spot_img
Home Blog Page 6204

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଅଙ୍ଗନୱାଡି କର୍ମୀଙ୍କ ଘରେ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଅଙ୍ଗନବାଡି କର୍ମୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।

ସମ୍ପୃକ୍ତ କର୍ମୀଙ୍କ ନାମ ସନ୍ଧ୍ୟା ରାଣୀ ଭଟ୍ଟ ବୋଲି ଜଣାପଡିଛି । ତାଙ୍କର ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଶିଷ୍ଟ ଅଟାଳିକାରେ ଚଢାଉ କରିଛି ଭିଜିଲାନ୍ସ । ସାମଂଗ ମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ୍‌ ବାଲି ସାହିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ତଥା ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ ଚଢ଼ାଉ ଜାରି ରହିଛି ।

ସେହିପରି ଗତକାଲି ମଧ୍ୟ ବ୍ରହ୍ମପୁରର ଜଣେ ଅଙ୍ଗନୱାଡି କର୍ମୀ ଭିଜିଲାନ୍ସ ଜାଲରେ ଫସିଥିଲେ । ନମିତା ଦଳାଇଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରାଯାଇଥିଲା ।

ଏକକାଳୀନ ତାଙ୍କର ୭ଟି ସ୍ଥାନରେ ଭିଜିଲାନ୍ସର ୭ଟି ଟିମ ଚଢ଼ାଉ କରୁଥିବା ସୂଚନା ମିଳିଥିଲା ।

ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର

ପୁରୀ: ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା । ହେଲେ ଆଜି ମନ୍ଦିର ଖୋଲିବା ପରେ ପୁଣି ଭକ୍ତ ଦର୍ଶନ କରିପାରିବେ ଭଗବାନଙ୍କୁ ।

ରାଜ୍ୟ ସରକାରଙ୍କ ନିଷ୍ପତି ପରେ ଆଜି ଠାରୁ ମା’ଙ୍କ ମନ୍ଦିର ଖୋଲିଛି, ଏଥିସହିତ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଆଜି ପ୍ରତ୍ୟୁଷରେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ମାଙ୍କ ପହଡ଼ ଖୋଲିଥିଲା । କୋଭିଡ ନିୟମ ମାନିବା ସହ ଭକ୍ତଙ୍କ ଭକ୍ତମାନଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବାରିକେଟ ବ୍ୟବସ୍ଥା କରାଯାଇଛି ।

୬ ଫୁଟ ଦୂରତା , ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତ ମାନେ ମନ୍ଦିରର ପୂର୍ବ ଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦୀର୍ଘଦିନ ପରେ ଭକ୍ତ ମାନଙ୍କ ମନରେ ମା’ଙ୍କୁ ଦର୍ଶନ ପାଇଁ ବେଶ ଉତ୍କଣ୍ଠା ଦେଖାଯାଉଥିବା ବେଳେ ମା ମଙ୍ଗଳା ପୀଠ ଏବେ ପୁଣି ଚଳଚଂଚଳ ହୋଇପଡିଛି ।

ସେହିପରି ଆଜିଠୁ ପୁରୀ ଜଗନ୍ନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଯେଉଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଜି ଭଗବାନ ହନୁମାନଙ୍କୁ ଗଙ୍ଗଶିଉଳି ଫୁଲ ଅର୍ପଣ କରନ୍ତୁ, ମିଳିବ ଶୁଭ ଫଳ

ରାଶିଫଳ-ବୁଧବାର-୨୩-୧୨-୨୦

୨୩ ଡିସେମ୍ବର , ୨୦୨୦, ବୁଧବାର
ମାର୍ଗଶିର ଶୁକ୍ଳପକ୍ଷ,ନବମୀ ତିଥି
ରେବତୀ ନକ୍ଷତ୍ର
ସୂର୍ଯ୍ୟ ଧନୁ ରାଶିରେ ଏବଂଚନ୍ଦ୍ର ମୀନ ରାଶିରେ ଅବସ୍ଥିତ
ଯୋଗିନୀ ପୂର୍ବ ଦିଗରେ ରାତି ୮ଟା ୪୩ ପର୍ଯ୍ୟନ୍ତ ରହିବେ
ଏହା ପରେ ଉତ୍ତରକୁ ଯିବେ

ଶୁଭ ସମୟ- ସକାଳ ୮ଟା ୩୧ ରୁ ଦିନ ୧୧ଟା ୨୫ ପର୍ଯ୍ୟନ୍ତ
ସନ୍ଧ୍ୟା ୬ଟା ୦୭ ରୁ ରାତି ୧୦ଟା ୨୮
ଅଶୁଭ ସମୟ- ଦିନ ୧୧ଟା ୪୬ ରୁ ଦିନ ୧ଟା ୦୮ ମଧ୍ୟରେ

ଘାତଚନ୍ଦ୍ର- ଧନୁ ରାଶି ପୁରୁଷ,ତୁଳା ରାଶି ମହିଳାଙ୍କର
ଆଜି ପୁଷ୍କର ଦୋଷ ଲାଗୁ ନାହିଁ

ମେଷ-
ଅଶ୍ୱିନୀ- ପରିବାରରେ ସାମାନ୍ୟ ଅସନ୍ତୋଷ ରହିବ
ଦ୍ୱିଜା-ଔଷଧ ବ୍ୟବସାୟୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ
କୃତ୍ତିକା- ଦାମ୍ପତ୍ୟ ଜୀବନରେ କିଛି ରହିଥିବା ଅସନ୍ତୋଷ ଦୁର ହୋଇଯିବ
କିଛି ଗଙ୍ଗଶିଉଳି ଫୁଲ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ

ବୃଷ-
କୃତ୍ତିକା- ଆପଣଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ କେହି ସାହାଯ୍ୟ କରିପାରନ୍ତି
ରୋହିଣୀ- ବିବାହିତ ପୁରୁଷ ସତର୍କ ରୁହନ୍ତୁ କିଛି ବିପଦ ଆସିପାରେ
ମୃଗଶିରା- କେହି ବନ୍ଧୁ ଆପଣଙ୍କର କିଛି କ୍ଷତି କରିପାରନ୍ତି
ଅରୁଆ ଚାଉଳ ସହ କିଛି ଦହି ଗରିବକୁ ଦାନ କରନ୍ତୁ

ମିଥୁନ-
ମୃଗଶିରା- ନିଜେ ଦାୟ୍ବିତ୍ବ ନେଇିଥିବା ସବୁ କାର୍ଯ୍ୟରେ ସଫଳତା ପାଇବେ
ଆର୍ଦ୍ରା- କୌଣସି କାରଣରୁ ନିଜ ଭାଇ, ଭଉଣୀଙ୍କ ସହ ଝଗଡା ଲାଗିପାରେ
ପୁନର୍ବସୁ- ଛାତ୍ର,ଛାତ୍ରୀମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ
ଦୁର୍ଲଭା ଗଛର ମଞ୍ଜି କିଛି ଖାଇକରି ବାହାରକୁ ଯିବେ

କର୍କଟ-
ପୁନର୍ବସୁ- ବିଶେଷ କରି ଅର୍ଥ ଆଦାନ,ପ୍ରଦାନରେ ଲୋକମାନେ ସଫଳତା ପାଇବେ
ପୁଷ୍ୟା- ଅଧିକ ଲାଭର ଆଶା ରଖି କାମ କରିଲେ ଆଶାନୁଯାୟୀ ଫଳ ପାଇବେ ନାହିଁ
ଅଶ୍ଲେଷା-ନିଜ ଲୋକ ପାଇଁ ଅନ୍ୟ ଠାରୁ ଧାର୍‌ କରିପାରନ୍ତି
ଅର୍ଦ୍ଧନାରୀଶ୍ୱରଙ୍କ ମୂର୍ତ୍ତୀ କିମ୍ବା ଫଟୋକୁ ପୂଜା କରନ୍ତୁ

ସିଂହ-
ମଘା- ଯେ କୌଣସି କାମ କରିବେ ସେଥିରେ ପରିବାରର ସଫଳତା ପାଇବେ
ପୂର୍ବାଫାଲଗୁନି- ବାପାଙ୍କ ସହିତ ବୁ ଦିନରୁ ରହିଥିବା ମନୋମାଳିନ୍ୟ ଦୁର ହୋଇଯିବ
ଉତ୍ତରାଫାଲଗୁନି- ପୈତୃକ ସଂପତ୍ତି ସଂପର୍କରେ କିଛି ସୂଚନା ପାଇପାରନ୍ତି
ଷଣ୍ଢକୁ ଚଣା ଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ

କନ୍ୟା-
ଉତ୍ତରାଫାଲଗୁନି- ନିଜର ସମସ୍ତ କାମରେ ପରିବାର ଓ ସାଥିମାନଙ୍କର ସହଯୋଗ ପାଇବେ
ହସ୍ତା- ଅଧିକ ଶାରିରୀକ ପରିଶ୍ରମ କରନ୍ତୁ ନାହିଁ,ଅସୁସ୍ଥ ହୋଇପାରନ୍ତି
ଚିତ୍ରା- ପିଲାମାନଙ୍କ ଦ୍ୱାରା ପରିବାରରେ ଖୁସି ରହିବ
ସନ୍ଧ୍ୟା ସମୟରେ ଗଣେଶ ସ୍ତୁତି ପାଠ କରନ୍ତୁ

ତୁଳା-
ଚିତ୍ରା- କର୍ମକ୍ଷେତ୍ରରେ ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ
ସ୍ୱାତୀ- ସର୍ତକ ରହିଥିବେ ନଚେତ କିଛି ବି ଅସୁବିଧା ହୋଇପାରେ
ବିଶାଖା- ପରିବାରରେ ମହିଳାମାନେ ଖୁସି,ଆନନ୍ଦରେ ଦିନଟି କାଟିବେ
ମାଛ ମାନଙ୍କୁ ଲିଆ ଖାଇବାକୁ ଦିଅନ୍ତୁ

ବିଛା-
ବିଶାଖା-କଠିନ ପରିଶ୍ରମ ସହ ଦୁର ଯାତ୍ରାର ଯୋଗ ରହିଛି
ଅନୁରାଧା- ପରିବାର ଓ ବନ୍ଧୁମାନଙ୍କ ସହ ଦିନଟି କଟିବ
ଜ୍ୟେଷ୍ଠା- ଶାରିରୀକ ପରିଶ୍ରମ ଯୋଗୁ ଶରୀର ଅସୁସ୍ଥ ରହିବ
ପାନମଧୁରୀ ଓ ମିଶ୍ରି ମିଶାଇ ସନ୍ଧ୍ୟାରେ ଜଗନ୍ନାଥଙ୍କୁ ଅର୍ପଣ କରନ୍ତୁ

ଧନୁ-
ମୂଳା- ଆକସ୍ମିକ ଭାବରେ ନିଜେ ଚାହୁଁଥିବା ଦ୍ରବ୍ୟ ଅନ୍ୟ କାହା ଦ୍ବାରା ପାଇପାରନ୍ତି
ପୂର୍ବାଷାଢା-ଯେଉଁମାନେ ସହଭାଗୀ ବ୍ୟବସାୟରେ ଅଛନ୍ତି ସେମାନଙ୍କ ମଧ୍ୟରେ ମତାନ୍ତର ହୋଇପାରେ
ଉତ୍ତରାଷାଢା- ନିଜ ପରିବାରଲୋକଙ୍କ ଠାରୁ ସ୍ନେହ,ଶ୍ରଦ୍ଧା ପାଇପାରନ୍ତି
ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ମକର-
ଉତ୍ତରାଷାଢା- ପୂର୍ବରୁ ଶରୀର ଅସୁସ୍ଥ ରହିଥିଲେ ସେଥିରେ ସୁଧାର ଆସିପାରେ
ଶ୍ରବଣା- ଅଗ୍ନିଜନିତ ଦୁର୍ଘଟଣା ହୋଇପାରେ, ସର୍ତକ ରହିଥିବେ
ଧନିଷ୍ଠା- ଅନ୍ୟକୁ ସାହାଯ୍ୟ କରି ନିଜେ ଅବହେଳିତ ହେବେ
ପିମ୍ପୁଡିକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ-
ଧନିଷ୍ଠା- ଯେ କୌଣସି ସ୍ଥାନରେ ଅର୍ଥ ଲଗାଇବେ ସେଥିରେ ସଫଳତା ପାଇବେ
ଶତଭିଷା- ଅର୍ଥଜନିତ ସମସ୍ୟା ଲାଗି ରହିବ
ପୂର୍ବଭାଦ୍ର- ନିଜ ଭାଇ ସହିତ ମିଶି କିଛି ଆର୍ଥିକ ଯୋଜନା କରିପାରନ୍ତି
କଳା ରାଶି ଓ ଗୁଡ ମହାଦେବଙ୍କ ମନ୍ଦିରରେ ଅର୍ପଣ କରନ୍ତୁ

ମୀନ-
ପୂର୍ବଭାଦ୍ର- ସଂର୍ପକୀୟଙ୍କର ଖରାପ ବ୍ୟବହାର ଯୋଗୁ ମନ ଅଶାନ୍ତି ରହିପାରେ
ଉତ୍ତରଭାଦ୍ର- ପରିବାରରେ ଶାନ୍ତି ସହ କର୍ମକ୍ଷେତ୍ରରେ ଶୁଭ ରହିବ
ରେବତୀ- ଅଧିକ ପରିଶ୍ରମ କରିଲେ ବି ମନ ମୁତାବକ ଫଳ ପାଇବେ ନାହିଁ
୯ ବର୍ଷରୁ କମ୍ ଛୋଟ ପିଲାଙ୍କୁ ପାଠପଢା ଦ୍ରବ୍ୟ ଉପହାରରେ ଦିଅନ୍ତୁ

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର
ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

ଖୋଲିଲା ଶ୍ରୀମନ୍ଦିର, ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକାକଳା ପ୍ରଦର୍ଶନ

ପୁରୀ: ଦୀର୍ଘ ୯ ମାସ ପରେ ଆଜିଠୁ ଖୋଲିଲା ପୁରୀ ଜଗନ୍ନାଥ ମନ୍ଦିର । ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। ଏହି ପରିପ୍ରେକ୍ଷୀରେ  ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ଶ୍ରଦ୍ଧାଳୁ ମାନେ କରୋନା କଟକଣାକୁ ପାଳନ କରି ଏହି ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବା ନେଇ ସେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।

ସୂଚନା ମୁତାବକ ସକାଳ ୭ଟା ୩୦ରୁ ପହୁଡ଼ ପର୍ଯ୍ୟନ୍ତ ମିଳିବ ମହାବାହୁଙ୍କ ଦର୍ଶନ। ୨୩ , ୨୪ ଓ ୨୫ ତାରିଖ ତିନି ଦିନ ଧରି ସେବାୟତ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେହିପରି ୨୬ ତାରିଖରୁ ୱାର୍ଡ ୱାରି ପୁରୀ ସହରବାସୀ ଦର୍ଶନ ସୌଭାଗ୍ୟ ପାଇବେ । ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବ । ଜାନୁଆରୀ ୩ରୁ ଜିଲ୍ଲା ବାହାରର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ।

୯ ମାସ ପରେ ମହାପ୍ରଭୁଙ୍କ ଦର୍ଶନ, ଭାବବିହ୍ୱଳ ଶ୍ରଦ୍ଧାଳୁ

ପୁରୀ: ୯ ମାସ ପରେ ଖୋଲୁଛି ଆଜି ଶ୍ରୀମନ୍ଦିର । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜିଠୁ ଶ୍ରଦ୍ଧାଳୁ କରିପାରିବେ ମହାପ୍ରଭୁଙ୍କ ଦର୍ଶନ। ପ୍ରଥମେ ସେବାୟତ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ ।

ସୂଚନା ମୁତାବକ ସକାଳ ୭ଟା ୩୦ରୁ ପହୁଡ଼ ପର୍ଯ୍ୟନ୍ତ ମିଳିବ ମହାବାହୁଙ୍କ ଦର୍ଶନ। ୨୩ , ୨୪ ଓ ୨୫ ତାରିଖ ତିନି ଦିନ ଧରି ସେବାୟତ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ । ଏହାବ୍ୟତୀତ ସ୍ୱତନ୍ତ୍ର ବ୍ୟାରିକେଡ଼ ଦେଇ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ ।

ସେହିପରି ୨୬ ତାରିଖରୁ ୱାର୍ଡ ୱାରି ପୁରୀ ସହରବାସୀ ଦର୍ଶନ ସୌଭାଗ୍ୟ ପାଇବେ । ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବ ।

ଜାନୁଆରୀ ୩ରୁ ଜିଲ୍ଲା ବାହାରର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ।  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ଲାଗି ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ।

ରାଉରକେଲା ଆସୁଥିବା ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରୁ ରାଉରକେଲା ଆସୁଥିବା ମାଲବାହୀ ଟ୍ରେନ ବିମଳାଗଡ଼ ନିକଟରେ ମଙ୍ଗଳବାର ରାତିରେ ଲାଇନଚ୍ୟୁତ ହୋଇଛି ।

ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ପାଇ ଘଟଣାସ୍ଥଳରେ ବନ୍ଧମୁଣ୍ଡା ଏ ଆର ଏମଙ୍କ ସହ ରେଳ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।  ଏଥିସହ ମରାମତି କାର୍ଯ୍ୟ ତଦାରଖ କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ରେଳ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ, ରିଲିଫ ଟ୍ରେନ ଇଞ୍ଜିନିୟରିଂ ବିଭାଗ କର୍ମଚାରୀମାନେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।

ଗତ ରାତିରେ ମାଲବାହୀ ଟ୍ରେନର ୩୧ଟି ବଗି ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ମାଲବାହୀ ଟ୍ରେନର ବ୍ରେକ ଫେଲ୍ ହେବାରୁ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଆଶଙ୍କା କରାଯାଉଛି।

ସେହିପରି ଗତ ସୋମବାର ବିଳମ୍ବିତ ରାତି ୨ଟା ୪ମିନିଟରେ ଏକ ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା ପୁରୀ-ସୁରଟ ଏକ୍ସପ୍ରେସ ।  ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାତୀକୁ ଧକ୍କା ଦେବାବେଳେ ଟ୍ରେନର ଘଣ୍ଟାପ୍ରତି ବେଗ ରହିଥିଲା ୫୦ କିଲୋମିଟର ।

ହେଲେ ଉକ୍ତ ଦୁର୍ଘଟଣାରେ ହାତୀଟିର ମୃତ୍ୟୁ ହୋଇଥିଲା ।

ପରୀ ହତ୍ୟା ମାମଲା: SIT ହାତରେ ଲାଗିଲା ନୂଆ ପ୍ରମାଣ, ପୋଖରୀରୁ ଉଦ୍ଧାର ହେଲା ପରୀ ଲେଗିନ୍ସ

ନୟାଗଡ଼: ପୋଖରୀରୁ ମିଳିଲା ପରୀର ଲେଗିନ୍ସ । SIT ହାତରେ ଲାଗିଲା ଆଉ ଏକ ପ୍ରମାଣ । ଅଭିଯୁକ୍ତ ସରୋଜ ସେଠିକୁ ଗିରଫ କରି ଜେଲ ପଠାଯିବା ପରେ ପୋଖରୀ ଉଝାଳିବାକୁ କହିଥିଲା SIT । ପୋଖରରୀ ସୁଖାଯିବା ପରେ ସେଥିରୁ ପରୀର ଲଗିନ୍ସ ଉଦ୍ଧାର କରାଯାଇଛି । ଏହି ପୋଖରୀ ଉଝାଳିବା ପାଇଁ ଓଡ୍ରାଫ୍‌ ଟିମ୍‌ ନିଯୁକ୍ତି ହୋଇଥିଲା । ଜରି ଭିତରେ ଦୁଇଟି ପଥର ସହ ଲେଗିନ୍ସ ଥିବା ଓଡ୍ରାଫ୍‌ ଅଧିକାରୀ କହିଛନ୍ତି । ସେପଟେ ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି ।

ଜୁଲାଇ ୧୪ ଦ୍ୱିପ୍ରହର, କରୋନା ପାଇଁ ଲକ୍‌ଡାଉନରେ ଥିଲା ପୁରା ରାଜ୍ୟ । ନୟାଗଡ଼ ଯଦୁପୁର ଅଞ୍ଚଳ ମଧ୍ୟ ଲକ୍‌ଡାଉନରେ ଥିଲା । ଆଉ ସେହି ସମୟରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଥିଲା । ଲକ୍‌ଡାଉନ ଯୋଗୁଁ ସେ ସମୟରେ ପ୍ରାୟ ଲୋକମାନେ ଘରେ ରହୁଥିଲେ । ତେଣୁ ଘଟଣାଦିନ କାହା ଘରେ କିଏ କିଏ ଥିଲେ, ସମସ୍ତଙ୍କ ଘର ଘର ବୁଲି ଟିକିନିଖି ଯାଞ୍ଚ କରିଥିଲା SIT । ପୂରା ଗାଁ ତଦନ୍ତରେ ସହଯୋଗ କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ ସେଦିନ ସରୋଜ ଘରେ ଏକା ଥିଲା । ତେଣୁ ତା’ ଉପରେ ସନ୍ଦେହ କରିଥିଲା SIT ।

ଖାଲି ସେତିକି ନୁହେଁ । ସରୋଜ ଭଉଣୀର ଫୋନକୁ ତନ ତନ କରି ଯାଞ୍ଚ କରିଥିଲା SIT । ଯାଞ୍ଚ ପରେ ଜଣାପଡ଼ିଥିଲା ଘଟଣା ପୂର୍ବ ଦିନ ରାତିସାରା ସେ ମୋବାଇଲରେ ନାବାଳିକା ବଳାତ୍କାର ଓ ହତ୍ୟା ଖବର ଦେଖିଥିଲା । ଅନ୍ୟପଟେ ପ୍ରଥମେ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅରାଜି ହୋଇଥିଲା ସରୋଜ । ଫଳରେ SITର ସନ୍ଦେହ ଅଧିକ ଘନିଭୂତ ହୋଇଥିଲା ।

ଘଟଣାଦିନ ଜାମୁକୋଳି ଖାଇବାକୁ ଯାଇଥିଲା ପରୀ । କୋଳି ଦେବାକୁ କହି ଘରକୁ ଡାକିଥିଲା ଅଭିଯୁକ୍ତ । କୋଳି ଦେବା ବଦଳରେ  ସେ ଘର ଭିତରେ ପରୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ସେ ଚିତ୍କାର କରିବାରୁ ଭୟରେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ଅଖା ବସ୍ତାରେ ମୃତ ଦେହ ଭର୍ତ୍ତି କରିଥିଲା । ଏଥିସହିତ ମୃତଦେହ ସହ ପରୀ ପିନ୍ଧିଥିବା ଫ୍ରକକୁ ମଧ୍ୟ ଅଖାରେ ପୂରାଇଥିଲା ।

ଜାମ୍ମୁ-କାଶ୍ମୀର ବିକାଶ ପରିଷଦ ନିର୍ବାଚନ, ଗୁପକାର ମେଣ୍ଟକୁ ବିଜେପର କଡ଼ା ଟକ୍କର

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ବିକାଶ ପରିଷଦ ନିର୍ବାଚନରେ ବିଜେପି ଓ ଗୁପକାର ଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଗୁପକାର ଗଠବନ୍ଧନ ଅଧିକ ଆସନ ହାତେଇଥିବା ବେଳେ ବିଜେପି କଡ଼ା ଟକ୍କର ଦେଇଥିଲା । କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

ଜାମ୍ମୁ-କାଶ୍ମୀରବାସୀ ସ୍ୱାଧୀନ ପ୍ରାର୍ଥୀମାନଙ୍କ ଉପରେ ଅଧିକ ଭରସା କରିଛନ୍ତି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ହୋଇଥିଲା ଏହି ନିର୍ବାଚନ । ବିଜେପିକୁ ଟକ୍କର ଦେବା ପାଇଁ ଏକ ହୋଇ ଆସିଥିଲେ ନ୍ୟାସନାଲ କନଫରେନସ ଦଳ ଓ ପିଡିପି । ନିର୍ବାଚନର ଫଳାଫଳକୁ ନେଇ ବିଜେପି ଉତ୍ସାହିତ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକ ଭରସା କରି ବିଜେପିକୁ ଭୋଟ ଦେଇଥିବା କହିଛନ୍ତି ନେତାଏ । ଜାମ୍ମୁ ସମେତ ଘାଟୀ ଅଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିଛି । ବିଜୟ ପରେ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଖୁସି ମନାଇଥିଲେ । ୨୮୦ଟି ଆସନରେ ମତଦାନ ହୋଇଥିବାବେଳେ ମୈଦାନରେ ଥିଲେ ମୋଟ ୨୧୭୮ ଜଣ ପାର୍ଥୀ । ୮ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ ।

ଚାଷୀ, ମିଶନ ଶକ୍ତି ଓ MSMEକୁ ଋଣ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: କୃଷକ, ମିଶନ ଶକ୍ତି ଓ MSMEକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କର ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଚାଷୀ, ମିଶନ ଶକ୍ତି ଗୋଷ୍ଠୀ ଓ MSME ମାନେ ହିଁ ଆମର ଲକ୍ଷ ଲକ୍ଷ ଉଦ୍ୟୋଗୀ । ସେମାନଙ୍କୁ ନିଜ ଗୋଡରେ ଠିଆ କରିବାକୁ ହେଲେ ଋଣ ହିଁ ପ୍ରଥମ ଆବଶ୍ୟକତା ।

ମଙ୍ଗଳବାର ରାଜ୍ୟର କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, MSMEକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କର ମାନଙ୍କ ସହିତ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲା ଓ ବ୍ୟାଙ୍କର ମାନଙ୍କୁ ପ୍ରଶଂସା କରିବା ସହ ଖରାପ ପ୍ରଦର୍ଶନ ଜିଲ୍ଲା ଓ ବ୍ୟାଙ୍କର ମାନଙ୍କୁ ଋଣ ପ୍ରଦାନ ତ୍ୱରିତ କରିବାକୁ ପରାମର୍ଶ ଦେଇଛନ୍ତି ।

ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ମାନଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । ଓଡିଶା ଆଜି ସଫଳତାର ସହ କୋଭିଡ୍‌ ପରିଚାଳନା କରି ସାରା ଦେଶରେ ଉଦାରହଣ ସୃଷ୍ଟି କରିପାରିଛି । ଟିକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଆମେ ନୂଆ ଆଶା ସହିତ ସ୍ୱାଗତ କରୁଛୁ । ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାରର ଆଶାକୁ ଆମେ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବାକୁ ଚାହୁଁଛୁ । କିନ୍ତୁ ଯଦି ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆମେ ପୂରଣ ନ କରି ପାରୁ, ତେବେ ଆମ ବ୍ୟବସ୍ଥା, ଆମର ସଂସ୍ଥା ମାନଙ୍କର କୌଣସି ମୂଲ୍ୟ ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ୍ ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି । ଟିକାକରଣ ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଟିକାକରଣ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯିବ । ଏହାସହ ଏହି କାର୍ଯ଼୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସଠିକ୍‌ ତାଲିମ ଦିଆଯିବ । କୋଭିଡ୍‌ ଯୋଦ୍ଧା ତଥା ୫୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏବଂ ୫୦ ବର୍ଷରୁ କମ ଅଣସଂକ୍ରାମକ ରୋଗୀ ଚିହ୍ନଟ କରାଯିବା ନେଇ ଆଲୋଚନା ହୋଇଛି । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ, ସମସ୍ତ ନିର୍ଦ୍ଦେଶକ, ସବୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ଆଲୋଚନା କରିଥିଲେ ।