spot_img
Home Blog Page 6219

ଅଚାନକ ଖର୍ଚ୍ଚ ବଢିବ କିମ୍ବା କାହା ସହିତ ମତାନ୍ତର ହେବ, କୌଣସି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ

୨୦.୧୨.୨୦୨୦ (ରବିବାର) –

ମେଷ –
ଅଶ୍ବିନୀ ନକ୍ଷତ୍ର –
– ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ ଉତ୍ସାହ ଉଦ୍ଦିପନା ସହିତ ପାରିବାରିକ ଶାନ୍ତି ବଜାୟ ରହିବ॥

ଦ୍ବିଜା ନକ୍ଷତ୍ର –
– ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ॥

କୃତ୍ତିକା ନକ୍ଷତ୍ର –
– ସୁଖଶାନ୍ତି କାରକ ପରିବେଷ ରହିବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର କରିବା ଶୁଭ ଦାୟକ ହେବ ॥

– ଶୁଭ ରଙ୍ଗ – ଧଳା, ହଳଦିଆ
– ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ॥

ବୃଷ –
କୃତ୍ତିକା ନକ୍ଷତ୍ର –
– ପ୍ରତି ମୂହୁର୍ତ୍ତରେ ନକରାତ୍ମକ ପ୍ରଭାବ ରହିବ, ଟଙ୍କପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ॥

ରୋହିଣି ନକ୍ଷତ୍ର –
– ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରି ଏବଂ ବିବାହର ସୁଯୋଗ ଷୃଷ୍ଟି ହେବ ॥

ମୃଗଶିରା ନକ୍ଷତ୍ର –
– ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ ॥

– ଶୁଭ ରଙ୍ଗ – ସୁନେଲି
– ଆଜି ଦୁର୍ଗାଙ୍କର ଚାଳିଷା ପାଠକରନ୍ତୁ କଲ୍ୟାଣ ହେବ ॥

ମିଥିନ –
ମୃଗଶିରା ନକ୍ଷତ୍ର –
– କର୍ମ କ୍ଷେତ୍ର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ ॥

ଆଦ୍ରା ନକ୍ଷତ୍ର –
– ସମୟର ଶୁଭତ୍ବ ପ୍ରାପ୍ତ ହେବ, ଫଳରେ କାଯ୍ୟସ୍ଥଳ ଏବଂ ପାରିବାରିକ ସମ୍ପର୍କରେ ଲାଭ ମିଳିବ, ଜପତପ ଧର୍ମଜ୍ଞାନ ପ୍ରତି ଆଗ୍ରହ ବଢିବ ॥

ପୂନର୍ବସୁ ନକ୍ଷତ୍ର –
– ମାନସମ୍ମାନ ଲାଭ, ଆର୍ଥିକ ଉର୍ଣ୍ଣତି ହେବ, କୌଣସି ଇଛା ପୁରଣ ହେବ, ପାରିବାରିକ ନିବିଡତା ବୃଦ୍ଧି ହେବ ॥

– ଶୁଭ ରଙ୍ଗ – କମଳା
– ହଳଦି ଚନ୍ଦନ ଓ ଅକ୍ଷତ ମଥାରେ ଟିକା ମାରନ୍ତୁ ॥

କର୍କଟ –
ପୂନର୍ବସୁ ନକ୍ଷତ୍ର –
– ଆଜି କୌଣସି ଅଯଥା ଖର୍ଚ୍ଚ ବଢିବ ତେଣୁ କୌଣସି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ, ନିଜ ରାଶିର ଇଷ୍ଟଦେବ ଭଗବାନ ଶିବଙ୍କୁ ଦର୍ଶନ କରି ଦିନ କାଟନ୍ତୁ ॥

ପୂଷ୍ୟା ନକ୍ଷତ୍ର –
– କର୍ମକ୍ଷେତ୍ରରେ କୌଣସି ଯୋଜନାର କର୍ମଚାପ ବଢିବ, ଅର୍ଥଚିନ୍ତା, ବ୍ଯୟ ବୃଦ୍ଧି ଓ ଭୁଲ ନିଷ୍ପତିର ଶିକାର ହେବେ॥

ଅଶ୍ଲେଷା ନକ୍ଷତ୍ର –
– ଅର୍ଥଚିନ୍ତା ବଢିବ, ମନ ଦୋଦୁଲ୍ୟମାନ ପତିସ୍ଥିତି ମଧ୍ୟରେ ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ॥

– ଶୁଭ ରଙ୍ଗ – ହଳଦିଆ
– ଲକ୍ଷ୍ମୀନାରସୟଣ ମନ୍ଦିର ଦର୍ଶନ କରନ୍ତୁ ॥

ସିଂହ –
ମଘା ନକ୍ଷତ୍ର –
– ବହୁଜନ ସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ॥

ପୂର୍ବାଫାଲଗୁନି ନକ୍ଷତ୍ର –
– ପରିବାର ଠାରୁ ଦୂରରେ ରହିବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗ ରୁ ସାହାର୍ଯ୍ୟ ମିଳିବ ॥

ଉତ୍ତରାଫାଲଗୁନୀ ନକ୍ଷତ୍ର –
– ମନମୁତାବକ ଦ୍ରବ୍ୟ ପ୍ରାପ୍ତ ହେବ,କୌଣସି ପାରିବାରିକ କିମ୍ବା ପୂରୁଣା କିଛି ସମସ୍ୟାରୁ ମୁକ୍ତି ପାଇବେ ॥

– ଶୁଭରଙ୍ଗ – ଧଳା
– ଗାୟତ୍ରୀ ମନ୍ତ୍ର ୨୧ଥର ଜପ କରନ୍ତୁ କଲ୍ୟାଣ ହେବ ॥

କନ୍ୟା –
ଉତ୍ତରାଫାଲଗୁନୀ ନକ୍ଷତ୍ର –
– ଗୃହନିର୍ମାଣ କାର୍ଯ୍ୟରେ ଅର୍ଥବ୍ୟୟ ହେବ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମରେ ଉନ୍ନତି ହେବ,ଟଙ୍କାପଇସାର ସାହାର୍ଯ୍ୟ ସହଯୋଗ ମିଳିବ ॥

ହସ୍ତା ନକ୍ଷତ୍ର –
– ଆର୍ଥିକ ଅଭିବୃଦ୍ଧି, ଯଶପଦ ମର୍ଯ୍ୟଦା ବୃଦ୍ଧିହେବ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, ପରିବାରର ସହଯୋଗରେ ମନୋବଳ ଦୃଢ ରହିବ ॥

ଚିତ୍ରା ନକ୍ଷତ୍ର –
– ପାରିବାରିକ ନିବିଡତା ବଢିବ, ସନ୍ତାନସନ୍ତତି ବର୍ଗରେ ବିକାଶ ହେବ,ସରକାରଙ୍କର ଯୋଜନା ଲାଭ ହେବ॥

– ଶୁଭ ରଙ୍ଗ – ନିଳ
– ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପୂଜା ସହିତ ବିଷ୍ଣୁସହସ୍ରନାମ ଶୁଣନ୍ତୁ॥

ତୁଳା –
ଚିତ୍ରା ନକ୍ଷତ୍ର –
– କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ନିବିଡତା ବଢିବ॥

ସ୍ବାତୀ ନକ୍ଷତ୍ର –
– ପିଲାମନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ବଢିବ॥

ବିଶାଖା ନକ୍ଷତ୍ର –
– ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ବାସ୍ଥ୍ୟପିଡା ରହିବ ମାତ୍ର ଆର୍ଥିକ ଦିଗଟି ସ୍ବଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ॥

– ଶୁଭ ରଙ୍ଗ – ଇଷତ୍ ଲାଲ
– ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ॥

ବିଛା –
ବିଶାଖା ନକ୍ଷତ୍ର –
– ଭାଷାଗତ ଜ୍ଞାନ ବୃଦ୍ଧିହେବ, ଧର୍ମଚର୍ଚ୍ଚା ବଢିବ, ମାନସିକ ଶାନ୍ତି ବୃଦ୍ଧି ହେବ, ଆର୍ଥିକ ଉର୍ଣ୍ଣତି ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ବଢିବ ॥

ଅନୁରାଧା ନକ୍ଷତ୍ର –
– ପାରିବାରିକ ସୁଖଶାନ୍ତି ବଢିବ, ରାଜନୀତିକ ବ୍ୟକ୍ତି ଜନକଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିବେ, ଆର୍ଥିକ ସ୍ଥିତି ସୁଧୁରିବ ॥

ଜ୍ୟେଷ୍ଠା ନକ୍ଷତ୍ର –
– କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ॥

– ଶୁଭ ରଙ୍ଗ – ଲାଲ
– ଓଁ ବଟୁକ ଭୈରବାୟ ନମଃ ୨୧ଥର ଜପ କରନ୍ତୁ ॥

ଧନୁ ରାଶି –
ମୂଳା ନକ୍ଷତ୍ର –
– ସାହାର୍ଯ୍ୟ ସହଯୋଗ କରି ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ଏବଂ ମାନସିକ ଶାନ୍ତି ବୃଦ୍ଧି ହେବ, ଜପତପ ପୂଜାର୍ଚ୍ଚନାରେ ସମୟ ଅତିବାହିତ ହେବ॥

ପୂର୍ବଷାଢା ନକ୍ଷତ୍ର –
– ବିକାଶମୂଳକ କାର୍ଯ୍ୟ ହାତକୁ ନେବେ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ପାରିବାରିକ ସୁଖ ବଢିବ ॥

ଉତ୍ତରାଷାଢା ନକ୍ଷତ୍ର –
– ମାନସିକ ଚାପ କିଛି କିଛି ରହିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ, କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ମନସ୍ତାପ ରହିବ॥

– ଶୁଭ ରଙ୍ଗ – ନିଳ ରଙ୍ଗ
– ଓଁ ମା ଦୁର୍ଗାଦେବୀ ଶରଣଂ ଜପ ସହିତ ଚଉରା ମୂଳରେ ଜଳ ଅର୍ପଣ କରିବେ॥

ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର –
– ଧର୍ମଚର୍ଚ୍ଚା ଏବଂ ଆଧ୍ୟାତ୍ମୀକ ଜ୍ଞାନ ବଢିବ, ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ ॥

ଶ୍ରବଣା ନକ୍ଷତ୍ର –
– ନୂଆ କିଛି ଶିକ୍ଷା ଆହରଣ କରିବେ, ଯାହା ଉଦ୍ୟମ କରିବେ ପୂରଣ ହେବ, କର୍ମଗତ ଶୁଭଫଳ ପାଇବେ॥

ଧନିଷ୍ଠା ନକ୍ଷତ୍ର –
– ସ୍ବାସ୍ଥ୍ୟଗତ ଅସୁବିଧା ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ, ଅର୍ଥାଭାବ ରହିବ ॥

– ଶୁଭ ରଙ୍ଗ – ସବୁଜ
– ୨୭ଥର “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ନମୋ ନମଃ” ଜପ କରନ୍ତୁ॥

କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର –
– ଜିବନସାଥି ସହ ମତାନ୍ତର ମନାନ୍ତର ହୋଇପାରେ,ଭାଗିଦାରିରେ ଅସହଯୋଗ ମିଳିବ, ଆର୍ଥିକ ଅଭାବ ଷୃଷ୍ଟି ହେବ, ମନ ଦୁର୍ବଳ ରହିବ ॥

ଶତଭିଷା ନକ୍ଷତ୍ର –
– କର୍ମଚାପ କିଛି କିଛି ରହିବ, କିନ୍ତୁଆର୍ଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ, ବିଷୟ ସୁଖ ପ୍ରାପ୍ତ ହେବ, ନୂଆ ସଂପର୍କ ଯୋଡି ହେବ ॥

ପୂର୍ବଭାଦ୍ର ନକ୍ଷତ୍ର –
– ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ପରିବାର ମଧ୍ୟରେ ଏକତା ବଜାୟ ରହିବ, ଅଟକିଥିବା କିଛି କାର୍ଯ୍ୟ ପୂରଣ ହେବ, ଭଲକାମ କରି ସମ୍ମାନିତ ହେବେ॥

– ଶୁଭ ରଙ୍ଗ – ନିଳ
– ସୁନ୍ଦରାକାଣ୍ଡ ପାଠ କରନ୍ତୁ କିମ୍ବା ଶୁଣନ୍ତୁ॥

ମୀନ ରାଶି –
ପୂୃର୍ବଭାଦ୍ର ନକ୍ଷତ୍ର –
– ଶୁଭଦିନ ରହିବ ମନର ପ୍ରତ୍ୟେକ ଯୋଜନା ପ୍ରତି ଦୃଢ ଆତ୍ମବଳସହ ଚେଷ୍ଟା କରନ୍ତୁ ନିଶ୍ଚୟ ପୁରଣ ହେବ॥

ଉତ୍ତରଭାଦ୍ର ନକ୍ଷତ୍ –
– ଆଜି କୌଣସି ଅଚାନକ ଖର୍ଚ୍ଚ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ॥

ରେବତୀ ନକ୍ଷତ୍ର –
– ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଖର୍ଚ୍ଚ ବଢିବ, ବନ୍ଧୁମୀଳନ ବଢିବ॥

– ଶୁଭ ରଙ୍ଗ – ସୁନେଲି
– ଦେବୀ ଦୁର୍ଗାଙ୍କର କବଚ ଜପ କରନ୍ତୁ ॥

ଯଦି ଆପଣଙ୍କୁ ନିଜ ଇଛା ବିରୁଦ୍ଧରେ ବା ଇଛାର ବିପରିତ କରିବାକୁ ପଡୁଛି ତେବେ ଆପଣ କିଛି ଖାଇବା ଶ୍ରୀକର୍ପୂର ଏବଂ କିଛି ଲବଙ୍ଗକୁ ନିଜ ପ୍ରିୟ ଭଗବାନଙ୍କୁ ସ୍ମରଣ କରି ଏକ ସାଥିରେ ଗୋଟିଏ ପାତ୍ରରେ ରଖି ପୋଡି ଦିଅନ୍ତୁ ଏବଂ ସେହି ଚୂର୍ଣ୍ଣକୁ ୩ଦିନ ମଧ୍ୟରେ ଖାଇଦିଅନ୍ତୁ ॥

ଧିରେ ଧିରେ ସମାଧାନର ବାଟ ମିଳିଯିବ ॥

ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର, ରେଳଷ୍ଟେସନ୍‌ରୁ ଧରିଲା ପୋଲିସ

କଣ୍ଟାବାଞ୍ଜିରେ ଉଦ୍ଧାର ହେଲେ ୧୩ଜଣ ଦାଦନ ଶ୍ରମିକ । ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୮ଜଣ ପୁରୁଷ ଓ ୫ ଜଣ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି । ସମସ୍ତ ଶ୍ରମିକ ନୂଆପଡା ଜିଲ୍ଲା ଖାସବାହଳ ଗାଁର ବୋଲି ପୋଲିସ୍ କହିଛି । ବିନା ରେଜିଷ୍ଟ୍ରେସନରେ ଶ୍ରମିକମାନେ ରାଜ୍ୟବାହାରକୁ ଯାଉଥିଲେ । ପୋଲିସ୍ ଶ୍ରମିକଙ୍କୁ ଉଦ୍ଧାର କରି ରାତିରେ ଘରକୁ ଛାଡିଦେଇଥିବା ଜଣାପଡିଛି ।

Bonded Labour

ସୂଚନାଯୋଗ୍ୟ, ବେଆଇନ୍‌ ଭାବେ ରାଜ୍ୟବାହାରକୁ ଶ୍ରମିକ ଚାଲାଣ ହେଉଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଅଚାନକ ଚଢ଼ାଉ‌ କରିଥିଲା ପୋଲିସ । ଚଢ଼ାଉ‌ ବେଳେ ସେମାନଙ୍କୁ କାଗଜପତ୍ର ମଗାଯାଇଥିଲା । ହେଲେ ସେମାନେ କୌଣସି ସଠିକ୍‌ କାଗଜପତ୍ର ଦେଖାଇପାରିନଥିଲେ । ଅନ୍ୟପଟେ ସେମାନେ କେଉଁଠିକି ଯାଉଛନ୍ତି କି କାମ କରିବେ ସେନେଇ ମଧ୍ୟ ସଠିକ୍‌ ତଥ୍ୟ ଦେଇପାରିନଥିଲେ । ତେଣୁ ପୋଲିସ ଜାଣିବାକୁ ପାଇଥିଲା ଯେ, ସେମାନଙ୍କୁ କୌଣସି ଦଲାଲ ରାଜ୍ୟବାହାରକୁ ବେଆଇନ୍‌ ଭାବେ ପଠାଉଛି ।

ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ସମସ୍ତଙ୍କ ନାମ ଓ ଠିକଣା ରଖିବା ପରେ ଘରକୁ ଯିବା ପାଇଁ ଅନୁମତି ଦେଇଥିଲା ।

୧୦ ବର୍ଷର ପୁଅକୁ ଶୌଚାଳୟରେ ଛାଡ଼ି, ମା’ ଚାଲିଗଲା ଦିଅର ସହ

ସୋନପୁର: ସୌଚାଳୟରୁ ନାବାଳକ ଉଦ୍ଧାର । ମା’ କହିଥିଲା ଆସୁଛି ମେଡିକାଲାରୁ । ହେଲେ ଆଉ ଫେରିଲା ନାହିଁ । କିନ୍ତୁ ପୁଅ ଚାହିଁ ବସିଥିଲା ମା’ର ବାଟକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲାରେ ।

ସହରର ବସ୍‌ଷ୍ଟାଣ୍ଡ ନିକଟ ‌ସୌଚାଳୟରୁ ନାବାଳକକୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାବାଳକର ବୟସ ୧୦ ବର୍ଷ । ସେ ମା’ ଓ ଜଣେ ସମ୍ପର୍କୀୟ ଦାଦା ସହ ବୌଦ୍ଧ ଜିଲ୍ଲାରୁ ଆସିଥିଲା ସୋନପୁର । ସେମାନେ ଏଠାରେ ଭୋର ପ୍ରାୟ ୪ଟାରେ ପହଞ୍ଚିଥିଲେ । ତା’ପରେ ସମସ୍ତେ ସେଠାରେ ଫ୍ରେସ୍‌ ହେବାରେ ମା’ ପୁଅକୁ କହିଥିଲା ‘ଆମେ ଆସୁଛୁ ମେଡିକାଲରୁ ତୁ ଏଠି ବସିଥା’ । ଆଉ ତାପରେ ସମ୍ପର୍କୀୟ ଦିଅର ସହ ମହିଳା ଜଣକ ସେଠାରୁ ଚାଲିଯାଇଥିଲେ । ଆଉ ସେହିଠାରେ ହିଁ ସକାଳୁ ସନ୍ଧ୍ୟା ଯାଏଁ ମା’କୁ ଅପେକ୍ଷା କରି ରହିଥିଲା ୧୦ ବର୍ଷର ପୁଅ । ହେଲେ ମା’ ଆଉ ଫେରିନଥିଲା । ସେମାନେ ଏକ ସ୍କୁଟି (OD27B5224)ରେ ସେଠାକୁ ଆସିଥିବା ଜଣାପଡିଛି ।

ତେବେ ନାବାଳକଟିକୁ କିଛି ଯୁବକ ଦେଖିବା ପରେ ସେ ଅସୁବିଧାରେ ଥିବା ଜାଣିବାକୁ ପାଇଥିଲେ । ପରେ କିଛି ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଚାଇଲ୍ଡ ଲାଇନ୍ସ କର୍ମକର୍ତ୍ତାଙ୍କ ସହ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିବା ସହ ନାବାଳକକୁ ଉଦ୍ଧାର କରିଛି । ବାଳକର କହିବା ଅନୁସାରେ ମା’ଙ୍କ ନାମ ଗୀତାଞ୍ଜଳି ମହାପାତ୍ର ଓ ବାପା ଡମ୍ବରୁ ଧର ସାହୁ ।

ଭୁଶୁଡିବାରେ ଲାଗିଛି ମମତାଙ୍କ ଗଡ଼, ଗସ୍ତର ଦ୍ୱିତୀୟ ଦିନରେ ଶାହା ରୋଡ ଶୋ’ କରିବାର କାର୍ଯ୍ୟକ୍ରମ

କୋଲକାତା: ଭୁଶୁଡିବାରେ ଲାଗିଛି ମମତାଙ୍କ ଗଡ । ପଶ୍ଚିମବଙ୍ଗରେ ସକ୍ରିୟ ହେଉଛି ବିଜେପି । ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଅମିତ ଶାହା ଦିଦିଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ଚେଷ୍ଟା କରିଛନ୍ତି । ଆଜି ଗସ୍ତର ଦ୍ୱିତୀୟ ଦିନରେ ଶାହା ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ତାପୂର୍ବରୁ ପୂର୍ବାହ୍ନ ୧୧ଟାରେ ବୋଲପୁରସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟୟମରେ ସାମିଲ ହେବେ ଶାହା । ସେଠାରେ ଲୋକଗାୟକ ବାସୁଦେବ ଦାସଙ୍କ ଘରେ ସେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ମମତା ବାନାର୍ଜୀଙ୍କ ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁଙ୍କ ସହ ତାପସି ମଣ୍ଡଳ, ଅଶୋକ ଦିଣ୍ଡା, ସୁଦିପ ମୁଖାର୍ଜୀ, ସାକେତ ପଞ୍ଜା, ଶିଲଭଦ୍ର ଦତ୍ତ, ଦିପାଳି ବିଶ୍ୱାସ, ଶୁକ୍ର ମୁଣ୍ଡା, ବିଶ୍ୱଜିତ୍ କୁଣ୍ଡୁ ବିଜେପିରେ ସାମିଲ ହୋଇଥିଲେ । ଶୁଭେନ୍ଦୁଙ୍କ ଯୋଗଦାନ ଆଗାମୀ ଦିନରେ ଦଳକୁ ମଜବୁତ କରିବ ବୋଲି ଶାହା କହିଛନ୍ତି ।

ମେଦିନିପୁର ଜନସଭାରେ ମମତାଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ବିଜେପି କର୍ମୀଙ୍କ ହତ୍ୟା ପାଇଁ ଟିଏମସି ହିଁ ଦାୟୀ । ବିଜେପିକୁ ଯେତେ ଆକ୍ରମଣ କରାଯିବ ଦଳର କର୍ମୀ ସେତେ ସକ୍ରିୟ ହେବେ ବୋଲି ଶାହା କହିଛନ୍ତି । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଏବେଠୁ ବିଜେପି ଓ ଟିଏମସି ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଲଢେଇ । ଟିଏମସିକୁ ମାତ୍ ଦେଇ କ୍ଷମତା ଦଖଲ କରିବା ପାଇଁ ପୁରା ଜୋର ଲଗାଇଛି ବିଜେପି ।

ସର୍ବନିମ୍ନ ତାପମାତ୍ରାକୁ ଖାତିର ନକରି ୨୫ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନ୍ ବିରୋଧରେ ଆର ପାର ଲଢେଇ ଜାରି ରଖିଛନ୍ତି ଚାଷୀ  । ହକ୍ ପାଇଁ ୨୫ ଦିନ ଧରି ଚାଲିଛି ଆନ୍ଦୋଳନ  । ନୂଆ କୃଷି ଆଇନ୍ ଚାଷୀ ବିରୋଧି  । ଏହା ଦ୍ୱାରା କ୍ଷତିରେ ପଡିବେ ଚାଷୀ  । ପୂର୍ବପରି ଆଉ ଏମଏସପିରେ ସୁବିଧା ମିଳିବ ନାହିଁ, ମଣ୍ଡି ବ୍ୟବସ୍ଥାରେ ମଧ୍ୟ ଚାଷୀମାନେ ଶୋଷଣ ହେବେ  । ବଡ ବଡ ବ୍ୟବସାୟୀମାନେ ଏଥିରେ ଲାଭବାନ ହେବେ  । ଏଭଳି ଅଭିଯୋଗ ଆଣି ନୂଆ କୃଷି ଆଇନ୍ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଲକ୍ଷ ଲକ୍ଷ ଚାଷୀ  ।

ଚାଷୀ ଆନ୍ଦୋଳନକୁ ଦେଶବ୍ୟାପୀ ସମର୍ଥନ ମିଳିବାରେ ଲାଗିଛି  । ଯେ ପର୍ଯ୍ୟନ୍ତ ସରକାର ଦାବି ନ ମାନିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ରୋକଠୋକ ଶୁଣାଇ ଦେଇଛନ୍ତି । ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ବି ସମସ୍ୟାର ସମାଧାନ ହୋଇପାରିନି  । ତେବେ ପୁଣି ଥରେ ୩ରୁ ୪ ଦିନ ମଧ୍ୟରେ ଚାଷୀଙ୍କ ସହ ସରକାର ଆଲୋଚନା କରିବେ ବୋଲି ଜଣାପଡିଛି।

ତେବେ ରାଜଧାନୀ ଦିଲ୍ଲୀର ତାପମାତ୍ରା ଶନିବାର ସର୍ବନିମ୍ନସ୍ତରରେ ପହଞ୍ଚିଛି। ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ଶନିବାର ସକାଳେ ଏଠାରେ ୩.୯ ଡିଗ୍ରୀ ତାପମାତ୍ରା ରହିଥିଲା। କେତେକ ସ୍ଥାନରେ ଏହା ୩.୩ ଓ ୩.୪ ଡିଗ୍ରୀ ରହିଥିଲା। ଏହା ଥିଲା ଚଳିତ ଶୀତଋତୁ​‌ରେ ସର୍ବନିମ୍ନ। ଥଣ୍ଡା ସହିତ ଘନ କୁହୁଡ଼ି ଯୋଗୁଁ ପୁଲିସ ଗାଡ଼ିଗୁଡ଼ିକୁ ଅନ୍ୟ ରାସ୍ତା​ କଢ଼ାଇଥିଲା। ଏହାକୁ ଖାତିର ନ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଇତିମଧ୍ୟରେ ଆନ୍ଦୋଳନ ୨୫ଦିନରେ ପହଞ୍ଚିଛି ।

ଏହି ଅବସରରେ ‘ଟିମ୍‌ ଭଗତ ସିଂହ’ ନାମରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ସିଙ୍ଘୁ ସୀମାସ୍ଥିତ ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଆନ୍ଦୋଳନରତ ଚାଷୀ ବା ​‌ସେମାନଙ୍କର ସମର୍ଥକଙ୍କ ସନ୍ତାନ। ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କୁ ସମର୍ଥନ ଜଣାଇଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ସେଠାରେ ଚିତ୍ର ଆଙ୍କୁଥିବା ଦେଖାଯାଇଛି ।

ଅପରପକ୍ଷରେ କୃଷକ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନର ଜବାବ ରଖିଛନ୍ତି। ସମ୍ବେଦନଶୂନ୍ୟ ସରକାରଙ୍କ ଅର୍ଥହୀନ ଆଲୋଚନା ବାରମ୍ବାର ବିଫଳ ହେଉଛି। ଏଭଳି କ୍ଷେତ୍ରରେ ଆଲୋଚନାର ପ୍ରଶ୍ନ ଉଠୁ ନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟ ଏକ ଘଟଣାରେ ରାଜସ୍ଥାନର ଏନ୍‌ଡିଏ ସହଯୋଗୀ ସାଂସଦ ହନୁମାନ ବେଣୀୱାଲ କୃଷକ ଆନ୍ଦୋଳନକୁ ସମର୍ଥ କରି ତିନିଟି ସଂସଦୀୟ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ବିବାହ କଲେ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଏବଂ ଷ୍ଟାଣ୍ଡଅପ୍ କମେଡିଆନ ବିଶ୍ୱ କଲ୍ୟାଣ ରଥ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଏବଂ ଓଡ଼ିଆ ଝିଅ ସୁଲଗ୍ନା ପାଣିଗ୍ରାହୀ । ସେ ଷ୍ଟାଣ୍ଡଅପ କମେଡିଆନ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି । ଦୁହେଁ ସେଲିବ୍ରିଟି ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଛନ୍ତି । ଦୁହେଁ ୱେଡିଂ ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଥିଲେ ।

ଦୁହିଁଙ୍କ ବିବାହରେ ଫ୍ୟାନ୍ସ ଖୁବ ଖୁସି ଥିଲେ । ଦୁହେଁ ନିଜ ରିଲେସନସିପକୁ ଏତେ ପ୍ରାଇଭେଟ ରଖିଥିଲେ ଯେ, ବିବାହ ଫଟୋ ଦେଖି ତାଙ୍କ ଫ୍ୟାନ୍ସ ତାଜୁବ ହୋଇଯାଇଥିଲେ । ବିଶ୍ୱ ମଧ୍ୟ ନିଜ ଧର୍ମପତ୍ନୀ ସୁଲଗ୍ନା ସହ ଫଟୋ ସେୟାର କରିଛନ୍ତି । ନିଜ ପ୍ରୋଫେଶନ ଭଳି ସେ ନିଜ ୱେଡିଂ ଫଟୋରେ କ୍ୟାପସନ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ ସୁଲଗ୍ନା ପାଣିଗ୍ରାହୀ ଟିଭି ସୋ ଧରା ଅମ୍ବରରୁ ନିଜ ଆକ୍ଟିଂ ଡେବ୍ୟୁ କରିଥିଲେ। ଏହାପରେ ସେ ଦୋ ସହେଲିୟା ଏବଂ ବିଦାଇ ଭଳି ସିରିଆଲରେ ନଜର ଆସିଛନ୍ତି। ବିଦାଇରେ ସୁଲଗ୍ନା ନେଗେଟିଭ ଚରିତ୍ରରେ ନଜର ଆସିଥିଲେ।

ଟିଭି ବ୍ୟତୀତ ସୁଲଗ୍ନା ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯଦୁ ଦେଖାଇଥିଲେ। ସେ ମର୍ଡର ୨ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ଛୋଟ କିନ୍ତୁ ଖୁବ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ। ଏହାପରେ ଗୁରୁ ଦକ୍ଷିଣା ଏବଂ ରେଡ ଭଳି ଫିଲ୍ମରେ ନଜର ଆସିଛନ୍ତି।

ସେହିପରି ବିଶ୍ୱ କଲ୍ୟାଣ ରଥ କହିବାକୁ ଗଲେ, ସେ ଜଣେ ଜଣାଶୁଣା ଷ୍ଟାଣ୍ଡଅପ କମେଡିଆନ, ଲେଖକ ଏବଂ ୟୁଟ୍ୟୁବର ଅଟନ୍ତି । ସୋସିଆଲ ମିଡିଆରେ ବିଶ୍ୱ ଜଣେ ଖୁବ ଜଣଆଶୁଣା ଚେହେରା। ଅନେକ ଷ୍ଟାଣ୍ଡଅପ କମେଡୀରେ ଦର୍ଶକ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି।

ଆହୁରି ବଢ଼ିବ ଶୀତ, ୧୩ ଡ଼ିଗ୍ରୀ ତଳେ ରାଜ୍ୟର ୧୦ ସହର

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ୧୩ ଡ଼ିଗ୍ରୀ ତାପମାତ୍ରା ତଳେ ରାଜ୍ୟର ୧୦ଟି ସହର ରହିଛି । ଏହାସହ ୮.୨ ଡିଗ୍ରୀ ସହ ଝାରସୁଗୁଡା ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଛି । ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ଏହା ସହ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ସେପଟେ ଅସହ୍ୟ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଦିନକୁ ଦିନ ପାରଦ ଖସିବା ସହ ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି । ୧୦ ଡିଗ୍ରୀ ତଳକୁ ଖସିଛି ସହରର ତାପମାତ୍ରା । ସକାଳୁ ସକାଳୁ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ନିଆଁ ପୁଆଇଁବା ସହିତ ଚା ଦୋକାନରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି ।

ବିଜେଡି କାର୍ଯ୍ୟକାରିଣୀ ବୈଠକ, ନବୀନ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର: ରବିବାର ବିଜେଡିର କାର୍ଯ୍ୟକାରିଣୀ ବୈଠକ । ସଂଶୋଧନ ହେବ ଦଳର ସମ୍ବିଧାନ । ପ୍ରସ୍ତୁତ ହେବ ରାଜନୈତିକ ଚିଠା ପ୍ରସ୍ତାବ । ଫୋକସ୍‌ରେ ରହିବ ଦଳର ସାଂଗଠନିକ କାର୍ଯ୍ୟକ୍ରମ । ଦଳୀୟ ନେତାଙ୍କୁ ଟିପ୍‌ସ ଦେବେ ନବୀନ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ରବିବାର ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ଏହାପରେ ଦ୍ଵିତୀୟ ଦିନ ଅର୍ଥାତ ଆସନ୍ତାକାଲି ଦଳର ରାଜ୍ୟ ପରିଷଦ ବୈଠକ ବସିବ ।

ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ କାର୍ଯ୍ୟକାରିଣୀରେ ବହୁ ରାଜନୈତିକ ଚିଠା ପାସ୍‌ ହେବ । ବୈଠକରେ ୮୦ଜଣ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେବେ । ବର୍ତ୍ତମାନ ବିଜେଡିର ସଭ୍ୟ ସଂଖ୍ୟା ୧କୋଟି ୧୦ ଲକ୍ଷରେ ପହଞ୍ଚିଛି । ଦଳ ପ୍ରତି ବଢୁଥିବା ଆସ୍ଥା ଯୋଗୁଁ ଆଗାମୀ ଦିନର ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ପାସ୍‌ କରାଯିବ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡି ରଣନୀତି ପ୍ରସ୍ତୁତ କରିବ । ଏହାସହ ଆସନ୍ତା ୨୬ ତାରିଖରେ ଦଳର ପ୍ରତଷ୍ଠା ଦିବସ ନେଇ ମଧ୍ୟ ଆଲୋଚନା ହେବ ।

ସେରମ ଇନଷ୍ଟିଚ୍ୟୁଟକୁ ସାଇଡ ଇଫେକ୍ଟ ଭୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ ଖୁବ ଶୀଘ୍ର ଆସିବାକୁ ଯାଉଛି କରୋନା ଭ୍ୟାକ୍ସିନ । ଆସନ୍ତା ବର୍ଷ ଅର୍ଥାତ ମାସକ ମଧ୍ୟରେ ଅନେକ ଦେଶ କୋଭିଡ ଭ୍ୟାକ୍ସିନ ନେବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । କିନ୍ତୁ ବିଶ୍ୱର ସର୍ବବୃହତ ବା ପ୍ରତିଷ୍ଠିତ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓଙ୍କୁ ଘାରିଛି ଅନ୍ୟ ଏକ ଭୟ । ଭ୍ୟାକ୍ସିନ ପରେ ଆଶଙ୍କାରେ ଥିବା ସାଇଡ ଇଫେକ୍ଟକୁ ନେଇ ଚିନ୍ତାରେ କମ୍ପାନୀ  ।

ଟିକା ପ୍ରସ୍ତୁତର ପକ୍ରିୟା ଅନ୍ତିମ ପର୍ଯ୍ୟାୟରେ । ଜାନୁୟାରୀରେ ଆମେରିକା ଏବଂ ବ୍ରିଟେନରେ ପ୍ରଦାନ କରାଯିବ ଟିକା । କିନ୍ତୁ କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଏବେ ଆଶଙ୍କା ପ୍ରକଟ କରିଛନ୍ତି ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାବାଲା କହିଛନ୍ତି, ଏହାକୁ ନେଇ ନିର୍ଦ୍ଧିଷ୍ଟ ଆଇନ ଅଣାଯିବା ଉଚିତ ।

ସେ କହିଛନ୍ତି, କରୋନା ଟିକା ନେବା ପରେ ସାଇଡ ଇଫେକ୍ଟ ଦେଖାଦେବାର ସମ୍ଭାବନା ରହିଛି । ଅନେକ ଲୋକ ଏହାକୁ ନେଇ କେସ କରିପାରନ୍ତି । ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ମାମଲା ମଧ୍ୟ ଋଜୁ ହୋଇପାରେ । ତେଣୁ ଏହାକୁ ନେଇ ଭାରତ ସରକାର ଏକ ନିର୍ଦ୍ଧିଷ୍ଟ ପ୍ରାବଧାନ ଆଣିବା ଆବଶ୍ୟକତା ରହିଛି । ଭ୍ୟାକ୍ସିନ ଆସିବା ପୂର୍ବରୁ ଭର୍ଚୁଆଲ ପ୍ୟାନେଲରେ ବୈଠକ କରିଥିଲେ ପୁନାବାଲା । ଯେଉଁଥିରେ ଭ୍ୟାକ୍ସିନ ନିର୍ମାତାଙ୍କ ପାଇଁ ଆଇନ ଅଣିବାର ପ୍ରସ୍ତାବ ଦେଉଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ।

ନଦୀ କୂଳରୁ ଉଦ୍ଧାର ହେଲା ପୋତା ଯାଇଥିବା ମୁଣ୍ଡ ବିହୀନ ଶରୀର

କାଲିମେଳା: ଗୁଣି ଗାରେଡ଼ି ସନ୍ଦେହରେ ଗଳାକାଟି ବିଭତ୍ସ ହତ୍ୟା । ମାଲକାନାଗିରି ଜିଲ୍ଲା ପଡ଼ିଆ ବ୍ଳକ ନନ୍ଦାଗୁଡା ଗାଁରେ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ଯା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ପୋଡ଼ି ଦିଆଯାଇଥିବା ବେଳେ ଶରୀରର ଅବଶିଷ୍ଟ ଅଂଶକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡ଼ିଛି ।

Malkangiri Padia Police Rescued Body With Out Head From River Bank

ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ନନ୍ଦାଗୁଡା ଗାଁର କିଛି ଲୋକ କାରାମ କାନାଙ୍କୁ ଘରୁ ଡାକି ଆଣି ଘର ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ । ଏହା ପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିଲୋମିଟର ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀରରୁ ଅଲଗା କରି ପୋଡ଼ି ଦେଇଥିଲେ । ମୃତଦେହର ଅବଶିଷ୍ଟ ଅଂଶକୁ ନଦୀ କୂଳରେ ଥିବା ବାଲିପଠାରେ ପୋତି ଦେଇଥିଲେ ।

Malkangiri Padia Police Rescued Body With Out Head From River Bank

ସକାଳେ ମୃତକଙ୍କ ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା । ପୋତା ଯାଇଥିବା ଶରୀରର ଅବଶିଷ୍ଟକୁ ସାଇଣ୍ଟିଫିକ୍ ଟିମ୍ ଏକଜୁକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ନଦୀପଠାରୁ ବାଲି ଖୋଳି ଉଦ୍ଧାର କରାଯାଇଛି । ହତ୍ୟାରେ ସମ୍ପୃକ୍ତ ସନ୍ଦେହ କରି ଗାଁର କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।