spot_img
Home Blog Page 6213

ଭିଜିଲାନ୍ସ ଜାଲରେ ବଲାଙ୍ଗିର ସ୍ପେଶାଲ ପ୍ଲାନିଂ ଅଥରିଟି ଅଫିସର କର୍ମଚାରୀ

ବଲାଙ୍ଗିର ଭିଜିଲାନ୍ସ ଜାଲରେ ଫସିଛନ୍ତି ବଲାଙ୍ଗିର ସ୍ପେଶାଲ ପ୍ଲାନିଂ ଅଥରିଟି କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ। ଏକକାଳୀନ ତାଙ୍କର ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ସମ୍ପୃକ୍ତ ଅଧିକାରୀଙ୍କ ନାମ ଜୀବଦୀଶ ପାତ୍ର ବୋଲି ଜଣାପଡିଛି ।

ସୂଚନା ମୁତାବକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସ୍ପେଶାଲ ପ୍ଲାନିଙ୍ଗ ଅଥରିଟି କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ ଜୀବଦୀଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍।

ବଲାଙ୍ଗିର ଆଦର୍ଶପଡା ବାସଭବନ, ସଂପର୍କୀୟଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ପୈତୃକ ଗାଁ ସିକାବହେଙ୍ଗାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ତେବେ ତାଙ୍କ ସମ୍ପତ୍ତିର ସଠିକ୍ ଆକଳନ କରାଯାଇ ପାରିନାହିଁ ।

ରାଉରକେଲାରେ ଜିଏସଟି ଠକେଇ, ୨ ଗିରଫ

ରାଉରକେଲା: ରାଉରକେଲାରେ ଦିନକୁ ଦିନ ବଢିବାରେ ଲାଗିଛି ଜିଏସଟି ଠକେଇ ମାମଲା । ସହରର ବିଭିନ୍ନ ସ୍ଥାନରେ ଜିଏସଟି ଵିଭାଗ ପଷରୁ ଚଢାଉ କରାଯାଉଛି । ଏହି ଠକେଇ ମାମଲାରେ ଦୁଇଜଣ ଜିଏସଟି ଠକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ୪୨ କୋଟି ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ଗିରଫ କରାଯାଇଛି । ରାଉରକେଲା ସହରର ବନ୍ଧମୁଣ୍ଡା, ଛେଣ୍ଡ କଲୋନୀ ଓ ବାସନ୍ତୀ କଲୋନୀ ଅଞ୍ଚଳରେ ଚଢାଉ ଜାରି ରଖିଛି ଜିଏସଟି ବିଭାଗ । ଜଣେ ଠକ ବନ୍ଧମୁଣ୍ଡା ଅଞ୍ଚଳରୁ ଗିରଫ ହୋଇଥିବା ବେଳେ ଅନ୍ୟଜଣେ ଛେଣ୍ଡ କଲୋନୀରୁ ଗିରଫ ହୋଇଛନ୍ତି ।

ତେବେ ଯାଜପୁର ଓ ରାଉରକେଲା ଜିଏସଟି ବିଭାଗର ତିନୋଟି ସ୍ଵତନ୍ତ୍ର ଦଳ ପକ୍ଷରୁ ଚଢାଉ ଜାରି ରହିଛି । ଫେରାର ଥିବା ଅନ୍ୟ ପାଞ୍ଚ ଜଣଙ୍କୁ ଗିରଫ ପାଇଁ ଜିଏସଟି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୁତ୍ରରୁ ପ୍ରକାଶ ।

ସମ୍ବଲପୁର ରୁଟରେ ସ୍ୱାଭାବିକ ହେଲା ରେଳ ଚଳାଚଳ

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇ ପୁରୀ-ସୁରଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସମ୍ବଲପୁର ରୁଟରେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ ।

ରେଳ ଧାରଣା ମରାମତି ପରେ ସ୍ୱାଭାବିକ ଭାବେ ଗଡିଛି ସମସ୍ତ ଟ୍ରେନ୍ । ସୂଚନା ଅନୁଯାୟୀ ବିଳମ୍ବିତ ରାତି ୨ଟା ୪ମିନିଟରେ ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାତୀକୁ ଧକ୍କା ଦେବାବେଳେ ଟ୍ରେନର ଘଣ୍ଟାପ୍ରତି ବେଗ ରହିଥିଲା ୫୦ କିଲୋମିଟର।

ଘଟଣାସ୍ଥଳରେ ରେଳ ଓ ବନବିଭାଗର ବରିଷ୍ଠ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ପରେ ଆକ୍ସିଡେଣ୍ଟ ରିଲିଫ୍ ଟିମ ଓ ଆକ୍ସିଡେଣ୍ଟ ରିଲିଫ ମେଡ଼ିକାଲ ଇକ୍ୟୁପମେଣ୍ଟ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା। ରେଢାଖୋଲରେ ଥିବା ଇଞ୍ଜିନ- ୩୭୦୩୮ ପଠା ଯାଇ ଦୁର୍ଘଟଣାଗସ୍ତ ଟ୍ରେନର ୨୨ଟି ବଗିକୁ ହାତୀବାରି ଷ୍ଟେସନକୁ ଅଣାଯାଇଛି ।

ଦୁର୍ଘଟଣା ପରେ ଲାଇନ କ୍ଲିୟର ନଥିବାରୁ ପୁରୀ-ଦୁର୍ଗ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ, କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଅଟକ ରଖାଯାଇଛି । ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନର ଡିଆରଏମ ଓ ସମ୍ବଲପୁର ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥିତି ସ୍ୱାଭାବିକ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆମେରିକାରେ ଆଜିଠୁ ଦିଆଯିବ ମୋଡେର୍ଣ୍ଣା ଟିକା

ଓ୍ୱାଶିଂଟନ୍: ଆମେରିକାରେ ସୋମବାରଠୁ କରୋନା ଟିକା ପ୍ରଦାନ କରାଯାଉଛି । ଏହି ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଉପରାଷ୍ଟ୍ରପତି ମାଇକ ପେନ୍ସ, ହାଉସ ସ୍ପିକର୍ ନାନସୀ ପେଲୋସି, ସିନେଟ ମେଜରିଟି ଲିଡର ମିଚ ମ୍ୟାକକୋନେଲ । ନବନିର୍ବାଚିତ ରାଷ୍ଟ୍ରପତି  ଜୋ ବିଡେନଙ୍କୁ ମଧ୍ୟ ସୋମବାର ଟିକା ଦିଆଯିବ ବୋଲି ସୂଚନା ମିଳିଛି।

ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏପର୍ଯ୍ୟନ୍ତ କରୋନା ଟିକା ଦିଆଯାଇନାହିଁ। । କରୋନା ଯୋଦ୍ଧାଙ୍କୁ ବର୍ତ୍ତମାନ ଭ୍ୟାକସିନ୍ ଡୋଜ ଦିଆଯିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଗ୍ନିଶମ କର୍ମଚାରୀ, ଶିକ୍ଷକ ଏବଂ ଗ୍ରୋସରୀ ଷ୍ଟୋର ଆଦି କର୍ମଚାରୀ ତଥା ଅତ୍ୟାବଶ୍ୟକ ସେବାରେ ନିୟୋଜିତ ୭୫ବର୍ଷରୁ ଅଧିକ ଲୋକଙ୍କୁ  ଟିକା ଦିଆଯିବ କରୋନା ବିଶେଷଜ୍ଞ କମିଟି ପ୍ରକାଶ କରିଛନ୍ତି ।

Odisha Covid-19 Vaccinations AEFI Committee Reconstituted

ପୂର୍ବରୁ ଫାଇଜର ଭ୍ୟାକ୍ସିନ୍‌କୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଆମେରିକୀୟ ଖାଦ୍ୟ ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ମୋଡର୍ନାଙ୍କ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି।

କେନ୍ଦ୍ର ସରକାରଙ୍କ ଟିକା ବିତରଣ ପ୍ରୟାସର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ମୋନସେପ ସାଲୋ କହିଛନ୍ତି ଯେ ସୋମବାର ପ୍ରାୟ ୫.୯ ନିୟୁତ ମୋଡେର୍ଣ୍ଣା ଟିକା ଏବଂ ଫାଇଜରର ୨ ନିୟୁତ ଟିକା ସମେତ ପ୍ରାୟ ୮ ନିୟୁତ ଡୋଜ ବିତରଣ କରାଯିବ।

ସୋମବାରଠୁ ଆମରଣ ଅନଶନରେ ଚାଷୀ, ୨୫ରୁ କୌଣସି ଯାତ୍ରୀ ଟୋଲ ନଦେବାକୁ ଘୋଷଣା

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅପିଲ୍  ଓ କୃଷି ମନ୍ତ୍ରୀଙ୍କ ନିବେଦନ ସତ୍ୱେ କୃଷକ ସଂଗଠନ ଜିଦରେ ଅଟଳ ରହିଛି। ନୂଆ କୃଷି ଆଇନକୁ ବିରୋଧ କରି ୨୬ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ଦେଶର ଅନ୍ନଦାତା । ଏହାସହ ହରିୟାଣାରେ ୨୫ ରୁ ୨୭ ତାରିଖ ଯାଏଁ କୌଣସି ଯାତ୍ରୀ ଟୋଲ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ଚାଷୀମାନେ ।

ଆଇନ ରଦ୍ଦ କରିବା ଦାବିରେ ଅଟଳ କୃଷକ ପ୍ରବଳ ଶୀତ ସତ୍ୱେ ବିକ୍ଷୋଭ ଜାରି ରଖିଛନ୍ତି । ପ୍ରତିବାଦରେ ଆଜି ଚାଷୀମାନେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ଏହି ଆନ୍ଦୋଳନ ଭିତରେ ୨୩ ତାରିଖରେ କୃଷକ ଦିବସ ପାଳନ କରିବ ଦେଶ । ସେହିଦିନ ଜୋରଦାର ବିରୋଧ ସହ ଦିନରେ କେହି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଅପିଲ କରିଛନ୍ତି କୃଷକ ନେତା । ଏହି ଆନ୍ଦୋଳନକୁ ସମର୍ଥନ କରି ସମାଜସେବୀ ଆନ୍ନା ହଜାରେ ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ପୁରୀ-ସୁରଟ ଏକ୍ସପ୍ରେସ

ସମ୍ବଲପୁର:  ହାତୀକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ପୁରୀ-ସୁରଟ ଏକ୍ସପ୍ରେସ । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟି ଟ୍ରେନ୍ ତଳେ ଫସି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ ବିଳମ୍ବିତ ରାତି ୨ଟା ୪ମିନିଟରେ ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାତୀକୁ ଧକ୍କା ଦେବାବେଳେ ଟ୍ରେନର ଘଣ୍ଟାପ୍ରତି ବେଗ ରହିଥିଲା ୫୦ କିଲୋମିଟର ।

ଘଟଣାସ୍ଥଳରେ ରେଳ ଓ ବନବିଭାଗର ବରିଷ୍ଠ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ପରେ ଆକ୍ସିଡେଣ୍ଟ ରିଲିଫ୍ ଟିମ ଓ ଆକ୍ସିଡେଣ୍ଟ ରିଲିଫ ମେଡ଼ିକାଲ ଇକ୍ୟୁପମେଣ୍ଟ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା। ରେଢାଖୋଲରେ ଥିବା ଇଞ୍ଜିନ- ୩୭୦୩୮ ପଠା ଯାଇ ଦୁର୍ଘଟଣାଗସ୍ତ ଟ୍ରେନର ୨୨ଟି ବଗିକୁ ହାତୀବାରି ଷ୍ଟେସନକୁ ଅଣାଯାଇଛି ।

ଦୁର୍ଘଟଣା ପରେ ଲାଇନ କ୍ଲିୟର ନଥିବାରୁ ପୁରୀ-ଦୁର୍ଗ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ, କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଅଟକ ରଖାଯାଇଛି । ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନର ଡିଆରଏମ ଓ ସମ୍ବଲପୁର ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥିତି ସ୍ୱାଭାବିକ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଏହି ରାଶିର ଲୋକେ ଲାଲ ରଙ୍ଗଠୁ ଦୂରେଇ ରୁହନ୍ତୁ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୨୧/୧୨/୨୦୨୦ ସୋମବାର, ଧନୁ ୭ଦିନ, ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ମାର୍ଗଶିର ଶୁକ୍ଳ ୭ମୀ ଦିବା ୦୪:୧୫ ଗତେ ୮ମୀ

– କୁମ୍ଭଚନ୍ଦ୍ର ଦିବା ୦୪:୨୯ ଗତେ ମୀନ

– ପୂର୍ବଭାଦ୍ର ରାତ୍ର ୧୧:୦୩ ଗତେ ଉତ୍ତରଭାଦ୍ର ନକ୍ଷତ୍ର

– ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାଶିର ଦିବା ୦୪:୨୯ ଗତେ ଧନୁ ରାଶିର

– ଘାତ ବାର – ମିଥୁନ ରାଶିର

– ଯୋଗିନି – ବାୟବ୍ୟେ ଦିବା ୦୪:୧୫ ଗତେ ଐଶାନ୍ୟେ

– ପୁଷ୍କର ଦୋଷ – ୨ପାଦ ଦିବା ୦୪:୧୫ ପର୍ଯ୍ୟନ୍ତ ଗତେ ୧ପାଦ ରାତ୍ର ୧୧:୦୪ ପର୍ଯ୍ୟନ୍ତ

– ନିଷିଦ୍ଧ ଖାଦ୍ୟ – ନଡିଆ ଓ ଆମିଷ

– ଶୁଭ ସମୟ –

ପ୍ରାତଃ ୦୬:୦୨ ରୁ ୦୭:୪୧

ଦିବା ୦୯:୧୩ ରୁ ୧୧:୨୩

ରାତ୍ର ୦୭:୪୭ ରୁ ୧୦:୦୬

– ଅଶୁଭ ସମୟ –

ଦିବା ୦୭:୪୧ ରୁ ୦୯:୦୨

ଦିବା ୦୨:୨୬ ରୁ ରାତ୍ର ୦୩:୪୭

ରାତ୍ର ୧୦:୦୬ ରୁ ୧୧:୪୫

୨୧.୧୨.୨୦୨୦

ସୋମବାର

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ଦିନର ପ୍ରତ୍ୟେକ ପରିବେଷରେ ଖୁସି ମିଳିବ, ଚାକିରି କ୍ଷେତ୍ରରେ ସୁଯୋଗ ସୁବିଧା ବଢିବ, ଲବଙ୍ଗଟିଏ ପାଟିରେ ରଖି ଦିନ କାଟନ୍ତୁ ।

ଦ୍ୱିଜା ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତି ଦୃଢ ରହିବ, କୌଣସି ସରକାରି ସହାୟତା ମିଳିବ ଏବଂ ଆଜି ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ ।

କୃତ୍ତିକା ନକ୍ଷତ୍ର – ଦାୟିତ୍ୱ ଏବଂ ଆର୍ଥିକ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ।

– ଶୁଭ ରଙ୍ଗ – ଧଳା

– ଓଁ ନମଃ ଶିବାୟ ୨୭ଥର ଜପ କରନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ମାନ ସମ୍ମାନ, ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।

ରୋହିଣି ନକ୍ଷତ୍ର – ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଅନ୍ତୁ ଶୁଭ ଖବର ମିଳିବ, ଇଛାପୂରଣ ହେବ ।

ମୃଗଶିରା ନକ୍ଷତ୍ର – ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ ମାତ୍ର ପରିବାରରେ କାହାର ସ୍ୱାସ୍ଥ୍ୟଚିନ୍ତା ରହିବ, ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ ।

– ଶୁଭ ରଙ୍ଗ – ହଳଦିଆ

– କାଉଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ ।

ଆର୍ଦ୍ରା ନକ୍ଷତ୍ର – ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ପ୍ରାପ୍ତିର ସୂଚନା ମିଳିବ ।

ପୂନର୍ବସୁ ନକ୍ଷତ୍ର – ଆଜି କିଛି ଚିନି ଓ ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ।

– ଶୁଭ ରଙ୍ଗ – ଲାଲ

– ପିତ୍ତଳ ବାସନରେ ହଳଦି ରଖି ନିଜର ମୁଖ୍ୟଦ୍ୱାରରେ ରଖିଦିଅନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ ।

ପୂଷ୍ୟା ନକ୍ଷତ୍ର – ଆୟ କମିବ ବ୍ୟୟ ବୃଦ୍ଧି ହେବ ଓ ଭୁଲ ନିଷ୍ପତିର ଶିକାର ହେବେ ।

ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର  ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।

– ଶୁଭ ରଙ୍ଗ – ହଳଦିଆ

– ଗୃହର ପଶ୍ଚିମ ଦିଗରେ ସୋରିଷ ତେଲର ଦ୍ୱୀପ ଲଗାଇ ଓଁ ଶଂ ଶନିଶ୍ଚରାୟ ନମଃ ୨୭ଥର ଜପ କରନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର – ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ପରିସ୍ଥତି ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଶୁଭରେ ଶୁଭରେ ଦିନ କଟିବ, କୌଣସି ପୁରୁଣା ଯୋଜନାରେ ସଫଳ ହେବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ଦ୍ରବ୍ୟ ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

– ଶୁଭରଙ୍ଗ – ଧଳା

– ହନୁମାନ ଚାଳିଷା ଜପକରି ଦିନ ଆରମ୍ଭ କରନ୍ତୁ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ବ୍ୟବସାୟରେ ଲାଭ ବଢିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳିବ, ବିବାହ ନିମନ୍ତେ ବାଟ ଖୋଲିବ ।

ହସ୍ତା ନକ୍ଷତ୍ର – କାର୍ଯ୍ୟରେ ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୂରଣ ହେବ ।

ଚିତ୍ରା ନକ୍ଷତ୍ର – ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ।

– ଶୁଭ ରଙ୍ଗ – ସବୁଜ

– ଓଁ ରାଂ ରାହବେ ନମଃ ୨୭ଥର ଜପ କରନ୍ତୁ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ ।

ସ୍ୱାତୀ ନକ୍ଷତ୍ର – ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ, ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ ।

ବିଶାଖା ନକ୍ଷତ୍ର – ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ, ଆଜି ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ପାଉଁସିଆ

– କଳା ପିମ୍ପୁଡିଙ୍କୁ ଚିନି ଗୁଡ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – ମନର ଆଶାପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ।

ଅନୁରାଧା ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ ।

ଜ୍ୟେଷ୍ଠା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ଆର୍ଥିକ ସ୍ୱଛଳତା ପରିଲିକ୍ଷିତ ହେବ ।

– ଶୁଭ ରଙ୍ଗ – ଲାଲ

– “ଓଁ ତାରା ଦେବୀ ନମଃ” ୨୭ଥର ଜପ କରନ୍ତୁ ଆର୍ଶିବାଦ ମିଳିବ ।

ଧନୁ ରାଶି

ମୂଳା ନକ୍ଷତ୍ର – ଆଜି ଚନ୍ଦନର ଟିକା ମଥାରେ ଲଗାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ।

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ମିଠା ଦାନ କରନ୍ତୁ ଅଟକିଥିବା କାମ ପୂରଣ ହେବ ।

ଉତ୍ତରାଷାଢା ନକ୍ଷତ୍ର – ଗଛିତ ଅର୍ଥ(ସେଭିଙ୍ଗସ ରୁଫ)ବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ।

– ଶୁଭ ରଙ୍ଗ – ଲାଲ

– ଗୃହର ତୁଳସି ଚଉରା ମୂଳରେ ଦ୍ୱୀପ ଦାନ କରନ୍ତୁ ଆର୍ଶିବାଦ ମିଳିବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଧୋକା ମିଳିବ, ଆଜି ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ ।

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ପିମ୍ପୁଡିଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଧନିଷ୍ଠା ନକ୍ଷତ୍ର – ଅନୁକୁଳ ସମୟ ରହିବ ଏବଂ ବାସନା ଅତର (ପର୍ଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ମିଳିବ ।

– ଶୁଭ ରଙ୍ଗ – ସବୁଜ

– ଚନ୍ଦନ ଗୋରଚନା ମିଶାଇ ମଥାରେ ଟିକା ଲଗାନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଆଜି କିଛି ଅଟା କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଶୁଭରେ ଶୁଭରେ ଦିନ କଟିବ ।

ଶତଭିଷା ନକ୍ଷତ୍ର – ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ।

ପୂର୍ବଭାଦ୍ର ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

– ଶୁଭ ରଙ୍ଗ – କଳା ନୀଳ

– ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଆଜି ଭାଗ୍ୟ ସାଥ ଦେବ ।

ଉତ୍ତରଭାଦ୍ର ନକ୍ଷତ୍ର – ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ବଢିବ ତେଣୁ ହନୁମାନଙ୍କ ନିମନ୍ତେ ଗୃହରେ ଦ୍ୱୀପ ଦିଅନ୍ତୁ ।‍

ରେବତୀ ନକ୍ଷତ୍ର – ଅଯଥା ଅର୍ଥହାନି ହେବ ଏବଂ ଅଗ୍ନି କିମ୍ବା ବିଦ୍ୟୁତ ଜନିତ ଦୁର୍ଘଟଣା ରହିବ ।

– ଶୁଭ ରଙ୍ଗ – ଗୋଲାପି ରଙ୍ଗ

– ସ୍ନାନସାରି ପଶ୍ଚିମ ଦିଗକୁ ମୁହଁ କରି ଶନି ଭଗବାନଙ୍କୁ ୮ଥର ଓଁ ଶଂ ଶନିଶ୍ଚରାୟ କହି ପ୍ରଣାମ କରି ଦିନ ଆରମ୍ଭ କରିବେ ।

 

ଗର୍ଗ ଜ୍ୟୋତିଷ – ଜ୍ୟୋତିରବିଦ୍ ଶ୍ରୀପତି ଆଚାର୍ଯ୍ୟ

କରୋନା ଟିକା ହଲାଲ୍ କି ନୁହେଁ ? ମୁସଲିମ୍ ଧର୍ମଗୁରୁଙ୍କ ମଧ୍ୟରେ ବିତର୍କ…

ଜାକର୍ତ୍ତା: ଗୋଟିଏ ପଟେ ଅନେକ କମ୍ପାନୀ କୋଭିଡ-୧୯ ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ଏବଂ ଅନେକ ଦେଶ ଭ୍ୟାକ୍ସିନ୍ ଡୋଜ୍ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପକ୍ଷରେ, କେତେକ ଧାର୍ମିକ ଗୋଷ୍ଠୀ ନିଷିଦ୍ଧ ଘୁଷୁରୀ ମାଂସରୁ ପ୍ରସ୍ତୁତ ଉତ୍ପାଦନ ଉପରେ ପ୍ରଶ୍ନ ଉଠାଉଛନ୍ତି । ଯେଉଁଥିପାଇଁ ଟୀକାକରଣ ଅଭିଯାନ ବାଧାପ୍ରାପ୍ତ ହେବାର ଭୟ ସୃଷ୍ଟି ହୋଇଛି । ଘୁଷୁରୀ ମାଂସକୁ ବ୍ୟବହାର କରି ତିଆରି ହୋଇଥିବା କୋଭିଡ-୧୯ ଟିକା ଇସଲାମିକ ଆଇନ୍ ଅନୁଯାୟୀ ଯଥାର୍ଥ କି ନୁହେଁ ସେନେଇ ସାରା ବିଶ୍ୱର ଇସଲାମ ଧର୍ମଗୁରୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ପ୍ରକୃତରେ, ଟିକା ସଂରକ୍ଷଣ ଏବଂ ପରିବହନ ସମୟରେ ନିରାପତ୍ତା ସହ କାର୍ଯ୍ୟକାରିତାକୁ ବଜାୟ ରଖିବା ପାଇଁ ଘୁଷୁରୀ ମାଂସରୁ ପ୍ରସ୍ତୁତ ଜେଲାଟିନ୍ ବହୁଳ ଭାବରେ ବ୍ୟବହୃତ ହୁଏ । କିଛି କମ୍ପାନୀ ଘୁଷୁରୀ ମାଂସ ବିନା ଟିକା ବିକଶିତ କରିବାରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଘୁଷୁରୀ ମାଂସ ବ୍ୟବହାର ନକରି ସ୍ୱିଜରଲ୍ୟାଣ୍ଡର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ‘ନୋଭାର୍ଟିସ୍’ ମେନିଞ୍ଜାଇଟିସ୍ ଟିକା ପ୍ରସ୍ତୁତ କରିଥିବାବେଳେ ସାଉଦି ଏବଂ ମାଲେସିଆର କମ୍ପାନୀ ଏଜେ ଫାର୍ମା ମଧ୍ୟ ସମାନ ଟିକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ।

ଯଦିଓ ଫାଇଜର, ମଡର୍ଣ୍ଣା ଏବଂ ଏଷ୍ଟ୍ରାଜେନେକା ମୁଖପାତ୍ର କହିଛନ୍ତି- ସେମାନଙ୍କର କୋଭିଡ-୧୯ ଟିକାରେ ଘୁଷୁରି ମାଂସରୁ ପ୍ରସ୍ତୁତ ଉତ୍ପାଦ ବ୍ୟବହାର ହୋଇନାହିଁ । ତଥାପି ଅନେକ କମ୍ପାନୀ ସେମାନଙ୍କ ଟିକାରେ ଘୁଷୁରି ମାଂସରୁ ପ୍ରସ୍ତୁତ ଉତ୍ପାଦ ବ୍ୟବହାର ହୋଇଛି କି ନାହିଁ ସ୍ପଷ୍ଟ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଇଣ୍ଡୋନେସିଆ ପରି ମୁସଲମାନ ବହୁଳ ଦେଶମାନଙ୍କର ଚିନ୍ତା ବଢ଼ି ଯାଇଛି ।

ବିଶେଷଜ୍ଞମାନେ କ’ଣ କୁହନ୍ତି ?

ବ୍ରିଟିଶ ଇସଲାମିକ ମେଡିକାଲ ଆସୋସିଏସନର ମହାସଚିବ ସଲମାନ ୱାକର କହିଛନ୍ତି ଯେ- ଘୁଷୁରୀ ମାଂସରୁ ପ୍ରସ୍ତୁତ ଦ୍ରବ୍ୟର ବ୍ୟବହାରକୁ ଧାର୍ମିକ ଦୃଷ୍ଟିରୁ ଅପବିତ୍ର ମାନୁଥିବା ୟହୁଦୀ ଏବଂ ମୁସଲମାନ ସମେତ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଟିକା ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ସିଡନୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ହରନୂର ରସିଦ କହିଛନ୍ତି- ଟୀକାକରଣରେ ଘୁଷୁରୀ ଜେଲାଟିନ ବ୍ୟବହାରକୁ ନେଇ ବିଭିନ୍ନ ଚର୍ଚ୍ଚାରୁ ସହମତି ପ୍ରକାଶ ପାଇଛି ଯେ ଏହା ଇସଲାମ ନିୟମ ଅନୁଯାୟୀ ଗ୍ରହଣୀୟ, କାରଣ ଯଦି ଟିକା ବ୍ୟବହାର କରାଯାଇନଥାନ୍ତା, ତେବେ ‘ବଡ କ୍ଷତି’ ଘଟିବ ।

ଇସ୍ରାଏଲର ରବାନୀ ସଂଗଠନ ‘ଜୋହର’ର ସଭାପତି ରାବଣ ଡେଭିଡ ଷ୍ଟେଭ କହିଛନ୍ତି- ୟହୁଦୀ ନିୟମ ଅନୁଯାୟୀ ଘୁଷୁରୀ ମାଂସ ଖାଇବା କିମ୍ବା ବ୍ୟବହାର ବିନା କାମ ନହେଉଥିଲ ତାର ବ୍ୟବହାର ବୈଧ । ସେ କହିଛନ୍ତି ଯେ- ଯଦି ଏହାକୁ ଇଞ୍ଜେକ୍ସନ ଭାବରେ ଗ୍ରହଣ କରାଯାଏ ଏବଂ ଏହାକୁ ଖାଆନ୍ତି ନାହିଁ ତେବେ ଏହା ଯଥାର୍ଥ ଅଟେ ଏବଂ ଏଥିରେ କୌଣସି ଅସୁବିଧା ନାହିଁ । ରୋଗ କ୍ଷେତ୍ରରେ ଏହାର ବ୍ୟବହାର ବିଶେଷ ଭାବରେ ବୈଧ ଅଟେ ।

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା ଘଟଣା, ୪ ଅଭିଯୁକ୍ତ କୋର୍ଟ ଚାଲାଣ

କାଲିମେଳା: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ନନ୍ଦାଗୁଡା ଗାଁରେ ଗତ ଶୁକ୍ରବାର ଦିନ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡରେ ସାମିଲ ୪ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡରେ ସାମିଲ୍ ୪ ଜଣ ଦେବା ବେଟୀ, ପଦିଆ ବାଡସେ, ଗଙ୍ଗା ବେଟୀ ଓ ପଦିଆ ଏମଲା ବୋଲି ଜଣାପଡ଼ିଛି ।  ଅଭିଯୁକ୍ତ ମାନେ ସେହି ଗ୍ରାମର ବାସିନ୍ଦା । ଦୀର୍ଘଦିନ ଧରି ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ସେମାନେ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ନେଇ ପଡ଼ିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି ।

 Malkangiri Murder Accused Forwarded To Court Breaking News

ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ଉକ୍ତ ଚାରିଜଣ ପୂର୍ବ ଯୋଜନା ମୁତାବକ କାରାମ କାନାର ଘରକୁ ଯାଇଥିଲେ । ପରେ ତାଙ୍କୁ ଘରୁ ଡାକି ଆଣି ଅଗଣାରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭତ୍ସ ଭାବେ ଗଳା କାଟି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ମୃତ ଶରୀରକୁ ଗାଁ ଠାରୁ ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳକୁ ନେଇ ମୁଣ୍ଡରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ।

 Malkangiri Murder Accused Forwarded To Court

ପରେ ବଳକା ଶରୀରକୁ ନଦୀପଠା ବାଲିରେ ପୋତି ଦେଇଥିଲେ । ଗତକାଲି ମୃତକଙ୍କ ସ୍ତ୍ରୀ ପଡ଼ିଆ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଶରୀର ଅବଶିଷ୍ଟ ନଦୀପଠାରୁ ଖୋଳି ବାହାର କରିଥିଲା । ପୋଲିସ ଆଖପାଖ ଅଞ୍ଚଳରେ ଚଢ଼ାଉ କରି ୪ ହତ୍ୟାକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ବ୍ରିଟେନରେ ଉଗ୍ର ହେଉଛି କରୋନାର ନୂଆ ରୂପ

ଲଣ୍ଡନ: ବ୍ରିଟେନରେ କରୋନାଭାଇରସର ନୂଆ ଷ୍ଟ୍ରେନ୍ ଉଗ୍ର ରୂପ ନେବାରେ ଲାଗିଛି । ସାରା ବିଶ୍ୱ କରୋନା ଟିକା ବିତରଣ ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ରିଟେନ୍‌ରେ କରୋନାର ନୂଆ ରୂପ ଯୋଗୁଁ ଲଣ୍ଡନ ଓ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଟାୟାର-୪ ସ୍ତରର କଟକଣା ଲଗାଯାଇଛି ।

ଏବେ ବ୍ରିଟେନରେ ଯେଉଁ କରୋନା ଭୂତାଣୁ ଠାବ କରାଯାଇଛି, ତାହା ପୂର୍ବ କରୋନା ଭୂତାଣୁଠାରୁ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାଛଡ଼ା ଏହା ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ରହିଛି ।ଏଭଳି ସମୟରେ ସଂକ୍ରମଣ ବ୍ୟାପିବା ଉପରେ ରୋକ୍‌ ଲଗାଇବା ପାଇ ପୁଣିଥରେ କଟକଣା ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କହିଛନ୍ତି ।

ସୂଚନା ମୁତାବକ ଟାୟାର-୪ କଟକଣା ଲାଗୁ ପରେ ଲୋକମାନେ ଘରବାହାରେ ଲୋକଙ୍କ ସହ ମିଳାମିଶା କରିପାରିବେ ନାହି । ରାତିରେ କେହି ଘରଠାରୁ ବାହାରେ ରହିବା ଉପରେ ମଧ୍ୟ କଟକଣା ଲଗାଯାଇଛି । କରୋନା ସଂକ୍ରମଣ ଭୟରେ ଆସନ୍ତା ୨୫ ତାରିଖ ବଡ଼ଦିନ ପାଳନ ମଧ୍ୟ ବନ୍ଦ ରହିବ ବୋଲି ବୋରିସ୍ କହିଛନ୍ତି । ଖାସକରି ହଟସ୍ପଟ ଅଞ୍ଚଳରେ ଏହି କଟକଣା ଲାଗୁ କରାଯାଇଛି ।