spot_img
Home Blog Page 6224

ରାଉରକେଲାରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୨ ଗିରଫ

ରାଉରକେଲା: ରାଉରକେଲାରେ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ୍ । ଘଟଣାରେ ସମ୍ପୃକ୍ତି ନେଇ ୧୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଗୁରୁଦ୍ୱାରା ରୋଡ ନିକଟରେ ଏକ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ସେମାନଙ୍କଠାରୁ ନଗଦ ୧୨ ଲକ୍ଷ ଟଙ୍କା, ୨ଟି କାର, ୫ଟି ବାଇକ, ୧୫ ଟି ମୋବାଇଲ ଫୋନ ଜବତ କରାଯାଇଛି । ତେବେ ପୋଲିସ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

କଟକ ଓ ପୁରୀରେ ହେବନି ଜିରୋନାଇଟ୍ ସେଲିବ୍ରେସନ୍

କଟକ: ଚଳିତ ବର୍ଷ କଟକ ଓ ପୁରୀ ଜିଲ୍ଲାରେ ହେବନି ଜିରୋନାଇଟ୍ ସେଲିବ୍ରେସନ୍ । ଏନେଇ ବିଭିନ୍ନ ହୋଟେଲ୍ ଓ କ୍ଲବ ଉପରେ ସ୍ଥାନୀୟ ପ୍ରଶାସନ କଡା ନଜର ରଖିଛି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିରୋ ନାଇଟ୍ ଓ ବଡ ଦିନ ପାଳନ ବେଳେ ଅସାବଧନତା ଅବଲମ୍ବନ କଲେ ସଂକ୍ରମଣ ବଢିବା ଆଶଙ୍କା ରହିଥିବା ଯୋଗୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଉଭୟ ପ୍ରଶାସନ ।

ତେବେ ଯଦି କିଏ ଆଇନ ଅବମାନନା କରେ ତାହା ହେଲେ ସେମାନଙ୍କ ବିରାେଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

୨୩ରେ ଖୋଲିବ ଶ୍ରୀମନ୍ଦିର, ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ୍

ପୁରୀ: ଆଜି ଭୋର ୫ଟା ସମୟରେ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଏହି ସମୟରେ ସେ  ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି ।

ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ଏକପ୍ରକାର ସୂଚନା ଥିବା ବେଳେ 5T ସଚିବଙ୍କ ଏହି ଗସ୍ତ ଏକ ସବୁଜ ସଂକେତ ବୋଲି ଜଣାଯାଉଛି ।

ସୂଚନା ମୁତାବକ ବ୍ୟବସ୍ଥାର ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ । ଏଥିସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି ୫T ସଚିବ  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥା ପାଇଁ ହୋଇଛି ଖାସ ପ୍ରସ୍ତୁତି  ।

ଏସଓପି ଅନୁସାରେ କରାଯିବ ଦର୍ଶନ ବ୍ୟବସ୍ଥା । ପ୍ରଥମ ଦୁଇଦିନ ସେବାୟତ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜଣାପଡିଛି।

ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ୱର:  କିଛି ଦିନର ବିରତି ପରେ ପୁଣି ରାଜ୍ୟରେ ବଢିବ ଶୀତ । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

କାଲିଠାରୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ଯୋଗୁ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଯାହା ଫଳରେ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର କଟକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିବ । ସେହିପରି ୨୦ ତାରିଖରେ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ କୁହୁଡି ହେବାର ସମ୍ଭାବନା ରହିଛି।

ଝିଅକୁ ଅପହରଣ କରି ରାୟଗଡାରେ ବାପା ଗିରଫ

ରାୟଗଡା: ଝିଅକୁ ଅପହରଣ କରି ଗିରଫ ହେଲା ବାପା । ରାୟଗଡ଼ା ଜିଲ୍ଲା ସଦର ମହକୁମା ଜେଏସକୋ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁସାରେ ଶାଳକଙ୍କ ଉପରେ ଦୋଷ ଲଦିବାକୁ ଯାଇ ନିଜ ଝିଅକୁ ଅପହରଣ କରି ନାଟକ ରଚିଥିଲେ ବାପା ଦୋରା କଣ୍ଡାଗରି । ନିଜ ନାତୁଣିର ଅପହରଣ ହୋଇଥିବା ନେଇ ଦୋରାଙ୍କ ମାଆ ପୋଲିସରେ ଏତଲା ଦେଇଥିଲେ । ଅପହରଣ ପଛରେ ଦୋରାଙ୍କର ୨ଜଣ ଶାଳକ ଥିବା ଥାନାରେ ଅଭିଯୋଗ ହୋଇଥିଲା ।

ତେବେ ପୋଲିସ ଘଟଣାର ତଦନ୍ତ କରି ଝିଅର ବାପା ହିଁ ଅପହରଣ କରିଥିବା ଜାଣିବାକୁ ପାଇଥିଲେ। ପରେ ନାବାଳିକା ଝିଅକୁ ପୋଲିସ୍ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଅପହରଣକାରୀ ବାପା ଓ ତାର ୨ ସହଯୋଗୀଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

ରାଉରକେଲାରେ ଚାଞ୍ଚଲ୍ୟ, ଗୁଳିମାଡରେ ସୁନା ବ୍ୟବସାୟୀ ମୃତ

ରାଉରକେଲା: ରାଉରକେଲାରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ନାମ ସରୋଜ ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ ରାଉରକେଲା ସହରର ଏସଟିଆଇ ଓଭର ବ୍ରିଜରେ କେହି ଦୁର୍ବୃତ୍ତ ସରୋଜଙ୍କୁ ଗୁଳିମାଡ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୁନା ବ୍ୟବସାୟୀ ଏସଟିଆଇ ଛକରେ ନିଜ ସୁନା ଦୋକାନ ବନ୍ଦ କରି ଲେବର ଟୁର୍ଣ୍ଣାମେଣ୍ଟ ବାସଭବନକୁ ବାଇକରେ ଯାଉଥିବା ସମୟରେ କିଛି ଦୁର୍ବୃତ ଗୁଳିମାଡ କରିଥିଲେ ।

ତେବେ ଟଙ୍କା ଓ ସୁନା ଲୁଟ ପାଇଁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଶନିବାର କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଗାମୀ ରଣନୀତି ପ୍ରସ୍ତୁତ କରିବ ଦଳ

ନୂଆଦିଲ୍ଲୀ: ଦଳ ସଜାଡିବାକୁ କଂଗ୍ରେସର ପ୍ରୟାସ । ଆସନ୍ତାକାଲି ବସିବାକୁ ଯାଉଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ AICC  ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସହ ଦଳର ସମସ୍ତ ମହାସଚିବ ଓ ବହୁ ବରିଷ୍ଠ ନେତା ଯୋଗଦେବେ । ଦେଶରେ ଚାଷୀ ଆନ୍ଦୋଳନ ଜୋର ଧରିଥିବାବେଳେ କଂଗ୍ରେସର ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି । ବୈଠକରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଆଲୋଚନା ହେବ ବୋଲି କୁହାଯାଉଛି । ସେହିଭଳି ଅସନ୍ତୁଷ୍ଟ ନେତାଙ୍କୁ ଏକଜୁଟ କରି ଦଳ ନୂଆ ରଣନୀତି ପ୍ରସ୍ତୁତ କରିବା ପାଇଁ ଯାଉଛି । ବୈଠକରେ ଏକ ଦଳୀୟ ଚିଠା ପ୍ରସ୍ତାବ ଆସିବ । ଯେଉଁଥିରେ ସମସ୍ତ ଦସ୍ତଖତ କରି ଦଳ ପାଇଁ ଏକାଠି ହୋଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । କାହିଁକି ଦଳ ବାରମ୍ବାର ନିର୍ବାଚନରେ ହାରୁଛି ଏବଂ ଆଗାମୀ ଦିନ ପାଇଁ କ’ଣ ରଣନୀତି ପ୍ରସ୍ତୁତ ହେବ ସେ ନେଇ ବୈଠକରେ ଆଲୋଚନା ହେବ ।

ଏଥିସହିତ ପଢ଼ନ୍ତୁ: ବାୟୋଏନଟେକ୍ ଓ ଫାଇଜର ପରେ ମଡର୍ଣ୍ଣା ଟିକାକୁ ମିଳିପାରେ ଆମେରିକାରେ ଅନୁମତି

ବାୟୋଏନଟେକ୍ ଓ ଫାଇଜର ପରେ ମଡର୍ଣ୍ଣା ଟିକାକୁ ମିଳିପାରେ ଆମେରିକାରେ ଅନୁମତି

ଓ୍ୱାସିଂଟନ:  ବାୟୋଏନ୍‌ଟେକ୍ ଓ ଫାଇଜର ପରେ ମଡର୍ଣ୍ଣା ଟିକାର ଜରୁରୀକାଳୀନ ବ୍ୟବହାରକୁ ଆମେରିକରେ ଅନୁମତି ମିଳିପାରେ । ଦେଶରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଆମେରିକୀୟଙ୍କୁ ବାୟୋଏନଟେକ୍ ଓ ଫାଇଜର ଟିକାର ଡୋଜ୍ ଦିଆଯାଉଥିବା ବେଳେ ମଡର୍ଣ୍ଣା ଟିକାକୁ ମଧ୍ୟ ଅନୁମତି ଦେଇପାରେ । ଟିକାର କ୍ଳିନିକାଲ ଟ୍ରାଏଲକୁ ନେଇ ଅନୁଧ୍ୟାନ କରୁଛି ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ । ୩୦ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ କ୍ଳିନିକାଲ ଟ୍ରାଏଲ ହୋଇଥିବା ବେଳେ  ଏହା ୯୪% ଫଳପ୍ରଦ ରହିଛି । ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ମଧ୍ୟ ଏହା ଦ୍ୱାରା ଉପକୃତ ହେଉଥିବା ଦେଖିବାକୁ ମିଳିଛି । ତେବେ ଟିକାର କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଏସବୁ ଦୀର୍ଘସମୟ ଧରି ଦେଖିବାକୁ ମିଳୁନାହିଁ ।

ଏଥିସହିତ ପଢ଼ନ୍ତୁ: ଲାଇଭ୍ ଟେଲିଭିଜନ୍ ଶୋ’ରେ କରୋନା ଟିକା ନେଲେ ଆମେରିକା ଉପ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

 

ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍ ଭୟ: ଆଶଙ୍କା ପ୍ରକଟ କଲେ ବୈଦେଶିକ ମନ୍ତ୍ରୀ କୁରେସି

0

ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍ ଭୟ । ଦେଶ ଓ ଦେଶ ବାହାରେ ଦେଖୁଛନ୍ତି ସର୍ଜିକାଲ ଷ୍ଟ୍ରାଇକର ଦୁସ୍ବପ୍ନ । ଭାରତ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି । ଆବୁଧାବିରେ ଏକ ସାମ୍ବାଦିକ ସମ୍ମିଳନୀରେ କୁରେସି କହିଛନ୍ତି, ଭାରତ କୌଣସି ସମୟରେ ବି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ । ଏ ନେଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଖରେ ଖବର ରହିଛି । ଭାରତରେ ସରକାର ଦେଶ ଭିତରେ ଚାଲିଥିବା ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଏଭଳି କରିପାରନ୍ତି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି । ତେବେ ପାକିସ୍ତାନ ହାଇଆଲର୍ଟରେ ରହିଛି । ସବୁ ସମୟରେ ଭାରତକୁ ଉଚିତ୍ ଜବାବ ଦେବା ପାଇଁ ପାକ୍ ସୈନ୍ୟ ତୟାର ଥିବା କହିଛନ୍ତି କୁରେସି । ୨୦୧୬ରେ ପିଓକେରେ ଭାରତ କରଥିବା ସର୍ଜିକାଲ ଷ୍ଟ୍ରାଇକକୁ ଭୁଲି ପାରୁନାହିଁ ପାକିସ୍ତାନ । ଯାହାଫଳରେ ପାକିସ୍ତାନର ମନ୍ତ୍ରୀମାନେ ଏବେ ସର୍ଜିକାଲ ଷ୍ଟ୍ରାଇକକୁ ଭୟ କରି ପ୍ରସଙ୍ଗହୀନ ମନ୍ତବ୍ୟ ଦେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ଲାଇଭ୍ ଟେଲିଭିଜନ୍ ଶୋ’ରେ କରୋନା ଟିକା ନେଲେ ଆମେରିକା ଉପ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

କଟକରେ ଅଘଟଣ: ସାତ ମାସର ଶିଶୁକୁ ହତ୍ୟା କରି ମାଆର ଆତ୍ମହତ୍ୟା !

କଟକ: କଟକରେ ଅଭାବନୀୟ ଘଟଣା । ଗୋଟିଏ ଘରୁ ମିଳିଲା ଦୁଇଟି ମୃତଦେହ । କଟକ ବିଡାନାସି ଶେଲଟର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ସାତ ମାସର ଶିଶୁକୁ ମାରି ମାଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସାତ ମାସର ଶିଶୁ କନ୍ୟାକୁ ହତ୍ୟା କରି ମାଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।