spot_img
Home Blog Page 6167

ରାଜ୍ୟକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ । ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୨ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୮ ମସିହାରେ ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ।

ଭଦ୍ରକ, ପୁରୀ ଓ କନ୍ଧମାଳର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ ମହାବାତ୍ୟା ସମୟରେ ତାଙ୍କୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଦାୟିତ୍ୱ ଦିଆଯାଇଥିଲା । ୧୯୯୭ରେ ତାଙ୍କୁ ଓମଫେଡର ଦାୟିତ୍ବ ମଧ୍ୟ ମିଳିଥିଲା । ଶକ୍ତି ଓ ଜଳସମ୍ପଦ ବିଭାଗରେ ସେ ବିଭିନ୍ନ ସମୟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହି ଦୁଇ କ୍ଷେତ୍ରରେ ସଂସ୍କାର ଆଣିବାରେ ସେ  ଗୁରୁଦାୟିତ୍ବ ବହନ କରିଥିଲେ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ମୁଖ୍ୟ ପ୍ରଶାସକ ଭାବେ ସେ ଏକାଧିକ ବାର କାର୍ଯ୍ୟ ତୁଲାଇଥିବା ବେଳେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା ।

ଟିକାକୁ ନେଇ ବଢୁଛି ଆଶା, ଫାଇଜର ଟିକାକୁ WHOର ଅନୁମତି

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା ପ୍ରକୋପ । କରୋନାକୁ ମାତ୍ ଦେବାକୁ ଜାରି ରହିଛି ସବୁ ପ୍ରକାର ପ୍ରୟାସ । ଏବେ ଫାଇଜର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ମଂଜୁରୀ । ଏହାସହ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ଏହି ଟିକା କରୋନା ମାତ୍ ଦେବାରେ ସଫଳ ହେବା ନେଇ ଆଶା ବଢିଛି । ତେଣୁ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସବୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଡବ୍ଲୁଏଚ୍ଓ ।

ଏହାପରେ ଭାରତରେ ଫାଇଜର ବ୍ୟବହାର ନେଇ ଆଶା ବଢିଛି । ତଜ୦ସବୁ ଦେଶରେ ଭାକ୍‌ସିନ୍ ପହଞ୍ଚାଇବା ପାଇଁ ସଂଗଠନ ଏମ୍‌ରଜେନ୍ସି ଲିଷ୍ଟ ମଧ୍ୟ ପ୍ରସ୍ତୁତ କରିଛି । ସେପଟେ ଟିକା ନେଇ ଆଜି ବସୁଛି ଗୁରୁତ୍ୱ ପୂର୍ଣ୍ଣ ବୈଠକ । କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ସଂସ୍ଥାର ବିଶେଷଜ୍ଞ କମିଟି ବୈଠକରେ ଯୋଗଦେବେ । ଆଲୋଚନା ପରେ ଦେଶରେ ଜରୁରୀକାଳୀନ ବ୍ୟବହାର ନେଇ ନିଷ୍ପତ୍ତି ହୋଇପାରେ ।

ଅନ୍ୟପଟେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଲୋକଙ୍କୁ ଭୟଭିତ କରୁଛି । ବ୍ରିଟେନ ଫେରନ୍ତାଙ୍କୁ ନେଇ ଚିନ୍ତାରେ ଦେଶ । ସାଧାରଣତଃ କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ବ୍ରିଟେନରେ ହିଁ ଦେଖା ଦେଇଛି । ଏବଂ ସେଠାରୁ ଫେରୁଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ଅନୁରୋଧ କରାଯାଇଛି । ଏଯାଏଁ ଦେଶରେ ୨୫ରୁ ଅଧିକ ଲୋକଙ୍କ ଠାରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଚିହ୍ନଟ ହୋଇଛି ।

ନୂଆ ବର୍ଷକୁ ନିଆରା ଅନ୍ଦାଜରେ ପାଳନ କରିଛନ୍ତି ବଲିଉଡ୍ ସେଲିବ୍ରିଟି: ଭାଇରାଲ ହେଉଛି ଫଟୋ

ମୁମ୍ୱାଇ: ବିଦାୟ ନେଇ ୨୦୨୦, ଆଉ ଆରମ୍ଭ ହୋଇଛି ନବବର୍ଷ ୨୦୨୧ । ଅନେକ ଆଶା ଓ ସମ୍ଭାବନାକୁ ନେଇ ଆସିଛି ନବବର୍ଷ। ନୂଆବର୍ଷକୁ ନେଇ ସଭିଙ୍କ ମନରେ ରହିଛି ଉଲ୍ଲାସ। କରୋନା କଟକଣା ଭିତରେ ୨୦୨୦କୁ ବିଦାୟ ଦେଇ ସଭିଏଁ ୨୦୨୧କୁ କରିଛନ୍ତି ଜୋରଦାର ସ୍ବାଗତ।କରୋନା କଟକଣା ଯୋଗୁଁ ନୂଆ ବର୍ଷର ସ୍ୱାଗତ ସେତେଟା ଯାକଜକମର ସହିତ ହୋଇନଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ପରିବାର ବଲିଉଡ୍ ସେଲିବ୍ରିଟି ମଧ୍ୟ ନିଜ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହିତ ନବ ବର୍ଷକୁ ସ୍ୱାଗତ କରିଛନ୍ତି । ସେମାନେ ସେମାନଙ୍କ ପରିବାର ଲୋକଙ୍କ ଗହଣରେ ନୂଆ ବର୍ଷକୁ ସ୍ୱାଗତ ଜଣାଇବା ଏହାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଐଶର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ

Image

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପରିବାର ଲୋକଙ୍କ ଗହଣ ନୂଆ ବର୍ଷ ପାଳନ କରୁଛନ୍ତି

ଚଳଚ୍ଚିତ୍ର ନିର୍ମାଣା କରଣ ଜୋହର ନୂଆ ବର୍ଷ ଅବସରରେ ସୋସିଆଲ୍ ମିଡିଆ ଅବସରରେ ସେୟାର କରିଥିବା ଫଟୋ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଭାଇ ଇବ୍ରାହିମ୍ ଖାନଙ୍କ ସହ ନୂଆ ବର୍ଷ ପାଳନ କରିଛନ୍ତି

ପରିବାର ଲୋକଙ୍କ ଗହଣରେ ନୂଆ ବର୍ଷ ପାଳନ କରିଛନ୍ତି ବଲିଉଡ୍ ଅଭିନେତା ଅଭିତାଭ ବଚ୍ଚନ

Image

 

 

ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀ ନବୀକରଣ ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ଯାହା ଦ୍ୱାରା ଦେଶ ପ୍ରଗତି ଆଡ଼କୁ ଆହୁରି ଆଗେଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । କରୋନା ମହାମାରୀ ସମୟରେ ଦେଶ ବହୁ ସମସ୍ୟା ଦେଇ ଗତି କରିଥିବା ବେଳେ ଏହା ଦେଶକୁ ଆହୁରି ସୁଦୃଢ଼ କରିଥିବା ନିଜ ଟ୍ୱିଟ୍‌ରେ କହିଛନ୍ତି ରାଷ୍ଟ୍ରପତି ।

          ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ନବ ବର୍ଷର ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନା କାଳରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସମତେ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ମନେ ପକାଇଛନ୍ତି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ ସମେତ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଜୁରାଟ ରାଜକୋଟରେ ଏମ୍ସର ହସ୍ପିଟାଲର ଶିଳାନ୍ୟାସ ଅବସରରେ ଯୋଗଦେଇ କରୋନା ସତର୍କତା ନେଇ ଦେଶବାସୀଙ୍କୁ ଅପିଲ କରିଥିଲେ । ସେ କହିଥିଲେ ଦବାଇ  ବି ଓର କଡ଼ାଇ ବି (ଔଷଧ ଆସିଲେ ମଧ୍ୟ କରୋନା ନେଇ ଢିଲା ମନୋଭାବ ଆପଣାଇବା ନାହିଁ) ତେବେ ପ୍ରଧାନମନ୍ତ୍ରୀ ପୂର୍ବରୁ ଦବାଇ ନହି ତେ ଢିଲାଇ ନହିଁ (ଔଷଧ ନାହିଁ ତ ଢିଲାପଣ ନାହିଁ) ବୋଲି କହିଥିଲେ । କିନ୍ତୁ ସେ ‘ଦବାଇ  ବି ଓର କଡ଼ାଇ ବି’କୁ ନୂଆ ବର୍ଷର ନୂଆ ମନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ଅବସରରେ କରୋନା ମହାମାରୀରେ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ।

 

ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆ ଆଶା ଓ ଭରସା ନେଇ ଆସିଛି ନୂଆ ବର୍ଷ । ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ନବୀନ  । ଏଥି ସହ ଏକ ଭିଡିଓ ବାର୍ତ୍ତା ମଧ୍ୟ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ନୂଆ ବର୍ଷ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧ ସମସ୍ତଙ୍କ ପାଇଁ ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ଏବଂ ନୂଆ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ ଓ ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଭୟରେ ଶେଷ ହୋଇଛି ୨୦୨୦ ଏବେ ନୂଆ ଆଶା ଓ ଭରସାରେ ବାନ୍ଧି ହୋଇଛି ୨୦୨୧ । କଣକଣା ଭିତରେ ୨୦୨୦କୁ ବିଦାୟ ଦେଇଛନ୍ତି ରାଜ୍ୟବାସୀ  । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଜିରୋ ନାଇଟ ସେଲିବ୍ରେସନକୁ ନିଷେଧ କରିଥିଲେ  । ଭୁବନେଶ୍ୱର ଓ କଟକରେ ଏଥିପାଇଁ ୩୧ ତାରିଖ  ରାତି ୧୦ଟାରୁ ନୂଆ ବର୍ଷ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ଜାରି କରାଯାଇଥିଲା ।

ପଛ ଲୋକ ଯଦି ହେଲମେଟ ନ ପିନ୍ଧନ୍ତି ତେବେ ଗାଡିଚାଳକ ହିଁ ଦେବେ ଫାଇନ୍

ଭୁବନେଶ୍ୱର: ଆଜିଠୁ ଡବଲ ହେଲମେଟ୍ ବାଧ୍ୟତାମୂଳକ । କେବଳ ଚାଳକ ନୁହଁନ୍ତି ବାଇକ୍ ପଛରେ ବସୁଥିବା ଲୋକ ହେଲମେଟ୍ ପିନ୍ଧିବା ମଧ୍ୟ  ବାଧ୍ୟତାମୂଳକ କରାଯାଇଛି । ହେଲମେଟ୍ ନ ପିନ୍ଧିଲେ ଗାଡିଚାଳକଙ୍କୁ ଫାଇନ୍ ଦେବାକୁ ପଡିବ  । ସେହିଭଳି ଡି.ଏଲ ବି ବାତିଲ ହେବ  । ଦୁର୍ଘଟଣା କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି  ।

ପୂର୍ବରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ ଆଜିଠୁ ଡବଲ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କେବଳ ହେଲମେଟ ଚେକିଂ ନୁହେଁ, ମଦ୍ୟପାନ କରି ଗାଡି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା ଓ ବିନା ଇନସୁରାନ୍ସ ଓ ପଲ୍ୟୁସନ ପ୍ରମାଣପତ୍ର ବିନା ଗାଡି ଚଳାଇବା ଲୋକଙ୍କୁ ଆଉ ନିସ୍ତାର ନାହିଁ ।

ତେବେ ପଛରେ ବସିଥିବା ଲୋକଟି ଯଦି ହେଲମେଟ ନ ପିନ୍ଧନ୍ତି ତେବେ ଗାଡ଼ି ଚାଳକଙ୍କୁ ହିଁ ଏଥିପାଇଁ ଫାଇନ ଦେବାକୁ ହେବ । ଏ ସବୁ ଚେକିଂକୁ କଡାକଡି କରିବା ପାଇଁ ପରିବହନ ବିଭାଗ ପୋଲିସକୁ ନିର୍ଦ୍ଦେଶ ଦେଇଛି । ତେବେ ଲର୍ନର ଲାଇସେନ୍ସ ଥିବା ବ୍ୟକ୍ତିଙ୍କ ଡିଏଲ  ମିଳିନଥିବାରୁ, ସେମାନଙ୍କ ପାଇଁ ଏହି ନିୟମକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ କୋହଳ କରାଯାଇଛି ।

ନୂଆ ବର୍ଷରେ ସୁରେଶଙ୍କୁ ନୂଆ ଦାୟିତ୍ୱ: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ

ଭୁବନେଶ୍ୱର: ଆଜି ରାଜ୍ୟକୁ ମିଳିବ ନୂଆ ମୁଖ୍ୟ ଶାସନ ସଚିବ  । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ସୁରେଶ ଚନ୍ଦ୍ର ମହାପାତ୍ର  । ୨୦୨୨ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୮ ମସିହାରେ ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଭଦ୍ରକ, ପୁରୀ ଓ କନ୍ଧମାଳରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ ମହାବାତ୍ୟା ସମୟରେ ତାଙ୍କୁ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଦାୟିତ୍ବ ଦିଆଯାଇଥିଲା । ୧୯୯୭ରେ ତାଙ୍କୁ ଓମଫେଡର ଦାୟିତ୍ବ ମଧ୍ୟ ମିଳିଥିଲା । ଶକ୍ତି ଓ ଜଳସମ୍ପଦ ବିଭାଗରେ ସେ ବିଭିନ୍ନ ସମୟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହି ଦୁଇ କ୍ଷେତ୍ରରେ ସଂସ୍କାର ଆଣିବାରେ ସେ ଏକ ସମୟରେ ଗୁରୁଦାୟିତ୍ବ ବହନ କରିଥିଲେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ମୁଖ୍ୟ ପ୍ରଶାସକ ଭାବେ ସେ ଏକାଧିକ ବାର କାର୍ଯ୍ୟତୁଲାଇଥିବା ବେଳେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଧରାବତରଣ କରିଛି ୨୦୨୧: ଦୂର ହେଉ ଭୂତାଣୁର ଭୟ, ଶୀଘ୍ର ଆସୁ ଭ୍ୟାକ୍ସିନ୍

 

ଧରାବତରଣ କରିଛି ୨୦୨୧: ଦୂର ହେଉ ଭୂତାଣୁର ଭୟ, ଶୀଘ୍ର ଆସୁ ଭ୍ୟାକ୍ସିନ୍

ଭୁବନେଶ୍ୱର: ଆରମ୍ଭ ହୋଇଛି ନବବର୍ଷ ୨୦୨୧ । ଅନେକ ଆଶା ଓ ସମ୍ଭାବନାକୁ ନେଇ ଆସିଛି ନବବର୍ଷ। ନୂଆବର୍ଷକୁ ନେଇ ସଭିଙ୍କ ମନରେ ରହିଛି ଉଲ୍ଲାସ। କରୋନା କଟକଣା ଭିତରେ ୨୦୨୦କୁ ବିଦାୟ ଦେଇ ସଭିଏଁ ୨୦୨୧କୁ କରିଛନ୍ତି ଜୋରଦାର ସ୍ବାଗତ। ଘରେ ରହି ନିଜ ପରିବାର ସହିତ କେହି କେହି ନବ ବର୍ଷ ପାଳିଥିବା ବେଳେ ଅନେକ ନିଜର ବନ୍ଧୁମାନଙ୍କ ଗହଣରେ ପାଳିଥିଲେ ନୂଆବର୍ଷ। ଆଉ ଯେଭଳି ଭୂତାଣୁର ଭୟ ନ ରହିବ ସେନେଇ ସମସ୍ତେ ଆଶା ବାନ୍ଧିଛନ୍ତି।

ନୂଆବର୍ଷ ୨୦୨୧କୁ ସ୍ବାଗତ କରିଛି ବର୍ଷର ପ୍ରଥମ ସୂର୍ଯ୍ୟଦୟ  । ନିଜ ସ୍ବଣ୍ଣିମ କିରଣରେ ଆଣିଛି ନୂଆା ଆଶା, ଆକାଂକ୍ଷା, ସମ୍ଭାବନା, ନୂତନ ଆଲୋକର ଆଶ୍ୱାସନା   । ଏହି ସୁନେଲି ସମ୍ଭାରରେ ସାମିଲ ହୋଇଛି ଆଉ ଏକ ସଭ୍ୟତାର ବର୍ଷ  । ସୂର୍ଯ୍ୟଙ୍କ ପହିଲି  କିରଣ ସହ ଯବନିକା ପଡିଛି ସବୁକିଛିର । ଗୋଟାଏ ଅନୁଛେଦର, ଗୋଟାଏ ବର୍ଷର । ସବୁ ଯେମିତି ପୋଛି ନେଇଛି ଏହି ନୂତନ ବର୍ଷର ପ୍ରଥମ ସୂର୍ଯ୍ୟଦୟ । ତେବେ ଏହି ବର୍ଷକୁ ଜୋରସୋରରେ ସ୍ବାଗତ କରିଛନ୍ତି ବିଶ୍ବବାସୀ । ଆଉ ଆଶା ରଖିଛନ୍ତି, କେବେ ନଆସୁ କରୋନା ମହାମାରୀ ଭଳି ବିପତ୍ତି । କେବେ ନହେଉ ଦୋକାନରୁ ଦେବାଳୟ ବନ୍ଦର ତାଡ଼ନା । କେବେ ନଆସୁ ଅସମୟରେ ବିପତ୍ତି ଏବଂ କେବେ ନ ଆସୁ କଳାବାଦଲର କଳା ଛାୟା  । ମଙ୍ଗଳମୟ ହେଉ ଏବଂ ସର୍ବାର୍ଶୀବାଦ ହେଉ ବର୍ଷ ଏକୋଇଶ । ଏହି ଅବସରରେ ନନ୍ଦିଘୋଷ ଟିଭି ଡିଜିଟାଲ ଟିମ୍ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ନବ ବର୍ଷର ଅଜସ୍ର ଶୁଭକାମନା ।

କରୋନା ଭ୍ୟାକ୍ସିନ୍ ନେଇ ବର୍ଷର ପ୍ରଥମ ଦିନରେ ଆସିପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟର ଅପେକ୍ଷା । ସରିଯିବ ବର୍ଷ ୨୦୨୦ । କରୋନା ସଂକଟର ବର୍ଷ ସରିବ । ନୂତନ ଆଶା, ଆଂକାକ୍ଷା ନେଇ ଉଇଁବ ବର୍ଷ ୨୦୨୧ର ପ୍ରଥମ ସୂର୍ଯ୍ୟ । ନୂଆବର୍ଷର ପ୍ରଥମ ଦିନରେ କରୋନା ଭ୍ୟାକ୍ସିନ୍ ନେଇ କୌଣସି ନିଷ୍ପତ୍ତି ସମ୍ଭାବନା ରହିଛି । ଜାନୁଆରୀ ୧ ଅର୍ଥାତ୍ ଶୁକ୍ରବାର ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ କରୋନା ଭ୍ୟାକ୍ସିନ୍ ଉପରେ ବସିବ । ଜରୁରୀକାଳୀନ ବ୍ୟବହାର ନେଇ ୩ଟି ଔଷଧ କମ୍ପାନୀ ମାଗିଥିବା ଅନୁମତି ଆବେଦନର ତଥ୍ୟକୁ ବୈଠକରେ ତର୍ଜମା କରାଯିବ । ଏହି କମିଟିର ସୁପାରିସ୍ ଅନୁଯାୟୀ ନିଷ୍ପତ୍ତି ନେବେ ଡିସିଜିଆଇ ।

Big Decision Can Be Taken On First Day Of The New Year Regarding The Corona Vaccine

୨୦୨୧ ବର୍ଷର ପ୍ରଥମ ଦିନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଶା ରହିଛି । ନୂଆବର୍ଷ ପ୍ରଥମ ଦିନ କରୋନା ଭ୍ୟାକ୍ସିନକୁ ନେଇ ଲୋକଙ୍କ ମନରେ ରହିଛି ଆଶା । ଆଶା ଅଛି- ମହାମାରୀ ବିରୋଧରେ ଭାରତକୁ ଭ୍ୟାକ୍ସିନ୍ ମିଳିଯିବ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ଥିବାରୁ ଭ୍ୟାକ୍ସିନ୍ ନେଇ ଆଶା ବଢ଼ିଛି । ବୈଠକରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ଓ ଫାଇଜରର ଆବେଦନ ଉପରେ ତର୍ଜମା ହେବ ।

Big Decision Can Be Taken On First Day Of The New Year Regarding The Corona Vaccine

ଏହାପୂର୍ବରୁ ଡିସମ୍ବର ୯ ତାରିଖରେ କରୋନା ଭ୍ୟାକ୍ସିନ୍ ଉପରେ ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଏଥିରେ ଫାଇଜର ଲିଖିତ ଆକାରରେ ଡାଟା ଉପରେ ସୂଚନା ଦେବା ପାଇଁ ସମୟ ମାଗିଥିଲା । ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ ମଧ୍ୟ ସମୟ ଦେଇଛି । ସେହିଭଳି ସିରମ ଇନଷ୍ଟିଚ୍ୟୁଟ୍ ଜମା କରିଥିବା ସୁରକ୍ଷା ନଭେମ୍ବର ୧୪ ଯାଏ ଥିଲା । ବିସ୍ତୃତ ଆଲୋଚନା ପରେ ସମିତି ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ସମୀକ୍ଷା ପାଇଁ ଡାଟା ଓ ସୂଚନା ମାଗିଥିଲା ।

୧) କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ଡାଟା

୨) ବ୍ରିଟେନ୍ ଓ ଭାରତରେ ହୋଇଥିବା କ୍ଲିନିକାଲ୍ ଟ୍ରାଏଲର ଇମ୍ୟୁନୋଜୋନିସିଟି ଡାଟା

୩) ୟୁକେ ରେଗୁଲେଟର ଜରୁରୀକାଳୀନ ବ୍ୟବହାର ନେଇ ଦେଇଥିବା ଅନୁମତିର ସୂଚନା

ସେହିଭଳି ସବଜେକ୍ଟ ଏକ୍ସପର୍ଟ କମିଟି, ଭାରତ ବାୟୋଟେକ୍ ଠାରୁ ସୂଚନା ମାଗିଛି । ଏବେ ଚାଲିଥିବା କ୍ଲିନିକାଲ୍ ଟ୍ରାଏଲର ସୁରକ୍ଷା ଡାଟା କମିଟି ଆଗରେ ପ୍ରସ୍ତୁତ ପାଇଁ ଭାରତ ବାୟୋଟେକକୁ କୁହାଯାଇଛି । ଏହାପରେ ଡିସେମ୍ବର ୧୭ରେ ପୁଣି ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଯେଉଁଥିରେ ଅକ୍ସଫୋର୍ଡ ଓ ଏଷ୍ଟ୍ରଜନେକା ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଟ୍ରାଏଲ ଓ ଭାରତ ବାୟୋଟେକକୁ କିଛି ଡାଟା ମଗା ଯାଇଛି । ଯାହାକି ଜମା କରି ଦିଆଯାଇଛି ।

Big Decision Can Be Taken On First Day Of The New Year Regarding The Corona Vaccine

ଏହାପରେ ଡିସେମ୍ବର ୩୦ରେ ପୁଣି ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଫାଇଜର, ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଭ୍ୟାକ୍ସିନର ଜରୁରୀ ବ୍ୟବହାର ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଅତିରିକ୍ତ ତଥ୍ୟ ଉପରେ ଆଲୋଚନା କରାଯାଇଥିଲା । ଫାଇଜର ଆଉ କିଛି ସମୟ ମାଗିଥିଲା । ଏବେ ଫାଇଜର ଅତିରିକ୍ତ ତଥ୍ୟ ଦେଇଥିବା ବେଳେ ସମୀକ୍ଷା ଚାଲିଛି । ଜାନୁଆରୀ ୧ ତାରିଖରେ ପୁଣି ବୈଠକ ହେବ ।

Big Decision Can Be Taken On First Day Of The New Year Regarding The Corona Vaccine

ଏବେ ଶୁକ୍ରବାର ପୁଣି ସବଜେକ୍ଟ କମିଟିର ବୈଠକ ହେବ । ଏଥିରେ ତଥ୍ୟର ତର୍ଜମା ପରେ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିସ୍ ଦେଇପାରେ । ଡିସିଜିଆଇ ଅର୍ଥାତ୍ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ସୁପାରିସ୍ ଆଧାରରେ ଭ୍ୟାକ୍ସିନ୍ ନେଇ ନିଷ୍ପତ୍ତି ନେବେ ।

Big Decision Can Be Taken On First Day Of The New Year Regarding The Corona Vaccine

ତେବେ, କେଉଁ ଭ୍ୟାକ୍ସିନ୍ ପ୍ରଥମେ ଆସିବ ସ୍ପଷ୍ଟ ହୋଇନଥିବା ବେଳେ ଭାରତ ସରକାର ଏହାକୁ ନେଇ ପ୍ରସ୍ତୁତି କରି ସାରିଛନ୍ତି । କୋଲ୍ଡ ଷ୍ଟୋରେଜରୁ ନେଇ ଭ୍ୟାକ୍ସିନେଟର ସମସ୍ତଙ୍କୁ ଟ୍ରେନିଂ ଏବଂ କାହାକୁ ଭ୍ୟାକ୍ସିନ୍ ଦିଆଯିବ ସେ ତଥ୍ୟ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବା ନେଇ ପ୍ରାଥମିକତା ଦିଆଯିବ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ପରେ ଆଗଧାଡ଼ିରେ କର୍ମଚାରୀ ଓ ପରେ ବୟସ୍କଙ୍କୁ (୫୦ ବର୍ଷରୁ ଅଧିକ),ତା’ପରେ ଗମ୍ଭୀର ରୋଗରୁ ଆକ୍ରାନ୍ତ (୫୦ ବର୍ଷରୁ କମ୍)ଙ୍କୁ ଟିକା ଦିଆଯିବ । ଏହାକୁ ନେଇ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଜାନୁଆରୀ ୨ ତାରିଖରେ ଟୀକାକରଣ ଲାଗି ଦିନିକିଆ ଡ୍ରାଏ ରନ୍ କରାଯିବ ।

ବାତ୍ୟାରୁ ବିଧେୟକ, ବିଦାୟୀ ବର୍ଷ ୨୦୨୦ର ବଡ଼ ଖବର

0

ବର୍ଷ ୨୦୨୦ । ସମସ୍ତଙ୍କ ପାଇଁ ସ୍ମରଣୀୟ । ବେଶ ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଥିବା ଏହି ବର୍ଷ କିନ୍ତୁ ଆଣିଥିଲା ଅନେକ ଦୁଃଖ । ଦୋହଲାଇଥିଲା ସାରା ବିଶ୍ୱକୁ । କିଛି ଲୋକଙ୍କ ପାଇଁ ଏହି ବର୍ଷ ସୁଖସମୃଦ୍ଧି ଦେଇଥିବା ବେଳେ ଅଧିକାଂଶଙ୍କ ପାଇଁ ଏହା ଦୁଃଖ ଓ ଯନ୍ତ୍ରଣାଦାୟକ ରହିଥିଲା । ବର୍ଷକ ୧୨ ମାସରୁ ୮ ମାସ ଲୋକେ ଘରେ ବନ୍ଦୀ ଜୀବନ କାଟିଥିଲେ । ରୋଗ ଆଉ ମୃତ୍ୟୁ ଭୟ ସମସ୍ତଙ୍କୁ ବର୍ଷ ଶେଷ ସୁଦ୍ଧା ମଧ୍ୟ ରହିଥିଲା ।  ବର୍ଷ ଶେଷ ବେଳକୁ ମୃତ୍ୟୁ ଭୟ କମିଥିଲେ ମଧ୍ୟ ସମ୍ପୁର୍ଣ୍ଣ ଶେଷ ହୋଇନଥିଲା । କିନ୍ତୁ ଲୋକ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହୋଇ ଘରୁ ବାହାରିଥିଲେ ।

୨୦୨୦, ବର୍ଷ ତମାମ ସବୁ ବନ୍ଦ । ହେଲେ ଏହାରି ଭିତରେ ଘଟିଛି ଅନେକ ଘଟଣା ଆଉ ଦୁର୍ଘଟଣା । ଯାହାକୁ ସମସ୍ତ ଦେଶବାସୀ କେବେ ବି ଭୁଲିପାରିବେ ନାହିଁ । ଏମିତି ୧୦ଟି ବିଷୟରେ ଏବେ ଆମେ ଆଲୋଚନା କରିବା । ଏହି ମନେ ରହିବା ଭଳି ଘଟଣା ଭିତରେ ସବୁଠାରୁ ଆଗରେ ରହିବ:-

କରୋନା ମହାମାରୀର କରାଳ ରୂପ

କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ବେଶ ଦେଖିବାକୁ ମିଳିଛି । ଏକ କୋଟିରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ଦେଢ଼ ଲକ୍ଷ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ମହାମାରୀ ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଅହରହ ପରିଶ୍ରମ କରିଛନ୍ତି ।

ଘର ଛାଡ଼ି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ଫେରିଛନ୍ତି । ଭୋକ ଉପାସରେ ରହି ରାସ୍ତା କଡ଼ରେ ରାତି କାଟିଛନ୍ତି । ଛୋଟ ଛୋଟ ପିଲାଙ୍କୁ କାଖରେ ଧରି ମା’ ମାଇଲ ମାଇଲ ଦୂର ଚାଲି ଚାଲି ଗାଁକୁ ଫେରିଛି । ଖାଲି ପାଦରେ ତତଲା ପିଚୁ ରାସ୍ତାରେ ଗୋଡ଼ ଫୋଟକା ହୋଇଯାଇଛି । ତଥାପି ମା’ର ପାଦ ଥକି ଯାଇନଥିଲା । କି ବାପାର କାନ୍ଧରୁ ବଳ କମିନଥିଲା । ସେମିତି ଶହ ଶହ କିଲୋମିଟର କାନ୍ଧରେ ବୋହି ପିଲାଙ୍କୁ ନିଜ ଭିଟା ମାଟିକୁ ଫେରିଥିଲେ ପ୍ରବାସୀ ଶ୍ରମିକ ।

ତେବେ ଇଏ ତ ଥିଲା ଦେଶ ଭିତରର କାହାଣି । ଦେଶ ବାହାରେ ମଧ୍ୟ ଅନେକ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁଁ ଭୋକ ଉପାସରେ ଦିନ କାଟିଥିଲେ । ସରକାରଙ୍କୁ ନେହୁରା ହୋଇଥିଲେ । ସରକାର ସେମାନଙ୍କ ଦୁଃଖ ବୁଝି ସ୍ୱତନ୍ତ୍ର ବିମାନ ଯୋଗେ ଦେଶକୁ ଫେରାଇ ଆଣିଥିଲେ ସତ, ହେଲେ ଯେତେବେଳେ ହଠାତ୍‌ ଲକ୍‌ଡାଉନ୍‌ ହୋଇଥିଲା ସେତେବେଳେ ରୋଜଗାର ନଥିବାରୁ ପେଟରେ ଓଦା କନା ପକାଇ ଦିନ କାଟିଥିଲେ ଏହି ପ୍ରବାସୀ ଶ୍ରମିକ ।

୨୦୨୧ରେ କରୋନା ଟିକା ଆସିବ । ଏହା ଶୁଣି ଲୋକଙ୍କୁ ଆସ୍ୱସ୍ତି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ରାଜ୍ୟମାନଙ୍କ ସହ ବହୁବାର ଆଲୋଚନା ମଧ୍ୟ କରିସାରିଛନ୍ତି । ଟିକା ପ୍ରସ୍ତୁତିରେ ସାରା ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି । ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ଟିକା ପ୍ରସ୍ତୁତିରେ ଆଗରେ ରହିଛି ।

ଅନ୍ୟପଟେ କରୋନା ମହାମାରୀ, ଦେଶର ରାଜନୀତିକୁ ମଧ୍ୟ ବେଶ୍‌ ଖୋରାକ ଯୋଗାଇଥିଲା । ସରକାରଙ୍କୁ ଟାର୍ଗେଟ୍‌ କରିବା ପାଇଁ ବିରୋଧୀଙ୍କୁ କରୋନା ଭଳି ଅସ୍ତ୍ର ମଳିଥିଲା । ସରକାରୀ ଦଳ ମଧ୍ୟ ନିର୍ବାଚନରେ ଭୋଟ ପାଇଁ କରୋନାକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲା । କରୋନା ମହାମାରୀର ଭୟ ଯେତେବେଳେ ଶିଖର ଛୁଇଁଥିଲା, ସେତେବେଳେ ଦେଶର ଜନସାଧାରଣଙ୍କୁ କରୋନା ଯୋଦ୍ଧାଙ୍କ ପାଇଁ ଘଣ୍ଟ ବାଡ଼େଇବା ଓ ଦୀପ ଜାଳିବାକୁ କୁହାଯାଇଥିଲା । ସାରା ଦେଶବାସୀ ଏହାକୁ ବେଶ ଆଗ୍ରହର ସହ ଗ୍ରହଣ ମଧ୍ୟ କରିଥିଲେ । ବିନା ଦୀପାବଳୀରେ ଦେଶ ସାରା ଜଳୁଥିଳା ଦୀପ ।

୨୦୨୦ରେ ବାତ୍ୟା କରିଛି ଘାଇଲା

ଅମ୍ଫାନ

କରୋନା ମହାମାରୀ ସାରା ଦେଶକୁ ଗ୍ରାସ କରି ରଖିଥିବା ବେଳେ ବାରମ୍ବାର ବନ୍ୟା-ବାତ୍ୟା ଦେଶକୁ ଘାଇଲା କରିଥିଲା । ଯାହାକି ଦେଶ ପାଇଁ ଆଉ ଏକ ବଡ଼ କ୍ଷତି ସାଜିଥିଲା । ୨୦୨୦ରେ ହୋଇଥିବା ସବୁ ବାତ୍ୟା ମଧ୍ୟରେ ଅମ୍ଫାନ୍‌ ଭାରତ ପାଇଁ ସର୍ବାଧିକ ଆର୍ଥିକ କ୍ଷତି ପହଞ୍ଚାଇଥିଲା । ଓଡ଼ିଶା-ପଶ୍ଚିମବଙ୍ଗରେ ଅମ୍ଫାନ ତାଣ୍ଡବ ରଚିଥିଲା ।

କେବଳ ଓଡ଼ିଶାରେ ୧୦ ଜିଲ୍ଲାକୁ ପ୍ରଭାବିତ କରିଥିଲା ଅମ୍ଫାନ । ଏଥିରେ ୯ହଜାର ୮୩୩ ଗାଁ, ୧୫ଶହ ୫୮ ଗ୍ରାମ ପଞ୍ଚାୟତ, ୯୨ ବ୍ଳକ୍‌, ୨୭୨ ଓ୍ୱାର୍ଡ, ୨୨ଟି ପୌରାଞ୍ଚଳ ସାମିଲ । ୪୪ଲକ୍ଷ ଲୋକ, ୮ଲକ୍ଷ ୭୨ହଜାର ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ । ୫ଶହ ଘର ସଂପୂର୍ଣ୍ଣ ନଷ୍ଟ । ୧୫ହଜାର ଘର ଆବାଶିକ ନଷ୍ଟ । ୨୮ଟି ବୃହତ୍‌ ଜୀବ,୯ଟି କ୍ଷୁଦ୍ର ପ୍ରାଣୀ, ୩ହଜାର ୬୮୦ କୁକୁଡ଼ା ଓ ବତକ ମଧ୍ୟ ପ୍ରାଣ ହରାଇଛନ୍ତି ।

ନିସର୍ଗ

କେବଳ ଅମ୍ଫାନ ନୁହେଁ ନିସର୍ଗ ମଧ୍ୟ ଦେଶ ପାଇଁ ବେଶ କ୍ଷତି ପହଞ୍ଚାଇଥିଲା । ମହାରାଷ୍ଟ୍ର ପାଇଁ ଏହି ବାତ୍ୟା ଭୟଙ୍କର ରୂପ ଧାରଣ କରିଥିଲା । ପୁରା ମୁମ୍ବାଇ ସହରକୁ ଶ୍ରୀହିନ କରିଦେଇଥିଲା ନିସର୍ଗ । ମହାରାଷ୍ଟ୍ରର ଅଲ୍ଲିବାଗ୍‌ ନିକଟରେ ଲ୍ୟାଣ୍ଡଫଲ କରିଥିଲା ନିସର୍ଗ । ଏଥିରେ ମୁମ୍ବାଇର ଯାହା କ୍ଷତି ହୋଇଥିଲା ସେନେଇ ତ ସମସ୍ତେ ଦୁଃଖିତ ଥିଲେ । ହେଲେ ଏହାରି ଭିତରେ ସଲମାନ ଖାନଙ୍କ ଫାର୍ମହାଉସ ଅବସ୍ଥା ବେହାଲ ହୋଇଯାଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା ।

ଗତି

ଅମ୍ଫାନ ଭଳି ଗତି ବିଶେଷ କ୍ଷୟକ୍ଷତି ପହଞ୍ଚାଇନଥିଲେ ମଧ୍ୟ ଏହା ଭୟଙ୍କର ରୂପ ଧାରଣ କରିଥିଲା । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଘନିଭୂତ ହୋଇଥିଲା । ଯାହାଫଳରେ ଉପକୂଳବର୍ତ୍ତି ରାଜ୍ୟଗୁଡ଼ିକ ଆତଙ୍କିତ ହୋଇପଡ଼ିଥିଲେ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ୍ ଓ ପୂର୍ବୋତ୍ତରର କିଛି ରାଜ୍ୟରେ ବର୍ଷା ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।

ନିଭାର

ସେହିଭଳି ବାତ୍ୟା ନିଭାର ମଧ୍ୟ ଦେଶବାସୀଙ୍କୁ ଆତଙ୍କିତ କରିଥିଲା । ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ନିଭାର। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିଥିବା ବେଳେ ପରେ ଏହା ୧୪୫ କିଲୋମିଟର ବେଗ ଛୁଇଁଥିଲା । ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ଫଳରେ ପୁରା ସହରବାସୀ ଜଳବନ୍ଦୀ ଥିଲେ । ତେବେ ଓଡିଶା ଉପରେ ଏହା ବିଶେଷ ପ୍ରଭାବ ପଡିନି ।ତେବେ ପ୍ରତ୍ୟେକ ବାତ୍ୟା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହୟତା ଯୋଗାଇ ଦିଆଯାଇଛି ।

ଭାରତ ଚାଇନା ସୀମା ବିବାଦ

୨୦୨୦ରେ ଦେଶ ପାଇଁ ଆଉ ଏକ ବଡ଼ ଘଟଣା ହେଉଛି ଭାରତ ଓ ଚୀନ୍‌ ସୀମା ବିବାଦ । ଚୀନ୍‌ ସେନା ଭାରତୀୟ ସୀମା ଅତିକ୍ରମ କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ଲଦାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପ୍ରଥମ ଦିନରେ ହିଁ ଭାରତ-ଚୀନ୍‌ ସେନା ହାତହାତି ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନ୍‌ର ୪୦ରୁ ଅଧିକ ଯବାନ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଥିଲା । ପରେ ସୀମାରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା । ଉଭୟ ଦେଶ ସୀମାରେ ଗୋଳାବାରୁଦ ଠୁଳ କରିବା ସହ ଯୁଦ୍ଧ ବିମାନ ମଧ୍ୟ ଠୁଳ କରିଥିଲେ । ଯୁଦ୍ଧ ପାଇଁ ଉଭୟ ଦେଶ ସଜବାଜ ହୋଇଥିଲେ । ଚୀନ୍‌ ସେନାକୁ ଭାରତୀୟ ଯବାନ କଡ଼ା ଜବାବ ଦେଇଥିଲେ । ଲଦାଖର ମୁଖ୍ୟ ସ୍ଥାନଗୁଡ଼ିକୁ ଭାରତ ଅକ୍ତିଆର କରିସାରିଛି ।

ସବୁଠାରୁ ମଜା କଥା ହେଲା ଚୀନ୍‌ ସେନା ଭାରତୀୟ ଯବାନଙ୍କ ମନବଳକୁ ଦୁର୍ବଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ବ୍ୟବହାର କରିଥିଲା । ସୀମାରେ ଲାଉଡ୍‌ ସ୍ପୀକର ଲଗାଇ ହିନ୍ଦି ଗୀତ ଚଲାଇ ନାଚ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଅନ୍ୟପଟେ ବାରମ୍ବାର ଆଲୋଚନା କରାଯିବା ପରେ ମଧ୍ୟ ବିବାଦର ସମାଧାନ ବାହାରି ପାରିନଥିଲା ।

ବନ୍ଦ ହେଲା ଚାଇନିଜ୍‌ ଆପ୍‌

ଚାଇନିଜ୍‌ ସାମଗ୍ରୀ ଓ ଆପ୍‌ ଭାରତ ବଜାରକୁ କବ୍‌ଜା କରି ରଖିଛି । ଭାରତୀୟ ବଜାରରେ ଚାଇନିଜ୍‌ ଆପ୍‌ ଢ଼େର ଲୋକପ୍ରିୟତା ପାଇଥିବା ବେଳେ ଚାଇନିଜ୍‌ ସାମଗ୍ରୀର ମଧ୍ୟ ବେଶ୍‌ ଚାହିଦା ରହିଛି । କାରଣ ଚାଇନିଜ୍‌ ସାମଗ୍ରୀ ଅନ୍ୟ ତୁଳନାରେ ଶସ୍ତା । ଏହି କାରଣରୁ ଭାରତ ବଜାରରୁ ଚୀନ୍‌ ମୋଟା ଅଙ୍କର ଲାଭ ପାଇଥାଏ । ଚୀନ୍‌ ଅର୍ଥନୀତିର ଏକ ସିଂହ ଭାଗ ଭାରତୀୟ ବଜାର ଉପରେ ନିର୍ଭର କରିଥାଏ । ହେଲେ ଏହି ୨୦୨୦ରେ ମୋଦି ସରକାର ଚୀନ୍‌କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି । ଲଦାଖ ସୀମାରେ ଚୀନ୍‌ର ଉତ୍ପାତ ବଢ଼ିବା ପରେ ଚୀନ୍‌ର ମେରୁଦଣ୍ଡ ଭାଙ୍ଗିଛନ୍ତି ଭାରତ ସରକାର । ଚୀନ୍‌ରୁ ଭାରତକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର । ଏହାଦ୍ୱାରା ଚୀନ୍‌କୁ ଅନେକ କ୍ଷତି ପହଞ୍ଚିଥିଲା ।

ଖାଲି ସେତିକି ନୁହେଁ ସବୁଠାରୁ ବଡ଼ କଥା ହେଲା, ଭାରତରେ ଲୋକପ୍ରିୟତାର ଶୀର୍ଷରେ ଥିବା କିଛି ଚାଇନିଜ୍‌ ଆପ୍‌କୁ ମଧ୍ୟ ସରକାର ବ୍ୟାନ୍‌ କରିଛନ୍ତି । ଯାହାକୁ ନେଇ ୨୦୨୦ରେ ଅନେକ ତର୍କ ବିତର୍କ ହୋଇଥିଲା । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଆଲୋଚନା ଦେଖିବାକୁ ମିଳିଥିଲା । ଟିକ୍‌ଟକ୍‌, ସ୍ନାକ୍ ଭିଡିଓ, ପବ୍‌ ଜି, ୟୁସି ବ୍ରାଉଜର୍‌ ଭଳି ପ୍ରାୟ ୧୦୦ ରୁ ଅଧିକ ଚାଇନିଜ୍‌ ଆପ୍‌ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି ।

ନୂଆ ଶିକ୍ଷା ନୀତି

୨୦୨୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଯାହାକି ଦେଶ ପାଇଁ ଶୁଭଙ୍କର ବୋଲି କୁହାଯାଉଛି । ପ୍ରଥମେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ ରଖାଗଲା । ପରେ ନୂତନ ଶିକ୍ଷା ନୀତିକୁ ମଧ୍ୟ ଅନୁମୋଦନ ମିଳିଥିଲା । ବର୍ତ୍ତମାନ ସମଗ୍ର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ କେବଳ ଗୋଟିଏ ନିୟାମକ ସଂସ୍ଥା ରହିବ ଯାହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଦୂର ହୋଇପାରିବ । ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି ନେବା ପାଇଁ ଏକ ନିୟମ ପ୍ରଣୟଣ ସଂସ୍ଥା ‘ଜାତୀୟ ଉଚ୍ଚଶିକ୍ଷା ନିୟାମକ ପ୍ରାଧିକରଣ (NHERA) ବା ଭାରତର ଉଚ୍ଚଶିକ୍ଷା ଆୟୋଗ’ ଗଠନ କରିଛି । ଜାତୀୟ ଶିକ୍ଷା ନୀତି 1986 ରେ ପ୍ରସ୍ତୁତ କରାଯାଇଥିଲା ଏବଂ 1992ରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା । ନୂଆ ଶିକ୍ଷାନୀତି ଦ୍ୱାରା ଭାରତ ବିଶ୍ୱରେ ଜ୍ଞାନର ସୁପରପାଓ୍ୱାର ହୋଇପାରିବ ବୋଲି କୁହାଯାଇଛି ।

ଶିକ୍ଷାର ଗୁଣରେ ଉନ୍ନତି ଆଣିବା ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମର ଫ୍ରେମ୍‌ଓ୍ୱାର୍କ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁଥିରେ ବିଭିନ୍ନ ଭାଷା, ଏକବିଂଶ ଶତାବ୍ଦୀର କୌଶଳ, କ୍ରୀଡ଼ା, କଳା ଏବଂ ବାତାବରଣ ସହିତ ଜଡିତ ବିଷୟଗୁଡ଼ିକ ମଧ୍ୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ।

ନର୍ସରିରୁ ପିଲାମାନେ ନୂଆ ଟେକନିକ୍ ବାବଦରେ ପଢିବେ । ନୂଆ ଶିକ୍ଷାନୀତିରେ ମାତୃଭାଷା ଉପରେ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଶିକ୍ଷାନୀତି ୱାଟ୍ ଟୁ ଥିଙ୍କ୍ ଉପରେ ଆଧାରିତ ଥିଲା । ଏବେ ହାଓ ଟୁ ଥିଙ୍କ୍ ଉପରେ ଜୋର ଦିଆଯାଇଛି । ଗୋଟିଏ କୋର୍ସରେ ଯଦି ମନ ନଲାଗେ ତେବେ ସେମାନେ ନୂଆ କୋର୍ସ ନେଇ ପାରିବେ ।

ରାମ ମନ୍ଦିର ଭୁମି ପୂଜନ

ଦୀର୍ଘ ବର୍ଷ ଧରି ଲାଗିରହିଥିବା ଅଯୋଧ୍ୟା ଜମି ବିବାଦର ସମାଧାନ ପରେ ୨୦୨୦ ଅଗଷ୍ଟ ୫ ତାରିଖରେ ବୈଦିକ ରୀତିନୀତିରେ ରାମମନ୍ଦିର ଭୂମି ପୂଜନ କରାଯାଇଥିଲା । ଏହାକୁ ନେଇ ମଧ୍ୟ ଅନେକ ରାଜନୀତି ଦେଖିବାକୁ ମିଳିଥିଲା । ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଶିଳାନ୍ୟାସ କରିଥିଲେ । ସାରା ଦେଶରେ ଏହାର ପ୍ରତିଫଳନ ଦେଖା ଦେଇଥିଲା । ଅଯୋଧ୍ୟା ସହ ସମଗ୍ର ଦେଶ ରାମମୟ ହୋଇଯାଇଥିଲା । ଅଯୋଧ୍ୟାରେ ଏକ ଭବ୍ୟ ସମାରୋହରେ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ ସଂପନ୍ନ ହୋଇଥିଲା । ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ରାମ ଜନ୍ମଭୂମି । ଭୂମି ପୂଜନ ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅନେକ ସେୟାର ହୋଇଥିଲା ।

ଅନ୍ୟପଟେ ବହୁ ଚର୍ଚ୍ଚିତ ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ମାମଲାର ରାୟ ମଧ୍ୟ ସାମ୍ନାକୁ ଆସିଛି । ଦୀର୍ଘ ୨୮ ବର୍ଷ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ସିବିଆଇ କୋର୍ଟ । ଏହି ମାମଲାରେ ଥିବା ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଛନ୍ତି ଜଜ୍ ଏସ.କେ. ଯାଦବ । ଆଡଭାନୀ, ଯୋଶୀ ଉମା ଭାରତୀ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ । ଅଢେଇ ହଜାର ଫର୍ଦ୍ଦର ଚାର୍ଜସିଟ୍, ୩୫୧ ଜଣ ସାକ୍ଷୀ ଆଉ ୧୭ ବର୍ଷର ଯାଞ୍ଚରେ ୪୯ ଅଭିଯୁକ୍ତ ଥିଲେ । ଏହା ଭିତରେ ୧୭ ଜଣଙ୍କର ପରଲୋକ ହୋଇସାରିଥିଲା । ଏହି ରାୟ ଉପରେ ସାରା ଦେଶର ନଜର ରହିଥିଲା । କାରଣ ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ, କଲ୍ୟାଣ ସିଂହ, ମୁରଲି ମନହୋର ଯୋଶୀଙ୍କ ସମେତ ଆଉ ୩୨ ଜଣ ଅଭିଯୁକ୍ତ ଜୀବିତ ଥିଲେ ।

କୋର୍ଟରେ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରାୟ ପୂର୍ବରୁ କେବଳ ୨୬ ଜଣ ଉପସ୍ଥିତ ଅଛନ୍ତି । ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲି ମନୋହର ଯୋଶୀ, ଉମା ଭାରତୀ, ରାମ ଚନ୍ଦ୍ର କ୍ଷତ୍ରୀ, ସୁଧୀର କକ୍କଡଙ୍କ ପ୍ରମୁଖ ୫ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିନଥିଲେ । ବିଭିନ୍ନ କାରଣରୁ ସେମାନେ କୋର୍ଟରେ ଉପସ୍ଥିତ ରହିବେ ନାହିଁ ବୋଲି ଓକିଲଙ୍କ ଜରିଆରେ ପ୍ରାର୍ଥନା ପତ୍ର ଦେଇଥିଲେ ।

କୃଷି ବିଲ୍‌ ବିରୋଧରେ ଚାଷୀ ଆନ୍ଦୋଳନ

୨୦୨୦ର ଆଉ ବଡ଼ ଘଟଣା ହେଲା କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌ ବିରୋଧରେ ସାରା ଦେଶରେ ଆନ୍ଦୋଳନ । ସଂସଦରୁ ଆରମ୍ଭ ହୋଇଥିବା ଏହି ବିରୋଧ ସାରା ଦେଶରେ ବ୍ୟାପି ସାରିଛି । ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ହଜାର ହଜାର ଚାଷୀ ଦିଲ୍ଲୀ ଦରବାରରେ ଶୀତ କାକରରେ ପଡ଼ି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଏଥିରେ ଅନେକ ଚାଷୀ ଗୁରୁତର ହେବା କଥା ମଧ୍ୟ ଦେଖାଯାଇଛି । କେନ୍ଦ୍ର ସରକାର ଓ ଚାଷୀ ନେତାଙ୍କ ମଧ୍ୟ ବାରମ୍ବାର ଆଲେଚାନା ସତ୍ତ୍ୱେ ତାହା ବିଫଳ ହୋଇଛି ।

ଚାଷୀଙ୍କ ଗୋଟିଏ ଯିଦ୍‌ ଏହି ବିଲ୍‌କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ । ହେଲେ କେନ୍ଦ୍ର ସରକାରଙ୍କ କହିବାନୁଯାୟୀ ଏହି ବିଲ୍‌ ଚାଷୀଙ୍କ ଉପକାର ପାଇଁ କରାଯଇଛି । ଏହା ଦ୍ୱାରା ଚାଷୀଙ୍କ ଉନ୍ନତି ହେବ । କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ରାଜନୀତି ପାଇଁ ଚାଷୀଙ୍କୁ ବିଲ୍‌ ସମ୍ପର୍କରେ ବିଭ୍ରାନ୍ତି କରୁଛନ୍ତି । ଏହାସହ  ସାରା ଦେଶରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ନୀରିହ ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି କଂଗ୍ରେସ ଭଳି କିଛି ରାଜନୈତିକ ଦଳ ରାଜନୀତିର ରୁଟି ସେକିବାକୁ ଚେଷ୍ଟା କରିଛନ୍ତି ।

ସେପଟେ କୃଷି ବିଲ୍‌ ଗୃହରେ ପାରିତ ହେବା ଦିନଠାରୁ ବିରୋଧ ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୃହରେ କୃଷି ବିଲ୍‌କୁ ଚିରି ଦେଇଥିଲେ । କଂଗ୍ରେସର ଟ୍ରାକ୍ଟର ରାଲି ମଧ୍ୟ ଦୋରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା ।

 ଭାରତରେ ଟ୍ରମ୍ପ

୨୦୨୦ ଫେବ୍ରୁଆରୀ ୨୪ରେ ଭାରତ ଆସିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସ୍ୱାଗତ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟ୍ରମ୍ପଙ୍କ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଅହମ୍ମଦାବାଦଠାରୁ ଆଗ୍ରା, ସବୁଠି ପ୍ରସ୍ତୁତି କରାଯାଇଥିଲା । ରଙ୍ଗୀନ ହୋଇଯାଇଥିଲା ଗୁଜୁରାଟ ଆଉ ରାଜଧାନୀ ଦିଲ୍ଲୀ ।

ୱାଶିଂଟନରୁ ଏୟାରଫୋର୍ସ ବିମାନରେ ଆସି ଅହମ୍ମଦାବାଦରେ ପହଞ୍ଚିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ ରୋଡ୍‌ ଶୋ’ର ଆୟୋଜନ ହୋଇଥିଲା । ଏଥିରେ ପ୍ରାୟ ୧ ଲକ୍ଷ ଲୋକ ସାମିଲ ଥିଲେ । ଟ୍ରମ୍ପ ପ୍ରଥମରେ ଗାନ୍ଧିଜୀଙ୍କର ସାବରମତି ଆଶ୍ରମ ବୁଲିଥିଲେ । ସେଠାରୁ ମୋଟେରା ଷ୍ଟାଡିୟମ ଯାଇଥିଲେ । ଆଉ ସେଠାରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମକୁ  ଟ୍ରମ୍ପ ଉଦ୍‌ଘାଟନ କରିଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କ ଓ ଜ୍ୱାଇଁ ମଧ୍ୟ ସାଙ୍ଗରେ ଆସିଥିଲେ । ଏଭଳି ଭବ୍ୟ ସ୍ୱାଗତ ପୂର୍ବରୁ କେବେ ଲୋକ ଦେଖିନଥିଲେ । ତେବେ ଟ୍ରମ୍ପଙ୍କ ଭାରତ ଗସ୍ତ ଆସିବା  ଏଥିପ ଟଙ୍କା ଖର୍ଚ୍ଚ ହେବାକୁ ନେଇ ବିରୋଧୀ ଦଳକୁ ଭଲ