ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍ ଭୟ । ଦେଶ ଓ ଦେଶ ବାହାରେ ଦେଖୁଛନ୍ତି ସର୍ଜିକାଲ ଷ୍ଟ୍ରାଇକର ଦୁସ୍ବପ୍ନ । ଭାରତ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି । ଆବୁଧାବିରେ ଏକ ସାମ୍ବାଦିକ ସମ୍ମିଳନୀରେ କୁରେସି କହିଛନ୍ତି, ଭାରତ କୌଣସି ସମୟରେ ବି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ । ଏ ନେଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଖରେ ଖବର ରହିଛି । ଭାରତରେ ସରକାର ଦେଶ ଭିତରେ ଚାଲିଥିବା ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଏଭଳି କରିପାରନ୍ତି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି । ତେବେ ପାକିସ୍ତାନ ହାଇଆଲର୍ଟରେ ରହିଛି । ସବୁ ସମୟରେ ଭାରତକୁ ଉଚିତ୍ ଜବାବ ଦେବା ପାଇଁ ପାକ୍ ସୈନ୍ୟ ତୟାର ଥିବା କହିଛନ୍ତି କୁରେସି । ୨୦୧୬ରେ ପିଓକେରେ ଭାରତ କରଥିବା ସର୍ଜିକାଲ ଷ୍ଟ୍ରାଇକକୁ ଭୁଲି ପାରୁନାହିଁ ପାକିସ୍ତାନ । ଯାହାଫଳରେ ପାକିସ୍ତାନର ମନ୍ତ୍ରୀମାନେ ଏବେ ସର୍ଜିକାଲ ଷ୍ଟ୍ରାଇକକୁ ଭୟ କରି ପ୍ରସଙ୍ଗହୀନ ମନ୍ତବ୍ୟ ଦେଉଛନ୍ତି ।
କଟକରେ ଅଘଟଣ: ସାତ ମାସର ଶିଶୁକୁ ହତ୍ୟା କରି ମାଆର ଆତ୍ମହତ୍ୟା !
କଟକ: କଟକରେ ଅଭାବନୀୟ ଘଟଣା । ଗୋଟିଏ ଘରୁ ମିଳିଲା ଦୁଇଟି ମୃତଦେହ । କଟକ ବିଡାନାସି ଶେଲଟର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ସାତ ମାସର ଶିଶୁକୁ ମାରି ମାଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସାତ ମାସର ଶିଶୁ କନ୍ୟାକୁ ହତ୍ୟା କରି ମାଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ଲାଇଭ୍ ଟେଲିଭିଜନ୍ ଶୋ’ରେ କରୋନା ଟିକା ନେଲେ ଆମେରିକା ଉପ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି
ଓ୍ୱାସିଂଟନ୍: ଲାଇଭ୍ ଟେଲିଭିଜନ୍ ସୋ’ରେ କରୋନା ଟିକା ନେଲେ ଆମେରିକୀୟ ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସ । ଶୁକ୍ରବାର ଟେଲିଭିଜନ୍ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି ପେନ୍ସଙ୍କ ସହ ତାଙ୍କ ପତ୍ନୀ କରେନ୍ ଏବଂ ସର୍ଜନ ଜେନେରାଲ୍ ଜେରୋମେ ଆଦାମ୍ସ ମଧ୍ୟ ଟିକା ନେଇଛନ୍ତି ।
ତେବେ ଆମେରିକାରେ ଟିକାକରଣ ନେଇ ବ୍ୟବକ ବ୍ୟବସ୍ଥା କରିଛନ୍ତି ଟ୍ରମ୍ପ ପ୍ରଶାସନ । କରୋନା ଭ୍ୟାକ୍ସିନକୁ ବିକଶିତ କରିବା ଏବଂ ବିତରଣ କରିବା ନେଇ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଦେଶର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମରେ ଏଯାଏଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଭାଗନେଇନାହାନ୍ତି । ଏହାରି ମଧ୍ୟରେ ଉପ-ରାଷ୍ଟ୍ରପତି ଓ ତାଙ୍କ ପତ୍ନ ଆମେରିକୀୟଙ୍କୁ ଆଶ୍ୱସ୍ତ କରିବା ନେଇ ଲାଇଭ୍ ଟିଭି ସୋ’ରେ ଟିକା ନେଇଛନ୍ତି । ଏଥିସହିତ ସିନେଟ୍ ସ୍ପିକର ନେନ୍ସି, ସିନେଟ ସଦସ୍ୟ ମିଚ୍ ମେକ୍କୋନ୍ନେଲ୍ ଉଭୟ ଆଗାମୀ କିଛି ଦିନ ମଧ୍ୟରେ ଟିକା ନେବେ ବୋଲି କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ପରୀ ମାମଲା, ‘ତଦନ୍ତରେ ବାଧା ସୃଷ୍ଟି କରୁଛି ଭିତ୍ତିହୀନ ଅଭିଯୋଗ’
ସୂଚନା ଯୋଗ୍ୟ ଗତ ୧୪ ତାରିଖରୁ ଆମେରିକାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆମେରିକୀୟ କମ୍ପାନୀ ଫାଇଜର ଓ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଟିକା ପ୍ରଦାନ କରାଯାଉଛି। ପ୍ରଥମ ଦିନରେ ଦେଶର ୧୪୫ ସ୍ଥାନରେ ଟିକା ବିତରଣ ହୋଇଥିବା ବେଳେ ମଙ୍ଗଳବାର ୪୨୫ ସ୍ଥାନରେ ଦିଆଯାଇଛି ।
ଶ୍ରୀମନ୍ଦିର ସେବାୟତଙ୍କର ହେବ ଅର୍ଥନୈତିକ, ସାମାଜିକ ସ୍ଥିତି ସର୍ବେକ୍ଷଣ
ପୁରୀ: ସେବାୟତଙ୍କ ପରିବାର କଲ୍ୟାଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ସେବାୟତଙ୍କ ଅର୍ଥନୈତିକ, ସାମାଜିକ ସ୍ଥିତିର ସର୍ବେକ୍ଷଣ ହେବ । ଏଥିପାଇଁ ୨୫ ଜଣିଆ ଟିମ୍ ଗଠନ କରାଯାଇଛି । ପୁରୀ ସହରର ଶିକ୍ଷକମାନଙ୍କୁ ଏହି ଟିମରେ ସାମିଲ କରାଯାଇଛି । ସେମାନେ ପ୍ରତ୍ୟେକ ସେବାୟତଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବେ ।

୨୫ଶହ ସେବାୟତ ପରିବାରର ତଥ୍ୟ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ପାଖାପାଖି ୨ ମାସ ଲାଗିବ । ପ୍ରକୃତ ସ୍ଥିତି ଜଣା ପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ । ବିଶେଷ କରି ସେବାୟତ ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା, ପେନସନ, ଆବାସିକ ଗୃହ ସହ ବିଭିନ୍ନ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ । ଏହାଦ୍ୱାରା ସେବାୟତଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ ହୋଇ ପାରିବ ବୋଲି ଆଶା କରାଯାଉଛି ।

ନାବାଳିକା ଗଣଦୁଷ୍କର୍ମ ମାମଲା: ପୋକ୍ସୋ କୋର୍ଟରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ପୋକ୍ସୋ କୋର୍ଟରେ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ଆଜି ମଧ୍ୟାନ୍ନରେ ଜାମିନ ଆବେଦନର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ହେଲେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାମିନ ଆବେଦନ ଖାଜର କରିଛନ୍ତି କୋର୍ଟ ।

ଗତ ୧୪ ତାରିଖରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଚାରି ଅଭିଯୁକ୍ତ ହେଲେ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ବିଜୟ ରାଉତ ଓ ସାମଲ । ଘଟଣାରେ ସମ୍ପୃକ୍ତ ଆଉ ତିନି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଗତ ମାର୍ଚ୍ଚ ମାସରେ ନାବାଳିକା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଅଗଷ୍ଟ ୩୦ରେ ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତରେ ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିବା ସହ ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Adelaide Test: ୧୯୧ ରନ୍ରେ ସୀମିତ ଅଷ୍ଟ୍ରେଲିଆ, ପୁଣି ନିରାଶ କଲେ ପୃଥ୍ୱୀ ଶ’
ଆଡିଲେଟ୍ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିବସରେ କମାଲ କରିଛନ୍ତି ଭାରତୀୟ ବୋଲର । ଦଳର ସିନିୟର ଅଫ୍ ସ୍ପିନର୍ ରବିଚନ୍ଦନ ଅଶ୍ୱିନ୍ ବିଦେଶ ମାଟିରେ ନିଜ କ୍ୟାରିୟର ଅନ୍ୟଏକ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ଉମେଶ ଯାଦବ ଓ ଯଶପ୍ରୀତ ବୁମ୍ରାଙ୍କ ଶାଣିତ ବୋଲିଂ ଫଳରେ ମାତ୍ର ୧୯୧ ରନ୍ରେ ସୀମିତ ରହିଛି ଅଷ୍ଟ୍ରେଲିଆ ଦଳ ।
ବୁମ୍ରା ଓ ଯାଦବ ଅଷ୍ଟ୍ରେଲିଆ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ବେଳେ ଅଶ୍ୱିନଙ୍କ ଦମ୍ଦାର ବୋଲିଂ ଆୟୋଜକ ଦଳର ମଧ୍ୟକ୍ରମ ବ୍ୟାଟିଂକୁ ଦୋହଲାଇଦେଇଛି । ଅଷ୍ଟ୍ରେଲିଆର ଓ୍ୱିକେଟ୍ କିପର ଟିମ୍ ପେନ୍ କେବଳ ୭୩ ରନ୍ କରି ଅପରାଜେୟ ରହିଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆ ଅଲ୍ଆଉଟ୍ ହୋଇଯାଇଥିବା ବେଳେ ଭାରତୀୟ ଓପନର ପୃଥ୍ୱି ଶ’ ପୁଣି ଥରେ ନିରାଶ କରିଛନ୍ତି । ମାତ୍ର ୪ ରନ୍ କରି ପେଭିଲିୟନ୍ ଫେରିଯାଇଛନ୍ତି । ଏଥିସହିତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଗୋଟିଏ ଓ୍ୱିକେଟ୍ ହରାଇ ୯ ରନ୍ କରିଛି । ଏଥିସହିତ ଦଳ ଖେଳ ଶେଷ ସୁଦ୍ଧା ୬୨ ରନର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ରବିଚନ୍ଦନ୍ ଅଶ୍ୱିନ୍ ୪, ଉମେଶ ଯାଦବ ୩, ବୁମରା ୨ଟି ଓ୍ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।
ଏଥିସହିତ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ କାହିଁକି ଟ୍ରେଣ୍ଡ୍ କରୁଛନ୍ତି ପୃଥ୍ୱୀ ଶ’, ଜାଣନ୍ତୁ…







