spot_img
Home Blog Page 6218

ରାଜରାସ୍ତାରେ ଲୁଟ୍‌ ଉଦ୍ୟମ, କାର ଡ୍ୟାସବୋର୍ଡ କ୍ୟାମେରାରେ ରେକର୍ଡ ହେଲା ପୁରା ଦୃଶ୍ୟ

ଯାଜପୁର: ରାଜରାସ୍ତାରେ ଲୁଟ ଉଦ୍ୟମର । ଭାଇରାଲ ହେଉଛି ଭିଡିଓ । ଏଥିରେ କିଛି ଦୁର୍ବୃତ୍ତ ଏକ କାରକୁ ଅଟକାଇ ଲୁଟ୍‌ କରିବାକୁ ଉଦ୍ୟମ କରୁଛନ୍ତି । ଯାହା କାରରେ ଲାଗିଥିବା ଡ୍ୟାସବୋର୍ଡ କ୍ୟାମେରାରେ ରେକର୍ଡ ହୋଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଏହି ଦୃଶ୍ୟ ଭାଇରାଲ ହେଉଛି । ଡୁବୁରୀ ଟମକା ରାସ୍ତାର ଡୁବୁରୀ କଲେଜ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଏକ ଶିଳ୍ପ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ବିଳମ୍ବିତ ରାତିରେ କଲେଜ ରାସ୍ତା ଦେଇ ଯାଉଥିବା ବେଳେ ୫/୬ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ହାତରେ ମାରଣା ଅସ୍ତ୍ରଶସ୍ତ୍ର ଧରିଥିଲେ । ଏହା ଦେଖି କାର ଚଳାଉଥିବା ବ୍ୟକ୍ତି ଜଣକ ନିଜ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ହେଲେ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାରକୁ ଦ୍ରୁତ ଗତିରେ ସେ ପଛକୁ ନେଇଆସିଥିଲେ । ଯାହାର ଦୃଶ୍ୟ କାରରେ ଲାଗିଥିବା ଡ୍ୟାସବୋର୍ଡ କ୍ୟାମେରାରେ ରେକର୍ଡ ହୋଇଥିଲା । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏବେସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ସେହିଭଳି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଈଶ୍ୱରପୁର ନିକଟରେ ସୁନା ଦୋକାନୀଙ୍କୁ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅଢେଇ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି । ଏନେଇ ଫାଣ୍ଡିରେ ଅଭିଯୋଗ ମଧ୍ୟ ହୋଇଛି । ମର୍ଦ୍ଦରାଜପୁର ଛକରେ ସୁନା ବ୍ୟବସାୟୀ ଅଶୋକ କୁମାର ରଣା ବ୍ୟବସାୟୀକୁ ଆସୁଥିବାବେଳେ, ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ଏଥିସହିତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଓ ସୁନା ଅଳଙ୍କାର ଦେବାକୁ ଧମକ ଦେଇଥିଲେ । ଟଙ୍କା ନଦେବାରୁ ଅଶୋକଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରି ତାଙ୍କ ନିକଟରେ ଥିବା ୨ଲକ୍ଷ ୫୦ହଜାର ଟଙ୍କା ଲୁଟ୍‌ କରିନେଇଥିଲେ । ତେବେ ଦୁର୍ବୃତ୍ତମାନଙ୍କୁ ବ୍ୟବସାୟୀ ଜଣକ ଚିହ୍ନିଥିବା କହିଛନ୍ତି । ସେମାନେ ପିଞ୍ଛାବଣିଆ ଓ ଅଣ୍ଡରା ଗାଁର ବୋଲି ପୋଲିସ ସୂଚନା ଜାଣିବାକୁ ପାଇଛି ।

ଗମ୍ଭୀର ହେଉଛି ଦାମ୍ପତ୍ୟ ଜୀବନ, ବର୍ଷାଙ୍କ ବିରୋଧରେ ଡିଜିପିଙ୍କୁ ଚିଠି ଲେଖିଲେ ଅନୁଭବ

କଟକ: ବର୍ଷା ଅନୁଭବ ଦାମ୍ପତ୍ୟ ଜୀବନ ବିବାଦ ପ୍ରସଙ୍ଗ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ନିଜର ସୁରକ୍ଷା ପାଇଁ ସାଂସଦ ଅନୁଭବ ମହାନ୍ତି ଡିଜିପି ଅଭୟଙ୍କୁ ଚିଠି ଲେଖିଛନ୍ତି । ବର୍ଷା ଓ ତାଙ୍କ ଭଉଣୀ ଅନୁଭବଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । କିଛିଦିନ ତଳେ ବର୍ଷା ଓ ତାଙ୍କ ଭଉଣୀଙ୍କ ବାର୍ତ୍ତାଳାପ ଅଡିଓ ଭାଇରାଲ ହୋଇଥିଲା ।

ଯେଉଁଥିରେ ଅନୁଭବ ଓ ତାଙ୍କ ପରିବାର ବିରୁଦ୍ଧରେରେ ଆପତ୍ତିଜନକ କଥା ହେଉଥିବା ଶୁଣିବାକୁ ମିଲିଥିଲା । ଏହା ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି ସେ କହିବା ସହ ସୁରକ୍ଷା ନେଇ ଡିଜିପିଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ସେପଟେ ଶୁକ୍ରବାର ରାତିରେ ନନ୍ଦି ସାହି ଘରେ ଅନୁଭବ ବର୍ଷାଙ୍କ ମଧ୍ୟରେ ରୁମରେ ପ୍ରବେଶ କରିବାର ଅଧିକାରକୁ ନେଇ ବଚଷା ପରେ ଅନୁଭବ ରୁମରେ ଚାବି ପକାଇଦେଇଥିବା ଅଭିଯୋଗ କରିଛନ୍ତି ବର୍ଷା । ଫଳରେ ସେ ଘଣ୍ଟାଏ ବାହାରେ ଛିଡ଼ା ହୋଇ ରହିଥିଲେ । କୋର୍ଟ ନନ୍ଦିସାହି ଘରେ ବର୍ଷାଙ୍କୁ ରହିବାର ଅନୁମତି ଦେଇଥିବା ବେଳେ ଅନୁଭବ ସେ ଆଦେଶର ଅବମାନନା କରିଥିବା ନେଇ ବର୍ଷା ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି । ଦିନକ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ ଉଭୟଙ୍କ ବଚସା ଭିଡିଓରେ କମେଣ୍ଟକୁ ନେଇ ସମ୍ମାନ ହାନି ହେଉଥିବା ଥାନାରେ ଏତଲା ଦେଇଥିଲେ ବର୍ଷା ।

ଆରମ୍ଭ ହେଲା ବିଜେଡି କାର୍ଯ୍ୟକାରିଣୀ ବୈଠକ, ଦଳ ସମ୍ବିଧାନ ସଂଶୋଧନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ବିଜେଡି କାର୍ଯ୍ୟ କାରିଣୀ ବୈଠକ ଆରମ୍ଭ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଭାର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଅଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ୮୦ ଜଣ କାର୍ଯ୍ୟ କାରିଣୀ ସଦସ୍ୟ ଉପସ୍ଥିତ ରହିଛନ୍ତି । ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହ ଅନେକ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ବୈଠକରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ଅବସରରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ବିଜେଡିର ରାଜନୈତିକ ଭବିଷ୍ୟତକୁ ନେଇ ଦୃଢମତ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଆଗକୁ ଆହୁରି ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରୀୟ ରହିବ  । ଦଳୀୟ ନେତା ଓ କର୍ମୀଙ୍କୁ ସେ ଷଷ୍ଠଥର ପାଇଁ ପ୍ରସ୍ତୁତି କରିବାକୁ ଆହ୍ୱାନ କରିଛନ୍ତି । ସେ କହିଥିଲେ ଯେ,  ‘ଆମେ ସମସ୍ତେ ନିଜ କର୍ତ୍ତବ୍ୟ ଠିକ ଭାବେ କରିବା । ନିଜେ ଦାୟିତ୍ୱ ନେଇ କାମ କର । ଏମିତି କାମ କର ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ମଳିନ ନ ପଡ଼ୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଅ’ ।

ଅନ୍ୟପଟେ ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ଆଭିମୁଖ୍ୟକୁ ନେଇ ବୈଠକରେ କିଛି ପ୍ରଶ୍ନ ଉଠିଥିଲା କିଛି ଦ୍ଵନ୍ଦ ବି ରହିଥିଲା । ହେଲେ ଯୁବ ବିଜେଡି କାର୍ଯ୍ୟ କାରିଣୀରେ ସବୁ ପ୍ରଶ୍ନ ଆଉ ଦ୍ଵନ୍ଦର ଉତ୍ତର ରଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ କ୍ଷେତ୍ରରେ ଯେଉଁମାନେ ଅବହେଳା କରିବେ ତାଙ୍କ ବିରୁଦ୍ଧରେ ଲଢେଇ ହେବ କେନ୍ଦ୍ର ଅବହେଳା ବିରୁଦ୍ଧରେ ଜୋରଦାର ଲଢେଇ କରାଯିବ ବିଜେଡି ଏକ ପରିବାର ପରିବାର ଭିତରେ ଏବଂ ଘର ଭିତରେ ବହୁ ମତ ପାର୍ଥକ୍ୟ ଥାଏ ପରିବାରର ଯିଏ ମୁଖ୍ୟ ଦଳର ସୁପ୍ରିମୋ ଯାହା ନିର୍ଦେଶ ଦେବେ ଆମେ ତାକୁ ପାଳନ କରିବୁ ସେଥିରେ କିଛି ସମସ୍ୟା ନାହିଁ

ସେହିଭଳି କେନ୍ଦ୍ରର କୃଷି ଆଇନକୁ ନେଇ ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କୁ ଗୁରୁତ୍ୱ ଦେବା ଉଚିତ୍‌ । ସେ ଚାଷୀଙ୍କ କ୍ଷତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, କୋଭିଡରେ ଦେଶର ସଫଳତା ଓ ବିଜେପି ଶାସିତ ରାଜ୍ୟରେ ବିଫଳତା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ସାଂସଦ ପିନାକୀ ମିଶ୍ର ।

ଘନଉଛି ନେପାଳ ରାଜନୀତି: ସଂସଦ ଭଙ୍ଗ କରିବାକୁ ଓଲି ସରକାରଙ୍କ ସୁପାରିଶ

କାଠମାଣ୍ଡୁ: ନେପାଳରେ ଘନେଇଲାଣି ରାଜନୈତିକ ସଂକଟ। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆଜି ସକାଳୁ ଏକ ମିଟିଂ ପରେ ସଂସଦକୁ ଭଂଗ କରିବାକୁ ସୁପାରିଶ କରିଛନ୍ତି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ମନ୍ତ୍ରୀମଣ୍ଡଳ ପକ୍ଷରୁ ଏନେଇ ସୁପାରିଶ କରାଯାଇଛି।

ସବୁଠାରୁ ବଡଡ଼ କଥା ହେଉଛି ନେପାଳର ସମ୍ବିଧାନରେ ସଂସଦ ଭଂଙ୍ଗକରିବାକୁ କୌଣସି ପ୍ରାବଧାନ ନାହିଁ। ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସୁପାରିଶ ଦେବା ପ୍ରସଙ୍କ ନେଇ ବିରୋଧୀଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ଆଲୋଚନା କରିନାହାନ୍ତି।

ସମ୍ବିଧାନିକ ପରିଷଦ ଅଧିନିୟମ ପରିବର୍ତ୍ତନକୁ ନେଇ ଏକ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା। ଏଥିରୁ ବର୍ତ୍ତିବାକୁ ଚଳିତ ଅଧିବେଶନକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଆଜି ସକାଳ ୧୦ଟା ବେଳେ ଆପତକାଳିନ ସ୍ଥିତିରେ କ୍ୟାବିନେଟ ବୈଠକ ଡକାଯାଇଥିଲା। ଏଥିରେ ସଂସଦର ଚଳିତ ଅଧିବେଶନ ଭାଙ୍ଗିବା ପାଇଁ ସୁପାରିଶ କରିବାକୁ ଆଲୋଚନା ହୋଇଥିଲା। ତେବେ ଏଭଳି ଅସମ୍ବିଧାନିକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିଜ ଦଳ ଭିତରୁ ହିଁ ବିରୋଧର ସାମ୍ନା କରିବାକୁ ପଡ଼ିଛି।

ଗୁଜୁରାଟରେ ବିଶ୍ୱର ‘ବୃହତ୍ତମ ଚିଡ଼ିଆଖାନା’ ନିର୍ମାଣ କରିବ ରିଲାଏନ୍ସ

0

ଅହମଦାବାଦ: ଗୁଜରାଟର ଜାମନଗରରେ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ବିଶ୍ୱର ବୃହତ୍ତମ ଚିଡ଼ିଆଖାନା ନିର୍ମାଣ କରିବ ବୋଲି ଶନିବାର ଦିନ କମ୍ପାନିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି। ଏହି ଚିଡ଼ିଆଖାନାରେ ଭାରତ ଏବଂ ବିଶ୍ୱର ବିବିଧ ପ୍ରଜାତିର ପ୍ରାୟ ୧୦୦ ସଂଖ୍ୟକ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ରଖାଯିବ।

ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସବା ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପିତ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଜମିରେ ନିର୍ମାଣ କରାଯିବ। ଏହି ଜମି ଜାମନଗର ନିକଟ ମୋତି ଖାଓ୍ଵଡ଼ିରେ ଥିବା କମ୍ପାନି ତଥା ବିଶ୍ୱର ବୃହତମ ତୈଳ ଶୋଧନ ପରିସର ନିକଟରେ ଅବସ୍ଥିତ। କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ରହିଥିବା ଏହି ପ୍ରକଳ୍ପ ଯଦି ଆଉ ସ୍ଥଗିତ ନ ରହେ, ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଚିଡ଼ିଆଖାନାଟି ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇପାରିବ ବୋଲି କମ୍ପାନିର ଅଧିକାରୀଜଣକ କହିଛନ୍ତି ।

ଏହି ଚିଡ଼ିଆଖାନାର ନାଁ ଦିଆଯିବ ‘ଗ୍ରିନ୍‌ସ୍‌ ଜୁଲୋଜିକାଲ୍‌, ରେସ୍କ୍ୟୁ ଆଣ୍ଡ୍‌ ରିହାବିଲିଟେସନ୍‌ କିଙ୍ଗ୍‌ଡମ୍‌’। ଚିଡ଼ିଆଖାନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିସାରିଛି ବୋଲି ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ କର୍ପୋରେଟ୍‌ ବ୍ୟାପାରର ନିର୍ଦେଶକ ପରିମଳ ନାଥଓ୍ଵାନି କହିଛନ୍ତି। ଏହି ଚିଡ଼ିଆଖାନାରେ ‘ଫରେଷ୍ଟ୍‍ ଇଣ୍ଡିଆ’, ‘ଫ୍ରଗ୍‌ ହାଉସ୍‌’, ‘ଇନ୍‌ସେକ୍ଟ୍‌ ଲାଇଫ୍‌’, ‘ଡ୍ରାଗନ୍‌ସ୍‌ ଲ୍ୟାଣ୍ଡ୍‌’ ‘ଏକ୍ସୋଟିକ୍‌ ଆଇଲାଣ୍ଡ୍‌’, ‘ଓ୍ଵାଇଲ୍‌ଡ୍‌ ଟ୍ରେଲ୍‌ ଅଫ୍‌ ଗୁଜରାଟ’ ଏବଂ ‘ଆକ୍ୱାଟିକ୍‌ କିଙ୍ଗଡମ୍‌’ ଭଳି ବିଭାଗ ସହ ଅନ୍ୟାନ୍ୟ ବିଭାଗ ରହିବ।

ପାର୍ଟି ଫଣ୍ଡରେ ପ୍ରତିମାସ ୧୦ ହଜାର ପୈଠ କରିବାକୁ ନିର୍ଦ୍ଦେଶ ଦେଲେ ତେଜସ୍ୱୀ

0

ପାଟଣା: ଆରଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ ନିଜ ଦଳର ବିଧାୟକ ଓ ବିଧାନ ପରିଷଦର ସଦସ୍ୟ(MLC)ମାନଙ୍କୁ ପ୍ରତିମାସରେ ପାର୍ଟି ଫଣ୍ଡରେ ୧୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦଳର ୭୫ ବିଧାୟକ ଓ ୧୦ ଏମଏଲସିଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

କିଛି ବିଧାୟକ ଓ ଏମଏଲସିମାନେ ଏହି ଟଙ୍କା ପାଣ୍ଠିରେ ପୈଠ କରିବା ଆରମ୍ଭ କରିଦେଲେଣି। ସୂଚନା ମୁତାବକ ପୂର୍ବରୁ ତେଜସ୍ୱୀ ସମସ୍ତଙ୍କୁ ମାସିକ ୨୫ ହଜାର ଟଙ୍କା ଦଳୀୟ ପାଣ୍ଠିରେ ଜମା କରିବାକୁ କହିଥିଲେ। ହେଲେ ଅନେକ ନେତା ଅସନ୍ତୋଷ ପ୍ରକାଶ କରିବାରୁ ବାଧ୍ୟ ହୋଇ ଏହାକୁ କମାଇ ୧୦ ହଜାର ଟଙ୍କା ରଖିବାକୁ ତେଜସ୍ୱୀ ନିଷ୍ପତ୍ତି ନେଇଛନ୍ତି। ସେହିପରି ପୂର୍ବତନ ନିର୍ବାଚିତ ପ୍ରତିନିଧିମାନଙ୍କୁ ୪ ହଜାର ଟଙ୍କା ଲେଖାଏଁ ଦେବାକୁ କୁହାଯାଇଛି।

ଏହାକୁ ନେଇ ଜେଡିୟୁ ନେତା ଅଜୟ ଆଲୋକ ଆରଜେଡି ସୁପ୍ରିମୋଙ୍କୁ ଘେରିଛନ୍ତି। ସେ କହିଛନ୍ତି ‘ପ୍ରଥମ ଟିକେଟ୍ ପାଇଁ ଟଙ୍କା ଦିଅ, ଜିତିବା ପରେ ଦରମାରେ କମିଶନ, ହାରିଗଲେ ପେନସନରେ କମିଶନ, ତୁମେ ନୋଟ୍ ଖାଉଛ କି? ଭୋକର ବି ଏକ ସୀମା ଅଛି, ଟଙ୍କା ମାମଲାରେ ଇଏ ତ ଲାଲୁଙ୍କୁ ବି ପଛରେ ପକାଇ ଦେଲେ…ଏ ହେଉଛନ୍ତି କୁବେରଙ୍କ ରାକ୍ଷସୀ ସାଧକ।’

ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ 5T ସଚିବଙ୍କ ଅଚାନକ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡା: 5T ସଚିବ ଭି.କେ ପାଣ୍ଡିଆନଙ୍କ ଅଚାନକ କେନ୍ଦ୍ରାପଡ଼ା ଗସ୍ତ । ମହାକାଳପଡା ବ୍ଲକ ଆଖଡାଶାଳୀରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଅଞ୍ଚଳ ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ କିଛି ଉଚ୍ଚ ପଦାଧିକାରୀ 5T ସଚିବ ଙ୍କ ସହିତ ରହିଥିଲେ ।

ଏହା ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିରକୁ ମଧ୍ୟ 5T ସଚିବ ଭିକେ ପାଣ୍ଡିଆନ୍ ଅଚାନକ ଗସ୍ତ କରିଥିଲେ । ୧୯ ଡିସେମ୍ବର ଭୋର ୫ଟା ସମୟରେ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ୨୩ ତାରିଖରେ ମନ୍ଦିର ଖୋଲିବାକୁ ନିଷ୍ପତି ହୋଇଥିବାରୁ ଏହାର ସମୀକ୍ଷା ପାଇଁ ଯାଇଥିଲେ ସଚିବ ।

ସୂଚନା ମୁତାବକ, ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ତାଙ୍କ ସହ ଉପସ୍ଥିତ ଥିଲେ । ଏଥିସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି 5T ସଚିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥା ପାଇଁ ହୋଇଛି ଖାସ ପ୍ରସ୍ତୁତି  ।

SOP ଅନୁସାରେ କରାଯିବ ଦର୍ଶନ ବ୍ୟବସ୍ଥା । ପ୍ରଥମ ଦୁଇଦିନ ସେବାୟତ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜଣାପଡିଛି ।

ଆସନ୍ତା ୨୭ରୁ ପୁଣି ଚାଲିବ ଜେଟ୍ ସି-ପ୍ଲେନ

0

ଅହମ୍ମଦାବାଦ: ଡିସେମ୍ବର ୨୭ ତାରିଖରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି‌ଠାରୁ ସାବରମତୀର ନଦୀ ମଧ୍ୟରେ ଜେଟ୍ ସି-ପ୍ଲେନ ସେବା ଆରମ୍ଭ ହେବ। ଏ ନେଇ ବିମାନ କମ୍ପାନି ସ୍ପାଇସ୍ ଜେଟ୍ ପକ୍ଷରୁ ସୂଚନା ମିଳିଛି। ଆଜିଠାରୁ ଏହାର ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି।

ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା କେବାଡିଆ ନିକଟସ୍ଥ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଅହମ୍ମଦାବାଦର ସାବରମତୀ ନଦୀ ମଧ୍ୟରେ ଚଳିତମାସ ୨୭ ତାରିଖ ଠାରୁ ସି-ପ୍ଲେନ ଉଡାଣ ଆରମ୍ଭ କରିବ। ସାବରମତୀ ନଦୀ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟି ମଧ୍ୟରେ ପ୍ରତିଦିନ ୨ଟି ସି-ପ୍ଲେନ ଚାଲିବ।  ସ୍ପାଇସଜେଟ୍ ପକ୍ଷରୁ ଏହି ୨୨୦୦ କିଲୋମିଟର ଯାତ୍ରା ପାଇଁ ଟିକେଟର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି। ଟିକେଟ୍ ବୁକିଂ ପାଇଁ www.spiceshuttle.com ୱେବସାଇଟ୍ ଜାରି ହୋଇଛି। ଏକାକାଳୀନ ୧୨ ଜଣ ଲୋକ ଏଥିରେ ଯାତ୍ରା କରିପାରେବେ।  ପ୍ଲେନ ଯିବା ଆସିବା କରିବାକୁ ସ୍ପାଇସଜେଟ୍ ପକ୍ଷରୁ ୧୮ଟି ମାର୍ଗକୁ ସୁରକ୍ଷିତ ବୋଲି ଚିହ୍ନଟ କରାଯାଇଛି। ଗୁଜୁରାଟ ପରେ ଗୌହାଟୀ, ଆଣ୍ଡାମାନ-ନିକୋବର ଓ ଦିଲ୍ଲୀର ଯମୁନା ନଦୀରେ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସି-ପ୍ଲେନ ଚଳାଇବାକୁ ଯୋଜନା ପ୍ରସ୍ତୁତ ହେଉଛି।

ସୂଚନାଯୋଗ୍ୟ, ଚଳିତବର୍ଷ ୩୧ ଅକ୍ଟୋବରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସି-ପ୍ଲେନ୍ ସେବାର ଉଦ୍‌ଘାଟନ କରିଥିଲେ। ହେଲେ ଅହମ୍ମଦାବାଦଠାରେ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ୨୭ ନଭେମ୍ବରଠାରୁ ଏହି ସେବା ବନ୍ଦ ରହିଥିଲା।

ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ମସଜିଦ, ହସ୍ପିଟାଲ ଓ ମ୍ୟୁଜିୟମ୍, ଜାରି ହେଲା ନକ୍ସା

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନକ୍ସା ବା ଡିଜାଇନ ପରେ ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ମସଜିଦ ନକ୍ସାର ଫାଷ୍ଟ ଲୁକ ଜାରି କରାଯାଇଛି । ସୁନ୍ନି ସେଂଟ୍ରାଲ ୱାକଫ ବୋର୍ଡ ମସଜିଦ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଗଠନ କରିଛି । ସେହି ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାର ଧନ୍ନିପୁରରେ ହେବାକୁ ଥିବା ମସଜିଦର ନକ୍ସା ଜାରି କରାଯାଇଛି । ନକ୍ସା ଦେଖିବା ପରେ ଅନୁମାନ କରିହେଉଛି, ବିଶ୍ୱର ବଛା ବଛା ଆକର୍ଷଣୀୟ ମସଜିଦ ମଧ୍ୟରେ ଏହା ପରିଗଣିତ ହେବ । ଏହି ଭବ୍ୟ ମସଜିଦ ନିର୍ମାଣ କାମ ଜାନୁୟାରି ୨୬ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଶନିବାର ଲକ୍ଷ୍ନୌରେ ଆୟୋଜିତ ଆଇଆଇସିଏଫ ଟ୍ରଷ୍ଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଭବ୍ୟ ମସଜିଦର ନକ୍ସାକୁ ସାର୍ବଜନୀନ କରିଛନ୍ତି ବାସ୍ତୁବିଦ ତଥା ମସଜିଦର ଡିଜାଇନର ପ୍ରଫେସର ଏସ୍ ଏମ୍ ଅଖତର । ମସଜିଦର ଶିଳାନ୍ୟାସ କିଏ କରିବେ । ନିର୍ମାଣ ପ୍ରକ୍ରିୟା କିପରି ଆଗକୁ ବଢିବ । ମସଜିଦର ନାମ କ’ଣ ରଖାଯିବ ଏସବୁ ପ୍ରସଙ୍ଗରେ ବୋର୍ଡ ମୋହର ମାରିଥିବା ଜଣାପଡିଛି ।

ତେବେ ସେସବୁ ସମୟ ଆସିଲେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଟ୍ରଷ୍ଟ ଅଧ୍ୟକ୍ଷ ମୌଲାନା ଜୁଫର ଫାରୁକି । ମସଜିଦ ପରିସରରେ ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲ, ସାର୍ବଜନିନ ଭୋଜନାଳୟ, ଆଧୁନିକ ପୁସ୍ତକାଳୟ, ପ୍ରକାଶନ ଗୃହ ଓ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବ । ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନର ପ୍ରବକ୍ତା ଅତହୁର ହୁସେନ କହିଛନ୍ତି, ୫ ଏକର ଜମିରେ ୩୫ଶହ ବର୍ଗଫୁଟର ଦ୍ୱିତଳ ପ୍ରାସାଦ ମସଜିଦ ନିର୍ମାଣ କରାଯିବ ।

ଖଟ ଉପରେ ଫଣା ଟେକିଲା ନାଗ, ପରିବାର ଲୋକ ଆତଙ୍କିତ ! ଦେଖନ୍ତୁ ଭିଡିଓ..

କେନ୍ଦ୍ରାପଡ଼ା: ଖଟ ଉପରେ ଫଣା ଟେକିଲା ନାଗ । ସମସ୍ତେ ଆଶ୍ଚର୍ଯ୍ୟ ଆଉ ଆତଙ୍କିତ । କୁଆଡ଼ୁ ଆସିଲା ନାଗ ? କେମିତି ପଶିଲା ଘରେ ? ଆଗକୁ କ’ଣ ହେବ ? କିଏ ରକ୍ଷା କରିବ ?

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ମାଧୁଶାସନ ଗାଁରୁ । ଏହି ଗାଁରେ ରହୁଥିବା ପର୍ଶୁରାମ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ୪ ଫୁଟ୍‌ ଲମ୍ବା ନାଗ ସାପ ଉଦ୍ଧାର କରାଯାଇଛି । ଘରେ ପରିବାର ଲୋକ ଥିବା ବେଳେ ହଠାତ୍‌ ପରିବାରର ଜଣେ ମହିଳା ସଦସ୍ୟ ଘରେ ନାଗ ସାପ ପଶିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ଅତ୍ୟନ୍ତ ଭୟଭୀତ ହୋଇ ଚିତ୍କାର କରିଥିଲେ । ପରେ ଅନ୍ୟ ସଦସ୍ୟମାନେ ମଧ୍ୟ ସେଠାକୁ ଦୌଡ଼ୁଆସିଥିଲେ । ହେଲେ କୋଳାହଳ ଯୋଗୁଁ ସାପଟି ଖଟ ତଳେ ପଶିଯାଇଥିଲା । ପରେ ସାପଟି କେଉଁଠି ଲୁଚିଗଲା ତାକୁ କେହି ଦେଖିପାରିଲେନି । ତେଣୁ ଭୟରେ ମହିଳା ମାନେ ଓ ଘରର ଅନ୍ୟ ସଦସ୍ୟ ବାହାରକୁ ଚାଲି ଆସିଲେ । ଏବେ ଆତଙ୍କି ଅବସ୍ଥାରେ ଦୂରରୁ ନିରୀକ୍ଷଣ କରୁଥିଲେ ।

ତେବେ ସାପ ପଶିଥିବା ଖବର ପାଇ ସ୍ଥାନୀୟ ସ୍ନେକ୍ ହେଲ୍‌ପ ଲାଇନ୍‌ ସଦସ୍ୟ‌ ନଳୀନିକାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ପର୍ଶୁରାମଙ୍କ ଘର ବାହାରେ ଭିଡ଼ ଜମିସାରିଥିଲା । ନଳିନୀକାନ୍ତ ସମସ୍ତଙ୍କୁ ଭିଡ଼ ନଜମାଇବା ପାଇଁ ନିବେଦନ କରିଥିଲେ ଏବଂ ଘଟଣାସ୍ଥଳରୁ ଟିକେ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ । ପରେ ସାପଟିକୁ ଧରିବା ପାଇଁ ନଳିନୀକାନ୍ତ ଘର ଭିତରେ ପ୍ରବେଶ କରିଥିଲେ । ସାପଟିକୁ ଅନେକ ଖୋଜାଖୋଜି କରିବା ପରେ ସେ ଖଟ ଉପରେ ଥିବା ଦେଖିବାକୁ ମିଳିଥିଲେ । ଖଟ ଉପରେ ସାପଟି ପଣା ଟେକି ରହିଥିଲା । ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତିକି ଅନେକ ଏହି ଦୃଶ୍ୟକୁ ଦେଖିବା ପାଇଁ ମୋବାଇଲରେ ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ ।

ତେବେ ଶେଷରେ ନଳିନୀକାନ୍ତ ସାପଟିକୁ ଉଦ୍ଧାର କରି ଯତ୍ନର ସହ ବାହାରକୁ ନେଇ ଆସିଥିଲେ । ପରେ ସାପଟିକୁ ତାର ପ୍ରାକୃତିକ ବାସସ୍ଥାନରେ ତଥା ଗାଁଠାରୁ ଦୂରରେ ଛାଡି ଦିଆଯାଇଛି ।