spot_img
Home Blog Page 6196

ପାଠକ୍‌ ବାପା-ପୁଅ ପରେ ଏବେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଯିବେ ରିମାଣ୍ଡରେ, ସାମ୍ନାକୁ ଆସିବ ନୂଆ ତଥ୍ୟ

ଭୁବନେଶ୍ୱର: ପାଠକ ବାପା-ପୁଅ ପରେ ଏବେ ମଧ୍ୟସ୍ତି ବି ଯିବେ ରିମାଣ୍ଡରେ । ଆକାଶଙ୍କୁ ଶିକାର ଯୋଗାଉଥିବା ଆଉ ଚାକିରି ଦେବା ନାଁରେ ଠକେଇରେ ସିଧାସଳଖ ସମ୍ପୃକ୍ତ ଥିବା ଅବସରପ୍ରାପ୍ତ ଅଧ୍ୟାପକ ସର୍ବେଶ୍ୱର ରାଓଙ୍କୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି । ଏନେଇ ଗୁରୁବାର ସୂଚନା ମିଳିଛି । ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ସର୍ବେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି ।

Sarbeswar Rao

ସ୍କାଏ କିଙ୍ଗ୍ ୬୫ ଲକ୍ଷ ଟଙ୍କା ଠକେଇ ମାମଲା । କୋର୍ଟରେ ହାଜର ପରେ ଜେଲ ଗଲେ ଅଭୟକାନ୍ତ ପାଠକ । ବୁଧବାର ୨ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପୁଅର ଠକେଇ ପଛର ସତ ଜାଣିବା ପାଇଁ ୨ ଦିନିଆ ରିମାଣ୍ଡରେ ଅଭୟଙ୍କୁ ମାରାଥନ ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ । ରିମାଣ୍ଡ ବେଳେ ପୁଅ ଠକେଇର ଗୁମର ଖୋଲିଛନ୍ତି ଅଭୟ ।

ନିଜେ ଅଭୟ ହିଁ ପୁଅ ଆକାଶକୁ ସଜାଇଥିଲେ ଟାଟାର ନକଲି ଏମଡି । ଅଭୟଙ୍କ ଟଙ୍କାରେ ପୁଅ କରୁଥିଲା ଅୟେସ, ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ । ୨ ଦିନିଆ ରିମାଣ୍ଡରେ ଏସବୁର ସତ୍ୟ ଓଗାଳିଛନ୍ତି ଅଭୟ ପାଠକ । ସେହିପରି ୪ ଦିନିଆ ରିମାଣ୍ଡ ସମୟରେ ପୁଅ ଆକାଶ ଦେଇଥିବା ତଥ୍ୟକୁ କ୍ରସ ଚେକ୍ ବି କରିଛି କମିଶନରେଟ୍‌ ପୋଲିସ । ସେପଟେ ଆକାଶ ଓ ଅଭୟକାନ୍ତ ପାଠକଙ୍କ ଜାମିନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ ।

ପୁଣି ଜାମିନ ଆବେଦନ ଖାରଜ, କୋର୍ଟ କହିଲେ ଆହୁରି ଅନେକ ମାମଲା ରହିଛି

ଭୁବନେଶ୍ୱର: ପୁଣି ଖାରଜ ହେଲା ଜାମିନ । ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜେଲରୁ ମୁକୁଳିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ । ନିଜ ଆବେଦନରେ ସେ ସାତବର୍ଷ ଜେଲରେ ଥିବା ଦର୍ଶାଇ ଥିଲେ । ତେବେ ଏକାଧିକ ମାମଲା ଯୋଡି ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ବୋଲି ସେ ଦର୍ଶାଇଥିଲେ । ନଭେମ୍ବର ୨୭ରେ ଶୁଣାଣି ସରିଥିଲା ଓ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ପ୍ରଦୀପଙ୍କ ବିରୁଦ୍ଧରେ ଗୋଟିଏ ମାମଲାରେ ଦଣ୍ଡ ବିଧାନ ହୋଇଛି ଏବଂ ଏକାଧିକ ଅନ୍ୟ ମାମଲାର ବିଚାର ଚାଲିଛି ବୋଲି ରାୟରେ ଦର୍ଶାଇ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ଅର୍ଥତତ୍ୱ ଚିଟଫଣ୍ଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପ୍ରଦୀପ ସେଠି । ସିବିଆଇ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରି ତାଙ୍କୁ ଗିରଫ କରିଛି । ସେ ଏବେ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି । ତେବେ ପୂର୍ବରୁ ପ୍ରଦୀପ ସେଠୀ ଥରେ ଆତ୍ମହତ୍ୟା ଉଦ୍ୟମ କରି ସାରିଛନ୍ତି । ଝାରପଡ଼ା ଜେଲ୍‌ ଟଏଲେଟ୍‌ରେ ଲାଗିଥିବା ଇନଭର୍ଟର ତାରରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଟଏଲେଟ୍‌ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଜେଲ୍‌ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପ୍ରଦୀପଙ୍କୁ କଟକ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା ।

ସରୋଜ ପରିବାର ଜାଣିଥିଲା ହତ୍ୟାର ପୁରା କାହାଣୀ, ଜେରା ବେଳେ ରାଗିଯାଉଛି ପୁଣି କାନ୍ଦୁଛି ଅଭିଯୁକ୍ତ..

ନୟାଗଡ଼: ପେଟରେ ଲୁଚାଇଥିଲେ ପୁଅର ପାପ କାହାଣୀ । ପରୀ ହତ୍ୟା ସଂପର୍କରେ ଜାଣିଥିଲେ ଅଭିଯୁକ୍ତ ସରୋଜର ପରିବାର । ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟା ଖବର ଉପରେ ନଜର ରଖିଥିଲା ସରୋଜ ।

ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ହାଡ଼ ମିସିଙ୍ଗ ହୋଇଥିବା ଉଲ୍ଲେଖ ନାହିଁ । ପରୀ ମୃତଦେହର କିଛି ହାଡ଼ ନଥିବା ଖବରକୁ ଅସ୍ୱୀକାର କରିଛନ୍ତି ବୋଥ୍ରା । ଡିଏନ୍‌ଏରୁ ଜଣାପଡ଼ିଥିଲା ତାହା ପରୀର କଙ୍କାଳ ବୋଲି । ମୃତଦେହର ଡିଏନଏ ନେବା ପାଇଁ କିଛି ହାଡ଼ ନିଆଯାଇଥିଲା । ସେହି ହାଡ଼ ଡିଏନ୍‌ଏ ପାଇଁ ଲାବରେଟୋରୀ ପଠାଯାଇଥିଲା । ଲାବରେଟୋରୀରେ ସେହି ହାଡ଼ ସବୁ ମହଜୁଦ ଅଛି । ତେବେ ଏଯାଏ ତଦନ୍ତ ସରିନାହିଁ ବୋଲି ବୋଥ୍ରା କହିଛନ୍ତି ।

ଲେଗିଙ୍ଗ୍‌ସରେ ଦାଗ ଅଛି କି ନାହିଁ ତା’ର ତଦନ୍ତ ହେବ । ଲେଗିଙ୍ଗ୍ସକୁ ପରୀକ୍ଷା ପାଇଁ ପଠାଯାଇଛି । ଜବତ ଗାମୁଛାରେ ରକ୍ତ ଦାଗ ଲାଗିଛି । ସେହି ରକ୍ତ ଲାବରେଟୋରୀରେ ଯାଞ୍ଚ ହେବ । ଯାଞ୍ଚ ପରେ ଅଭିଯୁକ୍ତ କଥାର ସତ୍ୟତା ଜଣାପଡ଼ିବ । ହତ୍ୟା ମାମଲାରେ ଅଙ୍ଗ ତସ୍କରୀକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି ବୋଥ୍ରା । ଯେଉଁମାନଙ୍କ ନାମରେ ଅଭିଯୋଗ ଆସିଥିଲା ତଦନ୍ତ କରାଯାଇଛି । ସେମାନଙ୍କ ପାଖରୁ କିଛି ବି ମିଳିନାହିଁ । ପଚରାଉଚରା ବେଳେ ଇମୋସନାଲ ହୋଇପଡ଼ୁଛି ସରୋଜ । କେତେବେଳେ ଭୁଲ କରିଛି ବୋଲି କହୁଛି ତ ଆଉ କେତେବେଳେ ରାଗିଯାଉଛି । ଏନେଇ ଖୋଦ୍‌ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

Pocso Court Grants 3 Day Remand To Pari Murder Accused

ସୂଚନାଯୋଗ୍ୟ, ଗୁରୁବାର ଯଦୁପୁରରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ଏସ୍‌ଆଇଟି । କିଭଳି ନିଷ୍ପାପ ଶିଶୁ ସହିତ ଜଘନ୍ୟ କାଣ୍ଡ ଭିଆଇଥିଲା, ସେନେଇ ସରୋଜ ଦେଖାଇଛି ଡେମୋ । ଯାହାକୁ ଜାଣିଲେ ଯେକୌଣସି ବ୍ୟକ୍ତିର ଛାତିଥରି ଉଠିବ । ଜୁଲାଇ ୧୩ରେ କେମିତି ରଚାଯାଇଥିଲା ଏହି ଜଘନ୍ୟ କାଣ୍ଡ, ଆଉ ପ୍ରଥମେ ଘର ଭିତରେ ତା’ ସହ କ’ଣ କଲା । କିଭଳି ପରୀ ସହ ଦୁଷ୍କର୍ମ ଉଦ୍ୟମ ଓ ତଣ୍ଟି ଚିପି ହତ୍ୟା କରିଥିଲା ସେନେଇ ଡେମୋ ଦେଖାଇଛି ସରୋଜ । ଏହାବ୍ୟତୀତ ପରବର୍ତ୍ତୀ ସମୟରେ କିପରି ମୃତଦେହକୁ ଅଖା ଭିତରେ ପୂରାଇ ପୋଖରୀ ହୁଡାରେ ଫୋପାଡି ଦେଇଥିଲା । ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଘଟଣା ବଖାଣିଛି ।

Jadupur Villagers Alleged BJP Doing Politics On Pari Case

ଉଲ୍ଲେଖଯୋଗ୍ୟ, ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ହାଇକୋର୍ଟ ଆଜି ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି । ସରୋଜର ରିମାଣ୍ଡ ଅବଧି ସରିଥିବା ଏବଂ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜେରାରୁ ଜଣା ପଡ଼ିବ ଜେଲରୁ ଚୋରା ବନ୍ଧୁକ କାରବାରର ସତ !

ଭୁବନେଶ୍ୱର: କମିଶନରେଟ୍ ପୋଲିସର ରିମାଣ୍ଡରେ ଡି-ବ୍ରଦର୍ସ । ଖୋଲିବ ଚୋରା ବନ୍ଧୁକ କାରବାରର ଗୁମର । ଡି-ବ୍ରଦର୍ସ ଜେଲରେ ଥିବାବେଳେ କିଭଳି ଚାଲିଛି ବନ୍ଧୁକ କାରବାର ? ଏଥିରେ କିଏ କରୁଛି ସହଯୋଗ ? ଜେଲରୁ ଥାଇ କାହା ମାଧ୍ୟମରେ ଅପରାଧ ସାମ୍ରାଜ୍ୟ ବଢ଼ାଉଛନ୍ତି ଧଳସାମନ୍ତ ବ୍ରଦର୍ସ । ଏସବୁର ଗୁମର ଖୋଲିବ କମିଶନରେଟ୍ ପୋଲିସ । ଏଥିପାଇଁ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ କମିଶନରେଟ୍ ପୋଲିସ ରିମାଣ୍ଡରେ ନେଇଛି ।

Commissionrate Police Takes D-Brothers In 3 Days Remand On Illegal Gun Case
FILE

କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ଆଜିଠାରୁ ରିମାଣ୍ଡରେ ନେଇଛି । ୩ ଦିନିଆ ରିମାଣ୍ଡରେ ଚୋରା ବନ୍ଧୁକ କାରବାରର ସତ ଖୋଜି ବାହାର କରିବ କମିଶନରେଟ୍ ପୋଲିସ । ଗତ ଡିସେମ୍ବର ୧୦ ତାରିଖରେ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଚଢ଼ାଉ କରିଥିଲା । ରେଡ୍ ବେଳେ ଡି-ବ୍ରଦର୍ସ ଘରୁ ୭ଟି ବନ୍ଧୁକ ସହ ୫୦୦ ରାଉଣ୍ଡ ଗୁଳି ଜବତ କରିଥିଲା । ତା’ପରଦିନ ବି କମିଶନରେଟ୍ ପୋଲିସ ଡି-ବ୍ରଦର୍ସ ସହଯୋଗୀଙ୍କ ଘରେ ରେଡ୍ କରିଥିଲା । ପୋଲିସ ମୋଟ ୧୬ଟି ବନ୍ଧୁକ ସହ ୧୦୯୫ଟି ଗୁଳି ଜବତ କରିଥିଲା ।

Commissionrate Police Takes D-Brothers In 3 Days Remand On Illegal Gun Case
FILE

ତେବେ, ଧଳସାମନ୍ତ ଭ୍ରାତା ଜେଲରେ ଥିବାବେଳେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ତାଙ୍କ ଘରକୁ କେମିତି ଆସିଲା ? ପରେ ଡି-ବ୍ରଦର୍ସଙ୍କ ସହଯୋଗୀ ଘରୁ ବି ପୋଲିସକୁ ମିଳିଥିଲା ଅସ୍ତ୍ରଶସ୍ତ୍ର । ଏସବୁ ଉପରୁ ପରଦା ଉଠାଇବାକୁ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିଛି । ପଚରାଉଚରା ପରେ ଜଣାପଡ଼ିବ ଡି-ବ୍ରଦର୍ସ ସାମ୍ରାଜ୍ୟର ଅପରାଧ ଚେର ଜେଲ ପାଚେରି ଭାଙ୍ଗି କାହା ସହାୟତାରେ କେତେ ବାଟ ଲିମ୍ବିଛି ।

ଏଥିସହ ପଢ଼ନ୍ତୁ- ଜେଲରୁ ଗ୍ୟାଙ୍ଗ ଚଳାଉଛନ୍ତି ଡି-ବ୍ରଦର୍ସ ! ଘରୁ ଜବତ ହେଲା ବନ୍ଧୁକ ଓ ଗୁଳିଗୋଳା

ପାକ୍ ବିରୁଦ୍ଧରେ RAWର ଖତରାନକ୍ ମିଶନକୁ ନେଇ ଆସୁଛି ଫିଲ୍ମ ‘ମିଶନ୍ ମଜନୁ’

ମୁମ୍ବାଇ: ଭାରତ-ପାକିସ୍ତାନର ସମ୍ପର୍କକୁ ନେଇ ବଲିଉଡରେ ବହୁତ ଫିଲ୍ ତିଆରି ହୋଇଛି। ଏହିସବୁ ଫିଲ୍ମରେ ଭାରତୀୟ ସେନାଙ୍କ ବିରତ୍ୱର କାହାଣୀ ଦେଖାଯାଇଛି। ଏବେ ବଲିଉଡ ଆଉଏକ ପାଦ ଆଗେଇ ଭାରତୀୟ ଗୁଇନ୍ଦା ସଂସ୍ଥା RAW(ResearchAnalysisWings)ର  ପାକିସ୍ତାନ ବିରୁଦ୍ଧରେ ସବୁଠୁ ଖତରନାକ ମିଶନ ଉପରେ ତିଆରି କରିବାକୁ ଯାଉଛି ଫିଲ୍ମ।

୧୯୭୦ରେ ଘଟିଥିବା ଏକ ସତ୍ୟ ଘଟଣାକୁ ନେଇ ତିଆରି ହେବାକୁ ଯାଉଛି ଫିଲ୍ମ ‘ମିଶନ ମଜନୁ’। ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଲିଡ୍ ରୋଲରେ ନଜର ଆସିବେ। ଅନ୍ୟପଟେ ଏହି ଫିଲ୍ମ ଜରିଆରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ମିଶନ୍ ମଜନୁ’ର ଫଷ୍ଟ ଲୁକ୍ ବି ରିଲିଜ୍ ହୋଇଯାଇଛି। ପୋଷ୍ଟରରେ ସିଦ୍ଧାର୍ଥ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି । ସେ ଫିଲ୍ମରେ RAW ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମରେ ଭାରତର ସେହି ବୀର ଯବାନମାନଙ୍କ କାହାଣୀ ଦେଖିବାକୁ ମିଳିବ ଯେଉଁମାନେ ଦେଶ ପାଇଁ ଅନେକ ବଳିଦାନ ଦେଇଛନ୍ତି। କିନ୍ତୁ ସବୁବେଳେ ଲାଇମଲାଇଟରୁ ଦୂରେଇ ରହିଛନ୍ତି। ଏହି କାହାଣୀକୁ ଲେକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ବହନ କରିଛନ୍ତି ବ୍ଲକବଷ୍ଟର ଫିଲ୍ମ ‘ଉରୀ’ର ନିର୍ଦ୍ଦେଶକ ରୋନି ସ୍କୃୱାଲା।

ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ବଢୁଛି ଅଡୁଆ। ଏପରିକି ତାଙ୍କୁ ବିରୋଧ କରିଛନ୍ତି ନିଜ ଦଳୀର କର୍ମୀମାନେ । ସୂଚନା ମୁତାବକ, ଆଜି ଭରତପୁର ଅଞ୍ଚଳରେ ଦଳର ଜନସମ୍ପର୍କ ପଦଯାତ୍ରା ଅବସରରେ ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ଅପରାଜିତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ଯାହା ଫଳରେ ସେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।

BJP Aparajita Sarangi

କେବଳ ଯେ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କୁ ବିଜେପି କର୍ମୀ ବିରୋଧ କରିଛନ୍ତି, ତା’ନୁହେଁ  ବରଂ ଏଥିସହ ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ଅପରାଜିତା ଗୋ ବ୍ୟାକ୍ ନାରା ସହ ପୋଷ୍ଟର ମଧ୍ୟ ପ୍ରଦର୍ଶନ କରାଯାଇଛି। ସାଂସଦ ଭାବେ ନିର୍ବାଚିତ ହେବାର ପ୍ରାୟ ଦେଢ ବର୍ଷ ମଧ୍ୟରେ ଥରେ ହେଲେ ଭରତପୁର ଅଞ୍ଚଳ ଗସ୍ତ କରିନଥିବା ସ୍ଥାନୀୟ ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଆଜି ଗସ୍ତ ସମୟରେ ଅପରାଜିତାଙ୍କୁ ବିଜେପି କର୍ମୀମାନେ ବିରୋଧ କରିଥିଲେ ।

BJP Aparajita Sarangi

ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଅପରାଜିତାଙ୍କ ସପକ୍ଷବାଦୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ତେବେ ଏସମ୍ପର୍କରେ ଅପରାଜିତା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

BJP Aparajita Sarangi

କେମିତି ପରୀକୁ ହତ୍ୟା କରିଥିଲା ସରୋଜ, ଦେଖାଇଲା ଡେମୋ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଯଦୁପୁରରେ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି ଏସଆଇଟି ଟିମ୍ । କିଭଳି ନିଷ୍ପାପ ଶିଶୁ ସହିତ ଜଘନ୍ୟ କାଣ୍ଡ ଭିଆଇଥିଲା ସେନେଇ ସରୋଜ ଦେଖାଇଛି ଡେମୋ । ଯାହାକୁ ଜାଣିଲେ ଯେକୌଣସି ବ୍ୟକ୍ତିର ଛାତିଥରି ଉଠିବ ।

ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଏସଆଇଟି ଟିମ୍ ଆଜି ସରୋଜକୁ ଯଦୁପୁର ନେଇ  କ୍ରାଇମ ସିନର ରିକ୍ରିଏସନ୍ କରାଯାଇଛି । ସରୋଜ ପରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଘରେ ଡେମୋ ଦେଖାଇଛି । ଜୁଲାଇ ୧୩ରେ କେମିତି ରଚାଯାଇଥିଲା ଏହି ଜଘନ୍ୟ କାଣ୍ଡ ଆଉ ପ୍ରଥମେ ଘର ଭିତରେ ତା’ ସହ କ’ଣ କଲା । କିଭଳି ପରୀ ସହ ଦୁଷ୍କର୍ମ ଉଦ୍ୟମ ଓ ତଣ୍ଟି ଚିପି ହତ୍ୟା କକରିଥିଲା ସେନେଇ ଡେମୋ ଦେଖାଇଛି ସରୋଜ ।

ଏହାବ୍ୟତୀତ ପରବର୍ତ୍ତୀ ସମୟରେ କିପରି ମୃତଦେହକୁ ଅଖା ଭିତରେ ପୂରାଇ ପୋଖରୀ ହୁଡାରେ ଫୋପାଡି ଦେଇଥିଲା । ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଘଟଣା ବଖାରିଛି ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ସରୋଜ ସେଠୀ ।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ହାଇକୋର୍ଟ ଆଜି ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି । ସରୋଜର ରିମାଣ୍ଡ ଅବଧି ସରିଥିବା ଏବଂ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

 

 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ

0

ରାଉରକେଲା: ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ। ଏ ନେଇ ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ଏହି ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ-୨୦୨୩ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ଏହି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାର ପାୱାର ହାଉସ୍‌। ଏହି ଜିଲ୍ଲାରୁ ବହୁ ହକି ପ୍ରତିଭା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି। ଏଣୁ ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରରେ ହକି ଷ୍ଟାଡିୟମ ନିର୍ମାଣ କରାଯିବ।’

ନିକଟରେ ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲାରେ ହକି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ସବୁ ବ୍ଲକ୍‌ରେ ସିନ୍ଥେଟିକ ଟର୍ଫ ବିଶିଷ୍ଟ ହକି  ଷ୍ଟାଡିୟମ ନିର୍ମାଣ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ କହିଛନ୍ତି।

ଓଡ଼ିଶାରେ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ,ଡରିବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ବ୍ରିଟେନରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇପଡିଛି । ଏହାକୁ ନେଇ ଓଡିଶା ସରକାର ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ହେଲେ ବ୍ରିଟେନରେ ଚିହ୍ନଟ ନୂଆ ଷ୍ଟ୍ରେନକୁ ନେଇ ବିଶେଷଜ୍ଞ ମାନେ ଅନେକ କଳ୍ପନାଜଳ୍ପନା କରୁଛନ୍ତି । ଏଭଳି ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି)ର ଏମଡି ସିବିକେ ମହାନ୍ତି।

ତାଙ୍କ କହିବାନୁଯାୟୀ, ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ପୂର୍ବ କରୋନା ରୋଗୀଙ୍କ ଭଳି ଲକ୍ଷଣ ସମାନ ରହିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ବ୍ରିଟେନର ପୂର୍ବ ତିନି ମାସର ସଂକ୍ରମଣ ହାର ଦେଖିଲେ ସେମିତି କିଛି ପ୍ରତିଫଳିତ ହେଉନି। ତଥାପି ଆମକୁ ସତର୍କ ରହିବାକୁ ପଡିବ। ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଓ ମୁଖ୍ୟମନ୍ତ୍ରୀ ପ୍ରତେକ ଦିନ ସମୀକ୍ଷା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ଆହ୍ୱାନ କରାଯାଇଛି। ଏଥିସହିତ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ ଆନାଲିସିସ ହେବ। ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ନ ଜାଣିଲା ପର୍ଯ୍ୟନ୍ତ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ। କିନ୍ତୁ ଏହାକୁ ଦ୍ଵିତୀୟ ୱେଭ କୁହାଯାଇପାରିବନି। ଏପରିକି ୟୁରୋପୀୟ ଦେଶ ଗୁଡିକୁ ଛାଡିଲେ ଅନ୍ୟ କୌଣସି ଦେଶରେ ଦ୍ଵିତୀୟ ୱେଭ କଥା ଦେଖାଯାଇନି। ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଲାବୋରେଟୋରିର ଆନାଲିସିସ ଓ ଫିଲଡ଼ର ସ୍ଥିତି ମଧ୍ୟରେ ବହୁ ଫରକ ରହିଛି।

ସେହିପରି ବ୍ରିଟେନ ଫେରନ୍ତାଙ୍କୁ ନେଇ ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ମତରେ ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶିଳନ ହେବ। ବ୍ରିଟେନ ଫେରନ୍ତା ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନ୍ସିଙ୍ଗ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି। ବ୍ରିଟେନର ନୂଆ ଷ୍ଟ୍ରେନ ପିଜିଟିଭ ବ୍ୟକ୍ତିଙ୍କ ଦେହରେ ଅଛି ନା ନାହିଁ ଅନୁଶୀଳନ କରାଯିବ। ଏହି ନୂଆ ଷ୍ଟ୍ରେନ ଅଧିକ ମାତ୍ରାରେ ସଂକ୍ରମଣ କରିବାର କ୍ଷମତା ରଖୁଛି। ତେଣୁ ଅଧିକ ସଚେତନ ହୋଇ ନିୟମ ମାନିବାକୁ ପଡିବ।

ଭାରତର ରହସ୍ୟମୟୀ ଘାଟି, ଯାହାକୁ କୁହାଯାଏ ଦ୍ୱିତୀୟ ବରମୁଡା ଟ୍ରାଏଙ୍ଗଲ

ଦୁନିଆର ଏକ ଅଜବ ସ୍ଥାନ ଆଟଲାଣ୍ଟିକ ମହାସାଗରରେ ବରମୁ଼ଡା ଟ୍ରାଏଙ୍ଗଲ । ଯାହା ଖୁବ ରହସ୍ୟମୟୀ । ଏଠାକୁ ଯାଇଥିବା ଲୋକର ଖବର ସମସ୍ତଙ୍କ ପାଖରେ ଥାଏ, କିନ୍ତୁ ଫେରିବାର ଖବର କାହା ପାଖରେ ମଧ୍ୟ ନଥାଏ । ଏହି ଅଞ୍ଚଳରେ ଶହ ଶହ ଜାହଜ ବୁଡ଼ି ଯାଇଛି ବୋଲି କୁହାଯାଏ । ଖାଲି ଜାହଜ କାହିଁକି ଉଡ଼ା ଜାହଜ ମଧ୍ୟ ଏଠି ସବୁଦିନ ପାଇଁ ନିଖୋଜ ହୋଇଯାଇଛି । ତେବେ ସେହିଭଳି ଏକ ସ୍ଥାନ ହେଉଛି ଅରୁଣାଚଳ ପ୍ରଦେଶ ସୀମାରେ ଥିବା ସାଙ୍ଗରୀ ଲା ଘାଟି । ଯାହା ଖୁବ ରହସ୍ୟମୟୀ ।

ଆମେ କହୁଛୁ ସାଙ୍ଗରୀ ଲା ଘାଟି ବିଷୟରେ । ଏହା ତିବ୍ଦତ ଏବଂ ଅରୁଣାଚଳ ପ୍ରଦେଶ ସୀମାରେ ରହିଛି । ତନ୍ତ୍ର ମନ୍ତ୍ରର କେତେକ ଜଣାଶୁଣା ସାଧକ ଏହା ବିଷୟରେ ପୁସ୍ତକରେ ଲେଖିଛନ୍ତି । ପଦ୍ମ ବିଭୂଷଣ ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିବା ଓ ସରକାରୀ ସଂସ୍କୃତ କଲେଜର ଆଚାର୍ଯ୍ୟ ଭାବରେ କାମ କରିଥିବା ଡାକ୍ତର ଗୋପୀନାଥ କବିରାଜଙ୍କ ପୁସ୍ତକ ଏହି ଘାଟି ବାବଦରେ କୁହେ । ସେ ନିଜ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଘାଟୀକୁ ବରମୁଡା ଟ୍ରାଏଙ୍ଗଲ ଭଳି ଦୁନିଆର ସବୁଠାରୁ ରହସ୍ୟପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ । କୁହାଯାଏ ଏହି ଘାଟୀର ସମ୍ବଦ୍ଧ ଅନ୍ୟ ଦୁନିଆ ସହିତ ରହିଛି ।

ଜଣାଶୁଣା ତନ୍ତ୍ର ସାହିତ୍ୟ ଲେଖକ ଏବଂ ବିଦ୍ୱାନ ଅରୁଣ କୁମାର ଶର୍ମା ତାଙ୍କ ପୁସ୍ତକ ‘ତିବ୍ଦତର ସେହି ରହସ୍ୟମୟୀ ଘାଟୀ’ରେ ଏହି ସ୍ଥାନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ସେଥିରେ ଲେଖାଅଛିଯେ, ଦୁନିଆରେ କିଛି ଏଭଳି ସ୍ଥାନ ରହିଛି ଯାହା ଭୂମିହୀନ ଏବଂ ବାୟୁହୀନ ମଧ୍ୟ । ଏହି ସ୍ଥାନରେ ଫୋର୍ଥ ଡାଇମନସେନ୍ ବା ଚତୁର୍ଥ ଆୟାମ ଅଧିକ ଶକ୍ତିଶାଳୀ ହୋଇଥାଏ । କୁହାଯାଏ ଏହି ସ୍ଥାନକୁ ଯିବାପରେ କୌଣସି ବସ୍ତୁ ବା ବ୍ୟକ୍ତି ଗାୟବ ହୋଇଯାଆନ୍ତି ।

ଶାଙ୍ଗରୀ ଲା ଘାଟୀ ବରମୁଡା ଟ୍ରାଏଙ୍ଗଲ ଭଳି ବୋଲି କୁହାଯାଏ । ବରମୁଡା ଟ୍ରାଏଙ୍ଗଲ ଏଭଳି ଏକ ସ୍ଥାନ ଯେଉଁ ରାସ୍ତା ନିକଟରେ ଯାଉଥିବା ପାଣି ଜାହଜ ଏବଂ ଉଡ଼ା ଜାହଜ ଗାୟକ ହୋଇଯାଏ । ସେହି ସ୍ଥାନ ମଧ୍ୟ ଭୂମିହୀନ କ୍ଷେତ୍ରର ଅନ୍ତର୍ଭୁକ୍ତ । କୁହାଯାଏ ଚୀନ ସେନା କେତେକାଂଶ ସମୟ ଏହି ସ୍ଥାନ ବିଷୟରେ ଜାଣିବାକୁ ଚେଷ୍ଟା କଲେ, କିନ୍ତୁ କିଛି ମଧ୍ୟ ପାଇଲେ ନାହିଁ । ତିବ୍ଦତର ବିଦ୍ୱାନ ୟୁତସୁଙ୍ଗଙ୍କ ଅନୁସାରେ ଏହି ଘାଟୀର ସମ୍ବଦ୍ଧ ମହାକାଶର କୌଣସି ଦୁନିଆ ସହିତ ରହିଛି ।

 

ତିବ୍ଦତୀ ଭାଷାର ପୁସ୍ତକ କାଳ ବିଜ୍ଞାନରେ ଏହି ଘାଟୀ ବିଷୟରେ ଉଲ୍ଲେଖ ରହିଛି । ଯେଉଁଥିରେ ଲେଖା ଯାଇଛିକି, ଦୁନିଆର ପ୍ରତ୍ୟେକଜିନିଷ, ଦେଶ ଓ ସମୟ ପରସ୍ପର ସହିତ ବନ୍ଧା । କିନ୍ତୁ ଏହି ଘାଟୀରେ କାଳ ବା ସମୟର କୌଣସି ପ୍ରଭାବ ନାହିଁ । ସେଠାରେ ମନର ବିଚାର ଶକ୍ତି, ଶାରୀରିକ କ୍ଷମତା ଏବଂ ମାନସିକ ଚେତନା ବହୁତ ବଢିଯାଏ । ଏହି ସ୍ଥାନକୁ ପୃଥିବୀର ନିୟନ୍ତ୍ରଣ କେନ୍ଦ୍ର ବୋଲି କୁହାଯାଏ ।
ଆଧ୍ୟାତ୍ମିକ କ୍ଷେତ୍ର, ତନ୍ତ୍ର ସାଧନା ବା ତନ୍ତ୍ର ଜ୍ଞାନ ସହିତ ଜଡ଼ିତ ଲୋକଙ୍କ ପାଇଁ ଏହି ଘାଟୀ ଭାରତ ସହିତ ବିଶ୍ୱରେ ମଧ୍ୟ ପ୍ରସିଦ୍ଧ । ତେବେ ନିଜେ ସେଠାକୁ ଯାଇଥିବା ଦାବି କରିଛନ୍ତି ୟୁତସୁଙ୍ଗ୍‌ । ୟୁତସୁଙ୍ଗଙ୍କ ମୁତାବକ ନା ସେଠାରେ ସୂର୍ଯ୍ୟ ଥିଲା ନା ଚନ୍ଦ୍ର । କେବଳ ସେତିକି ନୁହେଁ ସେଠାରେ ସ୍ଥିର ପରିବେଶ ମଧ୍ୟ ଖୁବ ବିଚିତ୍ର ।

ୟୁତସୁଙ୍ଗ ବାରଣାସୀର ତନ୍ତ୍ର ବିଦ୍ୱାନ ଅରୁଣ ଶର୍ମାଙ୍କୁ କହିଥିଲେଯେ, ସେଠାରେ ରହିଛି ମଠ,ଆଶ୍ରମ ଏବଂ ବିଭିନ୍ନ ଆକୃତିର ମନ୍ଦିର ସହିତ ଶୂନଶାନ ଘାଟୀ । ଏଠାରେ ତିନି ସାଧନା କେନ୍ଦ୍ର ପ୍ରସିଦ୍ଧ । ପ୍ରଥମଟି ହେଉଛି ଜ୍ଞାନଗଞ୍ଜ, ଦ୍ୱିତୀୟଟି ସିଦ୍ଧ ବିଜ୍ଞାନ ଆଶ୍ରମ ଏବଂ ତୃତୀୟଟି ଯୋଗ ସିଦ୍ଧାଶ୍ରମ । ଶାଙ୍ଗରୀ ଲା ଘାଟୀକୁ ସିଦ୍ଧାଶ୍ରମ ମଧ୍ୟ କୁହାଯାଏ । ମହାଭାରତ ଏବଂ ରାମାୟଣରେ ସିଦ୍ଧାଶ୍ରମ ବିଷୟରେ ଉଲ୍ଲେଖ ରହିଛି । ସିଦ୍ଧାଶ୍ରମ ବିଷୟରେ ଇଂରାଜୀ ଲେଖକ ଜେମ୍ସ୍ ହିଲଟନ ତାଙ୍କ ପୁସ୍ତକ ଲଷ୍ଟ ହରିଜନରେ ଲେଖିଛନ୍ତି । ତାଙ୍କ ପୁସ୍ତକ ଅନୁସାରେ ସେଠାକାର ଲୋକ ଶହ ଶହ କୋଟି କୋଟି ବର୍ଷ ଜୀବିତ ରୁହନ୍ତି । ତାଙ୍କ ପୁସ୍ତକ ପଢି ଅନେକ ସେହି ଘାଟୀ ବିଷୟରେ ଗବେଷଣା କରିବା ପରେ ମଧ୍ୟ କୌଣସି ସଫଳତା ପାଇ ନାହାଁନ୍ତି । କେହି କେହି ସବୁଦିନ ପାଇଁ ଗାୟବ ହୋଇ ଯାଇଛନ୍ତି ।