spot_img
Home Blog Page 6175

ମନ୍ଦିର ନିର୍ମାଣରେ ବାଧା: ରାମ ମନ୍ଦିର ତଳୁ ମିଳିଲା ସରାୟୁ ନଦୀର ଧାରା

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବାଧା । ମଙ୍ଗଳବାର ଦିନ ସୂଚନା ମିଳିଛି ଯେ, ମନ୍ଦିର ନିର୍ମାଣ ପାଇଁ ପଡ଼ିଥିବା ମୂଳଦୁଆ ତଳେ ସରାୟୁ ନଦୀର ଧାରା ମିଳିଛି । ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟରେ ଆଗକୁ ଅସୁବିଧା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ମନ୍ଦିର ନିର୍ମାଣ କମିଟି ମଙ୍ଗଳବାର ଦିନ ଏବିଷୟରେ ଆଲୋଚନା କରିଛନ୍ତି । ଏହାସହ ମନ୍ଦିର ଟ୍ରଷ୍ଟ, ନିର୍ମାଣ ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ମନ୍ଦିର ନିର୍ମାଣ ପାଇଁ ସ୍ତମ୍ଭ ପୋତା ଯିବା ସମୟରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ପୂର୍ବତନ ମୁଖ୍ୟ ଶାସନ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ନିର୍ମାଣ କମିଟି ମଙ୍ଗଳବାର ଦିନ ବୈଠକ କରିଛି । ସୂଚନା ଅନୁସାରେ, ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ‘ଶୁଭ ବା ମୂଳଦୁଆ ପକାଯାଇଥିବା ସ୍ଥାନରେ ସରାୟୁ ନଦୀ ପ୍ରବାହିତ ହେଉଥିବାରୁ ମନ୍ଦିର ପାଇଁ ପ୍ରସ୍ତୁତ କରାଯାଇଥିବା ମଡେଲ ସଠିକ୍ ବସୁ ନାହିଁ । ଏହାସହ ନିର୍ମାଣ କାର୍ଯ୍ୟ ପାଇଁ ଆଇଆଇଟିଠାରୁ ସହାୟତା ଲୋଡ଼ା ଯାଇଛି । ‘

ଟ୍ରଷ୍ଟ ଆଇଆଇଟିଠାରୁ ମନ୍ଦିରର ମଜବୁତ୍ ମୂଳଦୁଆ ନିର୍ମାଣ ପାଇଁ ସାହାଯ୍ୟ ମାଗିଛି । ଉଲ୍ଲେଖନୀୟ କଥା ହେଉଛି, ମନ୍ଦିରର ନିର୍ମାଣ ୨୦୨୩ରେ ଶେଷ ହେବ । ସୂଚନା ଅନୁସାରେ, ବର୍ତ୍ତମାନ କମିଟି ଦୁଇଟି ଉପାୟ ଉପରେ ଦୃଷ୍ଟି ରଖିଛି । ପ୍ରଥମଟି ହେଉଛି ରାଫ୍ଟକୁ ସାହାଯ୍ୟ କରିବା ପାଇଁ ଭିବ୍ରୋ ପଥରର ବ୍ୟବହାର ଏବଂ ଦ୍ୱିତୀୟଟି ହେଉଛି ଇଞ୍ଜିନିୟରିଂ ମିଶ୍ରଣ ମିଶାଇ ମାଟିର ଗୁଣବତ୍ତାରେ ଉନ୍ନତି ଆଣିବା ।

ସ୍ତମ୍ଭ ନିର୍ମାଣରେ ସମସ୍ୟା ବଢିବାରେ ଲାଗିଛି

ଭକ୍ତମାନେ ଅଯୋଧ୍ୟାରେ ରାମ ମନ୍ଦିରକୁ ଅପେକ୍ଷା କରିଛନ୍ତି । ଏବଂ ଏହି ମନ୍ଦିର ନିର୍ମାଣ ପାଇଁ ୧୨୦୦ ସ୍ତମ୍ଭର ଚିତ୍ର ପ୍ରସ୍ତୁତ କରାଯାଇଛି । ଯଦିଓ, ଡିଜାଇନ୍ ଯୋଜନା ଅନୁଯାୟୀ, ଏହା ସଫଳ ହେବା ଭଳି ଲାଗୁନାହିଁ । ପ୍ରକୃତରେ, ମନ୍ଦିରର ମୂଲଦୂଆ ପାଇଁ ସ୍ତମ୍ଭଗୁଡିକ ପରୀକ୍ଷା କରାଯାଇଥିଲା । ଏହି ସମୟରେ, କିଛି ସ୍ତମ୍ଭ ୧୨୫ ଫୁଟ ଗଭୀରରେ ଭର୍ତ୍ତି କରାଯାଇଥିଲା । ଏବଂ ଏହାର ଯାଞ୍ଚ ପାଇଁ ପ୍ରାୟ ୩୦ ଦିନ ଯାଏଁ ଏହାକୁ ଛାଡି ଦିଆଯାଇଥିଲା । ପରେ ଏହା ଉପରେ ୭୦୦ ଟନ୍ ଓଜନ ରଖାଗଲା ଏବଂ ଭୂକମ୍ପରେ ଶର୍ଟ ଦିଆଯାଇଥିଲା, ତାପରେ ଏହି ସ୍ତମ୍ଭଗୁଡିକ ସେମାନଙ୍କ ସ୍ଥାନରୁ ଦୋହଲି ଯାଇଥିଲା ।

ଏବେ ନନ୍ଦନକାନନ ହେବ ନୂଆ ଘର

ଗଞ୍ଜାମ: ମଣିଷ ଛୁଇଁଦେଲେ ବୋଲି ଗୋଟିଏ ହାତୀ ଛୁଆକୁ ହାତୀପଲ ସାଙ୍ଗରେ ନେଲେନି ବରଂ ଉଦ୍ଧାର କରିଥିବା ଡଙ୍ଗାକୁ ଚୂରମାର କରିଦେଲେ । ଏବେ ଏକା ଏକା କୁନି ହାତୀ ।

ମାଆଠୁ ଦୂରରେ ସାରା ରାତି ଟାମଣା ଫରେଷ୍ଟ ନର୍ସରୀରେ କାଟିଛି ହାତୀ ଛୁଆ। ନର୍ସରୀରେ ବନ କର୍ମଚାରୀ ଖାଇବାକୁ ଦେଇଥିଲେ, ହେଲେ ସହଜ ନୁହେଁ ଏମିତି ଏକୁଟିଆ ଜୀବନ । ହେଲେ ଏବେ ହାତୀଛୁଆର ନୂଆ ଘର ନନ୍ଦନକାନନ ହେବ ବୋଲି ସୂଚନା ମିଳିଛି ।

ହାତୀଛୁଆକୁ ସ୍ଥାନାନ୍ତରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଏବେବି ସ୍ଥାନୀୟ ଅଞ୍ଚଳ ଛାଡି ଯାଇନାହାଁନ୍ତି ହାତୀପଲ। ଏପରିକି ହାତୀପଲର ଆତଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରହା ବନ୍ଦ ରଖାଯାଇଛି।

ସୂଚନାଯୋଗ୍ୟ, ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ ଗଂଜାମ ଟିକିଟି ସୋରଳର ବାହୁଦା ହ୍ରଦରେ ଫସି ଯାଇଥିଲେ । ବହୁ କସରତ ପରେ ବନବିଭାଗର ହାତୀପଲ ହ୍ରଦରୁ ବାହାରିଥିଲେ। ମାତ୍ର ହାତୀ ଛୁଆଟିଏ ଫସିରହିଥିଲା। ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା ସତ, ହେଲେ ହାତୀପଲ ଆଉ ସାଙ୍ଗରେ ନେଇନଥିଲା। ମଣିଷ ଛୁଇଁ ଦେଇଥିବାରୁ ହାତୀଛୁଆଟିକୁ ଛାଡି ଚାଲିଯାଇଥିଲେ ହାତୀପଲ।

ଏହି ୧୦ଟିକିଆ ହାତୀପଲ ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିବା ପରେ ହ୍ରଦରେ ଫସି ଯାଇଥିଲେ। ଏପରିକି ସେମାନେ ଲକ୍ଷାଧିକ ଟଙ୍କାର ମାଛ ଧରା ଯନ୍ତ୍ରାଂଶ, ଜାଲ ସହ ଡଙ୍ଗାକୁ ଭାଙ୍ଗି ଦେଇଥିବା ସୂଚନା ମିଳିଥିଲା।

ପୁଣି ଦେଶରେ ବଢ଼ୁଛି ସଂକ୍ରମଣ: ଦିନକରେ ୨୦ ହଜାର ୫୫୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ବଢ଼ିଲା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୨୦ ହଜାର ପାର କଲା ନୂଆ ମାମଲା । ଗୋଟିଏ ଦିନରେ ଆଉ ୨୦ ହଜାର ୫୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୬ ହଜାର ୫୭୨ ଜଣ ସୁସ୍ଥ ହୋଇ ଡାକ୍ତରଖାନାକୁ ଡିସଚାର୍ଜ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ ୨୮୬ ଜଣକ ଜୀବନ ନେଇଛି କରୋନା । ନୂଆ ମାମଲାକୁ ମିଶାଇ ମୋଟ ମାମଲା ୧ କୋଟି ୨ ଲକ୍ଷ ୪୪ ହଜାର ୮୫୩ ପାର କରିଛି ।

ଏବେ ସାରାଦେଶରେ ୨ଲକ୍ଷ ୬୨ ହଜାର ୨୭୨ ଆକ୍ଟିଭ୍ କେସ୍ ରହିଛି । ଏ ପର୍ଯ୍ୟନ୍ତ  ୯୮ ଲକ୍ଷ ୩୪ ହଜାର ୧୪୧ ସୁସ୍ଥ ହୋଇଛନ୍ତି । ମୃତକ ସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯ରେ ପହଞ୍ଚିଛି । ଗତ କିଛିଦିନ ହେଲା ଲଗାତାର ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପୁଣି ୨୦ହଜାର ପାର କରିଛି ।

ଅନ୍ୟପଟେ, ଦେଶରେ ବଢୁଛି ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମଣ । ୨ ଦିନରେ ଚିହ୍ନଟ ହେଲେଣି ୨୦ ପଜିଟିଭ୍ । ଯାଞ୍ଚ, କଣ୍ଟେନମେଣ୍ଟ ଓ ଟେଷ୍ଟିଂ ବଢ଼ାଇବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହି ମ୍ୟୁଟାଣ୍ଟ ଭାଇରସ୍ ୭୦ ପ୍ରତିଶତ ଅଧିକ ସଂକ୍ରମକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେପଟେ ନୂଆ ଭୂତାଣୁକୁ ମାତ୍‌ ଦେବାକୁ ବିଦେଶୀ ଓ ସ୍ୱଦେଶୀ କରୋନା ଟିକା କାମ କରିବ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବେଙ୍ଗାଲୁର, ହାଇଦ୍ରାବାଦ ଓ ପୁନେ ଲ୍ୟାବରେ ନମୁନା ପରୀକ୍ଷା ପରେ ୨୦ ବ୍ରିଟେନ୍ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେମଧ୍ୟରେ ୟୁପି ମେରଠର ଜଣେ ୨ ବର୍ଷୀୟା ଶିଶୁ ରହିଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ରହିଛି ।

ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଜନସାଧାରଣ ମାନେ ଆରଟିଓ -୧ରେ ଅନଲାଇନରେ ଆବେଦନ କରିପାରିବେ।

ଏନେଇ ଟ୍ୱିଟ୍ କରି ଭୁବନେଶ୍ୱର ଆରଟିଓ ୧ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଲର୍ଣ୍ଣିଂ ଲାଇସେନ୍ସ ଥିବା ଗାଡି ଚାଳକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ପୂର୍ବରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ଜାରି ରହିଛି । ଆରଟିଓର ସମସ୍ତ ସେବାକୁ ପେପରଲେସ୍ କରିବା ପାଇଁ ପ୍ରୟାସ ଚାଲିଛି ।

ତେବେ ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ୍‌ ଏପରିକି ନବୀକରଣ ଭଳି କାର୍ଯ୍ୟପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିଥିଲା ଲୋକଙ୍କୁ । ଏବେ ଆରଟିଓ ସ୍ୱାଭାବିକ ଅବସ୍ଥାକୁ ଫେରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିଛି ।

ଚଢାଉ ବେଳେ ଲକ୍ଷାଧିକ ଟଙ୍କା ସହ ସୁନା ବିସ୍କୁଟ ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣ ଅଧିକାରୀ ଫସିଛନ୍ତି। ଯାହାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି।

ସୂଚନା ମୁତାବକ ଆଜି ଭୋରରୁ ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଭୁତି ଭୂଷଣ ବିନ୍ଧାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି । ସର୍କିଟ ହାଉସ ନିକଟରେ ଥିବା ବାସଭବନ ଓ ୱେସ୍କୋ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

ତାଙ୍କ ଘରୁ ସୁନା ବିସ୍କୁଟ ଓ ନଗଦ ୧୬ ଲକ୍ଷ ୩୨ ହଜାର ଟଙ୍କା ଜବତ ହୋଇଛି । ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି । ସେହିପରି ଗତକାଲି ପ୍ୟାଲେସ ଲାଇନରେ ଥିବା ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧିର କୁମାର ନନ୍ଦଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା।

ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଏନଏମଆର ପ୍ରଶାନ୍ତ କୁମାର ନାୟକ । ତାଙ୍କ ଘରେ ଜାରି ରହିଛି ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଆସିକା ରୋଡସ୍ଥିତ ଘର, କଲେଜ, ଲୋଚାପଡା ଘର , ଦୁଇଟି ଗୋଦାମ ପରି ୫ଟି ସ୍ଥାନରେ ଏକାକାଳୀନ ଚଢାଉ ଜାରି ରହିଛି । ପ୍ରାୟ ୧୮ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଆହୁରି ମଧ୍ୟ ଭିଜିଲାନ୍ସ ଜାଲରେ କଳାହାଣ୍ଡି ଧର୍ମଗଡ଼ ପୂର୍ବତନ ଇନ୍ଦ୍ରାବତୀ ପ୍ରକଳ୍ପ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡା । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ କୋଠା ଓ ତାଙ୍କ ଲଜ୍‌ରେ ଏକକାଳୀନ ଭାବରେ ଚଢାଉ ଜାରି ରହିଛି । ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଭିଜିଲାନ୍ସର ୪ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ ସୁନା ଗହଣା, ଜମି କାଗଜପତ୍ର, ବିମା କାଗଜପତ୍ର , ଏଟିଏମ ଜବତ ହୋଇଛି ।

ସେହିପରି ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଜଣେ ପୋଲିସ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ପୋଲିସ ASI ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ରବୀନ୍ଦ୍ର ସେନାପତି ବର୍ତ୍ତମାନ ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଅଛନ୍ତି ।

ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ଭିଜିଲାନ୍ସର ୪ଟି ଟିମ ଏହି ଚଢ଼ାଉରେ ସାମିଲ ରହିଛନ୍ତି । ଏଥିରେ ପାଖପାଖି ୨୫ ଜଣ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ରହିଛନ୍ତି । ପ୍ରାୟ ୨କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ସୁନା ଗହଣା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ଟଙ୍କା ଜବତ ହୋଇଛି । ଜଗତସିଂହପୁର ସିପି ମକୁନ୍ଦପୁରସ୍ଥିତ ଘର, ବାସସ୍ଥାନ, ଏରସମା ଗଡ଼ବିଶନପୁର ଆନନ୍ଦପୁର, ଭୁବନେଶ୍ୱରର ହଂସପାଲ, ତିର୍ତ୍ତୋଲ ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି ।

ଯବାନଙ୍କ ଉଦ୍ଦେଶ୍ୟରେ ମାଓବାଦୀ ଖଞ୍ଜିଥିଲେ ଆଇଇଡି

ବିଜାପୁର: ସୀମାନ୍ତ ବିଜାପୁର ଜିଲ୍ଲା ଗଙ୍ଗାଲୁରରେ ଆଇଇଡି ବ୍ଲାଷ୍ଟ । ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ଉଦ୍ଦେଶ୍ୟରେ ମାଓବାଦୀ ଆଇଇଡି ଖଞ୍ଜିଥିବା ସୂଚନା । DRG ଏବଂ CAF ଯବାନ ସର୍ଚ୍ଚ ଅପରେସନ କରିବା ବେଳେ ଆଇଡି ବିସ୍ପୋରଣ ହୋଇଥିବାଲା ।  ତେବେ ଆହତ ଯବାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଏସପି କମଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

Fire Exchange Between SOG And Maoist, Four Naxal Dead Belghar
FILE

ସୂଚନା ଅନୁସାରେ,  ସର୍ଚ୍ଚିଂ ଅପରେସନ ପାଇଁ ବାହାରିଥିବା ବେଳେ ଏଭଳି ଘଟଣା ଘଟିଛି । ତେବେ ମାଓବାଦୀମାନେ ଜବାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟରାସ୍ତାରେ କଡ଼ରେ ଆଇଇଡ଼ି ଖଞ୍ଜିଥିଲେ । ଏବଂ ସର୍ଚ୍ଚିଂ ଚାଲୁଥିବା ବେଳେ ଏହି ଆଇଇଡ଼ି ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଜବାନ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଏନେଇ ଏସପି କମଲୋଚନ କଶ୍ୟପ କହିଛନ୍ତି ଯେ, ବର୍ତ୍ତମାନ ମାଓ ମୁକାବିଲା ପାଇଁ ବିଭିନ୍ନ ପ୍ରକାର ରଣନୀତି ପ୍ରୟୋଗ କରାଯାଇଛି ତେଣୁ କମ୍ବିଂ ଅପରେସନ ମଧ୍ୟ ଜୋରସୋର କରାଯାଇଛି ।

ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଠ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ‘‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ,ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’’।

ସେ ଆହୁରି ମଧ୍ୟ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ଜଣେ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଶାନ୍ତନୁ ତାଙ୍କ ପ୍ରତିଭାର ଉଜ୍ୱଳ ସ୍ୱାକ୍ଷର ଛାଡି ଯାଇଛନ୍ତି । ସଙ୍ଗୀତ ପ୍ରତି ସେ ନିଜ ଜୀବନକୁ ସମର୍ପିତ କରିଥିବା ବେଳେ ତାଙ୍କ ନିର୍ଦ୍ଦେଶିତ ସଙ୍ଗୀତ ହିଁ ସବୁଦିନ ପାଇଁ ତାଙ୍କୁ ଅମର କରି ରଖିବ ।

ଉଲ୍ଲେଖଯୋଗ୍ୟ, ବର୍ଷୀଆନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ୮୫ ବର୍ଷରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ଧରି ଦେହ ଅସୁସ୍ଥ ଥିବାବେଳେ ଗତ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧.୩୦ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି ।

 

ବିଗ୍ ବି ସବୁବେଳେ ନିଜ ଟ୍ୱିଟକୁ କାହିଁକି ଗଣନ୍ତି ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ନାଁ । ତାଙ୍କ ଜୀବନର ପ୍ରତ୍ୟେକ ଗୁରୁତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ସେ ନିଜ ଟ୍ୱିଟର ଆକାଣ୍ଟରେ ସେୟାର କରିଥାନ୍ତି । ସେ ସବୁବେଳେ ସୋସି୍ଆଲ ମିଡିଆରେ ବହୁତ ସକ୍ରିୟ ମଧ୍ୟ ରହିଥାନ୍ତି । ପ୍ରଶଂସକମାନେ ମଧ୍ୟ ସେମାନଙ୍କର ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହ ଅପେକ୍ଷା କରଥାନ୍ତି । ଅମିତାଭ ବଚ୍ଚନଙ୍କ ବିଷୟରେ ବିଶେଷ କଥା ହେଉଛି, ଯେ ସେ ଏହି ପୋଷ୍ଟରେ ନିଜ ଟ୍ୱିଟ୍ ର ସଂଖ୍ୟା ବିଷୟରେ ସର୍ବଦା ଉଲ୍ଲେଖ କରିଥାନ୍ତି। ସେ ଏମତି କାହିଁକି କରନ୍ତି ତାହା ସମସ୍ତେ ଜାଣିବାକୁ ଚାହାଁନ୍ତି । ତେବେ, ଏହି ରହସ୍ୟ ଉପରୁ ପରଦା ଉଠିଛି । ଫିଲ୍ମ ବଦଲା’ର ପ୍ରମୋସନ ସମୟରେ ଏହା ସାମ୍ନାକୁ ଆସିଛି ଯେ ଅମିତାଭ ବଚ୍ଚନ କାହିଁକି ତାଙ୍କ ଟ୍ୱିଟରେ ନିଜ ଟ୍ୱିଟର କ୍ରମିକ ସଂଖ୍ୟା ଉଲ୍ଲେଖ କରନ୍ତି ।

ଫିଲ୍ମ ‘ବଦଲା’ର ପ୍ରମୋସନ ସମୟରେ ଶାହରୁଖ ଖାନ ଅମିତାଭ ବଚ୍ଚନଙ୍କୁ ନିଜ ଟ୍ୱିଟ୍ କାହିଁକି ଗଣୁଛନ୍ତି ସେ ବିଷୟରେ ପଚାରିଥିଲେ। ଏହାର ଉତ୍ତର ଦେଇ ଅମିତାଭ କହିଥିଲେ ଯେ ଯେତେବେଳେ ଅମିତାଭଙ୍କୁ କିଛି ଟ୍ରାକ୍ ବା ଖୋଜିବାକୁ ପଡିଥାଏ, ସେତେବେଳେ ସେ ସେହି ନମ୍ବରର ଟ୍ୱିଟ ଟିକୁ ଖୋଜିବାଥାନ୍ତି । ଏବଂ ସେହି ନମ୍ବର ରେଫରେନ୍ସ ଆଧାରରେ ବ୍ୟବହାର କରି ସେ ସେହି ଟ୍ୱିଟଟିକୁ ଟ୍ରାକ କରିପାରନ୍ତି ।ଏବଂ  ଟ୍ୱିଟ ଖୋଜିବାରେ ସହଜ ହୋଥାଏ ।

ଆପଣଙ୍କୁ କହିରଖୁଛୁ ଯେ, ‘ବଦଲା’ ଫିଲ୍ମ ସୁଟିଂ ସ୍କଟଲ୍ୟାଣ୍ଡରେ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ଅମିତାଭ ଏବଂ ତାପସୀଙ୍କ ବ୍ୟତୀତ ଅମୃତା ସିଂ, ଟନି ଲୁର, ମନଭ କୌଲ ଏବଂ ତନବୀର ଘାନିଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଶାହରୁଖ ଖାନଙ୍କ ପ୍ରଡକ୍ସନରେ ନିର୍ମିତ ହୋଇଛି ।

ବିଗ୍ ବି ଅନେକ ପ୍ରୋଜେକ୍ଟରେ ରହିଛନ୍ତି

ସୂଚନା ଯୋଗ୍ୟ ଯେ, ୨୦୨୦ ମସିହାରେ କରୋନା ସମୟରେ ଅମିତାଭ ବଚ୍ଚନ କ୍ରମାଗତ ଭାବରେ ପ୍ରଶଂସକଙ୍କ ସହ ସମ୍ପର୍କରେ ରହିଛନ୍ତି । ସେ ଲୋକମାନଙ୍କୁ କରୋନା ବିଷୟରେ ଅବଗତ କରାଉଥିଲେ । ଏହା ବ୍ୟତୀତ ସେ ଲୋକମାନଙ୍କୁ ମଜାଳିଆ ଅନ୍ଦାଜରେ ହସାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । #ThisHappened2020ର ଟ୍ୱିଟର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନଙ୍କ କିଛି ଟ୍ୱିଟ୍ ମଧ୍ୟ ଦେଶର ଚପ୍ ଟ୍ୱିଟ୍ ତାଲିକାରେ ସ୍ଥାନ ପାଇଛି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅମିତାଭ ବଚ୍ଚନ ଅନେକ ପ୍ରୋଜେକ୍ଟ ଗୁଡ଼ିକର ଏକ ଅଂଶ । ସେ ଚେହରେ, ବ୍ରହ୍ମାସ୍ତ୍ର ଏବଂ ମେଡେ ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ବ୍ୟତୀତ ସେ ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଏକ ଚଳଚ୍ଚିତ୍ରର ଏକ ଅଂଶ ମଧ୍ୟ ।

ଲଦାଖ ସୀମାରେ ଉତ୍ତେଜନା ଘଟଣା, ଚାଇନା ସହ ଆଲୋଚନା ପରେ ବି ବାହାରିପାରିନି କୌଣସି ନିଷ୍କର୍ସ: ରାଜନାଥ ସିଂ

ନୂଆଦିଲ୍ଲୀ: ଥମୁନି ସୀମା ବିବାଦ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଏହାକୁ ନେଇ ଏକ ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଏଲ୍‌ଏସିରେ ଅସ୍ଥାୟୀ ସ୍ଥିତି ଜାରି ରହିଛି । ଲଦାଖ ସୀମାରେ ଉତ୍ତେଜନା ନେଇ ଚାଇନା ସହ ଆଲୋଚନା ପରେ ବି କିଛି ନିଷ୍କର୍ସ ବାହାରିପାରିନି । ସେ କହିଛନ୍ତି, ସୀମା ବିବାଦ ନେଇ ଉଭୟ ଦେଶ ମଧ୍ୟରେ ରାଜନୈତିକ ଓ ସେନାସ୍ତରରେ ଆଲୋଚନା ଜାରି ରହିଛି । ତେବେ ଏ ଦିଗରେ ସକାରାତ୍ମକ ପରିଣାମ ଆସିବା ସମ୍ଭାବନା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ଗଣମାଧ୍ୟମ ସହ ଏକ ଇଣ୍ଟରଭ୍ୟୁରେ ରାଜନାଥ କହିଛନ୍ତି ଯେ, ସୀମା ବିବାଦ ନେଇ ଦୁଇ ଦେଶ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଛି. ଖୁବ୍‌ଶୀଘ୍ର ପୁଣି ସେନାସ୍ତରରେ ବୈଠକ ବସିବାକୁ ଯାଉଛି । ତେବେ ସ୍ଥିତିରେ ସୁଧାର ନ ଆସିବା ଯାଏ ସୀମାରେ ସେନା ହ୍ରାସ କରାଯିବନି । ତେବେ ବିସ୍ତାରବାଦୀ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ରହିଛି ବୋଲି ରାଜନାଥ କହିଛନ୍ତି ।

ଅନ୍ୟପଟେ ସୀମାରେ ଚାଇନା ସୈନ୍ୟ ବଢ଼ାଇବା ସହ ଅସ୍ତ୍ରଶସ୍ତ୍ର ମହଜୁଦ୍ କରୁଥିବା ସୂଚନା ମିଳିଛି । ତେଣୁ ସୀମାରେ ସୈନ୍ୟ ଓ ସାଧାରଣ ନାଗରିକମାନଙ୍କ ପାଇ” ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ରାଜନାଥ ସିଂ କହିଛନ୍ତି ।

ଚିନ୍ତା ବଢାଉଛନ୍ତି ବ୍ରିଟେନ୍ ଫେରନ୍ତା, ୨ ଦିନରେ ୨୦ ପଜିଟିଭ୍

ନୂଆଦିଲ୍ଲୀ: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତରେ ଆତଙ୍କ ଖେଳାଇଛି । ୨ ଦିନରେ ଚିହ୍ନଟ ହୋଇଛନ୍ତି ୨୦ ପଜିଟିଭ୍ । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି ।

ଯାହା ଫଳରେ ଭାରତରେ ପୁଣି କଡ଼ା କଟକଣା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି  । ଏହାକୁ ଦୃଷ୍ଟିରେ ରଖି ଯାଞ୍ଚ, କଣ୍ଟେନମେଣ୍ଟ ଓ ଟେଷ୍ଟିଂ ବଢ଼ାଇବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହି ମ୍ୟୁଟାଣ୍ଟ ଭାଇରସ୍ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସେପଟେ ନୂଆ ଭୂତାଣୁ ବିରୋଧରେ ବିଦେଶୀ ଓ ସ୍ୱଦେଶୀ କରୋନା ଟିକା କାମ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  ସୂଚନା ଦେଇଛି । ବେଙ୍ଗାଲୁର ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ, ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକୁଲାର ବାୟୋଲୋଜୀ ଓ ପୁନେର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜୀ ଲ୍ୟାବରେ ନମୁନା ପରୀକ୍ଷା ପରେ ୨୦ ବ୍ରିଟେନ୍ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ୟୁପି ମେରଠର ଜଣେ ୨ ବର୍ଷୀୟା ଝିଅ ରହିଛନ୍ତି । ହେଲେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ଅନ୍ୟପଟେ ବ୍ରିଟେନ ଫେରନ୍ତା ବହୁ ଯାତ୍ରୀଙ୍କ ପତ୍ତା ପାଉନି ପ୍ରଶାସନ । ପୁନେର ୧୦୯ ଯାତ୍ରୀଙ୍କ ପତ୍ତା ମିଳୁ ନ ଥିବା ବେଳେ ଓଡ଼ିଶାରେ ୬୨ ଜଣଙ୍କ ଖବର ମିଳୁନି ।

ଅନ୍ୟ କେତେକ ରାଜ୍ୟରେ ବି ସମାନ ସମସ୍ୟା ଦେଖାଦେଇଛି । ବ୍ରିଟେନ ଫେରନ୍ତାମାନେ ନିଜ ଆଡୁ ତଥ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ସରକାର ।