spot_img
Home Blog Page 6200

ପରୀ ହତ୍ୟା ମାମଲା: ଲେଗିଙ୍ଗସ୍-ମୋବାଇଲ ପରେ ଏବେ ରକ୍ତ ଭିଜା ଗାମୁଛା ଜବତ କରିଛି SIT

ନୟାଗଡ଼: ଦିନକୁ ଦିନ ସାମ୍ନାକୁ ଆସୁଛି ପରୀକୁ ହତ୍ୟା କରିଥିବା ଅଭିଯୁକ୍ତ ସରୋଜ ସେଠୀର ରାକ୍ଷସ ରୂପ । ନିରୀହ ପରୀକୁ ତଣ୍ଟି ଚିପି ମାରିବାବେଳେ ନାକରୁ ବାହାରିଥିବା ରକ୍ତକୁ ନିଜ ଗାମୁଛାରେ ପୋଛିଥିଲା ସରୋଜ । ଯାହାକୁ ଆଜି ଛାନଭିନ୍‌ ବେଳେ ଜବତ କରିଛି ଏସଆଇଟି । ସେହିପରି ଦ୍ୱିତୀୟ ଦିନରେ ପୋଖରୀରୁ ମିଳିଛି ଏକ ମୋବାଇଲ ଫୋନ୍‌ । କିନ୍ତୁ ତାହା କାହାର ସେ ନେଇ ଅନୁସନ୍ଧାନ ଜାରି ରହିଛି । ସେପଟେ ଘଟଣାକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର କରିଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ହାତରେ କେବେ ପଡିବ ହାତକଡ଼ି ବୋଲି ଉଠୁଛି ପ୍ରଶ୍ନ ?

ସେପଟେ ଗାମୁଛାରେ ରକ୍ତ ଦାଗ ଥିବା ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ । ଅଧିକ ପରୀକ୍ଷା ପାଇଁ ଗାମୁଛା ଲ୍ୟାବ୍‌କୁ ପଠାଯାଇଛି । ଏହାସହ କାଲି ରାତିରେ ପୋଖରୀରୁ ପରୀର ଲେଗିଙ୍ଗସ୍‌ ମିଳିବା ପରେ ବୁଧବାର ଦ୍ୱିତୀୟ ଦିନରେ ଏହାକୁ ଆହୁରି ଘାଣ୍ଟିଛି ଏସଆଇଟି । ଅଧିକ ପ୍ରମାଣ ପାଇଁ ଦିନ ୧୧ଟାରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ଦୁଇ ଘଣ୍ଟା ଧରି ସ୍କୁବା ଡାଇଭର ପୋଖରୀକୁ ଘାଣ୍ଟିଛନ୍ତି ।

ପୋଖରୀ ସହ ଅଭିଯୁକ୍ତ ସରୋଜ ସେଠୀର ଘରେ ମଧ୍ୟ ଆଜି SIT ଖୋଳତାଡ଼ କରିଛି । ତଦନ୍ତକାରୀ ଦଳ ସରୋଜ ଘରର କୋଣଅନୁକୋଣ ତଲାସ କରିଛନ୍ତି । ତଲାସି ବେଳେ ସରୋଜର ରକ୍ତ ଭିଜା ଗାମୁଛାକୁ ଏସଆଇଟି ନେଇଯାଇଥିବା ବେଳେ ଆହୁରି କେତେ ଜିନିଷ ନେଇ ତଦନ୍ତ ପରିସରଭୁକ୍ତ କରିଛି ବୋଲି କହିଛନ୍ତି ସରୋଜର ମା’ ଶୈଳବାଳା ସେଠୀ ।

ଖାଲି ସେତିକି ନୁହେଁ ଶୈଳବାଳା ଆହୁରି କହିଛନ୍ତି, ମୁଁ ତ ଦେଖିନି ସେ ଏମିତି କାଣ୍ଡ କଲା ବେଳେ । ତା ଭୁଲ୍‌ ସିଏ ଜାଣିଥିବ ଓ ଭଗବାନ୍‌ ଜାଣିଥିବେ । ସବୁ ଦୋଷର କ୍ଷମା ରହିଛି । ଭଗବାନ ଜାଣିଥିବେ ତାକୁ କାହିଁକି ଅପରାଧ ଆଡ଼କୁ ନେଲେ । ମାଆ ଭାବରେ ମୁଁ ତାକୁ ସବୁବେଳେ ଗାଳି କରେ । ଯଦି ଅରୁଣ ବୋଥ୍ରାଙ୍କ ଦୟା ହେବ, ସେ କ୍ଷମା ଦେବେ । ମୁଁ ଆଉ କିଛି କରି ପାରିବିନି, ଭଗବାନ ଯାହା କରିବେ । ପରି ଘର ସହିତ ଆମ ଘରର ବହୁତ ଭଲ ସମ୍ପର୍କ ରହିଛି ବୋଲି କହିଛନ୍ତି ଶୈଳବାଳା ।

IPS ସ୍ତରରେ ଅଦଳ ବଦଳ: ନୟାଗଡ଼ ଏସପିଙ୍କୁ ପୋଲିସ ମୁଖ୍ୟାଳୟରେ ଏଆଇଜି ଦାୟିତ୍ୱ

ଭୁବନେଶ୍ୱର: IPS ସ୍ତରରେ ଅଦଳ ବଦଳ । ଆଇପିଏସ୍‌ ଅଧିକାରୀଙ୍କ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ରହିଥିବା ନୟାଗଡ଼ ଏସପି ପ୍ରତ୍ୟୁଷ ଦିବକାରଙ୍କ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ପୋଲିିସ ମୁଖ୍ୟାଳୟରେ ଏଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଆଇପିଏସ୍ ନରସିଂହ ଭୋଳଙ୍କୁ ସମ୍ୱଲପୁର ଆଇଜି ଭାବେ ନିଯୁକ୍ତି । ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମରାଓ ହେବେ ଡିଆଇଜି(ଇନଚାର୍ଜ)କୋରାପୁଟ । ତାଳଚେର ଡିଆଇଜି ହେବେ ସାଫ୍ରିନ୍ ଅହମ୍ମଦ ଖାଁ। ଡ. ସାର୍ଥକ ଷଡ଼ଙ୍ଗୀକୁ ଅନୁଗୁଳ ଡିଆଇଜି(ଇନଚାର୍ଜ) ଦାୟିତ୍ୱ । ଅର୍ଥନୈତିକ ଅପରାଧ ଶାଖା ଏସପି ଥିବା ଅଓ୍ୱିନାଶ କୁମାର ହେବେ ଡିଆଇଜି  । କେନ୍ଦ୍ରାପଡ଼ା ଏସପି ଥିବା ନୀତି ଶେଖରଙ୍କୁ ସି ଆଣ୍ଡ ଟି ଡିପାର୍ଟମେଣ୍ଟରେ ଅତିରିକ୍ତ ଟିସି ଦାୟିତ୍ୱ । କଳାହାଣ୍ଡି ଏସପି ଥିବା  ବି. ଗଙ୍ଗାଧର ହେଲେ ସମ୍ୱଲପୁର ଏସପି । ଯାଜପୁର ଏସପି ଥିବା ଚରଣ ସିଂହ ମୀନା ହେଲେ ଭଦ୍ରକ ଏସପି । ତାଙ୍କ ସ୍ଥାନରେ ରାହୁଲ ପିଆର ହେଲେ ଯାଜପୁର ଏସପି । ଶିବା ସୁବ୍ରମଣ୍ୟମ୍‌ଙ୍କୁ ଢେଙ୍କାନାଳ ଏସପି ଦାୟିତ୍ୱ ।  ଏମ୍. ସନ୍ଦୀପ ସମ୍ପଦ ହେଲେ ହେଲେ କେନ୍ଦ୍ରାପଡ଼ା ଏସପି । ମୁକେଶ କୁମାର ଭାମୁ ହେଲେ ରାଉରକେଲା ଏସପି । ଶ୍ରବଣ ବିବେକ ହେଲେ କଳାହାଣ୍ଡି ଏସପି । କୁଶଳକର ନୀତିନ ଦାଗୁଡୁ ବଲାଙ୍ଗୀର ଏସପି । ବିବେକାନନ୍ଦ ଶର୍ମା ହେବେ ରାୟଗଡ଼ା ଏସପି । ବରୁଣ ଗୁଣ୍ଟୁପାଲ୍ଲି ହେଲେ କୋରାପୁଟ ଏସପି । ସିଦ୍ଧାର୍ଥ କାଟାରିଆ ହେଲେ ନୟାଗଡ଼ ଏସପି ।  ପ୍ରହ୍ଲାଦ ସାହାଇ ମୀନାଙ୍କୁ ନବରଙ୍ଗପୁର ଏସପି ଭାବେ ନୂଆ ନିଯୁକ୍ତି । ଅଖିଳେଶ୍ୱଳର ସିଂହ  ହେଲେ ଏସ୍ଓଜି କମାଣ୍ଡାଣ୍ଟ । ସତ୍ୟଜିତ ନାୟକ ହେଲେ କମ୍ପ୍ୟୁଟର ବିଭାଗ ଏସପି । ବିକାଶ ଚନ୍ଦ୍ର ଦାସ ହେଲେ ଝାରସୁଗୁଡ଼ା ଏସପି (ଇନଚାର୍ଜ) ।

ଗୁରୁ ଶିଷ୍ୟ ସମ୍ପର୍କରେ କଳାଦାଗ, ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର: ଗୁରୁ ଶିଷ୍ୟ ସମ୍ପର୍କରେ କଳାଦାଗ । ଲଜ୍ଜା ସହିନପାରି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ପୋଲିସ ଓ ସ୍ଥାନୀୟ ଲୋକେ । ଜଗତସିଂହପୁର କୁଜଙ୍ଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ।

ନାବାଳିକା ଜଣକ ତାଙ୍କ ଗାଁର ରଞ୍ଜନ ରାଉତ ନାମକ ଜଣେ ଶିକ୍ଷକଙ୍କ ପାଖକୁ ଟ୍ୟୁସନ୍‌ ହେବାକୁ ଯାଉଥିଲେ । ହେଲେ ଟ୍ୟୁସନ୍‌ ସାର୍‌ ଜଣକ ନାବାଳିକାଙ୍କ ଉପରେ ରଖିଥିଲା ଲୋଲୁପ ଦୃଷ୍ଟି । ନାବାଳିକାଙ୍କୁ ସରଳତାର ଫାଇଦା ଉଠାଇଥିଲେ ଶିକ୍ଷକ ଜଣକ । ଜୋରଜବରଦସ୍ତ ନାବାଳିକା ସହ ରଖିଥିଲେ ଶାରୀରିକ ସମ୍ପର୍କ । ଏକଥା କାହାକୁ କହିଲେ ନାବାଳିକାର ବାପାକୁ ମାରିଦେବେ ବୋଲି ଟ୍ୟୁସନ୍‌ ସାର ଧମକ ଦେଇଥିଲେ ।

ତେଣୁ ଭୟରେ ନାବାଳିକା ଏକଥା କାହାକୁ କହି ନପାରିନଥିଲେ । ଆଉ ଗର୍ଭବତୀ ହେବା ପରେ ଲୋକ ଲଜ୍ଜାକୁ ଭୟ କରି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କୁ ଉଦ୍ଧାର କରାଯାଇଛି । ନାବାବାଳିକାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଛୁଆ ସୁସ୍ଥ ଥିବାବେଳେ ପୋଲିସ ଟିଉସନ୍‌ ସାର ରଞ୍ଜନକୁ ଅଟକ ରଖି ତଦନ୍ତ ଚଳାଇଛି ।

ରାଜଧାନୀରେ ନକଲି କ୍ରାଇମ୍‌ବ୍ରାଞ୍ଚ ଅଫିସର: ଉଚିତ୍‌ ପରାମର୍ଶ ଦେଇ ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ନକଲି ପୋଲିସ୍ । ପୋଲିସ କହି ବରିଷ୍ଠ ନାଗରିକଙ୍କ ଠାରୁ କଳାକନା ବୁଲାଉଛନ୍ତି ଲୁଟେରା । ଆଖିପିଛୁଳାକେ ଲୁଟି ନେଉଛନ୍ତି ଟଙ୍କା । ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ବାସୁଦେବ ଏନ୍‌କ୍ଲେଭ୍‌ ଫ୍ଲାଟ୍‌ରେ ରହୁଥିବା ବୃଦ୍ଧ ଦମ୍ପତି ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି ।

Fake Crime Branch

ଗତ ସୋମବାର ପଟିଆ ସ୍ୱର୍ଣ୍ଣପୁରୀ ରୋଡ୍‌ରେ ଘରକୁ ଯାଉଥିଲେ ବିଭୁତି ଭୂଷଣ ଅର୍ଚାଯ୍ୟ ଓ ତାଙ୍କ ପତ୍ନୀ ବିଜୟଲଷ୍ମୀ ଅର୍ଚାଯ୍ୟ । ସେହି ସମୟରେ ୨ ଜଣ ଲୁଟେରା ତାଙ୍କୁ ପଛରୁ ଡାକିଥିଲେ । ନିଜକୁ କ୍ରାଇମବ୍ରାଞ୍ଚ ଅଫିସରର ପରିଚୟ ଦେଇଥିଲେ ଦୁଇ ଲୁଟେରା । ସ୍ଥାନୀୟ ଅଞ୍ଚଳରେ ଲୁଟପାଟ୍‌ ଚାଲୁଥିବା ବେଳେ କାହିଁକି ଏତେ ପରିମାଣର ସୁନା ପିନ୍ଧିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ତୁରନ୍ତ ସୁନା ଅଳଙ୍କାରକୁ ଓହ୍ଲାଇ ଦେବା ପାଇଁ କହିଥିଲେ ।

Fake Crime Branch

ପରେ ବୃଦ୍ଧା ଦମ୍ପତି ସୁନା ଅଳଙ୍କାର ଓହ୍ଲାଇବା ମାତ୍ରେ ଚତୁରତାର ସହ ସୁନାକୁ ଲୁଟ କରିଥିଲେ ଦୁଇ ଦୁର୍ବୁତ୍ତ । ଇନ୍‌ଫୋସିଟି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଲୁଟେରାମାନଙ୍କୁ କାବୁ କରାଯିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାସ । ତେବେ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ପୁରୀ, କଟକ ଓ ବ୍ରହ୍ମପୁର ଆଦି ସହରରେ ଏଭଳି ଘଟଣା ଘଟିସାରିଛି । ତେଣୁ ରାଜଧାନିବାସୀ ସଚେତନ ହେବା ସହ ଅଜଣା ବ୍ୟକ୍ତିଙ୍କୁ ପୋଲିସ ନଭାବିବା ପାଇଁ ପରାମର୍ଶ ଦେଇଛନ୍ତି ଡିସିପି ।

ମିଛ କହି ଫ୍ଲାଇଟରେ ବସିଗଲେ କରୋନା ପଜିଟିଭ୍‌, ବସୁ ବସୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୟ ଶେଷ ହୋଇନାହିଁ । ଏହି ମହାମାରୀରେ ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି । ପ୍ରାୟ ୭.୭୩ କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆମେରିକାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଜଣେ କରୋନା ପଜିଟିଭ୍‌ବ୍ୟକ୍ତି ମିଛ କହି ଫ୍ଲାଇଟରେ ବସିଗଲେ ଏବଂ ବସୁ ବସୁ ହଠାତ୍‌ତାଙ୍କ ଜୀବନ ଚାଲିଗଲା ।

ଖବର ମୁତାବକ ଏକ ସପ୍ତାହ ହେବ ଉକ୍ତ ବ୍ୟକ୍ତିଙ୍କ ଜଣଙ୍କ ନିକଟରେ କୋଭିଡ ଲକ୍ଷଣ ଦେଖା ଯାଉଥିଲା । କିନ୍ତୁ ବ୍ୟକ୍ତି ଜଣକ ଏହି କଥା ଲୁଚାଇ ରଖିଥିଲେ । ଫ୍ଲାଇଟ ଉଡ଼ାଣ ଭରିବା ପୂର୍ବରୁ ବ୍ୟକ୍ତି ଜଣକ ଖୁବ ଥରୁଥିଲେ । ଏହା ସହିତ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ହେଉଥିଲା । ଫ୍ଲାଇଟ ଟେକଓଭର କରିବାମାତ୍ରେ ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହୋଇଗଲା । ଏଭଳି ପରିସ୍ଥିତି କେତେକ ଯାତ୍ରୀଙ୍କ ସେହି ବ୍ୟକ୍ତିଙ୍କ ନିକଟକୁ ଆସିଗଲେ । କେବିନ୍‌କ୍ରୁ ପାରାମେଡିକ୍ସ ସହାୟତାରେ ଉକ୍ତ ଯାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ । କିନ୍ତୁ ଫ୍ଲାଇଟ ଟେକ ଓଭର କରିବାର ଏକ ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କ ନିଶ୍ୱାସ ବନ୍ଦ ହୋଇଗଲା ।

ଆମେରିକାର ଜନ୍‌ହପିକିନ୍ସ ୟୁନିଭର୍ସିଟିର CSSE ଅନୁସାରେ ବିଶ୍ୱରେ ୧୯୧ ଦେଶରେ କରୋନା ଭୂତାଣୁରେ ଏପର୍ଯ୍ୟନ୍ତ ୭,୭୩,୪୨,୩୯୯ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୦ ଲକ୍ଷ ଅତିକ୍ରମ କରିସାରିଲାଣି । ଏମାନଙ୍କ ମଧ୍ୟରୁ ୩,୧୯,୧୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ସଂକ୍ରମଣ ମାମଲାରେ ଦ୍ୱିତୀୟ ସ୍ଥାନରେ ଥିବା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରି ସାରିଲାଣି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ଅତିକ୍ରମ କରିସାରିଛି । ବ୍ରାଜିଲରେ ୧,୮୭,୨୯୧ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

କଟକ ସଦର ନିର୍ବାଚନ ମଣ୍ଡଳୀ କିଶୋର ନଗର ୭ ନମ୍ବର ଜୋନ ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଳାଶ ମଲ୍ଲିକ ବିଜୟୀ

କଟକ ସଦର ନିର୍ବାଚନ ମଣ୍ଡଳୀ କିଶୋର ନଗର ୭ ନମ୍ବର ଜୋନ ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଳାଶ ମଲ୍ଲିକ ବିଜୟୀ

ସୁପ୍ରିମୋଙ୍କ କର୍ଣ୍ଣମନ୍ତ୍ର, ‘ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କର, ବାପା ମା’ଙ୍କୁ ଖୁସିରେ ରଖ’

ଭୁବନେଶ୍ୱର: ଓଡ଼ିଆ ଜାତି ଏକ ମହାନ ଜାତି । ଗଙ୍ଗାରୁ ଗୋଦବରୀ ଜୟ କରିଥିଲା । ଓଡ଼ିଶା ପ୍ରତି ମହାନ୍ ସମ୍ରାଟଙ୍କ ଅବଦାନ ଚିରସ୍ମରଣୀୟ । ବୀର ପାଇକଙ୍କ ସକାଶେ ଓଡ଼ିଶା ବହୁଦିନ ଅଜୟ ଥିଲା । ଏବେର ଯୁବପିଢି ଓଡ଼ିଶାର ନୂଆ ଯୁଗର ସାରଥି । ତେଣୁ ଯୁବପିଢି ନିଜ ଦକ୍ଷତାର ପୂର୍ଣ୍ଣ ବିକାଶ କରିବା ସହିତ ଯେଉଁଠି ରହୁଛେ, ଯେଉଁଠି ବଢିଛେ ତାର ବିକାଶ କରିବା । ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ଏପରି ଆହ୍ୱାନ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ନିଜ ଭାଷଣରେ କହିଛନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ର ଆମ ସ୍ୱାଭିମାନର ପ୍ରତୀକ । ଆମର ଆଦର୍ଶ । ରମାଦେବୀ, ମାଳତୀ ଚୌଧୁରୀଙ୍କ ସେବାର ପଟାନ୍ତର ନାହିଁ । ଏମାନଙ୍କ ତ୍ୟାଗ ନାରୀ ଜାତିକୁ ମହିମାମଣ୍ଡିତ କରିଛି ବୋଲି କହିଛନ୍ତି ନବୀନ ।

ସେହିଭଳି ଆମ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ନବୀନ ଆହ୍ୱାନ କରିବା ସହିତ ସୋସିଆଲ ମିଡିଆର ମିଥ୍ୟା ତଥ୍ୟକୁ ନେଇ ଆଲର୍ଟ ରହିବାକୁ ଦେଇଛନ୍ତି ମନ୍ତ୍ର । ସୋସିଆଲ୍ ମିଡିଆର ବ୍ୟବହାର ଠିକ୍ ଢଙ୍ଗରେ କରନ୍ତୁ ବୋଲି କହିବା ସହିତ ଏଥିରେ ଓଡିଆ ଜାତିର ପ୍ରଚାର ଓ ପ୍ରସାରର ସଦୁପଯୋଗ କରନ୍ତୁ ବୋଲି ଦେଇଛନ୍ତି ପରାମର୍ଶ । ନିଜର ଅଭିଭାଷଣର ଶେଷରେ ଯୁବପିଢିଙ୍କୁ ଦେଇଛନ୍ତି ତିନିଟି ଟିପ୍ସ । ପ୍ରଥମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ଦ୍ୱିତୀୟରେ ନିଜ ପରିବାର ଓ ବାପାମାଆଙ୍କ ପ୍ରତି ଥିବା ଦାୟିତ୍ୱ ନଭୁଲିବା ସହ ଯେଉଁଠି ବଢ଼ିଛେ, ତାର ବିକାଶ ପାଇଁ ଦକ୍ଷତାର ଉପଯୋଗ କରନ୍ତୁ ବୋଲି ଦେଇଛନ୍ତି କର୍ଣ୍ଣମନ୍ତ୍ର ।

ପରୀ ହତ୍ୟା ମାମଲା: SIT ହାତରେ ଲାଗିଲା ଆଉ ଏକ ବଡ଼ ପ୍ରମାଣ। ସୋରଜ ଘରୁ ମିଳିଲା ରକ୍ତ ଲାଗିଥିବା ଗାମୁଛା।

ପରୀ ହତ୍ୟା ମାମଲା: SIT ହାତରେ ଲାଗିଲା ଆଉ ଏକ ବଡ଼ ପ୍ରମାଣ। ସୋରଜ ଘରୁ ମିଳିଲା ରକ୍ତ ଲାଗିଥିବା ଗାମୁଛା।

ବିର୍ସା ମୁଣ୍ଡାଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣା: ଅସ୍ତ୍ର-ଶସ୍ତ୍ର ସହ ଆଦିବାସୀଙ୍କ ବିଶାଳ ରାଲି

ମୟୁରଭଞ୍ଜ: ବିର୍ସା ମୁଣ୍ଡାଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣା । ପଦକ୍ଷେପ ନେଉନି ପୋଲିସ । ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଅଭିଯୁକ୍ତକୁ ଦଣ୍ଡ ଦାବି କରି ବାହାରିଲା ବିଶାଳ ରାଲି ।

Adivasi Bisal Rally

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ରୁଗୁଡିବେଡାରେ ଆଦିବାସୀଙ୍କ ବିଶାଳ ରାଲି । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ରାଲିରେ ସାମିଲ ହେଲେ ଶତାଧିକ ମହିଳା ଓ ପୁରୁଷ । ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୁର୍ବୁର୍ତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

Adivasi Bisal Rally

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜୁଆଣି ଗ୍ରାମପଞ୍ଚାୟତରେ ନିର୍ମିତ ହୋଇଥିବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୁତ୍ତ ଗତ ୧୦ ତାରିଖ ରାତିରେ ଭାଙ୍ଗି ଦେଇଥିଲେ । ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ପକ୍ଷରୁ ସେଭଳି କିଛି ପଦକ୍ଷେପ ନିଆଯାଇନ ଥିବାରୁ ରାଲି ଜରିଆରେ ଏହାର ଆଜି ପ୍ରତିବାଦ କରିଛନ୍ତି ଆଦିବାସୀ ।

ବଡ଼ ଭାଇର ଆତ୍ମହତ୍ୟା ପରେ ହୃଦଘାତରେ ଚାଲିଗଲେ ସାନ ଭାଇ

0

ଅମରାବତୀ: ଦେଶରେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ମହାରାଷ୍ଟ୍ରର ଅମରାବତୀରୁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ କମଳା ଚାଷ କରୁଥିବା କୃଷକ ପରିବାରର ଦୁଇ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ବଡ଼ ଭାଇ ଅଶୋକ ଭୂୟାର ଆତ୍ମହତ୍ୟା କଲେ ଏବଂ ଯେତେବେଳେ ଅନ୍ତିମ ସଂସ୍କାର ସାରି ସାନ ଭାଇ ଫେରୁଥିବା ବେଳେ ତାଙ୍କୁ ହାର୍ଟଆଟାକ ଆସିଥିଲା ଏବଂ ସେଠାରେ ସେ ଟଳିପଡ଼ିଥିଲେ ।

Govt investing Rs 160 million to promote fruits, lime farming - myRepublica - The New York Times Partner, Latest news of Nepal in English, Latest News Articles

ଆତ୍ମହତ୍ୟା ପୂର୍ବରୁ ଅଶୋକ ଭୂୟାର ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ବଚ୍ଚୁ କଡ୍ଡୁଙ୍କୁ ଚିଠି ବି ଲେଖିଥିଲେ । ଯେଉଁଥିରେ ସହାଯ୍ୟ ନେଇ ଗୁହାରି କରିଥିଲେ ।  ବଚ୍ଚୁ କଡ୍ଡୁ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଅଛନ୍ତି । ରାଜ୍ୟ ବଡ଼ କୃଷକମାନଙ୍କ ମଧ୍ୟରେ ଗଣାଯାଅନ୍ତି ଶ୍ରୀ କଡ୍ଡୁ । କିଛି ଦିନ ପୂର୍ବେ ବଚ୍ଚୁ କଡ୍ଡୁ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ ।

ଏଥିସହିତ ପଢ଼ନ୍ତୁ: ବିଜେପିର ପୋଷ୍ଟର ଚାଷୀ ବି ସିଂଘୁ ସୀମାରେ ଦେଉଛନ୍ତି ଧାରଣା

କୃଷକ ଜଣଙ୍କ ନିଜ ଚିଠିରେ ଲେଖିଥିଲେ ଯେ, କମଳା କିଣିବା ଲାଗି ବୋଲି ଲଗାଇଥିବା ବ୍ୟବସାୟୀ ଠିକ୍ ସମୟରେ ଅମଳ ଫସଲ ନେବାକୁ ମନା କରିଦେଇଥିଲେ । ଯେତେବେଳେ କୃଷକ ଜଣଙ୍କ ଏ ନେଇ ପ୍ରଶ୍ନ ଉଠାଇଥିଲେ ତାଙ୍କୁ ମଦ ପିଆଇ ନିର୍ଧୁମ ମାଡ଼ ମାରିଥିଲେ ।  ଏ ନେଇ କୃଷକ ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ପୋଲିସ ତାଙ୍କୁ ପୁଣି ମାଡ଼ ମାରିଥିଲା ଏଣୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଆତ୍ମହତ୍ୟା ପରେ ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକେ ଥାନାରେ ହଙ୍ଗାମା କରିଥିଲେ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଥିଲେ । ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଘଟଣା ଦେଖିବାକୁ ମିଳିଛି ।