spot_img
Home Blog Page 6199

ଫିକା ପଡ଼ିବ ବଡ଼ ଦିନ ଓ ନୂଆ ବର୍ଷ ପାଳନ: କାଲିଠୁ ନାଇଟ୍ କର୍ଫ୍ୟୁ

0

ବେଙ୍ଗାଲୁରୁ: ବଢିଲା ବିଦେଶୀ ଭୂତାଣୁ ଭୟ , ଫେରିଲା ନାଇଟ୍ କର୍ଫ୍ୟୁ  ।  ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗୁ ହୋଇଛି ରାତ୍ରକାଳୀନ କଟକଣା  ।  ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା  । ଗୁରୁବାରଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ  ।  ରାତି ୧୦ରୁ ସକାଳ ୬ଟା ଯାଏଁ  ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ  ।  ଆଗକୁ ବଡଦିନ ଓ ନୂଆ ବର୍ଷ ଆସୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର  ।  ଏହି ସମୟରେ କୌଣସି ବି ଲୋକ ଘରୁ ନ ବାହାରିବା ପାଇଁ ଅପିଲ କରିଛନ୍ତି ସରକାର  ।  ବ୍ରିଟେନରେ ଦେଖାଦେଇଥିବା ନୂଆ କରୋନା ଭୂତାଣକୁ ଆଖି ଆଗରେ ରଖି କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର  ।  ବ୍ରିଟେନ୍, ଡେନମାର୍କ ଓ ନେଦରଲ୍ୟାଣ୍ଡରୁ ଆସିଥିବା ଲୋକେ 14 ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ ରହିବା ପାଇଁ ପରାମର୍ଶ ଦିଆଯାଇଛି  ।

ଏଥିସହିତ ପଢ଼ନ୍ତୁ: ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ MR-SAMର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ MR-SAMର ସଫଳ ପରୀକ୍ଷଣ କରାଯାଇଛି । ଅପରାହ୍ନ ୩ ଟା ୫୫ ମିନିଟ୍‌ରେ ମିଡିୟମ ରେଞ୍ଜ ସର୍‌ଫେସ୍‌ ଟୁ ଏୟାର ମିସାଇଲ୍‌ ପରୀକ୍ଷା କରାଯାଇଥିଲା । MR-SAMର ଲକ୍ଷ୍ୟଭେଦ କ୍ଷମତା ହେଉଛି ଶହେ କିଲୋମିଟର । ଏହି ମିସାଇଲରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି ।

MISSLE TEST

ଏହି ମିସାଇଲ୍ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । MR-SAMର ପରୀକ୍ଷା ପାଇଁ ଲଞ୍ଚପ୍ୟାଡ୍‌ର ଅଢେଇ କିଲୋମିଟର ପରିଧୀ ମଧ୍ୟରେ ଥିବା ୫ଟି ଗାଁରୁ ପ୍ରାୟ ୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ପୂର୍ବାହ୍ନରେ MR-SAMର ହୋଇପାରେ ଆଉ ଏକ ପରୀକ୍ଷା ।

ରାଜଧାନୀରେ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ୟ, ୧୦ ଦିନରେ ୧୫ ଲକ୍ଷ ଲୁଟ୍‌

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ୟ । ୧୦ ଦିନରେ ଲୁଟି ନେଲେଣି ୧୫ ଲକ୍ଷ ଟଙ୍କା । କେତେବେଳେ ଫେସବୁକ୍‌ ତ ଆଉ କେତବେଳେ ପେଟିଏମ୍ କ୍ୟାସବ୍ୟାକ୍ ଓ ଓଏଲଏକ୍ସ ଆଳରେ ଚଳୁ ହୋଇଯାଉଛି ଲକ୍ଷାଧିକ ଟଙ୍କା । ତେଣୁ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅଜଣା ଲୋକଙ୍କ ସହ ଟଙ୍କା କାରବାର ନକରିବା ଓ ଲିଙ୍କ୍ ଜରିଆରେ କିଣାବିକା ନକରିବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

ଫେସବୁକ୍‌ରୁ ଫ୍ରେଣ୍ଡସିପ୍ ଓ ଚାଟିଂ ରୁ ଚିଟିଂ । ମାତିଛନ୍ତି ଅନଲାଇନ ଠକ । ଆଖି ପିଛୁଳାକେ ଆକାଉଣ୍ଟ ଖାଲି । ପ୍ରେଣ୍ଡସିପ୍ ଆଳରେ ସାଙ୍ଘାତିକ ଫ୍ରଡ୍‌ । ବନ୍ଧୁତାର ସୁଯୋଗ ନେଇ ୬ ମାସ ମଧ୍ୟରେ ୮ ଲକ୍ଷ ୪୦ ହଜାର ଚଳୁ । ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଡମଣା ଅଞ୍ଚଳର ସତ୍ୟଭାମା ସେନାପତି ।

ସେହିପରି ପଟିଆ ଶ୍ରୀବିହାରରେ ରହୁଥିବା ଶଙ୍କର ପାଣିଗ୍ରାହୀ ଓଏଲଏକ୍ସ ଓ ପେଟିଏମ୍‌ ଜରିଆରେ ୮୫ ହଜାର ଟଙ୍କା ହରାଇଛନ୍ତି । ସେହିପରି ଗତ ୧୧ ତାରିଖରେ ଇନ୍‌ଫୋସିଟି ଥାନା ଗାୟତ୍ରୀ ବିହାର ମାଧୁରୀ ଭବନର ରହୁଥିବା ମନୋଜ କୁମାର ବାଡ଼ତ୍ୟାଙ୍କ କ୍ରେଡିଟ୍‌କାର୍ଡ଼ରୁ ଚଞ୍ଚକତା କରି ୭୧ ହଜାର ଟଙ୍କା ଲୁଟି ନେଇଛନ୍ତି ହ୍ୟାକର୍‌ । ଗତ ୧୫ ତାରିଖରେ ପେଟିଏମ୍‌ରେ ଡିଟିଏଚ୍‌ ରିଚାର୍ଜ କରିବା ବେଳେ ସୌମ୍ୟା ରାଉତଙ୍କ ଆକାଉଣ୍ଟରୁ ୯୮ ହଜାର ଟଙ୍କା ଗାୟବ ହୋଇଯାଇଛି ।

ରାଜଧାନୀରେ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରୁନି ସାଇବର ଥାନା । ବିଲ୍ଡିଂ ନିର୍ମାଣ ସାରିଯାଇଥିଲେ ମଧ୍ୟ ଅଫିସ୍ କଟକରୁ ସ୍ଥାନାନ୍ତର ହୋଇପାରୁ ନଥିବାରୁ ନିରାଶ ହେଉଛନ୍ତି ଲୋକେ । ସେପଟେ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅଜଣା ଲୋକଙ୍କ ସହ ଟଙ୍କା କାରବାର ନକରିବା ଓ ଲିଙ୍କ ଜରିଆରେ କିଣାବିକା ନକରିବାକୁ ପରାମର୍ଶ ଦେଇଛନ୍ତି ଡିସିପି । ସୋସିଆଲ ସାଇଟରେ ବନ୍ଧୁତା ଆଳରେ ବିଦେଶରୁ କ୍ରାଇମ ପ୍ଲଟ୍ ତିଆରି କରୁଛନ୍ତି ହ୍ୟାକର । ସଚେତନତା ଅଭାବରୁ ଶିକାର ହେଉଛନ୍ତି ଲୋକେ ।

କୃଷକ ଆନ୍ଦୋଳନ: ଜିଦ୍ ଛାଡ଼ି ଦାବି ମାନିନେବାକୁ ସରକାରଙ୍କୁ ଆନ୍ଦୋଳନରତ ଚାଷୀଙ୍କ ନିବେଦନ

0

ଭୁବନେଶ୍ୱର: ୨୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଏହାରି ମଧ୍ୟରେ ସମାଧାନର ବାଟ ବାହାର କରିବାକୁ ବହୁବାର ସରକାରଙ୍କ ସହ ହୋଇଛି ବୈଠକ । କନ୍ତୁ ସବୁଥର ବିଫଳ ହୋଇଛି ହୋଇଛି ଆଲୋଚନ । ବୁଧବାର ମଧ୍ୟ କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀଙ୍କ ସହ ବୈଠକ  କରିବା ପାଇଁ ପ୍ରସ୍ତାବ ପଠାଇଥିବା ବେଳେ କୌଣସି ପ୍ରକାରର ବୈଠକ କରିବାକୁ ସିଧାସଳଖ ମନା କରିଦେଇଛନ୍ତି କୃଷକ ସଂଗଠନ । ଆମେ କୃଷି ବିଲରେ କୌଣସି ସଂଶୋଧନ ଆଣିବାକୁ ଚାହୁଁନାହୁଁ ବରଂ ଏହି ଆଇନକୁ ରଦ୍ଧ କରାଯିବା ଦାବି ଅଟଳ ଅଛନ୍ତି କୃଷକ ।

ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ସରକାରଙ୍କ ତରଫରୁ ଆସିଥିବା ପ୍ରସ୍ତାବ ସଠିକ ବିବରଣୀ ଦିଆଯାଇନାହିଁ । ସରକାର ବାରମ୍ୱାର କୌଣସି ଅର୍ଥହୀନ ସଂଶୋଧନର ପ୍ରସ୍ତାବ ପରିବର୍ତ୍ତେ ଆଗାମୀ ବୈଠକ ପାଇଁ ଠୋସ ପ୍ରସ୍ତାବ ନେଇ ଆସନ୍ତୁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଆଶଙ୍କା

ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ବାଜିମାତ୍‌

କଟକ: କଟକ ସଦର ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଳାଶ ମଲ୍ଲିକ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ନାରାୟଣ ମଲ୍ଲିକକୁ ୯ ହଜାର ୨୨୧ ଖଣ୍ଡ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ।

ସଦର ନିର୍ବାଚନ ମଣ୍ଡଳୀର ୭ ନମ୍ବର ଜୋନ ଜିଲ୍ଲାପରିଷଦର ମୋଟ ଭୋଟର ସଂଖ୍ୟା ୩୬ ହଜାର ୮୮୯ । ତେବେ ୧୯ ହଜାର ୩୫୩ ଜଣ ମତଦାନ କରିଥିଲେ । ବିଜେଡ଼ି ପ୍ରାର୍ଥୀ ବିଳାଶ ମଲ୍ଲିକ ୧୩ ହଜାର ୪୨୫ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ନାରାୟଣ ମଲ୍ଲିକ ୪ ହଜାର ୪୦୨ ଟି ଭୋଟ ପାଇଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ନାରାୟଣ ମଲ୍ଲିକଙ୍କୁ ମିଳିଛି ମାତ୍ର ୭୫୧ଟି ଭୋଟ । ସେହିପରି କମ୍ୟୁନିଷ୍ଟ ପାର୍ଟି ୪୯୯ ଭୋଟ ପାଇଥିବା ବେଳେ ୭୮୭ ଖଣ୍ଡ ଭୋଟ ରିଜେକ୍ଟ ହୋଇଛି ।

ସେହିଭଳି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଭିତର ମତଦାନ ସମାପ୍ତ ହୋଇଥିବା ବେଳେ ବୁଧବାର ସକାଳ ୮ଟା ରୁ ବେଲପଡା ବ୍ଲକ କାର୍ଯ୍ୟାଳୟ ଠାରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏହି ଜୋନ୍‌ ମଧ୍ୟରେ ୮ଟି ପଂଚାୟତରେ ୧୦୧ ବୁଥ୍‌ରେ ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି । ୨୯୭୦୭ ଭୋଟର ମଧ୍ୟରୁ ୧୮୭୧୦ ଭୋଟର ମତଦାନ କରିଛନ୍ତି । ସମୁଦାୟ ଭୋଟ ହାର ୬୨ ପ୍ରତିଶତ ରହିଥିବା ବ୍ଲକ ପ୍ରଶାସନ ସ୍ପଷ୍ଟ କରିଛି । ବିଜେଡି ୪୨୯୪ ଭୋଟ୍‌ରେ ବିଜୟୀ ହୋଇଛି ।

ଅଭାବରୁ ଉଦ୍ଭାବନ, ନିଜସ୍ୱ ଜ୍ଞାନରେ ତିଆରିଛନ୍ତି ଜଳ ସେଚନ ପ୍ରକଳ୍ପ ! ଯୋଗ୍ୟତା ମାଟ୍ରିକ୍‌ ଫେଲ୍‌

ମୟୁରଭଞ୍ଜ: ଅଭାବ ଅନାଟନ ଦେଖାଇଛି ଉଦ୍ଭାବନାର ନୂଆ ରାସ୍ତା । ଏମିତି କିଛି କରି ଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ସୁକୃଳିର ଯୁବ ଚାଷୀ ମହୁର ଟିପିରିଆ । ନଦୀରୁ ଚାଷ ଜମିକୁ ପାଣି ଉଠାଇବା ପାଇଁ ନିଜସ୍ୱ ଜ୍ଞାନରେ ତିଆରି କରିଛନ୍ତି ଉଠା ଜଳସେଚନ ପ୍ରକଳ୍ପ ।

ବାଉଁଶ ଓ ପ୍ଲାଷ୍ଟକ୍ ବୋତଲରେ ଉଠୁଛି ପାଣି । କ୍ଷେତରେ ସବୁଜିମା ଖେଳାଇଛନ୍ତି ଯୁବ ଚାଷୀ । ଶିକ୍ଷାଗତ ଯୋଗ୍ୟତା ଅଣ୍ଡର ମେଟ୍ରିକ୍ । ହେଲେ ତାଙ୍କର ଉଦ୍ଭାବନା ଜଣେ ଇଞ୍ଜିନିୟରିଂ ଛାତ୍ର ଠାରୁ କିଛି କମ ନୁହେଁ । ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଉଠା ଜଳସେଚନ ପ୍ରକଳ୍ପ । କିଛି ଅଦରକାରୀ ବୋତଲ, ବାଉଁଶ ଏବଂ କାଠ ପଟା ସାହାର୍ଯ୍ୟରେ ନଦୀରୁ ଜମିକୁ ଉଠାଉଛନ୍ତି ପାଣି ।

ଆଭାବ ଅନାଟନ ଏବଂ ପରିବାର ପୋଷଣ ମହୁରକୁ ନୂଆ ରାସ୍ତା ଦେଖାଇଛି । ନଦୀରୁ ପାଣି ଉଠାଇବା ପାଇଁ ସୁବିଧା ନଥିବାରୁ ୬ ମାସ ଚାଷ କରି ବାକି ୬ମାସ ହାତ ଯୋଡି ବସି ରହୁଥିଲା । ହେଲେ ଏହି ଉଠା ଜଳସେଚନ ପ୍ରକଳ୍ପ କରିବା ପରେ ଏବେ ଆଉ ଚାଷ କାର୍ଯ୍ୟରେ ଅସୁବିଧା ହେଉନାହିଁ । ଜମିରେ ଜଳସେଚନ କରି ଧାନ, ଗହମ, ସୋରିଷ ସାଙ୍ଗକୁ ବିଭିନ୍ନ ପନିପରିବା ଚାଷ କରିଛନ୍ତି ଯୁବ ଚାଷୀ ।

ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଆଶଙ୍କା

ଲଣ୍ଡନ: ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ୍ ଆସିବା ପରେ ଭୂତାଣୁ ନେଇ ଚିନ୍ତା ବଢ଼ିଯାଇଛି । ବିଶେଷଜ୍ଞଙ୍କ କହିବା ହେଲା ଯେ, ଇଂଲଣ୍ଡରୁ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ କିଛି ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଲୋକେ ନୂଆ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଇଂଲଣ୍ଡରୁ ଭାରତ ଫେରିଥିବା ୨୦ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।

इंग्लैंड से लौटे यात्रियों में से 20 लोग कोरोना संक्रमित (पीटीआई)

            କରୋନାର ନୂଆ ଷ୍ଟ୍ରେନ୍ ଯାହା ବ୍ରିଟେନରେ ଦେଖିବାକୁ ମିଳିଛି, ତାକୁ ନେଇ ଏବେ ସାରା ଦୁନିଆରେ କୋକୁଆ ଭୟ । ଏହାରି ମଧ୍ୟରେ ଭାରତରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଭାରତ ଆସିଥିବା ୨୦ ଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭାରତରେ ମଧ୍ୟ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ସଂକ୍ରମିତ ଯାତ୍ରୀଙ୍କ ଶରୀରକୁ କରୋନାର ନୂଆ ଷ୍ଟ୍ରେନ୍ ପ୍ରବେଶ କରିଛି ଏବଂ ଏହି ଲୋକଙ୍କ ଦ୍ୱାରା କରୋନାର ନୂଆ ଷ୍ଟ୍ରେନ୍ ଭାରତରେ ମଧ୍ୟ ପଶିପାରେ । ଇଂଲଣ୍ଡରେ ସଂକ୍ରମିତ ଲୋକଙ୍କ ମଧ୍ୟରେ ପ୍ରାୟ ୬୦ ପ୍ରତିଶତ ଲୋକେ ଏହି ନୂଆ କରୋନା ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି ।

                  ତେବେ ଯେଉଁମାନେ ଏକ ମାସ ପୂର୍ବେ ଇଂଲଣ୍ଡରୁ ଫେରିଛନ୍ତି ସେମାନଙ୍କ କରୋନା ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ବିଟ୍ରେନ କରୋନାର ନୂଆ ଷ୍ଟ୍ରେନ୍ B.1.1.7 ଆସିବା ପରେ ଭାରତ ସମେତ ବହୁ ଦେଶ ବ୍ରିଟେନ ସହିତ ଆନ୍ତର୍ଜାତୀୟ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନରେ ଆବିଷ୍କୃତ ନୂଆ କରୋନା ଭାଇରସ ଷ୍ଟ୍ରେନ୍ କେତେ ଶକ୍ତିଶାଳୀ ? ଜାଣନ୍ତୁ ସବୁକିଛି..

ଅଭୟକାନ୍ତ ପାଠକଙ୍କ ସରିଲା ଦୁଇ ଦନିଆ ରିମାଣ୍ଡ, ପୋଲିସ ହାତରେ ଲାଗିଲା ଅନେକ ତଥ୍ୟ

ଭୁବନେଶ୍ୱର: ସ୍କାଏକିଙ୍ଗ ୬୫ ଲକ୍ଷ ଠକେଇ ମାମଲା । ଅଭୟକାନ୍ତ ପାଠକଙ୍କ ସରିଲା ଦୁଇ ଦନିଆ ରିମାଣ୍ଡ ଅବଧି । ପୁଅର ଠକେଇ ପଛର ସତ ଜାଣିବା ଲାଗି ୨ ଦନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଛି ଖାରବେଳନଗର ଥାନା ପୋଲିସ

୪ ଦିନିଆ ରିମାଣ୍ଡ ସମୟରେ ପୁଅ ଆକାଶ ଦେଇଥିବା ତଥ୍ୟକୁ ନେଇ ବାପାକୁ ରିମାଣ୍ଡରେ ତନାଘନା କରିଥିଲା ପୋଲିସ । କେମିତି ଆକାଶ ରଚିଥିଲେ ଠକେଇର ବ୍ଳୁ-ପ୍ରିଣ୍ଟ ? ଠକେଇ ପଛରେ ଅଭୟକାନ୍ତ ପାଠକଙ୍କ କଣ ଥିଲା ଭୂମିକା ? ଆକାଶଙ୍କୁ କେମିତି ସହଯୋଗ କରିଥିଲେ ଅଭୟ ?

ବିଜନେସ ଡିଲ୍ ବାବାଦକୁ ୨କୋଟି ୧୩ ଲକ୍ଷ ଟଙ୍କା କାହାର ? ଠକେଇ ଟଙ୍କାରେ ଚାର୍ଟର ପ୍ଳେନରେ ଉଡ଼ିଥିଲେ କି ? ଏଭଳି କେତେ ଜଣଙ୍କ ଠାରୁ ଠକେଇ କରିଛନ୍ତି ? ଏସେବୁର ତଥ୍ୟ ବାହାର କରିବା ପାଇଁ ଅଭୟକାନ୍ତଙ୍କୁ ପଚାରି ଆକାଶର ବୟାନକୁ ନେଇ କ୍ରସ ଚେକ୍ କରିଥିଲା ପୋଲିସ । ଠକେଇ ମାମଲାରେ ସବୁ ତଥ୍ୟ ପୋଲିସ ପାଇଛି ବୋଲି ଡିସିପି କହିଛନ୍ତି । ସେପେଟେ ଆକାଶ ଓ ଅଭୟକାନ୍ତ ପାଠକଙ୍କ ଜାମିନ ଉପରେ ଏଡିଜେ-୩ କୋର୍ଟରେ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି ।

ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜେ ଦିବ୍ୟାଙ୍ଗ ପାଲଟିଲେ ଯୁବତୀ

କେନ୍ଦୁଝର: ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜେ ଶଯ୍ୟାଶାୟୀ ହେଲେ ଯୁବତୀ । ସାମାନ୍ୟ ଦୁର୍ଘଟଣା ତାଙ୍କୁ ଦିବ୍ୟାଙ୍ଗ କରିଦେଇଛି । ଯୌବନର ପାଦ ଦେଶରେ ଶଯ୍ୟାଶାୟୀ ହୋଇ ନିଜ ଅସୁମାରୀ ସ୍ୱପ୍ନକୁ ମନର କୋହ ଭିତରେ ଚାପିଧରି ବସିଛନ୍ତି ।

ଗାଁରେ ରଜ ପର୍ବ ପାଳନ ହେବ, ଢେର ମସ୍ତି ମଧ୍ୟ ହେବ । ଏହି ଆଶା ନେଇ ସମସ୍ତେ ରଜ ପର୍ବ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏହାରି ଭିତରେ କେନ୍ଦୁଝର ଜିଲ୍ଲା ଜଡିଚାତର ଗାଁର ପୁଙ୍ଗି ମୁଣ୍ଡା ମଧ୍ୟ ପ୍ରସ୍ତୁତିରେ ଲାଗିପଡ଼ିଥିଲେ । ହେଲେ କିଏ ଜାଣିଥିଲା ସେହି ରଜ ତାଙ୍କ ପାଇଁ ସାଜିବ କାଳ ।

ଦୋଳି କାଠ ପାଇଁ ସେ ଯାଇଥିଲେ ଜଙ୍ଗଲକୁ । ତାଙ୍କ ସହ ଆଉ ଦୁଇ ଜଣ ଛୋଟ ଛୁଆ ମଧ୍ୟ ଥିଲେ । ହଠାତ୍‌ ଏକ କାଠ ତାଙ୍କ ଉପରେ ପଡ଼ିଯିବାର ଦେଖି ପୁଙ୍ଗି ସେମାନଙ୍କୁ ରକ୍ଷା କରିବାକୁ ନିଜକୁ ବିପଦରେ ପକାଇଥିଲେ । ଛୋଟ ଛୁଆଙ୍କୁ ତ ସେ କାଠ ପଡ଼ିବାରୁ ବଞ୍ଚେଇଦେଲେ, ହେଲେ ନିଜେ ଦିବ୍ୟାଙ୍ଗ ପାଲଟିଗଲେ ।

ବାପା ମୃତ୍ୟୁବରଣ କରିଥିବା ବେଳେ ବିଧାବା ମା’ ଭରସାରେ ଦୀର୍ଘ ୧୦ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଜୀବନ ବିତାଉଛି ପୁଙ୍ଗି । ମା’ର ଭତ୍ତା ଟଙ୍କା ଯାହା ମିଳେ ସେଥିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି ଦୁହେଁ । ଏଭଳି ସ୍ଥିତିରେ ଝିଅର ଚିକିତ୍ସା ପାଇଁ ମାଆ ଅକ୍ଷମ ହୋଇଥିବାରୁ ସେ ସରକାରୀ ସାହାଯ୍ୟ ପାଇଁ ଗୁହାରୀ କରିଛି ।

   Pungi

ସେପଟେ ପୁଙ୍ଗିର ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ । ତେବେ ଜିଲ୍ଲା ପ୍ରଶାସନ ପୁଙ୍ଗିର ଚିକିତ୍ସା ପାଇଁ ସହଯୋଗ କଲେ ପୁଣି ଥରେ ପୁଙ୍ଗି ମୁହଁରେ ହସ ଫୁଟନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକ ଆଶା ରଖିଛନ୍ତି ।

ପରୀ ହତ୍ୟା ମାମଲା: ସରପଞ୍ଚ ସୌମ୍ୟରଂଜନ ଆଡକୁ ଅଙ୍ଗୁଳି ଉଠାଇଲାଣି ଯଦୁପୁର

ନୟାଗଡ଼: ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଂଜନ ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ଉଠାଇଲାଣି ଯଦୁପୁର । ପରୀ ହତ୍ୟାକାଣ୍ଡକୁ ନେଇ ପଲିଟିକାଲ ଡ୍ରାମା କରୁଥିବା ସୌମ୍ୟଙ୍କ ଗିରଫଦାରୀ ନେଇ ଦାବି ତେଜିବାରେ ଲାଗିଲାଣି ।

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଧରାପଡ଼ିଛି, କିନ୍ତୁ ତା’ର ଅନ୍ୟ ସହଯୋଗୀ କେଉଁମାନେ ? ଯଦୁପୁରର ସନ୍ଦେହ ଘନଉଛି ପରୀର ପଡ଼ୋଶୀ ତଥା ଲକ୍ଷ୍ମୀପ୍ରସାଦର ସରପଞ୍ଚ ସୌମ୍ୟ ପ୍ରଧାନଙ୍କ ଉପରେ । ପୂର୍ବରୁ ଅନେକ ମାମଲାରେ ଛନ୍ଦି ହୋଇଥିବା ସୌମ୍ୟ, ସରୋଜଙ୍କ ପାଇଁ କାହିଁକି ଢ଼ାଲ ହୋଇ ଠିଆ ହେଉଛନ୍ତି ? ମିଛ ଅଙ୍ଗ ତସ୍କରୀ ଥିଓରୀ ଉଠାଇ ପ୍ରତିଶୋଧ ପଲିଟିକ୍ସରେ ମାତି କିଛି ଭିନ୍ନ ଷଡ଼ଯନ୍ତ୍ର କରିଥିଲେ କି ସରପଞ୍ଚ ବାବୁ ? ଯେଉଁଥିରେ ପରମୁହୂର୍ତ୍ତରେ ପାଣି ପକେଇ ଦେଇଛି ଏସ୍‌ଆଇଟି ।

ବିଜେପି କାହିଁକି ସରୋଜଙ୍କ ଗିରଫଦାରୀକୁ ନେଇ ଅବାନ୍ତର ଯୁକ୍ତି ରଖୁଛି । ଟାର୍ଗେଟ ସାମ୍ନାରେ ରଖି ପଲିଟିକାଲ ଟ୍ରାଏଲ ମାଧ୍ୟମରେ ସରୋଜଙ୍କୁ ବନାଯାଇଥିଲା କି ରାଜନୈତିକ ମୋହରା ? ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ୫ ଲକ୍ଷ ଯାଚୁଥିଲେ ବୋଲି କହିବା ପାଇଁ ସରୋଜ କାହାଠାରୁ ପାଇଥିଲେ ସାହସ ? ସରୋଜଙ୍କ ମୁହଁରେ କୁହାଯାଇନି ତ ସରପଞ୍ଚ ସୌମ୍ୟ ଓ ବିଜେପିର ଭାଷା ? ଯଦି ଅଭିଯୁକ୍ତ ସରୋଜ ନୁହେଁ ଏବଂ ସୌମ୍ୟରଂଜନ ତାଙ୍କୁ ଜାଣିଛନ୍ତି ତାହାଲେ ଏସ୍‌ଆଇଟିକୁ କିଛି ସୁରାକ୍‌ ଦେଉନାହାନ୍ତି କାହିଁକି ? ଏ ଘଟଣାରେ ସୌମ୍ୟଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ନାହିଁ କି ? ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।