spot_img
Home Blog Page 6231

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ନୁହେଁ: ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ସହମତି ଭିତ୍ତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଲେ, ତାକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବନି । ବୁଧବାର ଏଭଳି ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇବା ସହ କୋର୍ଟ ମାମଲାକୁ ରଦ୍ଦ କରିଦେଇଛନ୍ତି । ଅନେକ ସମୟରେ ବିବାହ ପ୍ରତିଶ୍ରୁତି ପାଇ ଗୋଟିଏ ପକ୍ଷ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୋଇପାରେ । କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ବିବାହ ପ୍ରତିଶ୍ରୁତି ପାଇ ଯଦି ଉଭୟ ପକ୍ଷର ସହମତିରେ ସମ୍ପର୍କ ରୁହେ, ତା’ହେଲେ ଏହାକୁ ଦୁଷ୍କର୍ମ କୁହାଯ଼ାଇପାରିବ ନାହିଁ ।

କେତେକ କ୍ଷେତ୍ରରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀମାନେ ପ୍ରତାରଣାର ଶିକାର ହୋଇଥାନ୍ତି । ନ୍ୟାୟ ପାଇଁ ସେମାନେ ଥାନା ଏବଂ କୋର୍ଟଙ୍କ ଆଶ୍ରୟ ନେଇଥାନ୍ତି । ସେଭଳି ସ୍ଥଳେ ଧାରା ୩୭୫ ଆଧାରରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି ।

ଭାରତ ବିରୋଧରେ କରେନ୍ସି ମାନୁପୁଲେସନ ଅଭିଯୋଗ ଆଣିଲା ଆମେରିକା

ନୂଆଦିଲ୍ଲୀ: ଭାରତ ପ୍ରତି ଆମେରିକାର କଠୋର ମନୋଭାବ । କରେନ୍ସି ମାନୁପୁଲେସନ କରୁଥିବା ଅଭିଯୋଗରେ ଭାରତ ସମେତ ୧୦ ଦେଶକୁ ମନି ମାନୁପୁଲେସନ୍‌ ଲିଷ୍ଟରେ ସାମିଲ କରିଛି ଆମେରିକା ।

ଏଥିରେ ଚୀନ୍, ତାଇଓ୍ୱାନ୍‌, ଥାଇଲାଣ୍ଡ, ଜାପାନ, ସାଉଥକୋରିଆ, ଜର୍ମାନୀ, ଇଟାଲି, ସିଙ୍ଗାପୁର, ମାଲେସିଆ ଓ ଭାରତ ରହିଛି । ପୂର୍ବରୁ ଭିଏତ୍‌ନାମ ଓ ସୁଇଜରଲାଣ୍ଡ କରେନ୍ସି ମାନୁପୁଲେସନ ତାଲିକାରେ ରହିଛନ୍ତି । ତେବେ କରେନ୍ସି ମାନୁପୁଲେସନ ତାଲିକାରୁ ଆୟର୍ଲାଣ୍ଡକୁ ହଟାଇ ଦିଆଯାଇଛି ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଥିବା ରିପୋର୍ଟରୁ ଜଣାପଡ଼ିଛି ।

ଆମେରିକାର ପ୍ରମୁଖ ବାଣିଜ୍ୟ ଭାଗିଦାରୀ ଥିବା ଭାରତ, ଭିଏତ୍‌ନାମ, ସ୍ୱିଜରଲ୍ୟାଣ୍ଡ ଏବଂ ସିଙ୍ଗାପୁର ସେମାନଙ୍କ ବୈଦେଶିକ ମୁଦ୍ରା ବଜାରରେ କ୍ରମାଗତ ଭାବରେ ହସ୍ତକ୍ଷେପ କରିଛନ୍ତି ବୋଲି ଆମେରିକା ଅଭିଯୋଗ କରିଛି ।

ଭାରତ-ବାଂଲାଦେଶ ଶିଖର ସମ୍ମିଳନୀ, ୫୫ବର୍ଷ ପରେ ଗଡିବ ରେଳ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଆସୁଛି ସୁଧାର । ଆଜି ଡିଜିଟାଲ ଶିଖର ସମ୍ମିଳନୀରେ ଭେଟା ଭେଟି ହୋଇଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଅନେକ ପ୍ରସଙ୍ଗରେ କରିଛନ୍ତି ଆଲୋଚନା ।

ଦୀର୍ଘ ୫୫ବର୍ଷ ପରେ ଦୁଇଦେଶ ମଧ୍ୟରେ ସଂଯୋଗ ହେବାକୁ ଯାଉଛି ରେଳପଥ । ଦୁଇ ଦେଶ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହେଲେ ସମ୍ପର୍କ ଆହୁରି ମଜଭୁତ୍ ହେବ ବୋଲି ଆଶା ରହିଛି । ଉଭୟ ଦେଶର ସମ୍ପର୍କକୁ ମଜଭୁତ୍ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି ବୋଲି ମଧ୍ଯ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବାଂଲାଦେଶ ଆମର ଗୁରୁତ୍ୱପୂର୍ଣ୍ଣ ପଡୋଶୀ ରାଷ୍ଟ୍ର । ପ୍ରଥମ ଦିନରୁ ହି ବାଂଲାଦେଶ ସହ ସମ୍ପର୍କ ମଜବୁତ କରିବାକୁ ପ୍ରାଥମିକତା ଦିଆଯାଉଛି । ଆଜିର ଶିଖର ସମ୍ମିଳନୀରେ ଅନ୍ୟ କିଛି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଟିକା ବିତରଣରେ ମଧ୍ୟ ଭାରତ ସରକାର ବାଙ୍ଗଲାଦେଶକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତାଣ୍ଡବ ଟିଜରରେ ସୈଫ ଅଲି ଖାନଙ୍କ ଧମାକାଦାର ଏଣ୍ଟ୍ରି

ନୂଆଦିଲ୍ଲୀ: କରୋନା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ପ୍ରଭାବ ପଡ଼ିଥିବାବେଳେ ଆକ୍ଟରମାନେ ଓ୍ୱେବସିରିଜରେ ମନ ବଳାଉଥିବା ଦେଖିବାକୁ ମିଳିଛି । ଯେଉଁ ଟ୍ରେଣ୍ଡରେ ଯୋଡ଼ି ହୋଇଯାଇଛନ୍ତି ପଟୌଦି ପରିବାରର ନବାବ ସୈଫ ଅଲି ଖାନ । ଗୁରୁବାରକୁ ସୈଫଙ୍କ ଅଭିନୀତ ଓ୍ୱେବସିରିଜ ‘ତାଣ୍ଡବ’ର ଟିଜର ରିଲିଜ ହୋଇଛି ।

ସିରିଜର ପଲିଟିକାଲ ଡ୍ରାମାକୁ କ୍ରିଏଟ କରିଛନ୍ତି ନିର୍ଦ୍ଦେଶକ ଅଲି ଅବାସ ଜଫର । ଗୋଟିଏ ମିନିଟର ଟିଜର ଭାରି ଭିଡ଼ ଆଉ ପଲିଟିକାଲ ମାହୋଲର କୋଳାହଳ ସହିତ ଆରମ୍ଭ ହୋଇଛି । ଟିଜରରେ ସୈଫଙ୍କ ଧମାକାଦାର ଏଣ୍ଟ୍ରି ସିରିଜର କ୍ଲାଇମାକ୍ସକୁ ବଦଳେଇ ଦେଇଛି । ତା ସାଙ୍ଗକୁ ବ୍ୟାଗଗ୍ରାଉଣ୍ଡର ଭଏସଓଭରରେ ହିନ୍ଦୁସ୍ତାନର ନାରା ସିରିଜର ଚମକ ବଢାଉଛି ।

ତାଣ୍ଡବରେ ଲିଡ ରୋଲରେ ନଜର ଆସିଛନ୍ତି ସୈଫ ଅଲି ଖାନ୍‌। ସୈଫଙ୍କ ବ୍ୟତୀତ ଫିଲ୍ମରେ ଡିମ୍ପଲ କପାଡ଼ିୟା, ତିଗ୍ମାଂଶୁ ଧୁଲିୟା, ସୁନିଲ ଗ୍ରୋଭରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଜିଶାନ ଅୟୁବ ଖାନ, କୁମୁଦ ମିଶ୍ରା, ଗୌହର ଖାନ, ଅନୁପ ସୋନି, ସାରା ଜେନ, ଡିନୋ ମୋରିୟା ଏବଂ ପରେଶ ପହୁଜାଙ୍କୁ ମଧ୍ୟ ସ୍କ୍ରିନରେ ଦେଖିବାକୁ ମିଳିବ । ପଲିଟିକାଲ ଗାଦିରେ କିଏ ରାଜା ଆଉ କାହା ଇସାରାରେ ଦେଶ ଚାଲେ ତାହା ଉପରେ କାହାଣୀ ପର୍ଯ୍ୟବେଷିତ । ରାଜନୀତିର ଛକାପଞ୍ଝାରେ କିଏ ବାଜି ମାରିବ ଆଉ କିଏ ସାଜିବ ଖଳନାୟକ, ଓ୍ୱେବସିରିଜ ରିଲିଜ ହେବାପରେ ଜଣାପଡ଼ିବ ।

ଇଞ୍ଜିନିୟର ନା ଚାଷୀ ! ଲକ୍‌ଡାଉନ୍‌ ଦେଲା ନୂଆ ଶିକ୍ଷା, ଆଧୁନିକ ଶୈଳୀରେ ଆରମ୍ଭ କଲେ ଚାଷ

ବାଲେଶ୍ୱର: କରୋନା ମହାମାରୀ ସାରା ବିଶ୍ୱକୁ ନୟାନ୍ତ କରିଦେଇଛି । ଅନେକ ଦେଶର ଅର୍ଥନୈତିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଭାରତର ଅର୍ଥନୈତିକ ସ୍ଥିତି ଉପରେ ମଧ୍ୟ କରୋନାର ପ୍ରଭାବ ପଡ଼ିଛି । ଅନେକ ଚାକିରିଆଙ୍କୁ ଚାକିରି ହରାଇବାକୁ ପଡ଼ିଛି । ବ୍ୟବସାୟୀଙ୍କୁ ମଧ୍ୟ ଘରେ ହାତ ବାନ୍ଧି ବସିବାକୁ ବାଧ୍ୟ କରିଛି ଏହି କରାଳ ରୂପି କରୋନା ମାହାମାରୀ । କେବଳ ବ୍ୟବାସାୟୀ କିମ୍ବା ଚାକିରିଆ ନୁହଁନ୍ତି ବରଂ ଛାତ୍ରଛତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ଘରେ ବନ୍ଦି କରିଦେଇଥିଲା ମହାମାରୀ କରୋନା । ଯୁବକମାନେ ମଧ୍ୟ ଘରୁ ବାହାରିପାରି ନଥିଲେ । ତେବେ ଏହି ଲକ୍‌ଡାଉନ୍‌ ଭିତରେ ସମସ୍ତେ ଘରେ ରହୁଥିବା ବେଳେ ଇଣ୍ଟରନେଟ୍‌ର ବ୍ୟବହାର ବହୂଳ ମାତ୍ରାରେ ବୃଦ୍ଧି ପାଇଛି । ଯୁବକ ଯୁବତୀଙ୍କଠାରୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାମାନେ ମଧ୍ୟ ଇଣ୍ଟରନେଟ୍‌ ସହ ଜଡ଼ିତ ହୋଇଗଲେ । ଖାସ୍‌ କରି ସୋସିଆଲ ମିଡିଆ ଓ ୟୁଟ୍ୟୁବ୍‌ରେ ଲୋକମାନେ ବୁଡ଼ି ରହିଲେ ।

କରୋନା ମାହାମରୀ ଅନେକଙ୍କ ରୋଜଗାର ଛଡ଼ାଇ ନେଇଥିବା ବେଳେ ଅନେକ ଏହି ଲକ୍‌ଡାଉନ୍‌ କାରଣରୁ ନିଜକୁ ସ୍ୱାବଲମ୍ବି ମଧ୍ୟ କରିପାରିଛନ୍ତି । କରେନା ସମୟରେ ଘରେ ବସି ସମୟ ନଷ୍ଟ ନକରି କିଛି ଯୁବକ ଯୁବତୀ ସୋସିଆଲ ମିଡିଆ ଓ ୟୁଟ୍ୟୁବ୍‌ରୁ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି । ସେଥିରୁ ସେମାନେ ନିଜକୁ ସ୍ୱାବଲମ୍ବି ମଧ୍ୟ କରିଛନ୍ତି । ନିଜେ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି ।

ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣାରେ । ସଞ୍ଜୟ କୁମାର ଦାସ ଜଣେ ଇଲେକ୍ଟ୍ରିକ୍‌ ଇଞ୍ଜିନିୟର । କିନ୍ତୁ ଏବେ ସେ ପାଲଟିଛନ୍ତି ଜଣେ ସଫଳ ଚାଷୀ । ଇଣ୍ଟରନେଟ୍‌ରୁ ଭିଡିଓ ଦେଖି ଏବଂ ଅନକେ କିଛି ବୈଷୟିକ ପ୍ରଣାଳି ଶିଖି ସେ ଆରମ୍ଭ କରିଛନ୍ତି ଚାଷ କରିବା । ଜୈବିକ ପ୍ରଣାଳୀ ଓ ବୈଜ୍ଞାନିକ ପଦ୍ଧତିକୁ ବ୍ୟବହାର କରି ସେ ସବୁଜ ପରିବା ଚାଷ କରୁଛନ୍ତି । ଯେଉଁଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଇଞ୍ଜିନିୟରିଂରୁ ସିଧାସଳଖ ସେ ଜଣେ ସଫଳ ଚାଷୀ ପାଲଟିଯାଇଛନ୍ତି ।

ସାଧାରଣ ପାଇପ୍‌ ଓ କମ୍ପୋଷ୍ଟ ଖତରେ ଫଳାଇଛନ୍ତି ସବୁଜ ପନିପରିବା । ଏଥିପାଇଁ ତାଙ୍କୁ ଅଧିକ ପାଣି ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ସଞ୍ଜୟଙ୍କ ବଗିଚାରେ ଧାଡ଼ି କି ଧାଡ଼ି ପାଇପ୍‌ ଗୁଡ଼ିକ ବିଛାଯାଇଛି । ଗୋଟିଏ ସହିତ ଆଉ ଗୋଟଏ ଛନ୍ଦା ହୋଇଛି । ଆଉ ସେହି ପାଇପ୍‌ରେ ଖଞ୍ଜା ଯାଇଛି ପରିବା ମଞ୍ଜି ପୋତାଥିବା ଏକ ସ୍ୱତନ୍ତ୍ର ଆକାରର କପ୍‌ । ମୋଟର ଯୋଗେ ଏକ କୁଣ୍ଡରୁ ପାଣି ପାଇପ୍‌ ମାଧ୍ୟମରେ ସବୁ ଗଛ ମୂଳକୁ ପହଞ୍ଚୁଛି । ଗଛ ପାଇଁ ଆବଶ୍ୟକ ଥିବା ପାଣି ଗଛ ପାଉଛି, ଆଉ ବଳକା ପାଣି କୁଣ୍ଡକୁ ଫେରି ଆସୁଛି । ସେହି ପାଣି ପୁଣି ଗଛ ମୂଳକୁ ଯାଇ ଫେରୁଛି ।

ସେହି ସ୍ୱତନ୍ତ୍ର ଆକାରର କପ୍‌ରେ ରହିଛି କରତଗୁଣ୍ଡ ଓ କମ୍ପୋଷ୍ଟ ଖତ । ଯାହା ଗଛଗୁଡ଼ିକୁ ଖୁବ୍‌ ଶୀଘ୍ର ବଢିବାରେ ସହାୟ ହେଉଛି । ଖାଲି ସେତିକି ନୁହେଁ ଗଛ ଉପରେ ସିଧାସଳଖ ସୂର୍ଯ୍ୟାଲୋକ ନପଡ଼ିବା ପାଇଁ ତିଆରି କରାଯାଇଛି ଗ୍ରୀନ୍‌ ହାଉସ୍‌ । ଏଥିରେ କାକୁଡ଼ି, ଲଙ୍କା, କଲରା, ସିମଳାମିର୍ଚ୍ଚି, ଟମାଟୋ, ଲାଉ, ତରୁଭୁଜ, ଧଣିଆପତ୍ର, ପାଳଙ୍ଗ ସାଗ ଭଳି ସବୁଜ ପନି ପରିବା ଲଗାଯାଇଛି । ଏହି ପରିବାରେ ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରାଯାଉ ନାହିଁ । ଫସଲ ପାଇଁ କମ୍ପୋଷ୍ଟ ଖତ ଓ ନିମ୍ବତେଲ ପାଣି ବ୍ୟବହାର କରୁଛନ୍ତି ସଞ୍ଜୟ ।

ସୂଚନାଯୋଗ୍ୟ, ସଞ୍ଜୟଙ୍କ ବାପା କାର୍ତ୍ତିକଚନ୍ଦ୍ର ଦାସ ରେମୁଣା ଅଞ୍ଚଳର ଜଣେ ପ୍ରତିଷ୍ଠିତ ପରିବା ଚାଷୀ । ହେଲେ ରେମୁଣାର କାକବରାଇ ଗାଁ ବନ୍ୟାଞ୍ଚଳ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଚାଷ ପ୍ରଭାବିତ ହୋଇଥାଏ । ତେଣୁ ବାରମ୍ବାର କ୍ଷତି ସହୁଥିବାରୁ ସଞ୍ଜୟ ନୂଆ ବିକଳ୍ପ ଖୋଜିଥିଲେ ।

ଗତ ଜାନୁଆରୀରେ ୧୫ ହଜାର ଟଙ୍କା ଖର୍ଚ୍ଚ କରି ସେ ଉତ୍ତରପ୍ରଦେଶରୁ ଏହି ଚାଷ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ । ତା’ପରେ ୟୁଟ୍ୟୁବ୍‌ରୁ ଭିଡିଓ ଦେଖି ଅନେକ ଶିକ୍ଷା ଲାଭ କରିଥିଲେ । ଗାଁରେ ଥିବା ତାଙ୍କ ବାଡ଼ିରେ ଆରମ୍ଭ କରିଥିଲେ ଗ୍ରୀନ୍‌ ହାଉସ୍‌ । ବାହାର କ୍ଷେତରୁ ଆସୁଥିବା କୀଟ ଯୋଗୁ ସଂକ୍ରମଣକୁ ଗ୍ରୀନ୍‌ ହାଉସ୍‌ ସୂରକ୍ଷା ଯୋଗାଇଥାଏ । ଏହି ପ୍ରଣାଳୀର ଚାଷକୁ କୃଷକମାନେ ପସନ୍ଦ କରିଥିବାବେଳେ, ଏଠାରେ ଉତ୍ପାଦିତ ପନି ପରିବା ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଛି ।

ରୋଜଗାରର ମାଧ୍ୟମ ଯେ କେବଳ ଚାକିରି, ସେ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ବାଲେଶ୍ୱରର ସଞ୍ଜୟ । ଇଲେକ୍ଟ୍ରିକାଲ ଇଞ୍ଜିନିୟର ହୋଇ ମଧ୍ୟ ଅତ୍ୟାଧୁନିକ ପ୍ରଣାଳୀରେ ପରିବା ଚାଷ କରି ସେ ଖୋଜି ପାଇଛନ୍ତି ରୋଜଗାରର ଆଉ ଏକ ମାଧ୍ୟମ ।

ଟାଟା ମୋଟର୍ସ ନିଯୁକ୍ତି ଜାଲିଆତି: ପ୍ରଦୀପଙ୍କ ପାଖଲୋକ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ପାଖ ଲୋକ ପ୍ରଫେସର ସର୍ବେଶ୍ୱର ରାଓ ଗିରଫ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ୍‌ଙ୍କ ଠକେଇ ମାମଲାରେ ସର୍ବେଶ୍ୱରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ପୋଲିସ ସୁରାକ୍‌ ପାଇବା ପରେ ତାଙ୍କୁ ଗିରଫ କରିଛି । ପ୍ରଥମେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ନିଜ ହେଫାଜତକୁ ନେଇଥିଲା । ପରେ ବୁଧବାରଠାରୁ ମାରାଥନ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ ।

ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱରଙ୍କୁ ମୁହାଁମୁହିଁ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଜେରା ବେଳେ ପ୍ରଦୀପ-ଆକାଶଙ୍କ ଠକେଇରେ ସର୍ବେଶ୍ୱରଙ୍କ ସିଧା ସମ୍ପୃକ୍ତି ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପୂର୍ବରୁ ଗିରଫ ଭୟରେ ଆତ୍ମ ଗୋପନ କରିଥିଲେ ସର୍ବେଶ୍ୱର । ପ୍ରଦୀପ ପାଣିଗ୍ରାହୀଙ୍କ ଅତ୍ୟନ୍ତ ପାଖଲୋକ ଥିଲେ ସର୍ବେଶ୍ୱର । ଆକାଶଙ୍କ ପିଏ ଡେଭିଡ୍‌ ପିଟରଙ୍କ ଖୁଲାସା ପରେ ସାମ୍ନାକୁ ଆସିଥିଲା ସର୍ବେଶ୍ୱରଙ୍କ ନାଁ । ନିଯୁକ୍ତି ଜାଲିଆତି କାରବାରରେ ସର୍ବେଶ୍ୱରଙ୍କ ଥିଲା ମୁଖ୍ୟ ଭୂମିକା । ମିଛ ନିଯୁକ୍ତି ପାଇଁ ଫାଶ ପକାଉଥିଲେ ସର୍ବେଶ୍ୱର । ତେବେ ସ୍ୱାସ୍ଥ୍ୟପରୀକ୍ଷା ପରେ ସର୍ବେଶ୍ୱରଙ୍କୁ କୋର୍ଟ ଚାଲାଣ କରାଯିବ ।

‘ଆତ୍ମହତ୍ୟା ନୁହେଁ ଶହୀଦ ହୋଇଛନ୍ତି ସନ୍ଥ ରାମ ସିଂହ ’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଥ ରାମ ସିଂହଙ୍କୁ ନେଇ ଏବେ ରୋଚକ ଖବର । ସେ ଆତ୍ମହତ୍ୟା କରିନାହାଁନ୍ତି ବଂର ତାଙ୍କୁ ଶହୀଦ କରିଦିଆଯାଇଛି । ଏଭଳି ମତ ପ୍ରକାଶ କରିଛନ୍ତି ବାବା ରାମ ସିଂହଙ୍କ ଶିଷ୍ୟ । ସିଙ୍ଘୁ ସୀମାରେ ଦୀର୍ଘ ଦିନ ଧରି ଚାଷୀ ଆନ୍ଦୋଳନରେ ଅଡି ରହିଥିବାବେଳେ ସରକାର ଦାବି ଶୁଣିବାକୁ ନାରାଜ । ଚାଷୀଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁନାହାଁନ୍ତି, ଯାହା ତାଙ୍କୁ ଦୁଃଖ ଦେଇଥିବା ସୁଇସାଇଡ ନୋଟରେ ଦର୍ଶାଇଛନ୍ତି ବାବା ରାମ ସିଂ ।

କିନ୍ତୁ ବୁଧବାର ବାବାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ରୋଚକ ମନ୍ତବ୍ୟ ଦେଇଛନ୍ତି ଆଶ୍ରମର ଶିଷ୍ୟ । ସରକାର ଉପରେ ଆକ୍ରୋଶ ପ୍ରକଟ କରି ସେ କହିଛନ୍ତି, ବାବା ଗୁଳି କରି ଆତ୍ମହତ୍ୟା କରିନାହାଁନ୍ତି ବଂର ତାଙ୍କୁ ମାରି ଦିଆଯାଇଛି । ଦୁଇ ଦଶନ୍ଧି ଧରି ବାବାଙ୍କ ଅନୁଗତ ତଥା ଶିଷ୍ୟ ଗୁଲାମ ସିଂହଙ୍କ କହିବା ଅନୁଯାୟୀ, ଡିସେମ୍ବର ୮ ଏବଂ ୯ ତାରିଖରେ ବାବା ରାମ ସିଂହ କରନାଲ ଅଞ୍ଚଳରେ ଏକ କୃଷକ ସମାବେଶ କରିଥିଲେ । କୃଷକଙ୍କ ଦାବି ପ୍ରତି ସମର୍ଥନ ଜଣାଇଥିଲେ ରାମ ସିଂହ ।

ସେହିପରି ସିଙ୍ଘୁ ସୀମାରେ ଜାରି ଥିବା ଆନ୍ଦୋଳନ ପାଇଁ ବାବା ୫ଲକ୍ଷ ଟଙ୍କା ସହ କମ୍ବଳ ମଧ୍ୟ ପ୍ରଦାନ କରିଥିବା କହିଛନ୍ତି ଶିଷ୍ୟ । ବାବା ଚାଷୀଙ୍କ ଆନ୍ଦୋଳକୁ ନେଇ ଦୁଃଖିତ ରହିଥିଲେ । ଚାଷୀ ନିଜ ଅଧିକାର ପାଇଁ ପରିବାର ଏବଂ ଘର ଛାଡି ଚାଲିଆସିଛନ୍ତି । ସବୁକିଛି ସମର୍ପଣ କରିଦେଉଛନ୍ତି । ତେଣୁ ଜାବନ ରଖିବା ବ୍ୟର୍ଥ ଅନୁଭବ କରି ପ୍ରାଣ ସମର୍ପଣ କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ବାବା ରାମ ସିଂହ । ସବୁ ସ୍ବତେ ମଧ୍ୟ ଶିଷ୍ୟଙ୍କ ମନ୍ତବ୍ୟ ଏବେ ଘଟଣାରେ ଆଣିଛି ଆଉ ଏକ ମୋଡ ।

ବାଇକରେ ଆସି ବାପାକୁ ଖୋଜୁଥିଲେ, ପୁଅକୁ ଉଠାଇ ନେଲେ

ଗଜପତି: ଗଜପତିରେ ମାତିଛନ୍ତି ନାବାଳକ ଅପହରଣକାରୀ । ବାପକୁ ଖୋଜୁଛନ୍ତି, ପୁଅକୁ ଉଠାଇ ନେଉଛନ୍ତି । ବୁଧବାର ସନ୍ଧ୍ୟାରେ ଏମିତି ଏକ ଅପହରଣ ହୋଇଛି ଗଜପତି ଜିଲ୍ଲାର କାଶୀନଗର ଗାଁରୁ । ସନ୍ଧ୍ୟାରେ ଗାଁ ଝାମି ଗୋପୀଙ୍କ ୭ ବର୍ଷର ନାବାଳକ ପୁଅ ହାର୍ଦ୍ଦିକ ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ସେତିକିବେଳେ ବାଇକରେ ଗାଁକୁ ୨ ଜଣ ଆସିଥିଲେ । ହାର୍ଦ୍ଦିକକୁ ବାପାଙ୍କ ନାଁ ଧରି ପଚାରିଥିଲେ ବାପା କେଉଁଠି ଅଛନ୍ତି ।

Miscreants Kindapped 7 Years Old Hardhik From Gajapati

ବାପା କାଜୁ ଫ୍ୟାକ୍ଟ୍ରିରେ ଥିବା ନେଇ ହାର୍ଦ୍ଦିକ ସେମାନଙ୍କୁ କହିଥିଲା । ଆଉ କାଜୁ ଫ୍ୟାକ୍ଟ୍ରି କେଉଁଠି ବୋଲି ଦେଖାଇବାକୁ କହି ୨ ଜଣ ହାର୍ଦ୍ଦିକଙ୍କୁ ବାଇକରେ ନେଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସେମାନେ ହାର୍ଦ୍ଦିକକୁ ନେଇ କାଜୁ ଫ୍ୟାକ୍ଟ୍ରି ରାସ୍ତାରେ ଯାଇନଥିଲେ । ବରଂ ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ପଳାଇଥିଲେ ।

Miscreants Kindapped 7 Years Old Hardhik From Gajapati

ଏନେଇ ପରିବାର ପକ୍ଷରୁ କାଶୀନଗର ଥାନାରେ ଏତଲା ଦିଆଯାଇଛି । ଅପହରଣ ଅଭିଯୋଗ ପରେ ହାର୍ଦ୍ଦିକକୁ ଖୋଜାଖୋଜି କରୁଛି ପୋଲିସର ଏକ ସ୍ବତନ୍ତ୍ର ଟିମ୍ । ଅପହରଣକାରୀ ହାର୍ଦ୍ଦିକକୁ ନେଇ ଆନ୍ଧ୍ର ଭିତରକୁ ଚାଲିଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତକୁ ଜୋରଦାର କରିଛି । ଗୁରୁବାର ସକାଳୁ ନିଜେ ଏସପି ଓ ଏସଡିପିଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ସୈଫଙ୍କ ଅଭିନୀତ ‘ତାଣ୍ଡବ’ର ଟିଜର ରିଲିଜ

ମୁମ୍ବାଇ: ସୈଫ ଅଲି ଖାନଙ୍କ ଅଭିନୀତ ‘ତାଣ୍ଡବ’ର ଟିଜର ରିଲିଜ୍ ହୋଇଯାଇଛି । ଏହା ପଲିଟିକାଲ୍ ଡ୍ରାମା ଉପରେ ଆଧାରିତ ଥିବା ବେଳେ ଆମାଜନ୍ ପ୍ରାଇମରେ ଷ୍ଟ୍ରିମିଂ ହେବ ।

ଏହାର ପ୍ରଡ୍ୟୁସର୍ ହିମାଂଶୁ ମେହେରା ଓ ଅଲି ଅବ୍ବାସ ହୋଇଥିବା ବେଳେ ଏହି ପଲିଟିକାଲ୍ ଡ୍ରାମାକୁ ଅଲି ଅବ୍ବାସ ଜାଫର କ୍ରିଏଟ୍ କରିଛନ୍ତି ।

‘ତାଣ୍ଡବ’ ଟିଜରର ପ୍ରାରମ୍ଭରେ ରାଜନୈତିକ ପତାକା ଦେଖା ଯାଉଥିବା ବେଳେ ସୈଫ୍ ପଲିଟିସିଆନ୍ ଭୂମିକାରେ ନଜର ଆସୁଛନ୍ତି । ଆଉ ବ୍ୟାକ୍ ଗ୍ରାଉଣ୍ଡରେ ଶୁଣିବାକୁ ମିଳୁଛି- ହିନ୍ଦୁସ୍ଥାନକୁ କେବଳ ଗୋଟିଏ ଜିନିଷ ପରିଚାଳିତ କରିଥାଏ, ରାଜନୀତି । ଏହି ଦେଶରେ ଯିଏ ପ୍ରଧାନମନ୍ତ୍ରୀ ସିଏ ହିଁ ରାଜା ।

ସୈଫଙ୍କ ବ୍ୟତୀତ ଏହି ସିରିଜରେ ଡିମ୍ପଲ୍ କପାଡିୟା, ତିଗମାଂସୁ ଧୁଲିଆ, ସୁନିଲ୍ ଗ୍ରୋଭର, ଜିଶାନ୍ ଅୟୁବ୍ ଖାନ୍, କୃତ୍ତିକା କାମରା, କୁମୁଦ ମିଶ୍ରା,ଗୌହର ଖାନ୍, ଅନୁପ ସୋନି, କୃତ୍ତିକା ଅବସ୍ଥି, ଡୋନି ମୋରିଆ ଓ ପରେଶ ପହୁଜା ପ୍ରମୁଖ ନଜର ଆସୁଛନ୍ତି ।

 

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅମିତ ଶାହ

0

ନୂଆଦିଲ୍ଲୀ: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହ । ଏହା ପୂର୍ବରୁ ହାଇଆଲର୍ଟରେ ରହିଛି ସୁରକ୍ଷା ଏଜେନ୍ସି । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ତାଙ୍କ ଉପରକୁ ପଥର ମାଡ ହୋଇଥିଲା ।

ଯାହାକୁ ନେଇ ପ୍ରବଳ ତୁମ୍ବି ତୋଫାନ ହୋଇଥିଲା । ଏବେ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇଆଲର୍ଟରେ ରହିଛନ୍ତି ସୁରକ୍ଷା କର୍ମଚାରୀ । କ୍ଲୋଜ ପ୍ରୋଟେକସନ ଓ ଆଉଟର ପ୍ରୋଟେକସନ ଟିମକୁ ଆହୁରି ସଶକ୍ତ କରାଯାଇଛି ।

ସୂଚନା ଅନୁସାରେ ଅମିତ ଶାହ ଆସନ୍ତା ୧୯ ଓ ୨୦ ତାରିଖରେ ଦୁଇ ଦିନିଆ ଗସ୍ତରେ ଯିବେ । ୧୯ ତାରିଖରେ ମେଦିନାପୁର ଯିବା ସହ ସେଠାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ୨୦ ତାରିଖରେ ବୋଲପୁର ଯାଇ ସେଠାରେ ଜନସଭା କରିବେ । ସଭାସ୍ଥଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

ତେବେ ରାଜ୍ୟ ପୋଲିସ ମଧ୍ୟ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ନିୟୋଜିତ ହେଉଥିବା ନେଇ ଜଣାପଡିଛି।