spot_img
Home Blog Page 6187

ଶୀତ ବସ୍ତ୍ର ବାଣ୍ଟି ପ୍ରତିଷ୍ଠା ଦିବସ ପାଳିଲେ ଯାଜପୁର ଓ ଧର୍ମଶାଳା ବିଧାୟକ

ଯାଜପୁର: ଶନିବାର ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ବିଜେଡି ମୁଖ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର, ଖାଦ୍ୟ ବଣ୍ଟନ, କମ୍ୱଳ ବଣ୍ଟନ ଭଳି ଅନେକ କାର୍ଯ୍ୟକ୍ରମ କରାଯାଇଥିଲା । ସେହିଭଳି ଗତକାଲି ରାତିରେ ଓଡ଼ିଆ ‘ମୋ ପରିବାର’ ପକ୍ଷରୁ ମଧ୍ୟ ଅସହାୟ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।

ରାଜ୍ୟ ବିଜେଡି ସଂଗଠନର ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ନେଉଳପୁର ଠାରେ ଅସହାୟ ଗରିବ, ନିରାଶ୍ରୟ ଲୋକଙ୍କୁ, କମ୍ବଳ ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ନିରାଶୟ ଓ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛି ‘ଓଡ଼ିଆ ମୋ ପରିବାର’ ।

ଏଥିସହିତ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ ପ୍ରଣବଙ୍କ ଆହ୍ୱାନ: ‘ନବୀନଙ୍କୁ ଭଲ ପାଉଥିବା କର୍ମୀ ଦୈନିକ ୨ରୁ ୩ ଘଣ୍ଟା ଦଳ ପାଇଁ କାମ କରନ୍ତୁ’

ଏହା ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦ୍ଦେଶରେ ଛାତ୍ର ବିଜେଡି ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ହରିଦାସପୁର ପଞ୍ଚାୟତ ଅନ୍ତର୍ଗତ ଭଡଙ୍ଗା ଗାଁରେ  ବିଜୁ ଛାତ୍ର ଜନତା ଦଳ ପକ୍ଷରୁ  ଆଦିବାସୀ ଲୋକ ଓ କୁନି ପିଲାମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହା ସହ ସେମାନଙ୍କର ଥିବା ମୌଳିକ ସମସ୍ୟା ସମାଧାନ କରିବା ଲାଗି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରୟାସ କରାଯାଇଛି ।

 

ସାମ୍ୱାଦିକଙ୍କୁ ଆକ୍ରମଣ ବେଳେ ନିରବଦ୍ରଷ୍ଟା ସାଜି ଉପଭୋଗ କରୁଥିଲେ: ଏବେ ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କରୁଛନ୍ତି

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା ବିଜେପିର ମିଛ । ସାମ୍ବାଦିକଙ୍କୁ ଆକ୍ରମଣ କଲେ, ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟକରି ଦୁଃଖ ପ୍ରକାଶ ବି କରୁଛନ୍ତି  । ବିଜେପି ନେତ୍ରୀ ଇରାନୀ ରାୟଙ୍କ ସୋସିଆଲ ମିଡିଆ ପୋଷ୍ଟ ହିଁ କହୁଛି ତାଙ୍କ ମନରେ କେତେ ସମବେଦନା, କେତେ ତାତ୍ସଲ୍ୟ । ହୀନ ରାଜନୀତିରେ ବିଶ୍ବାସ ରଖୁଥିବା ବିଜେପି ଗତ ୨୪ ତାରିଖ ଦିନ ଯଦୁପୁରରେ ବିଶାଳ ରାଲିର ଆୟୋଜନ କରିଥିଲା  । ଯାହାରା ଆୟୋଜକ ଥିଲେ ବିଜେପି ନେତ୍ରୀ ଇରାନୀ ରାୟ  ।

ରାଲି ଆଗକୁ ବଢୁଥିବା ବେଳେ ନନ୍ଦିଘୋଷ ଟିଭି ସମ୍ବାଦିକ ଅନୁଜ ଦାସ ଓ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆ ଖବର ସଂଗ୍ରହ କରୁଥିଲେ  । ଆଉ ସେତିକି ବେଳେ ହିଁ ନନ୍ଦିଘୋଷ ଟିଭି ଟିମ୍ ଉପରେ ଆକ୍ରମଣ ହୋଇଥିଲା  । ଇରାନୀ ରାୟ, ଲେଖାଶ୍ରୀ ସାମନ୍ତସିଂହାର, ବିଭୁ ତରାଇ, ଯତୀନ ମହାନ୍ତି,  ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖଙ୍କ ପରି ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା । ହେଲେ ସେତେବେଳେ ଇରାନୀ ନିରବଦ୍ରଷ୍ଟା ସାଜି ଆକ୍ରମଣକୁ ଉପଭୋଗ କରୁଥିଲେ  ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ଆକ୍ରମଣ କଲେ ବିଜେପି କର୍ମୀ

ଆୟୋଜକ ଇରାନୀ ରାୟ ନା ସାମ୍ନାକୁ ଆସିଥିଲେ ନା ପଦଟିଏ କହିଥିଲେ  । ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି କହୁଛନ୍ତି ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି  । ଏପରିକି ଘରୁ ଆସି ଗିରଫ କରିବାକୁ ସାହସ ବି ଦେଖାଇଛନ୍ତି  । ଯେତେ ବେଳେ ଇରାନୀଙ୍କ ଗୁଣ୍ଡାଗିରି ପଦାରେ ପଡିଗଲା ଦଳୀୟ କର୍ମୀଙ୍କୁ ବି ଅନ୍ୟ ଗୋଷ୍ଠୀର ଲୋକ କହିବାକୁ ପଛାଉନାହାନ୍ତି ବିଜେପିର ଏହି ନେତ୍ରୀ  । ଆକ୍ରମଣ ବେଳେ ଆକ୍ରମଣକାରୀ ବାରମ୍ବାର ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନଙ୍କ ନାଁ ବି ନେଉଥିଲେ  । ମାତ୍ର ସୌମ୍ୟଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରାଣପଣେ ଉଦ୍ୟମ କରୁଛି ବିଜେପି  ।

କରୋନା କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର

0

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର  । ଶ୍ରୀମନ୍ଦିର ଭଳି ଏକାମ୍ରକ୍ଷେତ୍ରରେ ମଧ୍ୟ ପ୍ରଥମେ ସେବାୟତ ପରିବାରକୁ ଦର୍ଶନ ଅନୁମତି ରହିଛି । କୋଭିଡ କଟକଣା ମଧ୍ୟରେ ସମସ୍ତ ସେବାୟତଙ୍କ ପରିବାର ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ବାରିକେଡ୍‌ କରାଯାଇଥିବା ବେଳେ ଏକ ଅସ୍ଥାୟୀ କୋଭିଡ ଟେଷ୍ଟିଂ ସେଣ୍ଟର କରାଯାଇଛି । ସେବାୟତଙ୍କ ପରିବାର ପରେ ଭୁବନେଶ୍ବରବାସୀ ଏବଂ ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।  ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଲୋକେ ଦର୍ଶନ କରିବେ । କୋଭିଡ୍‌ ଟେଷ୍ଟ ପରେ ମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ଏଥର ଗର୍ଭଗୃହକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରି ଭକ୍ତମାନେ ଧାଡ଼ିରେ ଯିବେ ।  ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ,  ୬ ତାରିଖ ପରଠାରୁ ବାହାର ଲୋକଙ୍କୁ ଅନୁମତି ଦିଆଯିବ ।

ଏଥିସହିତ ପଢ଼ନ୍ତୁ: ଭୁଲରେ କରନ୍ତୁ ନାହିଁ ଏହି ୮ଟି ଭୁଲ ନ ହେଲେ ଭିକାରୀ ହୋଇଯିବେ

୫୫ ବର୍ଷରେ ପାଦ ଥାପିଲେ ଭାଇଜାନ୍: ଜନ୍ମଦିନ ପାଳିବାକୁ ମନାକଲେ ସଲମାନ୍, ନିରାଶ ପ୍ରଶଂସକ

ମୁମ୍ୱାଇ: ୫୫ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ବା ସମସ୍ତ ଅତି ପ୍ରିୟ ଭାଇଜାନ୍ । ପ୍ରତିବର୍ଷ ଧୁମଧାମରେ ଜନ୍ମଦିନ ପାଳନ କରୁଥିବା ବଲିଉଡର ଏହି ଦବଙ୍ଗ ଷ୍ଟାର ଚଳିତ ବର୍ଷ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି । କରୋନା କଟକଣା ପାଇଁ ସେ ନିଜ ପ୍ରଶଂସକ ମାନଙ୍କୁ ଏକ ସ୍ବତନ୍ତ୍ର ଅପିଲ କରିଛନ୍ତି  । ଘର ଆଗରେ ଭିଡ଼ ନଜମାଇବାକୁ ଅନୁରୋଧ କରିବା ସହ କରୋନା କଟକଣା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି  ।

ଘର ଆଗରେ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଏକ ବ୍ୟାନର ଲଗାଇବା ସହ ଗାଲାକ୍ସି ଆପାର୍ଟମେଣ୍ଟରେ ଉପସ୍ଥିତ ନଥିବା ଜଣାଇଛନ୍ତି ସଲମାନ ।  ତେବେ ସେ ପାନଭେଲ୍ ସ୍ଥିତ ନିଜ ଫାର୍ମ ହାଉସରେ ନିଜ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି ସଲମାନ୍ ଖାନ୍ । ମଧ୍ୟରାତ୍ରୀ କେକ୍ କାଟିବା ସହିତ ସେଠାରେ ଉପସ୍ଥିତ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ବର୍ଷ ସମସ୍ତଙ୍କ ପାଇଁ ଦୁଃଖଦାୟକ ହୋଇଥିବାରୁ, ସେ ଏହି ଥର ନିଜ ଜନ୍ମଦିନ ପାଳିବାକୁ ଇଚ୍ଛା କରୁନଥିବା କହିଛନ୍ତି । ଏଥିସହିତ ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେବ ବୋଲି ଆଶା ରଖିଛନ୍ତି । ଏବଂ ସମସ୍ତଙ୍କୁ ସୁସ୍ଥ ରହିବା ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

୧୯୮୮ରେ ‘ବିୱି ହୋ ତୋ ୟେସି’ ଫିଲ୍ମରୁ ଡେବ୍ୟୁ କରିଥିଲେ ସଲମାନ । ସେବେଠାରୁ ଆଜି ଯାଏଁ ବଲିଉଡ଼ ଜଗତର ବେତାଜ ବାଦଶାହ ପାଲଟିଯାଇଛନ୍ତି ଭାଇଜାନ୍ । ନିଜର ବଳିଷ୍ଠ ଅଭିନୟ ଏବଂ ନିଆରା ଷ୍ଟାଇଲ୍ ଲାଗି ସେ  ସିନେ ସମାଲୋଚକଙ୍କ ଠାରୁ ପ୍ରଶଂସକଙ୍କ ସମସ୍ତଙ୍କ ପସନ୍ଦ ପାଲଟିଛନ୍ତି ।

 

          ତେବେ ଭାଇଜାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍‌ଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋସିଆଲ୍ ମିଡିଆର ଶୁଭେଚ୍ଛାର ଜୁଆର ଦେଖିବାକୁ ମିଳିଛି । ସଲମାନଙ୍କ ପ୍ରଂଶସକ ତାଙ୍କ ଦ୍ୱାରା ଅଭିନିତ କିଛି ଫିଲ୍ମ ପୋଷ୍ଟର ସେୟାର କରିଛନ୍ତି ତ ଆଉ କିଏ ତାଙ୍କ ସହ ସହିତ ଉଠାଇଥିବା ଫଟୋକୁ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଧର୍ମଶାଳାରେ କୁନି ପିଲାଙ୍କୁ ଖାଦ୍ୟ ବଣ୍ଟନ

ଧର୍ମଶାଳା: ଶନିବାର ରାଜ୍ୟ ବିଜେଡିର ମୁଖ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କରୋନା କଟକଣା ମଧ୍ୟ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦ୍ଦେଶରେ ଛାତ୍ର ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ହରିଦାସପୁର ପଞ୍ଚାୟତ ଅନ୍ତର୍ଗତ ଭଡଙ୍ଗା ଗାଁରେ  ବିଜୁ ଛାତ୍ର ଜନତା ଦଳ ପକ୍ଷରୁ  ଆଦିବାସୀ ଲୋକ ଓ କୁନି ପିଲାମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହା ସହ ସେମାନଙ୍କର ଥିବା ମୌଳିକ ସମସ୍ୟା ସମାଧାନ କରିବା ଲାଗି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରୟାସ କରାଯାଇଛି ।

 

           ଏଥିସହିତ ପଢ଼ନ୍ତୁ: ସାମାଜିକ ଆନ୍ଦୋଳନରେ ସାମିଲ ହେବାକୁ ନବୀନଙ୍କ ଆହ୍ୱାନ: କହିଲେ, ସଶକ୍ତ ମହିଳା ସମାଜ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ

ମିନିବସ୍ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୭ ଆହତ

ରାଉରକେଲା: ବାଲୁଘାଟ ନିକଟରେ ମିନିବସ ଦୁର୍ଘଟଣାଗ୍ରସ୍ତ  । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି  । ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟିର ନାଁ ହେଉଛି ମା’ ତାରିଣୀ ବସ  । ବସଟି  ଲାଠିକଟାରୁ ରାଉରକେଲା ଆସୁଥିବାବେଲେ ବାଲୁଘାଟ ନିକଟରେ ଦୁର୍ଘଟଣା ହୋଇଛି।  ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ବସ୍‌ଟି ଦ୍ରୁତଗତିରେ ଆସୁଥିଲା । ଡିଭାଡର ଉପରକୁ ବସଟି ମାଡ଼ିଯିବାରୁ ଓଲଟି ପଡ଼ିଥିଲା ଏଣୁ ଦୁର୍ଘଟଣା ଘଟିଥିବା ଆହତ ଯାତ୍ରୀ ଜଣଙ୍କ କହିଛନ୍ତି ।  ଡାକ୍ତରୀ ଟିମ୍ ଆହତ ଯାତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଯେଉଁମାନଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକ ରହିଛି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଦ୍ୟ ସୂଚନା ମୁତାବକ ଘଟଣାସ୍ଥଳରୁ ଡ୍ରାଇଭର  ଜଣଙ୍କ ଫେରାର ଅଛନ୍ତି ।

ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ଶୀତ

0

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷକରି ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨- ୩ ଡିଗ୍ରୀ କମିବ । ରାଜ୍ୟର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ । ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ବଲାଙ୍ଗିର, ମାଲକାନଗିରି ଏବଂ ନୟାଗଡ଼ରେ କୁହୁଡି ପଡ଼ିବ । ଏସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨ଶହରୁ ୮ଶହ ମିଟର ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଆକାଶ ନିର୍ମଳ ରହିବା ସହ ଶୀତ ବଢ଼ିବ । ବିଶେଷକରି ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏଥିସହିତ ପଢ଼ନ୍ତୁ: ଡିଜେଲ କାର୍ କିଣିବା ଆପଣଙ୍କ ପାଇଁ କେତେ ଲାଭଦାୟକ ?

ବକ୍ସିଂ ଡେ’ ଟେଷ୍ଟ: ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତର ସ୍କୋର ୯୦/୩

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିବସର ପ୍ରଥମ ସେସନ୍ ଖେଳ ଶେଷ ସୁଦ୍ଧା ୩ ଓ୍ୱିକେଟ ବିନିମୟରେ ୯0 ରନ୍ ସଂଗ୍ରହ କରିଛି । ଭାରତୀୟ ଇଂନିସ ଆରମ୍ଭ ବେଳକୁ ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରଓ୍ୱାଲ ଖାତା ଖୋଲିପାରିନଥିଲେ । ମିଚେଲ୍ ଷ୍ଟାର୍କଙ୍କ ବଲରେ ଆଉଟ ଏଲ୍‌ବିଡବ୍ଳ୍ୟୁ ହୋଇ ଫେଭିଲିୟନ୍ ଫେରିଥିଲେ । ତୃତୀୟ ନମ୍ୱରେ ବ୍ୟାଟିଂ କରିବାକୁ ଆସିଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ନବାଗତ ଶୁବମନ୍ ଗିଲ୍‌ଙ୍କ ସହ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ମାତ୍ର ୧୭ ରନ୍‌ର ବ୍ୟକ୍ତିଗତ ରନ୍‌ରେ କମିଂସଙ୍କ ବଲ୍‌ରେ ଓ୍ୱିକେଟ କିପର ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ । ତାଙ୍କ ପଛକୁ ୪୫ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଶୁବମନ୍ ଗିଲ୍ ମଧ୍ୟ ଆଉଟ କମିଂସ୍‌ଙ୍କ ଶିକାର ହୋଇଛନ୍ତି । ପ୍ରଥମ ସେସନ୍ ଖେଳ ଶେଷ ସୁଦ୍ଧା ୪୧ ବଲ୍‌ରେ ୧୦ କରି ଅଜିଙ୍କ୍ୟା ରାହାଣେ, ୪୨ ବଲ୍‌ରେ ୧୩ ରନ୍ କରି ହନୁମା ବିହାରୀ ବ୍ୟାଟିଂ ଜାରି ରଖିଛନ୍ତି ।

Image

ଶନିବାର ଆରମ୍ଭ ହୋଇଥିବା ବକ୍ସିଂ ଡେ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କଙ୍ଗାରୁ ଦଳ । ଓପନିଂ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଜୋ ବୋନ୍ସ ଶୂନ ରନ୍ କରି ପେଭିଲିୟନ୍ ଫେରିଥିଲେ । ଏହା ପରେ ତୃତୀୟ ନମ୍ୱରେ ବ୍ୟାଟିଂ କରିବାକୁ ଆସିଥିବା ଲାବୁସେନ, ମାଥୁ ଓ୍ୱାଡେଙ୍କ ସହ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିବା ସହ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ । ଏହାରି ମଧ୍ୟରେ ମାଥ୍ୟୁ ଓ୍ୱାଡେ ଅଶ୍ୱିନଙ୍କ ବଲରେ ଜାଡେଜାଙ୍କୁ କ୍ୟାଚ୍ ଦେଇ ପେଭିଲି୍ୟନ ଫେରିଥିଲେ ।

Image

ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସ୍ଟିଭେନ୍ ସ୍ମିଥ୍ ମଧ୍ୟ ଅଶ୍ୱିନଙ୍କ ଶିକାର ହୋଇଥିଲେ ଏବଂ ଖାତା ଖୋଲିବାକୁ ସକ୍ଷମ ହୋଇପାରିନଥିଲେ । ଏହା ପରେ ତାଭିସ୍ ହେଡ୍ ୩୮ ରନ୍ କରିଥିଲେ । କିନ୍ତୁ ଲଗାତାର ଭାବେ ଓ୍ୱିକେଟର ପତନ ହେବାରେ ଲାଗିଥିଲା ଏବଂ ୧୯୫ ରନ୍‌ରେ ପୂରା ଟିମ୍ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ୱିକେଟ ନେଇଥିବା ବେଳେ ରବିଚନ୍ଦ ଅଶ୍ୱିନ ୩ଟି, ରବୀନ୍ଦ୍ର ଜାଡେଜା ଗୋଟିଏ ଏବଂ ମହମ୍ମଦ ସିରାଜ୍ ୨ ଓ୍ୱିକେଟ୍ ନେଇଥିଲେ ।

ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲା: ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲା । ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ଖାସ୍ ସହଯୋଗୀ ସର୍ବେଶ୍ବର ରାଓ । ଆଜିଠାରୁ ସର୍ବେଶ୍ବରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ  । ପାଠକ-ପାଣିଗ୍ରାହୀଙ୍କ ସହିତ ମିଶି ସର୍ବେଶ୍ବର କେମିତି ରଚୁଥିଲେ ଠକେଇର ଷଡଯନ୍ତ୍ର  ? ନିଯୁକ୍ତି ନାଁରେ କେତେ ଜଣଙ୍କ ଠାରୁ କରିଛନ୍ତି ଲୁଟ୍ ?  ଠକେଇରେ ପ୍ରଦୀପ ପାଣିଗ୍ରାହୀଙ୍କର କ’ଣ ଥିଲା ଭୂମିକା ?  କିପରି ଚାଲିଥିଲା ଫେକ୍ ରିକ୍ରୁଟମେଣ୍ଟ ଓ କ୍ୟାମ୍ପସ ସିଲେକ୍ସନ୍ ?  ଏଥିସହ ଠକେଇର ଶିକାର କେବଳ ୬୮ ଜଣ ହୋଇଛନ୍ତି ନା ଅଧିକ ହୋଇଛନ୍ତି ?  ସେ ନେଇ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । କେବଳ ସେତିତି ନୁହେଁ ଆକାଶ-ପ୍ରଦୀପ ରିମାଣ୍ଡରେ ଦେଇଥିବା ତଥ୍ୟକୁ ନେଇ ସର୍ବେଶ୍ବରଙ୍କୁ ତନାଘନା କରିବ କ୍ରାଇମବ୍ରାଞ୍ଚ ।

ସୂଚନା ଯୋଗ୍ୟ, ମିଡିଲ ମ୍ୟାନ୍ ସର୍ବେଶ୍ୱର ହେଉଛନ୍ତି ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ । ଗତ ୧୭ ତାରିଖରେ ଟାଟାରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ପ୍ରଦୀପ-ପାଠକ ପାଇଁ ସେ ଶିକାର ଖୋଜୁଥିଲେ । ଆଉ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଟାଟାମୋଟର୍ସରେ ନିଯୁ୍କ୍ତି ଦେବେ କହି ଲୋକଙ୍କୁ ଲୁଟ କରୁଥିଲେ ।

ଏଥିସହିତ ପଢ଼ନ୍ତୁ: ଜେଲ୍‌ ଗଲେ ସର୍ବେଶ୍ୱର, ଏବେ ଝାରପଡ଼ାରେ ମିଡିଲ ମ୍ୟାନ୍‌ଙ୍କ ସହ ମାଷ୍ଟର ମାଇଣ୍ଡ

ବିଜେପିରେ ଅଣଦେଖା ଅଭିଯୋଗ, କେନ୍ଦ୍ରମନ୍ତ୍ରୀଙ୍କ ସମାବେଶ ପରେ ଦଳ ଛାଡ଼ିଲେ ବରିଷ୍ଠ ନେତା ଓ କର୍ମୀ

ଢେଙ୍କାନାଳ: ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଷୀ ସମାବେଶର ୫ ଘଣ୍ଟା ନ ପୂରୁଣୁ ଦଳ ଛାଡ଼ିଲେ ବିଜେପିର ବରିଷ୍ଠ ନେତା । ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ, ଜିଲା ଉପସଭାପତି ରମେଶ ଚନ୍ଦ୍ର ସାମଲ, ପୂର୍ବତନ ଉପ ନଗରପାଳ ସୁଚିତ୍ରା ବେହେରା, ପୂର୍ବତନ ଉପନଗର ପାଳିକା ସୁମିତ୍ରା ଭୋଇ, ପୂର୍ବତନ କାଉନସିଲର ଦୀପ୍ତି ରଞ୍ଜନ ସେଠି, ବ୍ରହ୍ମାନନ୍ଦ ମଳିକ, ଅନୁସୟା ଦଳେଇ, ସସ୍ମିତା ଖଟୁଆ, ବାପୁଜି ମଲିକ, ଅବଦୁଲ ଚାନ୍ଦ ଖାଁ ବିଜେପି ଛାଡ଼ିଛନ୍ତି । ଦଳ ପାଇଁ ଦୀର୍ଘ ଦିନ ଧରି କାମ କରୁଥିଲେ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଏହି ନେତାମାନେ । ରବିବାର ଏହି ବରିଷ୍ଠ ନେତାଙ୍କ ସହ ୧୦୦୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।