spot_img
Home Blog Page 6203

ହ୍ୱାଇଟ୍ ହାଉସରେ ନିଯୁକ୍ତ ହେଲେ ଦୁଇ ଭାରତୀୟ

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ ଓ ଗୌତମ ରାଘବନଙ୍କୁ ହ୍ୱାଇଟ୍ ହାଉସରେ ନିଯୁକ୍ତି ମିଳିଛି। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ. ବାଇଡେନ୍ ଉଭୟଙ୍କୁ ନିଯୁକ୍ତ କରିଛନ୍ତି।

ବିନୟ ରେଡ୍ଡୀ ବାଇଡେନ୍‌ଙ୍କ ସ୍ପିଚ୍ ରାଇଟର ଭାବେ ନିଯୁକ୍ତ ହୋଇଥିବା ବେଳେ ଗୌତମ ରାଘବନ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି।  ରାଘବନ୍ ପୂର୍ବରୁ ହ୍ୱାଇଟ୍ ହାଉସ୍ କର୍ମଚାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ରେଡ୍ଡୀ ଓ ରାଘବନ୍‌ଙ୍କ ସମେତ ଉପରାଷ୍ଟ୍ରପତି କମଲା ହରିସ୍‌ଙ୍କ ଅଫିସ୍‌ ପାଇଁ ମଧ୍ୟ ୪ଜଣ ବରିଷ୍ଠ କର୍ମଚାରୀଙ୍କୁ ନବ ନିଯୁକ୍ତି ମିଳିଛି। ପରିଚାଳନା ଏବଂ ପ୍ରଶାସନ ନିର୍ଦ୍ଦେଶକ ଭାବେ  ଆନି ଫିଲିପିକ୍, ଯୋଜନା ବୋର୍ଡ଼ ନିର୍ଦ୍ଦେଶକ ଭାବରେ ରିଆନ୍ ମୋଣ୍ଟୋୟା, ଡେପୁଟି ଚିଫ୍ ଭାବେ ବ୍ରୁସ୍ ରିଡ୍ ଏବଂ ଏଲିଜାବେଥ୍ ୱିଲକିନ୍ସଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।

ମୋ ପୁଅକୁ କ୍ଷମା କର, କ’ଣ ପାଇଁ ଏମିତି କହିଲେ ସରୋଜର ମା’ ?

ନୟାଗଡ: ପରୀ ହତ୍ୟାକାଣ୍ଡକୁ ନେଇ ପୁରା ରାଜ୍ୟ ସ୍ତବ୍ଧ ରହିଛି । ରାଜନୀତି ଭିତରେ ସତକୁ ପଦାକୁ ଆଣିଛି ଏସଆଇଟି । ହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଧରା ପଡିସାରିଛି । କିନ୍ତୁ ରାଜନୀତି ସରୁନାହିଁ । ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି ଚାଲିଥିବା ବେଳେ ଅଭିଯୁକ୍ତ ସରୋଜ ସେଠୀର ମା’ଙ୍କ ବୟାନ ସାମ୍ନାକୁ ଆସିଛି ।

ମିଡିଆ କ୍ୟାମେରା ସାମ୍ନାରେ ସରୋଜର ମା’ ପୁଅର କାଣ୍ଡ ପାଇଁ ହାତଯୋଡି କ୍ଷମା ମାଗୁଛନ୍ତି । ଯୋଡହସ୍ତରେ ସରୋଜର ମା’ କହୁଛନ୍ତି ମୋ ପୁଅକୁ କ୍ଷମା କର । ସେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଅପିଲ କରି କହୁଛନ୍ତି ବୋଥ୍ରା ସାର ମୋ ପୁଅକୁ କ୍ଷମାକର । ମୋ ବାଳୁତ ପୁଅକୁ ବୋଥ୍ରା ସାର କ୍ଷମା କରନ୍ତୁ । ଏମିତି କହୁଛନ୍ତି ସରୋଜର ମା’ ।

ପରେ ମିଡିଆକୁ ସରୋଜଙ୍କ ମା’ କହିଥିଲେ ଯେ, ମୁଁ ତ ଦେଖିନି ସେ ଏମିତି କଲା ବେଳେ। ତା ଭୁଲ ସିଏ ଜାଣିଥିବ ଓ ଭଗବାନ ଜାଣିଥିବେ। ଦୋଷର କ୍ଷମା ଥାଏ। ଭଗବାନ ଜାଣିଥିବେ ତାକୁ କାହିଁକି ଅପରାଧ ଆଡ଼କୁ ନେଲେ। ମାଆ ଭାବରେ ମୁଁ ତାକୁ ସବୁବେଳେ ଗାଳି କରେ। ସେ କହେ ଏତିକି କହିବାକୁ ପାପର କ୍ଷୟ, ଧର୍ମର ଜୟ। ମୁଁ ଏହି କଥା ପଚାରିଲାବେଳେ ପୁଅ କହିଲା ଯେ ବୋଉ ତୁ ପୋଲିସ ପରି କାହିଁକି ମତେ ପଚାରୁଛୁ। ସିଏ ଭୁଲ କରିଥିଲେ ଶାସ୍ତି ପାଇବେ, ନ ହେଲେ କଣ ମୁଁ ପାଇବି। ଯଦି ଅରୁଣ ବୋଥ୍ରାଙ୍କ ଦୟା ହେବ, ସେ କ୍ଷମା ଦେବେ। ମୁଁ ଆଉ କିଛି କରି ପାରିବିନି, ଭଗବାନ ଯାହା କରିବେ। ମତେ କେହି ଚାକିରୀ ନେଇ ଯିବାର ଧମକ ଦେଇ ନାହାନ୍ତି।
ପରି ଘର ଆମ ଘର ବହୁତ ଭଲ ସମ୍ପର୍କ।

ସୂଚନାଯୋଗ୍ୟ ଯେ, ଜୁଲାଇ ମାସରେ ହୋଇଥିବା ହତ୍ୟା ମାମଲାକୁ କ୍ରାକ୍ କରିବାରେ ସଫଳ ହୋଇଛନ୍ତି ବୋଥ୍ରା ଓ ତାଙ୍କ ଟିମ୍ । ଚାଇଲ୍ଡ ପର୍ଣ୍ଣ ଦେଖିବାରେ ଅଭ୍ୟସ୍ତ ସରୋଜ ପରୀକୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ସେଥିରେ ବିଫଳ ହେବା ପରେ ଧରା ପଡିବା ଭୟରେ ସେ ତା’ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ପରୀ ସହିତ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି ।

ପରୀ ମାମଲାରେ ସରୋଜର ଗିରଫଦାରୀ ପରେ ଭଉଣୀ ଏହା ବିରୋଧରେ ବୟାନ ଦେଇଥିଲେ । କିନ୍ତୁ ଏବେ ମା’ଙ୍କ ବୟାନରୁ ସତ ସାମ୍ନାକୁ ଆସିଛି ।

ବିଜେପିର ପୋଷ୍ଟର ଚାଷୀ ବି ସିଂଘୁ ସୀମାରେ ଦେଉଛନ୍ତି ଧାରଣା

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ୨୮ ଦିନ ହେଲାଣି ଆନ୍ଦୋଳନ ଜାରି ରହିଛି। ଏବେ ଏହି ଆନ୍ଦୋଳନ ନୂଆ ମୋଡ଼ ନେଇଛି। ବିଜେପି ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ନିକଟରେ ବିଜେପି ତରଫରୁ ଏକ ଫଟୋ ଜାରି କରି କୁହାଯାଇଥିଲା ଯେ ପଞ୍ଜାବର ଚାଷୀମାନେ ଏମଏସପିକୁ ନେଇ ଖୁସି ଅଛନ୍ତି।  ତେବେ ଏହି ପୋଷ୍ଟରରେ ଯେଉଁ ଚାଷୀଙ୍କ ଫଟୋ ରହିଛି ସେ ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ପଞ୍ଜାବ ବିଜେପି ଯେଉଁ ହରପ୍ରୀତ ସିଂଙ୍କ ଫଟୋକୁ ଖୁସି କୃଷକ କହି ପୋଷ୍ଟର ଲଗାଇଥିଲା ସେ ବି ସିଙ୍ଗୁ ସୀମାରେ ଥିବା କୃଷି ଆଇନକୁ ବିରୋଧ କରୁଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ହରପ୍ରୀତ ସିଂଙ୍କ ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ଟ୍ରୋଲର ଶିକାର ହେବାପରେ ପରେ ପଞ୍ଜାବ ବିଜେପି ଏହାର ଫେସବୁକ ପେଜରୁ ପୋଷ୍ଟର ଡିଲିଟ କରିଦେଇଛି। ହରପ୍ରୀତ ସିଂଙ୍କ ଅନୁଯାୟୀ ପଞ୍ଜାବ ବିଜେପି ଏହାର ପୋଷ୍ଟରରେ ତାଙ୍କର ୭ ବର୍ଷ ପୂରୁଣା ଫଟୋ ବ୍ୟବହାର କରିଛି। ସେ କହିଛନ୍ତି, ‘ମୁଁ ସିଙ୍ଗୁ ସୀମାରେ ଠିଆ ହୋଇ ନୂତନ କୃଷି ନିୟମକୁ ବିରୋଧ କରୁଥିବାବେଳେ ମୋ ବିନା ଅନୁମତିରେ ବିଜେପି ମୋର ଫଟୋ ବ୍ୟବହାର କରିଛି।’ ଅନ୍ୟପଟେ ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱାନୀ ଶର୍ମା ଏ ନେଇ ଯାଞ୍ଚ କରିବେ ବୋଲି କହିଛନ୍ତି।

ହରପ୍ରୀତ ସିଂ କହିଛନ୍ତି ଯେ ନୂତନ କୃଷି ନିୟମକୁ ନେଇ କୌଣସି କୃଷକ ଖୁସି ନୁହଁନ୍ତି। ବିଜେପି ନେତୃତ୍ୱାଧୀନ ସରକାର କେବେହେଲେ ସିଙ୍ଗୁ ସୀମାରେ ଆସି ନାହାଁନ୍ତି କିମ୍ବା କୃଷକମାନେ କାହିଁକି ଏହି ନିୟମ ବିରୁଦ୍ଧରେ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରିନାହାଁନ୍ତି। କୃଷକମାନେ ନୂତନ କୃଷି ନିୟମକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଦିନକୁ ଦିନ ସେମାନଙ୍କ କ୍ରୋଧ ବି ବଢ଼ିବାରେ ଲାଗିଛି।

ପଞ୍ଜାବର ହୋଶିଆରପୁର ଜିଲ୍ଲାରୁ ଆସିଥିବା ହରପ୍ରୀତ ସିଂ ଆହୁରି କହିଛନ୍ତି ଯେ ସରକାର କହୁଛନ୍ତି, ‘ଏହି ନିୟମ କୃଷକଙ୍କ ହିତରେ ଅଛି, କିନ୍ତୁ ଆମେ ଜାଣୁ ଏହା କେବଳ ଏକ କ୍ଷତିର ସୌଦା। ତିନୋଟି କୃଷି ନିୟମ ପ୍ରତ୍ୟାହାର ନ ହେବା ଯାଏ ଆମେ ଫେରିବୁ ନାହିଁ।’

ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ, ସମାଜ ପାଇଁ ଦୁର୍ନୀତି ବ୍ୟାଧି ବୋଲି କହିଲେ ପ୍ରଣବ

ଭୁବନେଶ୍ୱର: ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ବୁଧବାର ଦିନ ଆରମ୍ଭ ହୋଇଯାଇଛି । ବୈଠକରେ ଏକ ବର୍ଷର ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ ହେବ । ବୖେଠକରେ ସାମିଲ ହୋଇ ଛାତ୍ରଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଛାତ୍ର ସମାବେଶରେ ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ସେ ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ନିଜ ଭିତରେ ନେତା ହେବାକୁ ସ୍ପନ୍ଦନ ତିଆରି କର। ମୁଖ୍ୟମନ୍ତ୍ରୀଙ୍କ ଭଳି ନୀତି ଆଦର୍ଶ ଓ ଲୋକଙ୍କ ପାଇଁ ସେ ଯେଉଁଭଳି କାମ କରୁଛନ୍ତି ସେହିଭଳି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଛନ୍ତି ।  ସେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି  ଯେ, ଦୁର୍ନୀତି ମୁକ୍ତ ଓଡିଶା ବିଜେଡିର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ମିଥ୍ୟା ଆରୋପ ଆଣୁଛନ୍ତି ସେମାନଙ୍କୁ ଉଚିତ ଢଙ୍ଗରେ ସମ୍ମୁଖୀନ ହୁଅ ବୋଲି ପ୍ରଣବ କହିଛନ୍ତି ।

ତେବେ ଏହି ସମାବେଶରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା ଉପରେ ଆଲୋଚନା କରାଯାଉଛି । ଏଥିସହିତ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ତୃଣମୂଳ ସ୍ତରରେ ଆଲୋଚନା କରାଯିବ ।

ନିଖୋଜ ଥିଲା ସ୍ୱାମୀ, ଏବେ ମିଳିଲା ମୃତଦେହ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ସ୍ଥିତ ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ବନମାଳୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସେହି ଗ୍ରାମର ଜଣେ ବ୍ୟକ୍ତି ୩ ମାସ ଧରି ନିଖୋଜ ଥିବା ବେଳେ ଏବେ ତାଙ୍କ ମୃତଦେହ ମିଳିଛି ।

ରିପୋର୍ଟ ମୁତାବକ, ପାରିବାରିକ କଳହରୁ ସ୍ତ୍ରୀ ଜଣକ ନିଜ ସ୍ୱାମୀକୁ ହତ୍ୟାକରି ମାରି ଦେଇଥିବା ଜଣାପଡିଛି । ଏପରିକି ହତ୍ୟାକାଣ୍ଡକୁ ଲୁଚାଇବାକୁ ଯାଇ ମୃତଦେହକୁ ପୋଡିବା ସହ ବାଡିରେ ପୋତି ଦେଇଥିଲା । ଏନେଇ ସେ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱୀକାର କରିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ । ଏପରିକି କାନ୍ଦିକାନ୍ଦି ଗାଁ ଲୋକଙ୍କୁ କହିଥିଲା ମୁଁ ମୋ  ସ୍ୱାମୀଙ୍କୁ ହତ୍ୟା କରିଛି ।

ନିଖୋଜ ସ୍ୱାମୀଙ୍କ ଦେହାବଶେଷ ଠାବ ହେବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋତା ଜାଗାରେ ଅସ୍ତିର କିଛି ଅଂଶବିଶେଷ ଠାବ ହୋଇଛି ।

ସୂଚନା ଅନୁସାରେ ବନମାଳୀ ଗାଁର ନିଧିରାମ ଗିରିଙ୍କୁ ଗଲା ୨୪ ବର୍ଷ ହେବ ବିବାହ କରିଥିଲେ ଲିଲି ଗିରି । ଲିଲିଙ୍କର ଏହା ଥିଲା ଦ୍ୱିତୀୟ ବିବାହ । ତାଙ୍କର ୨ଟି ଝିଅ ଓ ୧୦ ବର୍ଷର ପୁଅ ରହିଥିବା ବେଳେ ୨ଝିଅଙ୍କ ବିବାହ ସରିଛି। ମୃତକ ଜଣକ ଭୁବନେଶ୍ୱରରେ ଘର ଘର ବୁଲି ଫିନାଇଲ ବେପାର କରୁଥିଲା ବେଳେ  ସ୍ତ୍ରୀ ଲିଲି ସବୁବେଳେ ତାଙ୍କ ସ୍ୱାମୀଙ୍କୁ ମାଡ ମାରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଘଟଣାଦିନ ମଧ୍ୟ ଝଗଡା ହୋଇଥିଲା, ଯେଉଁଥିରେ ଉତକ୍ଷିପ୍ତ ହୋଇ ଲିଲି ସ୍ୱାମୀ ନିଧିଙ୍କ ମୁଣ୍ଡକୁ ହେମଦସ୍ତାରେ ଛେରି ମାରିବା ସହ ପୋଡିଦେଇଥିଲା। ପରେ ପ୍ରମାଣ ଲୁଚାଇବାକୁ ଯାଇ ମୃତଦେହକୁ ବାଡିରେ ପୋତିଦେଇଥିଲେ । ଏସବୁ କଥାକୁ ସ୍ତ୍ରୀ ଲିଲି ସ୍ୱୀକାର କରିଥିବା ଜଣାପଡିଛି ।

୨୮ ଦିନରେ ଚାଷୀ ଆନ୍ଦୋଳନ: ଆଜି କିଶାନ ଦିବସରେ ଉପବାସ ରହିବେ ଅନ୍ନଦାତା

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ନେଇ ଚାଷୀ ଆନ୍ଦୋଳନ ୨୮ ଦିନରେ ପହଞ୍ଚିଛି। ଆଇନ ପ୍ରତ୍ୟାହାର ଦାବିରେ ଶୀତ, କାକରରେ ଆନ୍ଦଳୋନରେ ବସିଛନ୍ତି ଚାଷୀ। ସେପଟେ ଜିଦ୍‌ରେ ଅଟଳ ସରକାର। ବାରମ୍ବାର ବୈଠକ ପରେ ବି କିଛି ନିଷ୍କର୍ସ ମିଳିପାରିନି। ଅନ୍ୟପଟେ ଆଜି କିଶାନ ଦିବସ ଅବସରରେ ଚାଷୀ ସଂଗଠନ ଦ୍ୱିପ୍ରହରର ଖାଦ୍ୟ ନଖାଇ ଉପବାସ ରହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି।

ଜଣାଇଦେବାକୁ ଚାହୁଁ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂହଙ୍କ ଜନ୍ମଦିନକୁ ପ୍ରତିବର୍ଷ କିଶାନ ଦିବସ ରୂପେ ପାଳନ କରାଯାଏ। ତେବେ ଚାଷୀଙ୍କ ସହ ଆଉଥରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ହେଲେ ସରକାରଙ୍କ ସହ ଆଉଥରେ ବୈଠକ ହେବ କି ନାହିଁ ସେ ନେଇ ଆଜି ଆଉ ଥରେ ବସିବ ଚାଷୀ ସଂଗଠନ ବୈଠକ। ଦିନ ୧୧ଟା ପରେ ଦିଲ୍ଲୀ ସିଂଘୁ ବର୍ଡରରେ ଆଜି ପୁଣି ଚାଷୀ ସଂଗଠନଗୁଡ଼ିକର ବୈଠକ ବସିବ।

ଜଳେଶ୍ୱରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଜାମୁଶୁଳୀ ଛକ ନିକଟରେ ଥିବା ଇଣ୍ଡିକ୍ୟାସ ବ୍ୟାଙ୍କ ଏଟିଏମରୁ ଗତକାଲି ରାତିରେ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନା ମୂତାବକ କେହି ଦୁବୃର୍ତ୍ତ ଗତକାଲି ରାତିରେ ଗ୍ୟାସ କଟର ସହାୟତାରେ ଏଟିଏମ କାଟି ଟଙ୍କା ଲୁଟି ନେଇଛନ୍ତି । ସକାଳୁ ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।

ତେବେ ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନଥିବା ବେଳେ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଫ୍‌କୋ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍: ୨ ମୃତ ୧୫ ଅସୁସ୍ଥ

0

ଲକ୍ଷ୍ନୌ: ପ୍ରୟାଗରାଜ ଫୁଲପୁରସ୍ଥିତ ଇଫ୍‌କୋ ଫ୍ଲାଣ୍ଟରେ ଦୁର୍ଘଟଣା। ଗତକାଲି ରାତିରେ ଜୋନପୁର-ଗୋରଖପୁର ରାସ୍ତାର ଫୁଲପୁରଠାରେ ଥିବା ଇଫ୍‌କୋ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ ହୋଇ୨ଅଧିକାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୫ ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି।

ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ୟୁରିୁଆ ଉତ୍ପାଦନ ୟୁନିଟ୍‌ରେ ପମ୍ପରୁ ଗ୍ୟାସ୍‌ ଲିକ୍ ହୋଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ପରେ ପ୍ଲାଣ୍ଟକୁ ବନ୍ଦ କରିଦିଆଯାଇଛି ବୋଲି ପ୍ରୟାଗରାଜ ମାଜିଷ୍ଟ୍ରଟ୍ ଭାନୁଚନ୍ଦ୍ର ଗୋସ୍ୱାମୀ ସୂଚନା ଦେଇଛନ୍ତି।

ଏଭଳି ଘଟଣା ପ୍ରଥମ ଘଟଣା ନୁହେଁ। ଏଠାରେ ଥିବା IFFCO ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା ଗତ 5-6 ବର୍ଷ ମଧ୍ୟରେ ଅନେକ ଥର ଘଟିଛି। ଏହାପୂର୍ବରୁ ଏପ୍ରିଲ୍ ୨୦୧୯ରେ କାରଖାନାର ଇନସୁଲେସନ୍ ବିଭାଗରେ ଆମୋନିୟା ଗ୍ୟାସ୍ ଲିକ୍ ହେବା ପରେ ଚାରିଜଣ କର୍ମଚାରୀ ହତାଶ ହୋଇଥିଲେ।

କରୋନା କଟକଣା ଭିତରେ ଆଜିଠୁ ଶ୍ରୀ ଅଲାରନାଥଙ୍କ ଦର୍ଶନ

ବ୍ରହ୍ମଗିରି: ଦୀର୍ଘଦିନ ପରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ଦେବଙ୍କ ମନ୍ଦିର ଖୋଲିଛି । କୋଭିଡ ନିୟମ ପାଳନ କରି ମନ୍ଦିରରେ ଠାକୁରଙ୍କୁ ଦର୍ଶନ ଲାଗି ଭକ୍ତଙ୍କୁ ଅନୁମତି ପ୍ରଦାନ କରାଯାଇଛି।

ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି । ଆଜି ଭୋର ୪ଟାରୁ ପ୍ରଭୁ ଅଲାରନାଥଙ୍କ ମନ୍ଦିର ଫିଟିବା ପରେ ଅବକାଶ, ମଇଲମ ଓ ଗୋପାଳବହ୍ଲଭ ହୋଇ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥିଲା । ଯାହା ପରେ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଛି । ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲୁଥିବାରୁ ଚଳଚଞ୍ଚଳ ହୋଇଉଠିଛି ଅଲରାନାଥଙ୍କ ପୀଠ ।

ସେହିପରି ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଖୋଲିଥିବା ବେଳେ ସେବାୟତ ଓ ତାଙ୍କ ପରିବାର ବର୍ଗଙ୍କୁ ଦର୍ଶନ ଅନୁମତି ମିଳିଛି । ଏଥିସହିତ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ମଧ୍ୟ ଦର୍ଶନ ଲାଗି ଖୋଲିଛି। କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା ।

ତେବେ ୬ ଫୁଟ ଦୂରତା , ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତ ମାନେ ମନ୍ଦିରର ପୂର୍ବ ଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଅଙ୍ଗନୱାଡି କର୍ମୀଙ୍କ ଘରେ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଅଙ୍ଗନବାଡି କର୍ମୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।

ସମ୍ପୃକ୍ତ କର୍ମୀଙ୍କ ନାମ ସନ୍ଧ୍ୟା ରାଣୀ ଭଟ୍ଟ ବୋଲି ଜଣାପଡିଛି । ତାଙ୍କର ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଶିଷ୍ଟ ଅଟାଳିକାରେ ଚଢାଉ କରିଛି ଭିଜିଲାନ୍ସ । ସାମଂଗ ମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ୍‌ ବାଲି ସାହିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ତଥା ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ ଚଢ଼ାଉ ଜାରି ରହିଛି ।

ସେହିପରି ଗତକାଲି ମଧ୍ୟ ବ୍ରହ୍ମପୁରର ଜଣେ ଅଙ୍ଗନୱାଡି କର୍ମୀ ଭିଜିଲାନ୍ସ ଜାଲରେ ଫସିଥିଲେ । ନମିତା ଦଳାଇଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରାଯାଇଥିଲା ।

ଏକକାଳୀନ ତାଙ୍କର ୭ଟି ସ୍ଥାନରେ ଭିଜିଲାନ୍ସର ୭ଟି ଟିମ ଚଢ଼ାଉ କରୁଥିବା ସୂଚନା ମିଳିଥିଲା ।