତନ ସୃଷ୍ଟି କରିବା କଥା ସେଠି ସେ ହିଁ ନିୟମକୁ ଉଲ୍ଲଂଘନ କରୁଛନ୍ତି । ପୂର୍ବରୁ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ଏବେ ସମାନ ରାସ୍ତାରେ ପ୍ରଶାସନର କୋଭିଡ୍ କଟକଣାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଜୟନ୍ତ । ଜୟନ୍ତଙ୍କ ଗ୍ରୁପ୍ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ପୁରୀ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଠାକୁରାଣୀଙ୍କ ଭୋଗ ଖିଆକୁ ନେଇ ଗଣ୍ଡଗୋଳ, ଜଣେ ମୃତ

ଢେଙ୍କାନାଳ: ଝିମିଟି ଖେଳରୁ ମହାଭାରତ । ଠାକୁରାଣୀଙ୍କ ଭୋଗକୁ ନେଇ ଗଣ୍ଡଗୋଳ । ସଂଘବଦ୍ଧ ଆକ୍ରମଣରେ ଗଲା ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁର ଗାଁରେ ସନ୍ତୋଷୀ ମାଆଙ୍କ ପୂଜା ଭୋଗକୁ ନେଇ ବିବାଦ ହୋଇଥିଲା । ଏବଂ ଘଟଣାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ତେବେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ପୂର୍ବତନ ୱାର୍ଡ ମେମ୍ବର ବିଜୟ ଗୁରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସଂଘବଦ୍ଧ ଆକ୍ରମଣରେ ଗୁରୁତର ବିଜୟଙ୍କୁ ପ୍ରଥମେ ମଠକରଗୋଳା ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନଆସିବାରୁ ତାଙ୍କୁ  ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ ଗତ ଶୁକ୍ରବାର ସୁରପ୍ରତାପ ପୁର ଗାଁରେ ସନ୍ତୋଷୀ ମାଆଙ୍କ ପୂଜା ହେଉଥିଲା । ଭୋଗଖିଆକୁ ନେଇ ପୂର୍ବତନ ୱାର୍ଡ ମେମ୍ବର  ବିଜୟ ସାହୁଙ୍କ ଝିଅ ସହିତ ଅନ୍ୟ ଏକ ଝିଅର ଝଗଡା ହୋଇଥିଲା । ଏପରିକି ଉଭୟ ଝିଅ କାମୁଡ଼ା କାମୁଡି ବି ହୋଇଥିଲେ । ଏନେଇ ଭୂବନ ଥାନାରେ ଏତଲା ଦେଇଥିଲେ ବିଜୟଙ୍କ ପରିବାର । ଗତ ରବିବାର ଥାନାରେ ବୁଝାମଣା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାଗ ରଖି ୧୫ରୁ ଉର୍ଦ୍ଧ୍ୱ ଲୋକ ବିଜୟଙ୍କୁ ଠେଙ୍ଗାବାଡ଼ି ଧରି ହଠାତ ଆକ୍ରମଣ କରିଥିଲେ । ବିଜୟଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି  । ଘଟଣାରେ ପୋଲିସ ତଦନ୍ତ ଚଳାଇଛି ।

ଆସିଲାଣି ଭ୍ୟାକ୍ସିନ୍, ତଥାପି କମିନି ଗୁଜବ: ଜାଣନ୍ତୁ କରୋନାକୁ ନେଇ ଗତ ୧ ବର୍ଷ ମଧ୍ୟରେ ହୋଇଥିବା କିଛି ମିଥ୍ୟାପ୍ରଚାର

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ବହୁ ବର୍ଷ ପୂର୍ବରୁ କିଛି ପୁସ୍ତକରେ ଉଲ୍ଲେଖ ହୋଇଛି । ୧୯୮୧ ମସିହାରେ ପ୍ରକାଶିତ ପୁସ୍ତକ The Eyes of Darkness (ଅନ୍ଧକାରର ଆଖି)ର ଏକ ପାରାଗ୍ରାଫରେ ଉହାନ୍ -୪୦୦ ଭାଇରସ୍ ବିଷୟରେ ଉଲ୍ଲେଖ କରାଯାଇଥିଲା । ଯାହାକୁ ଚୀନର ଏକ ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଉଥିବା କୁହାଯାଇଛି ।

          କରୋନା ଭାଇରସ୍ ଚୀନର ଏକ ବଜାରରୁ ନବ୍ୟାପି, ଏହା Institute of Virology ଲ୍ୟାବ୍‌ରୁ ଲିକ୍‌ ହୋଇଥିବା କୁହାଯାଉଛି । ଏହି ଜାତୀୟ ବାୟୋସେଫ୍ଟି ଲ୍ୟାବ୍‌ରେ ଏହି ଭାଇରସ୍ ସମ୍ପର୍କରେ ରିସର୍ଚ୍ଚ ଚାଲିଥିଲା । ଏବଂ ଅବହେଳା ଯୋଗଁ ଏହି ଭାଇରସ୍ ଲିକ୍ ହୋଇଥିବା କୁହାଯାଉଛି ।ଏବଂ ସେଠାରେ କାମ କରୁଥିବା ଲୋକଙ୍କ ଜରିଆରେ ଉହାନ ବଜାରେ ବ୍ୟାପିଥିବା କୁହାଯାଉଛି । ବହୁ ଆମେରିକୀୟ ଏବଂ ୟୁରୋପିଅ ଖବରକାଗଜରେ ଏ ବାବଦରେ ରିପୋର୍ଟ ପ୍ରକାଶିତ ହୋଇଛି ।

ତେବେ ଏଯାଏଁ ଏହା ପ୍ରମାଣିତ ହୋଇପାରିନାହିଁ । ଅନ୍ୟ ଏକ ପ୍ରଚାରକୁ ଯଦି ଗ୍ରହଣ କରାଯାଏ କୋଭିଡ-୧୯ ଭାଇରସ୍ ସମୁଦ୍ର ଖାଦ୍ୟ ବଜାରରେ ଜନ୍ମ ନେଇଛି । ଏ ନେଇ ଚୀନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଜଣାଯାଇଛି । ଏହା ପରେ ଆମିଷ ଖାଉବା ଉପରେ ଚେତାବନୀ ଜାରି କରାଯାଇଥିଲା । ଆଉ କେହିଁ କେହିଁ ୫-ଜି ଇନ୍‌ଫ୍ରାଷ୍ଟକଚର ଯୋଗୁଁ ଏଭଳି ହୋଇଥିବା ମଧ୍ୟ ଦାବି କରିଛନ୍ତି । ବହୁ ସୋସିଆଲ ମିଡିଆ ପ୍ଳାଟଫର୍ମରେ ଏଭଳି ମିଥ୍ୟ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଥିଲା ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,କରୋନା ଟିକା ମାଗଣା କିନ୍ତୁ…

 

ଭାଉଜ ସହ ସମ୍ପର୍କ ରଖି ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ !

କଟକ: ଭାଉଜଙ୍କ ସହ ସମ୍ପର୍କ ରଖି ସ୍ତ୍ରୀକୁ ପୋଡ଼ିଲା ସ୍ୱାମୀ । ନୂଆବର୍ଷର ପ୍ରଥମ ଦିନରେ କଟକ ଜିଲ୍ଲା ସାଲେପୁର ରାମକୃଷ୍ଣପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ କିରୋସିନ ଢାଳି ପୋଡି ମରିଲା ସୈତାନ ସ୍ୱାମୀ । ଘଟଣା ଅଭିଯୁକ୍ତର ଭାଉଜ ସାମିଲ ଥିବା ଅଭିଯୋଗ ।

୨୦୧୬ ଏପ୍ରିଲ ମାସରେ ସିଲା ଖୁଣ୍ଟିଆ ସାଲେପୁର ରାମକୃଷ୍ଣପୁରର ଅକ୍ଷୟ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । ବାହାଘର କିଛି ଦିନ ପରେ ଭାଉଜଙ୍କ ସହ ଅକ୍ଷୟଙ୍କର ଅନୈତିକ ପ୍ରେମ ସମ୍ପର୍କ ଥିବା ଜାଣିବା ପରେ ସିଲା ଓ ଅକ୍ଷୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗିରହୁଥିଲା । ଅନେକ ସମୟରେ ସିଲାଙ୍କୁ ଅକ୍ଷୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ପରକୀୟା ପ୍ରୀତିକୁ ନେଇ ରାସ୍ତାରୁ ହଟାଇବାକୁ ଯାଇ ଗତକାଲି ରାତିରେ ସିଲା ଉପରେ ସ୍ୱାମୀ ଓ ଭାଉଜ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଗାଁ ଲୋକ ଖବର ପାଇ ସିଲାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି  କରିଥିଲେ  । ସେଠାରେ ତାଙ୍କର ମୃତ୍ୟୁ ହୋଇଛି  । ସିଲାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଚଳାଇଛି ।

କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲି

କୋଲକତା: ଅସୁସ୍ଥ ହୋଇପଡ଼ିଛନ୍ତି ସୌରଭ ଗାଙ୍ଗୁଲି । ହୃଦଘାତ କାରଣରୁ ତାଙ୍କୁ ହସ୍ପଟିଲାରେ ଭର୍ତ୍ତି କରାଯାଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କୁ ଘରୋଇ ହସ୍ପିଟାଲରେ ରଖାଯାଇଛି । ଘରେ ଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ସୌରଭ । 

ସୂଚନା ଅନୁସାରେ, ଶନିବାର ସକାଳେ ସେ ଜିମ୍ କରୁଥିବା ସମୟରେ ତାଙ୍କ ପିଠି ଓ ଛାତିରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ । ଏ ସମ୍ପର୍କରେ ସୌରଭ ତାଙ୍କ ପତ୍ନି ଡୋନା ଗାଙ୍ଗୁଲି କହିଥିଲେ । ଏହା ଡୋନା ଗାଙ୍ଗୁଲି ଉଡଲ୍ୟାଣ୍ଡ ହସ୍ପିଟାଲକୁ ଫୋନ କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ୬ ଜଣିଆ ଡାକ୍ତର ଟିମ୍ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ବିସିସିଆଇ ସଭାପତି ଅଛନ୍ତି ସୌରଭ ଗାଙ୍ଗୁଲି । ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଥିଲେ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାଙ୍ଗୁଲିଙ୍କୁ ଆଶୁୁ ଆରୋଗ୍ୟ କାମନା କରି ଟ୍ୱିଟ କରିଛନ୍ତି । 

ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: କେବେ ଖୋଲିବ ସ୍କୁଲ ଅଭିଭାବକଙ୍କ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ବ୍ରିଟେନ ଷ୍ଟ୍ରେନକୁ ନେଇ ଭୟ ରହିଛି । ତେବେ ରାଜ୍ୟରେ କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଶ ଜାରି ରହିଛି । ତେବେ ପୂର୍ବରୁ ଜାନୁଆରୀ ପହିଲାରୁ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଥିଲେ ବି ରାଜ୍ୟ ସରକାର ଏନେଇ ଅନୁମତି ଦେଇ ନଥିଲେ ।

ବ୍ରିଟେନ ନୂଆ ଷ୍ଟ୍ରେନ୍ ଭୟର କାରଣ ପାଲଟିଛି । ଗଣଶିକ୍ଷା ବିଭାଗକୁ ମଧ୍ୟ ବ୍ରିଟେନ ଷ୍ଟ୍ରେନ ଭୟ ରହିଛି । ସ୍କୁଲ କେବେ ଖୋଲିବ ସେ ନେଇ ଏବେ ହୋଇପାରୁନି ନିଷ୍ପତି । ଦିର୍ଘଦିନ ଧରି କରୋନା କାରଣରୁ ବନ୍ଦ ରହିଛି ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ।ସେପଟେ ସିବିଏସଇ ପରୀକ୍ଷା ନେଇ ତାରିଖ ଘୋଷଣା ପରେ ଚିନ୍ତାରେ ଅଛି ରାଜ୍ୟ ଗଣଶିକ୍ଷା ବିଭାଗ ।

OJEE Exam From Tomorrow

ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଧାରାରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ପାଇଁ କିପରି ବ୍ୟବସ୍ଥା କରାଯିବ ସେ ନେଇ ବିଚାରବିମର୍ଷ କରାଯାଉଛି । ଆମ ପାଇଁ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଖୁବ ଶୀଘ୍ର ନିଷ୍ପତି ନିଆଯିବ । ଗଣଶିକ୍ଷା ବିଭାଗ ଏପରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ପ୍ରେମରେ ବିଫଳ ହେବାରୁ ଥାନା ସାମ୍ନାରେ ଆତ୍ମହୁତୀ !

ପାଲଲହଡ଼ା: ପ୍ରେମ ପାଇଁ ଥାନା ସମ୍ମୁଖରେ ଆତ୍ମହୁତୀ ଉଦ୍ୟମ । ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମ୍ମୁଖରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ ପରିବାର ଲୋକେ । ଝିଅର ବାହାଘର ଅନ୍ୟ ସ୍ଥାନରେ ସ୍ଥିର ହେବାରୁ ପ୍ରେମିକର ଆତ୍ମହୁତୀ ଉଦ୍ୟମ କରିଥିବା ସୂଚନା ।

ଉକ୍ତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ତେବେ ଗୁରୁତର ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର ଗାଁର ବିଶ୍ୱନାଥ ନାଏକ । ଘଟଣାକୁ ନେଇ ତଦନ୍ତ ଚଳାଇଛି ପୋଲିସ । କେଉଁ କାରଣରୁ ଥାନା ସାମ୍ନାରେ ଏମିତି ଉଦ୍ୟମ କରିଥିଲେ ଯୁବକ ସେନେଇ ଚାଲିଛି ତନାଘନା ।

ସୂଚନା ଅନୁଯାୟୀ ବିଶ୍ୱନାଥଙ୍କ ସେହି ଗାଁର ଝିଅ ପ୍ରେମ କରୁଥିଲେ । ଦୀର୍ଘଦିନର ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ  ପରିବାର ଲୋକ । ଏହାସହ ଉକ୍ତ ଝିଅର ବାହାଘର ଅନ୍ୟତ୍ର ଠିକ କରି ଦେଇଥିଲେ ପରିବାର ଲୋକେ । ଯୁବକ ଜଣକ ଅନ୍ୟ କୌଣସି ଉପାୟ ନପାଇ ଆତ୍ମହୁତି ଉଦ୍ୟମ କରିଥିବା କହିଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପରଲୋକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବୁଟା ସିଂହ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ଦେହାନ୍ତ ହୋଇଛି। ସେ ଆଜି ଦିଲ୍ଲୀରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଟା ସିଂହ ଶିଖ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ବୁଟା ସିଂହ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଦିଲ୍ଲୀରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବରିଷ୍ଠ କଂଗ୍ରେସ ନେତା ବୁଟା ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି  କହିଛନ୍ତି, ‘ବୁଟା ସିଂହ ଜୀ ଗରିବମାନଙ୍କ କଲ୍ୟାଣ ସହ ଦଳିତମାନଙ୍କ କଲ୍ୟାଣ ପାଇଁ ଜଣେ ପ୍ରଭାବି ନେତା ଥିଲେ। ବୁଟା ସିଂହ ସେମାନଙ୍କ ସ୍ୱର ଥିଲେ।’ ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ‘ସରଦାର ବୁଟା ସିଂହଙ୍କ ଦେହାନ୍ତ ଯୋଗୁଁ ଆଜି ପୁରା ଦେଶ ଜଣେ ସଚ୍ଚୋଟ ଜନସେବକ ଏବଂ ନିଷ୍ଠାପର ନେତାଙ୍କୁ ହରାଇଛି। ବୁଟା ସିଂହ ତାଙ୍କ ସମଗ୍ର ଜୀବନ ଦେଶ ସେବା ଏବଂ ଲୋକ କଲ୍ୟାଣରେ ସମର୍ପିତ କରିଥିଲେ, ଏଥିପାଇଁ ସେ ଚୀରସ୍ମରଣୀୟ ରହିବେ।’

ଆଠ ଥର ସାଂସଦ ବୁଟା ସିଂହ ରାଜନୀତିର ଏକ ବଡ଼ ଚେହେରା ଥିଲେ। ୧୯୩୪ରେ ଜଲନ୍ଧରରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ବୁଟା ସିଂହ କେନ୍ଦ୍ର ଗୃହମନ୍ତ୍ରୀ(୧୯୮୬-୧୯୮୯), କୃଷି ମନ୍ତ୍ରୀ(୧୯୮୪-୧୯୮୬), ରେଳମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ତଥା ବିହାରର ରାଜ୍ୟପାଳ(୨୦୦୪-୨୦୦୬) ଓ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ(୨୦୦୭-୨୦୧୦) ଭାବରେ ଜାତୀୟ ରାଜନୀତିରେ ତଥା ରାଷ୍ଟ୍ର ନିର୍ମାଣରେ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ୧୯୭୮ରୁ ୮୦ ପର୍ଯ୍ୟନ୍ତ କଂଗ୍ରେସର ମହାସଚିବ ଥିଲେ। ସ୍ୱର୍ଗତଃ ଜବାହାର ଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ବୁଟା ସିଂହ କଂଗ୍ରେସରେ ସାମିଲ ହୋଇଥିଲେ।’

ଓଡ଼ିଶା ପୂର୍ବ ଭାରତର ଏଜୁକେସନ୍ ହବ୍ ଭାବେ ଉଭା ହୋଇଛି: ମୁଖ୍ୟମନ୍ତ୍ରୀ

ସମ୍ୱଲପୁର: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ସମ୍ୱଲପୁର ୨୦୧୫ରେ ପ୍ରତିଷ୍ଠା ହୋଇଥିଲା । ଇତିମଧ୍ୟରେ ଏହି ଅନୁଷ୍ଠାନ ଦେଶର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ନିଜ ଖ୍ୟାତି ଅର୍ଜନ କରିପାରିଛି । ମାତ୍ର ୫ ବର୍ଷ ମଧ୍ୟରେ ଏହା ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଏକ ସକାରାତ୍ମକ ଛାପ ଛାଡ଼ିପାରିଛି । ପ୍ରଚୀନ କାଳରୁ ହିଁ ଓଡ଼ିଶାରେ ଶିକ୍ଷାର ଉତ୍କୃଷ୍ଠ ପରମ୍ପରା ରହିଛି । ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଓଡ଼ିଶା ସବୁବେଳେ ଆଗରେ ରହିଆସିଛି ।ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଦ୍ରୁତଗତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (IIM), ସମ୍ୱଲପୁର କ୍ୟାମ୍ପସର ଶିଳାନ୍ୟାସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ  ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ନୀତିଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ ।

         ଶିକ୍ଷା କ୍ଷେତ୍ରରେ ରାଜ୍ୟ ନିଜ ପ୍ରଭାବ ବଜାୟ ରଖିବା ସହ ରାଜ୍ୟ ପୂର୍ବ ଭାରତର ଏଜୁକେସନ୍ ହବ୍‌ରେ ପରିବର୍ତ୍ତନ ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଆଇଆଇଏମ୍, ଆଇଆଇଟି, ନାଇଜର, ଏମ୍ସ, ଏନ୍‌ଏଲ୍‌ୟୁ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହ ଏହା ପ୍ରମାଣିତ କରିପାରିଛି  । ଓଡ଼ିଶା ଦେଶର ନୂଆ ଗବେଷଣାର ହବ୍ ଭାବେ ଉଭା ହୋଇପାରିଛି । ଏ  ନେଇ ଭାରତ ସରକାରଙ୍କ ସହଯୋଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମାନବ ସମ୍ୱଳ ବିକାଶ ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍କିଲ୍ଡ ଇନ୍ ଓଡ଼ିଶା ଏବେ ଅନ୍ତର୍ଜାତୀୟ ବ୍ରାଣ୍ଡ ହୋଇସାରିଥିବା ସେ  କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: IIM ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଲେ, ମ୍ୟାନେଜମେଣ୍ଟ୍ କେବଳ କମ୍ପାନୀଙ୍କୁ ସମ୍ଭାଳିବା ନୁହେଁ, ଜୀବନକୁ ବି ସମ୍ଭାଳିବା

IIM ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଲେ, ମ୍ୟାନେଜମେଣ୍ଟ୍ କେବଳ କମ୍ପାନୀଙ୍କୁ ସମ୍ଭାଳିବା ନୁହେଁ, ଜୀବନକୁ ବି ସମ୍ଭାଳିବା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସ ଓଡ଼ିଶାର ମହାନ ସଂସ୍କୃତି ଓ ସମ୍ବଳକୁ ଚିହ୍ନିବା ସହିତ ଓଡ଼ିଶାକୁ ମ୍ୟାନେଜମେଣ୍ଟ୍ ଜଗତରେ ନୂଆ ପରିଚୟ ଦେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶିଳାନ୍ୟାସ ପରେ ସେ କହିଥିଲେ ଯେ, ଆଡି ଆଇଆଇଏମ୍ କ୍ୟାମ୍ପସ ଶିଳାନ୍ୟାସ ସହିତ ଓଡ଼ିଶା ଯୁବଶକ୍ତିକୁ ଦୃଢତା ଦେଉଥିବା ନୂଆ ଶିଳା ରଖାଯାଇଛି । ଆଇଆଇଏମର ଏହି ସ୍ଥାୟୀ କ୍ୟାମ୍ପସ ଓଡ଼ିଶାର ମହାନ ସଂସ୍କୃତି ଓ ସମ୍ୱଳକୁ ଚିହ୍ନଟ କରିବା ସହିତ ରାଜ୍ୟକୁ ମ୍ୟାନେଜମେଣ୍ଟ୍ ଜଗତରେ ନୂଆ ପରିଚୟ ଦେବ ।
ଆଗାମୀ ଦଶନ୍ଧୀରେ ଭାରତରୁ ବାହାରିବେ ବହୁରାଷ୍ଟ୍ରିୟ କମ୍ପାନୀ
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ଦଶନ୍ଧୀରେ ଭାରତକୁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ବ୍ୟବସାୟ ପାଇଁ ଆସିଛନ୍ତି । ଆଗାମୀ ଦଶନ୍ଧୀ ଓ ଏହି ଶତାବ୍ଦିରେ ଭାରତରୁ ନୂଆ ନୂଆ ମଲ୍ଟିନ୍ୟାସନାଲ କମ୍ପାନୀ ବାହାରିବେ
କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ଶିକ୍ଷାର ବିସ୍ତାର ହେଉଛି । ମୁଁ ଖୁସୀ ଯେ, ଶିକ୍ଷାକ୍ଷେତ୍ରରେ ଆମ ରାଜ୍ୟର ପ୍ରଭାବ ବଢିବାରେ ଲାଗିଛି । ଓଡ଼ିଶା ପୂର୍ବ ଭାରତରେ ଶିକ୍ଷାର ହବ୍ ଭାବେ ଉଭା ହେଉଛି ।