spot_img
Home Blog Page 6197

ଏହି ସ୍ଥାନରେ ପ୍ରାଣୀଙ୍କ ପାଇଁ ନିର୍ମାଣ ହେବ ଶ୍ମଶାନ ଘାଟ

ନୂଆଦିଲ୍ଲୀ:  ପଶୁଙ୍କ ପାଇଁ ନିର୍ମାଣ ହେବ ଶ୍ମଶାନ ଘାଟ । ଏବେ ଗୃହପାଳିତ ପ୍ରାଣୀ ମାନଙ୍କୁ ରଖୁଥିବା ଲୋକ ସେମାନଙ୍କର ପ୍ରିୟ ପଶୁଙ୍କ ଅନ୍ତିମ ସଂସ୍କାର କରିପାରିବେ । ଏଥିପାଇଁ ଦ୍ୱାରକାରେ ନିର୍ମାଣ ହେବାକୁ ଯାଉଛି ସ୍ମଲ ଆନିମଲ କ୍ରେମେଟୋରିୟମ୍‌। ଏହା ଭାରତର ପ୍ରଥମ ସ୍ମଲ ଆନିମଲ କ୍ରେମେଟୋରିୟମ ହେବ ବୋଲି ଦାବି କରିଛି SDMC ।

ଦିଲ୍ଲୀର ଦ୍ୱାରକାରେ ୭୦୦ ବର୍ଗମିଟର ଅଞ୍ଚଳରେ କୁକୁର, ବିଲେଇ, ମାଙ୍କଡ଼ ଏବଂ ଘୁଷୁରୀର ଅନ୍ତିମ ସଂସ୍କାର କରିବା ପାଇଁ ଶ୍ମଶାନ ଘାଟ ନିର୍ମାଣ ହେବ । ସେଠାରେ ରହିବ ଦୁଇ ପ୍ରକାରର ଶ୍ମଶାନ ଘାଟ । ଗୋଟିଏରେ କେବଳ ପାଳିତ ପ୍ରାଣୀଙ୍କ ଶବଦାହ କରାଯିବ ଯାହାର ଓଜନ ୧୫୦ କିଲୋ ଏବଂ ଅନ୍ୟଟିରେ ବିଲେଇ, ମାଙ୍ଗଡ଼,ବୁଲା କୁକୁର ଏବଂ ଘୁଷୁରୀର ଅନ୍ତିମ ସଂସ୍କାର କରାଯିବ ।

୩୦ କିଲୋ ଓଜନ ବିଶିଷ୍ଟ କୁକୁରଙ୍କ ମୃତ ଶରୀର ଦାହ ପାଇଁ ମାଲିକଙ୍କୁ ୨୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଅନ୍ୟପଟେ ୩୦ କିଲୋରୁ ଅଧିକ ଓଜନର କୁକରଙ୍କ ଦାହ ପାଇଁ ୩୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଏହାକୁ ନିର୍ମାଣ କରିବ SDMC ।

ଏହି ଶ୍ମଶାନ ଘାଟର ବିଶେଷତ୍ୱ ହେଉଛି ଏଠାରେ ପ୍ରାଣୀ ମାନଙ୍କ ଅନ୍ତିମ ସଂସ୍କାର ପାଇଁ ପୂଜାରୀଙ୍କୁ ନିଯୁକ୍ତ କରାଯିବ ।

ନୟାଗଡ଼ ପରୀ ହତ୍ୟା ମାମଲା, ଚାର୍ଜସିଟ୍‌ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଧିକ ତଥ୍ୟ ପାଇଁ ପୁଣି ଥରେ ରିମାଣ୍ଡ ଆବେଦନ ହୋଇପାରେ।

ସେପଟେ ଆଜି ଅଭିଯୁକ୍ତ ସରୋଜର ରିମାଣ୍ଡ ଅବଧି ସରୁଥିବା ବେଳେ ଏହି ମାମଲାରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ସୁତ୍ରର ପ୍ରକାଶ ।

ସୂଚନାଯୋଗ୍ୟ, ଏହି ମାମଲାରେ ଅଧିକ ତଥ୍ୟ ଲାଗି ଯଦୁପୁରରେ ଏସଆଇଟି ତନାଘନା ଚଳାଇଥିବା ବେଳେ ଅଭିଯୁକ୍ତ ସରୋଜର ମା ଓ ଭଉଣୀଙ୍କୁ ପଚରାଉଚରା କରିଛି । ନିଷ୍ପାପ ପରୀକୁ ତଣ୍ଟି ଚିପି ହତ୍ୟା ବେଳେ ନାକରୁ ରକ୍ତ ବାହାରିଥିଲା । ସେହି ରକ୍ତକୁ ନିଜ ଗାମୁଛାରେ ପୋଛିଥିଲା ବୋଲି ରିମାଣ୍ଡ ବେଳେ ଖୁଲାସା କରିଥିଲା ଅଭିଯୁକ୍ତ।

ଚଳନ୍ତା ଅଟୋରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ

0

ଲକ୍ଷ୍ନୌ: ପୁଣି ଯୋଗୀଙ୍କ ରାଜ୍ୟରେ ଲଜ୍ଜା। ଜଣେ କଲେଜ ଛାତ୍ରୀକୁ ଚଳନ୍ତା ଅଟୋରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘଟଣାରେ ପରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାରର ଅଭିଯୋଗ ପରେ ୟୁପି ପୁଲିସ୍ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଦୁଇଜଣଙ୍କୁ ଗିରଫ କରିଛି।

ବୁଧବାର ସକାଳେ ୟୁପିର ବାଗବାଲା ଅଞ୍ଚଳରୁ ପୀଡ଼ିତା କଲେଜ ଯିବାପାଇଁ ବାହାରିଥିଲେ। କଲେଜ ଯିବା ପାଇଁ ସେ ରାସ୍ତାରୁ ଅଟୋ ଧରିଥିଲେ। ଅଟୋରେ ତାଙ୍କ ସହ ଅନ୍ୟ କିଛି ଛାତ୍ର ମଧ୍ୟ ଥିଲେ। ସମସ୍ତ ଛାତ୍ର କଲେଜ ସମ୍ମୁଖରେ ଓହ୍ଲାଇଲେ। ହେଲେ ଏହି ଛାତ୍ରୀ ଜଣକ ଅଟୋରୁ ଓହ୍ଲାଇବା ବେଳକୁ ଅଟୋ ଚାଳକ ଅଟୋକୁ  କୌଶଳ କ୍ରମେ ଆଗକୁ ନେଇ ଯାଇଥିଲେ। ତାଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଥିଲେ। ପୂର୍ବରୁ ଉପସ୍ଥିତ ଥିବା ଜଣେ ଛାତ୍ର ଏହି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ।

ସେତବେଳକୁ କଲେଜ ଆଗରେ ଓହ୍ଲାଇଥିବା ଛାତ୍ରୀମାନେ ସେମାନଙ୍କ ଶିକ୍ଷକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ସମସ୍ତେ ସେହି ଅଟୋକୁ ଗୋଡ଼ାଇ ପ୍ରାୟ ୫କିଲୋମିଟର ପରେ ଧରିଥିଲେ। ସେଠାରୁ ନାବାଳିକାକୁ ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନା ପଠାଯାଇଥିଲା ଏବଂ ଉଭୟ ଅଭିଯୁକ୍ତଙ୍କୁ ପୋଲିସର ହସ୍ତାନ୍ତର କରାଯାଇଥିଲା। ସେମାନଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ ଏଓକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

 

ସ୍କାଏକିଙ୍ଗ୍ ଠକେଇ ମାମଲା, SDJM କୋର୍ଟରେ ହାଜର ହେଲେ ଅଭୟକାନ୍ତ

ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅଭୟକାନ୍ତ ପାଠକ ।

ସୂଚନା ମୁତାବକ ଅଭୟକାନ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଗତକାଲି ଶେଷ ହୋଇଥିଲା ତାଙ୍କର ଦୁଇ ଦିନିଆ ରିମାଣ୍ଡ ଅବଧି । ପୁଅର ଠକେଇ ପଛର ସତ ଜାଣିବା ପାଇଁ ୨ ଦିନିଆ ରିମାଣ୍ଡରେ ନେଇ ଅଭୟଙ୍କୁ ମାରାଥନ ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ ।

Vigilance Traced Another 1.47 Crores In Akash Pathak’s Account

ରିମାଣ୍ଡ ବେଳେ ପୁଅ ଠକେଇର ଗୁମର ଖୋଲିଛନ୍ତି ଅଭୟ । ନିଜେ ଅଭୟ ହିଁଁ ପୁଅ ଆକାଶକୁ ସଜାଇଥିଲେ ଟାଟାର ନକଲି ଏମଡି ଏବଂ ଅଭୟଙ୍କ ଟଙ୍କାରେ ପୁଅ କରୁଥିଲା ଅୟେସ । ଏପରିକି ତାଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ ।

ସେହିପରି ୪ ଦିନିଆ ରିମାଣ୍ଡ ସମୟରେ ପୁଅ ଆକାଶ ଦେଇଥିବା ତଥ୍ୟକୁ କ୍ରସ ଚେକ୍ ବି କରିଛି କମିଶନରେଟ ପୋଲିସ ।

ବରଗଡ଼ରେ ହାତୀ ଆତଙ୍କ, ଫସଲ ନଷ୍ଟ ଅଭିଯୋଗ

0

ବରଗଡ଼: ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ସୋନପୁରରୁ ଆସିଥିବା ହାତୀପଲ। ଧାନ ଚାଷ ଉଜାଡିବା ସହ ଜନବସତି ଅଞ୍ଚଳରେ ଉପଦ୍ରବ କରୁଛନ୍ତି ।

ସୂଚନା ଅନୁସାରେ ଭେଡେନ୍ ବ୍ଲକର ସିଆଳଖଣ୍ଡହତା ଏବଂ ମହୁଲପାଲି ପଞ୍ଚାୟତରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ ।  ଖାସ କରି ଅଞ୍ଚଳତୁରୁମ, କେଶେରୀପାଲି, ବୁଦେଲବାହାଲି ,ମେହେନା , ଭାଲୁପାଳି ଗାଁର ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ହାତୀଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ପୁଟିନଙ୍କ ନୂଆ ଆଇନ୍, ପୂର୍ବତନ ରାଷ୍ଟ୍ରପତିଙ୍କୁ ସବୁ ଅପରାଧିକ ମାମଲାରୁ ମିଳିବ ରକ୍ଷା

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ନୂତନ ଆଇନ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁସାରେ ପୂର୍ବତନ ରାଷ୍ଟ୍ରପତିମାନେ ପଦ ଛାଡ଼ିବା ପରେ ତାଙ୍କୁ ଲାଇପଟାଇମ ଇମ୍ୟୁନିଟି ମିଳିବ । ଅର୍ଥାତ ଏହି ନୂଆ ଆଇନ୍ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପରିବାରର ଲୋକଙ୍କୁ ଅପରାଧିକ ମାମଲାରୁ ରକ୍ଷା କରିବ। ଏହି ଆଇନ ବଳରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଗତକାଲି ଏହି ବିଲ୍ ପାରିତ ହୋଇଛି। ଚଳିତବର୍ଷ ଋଷରେ ଏକ ଜନମତ ସଂଗ୍ରହ ହୋଇଥିଲା, ଯାହାକୁ ପରେ ସମ୍ବିଧାନରେ ସଂଶୋଧନ କରାଯାଇଥିଲା।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଦିନ ଏହି ବିଲ୍ ସ୍ୱାକ୍ଷର କରିଛନ୍ତି । ଏହି ଆଇନ ପୂର୍ବତନ ରାଷ୍ଟ୍ରପତିଙ୍କୁ ସିନେଟ କିମ୍ବା ଫେଡେରେଶନ କାଉନସିଲରେ ଆଜୀବନ ସଦସ୍ୟତା ଦେବ। ଋଷିଆର କୌଣସି ରାଷ୍ଟ୍ରପତି ପଦ ଛାଡିବା ପରେ ମଧ୍ୟ ସିନେଟର ରହିବେ ଏବଂ ତାଙ୍କ ଉପରେ କୌଣସି ଅପରାଧିକ ମାମଲାର ବିଚାର କରାଯାଇ ପାରିବ ନାହିଁ।

ଅଠରନଳାର ସ୍ଥିତି ଦୁର୍ବଳ, ଗାଡ଼ି ଚଳାଚଳ ବନ୍ଦ ଲାଗି ପ୍ରଶାସନର ନିଷ୍ପତ୍ତି

ପୁରୀ: ଆଜିଠୁ ପୁରୀ ଅଠରନଳା ପୋଲ ଉପରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ଚଳାଚଳ ବନ୍ଦ କରାଯାଉଛି। ଏନେଇ ପ୍ରଶାସନ ପକ୍ଷରୁସୂଚନା ମିଳିଛି ।

ପ୍ରଶାସନର ସୂଚନା ଅନୁସାରେ ଐତିହ୍ୟ ବହନ କରୁଥିବା ଅଠରନଳାର ସ୍ଥିତି ଦୁର୍ବଳ ହୋଇ ପଡିଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପରିକି ୮୫ ମିଟର ଲମ୍ବ ଏହି ସେତୁର ଦୁଇପଟେ ବ୍ୟାରିକେଡ କରି ବନ୍ଦ କରି ଦିଆଯାଇଛି ।

୧୦ ବର୍ଷ ପୂର୍ବରୁ ଚାରିଚକିଆ ଓ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ପୁରୀ ପୌରବିଭାଗକୁ ନୋଟିସ କରିବା ପରେ ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍ ଲଗାଯାଇଛି ।

ତେବେ ତ୍ରୟୋଦଶ ଶତାବ୍ଦୀର ଏହି ବ୍ରିଜର ସରଂକ୍ଷଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

ଚାଷୀଙ୍କୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେବେ ମୋଦି

0

ନୂଆଦିଲ୍ଲୀ: ଆସନ୍ତା କାଲି ତଥା ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେବେ। ଏହି ଅବସରରେ ‘ପିଏମ୍‌ କିଷାନ୍‌’ଯୋଜନାରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ପଠାଯିବ। ଦେଶର ପ୍ରମୁଖ ୬ ରାଜ୍ୟର ପ୍ରତିନିଧି ଶ୍ରେଣୀୟ କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ।

କୃଷି ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧୦୦ ସାମ୍ବାଦିକ ସମ୍ମିଳନୀ ଏବଂ ୭୦୦ ବୈଠକ କରି‌ବାର ମଧ୍ୟ ଯୋଜନା ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଆଜି ସୁଦ୍ଧା ୨ କୋଟି ଚାଷୀ ପଂଜୀକରଣ କରାଇଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନରତ ଚାଷୀମାନେ ଆଜି ମଧ୍ୟ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

କୃଷି ଆଇନ ବିରୋଧରେ ମାର୍ଚ୍ଚ କରିବେ ରାହୁଲ

0

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦିନକୁ ଦିନ ଆନ୍ଦୋଳନ ତେଜିବାରେ ଲାଗିଛି। କେନ୍ଦ୍ରକୁ ଘେରିବାକୁ କଂଗ୍ରେସ ପକ୍ଷରୁ ଏକପ୍ରକାର ଯୋଜନା କରାଯାଇଛି ।

ସୂଚନା ଅନୁସାରେ ଏହି ଆନ୍ଦୋଳନ ସମର୍ଥନରେ ରାସ୍ତାକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥିସହିତ ସେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମାର୍ଚ୍ଚ କରିବେ। ତାଙ୍କ ସହ ଦଳର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହେବେ।

 

ଏହି ମାର୍ଚ୍ଚରେ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଅନ୍ୟ ବିରୋଧୀ ଦଳର ବରିଷ୍ଠ ନେତା ମଧ୍ୟ ସାମିଲ ରହିବେ।  ଏହାସହ ୨କୋଟି ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯିବ ।

ସେପଟେ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଆଜି ୨୯ ଦିନରେ ପହଞ୍ଚିଛି । ବାରମ୍ବାର ଆଲୋଚନା ଫେଲ୍ ମାରିବା ପରେ ଆନ୍ଦୋଳନକୁ ଜୋର୍‌ଦାର କରିଛନ୍ତି ଚାଷୀ । ସରକାର ଆଲୋଚନା ଚାହୁଁଥିବା ବେଳେ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ ।

୨୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଲଗାତାର ଚତୁର୍ଥ ଦିନରେ ୨୫ ହଜାର ତଳେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୪ ହଜାର ୭୧୨ ନୂଆ ମାମଲା ।

ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୦୧ ଲକ୍ଷ ୨୩ ହଜାର ୭୭୮ରେ ପହଞ୍ଚିଛି ।  ସେପଟେ ଗୋଟିଏ ଦିନରେ ୩୧୨ ଲୋକଙ୍କ ଜୀବନ ନେଇଛି ମହାମାରୀ ।

ଏଥିସହ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୭୫୬ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୨୯ ହଜାର ୭୯୧ ସଂକ୍ରମିତ ।

ସୂଚନାଯୋଗ୍ୟ, ବ୍ରିଟେନ ଫେରନ୍ତା ୨୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ସେପଟେ ୧୪ ଦିନ ଭିତରେ ବ୍ରିଟେନରୁ ଆସିଥିବା ଯାତ୍ରୀଙ୍କୁ ଚିହ୍ନଟ ପାଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ଟେଷ୍ଟ କରାଯିବ ।

ଉଭୟ ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ସରକାରୀ ସଂଗରୋଧରେ ରଖାଯିବ। ତେବେ ହୋମ ଆଇସୋଲେସନ ପାଇଁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି।