spot_img
Home Blog Page 6232

ପେନ୍‌ସନ୍‌ଧାରୀଙ୍କ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୧.୬୨ ଲକ୍ଷ ପେନ୍‌ସନ ହିତାଧିକାରୀଙ୍କ ପାଇଁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ସ୍ୱଳ୍ପ ପେନ୍‌ସନ୍‌ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କୁ ସେ ଚିଠି ଲେଖିଛନ୍ତି । ଏହି ପେନ୍‌ସନ୍‌ଧାରୀଙ୍କ ସମସ୍ୟାକୁ ହୃଦୟର ସହ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି ଅବସର ପାଇବା ପରେ ସେମାନେ ସଠିକ୍‌ ସମୟରେ ପେନ୍‌ସନ ପାଇପାରୁ ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ସମାଧାନ କରାଯାଉ ।

ଏହି କର୍ମଚାରୀମାନେ ଦେଶ ପାଇ ମୂଲ୍ୟବାନ ସମୟ ଦେଇଛନ୍ତି । ଏବେ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଦରକାର । ସେମାନଙ୍କ ସମସ୍ୟା ସମାଧାନ କରନ୍ତୁ ଭାରତ ସରକାର । ପେନ୍‌ସନ୍‌ ସମସ୍ୟା ନେଇ ଇପିଏସ୍‌-୯୫ ପେନ୍‌ସନଧାରୀ ସଂଘର ଅଭିଯୋଗ ରହିଛି ।

Naveen Patnaik

ରାଜ୍ୟରେ ଟିକାକରଣ ନେଇ ସରକାରଙ୍କ ପ୍ରସ୍ତୁତି, କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ମିଳିବ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ମିଳିବ ମାଗଣା କରୋନା ଟିକା । ଜାନୁଆରୀ ମାସ ଶେଷ ସୁଦ୍ଧା ଟିକା ଆସିବାକୁ ଥିବା ବେଳେ ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ଟିକା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଜ୍ୟର କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣାରେ ଟିକା ।

୩ଟି ପର୍ଯ୍ୟାୟରେ ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ‘ପ୍ରଥମେ କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାଗଣାରେ ମିଳିବ ଟିକା । ‘ଦ୍ୱିତୀୟ ପର୍ଯ୍ୟାୟରେ କରୋନା ରୋଗୀଙ୍କୁ ଟିକା’ ମିଳିବ । ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ‘ତୃତୀୟ ପର୍ଯ୍ୟାୟ ସାଧାରଣଲୋକଙ୍କୁ ମିଳିବ ଟିକା’ ।

ଟିକାକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ  । ‘ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଚିହ୍ନଟ କରାଯାଇଛି ।

ମା’ ଜଗନ୍ନାଥଙ୍କୁ ପୁଅ କରିଥିଲେ,ଶେଷ ଇଚ୍ଛା ପୁରଣ କରିବାକୁ ୩ ଝିଅ ଜଗନ୍ନାଥଙ୍କୁ ଦାନ କଲେ ସମ୍ପତ୍ତି

0

ନବରଙ୍ଗପୁର: ଖଣ୍ଡିଏ ସମ୍ପତ୍ତି ପାଇଁ ପରିବାର ପରିବାର ମଧ୍ୟରେ ଝଗଡ଼ା ଲାଗେ । ଭାଇ ଭାଇର ଶତ୍ରୁ ହୋଇଯାଏ । ହାତ ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ । କେଉଁଠି ଭାଇ ପାଇଁ ଭାଇ ଭଗାରି ହୋଇଯାଏ ତ ପୁଣି କେଉଁଠି ସମ୍ପତ୍ତି ପାଇଁ ପୁଅ ବାପାର ଶତ୍ରୁ ହୋଇଯାଏ । ସମ୍ପତ୍ତି ସମ୍ପର୍କକୁ ନେଇ କାଠଗଡ଼ାରେ ଛିଡ଼ା କରାଇଦିଏ । କିନ୍ତୁ ଜଣେ ମହିଳା ଭକ୍ତ ଜଗନ୍ନାଥଙ୍କୁ ଦାନ କରିଛନ୍ତି ତାଙ୍କର କୋଟିଏ ଟଙ୍କାର ସମ୍ପତ୍ତି । ମହିଳା ତାଙ୍କର ଶେଷ ଇଚ୍ଛାରେ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କ ସମ୍ପତ୍ତି ଦାନ କରିବା କହିଥିଲେ । ଆଉ ମହିଳାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଲୋକେ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ପାଖାପାଖି ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତିକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ଶେଷ ଇଚ୍ଛା ରଖିଥିବା ମହିଳା ହେଉଛନ୍ତି ବୈଜନ୍ତିମାଳା ସାହୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଭଗବତୀ ସାହିରେ ।

ଭବାନୀ ସାହୁଙ୍କ ସ୍ତ୍ରୀ ବୈଜନ୍ତିମାଳା ସାହୁ ଭଗବତୀ ସାହି ସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠା ଘର ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ଏହାସହ ୧ ମଙ୍ଗଳ ସୂତ୍ର, ରୂପାର ଫରୁଆ, ରୂପାର ବ୍ରତ ପେଢି, ରୂପାର ମଥା ମଣି, ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି । ମାଆ ବୈଜନ୍ତିମାଳାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଚାହିଁଥିବା ଏହି ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପରିବାର ଲୋକେ ।

ବୈଜନ୍ତିମାଳା ସାହୁଙ୍କର ଚଳିତ ମାସ ୨ ତାରିଖ ଦିନ ପରଲୋକ ଘଟିଥିଲା । ବୈଜନ୍ତି ମାଳାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ଭବାନୀ ସାହୁ ଓ ବୈଜୟନ୍ତି ସାହୁଙ୍କ ୩ଟି ଝିଅ ପୁଷ୍ପାଞ୍ଜଳି ସାହୁ, ଗୀତାଞ୍ଜଳି ଶତପଥୀ, ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ବାହାଘର ଦାଇତ୍ୱ ସବୁ ସମ୍ପନ୍ନ କରିସାରିଛନ୍ତି କିନ୍ତୁ ବୈଜୟନ୍ତୀମାଳାଙ୍କ ଗୋଟିଏ ମଧ୍ୟ ପୁଅ ନଥିବା ହେତୁ ସେ ପ୍ରଭୁ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ଜଗନ୍ନାଥଙ୍କୁ ଭକ୍ତି ଓ ଶ୍ରଦ୍ଧା କରୁଥିଲେ ।

ଏହି କାରଣରୁ ଶେଷ ସମୟରେ ବୈଜୟନ୍ତିମାଳା ତାଙ୍କ ସମ୍ପତ୍ତିର ପୁଅର ଭାଗକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିବାକୁ ଚାହିଁଥିଲେ । ମାଆଙ୍କ ଏହି ଶେଷ ଇଚ୍ଛାକୁ ପୁରଣ କରିବାକୁ ୩ ଝିଅ ଆଜି ମାଆଙ୍କ ୧୪ ଦିନିଆ କାର୍ଯ୍ୟକ୍ରମ ଦିନ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ନାରେ ଦାନ କରିଛନ୍ତି । ଦାନ କରାଯାଇଥିବା ୨୫ ବଖରା ବିଶିଷ୍ଠ କୋଠା ଘରେ ୯ ଟି ପରିବାର ଭଡ଼ାରେ ରହିପାରିବେ । ତେଣୁ ଏହାକୁ ଭଡା ଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜ ପୁରୋହିତ କହିଛନ୍ତି ।

 

କମେଡି ଓ ରାେମାନ୍ସରେ ଜିତନ୍ତି ସମସ୍ତଙ୍କ ହୃଦୟ, ଜାଣନ୍ତୁ ବଲିଉଡର ଏହି ଅଭିନେତାଙ୍କ ସମ୍ପର୍କରେ

ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଦର୍ଶକଙ୍କ ନିକଟରେ ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି । ଏପରିକି କମେଡି, ରୋମାନ୍ସ  ଓ ନେଗେଟିଭ ରୋଲରେ ତାଙ୍କର ଅଭିନୟ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥାଏ । ଆଜି ଏହି ଅଭିନେତା ଜଣକ ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି।

ରିତେଶ ଜଣେ ଅଭିନେତା ହୋଇଥିବା ବେଳେ ତାଙ୍କ ପିତା ମହାରାଷ୍ଟ୍ର ରାଜନୀତିର ପ୍ରଖ୍ୟାତ୍ ରାଜନେତା । ତାଙ୍କ ପିତା ବିଳାସରାଓ ଦେଶମୁଖ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ । ତାଙ୍କ ଭାଇ ମଧ୍ୟ ରାଜନୀତି ସହ ଜଡିତ । ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା  ରିତେଶଙ୍କ ପାରିବାରିକ ପୃଷ୍ଠଭୂମି ଏବଂ  ଚଳଚ୍ଚିତ୍ର କ୍ୟାରିୟର ବିଷୟରେ…

ରାଜନୀତି ସହ ଜଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ରିତେଶ । ତାଙ୍କ ପିତା ବିଳାସରାଓ ଦେଶମୁଖ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ମାତାଙ୍କ ନାମ ବୈଶାଲୀ ଦେଶମୁଖ।

ରିତେଶ ଦେଶମୁଖ ୨୦୦୩ ମସିହାରେ ବଲିଉଡ ଫିଲ୍ମ ‘ତୁଝେ ମେରୀ କସମ’ ଜରିଆରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ପତ୍ନୀ ଜେନେଲିଆ ଡି’ସୁଜା ତାଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ। ଏହି ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଯାହା ପରେ ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ।

୨୦୦୪ ମସିହାରେ ବଲିଉଡର କମେଡି ଡ୍ରାମା ଚଳଚ୍ଚିତ୍ର ‘ମସ୍ତି’ ତାଙ୍କୁ ବେଶ୍ ଲୋକପ୍ରିୟତା ଆଣିଦେଇଥିଲା । ଏହା ପରେପରେ କ୍ୟା କୁଲ ହେଁ ହମ୍, ମାଲାମାଲ ୱିକଲି, ଅପନା ସପନା ମନି ମନି, ହେ ବେବି, ଧମାଲ, ହାଉସଫୁଲ, ହାଉସଫୁଲ-୨, ଗ୍ରାଣ୍ଡ ମସ୍ତି, ହମସକଲ, ଟୋଟାଲ ଧାମାଲ, ହାଉସଫୁଲ-୪ ଭଳି ଅନେକ ଫଇଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

୨୦୧୨ ମସିହା ଫେବୃଆରୀରେ ରିତେଶ ତାଙ୍କର ସହ-କଳାକାର ଜେନେଲିଆ ଡି’ସୁଜାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ଦୁହିଁଙ୍କ ଧର୍ମ ଭିନ୍ନ ଭିନ୍ନ ହୋଇଥିବାରୁ ଏହି ଯୋଡି ଥରେ ଖ୍ରୀଷ୍ଟିଆନ ଏବଂ ଥରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ।

ସୋସିଆଲ୍ ମିଡିଆରେ କାହିଁକି ଟ୍ରେଣ୍ଡ୍ କରୁଛନ୍ତି ପୃଥ୍ୱୀ ଶ’, ଜାଣନ୍ତୁ…

0

ଆଡିଲେଡ୍: ଭାରତ ଓ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଟେଷ୍ଟ୍ ମ୍ୟାଚରେ ଯୁବ ଓପନର ପୃଥ୍ୱୀ ଶ’ ଖାତା ଖୋଲି ପାରିନଥିବା ବେଳେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି ।

ଆଜିର ମ୍ୟାଚ୍ ପିଙ୍କ୍ ବଲରେ ଖେଳା ଯାଉଥିବା ବେଳେ ମାତ୍ର ଦ୍ୱିତୀୟ ବଲରେ ତାଙ୍କୁ ବୋଲ୍ଡ୍ କରି ଦେଇଥିଲେ ପେସର୍ ମିଶେଲ୍ ଷ୍ଟାର୍କ । ଯାହା ପରେ ସେ ଟ୍ୱିଟରରେ ଟ୍ରେଣ୍ଡ୍ ହେବାରେ ଲାଗିଛନ୍ତି  ।

ଭାରତୀୟ ଅଧିନାୟକ ବିରାଟ କୋହଲି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ଆଉ ମଇଦାନକୁ ପ୍ରଥମେ ଓହ୍ଲାଇଥିଲେ ପୃଥ୍ୱୀ ଓ ମୟଙ୍କ ଅଗ୍ରଓ୍ୱାଲ୍ । ହେଲେ ପୃଥ୍ୱୀ ଖାତା ମଧ୍ୟ ଖୋଲି ପାରିନଥିଲେ ।

ଯାହା ପରେ କିଛି ୟୁଜର୍ସ ଟ୍ୱିଟରରେ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ । ଏଥିସହିତ ସେହଓ୍ୱାଗ୍ ମଧ୍ୟ ଟ୍ରେଣ୍ଡ ହେବାରେ ଲାଗିଥିଲେ । କାହିଁକି ନା କିଛି ଦିନ ପୂର୍ବରୁ ଲୋକମାନେ ପୃଥ୍ୱୀଙ୍କ ତୁଳନା ସଚିନ୍, ସେହଓ୍ୱାଗ୍ ଓ ଦ୍ରାବିଡଙ୍କ ସହ କରୁଥିଲେ । ଖାଲି ଏତିକି ନୁହେଁ ରବି ଶାସ୍ତ୍ରୀ ମଧ୍ୟ ତାଙ୍କୁ ଏହି ଖେଳାଳିଙ୍କର ମିକ୍ସ ବୋଲି କହୁଥିଲେ ।

https://twitter.com/hifi_rishi/status/1339423571215491073?s=20

https://twitter.com/daksha_mg/status/1339422681188376577?s=20

ସ୍କାଏକିଙ୍ଗ୍ ଠକେଇ ମାମଲା, ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ସ୍କାଏକିଙ୍ଗ୍ ଠକେଇ ମାମଲା । ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି । ସ୍କାଏକିଙ୍ଗ ପକ୍ଷରୁ ଠକେଇ ନେଇ ଖାରବେଳନଗର ଥାନା ପୋଲିସରେ ଅଭିଯୋଗ ହୋଇଥିଲା। ଟାଟା ମୋଟର୍ସର ଏମ୍‌ଡି କହି ସ୍କାଏକିଙ୍ଗରୁ ଚାର୍ଟର ପ୍ଲେନ୍‌ ବୁକ୍ କରିଥିଲେ ଆକାଶ । ଲକ୍‌ଡାଉନ୍‌ ସମୟରେ ଭାବୀ ଶ୍ୱଶୂର ଓ ପରିବାର ସଦସ୍ୟଙ୍କ ସହ ଅୟସ କରୁଥଲେ ।

ଟାଟାର ଜାଲ୍‌ ଲୋଗୋ ଓ ଲେଟରପ୍ୟାଡ୍‌ରେ ଆକାଶ ନିଜେ ଚିଠି ଲେଖି ଏସବୁ ବୁକିଂ କରିଥିଲେ ।  ଏସମ୍ପର୍କିତ ଦସ୍ତାବିଜ୍ ପୋଲିସକୁ ଦେଇଛି ସ୍କାଏକିଙ୍ଗ । ଚାର୍ଟର ଫ୍ଲାଇଟ୍‌ ବୁକିଂ ବାବଦରେ ୨କୋଟିରୁ ଅଧିକ ଟଙ୍କାର ବିଲ୍ ହୋଇଥିଲା । ସେହିପରି ଷ୍ଟାର ହୋଟେଲ୍ ବୁକିଂ ବାବଦରେ ୧୭ ଲକ୍ଷରୁ ଅଧିକ ବିଲ୍‌ ହୋଇଥିଲା । ଏବାବଦରେ ବାକି ରହିଛି ୬୫ ଲକ୍ଷରୁ ଅଧିକ । ଏନେଇ ଜୁନିଅର ପାଠକଙ୍କ ମୁଖା ଖୋଲିବା ସହ ଖାରବେଳନଗର ଥାନାରେ ସ୍କାଏକିଙ୍ଗ ଫେରାଦ ହୋଇଥିଲା । ଆକାଶଙ୍କୁ ରିମାଣ୍ଡରେ ନେଇ ଜାଲିଆତି ନେଇ ତନାଘନା କରିବ ପୋଲିସ ।

ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ କେନ୍ଦ୍ରକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଶୂନ୍ୟ ସହନ ନୀତି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଆଇଏଫ୍ଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ ସୁପାରିଶ କରିଛନ୍ତି । ଦୁର୍ନୀତି ଅଭିଯୋଗ ଆଧାରରେ ପ୍ରଥମ ଥର ପାଇଁ କୌଣସି ସର୍ବଭାରତୀୟ ଅଧିକାରୀଙ୍କୁ ଏଭଳି ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ ଓଡ଼ିଶା ସରକାର ସୁପାରିଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି ।

ଏପର୍ଯ୍ୟନ୍ତ ଭିଜିଲାନ୍ସ ମୋଟ ୨୦ କୋଟିର ସଂପତି ଠାବ କରିଛି । ଉଭୟ ବାପ ଓ ପୁଅ ଏବେ ଜେଲରେ ଅଛନ୍ତି । ଅଭୟକାନ୍ତ ନିଜ କଳା ଟଙ୍କାକୁ ପୁଅ ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରୁଥିଲେ । ଏହା ସହ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ।

ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ କ୍ରାଇମବ୍ରାଂଚ୍ ଏହି ମାମଲାରେ ଗିରଫ କରିଛି । ସେ ବେକାର ଯୁବକଙ୍କୁ ଚାକିରି ଦେବା ଲୋଭ ଦେଖାଇ ଟଙ୍କା ଆଦାୟ କରୁଥିଲେ । ଏନେଇ ଟାଟା ମୋଟର୍ସ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା । ଅଭୟକାନ୍ତ ନିଜ ମର୍ସିଡିସ୍,ବିଏମଡବ୍ଲୁ ଭଳି ଦାମି କାର ବ୍ୟବହାର କରୁଥିଲେ । ଲକଡାଉନ୍ କାଳରେ ଅଭୟକାନ୍ତ ନିଜ ପରିବାର ସହ ଚାର୍ଟର ପ୍ଲେନରେ ବୁଲୁଥିଲେ । ସେମାନେ ଦାମି ହୋଟେଲରେ ରହୁଥିଲେ । ଉଭୟ ପିତା-ପୁତ୍ର ଘରୋଇ ସୁରକ୍ଷାକର୍ମୀ ଓ ବାଉନସରଙ୍କୁ ବ୍ୟବହାର କରୁଥିଲେ ।

ମାଥିଲି ଥାନାରେ ୧୫ରୁ ୨୦ ମାଓବାଦୀଙ୍କ ବର୍ବରକାଣ୍ଡ, ରାସ୍ତାକାମକୁ ବିରୋଧ କରି ପୋଡ଼ିଲେ ୩ଟି ଗାଡ଼ି

ମାଲକାନଗିରି: ବଢ଼ୁଛି ମାଓବାଦୀଙ୍କର ଦୌରାତ୍ମ୍ୟ । ଗୋଟିଏ ପରେ ଗୋଟିଏ ବର୍ବର କାଣ୍ଡ ଭିଆଉଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଙ୍ଗିରିଗୁଡି ଓ ଗୋଲୀଆ ମଝିରେ ଲାଲବାହିନୀ ଲାଲତାଣ୍ଡବ ରଚିଛନ୍ତି । ରାସ୍ତାକାମକୁ ବିରୋଧ କରି ୩ଟି ଗାଡି ପୋଡିଦେଇଛନ୍ତି ୧୫ରୁ ୨୦ ମାଓବାଦୀ । ଠିକାଦାର ଙ୍କ ବୋଲେରୋ , ଜେସିବି ଓ ଟ୍ରାକ୍ଟର ଜାଲିଦେଲେ ମାଓବାଦୀ । ଏହାସହ ଠିକାଦାରଙ୍କୁ ମଧ୍ୟ ହତ୍ୟା କରିଛନ୍ତି ଲାଲବାହିନୀ । ମୃତ ଠିକାଦାର ହେଲେ ସୁକମାର ମଣ୍ଡଳ । ଏହି ଘଟଣା ପରେ ପୋଲିସ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଛି।

ଜାଣିଛନ୍ତି କି, କେତେଥର ବନ୍ଦ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ ‘ଧନୁଯାତ୍ରା’ ?

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପ୍ରତିବର୍ଷ  ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହୋଇଥାଏ । ହେଲେ ଚଳିତ ଥର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏହି ମହୋତ୍ସବକୁ ବନ୍ଦ ରଖିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଧନୁଯାତ୍ରା ଅନୁଷ୍ଠିତ ହେବା ପୂର୍ବରୁ ଉତ୍ସବମୁଖର ହୋଇପଡିଥାଏ ବରଗଡ । ଏହାକୁ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ ଜମିବାରେ ଲାଗିଥାଏ। ଯାହା ଏଥର ଦେଖିବାକୁ ମିଳିବ ନାହିଁ । ଏପରିକି ଶୁଭିବନି କଂସର ଚିତ୍କାର ଆଉ ରାସ୍ତାରେ ଚାଲିବନି ହାତୀ ।

ପୂର୍ବରୁ କେତେଥର ବନ୍ଦ ହୋଇଛି ଧନୁଯାତ୍ରା-

କେବଳ ଚଳିତ ଥର ଯେ ଏହି ବିଶ୍ୱପ୍ରସିଦ୍ଧ ଧନୁ ଯାତ୍ରା ବନ୍ଦ ହୋଇଛି ତା’ନୁହେଁ ଏହା ପୂବର୍ରୁ ବିଗତ ଦିନରେ ଦୁଇଟି ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା ୧୪ ବର୍ଷ ବନ୍ଦ ରହିଥିଲା । ଏନେଇ ମତ ପ୍ରକାଶ କରିଛନ୍ତି ବରଗଡ ଜିଲ୍ଲାର  ସୁରେନ୍ଦ୍ର ହୋତା ।

ତାଙ୍କ କହିବାନୁଯାୟୀ କୗେଣସି ଏକ ପରିସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୧୯୫୦ରୁ ୧୯୫୬ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୯୬୦ରୁ ୧୯୬୭ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା ବନ୍ଦ ହୋଇଥିଲା ।

ସାଧାରଣତଃ ବରଗଡ଼ ଧନୁଯାତ୍ରା ଚନ୍ଦ୍ର ମତାନୁସାରେ ପୌଷ ମାସରେ ହୋଇଥାଏ ଏବଂ ପୌଷ ପୂର୍ଣ୍ଣମୀରେ ସମାପିତ ହୋଇଥାଏ । ଏହି କାରଣରୁ ୧୯୭୨ ଓ ୧୯୯୧ରେ ଧନୁଯାତ୍ରା ହୋଇ ନଥିଲା । ତେବେ ୧୯୯୦ରେ ଗୋଟାଏ ବର୍ଷରେ ଦୁଇଟି ପୌଷ ପୂର୍ଣ୍ଣମୀ ପଡ଼ିଥିବାରୁ ଦୁଇ ଥର ଯାତ୍ରା ହୋଇଥିଲା । ସେହି ବର୍ଷ ୧ ଜାନୁୟାରୀ ୧୯୯୦ରୁ ୧୧ ଜାନୁୟାରୀ ୧୯୯୦ ଓ ଦ୍ୱିତୀୟ ଥର ୨୧ ଡ଼ିସେମ୍ବର ୧୯୯୦ରୁ ୩୧ ଡ଼ିସେମ୍ବର ୧୯୯୦ ପର୍ଯ୍ୟନ୍ତ ଦୁଇଥର ଧନୁଯାତ୍ରା ହୋଇଥିବା ଜଣାଯାଏ ।

ବରଗଡ଼ ଧନୁଯାତ୍ରା ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବୂର୍ଣ୍ଣ ରୂପେ ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ହେଉଥିଲା ଏବଂ ଏଥିରେ କୌଣସି ପ୍ରକାର ସରକାରୀ ପୃଷ୍ଠପୋଷକତା ନ ଥିଲା । ମୁଖ୍ୟତଃ କିଛି ନାଟ୍ୟ ରସିକଙ୍କ ଦ୍ୱାରା ଏହା ଆୟୋଜିତ ହେଉ ଥିବାରୁ ସଂଭ୍ରାନ୍ତ ପରିବାରରର ଲୋକେ ଏହାକୁ ନାପସନ୍ଦ କରୁଥିଲେ । ଏଣୁ ଏହାର ପରିଚାଳନାଗତ ଅବ୍ୟବସ୍ଥା ଲାଗି ରହିଥିଲା ।ଏହି କାରଣରୁ ୧୯୬୦ରେ ଧନୁଯାତ୍ରା ହୋଇ ପାରି ନଥିଲା ।

ତେବେ ୧୯୬୨ରେ କିଛି ଉଦ୍ୟୋକ୍ତା ଧନୁଯାତ୍ରା ପାଇଁ ଉଦ୍ୟମ କରିଥିଲେ । ମାତ୍ର ତତକାଳୀନ ଭାରତ ବର୍ଷରେ ଏ ପ୍ରକାର ସାଂସ୍କୃତିକ ପାଇଁ ଅନୁକୂଳ ପରିବେଶ ନଥିଲା । କାରଣ ୧୯୫୯ ତିବ୍ଦତୀୟ ବିଦ୍ରୋହ ପରେ ଭାରତ ଓ ଚୀନ ମଧ୍ୟରେ ଅନେକ ହିଂସାତ୍ମକ ସୀମା ବିବାଦ ଲାଗି ରହିଥିଲା ଏବଂ ଭାରତ ଦଲାଇ ଲାମାଙ୍କୁ ଆଶ୍ରୟ ଦେଇଥିଲା । ଚୀନ୍ ସାମରିକ ପାଟ୍ରୋଲିଂ ଏବଂ ଲଜିଷ୍ଟିକ୍ସରେ ବାଧା ସୃଷ୍ଟି କରିବା ପାଇଁ ଭାରତ ୧୯୬୦ରୁ ଏକ ପ୍ରତିରକ୍ଷା ଫରୱାର୍ଡ ପଲିସି ଆରମ୍ଭ କରିଥିଲା ।

ଯେଉଁଥିରେ ଚୀନ୍ ପ୍ରିମିୟର୍ ଜୋ ଏନ୍ଲାଇଙ୍କ ଦ୍ୱାରା ଘୋଷିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ପୂର୍ବ ଭାଗ ସହିତ ମ୍ୟାକମାହନ୍ ଲାଇନର ଅନେକ ଉତ୍ତରକୁ ମିଶାଇ ସୀମାରେ ଆଉଟପୋଷ୍ଟ ରଖିଥିଲେ । ୨୦ ଅକ୍ଟୋବର ୧୯୬୨ରୁ ୨୧ ନଭେମ୍ବର ୧୯୬୨ ମଧ୍ୟରେ ସାଇନୋ ଇଣ୍ଡିଆନ ୱାର ଯୋଗୁଁ ସମଗ୍ର ଭାରତ ବର୍ଷରେ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିଲେ । ଏହି ସମୟରେ କଳିକତାରୁ ନାଗପୁରକୁ ସଂଯୋଗ କରୁଥିବା ରାଜପଥ ବରଗଡ଼ ସହର ଭିତର ଦେଇ ଯାଇଥିଲା ଏବଂ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ବରଗଡ଼ ଦେଇ ଯାଉଥିଲା । ଏସବୁ ଗାଡ଼ିକୁ ସୁରକ୍ଷା ଦେବା ପାଇଁ ବରଗଡ଼ ଜିରାନଦୀ ଉପରେ ଥିବା ଇଂରେଜ ଅମଳ ପୋଲର ଉଭୟ ପାଶ୍ୱର୍ରେ ସୈନିକ ମାନେ ତମ୍ବୁ ପକାଇ ଜଗି ରହୁଥିଲେ ।

ଏହା ଏକ ସିଙ୍ଗଲ ଲାଇନ ରାଜପଥ ଓ ବ୍ରିଜ ହୋଇଥିବାରୁ ଏକାକାଳୀନ ଦୁଇଟି ଗାଡ଼ି ଯିବା ଆସିବା କରିପାରୁ ନଥିଲା । ଏଣୁ ଜୀରା ବ୍ରିଜର ଉଭୟ ପାଶ୍ୱର୍ରେ ଲାଲ ଓ ସବୁଜ ରଙ୍ଗର ଲଣ୍ଠନ ସହାୟତାରେ ସିଗନାଲ ଦିଆଯାଉଥିଲା । ଜୀରା ନଦୀର ଅମ୍ବାପାଲି ପଟରେ ଏକ ଢ଼ାବା ରହିଥିଲା ଯାହାର ନାଁ ଥିଲା ‘ହୋଟେଲ ନଦୀୟା କେ ପାର’ ।ବରଗଡ଼ର ଗୀତା ମାତୱାନୀଙ୍କ ପୂର୍ବ ପୁରୁଷ ମାନେ ଏହି ହୋଟେଲଟିକୁ ଚଲାଉଥିଲେ ଏବଂ ଏହା ପଞ୍ଜାବୀ ଟ୍ରକ ଡ଼୍ରାଇଭର ମାନଙ୍କ ମନପସନ୍ଦ ହୋଟେଲ ଥିଲା ।ଭାରତ ଚୀନ ଯୁଦ୍ଧ ଯୋଗୁଁ ରାତ୍ରୀରେ ସହରର ସମସ୍ତ ଆଲୁଅ ବନ୍ଦ କରିଦିଆଯାଉଥିଲା । ଏପରିକି ଏହି ସମୟରେ ହୀରାକୁଦ ନଦୀ ବନ୍ଧ ପ୍ରତି ବିପଦ ଥିବା ଦର୍ଶାଇ ଡ଼୍ୟାମ ଓ ଡ଼ାଇକରେ ଥିବା ବିଦ୍ୟୁତ ଖୁଣ୍ଟର ବିଜୁଲି ବତୀ ମଧ୍ୟ ଜଳାଯାଉ ନଥିଲା । ଏଭଳି ଏକ ପରିସ୍ଥିିତିରେ ବରଗଡ଼ ସହରରେ ଧନୁଯାତ୍ରା ପରି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବାର ସାହସ ଲୋକେ ଜୁଟାଇ ପାରି ନଥିଲେ । ସମ୍ଭବତଃ ଏହି କାରଣରୁ ୧୯୬୦ରୁ ୧୯୬୭ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା ବନ୍ଦ ରହିଥିଲା ।

ସୂଚନାଯୋଗ୍ୟ ଯେ ଏହି ସମୟ ଭିତରେ ୧୯୬୨ରେ ସାଇନୋ ଇଣ୍ଡିଆନ ୱାର, ୧୯୬୫ରେ ଇଣ୍ଡୋ ପାକ ୱାର ଓ ୧୯୬୭ରେ ପୁଣି ଥରେ ଇଣ୍ଡୋ ଚାଇନା ୱାର ସଙ୍ଗଠିତ ହୋଇଥିଲା । ତେବେ ୧୯୬୫ର ଇଣ୍ଡୋ ପାକ ୱାର ଓ ୧୯୬୭ର ଇଣ୍ଡୋ ଚାଇନା ୱାରରେ ଭାରତର ବିଜୟ ଯୋଗୁଁ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଥିଲା ଏବଂ ବରଗଡ଼ର ଲୋକେ ଉତ୍ସାହିତ ହୋଇ ୧୯୬୭ରେ ପୁଣିଥରେ ଧନୁଯାତ୍ରା ଆୟୋଜନ ପାଇଁ ଅଣ୍ଟା ଭିଡ଼ିଥିଲେ ।

ଖୋଲୁଛି ପ୍ରଦୀପ-ପାଠକ ଜାଲିଆତି ପେଡ଼ି, କୋର୍ଟରେ ହାଜର ହେବା ପରେ ପୁଣି ଝାରପଡ଼ା ଫେରିଲେ ବିଧାୟକ

ଭୁବନେଶ୍ୱର:୨ଦିନିଆ ରିମାଣ୍ଡ ଅବଧି ସରିବା ପରେ ପ୍ରଦୀପଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ହାଜର ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲରେ ପ୍ରଦୀପ ପାଣିଗ୍ରାହୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ କୋର୍ଟରେ  ଶୁଣାଣି ପରେ ତାଙ୍କୁ ପୁଣି ଝାରପଡ଼ା ଜେଲକୁ ପଠାଯାଇଥିଲା ।

ଅନ୍ୟପକ୍ଷରେ ପ୍ରଦୀପଙ୍କ ପ୍ରତି କ୍ରାଇମବ୍ରାଂଚର ବ୍ୟବହାର ଠିକ୍ ଥିଲା ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି । କ୍ରାଇମବ୍ରାଂଚ୍ ରିମାଣ୍ଡ୍ ଅବଧି ବଢାଇବା ପାଇଁ ଅଦାଲତରେ କୌଣସି ଆବେଦନ କରିନଥିଲା ବୋଲି ସେ କହିଛନ୍ତି । ତେବେ ଜେଲରେ ତାଙ୍କୁ ରାଜନୈତିକ ବନ୍ଦୀ ହିସାବରେ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ସେ ଅଦାଲତଙ୍କୁ ନିବେଦନ କରିଥିବା କହିଛନ୍ତି ଓକିଲ । କୋଭିଡ୍ କାରଣରୁ ତାଙ୍କୁ ଜେଲ ମାନୁଆଲ ଅନୁସାରେ ସମସ୍ତ ସୁବିଧା ମିଳିବା ଆବଶ୍ୟକ ବୋଲି କହିଛନ୍ତି ତାଙ୍କ ଓକିଲ ।

ପ୍ରଦୀପଙ୍କୁ ୨ଦିନରେ ମାରାଥନ ଜେରା କରିଛନ୍ତି ତଦନ୍ତକାରୀ ଦଳ । ଓଡ଼ିଶା, ବିହାର ଛଡା ଆଉ କେଉଁଠୁ ଟଙ୍କା ଲୁଟିଛନ୍ତି ? ଆହୁରି କେତେ ଯୁବକଯୁବତୀ ଠକାମିର ଶିକାର ହୋଇଛନ୍ତି  ? ଠକେଇ ଟଙ୍କା କାହା ଆକାଉଣ୍ଟକୁ କେତେ କେତେ ଯାଇଛି ? ଠକେଇ ଟଙ୍କା କେଉଁଠାରେ ବିନିଯୋଗ ହୋଇଛି ? ଏହି ଟଙ୍କାରେ କୋଠା, ପ୍ଳଟ ଓ ଅନ୍ୟ ସାମଗ୍ରୀ କିଣାଯାଇଛି କି ?  ଯଦି କିଣାଯାଇଛି କାହା କାହା ନାଁରେ ରହିଛି ? ସେ ସବୁର ଖୋଳତାଡ କରୁଛି ଟିମ ।

ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କାର କାରବାରକୁ ନେଇ ରିମାଣ୍ଡରେ ଖୋଳତାଡ଼ କରାଯାଇଛି । ଏ ଟଙ୍କାର ଇନକମ ସୋର୍ସ କଣ ଥିଲା ? କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସହଯୋଗୀମାନେ ଟଙ୍କା ଦେଇଥିଲେ ବୋଲି ପ୍ରଦୀପଙ୍କୁ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ। ସେପଟେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁରରେ ତନାଘନା କରୁଛି ଭିଜିଲାନ୍‌ସ ଟିମ୍ । ଡିଏସପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । ଜାଲ ନିଯୁକ୍ତି ତାଲିକାରେ ୧୨୦ରୁ ଅଧିକ ପ୍ରାର୍ଥୀ ଠକେଇର ଶିକାର ହୋଇଥିବା ତାଲିକା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସେମାନଙ୍କ ମଧ୍ୟରୁ କେତେଜଣ ଠକାମିର ଶିକାର ହୋଇଛନ୍ତି, ତା’ର ପ୍ରମାଣ ଯୋଗାଡ କରୁଛି ଟିମ୍  । ଅନ୍ୟପଟେ ସ୍କାଏ କିଙ୍ଗରେ ୬୫ ଲକ୍ଷ ଟଙ୍କା ଠକେଇରେ  କମିଶନରେଟ ପୋଲିସ ଖୁବ ଶୀଘ୍ର ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ  ।…