spot_img
Home Blog Page 6205

ସମୁଦ୍ର ମଝିରେ ୧୯୭୧ ଇଣ୍ଡୋ-ପାକ୍‌ ଯୁଦ୍ଧର ଡେମୋ ଦେଖିଲେ ନେତା ମନ୍ତ୍ରୀ..

ପାରାଦୀପ: ଗଭୀର ସମୁଦ୍ରରେ କିଭଳି ଯୁଦ୍ଧକୌଶଳ ପ୍ରସ୍ତୁତ କରେ ନୌସେନା । କିଭଳି ଶତ୍ରୁର ମୁକାବିଲା କରାଯାଏ । ପାରାଦୀପ ସମୁଦ୍ରରେ ମଙ୍ଗଳବାର ଏହାର ଡେମୋ ଦେଖାଇଛି ଭାରତୀୟ ନୌସେନା । ଯାହାର ଦୃଶ୍ୟ ଦେଖିଛନ୍ତି ଓଡ଼ିଶାର ମନ୍ତ୍ରୀ, ବିଧାୟକ ଓ ସାଂସଦ । ଭାରତୀୟ ନୌସେନାର ସାହସକୁ ସଲାମ କରିଛନ୍ତି ଜନପ୍ରତିନିଧି । କେମିତି ଥିଲା ୧୯୭୧ ମସିହା ଇଣ୍ଡୋ-ପାକ୍‌ ଯୁଦ୍ଧ । ଯୁଦ୍ଧ କୌଶଳକୁ ଅତି ନିକଟରୁ ଦେଖିଛନ୍ତି ଓଡିଶା ବିଧାନସଭାର ୧୩୨ ବିଧାୟକ ଓ ଜଣେ ସାଂସଦ ।

ନୌସେନାର ଯୁଦ୍ଧ ଜାହାଜ “ଆଇଏନ୍‌ଏସ୍‌ ଜଳାଶ୍ୱ”ରେ ବସି ଡେମୋ ଦେଖିଛନ୍ତି । ବିଶାଖାପାଟଣାରୁ ଆସିଥିବା ତିନୋଟି ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ସାହଦ୍ରୀ, ଆଇଏନ୍‌ଏସ୍ ଶକ୍ତି ଓ ଆଇଏନ୍‌ଏସ୍ ସିବାଲିକ୍‌ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ସମୁଦ୍ରରେ ୧୦୦ କିଲୋମିଟର ବୁଲି ବୁଲି ନୌସେନାର ସାହସିକତା ଦେଖିଥିଲେ ଜନପ୍ରତିନିଧି ।

ବିଧାୟକଙ୍କ ଗସ୍ତକୁ ନେଇ ପାରାଦୀପ ଚଳଚଞ୍ଚଳ ଥିବା ବେଳେ ଦେଶର ଇଣ୍ଡୋ-ପାକ ଯୁଦ୍ଧର ସ୍ମାରକୀ” ବିଜୟ ଉତ୍ସବ ” ରେ ସାମିଲ ହୋଇ ନୌସେନାର ଶକ୍ତି, କୌଶଳ ଓ ଯୁଦ୍ଧ ନିପୁଣତାକୁ ଅତି ନିକଟରୁ ଦେଖି ଆତ୍ମ ବିଭୋର ହୋଇଛନ୍ତି ଜନନେତା । ଏଭଳି ଏକ ନିଆରା ସୁଯୋଗ ଦେଇଥିବାରୁ ନୌସେନା ଓ ଜଗତସିଂହପୁର ପ୍ରଶାସନକୁ ସେମାନେ ଧନ୍ୟବାଦ ଦେଇଛନ୍ତି ।

କଂଗ୍ରେସ ଶିବିରରେ ବିଜୁ ବାବୁଙ୍କ ଚର୍ଚ୍ଚା, ଶତବାର୍ଷିକୀ ଲୋଗୋରେ ଲଗିଲା ଫଟୋ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ବିଜୁ ଲିଗାସିକୁ ନେଇ ରାଜନୀତି । ଶତବାର୍ଷିକୀ ପୂର୍ତ୍ତି ଲୋଗୋରେ ବିଜୁଙ୍କ ଫୋଟ ଛପାଇ ବିଜୁ ଲିଗାସିର ପ୍ରଚାର ଆରମ୍ଭ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜୁଙ୍କ କଥା କହିବା ସହ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ କଥା କହିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ କଂଗ୍ରେସ ବି ଦେଖିଛି ସ୍ୱପ୍ନ । ଓଡ଼ିଶା କଂଗ୍ରେସର ଶହେ ବର୍ଷ ପୂର୍ତ୍ତି ଲୋଗୋରେ ବିଜୁଙ୍କ ଫୋଟ ସ୍ଥାନ ପାଇବା ଓ ପରେ ସମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ବିଜୁଙ୍କ କଥା ଉଲ୍ଲେଖ କରିବା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବିଷୟ ପାଲଟିଛି । ହଠାତ କାହିଁକି କଂଗ୍ରେସ ବିଜୁଙ୍କୁ ନେଇ ଏପରି ପରିକଳ୍ପନା କରିଛି ତାର ଉତ୍ତର ହୁଏତ କଂଗ୍ରେସର ଶୀର୍ଷ ନେତୃତ୍ୱ ଜାଣିଥିବେ । ବିଜଙ୍କୁ ନାଁରେ ଗଠିତ ହୋଇଥିବା ବିଜୁ ଜନତା ଦଳକୁ ସବୁ ପ୍ରସଂଗରେ ବିରୋଧ କରୁଥିବା ରାଜ୍ୟ କଂଗ୍ରେସ ହଠାତ କାହିଁକି ବିଜୁଙ୍କ ପ୍ରତି ଢଳିଛି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ସେପଟେ କଂଗ୍ରସର ଏଭଳି ଆଭିମୁଖ୍ୟ ନେଇ ମତ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ କଂଗ୍ରେସ ତାର ଶହେ ବର୍ଷ ପୂର୍ତ୍ତିରେ ବିଜୁ ବାବୁଙ୍କ ଫଟୋ ଲଗାଇବା କଥାକୁ ଆମେ ସ୍ୱାଗତ କରୁଛୁ ।

ସେପଟେ ବିଜେପି କିନ୍ତୁ କଂଗ୍ରେସର ଏଭଳି ବିଜୁ ପ୍ରୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛି । ହଠାତ କାହିଁକି କଂଗ୍ରସକୁ ବିଜୁଙ୍କ ଫଟୋର ଆବଶ୍ୟକତା ପଡ଼ିଲା ତାକୁ ନେଇ କଟାକ୍ଷ କରିଛି । ବିଜୁଙ୍କ ନାଁରେ ଗଠିତ ହୋଇଥିବା ବିଜୁ ଜନତା ଦଳ ସଫଳତା ପରେ ସଫଳତାର ଶିଡ଼ି ଚଢୁଛି । ଆଉ ଏବେ ବିଜୁଙ୍କ ନାଁକୁ ନେଇ କଂଗ୍ରେସ ରାଜନୈତିକ ଫାଇଦା ନେବା ପାଇଁ ଉଦ୍ୟମ କରିଥିବା ବିଜେପି କହିଛି । ଅନ୍ୟପକ୍ଷରେ ବିଜୁ ଲିଗାସିର ଏହି ନୂଆ ଅଧ୍ୟାୟ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

କଟକଣା ନଭାଙ୍ଗି ପ୍ରତିଷ୍ଠା ଦିବସ ପାଳନ ପାଇଁ କହିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ପାଳନ କରିବ ତା’ର ୨୪ତମ ପ୍ରତିଷ୍ଠା ଦିବସ । ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ କୋଭିଡ୍‌ ନିୟମକୁ ମାନି ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏଥିରେ ଦଳୀୟ କର୍ମକର୍ତ୍ତା, ପ୍ରମୁଖ ଦଳୀୟ ସଂଗଠନ ସଦସ୍ୟ ଓ ବିଜେଡି ସାମିଲ ହେବେ ।

୨୩ବର୍ଷ ଧରି ବିଜେଡିକୁ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି । ନବୀନ କହିଛନ୍ତି, ରାଜ୍ୟବାସୀଙ୍କ ଆସ୍ଥା ବଜାୟ ରଖିବା ଓ ଜନସେବାକୁ ମୂଳମନ୍ତ୍ର ଭାବରେ ଗ୍ରହଣ କରି କାମ କରିବା । ଏହା ସହ କରୋନା ସଂକ୍ରମଣ ବେଳେ ରାଜ୍ୟବାସୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ସେହିଭଳି ଆଗାମୀ ବର୍ଷସାରା ଲୋକଙ୍କ ସହ ରହି ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଏବଂ ଲୋକଙ୍କ ଆହୁରି ନିକଟତର ହେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କାନ୍ଦୁଛି ଗାଁ, କାନ୍ଦୁଛନ୍ତି ସହିଦଙ୍କ ପରିବା, ବର୍ଷ ତଳେ ସେନାରେ ହୋଇଥିଲେ ସାମିଲ

0

ଗଞ୍ଜାମ: କାନ୍ଦୁଛି ଗାଁ । କାନ୍ଦୁଛନ୍ତି ସହିଦ ଯବାନଙ୍କ ପରିବାର । ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବୃଦ୍ଧ ବାପା, ମା ଓ ଧର୍ମପତ୍ନୀ । ଅଫେରା ବାଟର ବାଟୋଇ ହୋଇଥିବା ଯଜ୍ଞଙ୍କୁ ଚାହିଁ ରହିଛନ୍ତି ଗାଁ ଲୋକେ ଓ ସପରିବାର । ବୀର ଯବନାଙ୍କୁ ହରାଇ ଭାଙ୍ଗି ପଡିଛି ସମଗ୍ର ଅଞ୍ଚଳ ।

ରବିବାର ସିକିମର ନାଥୁଲା ସେକ୍ଟରରେ ଯବାନଙ୍କୁ ନେଇ ଏକ ଗାଡ଼ି ଯାଉଥିବା ସମୟରେ ୮୦୦ ଫୁଟ୍ ତଳକୁ ଖସିପଡିଥିଲା । ଦୁର୍ଘଟଣାରେ ଚାରି ଜଣ ଯବାନ ଓ ଜଣେ ୮ ବର୍ଷ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହି ଗାଡିରେ ଥିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣାର ଯଜ୍ଞ ନାରାୟଣ କର ।

ଏହି ଖବର ପାଇବାପରେ ଆଠଗଡ଼ ପାଟଣାର ଗାଁ ଦାଣ୍ଡ ଓ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଅକୁ ହରାଇ ବାପା, ମା ଭାଙ୍ଗି ପଡିଥିବା ବେଳେ ସ୍ୱାମୀଙ୍କ ବାଟକୁ ଚାହିଁ ରହିଛି ପତ୍ନୀ । ଗତ ବର୍ଷ ସିକିମ ଅଂଚଳରେ ସେନାରେ ସାମିଲ ହୋଇଥିଲେ ଯଜ୍ଞ । ସହିଦ ଯବାନଙ୍କ ପରିବାରକୁ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ପୋଲିସକୁ ବଡ଼ ସଫଳତା, ସର୍ଚ୍ଚ ଅପରେସନ ବେଳେ ବ୍ୟାପକ ଗୋଳବାରୁଦ-ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବ୍ୟାପକ ଗୋଳବାରୁଦ ଓ ମାଓ ସାମଗ୍ରୀ ଜବତ । ମାଲକାନଗିରି ପୋଲିସ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ସର୍ଚ୍ଚ ବେଳେ ଆନ୍ଧ୍ର ଓ ଓଡିଶା ସୀମାନ୍ତର ଜଙ୍ଗଲ ମଧ୍ୟରେ ବମ୍‌ ଲୁଚାଯାଇଥିବା ସୁରାଗ ମିଳିଥିଲା । ପରେ ଘଟଣାସ୍ଥଳରୁ ୨ଟି ଆଇଡି, ୨୦ କେଜି ତାର, ୫୦ଟି ଡେଟୋନେଟର, ୭୦ଟି ଆଲୁମିନା ଡେଟୋନେଟର ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି ।

ଅନ୍ୟପଟେ ସ୍ୱାଭିମାନ ଇଲାକାରେ ପୁଣି ଲାଲ୍ ବାହିନୀ ରାଜ୍ । ପୋଲିସ୍ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ଗାଁରୁ ତଡିଦେଲେ ମାଓବାଦୀ । ଯନ୍ତ୍ରୀ ପଞ୍ଚାୟତ ସନ୍ୟାସିଗୁଡା ଗାଁର ମନୁ ଗୋଲରୀ, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ବାହାର କରିଦେଇଛନ୍ତି ମାଓବାଦୀ । ଗତ ୨୬ ତାରିଖରେ ତୋଟାଗୁଡ଼ା ଏନକାଉଣ୍ଟର ପାଇଁ ମନୁ ଗୋଲରିଙ୍କୁ ଦାୟୀ କରିଛି ମାଓ ସଂଗଠନ ।

ପ୍ରଜା କୋର୍ଟରେ ବିଚାର ପରେ ମନୁଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ସେ ଏବେ ନିଜ ପରିବାର ସହିତ ନାକାମାମୁଡ଼ି ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି । ପରିବାରର ପ୍ରତିପୋଷଣ ପାଇଁ ପ୍ରଶାସନର ସହଯୋଗ ସାହଯ୍ୟ କରିବାକୁ ଅନୁରୋଧ କରିଛନ୍ତି ମନୁ ଗୋଲରୀ ।

ଥଣ୍ଡାରୁ ନିସ୍ତାର ନାହିଁ, ଆହୁରି ବଢ଼ିବ

0

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ବହୁଥିବା ଶୁଷ୍କ ଓ ଥଣ୍ଡା ଜଳବାୟୁ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଅନୁଗୁଳରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୭.୨ ଡିଗ୍ରୀ ଖସିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ୩ ରୁ ୪ ଡିଗ୍ରୀ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଶୀତ ପାଇଁ ବୁଧବାର ପର୍ଯ୍ୟନ୍ତ ୫ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଏବଂ କଳାହାଣ୍ଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୩ ତାରିଖରେ ୩ଟି ଜିଲ୍ଲା ଅନୁଗୁଳ, ଝାରସୁଗୁଡା ଏବଂ କଳାହାଣ୍ଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବେନଶ୍ୱର ଏବଂ କଟକର ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ଥଣ୍ଟା ସହ ଦାରିଙ୍ଗବାଡିରେ ବରଫପାତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପୁଣି କୋଭିଡ୍ ସଂକ୍ରମଣ ଭୟ: ଲଣ୍ଡନ ଫେରନ୍ତାଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର: ଲଣ୍ଡନ ଭୟ ଭାରତକୁ ଘାରିଛି । ଯଦିଓ ସେଠାରେ ନୂଆକରି ଦେଖାଯାଇଥିବା କରୋନା ଭୁତାଣୁର ରୂପାନ୍ତରଣ ଭାରତରେ ମିଳିନାହିଁ, କିନ୍ତୁ ସରକାର ଆଗୁଆ ସତର୍କତା ଜାରି କରିଛନ୍ତି । ଏହି ଅନୁସାରେ ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ଫେରିଥିବା ଯାତ୍ରୀଙ୍କୁ ପ୍ରଶାସନ ଆଗରେ ବାଧ୍ୟତାମୂଳକ ଘୋଷଣାନାମା ଦାଖଲ କରିବାକୁ କୁହାଯାଇଛି । ଏହାବାଦ୍ ୧୪ ଦିନ ଯାଏ ନିଜ ଘରେ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଣା ମନ୍ତ୍ରଣାଳୟର ପରାମଶର୍କ୍ରମେ ରାଜ୍ୟ ସରକାର ଏହି ନିର୍ଦଶନାମା ଜାରି କରିଛନ୍ତି ।

ଏହି ନିର୍ଦେଶନାମାରେ କୁହାଯାଇଛି, ଯେଉଁମାନେ ଗଲା ୧୪ ଦିନ ଭିତରେ ଲଣ୍ଡନରୁ ଫେରିଛନ୍ତି ସେମାନେ ବିମାନବନ୍ଦରରେ ନିଜର ଘୋଷଣାନାମା ଦାଖଲ କରିବେ । ଫେରିବାର ୧୪ ଦିନ ଯାଏଁ ସଙ୍ଗରୋଧରେ ରହିବେ । ପୁଣି ଏହି ସମୟରେ ସେମାନେ କେଉଁଠି ରହିବେ ତାହା ଜଣାଇବେ । ସେହି ଅନୁସାରେ ସ୍ଥାନୀୟ ପ୍ରଶାସନ ତାଙ୍କ ନିୟମିତ ତଦାରଖ କରିବେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ଏହି ସମୟରେ ଯଦି କରୋନା ଲକ୍ଷଣ ପ୍ରକାଶ ପାଏ ତେବେ ସେମାନଙ୍କୁ ଡାକ୍ତରଖାନା ବା ଆନୁଷ୍ଠାନିକ କୋଭିଡ୍ କେନ୍ଦ୍ରକୁ ପଠାଯିବ । ସେମାନଙ୍କ ନମୁନାର ଆରଟି ପିସିଆର୍ ପରୀକ୍ଷଣ ମଧ୍ୟ ହେବ ।

Know The Three Districts Of Odisha, Where Active Covid Case Less Than 10

ଗତ କିଛିଦିନ ହେଲା ଲଣ୍ଡନରେ ସାର୍ସକୋଭ୍-୨ ବା କୋଭିଡ୍ ୧୯ ଭୁତାଣୁର ଏକ ନୂଆ ରୂପାନ୍ତରଣ ଦେଖାଯାଇଥିବା ବ୍ରିଟେନ୍ ପକ୍ଷରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଜଣାଇ ଦିଆାଯାଇଛି । ଏହି ଭୁତାଣୁ ଖୁବ୍ ଶୀଘ୍ର ସଂଚରିତ ହେବା ସହ କୋଭିଡ୍ ୧୯ଠାରୁ ଅଧିକ ମାରାତ୍ମକ ହେଇଥିବା ବ୍ରିଟେନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ନକଲି ଅମ୍ବୁଜା ସିମେଣ୍ଟ କାରଖାନା ଠାବ, ହଜାର ହଜାର ବସ୍ତ ଜବତ

କଟକ:  ନକଲି ହବ୍ ପାଲଟିଛି ସିଲଭର୍ ସିଟି କଟକ । ପୁଣି ଏକ ନକଲି କାରଖାନା ଠାବ । ଜଗତପୁର ଅଂଚଳରୁ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନକଲି ସିମେଣ୍ଟ କଂପାନୀ ଉପରେ କମିସିରେଟ ପୋଲିସର ଚଢ଼ଉ କରିଛି ।

ହଜାର ହଜାର ବସ୍ତା ସିମେଣ୍ଟ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଦୀର୍ଘଦିନ ହେବ ଜଗତପୁର ଇପିକଲ ଛକ ଠାରେ ସିମେଣ୍ଟ ଅପମିଶ୍ରଣ କରି ଅମ୍ବୁଜା ସିମେଣ୍ଟ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇ ବଜାରରେ ବିକ୍ରି କରାଯାଉଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ କମିସିରେଟ ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ତେବେ ଆଗକୁ ପୋଲିସର ଏଭଳି ଅଭିଯାନ ଜାରି ରହିବ । ସବୁ ନକଲି କାରବାରର ମୂଳଉତ୍ପାଟନ କରାଯିବ । କଟକ ପୋଲିସ ପକ୍ଷରୁ ଏଭଳି କୁହାଯାଇଛି ।

ସୂଚନାଯୋଗ୍ୟ, ମାତ୍ର କେଇ ଦିନ ବ୍ୟବଧାନରେ କଟକ ପୋଲିସ ନକଲି ଘିଅ କାରଖାନା, ନକଲି ସସ୍‌ କାରଖାନା, ନକଲି ତେଲ କାରଖାନା, ନକଲି ଗୁଟଖା କାରଖାନା, ନକଲି ମସଲା କାରଖାନା ଏମିତିକି ନକଲି ହଳଦି କାରଖାନା ମଧ୍ୟ ଠାବ କରାଯାଇଥିଲା । ଦୁଇ ଦିନ ପୂର୍ବେ ନକଲି ଘିଅ କାରଖାନାରେ ଚଢ଼ଉ କରାଯାଇଥିଳା । କେତେକ ଲାଭଖୋର ମନୋବୃତ୍ତିର ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ସାମଗ୍ରୀରେ ଅପମିଶ୍ରଣ କରୁଛନ୍ତି । ରେଡ୍ ବେଳେ ବାଦାମବାଡ଼ିରୁ ନକଲି ଓ ଅପମିଶ୍ରିତ ଘିଅ କାରଖାନା ଏବଂ ଗୋଦାମ ଠାବ ହୋଇଥିଲା ।

Duplicate Ghee Factory In Cuttack, Police Held 2

ବାଦାମାବାଡ଼ି ପୋଲିସ, ଫୁଡ୍ ଇନ୍ସପେକ୍ଟର ଓ ଓଜନ ମାପି ବିଭାଗ ରେଡ୍ କରିଥିଲା । ଲକ୍ଷ ଲକ୍ଷ ଟଙ୍କାର ଘିଅ ସହିତ ଘିଅ ତିଆରି ମେସିନ ଓ ପ୍ୟାକେଜ ସାମଗ୍ରୀ ଜବତ ହୋଇଥିଲା । ପୋଲିସ ୨ ଜଣଙ୍କୁ ଅଟକ ରଖିଥିଲା । ଗୋଦାମ ଘରୁ ସଂଖ୍ୟାଧିକ କାର୍ଟୁନ୍ ସହ ପାମୋଲିନ୍ ତେଲ ମଧ୍ୟ ଜବତ ହୋଇଥିଲା । ଦୁର୍ଗା ଘିଅ ନାଁରେ ପ୍ୟାକେଜିଂ ହୋଇଥିବା ପ୍ୟାକେଟରେ କମ୍ପାନୀ ଗ୍ରାହକଙ୍କ ଅଭିଯୋଗ ଲାଗି କୌଣସି ଠିକଣା କି ଟେଲିଫୋନ୍ ନମ୍ବର ନଥିଲା । କିଛି ପ୍ୟାକଟରେ ଏକ୍ସପାରୀ ଡେଟ୍ ମଧ୍ୟ ଉଲ୍ଲେଖ ନଥିବା ଦେଖାଯାଇଥିଲା ।

କିରାଣି-GST ଅଫିସର୍‌ ପରେ ଏବେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କିରାଣି । ଆର ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣି ଅସିତ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ପୁଳା ପୁଳା ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଜବତ । ନଗଦ ୧୦ଲକ୍ଷ ଟଙ୍କା, ୩୮୦ ଗ୍ରାମ ସୁନା ଓ ୨୯୦ଗ୍ରାମ୍ ରୂପା ଠାବ ହୋଇଥିବା ସୂଚନା ମିଳିଛି । ଅସିତଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଅସିତ ନାୟକଙ୍କ ଜଟଣୀସ୍ଥିତ ଫ୍ଲାଟ ସହ ସୁନ୍ଦରପଦା ଫ୍ଲାଟ୍, ଡୁମଡୁମାରେ ୩ ମହଲା ବିଶିଷ୍ଟ ଅଟାଳିକାରେ ଚଢଉ କରିଛି ଭିଜିଲାନ୍ସ । ଅସିତଙ୍କ ନିଜ ଘର ବ୍ରହ୍ମପୁରରେ ମଧ୍ୟ ଚଢଉ କରିବା ସହ ଅଫିସରେ ମଧ୍ୟ ପଡ଼ିଛି ରେଡ୍‌ । ଭୁବନେଶ୍ୱର ଭିଜିଲାନ୍ସ ଶାଖା ପକ୍ଷରୁ ଏହି ଚଢ଼ଉ କରାଯାଇଛି ।

ସେହିଭଳି ଜଣେ ଅଙ୍ଗନୱାଡି କର୍ମୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍‌ ପକାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ ନମ୍ବର ୱାର୍ଡର ଅଙ୍ଗନୱାଡି କର୍ମୀ ନମିତା ଦଳାଇଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି । ଏକ କାଳିନ ୭ଟି ସ୍ଥାନରେ ୭ଟି ଟିମ ଚଢଉ କରୁଥିବା ସୁଚନା ମିଳିଛି । ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ପ୍ରଥମ ଗଳିରେ ଥିବା ବାସଭବନ, ଗଣେଶ ନଗରର ୪ ନମ୍ବର ଗଳିରେ ଥିବା କୋଠା, ଭୁବନେଶ୍ୱର ସୁନ୍ଦରପଦା ସମେତ ଦୁଇଟି ସ୍ଥାନରେ ଥିବା ବଡ ବଡ ଅଟାଳିକା, ଅଫିସ କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ଉପରେ ଏକ କାଳୀନ ଚଢଉ ଚାଲିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ମଙ୍ଗଳବାର ରାଉରକେଲାର ଜିଏସ୍‌ଟି ଅଫିସର ଅଲେଖ ମହାନନ୍ଦଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା । ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ । ଛେଣ୍ଡ କଲୋନୀ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଲକ୍ଷେ ୨୨ହଜାର ଟଙ୍କା ନଗଦ ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି । ମଙ୍ଗସପୁର, ଚକ୍ରପୁର, ହେମଗିରି ଓ ଅଫିସରେ ଭିଜିଲାନ୍ସ ଚଢଉ କରିଛି ।

୨୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଇ ନପାରିଲେ ଗ୍ରାହକଙ୍କୁ କ୍ଷତିପୁରଣ ଦେବେ କମ୍ପାନୀ

ନୂଆଦିଲ୍ଲୀ: ବିଦ୍ୟୁତ୍ ବ୍ୟବସ୍ଥାର ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସଶକ୍ତ କରିବାକୁ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି । ନୂତନ ନିୟମ ଅନୁଯାୟୀ, ବିଦ୍ୟୁତ୍ ସଂଯୋଗ ପ୍ରଦାନ, ବିଦ୍ୟୁତ୍ ବିଲ୍ ଦେୟ ଏବଂ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାହକଙ୍କ ଅଧିକାର ସ୍ଥିର କରାଯାଇଛି । ପ୍ରତ୍ୟେକ ପରିବାରକୁ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ଏହି ଶୃଙ୍ଖଳରେ ବର୍ତ୍ତମାନ ବିଦ୍ୟୁତ୍ କ୍ଷେତ୍ରରେ ଗ୍ରାହକଙ୍କ ପାଇଁ ମାନକ ସ୍ଥିର କରାଯାଇଛି । ଶକ୍ତି ମନ୍ତ୍ରଣାଳୟର ଏହି ନିୟମ ଗ୍ରାହକଙ୍କ ଅଧିକାର ସହିତ ଜଡିତ ରହିଛି ।

ସରକାରଙ୍କ ନୂତନ ନିୟମ ଅନୁଯାୟୀ, ବିଦ୍ୟୁତ୍ ଯୋଗାଣ ସମ୍ବନ୍ଧରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକରୁ ଗ୍ରାହକଙ୍କ ସର୍ବନିମ୍ନ ମାନକ ସେବା ପାଇବାକୁ ଅଧିକାର ରହିଛି । ନୂତନ ନିୟମ ସମ୍ପର୍କରେ ସୂଚନା ଦେଇ ଶକ୍ତି ମନ୍ତ୍ରୀ ଆର.କେ ସିଂ କହିଛନ୍ତି ଯେ ବର୍ତ୍ତମାନ କୌଣସି ଗ୍ରାହକ ବିଦ୍ୟୁତ ବିନା ରହିବେ ନାହିଁ । ପ୍ରତ୍ୟେକ ପରିବାରକୁ ବିଦ୍ୟୁତ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

Electricity

ବର୍ତ୍ତମାନ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ମାନକ ଅନୁଯାୟୀ ସେବା ଯୋଗାଇବାକୁ ପଡ଼ିବ ଏବଂ ଯଦି ସେମାନେ ତାହା ପାଳନ ନକରନ୍ତି ତେବେ ତାଙ୍କ ପାଇଁ ଆଇନରେ ଦଣ୍ଡ ବିଧାନ ରହିଛି । ବିଦ୍ୟୁତ୍ ଆଇନର ବ୍ୟବସ୍ଥା ଅନୁଯାୟୀ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରିବା ପ୍ରତ୍ୟେକ ବିତରଣ ୟୁନିଟ୍ ର କର୍ତ୍ତବ୍ୟ । ତେବେ ଗ୍ରାହକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନୂତନ ବିଦ୍ୟୁତ୍ ସଂଯୋଗ ନିୟମରେ ପରିବର୍ତ୍ତନ କରାଯାଇଛି । ନୂତନ ସଂଯୋଗ ପାଇଁ ମାନକ ପ୍ରଣାଳୀ କାର୍ଯ୍ୟକାରୀ କରାଯାଇଛି । ଘରେ ବସି ଏକ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଗ୍ରାହକମାନେ ଅନଲାଇନରେ ଆବେଦନ କରିପାରିବେ । ସହରରୁ ଗାଁକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ନୂତନ ବ୍ୟବସ୍ଥା କରାଯାଇଛି ।

Electricity

ବର୍ତ୍ତମାନ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ମେଟ୍ରୋରେ ନୂତନ ବିଦ୍ୟୁତ୍ ସଂଯୋଗର ପ୍ରୟୋଗ ସହିତ ୭ ଦିନ ମଧ୍ୟରେ ସଂଯୋଗ ପ୍ରଦାନ କରିବାକୁ ପଡିବ । ମ୍ୟୁନିସିପାଲିଟିରେ, ନୂତନ ସଂଯୋଗ କିମ୍ବା ଉନ୍ନତି ପାଇଁ ୧୫ ଦିନ ସ୍ଥିର କରାଯାଇଛି । ଯେତେବେଳେ କି ଗ୍ରାମାଞ୍ଚଳରେ ୩୦ ଦିନ ମଧ୍ୟରେ ନୂତନ ସଂଯୋଗ ଦେବାକୁ ପଡ଼ିବ ।

ନୂତନ ନିୟମ ଅନୁଯାୟୀ ବିନା ମିଟରରେ କୌଣସି ନୂତନ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ନାହିଁ । ବିଦ୍ୟୁତ୍ ମିଟର ସ୍ମାର୍ଟ କିମ୍ବା ପ୍ରିପେମେଣ୍ଟ ମିଟର ହେବ । ଯେଉଁଠାରେ ଗ୍ରାହକମାନେ ଅନଲାଇନ୍ କିମ୍ବା ଅଫଲାଇନ୍ ବିଲ୍ ପେମେଣ୍ଟର ବିକଳ୍ପ ପାଇବେ । ଏହା ବ୍ୟତୀତ ଆଗୁଆ ବିଲ୍ ପେମେଣ୍ଟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ସମସ୍ତ ଗ୍ରାହକଙ୍କୁ ୨୪ ଘଣ୍ଟା ବିଦ୍ୟୁତ୍ ପ୍ରଦାନ କରିବେ ।

Electricity

ବିତରଣ କମ୍ପାନୀଗୁଡ଼ିକୁ ଏକ ସ୍ୱୟଂଚାଳିତ ସିଷ୍ଟମ ବିକଶିତ କରିବାକୁ ପଡ଼ିବ, ଯଦି ଶକ୍ତି ବିଫଳତା ଘଟେ ଏବଂ ଏହାକୁ ତୁରନ୍ତ ପୁନ ସ୍ଥାପିତ କରାଯିବା ଉଚିତ୍ । ଯଦି ଏକ ନିର୍ଦ୍ଦିଷ୍ଟ ସମୟ ପରେ ମଧ୍ୟ ବିଦ୍ୟୁତ୍ ଯୋଗାଣ କରାଯାଏ ନାହିଁ, ତେବେ ଏହି ପରିସ୍ଥିତିରେ ପାୱାର୍ କମ୍ପାନୀକୁ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡିବ । ଏହା ବ୍ୟତୀତ ବାରମ୍ବାର ବିଦ୍ୟୁତ କାଟ ପାଇଁ କମ୍ପାନୀଗୁଡ଼ିକୁ ମଧ୍ୟ ଜରିମାନା କରାଯିବ ।