spot_img
Home Blog Page 6214

କରୋନା ଟିକା ହଲାଲ୍ କି ନୁହେଁ ? ମୁସଲିମ୍ ଧର୍ମଗୁରୁଙ୍କ ମଧ୍ୟରେ ବିତର୍କ…

ଜାକର୍ତ୍ତା: ଗୋଟିଏ ପଟେ ଅନେକ କମ୍ପାନୀ କୋଭିଡ-୧୯ ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ଏବଂ ଅନେକ ଦେଶ ଭ୍ୟାକ୍ସିନ୍ ଡୋଜ୍ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପକ୍ଷରେ, କେତେକ ଧାର୍ମିକ ଗୋଷ୍ଠୀ ନିଷିଦ୍ଧ ଘୁଷୁରୀ ମାଂସରୁ ପ୍ରସ୍ତୁତ ଉତ୍ପାଦନ ଉପରେ ପ୍ରଶ୍ନ ଉଠାଉଛନ୍ତି । ଯେଉଁଥିପାଇଁ ଟୀକାକରଣ ଅଭିଯାନ ବାଧାପ୍ରାପ୍ତ ହେବାର ଭୟ ସୃଷ୍ଟି ହୋଇଛି । ଘୁଷୁରୀ ମାଂସକୁ ବ୍ୟବହାର କରି ତିଆରି ହୋଇଥିବା କୋଭିଡ-୧୯ ଟିକା ଇସଲାମିକ ଆଇନ୍ ଅନୁଯାୟୀ ଯଥାର୍ଥ କି ନୁହେଁ ସେନେଇ ସାରା ବିଶ୍ୱର ଇସଲାମ ଧର୍ମଗୁରୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ପ୍ରକୃତରେ, ଟିକା ସଂରକ୍ଷଣ ଏବଂ ପରିବହନ ସମୟରେ ନିରାପତ୍ତା ସହ କାର୍ଯ୍ୟକାରିତାକୁ ବଜାୟ ରଖିବା ପାଇଁ ଘୁଷୁରୀ ମାଂସରୁ ପ୍ରସ୍ତୁତ ଜେଲାଟିନ୍ ବହୁଳ ଭାବରେ ବ୍ୟବହୃତ ହୁଏ । କିଛି କମ୍ପାନୀ ଘୁଷୁରୀ ମାଂସ ବିନା ଟିକା ବିକଶିତ କରିବାରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଘୁଷୁରୀ ମାଂସ ବ୍ୟବହାର ନକରି ସ୍ୱିଜରଲ୍ୟାଣ୍ଡର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ‘ନୋଭାର୍ଟିସ୍’ ମେନିଞ୍ଜାଇଟିସ୍ ଟିକା ପ୍ରସ୍ତୁତ କରିଥିବାବେଳେ ସାଉଦି ଏବଂ ମାଲେସିଆର କମ୍ପାନୀ ଏଜେ ଫାର୍ମା ମଧ୍ୟ ସମାନ ଟିକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ।

ଯଦିଓ ଫାଇଜର, ମଡର୍ଣ୍ଣା ଏବଂ ଏଷ୍ଟ୍ରାଜେନେକା ମୁଖପାତ୍ର କହିଛନ୍ତି- ସେମାନଙ୍କର କୋଭିଡ-୧୯ ଟିକାରେ ଘୁଷୁରି ମାଂସରୁ ପ୍ରସ୍ତୁତ ଉତ୍ପାଦ ବ୍ୟବହାର ହୋଇନାହିଁ । ତଥାପି ଅନେକ କମ୍ପାନୀ ସେମାନଙ୍କ ଟିକାରେ ଘୁଷୁରି ମାଂସରୁ ପ୍ରସ୍ତୁତ ଉତ୍ପାଦ ବ୍ୟବହାର ହୋଇଛି କି ନାହିଁ ସ୍ପଷ୍ଟ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଇଣ୍ଡୋନେସିଆ ପରି ମୁସଲମାନ ବହୁଳ ଦେଶମାନଙ୍କର ଚିନ୍ତା ବଢ଼ି ଯାଇଛି ।

ବିଶେଷଜ୍ଞମାନେ କ’ଣ କୁହନ୍ତି ?

ବ୍ରିଟିଶ ଇସଲାମିକ ମେଡିକାଲ ଆସୋସିଏସନର ମହାସଚିବ ସଲମାନ ୱାକର କହିଛନ୍ତି ଯେ- ଘୁଷୁରୀ ମାଂସରୁ ପ୍ରସ୍ତୁତ ଦ୍ରବ୍ୟର ବ୍ୟବହାରକୁ ଧାର୍ମିକ ଦୃଷ୍ଟିରୁ ଅପବିତ୍ର ମାନୁଥିବା ୟହୁଦୀ ଏବଂ ମୁସଲମାନ ସମେତ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଟିକା ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ସିଡନୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ହରନୂର ରସିଦ କହିଛନ୍ତି- ଟୀକାକରଣରେ ଘୁଷୁରୀ ଜେଲାଟିନ ବ୍ୟବହାରକୁ ନେଇ ବିଭିନ୍ନ ଚର୍ଚ୍ଚାରୁ ସହମତି ପ୍ରକାଶ ପାଇଛି ଯେ ଏହା ଇସଲାମ ନିୟମ ଅନୁଯାୟୀ ଗ୍ରହଣୀୟ, କାରଣ ଯଦି ଟିକା ବ୍ୟବହାର କରାଯାଇନଥାନ୍ତା, ତେବେ ‘ବଡ କ୍ଷତି’ ଘଟିବ ।

ଇସ୍ରାଏଲର ରବାନୀ ସଂଗଠନ ‘ଜୋହର’ର ସଭାପତି ରାବଣ ଡେଭିଡ ଷ୍ଟେଭ କହିଛନ୍ତି- ୟହୁଦୀ ନିୟମ ଅନୁଯାୟୀ ଘୁଷୁରୀ ମାଂସ ଖାଇବା କିମ୍ବା ବ୍ୟବହାର ବିନା କାମ ନହେଉଥିଲ ତାର ବ୍ୟବହାର ବୈଧ । ସେ କହିଛନ୍ତି ଯେ- ଯଦି ଏହାକୁ ଇଞ୍ଜେକ୍ସନ ଭାବରେ ଗ୍ରହଣ କରାଯାଏ ଏବଂ ଏହାକୁ ଖାଆନ୍ତି ନାହିଁ ତେବେ ଏହା ଯଥାର୍ଥ ଅଟେ ଏବଂ ଏଥିରେ କୌଣସି ଅସୁବିଧା ନାହିଁ । ରୋଗ କ୍ଷେତ୍ରରେ ଏହାର ବ୍ୟବହାର ବିଶେଷ ଭାବରେ ବୈଧ ଅଟେ ।

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା ଘଟଣା, ୪ ଅଭିଯୁକ୍ତ କୋର୍ଟ ଚାଲାଣ

କାଲିମେଳା: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ନନ୍ଦାଗୁଡା ଗାଁରେ ଗତ ଶୁକ୍ରବାର ଦିନ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡରେ ସାମିଲ ୪ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡରେ ସାମିଲ୍ ୪ ଜଣ ଦେବା ବେଟୀ, ପଦିଆ ବାଡସେ, ଗଙ୍ଗା ବେଟୀ ଓ ପଦିଆ ଏମଲା ବୋଲି ଜଣାପଡ଼ିଛି ।  ଅଭିଯୁକ୍ତ ମାନେ ସେହି ଗ୍ରାମର ବାସିନ୍ଦା । ଦୀର୍ଘଦିନ ଧରି ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ସେମାନେ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ନେଇ ପଡ଼ିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି ।

 Malkangiri Murder Accused Forwarded To Court Breaking News

ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ଉକ୍ତ ଚାରିଜଣ ପୂର୍ବ ଯୋଜନା ମୁତାବକ କାରାମ କାନାର ଘରକୁ ଯାଇଥିଲେ । ପରେ ତାଙ୍କୁ ଘରୁ ଡାକି ଆଣି ଅଗଣାରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭତ୍ସ ଭାବେ ଗଳା କାଟି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ମୃତ ଶରୀରକୁ ଗାଁ ଠାରୁ ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳକୁ ନେଇ ମୁଣ୍ଡରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ।

 Malkangiri Murder Accused Forwarded To Court

ପରେ ବଳକା ଶରୀରକୁ ନଦୀପଠା ବାଲିରେ ପୋତି ଦେଇଥିଲେ । ଗତକାଲି ମୃତକଙ୍କ ସ୍ତ୍ରୀ ପଡ଼ିଆ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ଶରୀର ଅବଶିଷ୍ଟ ନଦୀପଠାରୁ ଖୋଳି ବାହାର କରିଥିଲା । ପୋଲିସ ଆଖପାଖ ଅଞ୍ଚଳରେ ଚଢ଼ାଉ କରି ୪ ହତ୍ୟାକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ବ୍ରିଟେନରେ ଉଗ୍ର ହେଉଛି କରୋନାର ନୂଆ ରୂପ

ଲଣ୍ଡନ: ବ୍ରିଟେନରେ କରୋନାଭାଇରସର ନୂଆ ଷ୍ଟ୍ରେନ୍ ଉଗ୍ର ରୂପ ନେବାରେ ଲାଗିଛି । ସାରା ବିଶ୍ୱ କରୋନା ଟିକା ବିତରଣ ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ରିଟେନ୍‌ରେ କରୋନାର ନୂଆ ରୂପ ଯୋଗୁଁ ଲଣ୍ଡନ ଓ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଟାୟାର-୪ ସ୍ତରର କଟକଣା ଲଗାଯାଇଛି ।

ଏବେ ବ୍ରିଟେନରେ ଯେଉଁ କରୋନା ଭୂତାଣୁ ଠାବ କରାଯାଇଛି, ତାହା ପୂର୍ବ କରୋନା ଭୂତାଣୁଠାରୁ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାଛଡ଼ା ଏହା ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ରହିଛି ।ଏଭଳି ସମୟରେ ସଂକ୍ରମଣ ବ୍ୟାପିବା ଉପରେ ରୋକ୍‌ ଲଗାଇବା ପାଇ ପୁଣିଥରେ କଟକଣା ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କହିଛନ୍ତି ।

ସୂଚନା ମୁତାବକ ଟାୟାର-୪ କଟକଣା ଲାଗୁ ପରେ ଲୋକମାନେ ଘରବାହାରେ ଲୋକଙ୍କ ସହ ମିଳାମିଶା କରିପାରିବେ ନାହି । ରାତିରେ କେହି ଘରଠାରୁ ବାହାରେ ରହିବା ଉପରେ ମଧ୍ୟ କଟକଣା ଲଗାଯାଇଛି । କରୋନା ସଂକ୍ରମଣ ଭୟରେ ଆସନ୍ତା ୨୫ ତାରିଖ ବଡ଼ଦିନ ପାଳନ ମଧ୍ୟ ବନ୍ଦ ରହିବ ବୋଲି ବୋରିସ୍ କହିଛନ୍ତି । ଖାସକରି ହଟସ୍ପଟ ଅଞ୍ଚଳରେ ଏହି କଟକଣା ଲାଗୁ କରାଯାଇଛି ।

କରୋନା ଟିକା ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଲାଇଭ୍ ସୋରେ କରୋନା ଟିକା ନେଇଛନ୍ତି । ଇସ୍ରାଏଲର ପ୍ରଥମ ନାଗରିକ ଭାବେ ସେ ଏହି ଟିକା ନେଇଛନ୍ତି ।

ଦେଶବାସୀଙ୍କୁ ମନରେ ଜାଗ୍ରତ ଓ ସାହସିକତା ପାଇଁ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ସେ ଟିକା ନେଇଛନ୍ତି । ଏଥି ସହ ସାରା ବିଶ୍ୱରେ ଯେଉଁ ବଡବଡ ନେତାମାନେ ଟିକା ନେବାକୁ ଯାଉଛନ୍ତି ସେମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

ଫାଇଜର୍ ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ନେବାପରେ ସୁସ୍ଥ ଅଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍। ଟିକା ନେବାପରେ ନେତନ୍ୟାହୁ କହିଛନ୍ତି, ଆଜି ଇସ୍ରାଏଲ ପାଇଁ ଏକ ବଡ ଦିନ । ସାରା ଦେଶବାସୀ ଦୀର୍ଘ ଏକ ବର୍ଷ ଧରି କରୋନା ବିରୋଧରେ ଲଢେଇ ଜାରି ରଖିଥିଲେ । ଏବେ ଟିକା ନେବା ପରେ ଭୂତାଣୁର ଭୟ ଦୂର ହେବାରେ ଲାଗିଛି ।

ତେବେ ରବିବାର ଇସ୍ରାଏଲ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଲୋକଙ୍କୁ କରୋନା ଟିକା ମିଳିବ । ଇସ୍ରାଏଲ ସରକାର କରୋନାକୁ ମାତ ଦେବା ପାଇଁ ଲକ୍ଷ ଲକ୍ଷ ଡୋଜ୍ ମହଜୁଦ ରଖିଛନ୍ତି ।

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଅମଳ ନଷ୍ଟ

ନବରଙ୍ଗପୁର: ନିମିଷକେ ଧୂଳିସାତ୍ ହୋଇଗଲା ସ୍ୱପ୍ନ । ପାଉଁଶ ହୋଇଗଲା ବର୍ଷ ଯାକର ପରିଶ୍ରମ । ନିଆଁ ଆଁରେ ଜଳି ଯାଇଛି ଧାନ ଖଳାରେ ଥିବା ଏକର ଏକର ଫସଲ । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଧାନ ଖଳାରେ ଲାଗିଥିବା ନିଆଁ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ରାବଣାଗୁଡ଼ା ଗାଁରେ ଘଟିଛି ନିଆଁ ଲାଗି ଜଳି ଯାଇଛି ଧାନ ଖଳା । ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗି ୮୦ ଏକରରୁ ଅଧିକ ଧାନ ଫସଲ ପୋଡ଼ି ଯାଇଛି ।

Massive Fire In Paddy Field Of Nabarangpur

ରାବଣାଗୁଡ଼ା ଗାଁର ଧାନ ଖଳାରେ ୧୦ରୁ ଅଧିକ ଚାଷୀଙ୍କ ପ୍ରାୟ ୮୦ ଏକରର ଧାନ ଗଦା ଏକାଠି ଥିଲା । ତେବେ କୌଣସି କାରଣରୁ ଅଚାନକ ଗୋଟିଏ ଧାନ ଗଦାରେ ନିଆଁ ଲାଗି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହଠାତ୍ ନିଆଁ କରାଳ ରୂପ ଧାରଣ କରି ଗୋଟିଏ ପରେ ଗୋଟିଏ ଏଭଳି ପାଖାପାଖି ଥିବା ଧାନ ଗଦାକୁ କବଳିତ କରି ନେଇଥିଲା । ଗ୍ରାମବାସୀ ନିଜେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

Massive Fire In Paddy Field Of Nabarangpur

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଧାନ ସବୁ ପୋଡ଼ି ଯାଇଛି । ଗୁରୁବନ୍ଧୁ ଭତ୍ରା, ମାଧବ ଭତ୍ରା, ଚୈତନ୍ୟ ଭତ୍ରା, ଗଙ୍ଗାଧର ଭତ୍ରା, କୁମ ଭତ୍ରା, ମାନସିଂ ଭତ୍ରା, ବଂଶୀ ଭତ୍ରା , ବନସିଂ ଭତ୍ରା, ଉର୍ଭବ ଭତ୍ରା, ଖଗ ଗୌଡ଼, ସୁରେନ୍ଦ୍ରଭତ୍ରା, ମାଧବ ଗୌଡ଼, ମକରନ୍ଦ ଭତ୍ରା, ଭଗନୁ ଭତ୍ରା, ଘାସିରାମ ପୂଜାରୀ, ଚାଷୀଙ୍କ ଧାନ ଫସଲ ପୋଡି ଯାଇଥିବା ସୂଚନା ମିଳିଛି । ୧୪ ଚାଷୀ ଙ୍କ ପ୍ରାୟ ୧ ହଜାର କ୍ୱିଣ୍ଟାଲ ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ସହଯୋଗ କରିଥିଲେ ।

ଆଉ ଏକ ଖୁଲାସା କଲେ ଓ୍ୱାଜିଦଙ୍କ ପତ୍ନୀ, ଧର୍ମ ପରିବର୍ତ୍ତନ କରିବା ଲାଗି ମିଳିଥିଲା ତଲାକ ଧମକ

ମୁମ୍ବାଇ: ବଲିଉଡର ଜଣାଶୁଣା କମ୍ପୋଜର ଓ୍ୱାଜିଦ୍ ଖାନଙ୍କ ନିଧନକୁ ୫ ମାସ ବିତିଗଲାଣି । ଏଭଳି ସମୟରେ ପତ୍ନୀ କମଲରୁଖ ଖାନ ସ୍ୱାମୀଙ୍କୁ ନେଇ ଆଉ ଏକ ଖୁଲାସା କରିଛନ୍ତି । ଏକଦା ଧର୍ମ ପରିବର୍ତ୍ତନ ନକଲେ ଓ୍ୱାଜିଦ ତାଙ୍କୁ ତଲାକ ଦେବେ ବୋଲି କହିଥିଲେ ।

ଏକ ସାକ୍ଷାତକାରରେ କମଲରୁଖ ପ୍ରକାଶ କରିଛନ୍ତି, ୱାଜିଦ୍ ଖାନ ତାଙ୍କ ଉପରେ ଧର୍ମ ପରିବର୍ତ୍ତନ ପାଇଁ  ଚାପ ପକାଉଥିଲେ।କେବଳ ଏତିକି ନୁହେଁ, ୱାଜିଦ୍ ଖାନ୍ ମଧ୍ୟ ଧର୍ମ ପରିବର୍ତ୍ତନ ନକଲେ ଛାଡପତ୍ର ହେବାର ଧମକ ଦେଇଥିଲେ। ଯେଉଁଥିପାଇଁ ସେ ପ୍ରାୟ ୬ ବର୍ଷ ଧରି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ମଧ୍ୟ ରହିଥିଲେ।

ୱାଜିଦ୍ ୨୦୧୪ରେ କମଲରୁଖଙ୍କୁ ଛାଡପତ୍ର ଦେବା ପାଇଁ ଏକ ମାମଲା ମଧ୍ୟ ଦାଏର କରିଥିଲେ । ହେଲେ ତଲାକ ହୋଇପାରିନଥିଲା । କିନ୍ତୁ ପରେ ୱାଜିଦ୍ ତାଙ୍କର ଭୁଲ ବୁଝିପାରି କମଲରୁଖଙ୍କୁ କ୍ଷମା ମାଗିଥିଲେ ବୋଲି ସେ କହିଛନ୍ତି ।

ଗାଧୋଇବା ବେଳେ କୋଏଲ ନଦୀରେ ବୁଡ଼ିଗଲେ ୪ ଛାତ୍ର

ରାଉରକେଲା: ରାଉରକେଲା ସହର ନିକଟସ୍ଥ ଝିରପାଣୀ ଜମସେରା ଘାଟରେ ଅଘଟଣ । ଜାମସେରା ଘାଟରେ ଗାଧୋଇବା ସମୟରେ କୋଏଲ ନଦୀରେ ୪ ଜଣ ଛାତ୍ର ବୁଡ଼ି ଯାଇଥିଲେ । ସ୍ଥାନୀୟ ବାସିନ୍ଦା ଜଣେ ଛାତ୍ରଙ୍କୁ ତୁରନ୍ତ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଚି ଅଗ୍ନିଶମ ବାହିନୀ । ତେବେ ଅନ୍ୟଜଣେ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

4 Students Drowned In Koel River Rourkela

ରାଉରକେଲା ସହରର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୯ ଜଣ ଛାତ୍ର ବଣଭୋଜି କରିବା ପାଇଁ ଆସିଥିଲେ । କୋଏଲ ନଦୀ କୂଳରେ ବଲ୍ ଖେଳିବା ପରେ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ୪ ଜଣ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ ।

4 Students Drowned In Koel River Rourkela

ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ବିଶ୍ରା ଓ ନୂଆଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଅନ୍ଧାର ହୋଇଯାଇଥିବାରୁ ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ।

ଛୁରୀ ଦେଖାଇ ଡରାଉଥିଲେ, ଗିରଫ ହେଲେ ୨ ’ଲେଡି ଡନ୍’

ଭୋପାଳ: ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ପଥଚାରୀଙ୍କୁ ଛୁରୀ ଦେଖାଇ ଡରାଉଥିବା ଦୁଇ ଲେଡି ଡନଙ୍କୁ ଗିରଫ କରିଛି ପୋଲିସ । ନିକଟରେ ଏହି ଦୁଇ ଯୁବତୀ ତୁକୋଗଞ୍ଜ ଥାନା ଅନ୍ତର୍ଗତ ଏକ ଦୋକାନରେ ଅନ୍ୟ ଜଣେ ଯୁବତୀଙ୍କୁ ମାଡ ମାରିଥିଲେ ବୋଲି ସନ୍ଦେହ କରାଯାଉଛି ।

ରବିବାର ଦିନ ଏହି ଦୁଇ ଲେଡି ଡନ୍ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେବା ସହ ଛୁରୀ ଦେଖାଇ ଧମକାଇ ଥିଲେ । ଯାହା ପରେ ଘଟଣାସ୍ଥଳରେ ଭିଡ ଜମିଥିଲା । ହେଲେ ସେହି ଦୁଇ ଜଣ ଉପସ୍ଥିତ ଅନ୍ୟ ଲୋକମାନଙ୍କୁ ମଧ୍ୟ ଛୁରୀ ଦେଖାଇବାକୁ ପଛାଇନଥିଲେ ।

ପରେ ଖବର ପାଇ ସରାଫା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁଇ ଜଣଙ୍କୁ ଧରି ଥାନା ନେଇଯାଇଥିଲା । ଏନେଇ ଏଏସପି ରାଜେଶ ବ୍ୟାସ୍ କହିଛନ୍ତି, ଯୁବତୀଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି ଖୋଳତାଡ ଜାରି ରହିଛି । ଏଥିସହିତ ସେମାନେ ପୂର୍ବରୁ ଆଉ କେଉଁ ଅପରାଧିକ ମାମଲାରେ ଜଡିତ ସେନେଇ ମଧ୍ୟ ଯାଞ୍ଚ ଜାରି ରହିଛି ।

ପେଶାରେ ଇଞ୍ଜିନିୟର ନିଶାରେ ଡ୍ୟାନସର୍: ଚର୍ଚ୍ଚାରେ ଯୁବ ଇଞ୍ଜିନିୟର ଦେବାଶିଷ

ଭୁବନେଶ୍ୱର: ପେଶାରେ ଇଞ୍ଜିନିୟର ନିଶାରେ କଳାକାର। ଭୁବନେଶ୍ୱରର ଯୁବ ଇଞ୍ଜିନିୟର ଦେବାଶିଷ ସାହୁ ଡିଜିଟାଲ୍ ଦୁନିଆରେ ସେ ଓଡ଼ିଆ ସଂସ୍କୃତି ଓ ଐତିହକୁ ସରକ୍ଷଣ କରୁଛନ୍ତି।  ଆଜି ଯେଉଁଠି ଯୁବପିଢ଼ି IIM କିମ୍ବା IITରେ ପଢ଼ିବା ପାଇଁ ଦିନରାତି ଚେଷ୍ଟା କରୁଛନ୍ତି ଏବଂ ନିଜର ପ୍ରିତିଭା ଓ ନିଶାକୁ ଏଡ଼ାଇଦେଇ କେବଳ ଚାକିରୀ ପଛରେ ଧାଉଁଛନ୍ତି ସେଇଠି ଦେବାଶିଷ କିନ୍ତୁ ବାଛିଛନ୍ତି ଏକ ଭିନ୍ନ ବାଟ। ୟୁଟ୍ୟୁବ ଚ୍ୟାନେଲ କରି ଏକ ଭିନ୍ନ ଡ୍ୟାନ୍ସ ଶୈଳୀ ପ୍ରଦର୍ଶନ କରି ଲୋକଙ୍କ ମନ ଜିଣୁଛନ୍ତି।

ଦେବାଶିଷ ନିଜେ ଜଣେ ଡ୍ୟାନସର୍। କାମର ବ୍ୟସ୍ତତା ଭିତରେ ବି ସେ ନିଜ ପ୍ୟାଶନକୁ ଛାଡ଼ି ନାହାଁନ୍ତି। ଦେବାଶିଷଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। ଏହି ଚ୍ୟାନେଲରେ ସେ ନିଜର ବିଭିନ୍ନ ପ୍ରକାରର ଡ୍ୟାନ୍ସ ଭିଡିଓ ସବୁ ଅପଲୋଡ କରୁଛନ୍ତି। ସବୁଠୁ ଭଲ କଥା ହେଉଛି, ଓଡ଼ିଆ ସଂସ୍କୃତି ଧୀରେ ଧୀରେ ଲୋପ ପାଉଥିବା ବେଳେ ସେ ଓଡ଼ିଆର ବିଭିନ୍ନ ଗୀତ ପୂରୁଣା ଗୀତ ଓ ଭଜନରେ ଡ୍ୟାନ୍ସ କରି ଭିଡିଓ ଅପଲୋଡ କରୁଛନ୍ତି।

ଏସବୁ ବ୍ୟତୀତ ସେ ନିଜ ଚ୍ୟାନେଲରେ ଏକ ନିଆରା ଡ୍ୟାନ୍ସ ଶୈଳୀ ‘ଷ୍ଟପ ମୋଶନ କ୍ରିଏଟିଭ ଡ୍ୟାନ୍ସ’ ଭିଡିଓ କରିବା ମଧ୍ୟ ଆରମ୍ଭ କରିଛନ୍ତି। ଏହି ଶୈଳୀରେ ତାଙ୍କର ପ୍ରଥମ ଭିଡିଓକୁ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ ଏହା ବେଶ୍ ଭାଇରାଲ ହୋଇଥିଲା। ଦେବାଷିଶଙ୍କ ଏହି ଭିଡିଓ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏହା ଏକ ଏପରି ଡ୍ୟାନ୍ସ ଶୈଳୀ ଯେଉଁଥିରେ ବିଭିନ୍ନ ଫଟୋକୁ ସଂଗ୍ରହ କରି ଆନିମେଶନ ମାଧ୍ୟମରେ ପ୍ରସ୍ତୁତ କରାଯାଏ। ଆଜି ଯାଏ ଓଡ଼ିଆ ଗୀତରେ ଏପରି ଭିଡିଓ ତିଆରି ହୋଇନି। ଦେବାଶିଷ କିନ୍ତୁ ଆଗକୁ ଏହା କରିବାକୁ ଲକ୍ଷ ରଖିଛନ୍ତି।

ଏସବୁ କରିବା ପାଇଁ ଦେବାଶିଷଙ୍କୁ କିନ୍ତୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ୁଛି। ସେ ୱାନମ୍ୟାନ୍ ଆର୍ମି ଭଳି କାମ କରୁଛନ୍ତି। ଅର୍ଥାତ ନିଜେ ଡ୍ୟାନସ କରୁଛନ୍ତି ନିଜେ ଶୁଟିଂ କରୁଛନ୍ତି ପୁଣି ନି ଏଡିଟିଂ ମଧ୍ୟ କରୁଛନ୍ତି। ସେ ପ୍ରତିଦିନ ଭୋର୍ ୪ରୁ ଉଠି ନାଚ ଅଭ୍ୟାସ କରନ୍ତି ଓ ପରେ ଶୁଟିଂ କରନ୍ତି। ଏହାପରେ ସକାଳ ୯ଟାରୁ ସେ ଅଫିସ୍ ପାଇଁ ବାହାରିଯାଆନ୍ତି। ପୁଣି ରାତି ୯ଟା ପରେ ଅଫିସରୁ ଫେରି ସକାଳେ ଶୁଟିଂ କରିଥିବା ଭିଡିଓକୁ ଏଡିଟିଂ କରି ଅପଲୋଡ କରିଥାନ୍ତି। ତେବେ ଏହି ପରିଶ୍ରମର ଫଳ ସେ ନିଶ୍ଚିତ ପାଇବେ ବୋଲି ଆଶା କରାଯାଉଛି।

 

ଏସଆଇଟି କବଜାରେ ପରୀ ହତ୍ୟା ଅଭିଯୁକ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ଏସଆଇଟି ସ୍ପଷ୍ଟ କରିଛି । ତେବେ ଏସଆଇଟି ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ । ଆସନ୍ତାକାଲି ପକସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ଅଭିଯୁକ୍ତ ନାଁରେ ସଙ୍ଗୀନ ଦଫା ଲାଗିଛି । IPCର ଧାରା ୩୭୬-ଏ/୩୭୬-ଏବି/୩୬୪/୩୦୨/୨୦୧ ଦଫା ଲାଗିଛି ଅଭିଯୁକ୍ତ ବିରୋଧରେ ।

SIT Arrested One Accused  In Pari Murder Case

ଗତକାଲି ଏସଆଇଟି ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଉଠାଇ ଆଣି ଜେରା କରିଥିଲା । ପଲିଗ୍ରାଫ ଟେଷ୍ଟ ପରେ ସରୋଜଙ୍କୁ ଅଟକ ରଖାଯାଇଥିଲା । ପୂର୍ବରୁ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଥିଲା ଏସଆଇଟି । ଏନେଇ ଏସଆଇଟି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ।

SIT Arrested One Accused  In Pari Murder Case

ପରୀ ହତ୍ୟା ମାମଲାର ତଦନ୍ତ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଟିମ୍‌ କରୁଛନ୍ତି । ଗତ ଜୁଲାଇ ୨୩ରେ ନୟାଗଡ଼ ଜିଲ୍ଲା ଯଦୁପୁରର ପରୀକୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିଲା । ପରୀକୁ ପରେ ଘର ବାରିପଟେ ଅସ୍ତି କଙ୍କାଳକୁ ଫିଙ୍ଗି ଦିଆଯାଇଥିଲା । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ପହିଲାରୁ ଏସଆଇଟି ଆରମ୍ଭ କରିଥିଲା ତଦନ୍ତ ।